ସମ୍ବାଦ ପ୍ରଭାବ: ବଢ଼ିଲା କଏଦୀଙ୍କ ପ୍ରୋତ୍ସାହନମୂଳକ ମଜୁରି

Advertisment

କୁଶଳୀଙ୍କୁ ୧୪୫, ଅର୍ଦ୍ଧକୁଶଳୀଙ୍କୁ ୧୧୫, ଅଣକୁଶଳୀଙ୍କୁ ୯୫

କୁଶଳୀଙ୍କୁ ୧୪୫, ଅର୍ଦ୍ଧକୁଶଳୀଙ୍କୁ ୧୧୫, ଅଣକୁଶଳୀଙ୍କୁ ୯୫

ସମ୍ବାଦ ପ୍ରଭାବ: ବଢ଼ିଲା କଏଦୀଙ୍କ ପ୍ରୋତ୍ସାହନମୂଳକ ମଜୁରି

The New Indian Express

କଟକ: ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ ଭଳି ରାଜ୍ୟ ତୁଳନାରେ ଓଡ଼ିଶାର ଜେଲ୍‌ରେ କଏଦୀଙ୍କୁ ପ୍ରୋତ୍ସାହନମୂଳକ ମଜୁରି ଯଥେଷ୍ଟ କମ୍ ମିଳୁଥିବା ସଂକ୍ରାନ୍ତ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ କାରାଗାର ବିଭାଗ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଜେଲ୍‌ରେ ତିନୋଟି ଶ୍ରେଣୀରେ ବିଭକ୍ତ ହୋଇଥିବା କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ କଏଦୀଙ୍କ ମଜୁରିରେ ବୃଦ୍ଧି କରିଛି। କୁଶଳୀ କଏଦୀଙ୍କୁ ୧୪୫ ଟଙ୍କା, ଅର୍ଦ୍ଧକୁଶଳୀଙ୍କ ୧୧୫ ଟଙ୍କା ଓ ଅଣ କୁଶଳୀଙ୍କ ୯୫ ଟଙ୍କା ହିସାବରେ ନୂଆ ମଜୁରି ଲାଗୁ କରାଯାଇଛି। କାରାଗାର ବିଭାଗ ପକ୍ଷରୁ ଏ ପ୍ରକାର ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ଏହି ସଂଶୋଧିତ ମଜୁରି ଲାଗୁ କରିବାକୁ ସମସ୍ତ ଜେଲ୍‌ର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

‘ଓଡ଼ିଶାରେ ଜେଲ୍ ସଂସ୍କାର କେବେ?’ ଶୀର୍ଷକ ଏକ ଖବର ୨୦୨୧ ନଭେମ୍ବର ୧୧ ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏଥିସହିତ, କାରବାର ବିଭାଗ ମଜୁରି ବୃଦ୍ଧି ସଂକ୍ରାନ୍ତରେ ଗୃହ ବିଭାଗକୁ ଦେଇଥିବା ପ୍ରସ୍ତାବ (ଚିଠି ନ˚ ୧୩୨୮୭) ସମ୍ପର୍କରେ ସରକାର କୌଣସି ନିଷ୍ପତ୍ତି ନେଇନଥିବା ଦର୍ଶାଯାଇଥିଲା। ଏହାପରେ କାରାଗାର ବିଭାଗ ପ୍ରୋତ୍ସାହନମୂଳକ ମଜୁରିରେ ନୂଆ ପରିବର୍ତ୍ତନ ଆଣିଛି। ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଆଧାରରେ କୁଶଳୀ କଏଦୀଙ୍କୁ ୭୦ ଟଙ୍କାରୁ ବଢ଼ି ୧୪୫ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧକୁଶଳୀଙ୍କ ୬୦ଟଙ୍କାରୁ ବଢ଼ି ୧୧୫ ଟଙ୍କା ଓ ଅଣ କୁଶଳୀଙ୍କ ୫୦ଟଙ୍କାରୁ ବଢ଼ି ୯୫ ଟଙ୍କା ଧାର୍ଯ୍ୟ କରାଯାଇଛି।
ସେହିଭଳି ୨୦୨୧ ମାର୍ଚ୍ଚ ୫ ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିବା

‘ଚାରି ଓଳି ଖାଦ୍ୟ ପାଇଁ ୬୪ ଟଙ୍କା ଶୀର୍ଷକ ଖବରରେ ବି ବଡ଼ ପ୍ରଭାବ ପଡ଼ିଛି। ଖବର ପ୍ରକାଶ ପାଇବା ଦିନ ହିଁ କାରାଗାର ବିଭାଗ ଏକ ଚିଠି(୧୯୫୭୩) ଗୃହ ବିଭାଗକୁ ପଠାଇଥିଲା। କଏଦୀଙ୍କ ପିଛା ଦୈନିକ ଖାଦ୍ୟ ବାବଦ ମୂଲ୍ୟ ୬୪ ଟଙ୍କାରୁ ୮୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜେଲରେ କଏଦୀଙ୍କୁ ଦିଆଯାଉଥିବା ଖାଦ୍ୟ ବାବଦ ମୂଲ୍ୟ ଶେଷଥର ପାଇଁ ୨୦୧୭ରେ ୬୪ ଟଙ୍କା ଧାର୍ଯ୍ୟ ହୋଇଥିଲା। କାରାଗାର ବିଭାଗ ଏ ନେଇ ସମସ୍ତ ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ନୂଆ ଟେଣ୍ଡର୍‌ରେ ଏହି ଦର ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ଚଳିତ ଆର୍ଥିକ ବର୍ଷରେ କଏଦୀଙ୍କ ଖାଦ୍ୟ ଦାୟିତ୍ବ ଘରୋଇ ସଂସ୍ଥା ଟେଣ୍ଡର୍‌ ମାଧ୍ୟମରେ ନେଇସାରିଛି, ତେଣୁ ଆସନ୍ତା ୨୦୨୩ ମାର୍ଚ୍ଚରେ ହେବାକୁ ଥିବା ନୂଆ ଟେଣ୍ଡର୍‌ରେ ଏହି ମୂଲ୍ୟ ଲାଗୁ ହେବ ବୋଲି କାରାଗାର ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe