🔴 LIVE | News Updates 1 February 2026: ପାକିସ୍ତାନକୁ ହରାଇଲା ଭାରତ; ବିଶ୍ରାରେ ପୁଲିସର ଚଢ଼ଉ

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS  Sunday

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କର ଲଗାତାର ନବମ ପୂର୍ଣ୍ଣକାଳୀନ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ଇତିହାସରେ ଦ୍ୱିତୀୟ ଥର ପାଇଁ ଯେବେ ବଜେଟ୍ ରବିବାର ଉପସ୍ଥାପିତ ହୋଇଛି। ଏହି ବଜେଟ୍ ବେତନଭୋଗୀ ବର୍ଗ, ମଧ୍ୟବିତ୍ତ ବର୍ଗ, ମହିଳା ଏବଂ ବ୍ୟବସାୟ ସମେତ ସମସ୍ତ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବ। ଏହି ବଜେଟ୍ ଏପରି ଏକ ସମୟରେ ଉପସ୍ଥାପିତ ହୋଇଛି ଯେତେବେଳେ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିଛି ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଉଚ୍ଚ ଆମେରିକାର ଶୁଳ୍କ ଏବଂ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ମଧ୍ୟରେ ୨୦୪୭ ସୁଦ୍ଧା 'ବିକଶିତ ଭାରତ' ହେବାର ଲକ୍ଷ୍ୟ ହାସଲ କରିବାକୁ ହେଲେ ଦେଶକୁ ୮ ପ୍ରତିଶତର ସ୍ଥିର ଜିଡିପି ଅଭିବୃଦ୍ଧି ହାର ବଜାୟ ରଖିବାକୁ ପଡିବ।

ଏହି ପରିପ୍ରେକ୍ଷୀରେ, ଉତ୍ପାଦନ କ୍ଷେତ୍ରକୁ ସୁଦୃଢ଼ ​​କରିବା, ନିବେଶକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଅର୍ଥମନ୍ତ୍ରୀଙ୍କ ସାମ୍ନାରେ ପ୍ରମୁଖ ଚ୍ୟାଲେଞ୍ଜ ମଧ୍ୟରେ ରହିବ। ଭାରତ ବର୍ତ୍ତମାନ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟରେ ଅନ୍ତର୍ଭୁକ୍ତ, କିନ୍ତୁ ଏହି ଗତିକୁ ବଜାୟ ରଖିବା ପାଇଁ ୨୦୨୬ ବଜେଟରୁ ଠୋସ୍ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ଆଶା କରାଯାଉଛି। ଏହା ସହିତ, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଶିକ୍ଷା, କୃଷି ଏବଂ ସାମାଜିକ କଲ୍ୟାଣ ଭଳି ବିଭିନ୍ନ କ୍ଷେତ୍ରର ନିଜସ୍ୱ ଅନନ୍ୟ ଆବଶ୍ୟକତା ରହିଛି। 

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Feb 01, 2026 22:37 IST

    ଭୁବନେଶ୍ବରରେ କିନ୍ନରଙ୍କୁ ହତ୍ୟା

    • ଭୁବନେଶ୍ବରରେ କିନ୍ନରଙ୍କୁ ହାଣି ଦେଲେ ଦୁର୍ବୃତ୍ତ
    • ଧଉଳି ଥାନା ଉତ୍ତରା ନିକଟ ସିଫା ନିକଟରେ ହତ୍ୟା
    • ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି
    • ଡାକ୍ତରଖାନାରେ ମୃତ ଘୋଷିତ
    • ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ 

    1BREAKING NEWS Thursday

  • Feb 01, 2026 22:35 IST

    ଅଜଣା ଗାଡି ଧକ୍କାରେ ଜଣେ ମୃତ,୨ ଗୁରୁତର 

    ବେଗୁନିଆ: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବେଗୁନିଆ- ଗଡ଼ତରା ପେଟ୍ରୋଲ ପମ୍ପ ସମ୍ମୁଖରେ ଅଜଣା ଗାଡି ଧକ୍କାରେ ବାଇକରେ ପେଟ୍ରୋଲ ପକାଇବାକୁ ଯାଉଥିବା ୩ଜଣ ଯୁବକଙ୍କ ମଧ୍ୟରୁ  ଜଣେ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ ଆହତ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ହେଲେ ବେଗୁନିଆ ଥାନା ଅଧିନ ରାଧାକାନ୍ତପୁର ପଞ୍ଚାୟତ ଧାନଘରନୂଆଗାଁର ସନ୍ତୋଷ ସାହୁଙ୍କ ପୁଅ ସଞ୍ଜୟ ସାହୁ (୨୭)। ଏକ ବାଇକ୍‌ ସାଇକେଲ ଯୋଗେ ରାତି ୯ଟା ସମୟରେ ୩ଜଣ ଯୁବକ ଓଡି ୨୫ଏସ ୧୯୧୬ ନମ୍ବର ବିଶିଷ୍ଟ ମଟର ସାଇକେଲରେ ପେଟ୍ରୋଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଯାଉଥିବା ସମୟରେ ଏକ ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା।

    Begunia

    ଦୁର୍ଘଟଣାରେ ସଞ୍ଜୟଙ୍କ ମୁଣ୍ଡ ଖପୁରୀ ଉଠିଯାଇ ପ୍ରବଳ ରକ୍ତସ୍ରାବ ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଯୁବକ ମନୁ ଖଟେଇ,ବାଙ୍କ ଖଟେଇ ଗୁରୁତର ଅବସ୍ଥାରେ ଲୋକେ ଉଧାର କରି ୧୦୮ ଆମ୍ବୁଲାନ୍ସରେ ଖୋର୍ଦ୍ଧା ହସ୍ପିଟାଲକୁ ପଠାଇଛନ୍ତି। ସେପଟେ ଧାନଘରନୂଆଗାଁ ଲୋକେ ଖବର ପାଇ ପେଟ୍ରୋଲ ପମ୍ପ ନିକଟରେ ପହଁଚି ସିସିଟିଭି ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବା ଏବଂ କ୍ଷତିପୂରଣ ଦାବି କରି ପେଟ୍ରୋଲ ପମ୍ପ  ସମ୍ମୁଖରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଗାଡି ମଟର ଅଟକି ରହିଛି। ଖବର ପାଇ ବେଗୁନିଆ ପୁଲିସ ପହଁଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଖବର ପାଇ ସ୍ଥାନୀୟ ମହିଳା ସରପଞ୍ଚ ଜୁଲିତା ଦାଶ  ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

  • Feb 01, 2026 22:17 IST

    ଅନ୍ତଃବିଶ୍ବବିଦ୍ୟାଳୟ ମହିଳା ହକି: ଫାଇନାଲ୍‌ରେ କିଟ୍‌-ସମ୍ବଲପୁର

    ଭୁବନେଶ୍ବର:: କିଟ୍‌ ବିଶ୍ବବିଦ୍ୟାଳୟସ୍ଥିତ ଦିଲୀପ ତିର୍କି ହକି ଷ୍ଟାଡିୟମ୍‌ରେ ଚାଲିଥିବା ଅନ୍ତଃବିଶ୍ବବିଦ୍ୟାଳୟ ଜୋନାଲ୍‌ ମହିଳା ହକି ପ୍ରତିଯୋଗିତାର ଫାଇନାଲ୍‌ରେ ଓଡ଼ିଶାର ଦୁଇ ଦଳ କିଟ୍‌ ବିଶ୍ବବିଦ୍ୟାଳୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ମୁହାଁମୁହିଁ ହେବେ। ରବିବାରର ପ୍ରଥମ ସେମିଫାଇନାଲ୍‌ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପେନାଲ୍‌ଟି ସୁଟ୍ଆଉଟ୍‌ରେ ପଞ୍ଜାବ ବିଶ୍ବବିଦ୍ୟାଳୟକୁ ୩-୧ (୧-୧) ଗୋଲ୍‌ରେ ପରାସ୍ତ କରିଥିଲା। ସେହିଭଳି ଦ୍ବିତୀୟ ସେମିଫାଇନାଲ୍‌ରେ କିଟ୍‌ ବିଶ୍ବବିଦ୍ୟାଳୟ ୨-୧ ଗୋଲ୍‌ରେ ଗ୍ବାଲିୟରର ଆଇଟିଏମ୍‌ ବିଶ୍ବବିଦ୍ୟାଳୟକୁ ହରାଇ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଏଥିସହିତ କିଟ୍‌ ଓ ସମ୍ବଲପୁର ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଫାଇନାଲ୍‌ ମ୍ୟାଚ୍‌ ରବିବାର ଖେଳାଯିବ। ଏହି ସଫଳତା ଲାଗି କିଟ୍‌, କିସ୍‌ ଓ କିମ୍ସ ପ୍ରତି‌ଷ୍ଠାତା ପ୍ରଫେସର୍‌ ଅଚ୍ୟୁତ ସାମନ୍ତ ଉଭୟ ଦଳକୁ ଶୁଭକାମନା ଜ୍ଞାପନ କରିଛନ୍ତି।

  • Feb 01, 2026 22:01 IST

    ଅନ୍ତଃଜିଲ୍ଲା ସ୍କୁଲ୍‌ କ୍ରିକେଟ୍‌: କଟକ ବିଜେତା, ଭୁବନେଶ୍ବର ଉପବିଜେତା

    01ktk_4_01022026_3112

    କଟକ: ଓଡ଼ିଶା କ୍ରିକେଟ୍ ସଂଘ(ଓସିଏ) ପକ୍ଷରୁ ରାଜ୍ୟର ବିଭିନ୍ନ ଖେଳପଡ଼ିଆରେ ଚାଲିଥିବା ଓସିଏ ଅନ୍ତଃଜିଲ୍ଲା ସ୍କୁଲ କ୍ରିକେଟ୍‌ ପ୍ରତିଯୋଗିତାରେ କଟକ-ଏ’ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛି। ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ କଟକ-ଏ’ ଦଳ ୫୧ରନ୍‌ରେ ଭୁବନେଶ୍ବର-ବି’ ଦଳକୁ ପରାସ୍ତ କରିଛି। ଫାଇନାଲ ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା କଟକ-ଏ’ ନିର୍ଦ୍ଧାରିତ ୫୦ଓଭରରେ ୮ୱିକେଟ୍‌ ହରାଇ ୧୯୦ରନ୍ ସ୍କୋର କରିଥିଲା। କଟକ-ଏ’ ପକ୍ଷରୁ ପ୍ରିୟାଂଶୁ ସାମଲ ସର୍ବାଧିକ ୬୮ରନ୍‌ (୧୦୬ବଲ) ସ୍କୋର୍‌ କରିଥିବା ବେଳେ ଭୁବନେଶ୍ବର-ବି’ ପକ୍ଷରୁ ଓମ୍‌ ପି ନାୟକ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଭୁବନେଶ୍ବର-ବି’ ଦଳ ୩୯.୪ ଓଭର ଖେଳି ସମସ୍ତ ୱିକେଟ୍‌ ହରାଇ ୧୩୯ରନରେ ସୀମିତ ରହି ଉପବିଜେତା ହୋଇଛି। କଟକ-ଏ’ ପକ୍ଷରୁ ଘାତକ ବୋଲିଂ କରିଥିବା ଶିବାଶିଷ ସିଂହ ୪ଟି ୱିକେଟ୍ ନେଇଥିବା ବେଳେ ସାଥୀ ଖେଳାଳି ଏମ. ଜୟସୁରିଆ ୩ଟି ୱିକେଟ୍ ନେଇଥିଲେ। ଅନୁଗୁଳ ଜିଲ୍ଲା ଏମ୍‌ଶ୍ରୀ ଏସ୍. ସାହୁ ୭ମ୍ୟାଚ୍‌ରୁ ୪୨୭ରନ୍ ସ୍କୋର କରିବା ସହ ୧୯ଟି ୱିକେଟ୍‌ ଅକ୍ତିଆରି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
    ଉଦ୍‌ଯାପନୀ ସମାରୋହରେ ଅତିଥି ଭାବେ ଓସିଏ ସଂପାଦକ ସଞ୍ଜୟ ବେହେରା, ବିସିସିଆଇ ମ୍ୟାଚ୍‌ ରେଫରୀ ସଞ୍ଜୟ ରାଉଳ, ଓଡ଼ିଶା ଅଲିମ୍ପିକ ସଂଘ ସଂପାଦକ ଅଭିଜିତ ପାଲ, ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଓସିଏ କାର୍ଯ୍ୟକର୍ତ୍ତା ଅଞ୍ଜନ କୁମାର ଖୁଣ୍ଟିଆ, ନୃସିଂହ ଚରଣ ଚୌଧୁରୀ, ସୁଶାନ୍ତ ମହାନ୍ତି, ସନ୍ତୋଷ ଦାଶ, ସଂପୂର୍ଣ୍ଣନନ୍ଦ ଦାସ ଯୋଗଦେଇ ଉଭୟ ବିଜେତା କଟକ-ଏ’ ଓ ଉପବିଜେତା ଭୁବନେଶ୍ବର-ବି’ ଦଳକୁ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ।

     

     

  • Feb 01, 2026 21:59 IST

    ନବ ଦାଶ, ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍‌: ବାପୁଜୀ, ରାମେଶ୍ବର ବିଜୟୀ

    01bbs_138_01022026_112

    ଭୁବନେଶ୍ବର: ସ୍ଥାନୀୟ ବିଜେପି କଲେଜ୍‌ ଖେଳ ପଡ଼ିଆରେ ଆରମ୍ଭ ହୋଇଥିବା ନବମ ନବ ଦାଶ ଓ ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ରବିବାର ବାପୁଜୀ କ୍ରିକେଟ୍‌ କ୍ଲବ୍‌ ୧୬ ରନ୍‌ରେ ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌କୁ ପରାସ୍ତ କରିଛି। ବାପୁଜୀ କ୍ରିକେଟ୍‌ କ୍ଲବ୍‌ ୧୯.୩ ଓଭରରେ ୧୫୭ ରନ୍‌ କରିଥିଲା। ଜବାବରେ ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌ ୧୯.୫ ଓଭର‌ରେ ସମସ୍ତ ୱିକେଟ୍‌ ହରାଇ ୧୪୧ ରନ୍‌ କରି ପରାଜିତ ହୋଇଥିଲା। ନମନ ଧ୍ରୁବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ରାମେଶ୍ବର ସ୍ପୋର୍ଟିଂ ୬ ୱିକେଟ୍‌ରେ ପାରାମାଉଣ୍ଟ୍‌ କ୍ଲବ୍‌କୁ ହରାଇ ଦେଇଥିଲା। ପାରାମାଉଣ୍ଟ୍‌ କ୍ଲବ୍‌ ୧୯.୩ ଓଭରରେ ୧୨୯ ରନ୍‌ କରିଥିଲା। ଜବାବରେ ରାମେଶ୍ବର ସ୍ପୋର୍ଟିଂ ୧୫.୧ ଓଭରରେ ୪ ୱିକେଟ୍‌ ହରାଇ ୧୩୦ ରନ୍‌ କରି ବିଜୟୀ ହୋଇଥିଲା। ସୁଭାଶିଷ ମଲ୍ଲିକ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ନିର୍ମଳ କୁମାର ମିଶ୍ର, ଦିଲୀପ କୁମାର ସାମଲ ଓ ସୁଶୀଲ ସୁନ୍ଦରାୟ ଖେଳ ପରିଚାଳନା କରିଥିଲେ।

     

     

     

  • Feb 01, 2026 21:42 IST

    କେନ୍ଦ୍ର ବଜେଟ୍‌ରେ ଜାତୀୟ ଜଳପଥ-୫ ଉପରେ ଗୁରୁତ୍ୱ: ଉଷା ପାଢ଼ୀ 

    ଭୁବନେଶ୍ୱର: କେନ୍ଦ୍ର ବଜେଟ୍‌ରେ ଜାତୀୟ ଜଳପଥ, ବିଶେଷ କରି ଜାତୀୟ ଜଳପଥ-୫ର ବିକାଶ ଉପରେ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ଏହି ଘୋଷଣା ରାଜ୍ୟରେ ଏକ ସ୍ଥାୟୀ, ମିତବ୍ୟୟୀ ଏବଂ ଭବିଷ୍ୟତ-ଉପଯୋଗୀ ଲଜିଷ୍ଟିକ୍ସ ବ୍ୟବସ୍ଥା ଗଠନ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ବୋଲି ସେ ପ୍ରକାଶ କରିଛନ୍ତି।

    ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଓଡ଼ିଶାର ଖଣିଜ ସମ୍ପଦ ଭରା ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରମୁଖ ଶିଳ୍ପ କେନ୍ଦ୍ର ଏବଂ ପାରାଦୀପ ଓ ଧାମରା ଭଳି ରଣନୈତିକ ବନ୍ଦର ସହିତ ସଂଯୋଗ କରୁଥିବା NW-5 ର ବିକାଶ ଦ୍ୱାରା ବହୁ ପରିମାଣର ପଣ୍ୟ ଦ୍ରବ୍ୟ ପରିବହନରେ ସୁବିଧା ହେବ। ଏହାସହ ସଡ଼କ ଓ ରେଳ ଭିତ୍ତିଭୂମି ଉପରେ ପଡ଼ୁଥିବା ଅତିରିକ୍ତ ଚାପ ମଧ୍ୟ ହ୍ରାସ ପାଇବ। “ଜାତୀୟ ଜଳପଥ-୫ର ବିକାଶ ଓଡ଼ିଶାର ‘ବନ୍ଦର-ଭିତ୍ତିକ ଶିଳ୍ପାୟନ’ ଏବଂ ‘ଗ୍ରୀନ୍ ମୋବିଲିଟି’ (ସବୁଜ ପରିବହନ) ଲକ୍ଷ୍ୟ ସହିତ ସମ୍ପୂର୍ଣ୍ଣ ସମାନ। କୋଇଲା, ଖଣିଜ ପଦାର୍ଥ ଏବଂ ଇସ୍ପାତ ପରିବହନ ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ହେଲେ ଲଜିଷ୍ଟିକ୍ସ ଖର୍ଚ୍ଚ କମିବା ସହିତ ଭାରତର ଜଳବାୟୁ ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଏହା ବହୁଳ ସହାୟକ ହେବ,” ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ କହିଛନ୍ତି।

  • Feb 01, 2026 21:40 IST

    କ୍ରୀଡ଼ା ସଂଗଠକ ସୁନୀଲଙ୍କ ଦେହାନ୍ତ

    1BREAKING NEWS  Sunday

    ଭୁବନେଶ୍ବର: ବିଶିଷ୍ଟ କ୍ରୀଡ଼ା ସଂଗଠକ ସୁନୀଲ ପଟ୍ଟନାୟକଙ୍କର ରବିବାର ଭୁବନେଶ୍ବର ଲକ୍ଷ୍ମୀସାଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୫୮ ବର୍ଷ ହୋଇଥିଲା। ଦୀର୍ଘ ୩ ବର୍ଷ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଭୁବନେଶ୍ବର କ୍ୟାରମ୍‌ ସଂଘର ସଭାପତି ସହିତ ବିଭିନ୍ନ କ୍ଲବ୍ ସହ ଜଡ଼ିତ ଥିଲେ। କ୍ୟାରମ୍‌ର ଜଣେ ବୈଷୟିକ ଅଧିକାରୀଭାବେ ମଧ୍ୟ ‌ଏହି ‌ଖେଳ ପ୍ରତି ସମର୍ପିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, କନ୍ୟା, ୩ ଭାଇ ଓ ପିତାଙ୍କ ସହ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

  • Feb 01, 2026 21:08 IST

    ପାକିସ୍ତାନକୁ ହରାଇଲା ଭାରତ

    अंडर-19 वर्ल्ड कप में आज भारत-पाकिस्तान के बीच मुकाबला है. (Photo: Getty)

    • ୧୯ବର୍ଷରୁ କମ୍‌ ବିଶ୍ବକପ୍‌ କ୍ରିକେଟ୍‌ରେ ଚମକିଲା ଭାରତ
    • ପାକିସ୍ତାନକୁ ପରାସ୍ତ କଲେ ଯୁବ ଭାରତୀୟ ଟିମ୍‌
    • ବୁଲାବାଓରେ ଭାରତର ଦମଦାର ବିଜୟ
    • ପାକିସ୍ତାନକୁ ୫୮ ରନ୍‌ରେ ପରାସ୍ତ କଲା ଭାରତ
    • ଭାରତର ସ୍କୋର ୨୫୨/୧୦
    • ପାକିସ୍ତାନର ସ୍କୋର ୧୯୪/୧୦ 

  • Feb 01, 2026 21:04 IST

    ଏହା ଏକ ସମ୍ପୂର୍ଣ୍ଣ ଜନବିରୋଧୀ ବଜେଟ୍: ସିପିଆଇ

    ଭୁବନେଶ୍ୱର: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ପ୍ରସ୍ତୁତ ନବମ କେନ୍ଦ୍ରୀୟ ବଜେଟ୍ ମୋଦୀ ସରକାରଙ୍କର କିଛି ବୃହତ୍ କର୍ପୋରେଟ ସଂସ୍ଥା ଏବଂ ଅତି ଧନୀକବର୍ଗଙ୍କ ସ୍ୱାର୍ଥକୁ ପ୍ରୋତ୍ସାହନ ଦେବାର ସ୍ପଷ୍ଟ ପ୍ରମାଣ। ଏହା ଶ୍ରମିକ ଓ ସାମାଜିକ- ଅର୍ଥନୈତିକ ଭାବେ ପୀଡ଼ିତ ବର୍ଗ ସମେତ ଦେଶର ବୃହତ୍ତର ଅର୍ଥନୈତିକ ସ୍ୱାର୍ଥକୁ କ୍ଷତି ପହଞ୍ଚାଇଛି। ସରକାର ଦାବି କରୁଥିବା ‘ଆର୍ଥିକ ଅନୁଶାସନ’ ବାସ୍ତବ ରେ କର୍ପୋରେଟ୍ ଓ ଧନୀମାନଙ୍କୁ ବଡ଼ କର/ ଟିକସ ରିହାତି ଦେବାର ଅନ୍ୟତମ ଯୋଜନା। ଏଥିପାଇଁ ଶ୍ରମିକ ଓ ସାଧାରଣ ଲୋକଙ୍କ ପାଇଁ ଆବଶ୍ୟକ ବ୍ୟୟକୁ ବାରମ୍ବାର କମାଇ ଦିଆଯାଉଛି। ଚଳିତ ବର୍ଷ (୨୦୨୫-୨୬)ରେ କର/ ଟିକସ ରାଜସ୍ୱ ବହୁତ କମ୍ ହୋଇଛି। ଆୟକର ଓ ଜିଏସ୍ଟି ରାଜସ୍ୱ କମିଥିବା ସତ୍ତ୍ୱେ ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢ଼ାଇ କିଛି ପୂରଣ କରାଯାଇଛି। କିନ୍ତୁ ଅର୍ଥମନ୍ତ୍ରୀ ଏହି ରାଜସ୍ୱ ସଙ୍କଟକୁ ଉପେକ୍ଷା କରିଛନ୍ତି ଏବଂ ନୂଆ କର/ ଟିକସ ପ୍ରସ୍ତାବର ରାଜସ୍ୱ ପ୍ରଭାବ ଉଲ୍ଲେଖ କରିନାହାନ୍ତି। ୨୦୨୬-୨୭ ପାଇଁ ଆଶାକରାଯାଉଥିବା ରାଜସ୍ୱ ୨୦୨୫-୨୬ ବଜେଟ୍ ଅନୁମାନ ପରି ପ୍ରାୟ ସମାନ ରହିଛି। ଏହା ଦେଶର ଆୟର ଅଂଶ ଭାବେ ରାଜସ୍ୱରେ ବଡ଼ ହ୍ରାସ ଦେଖାଉଛି । ଆର୍ଥିକ ନୀୟନ୍ତ୍ କମାଇବା ପାଇଁ ସରକାର ବ୍ୟୟ ବହୁତ କମାଇଛନ୍ତି। ଏହା ମୁଖ୍ୟତଃ କୃଷକ ଓ ଶ୍ରମିକଙ୍କ ଉପରେ ଆକ୍ରମଣ ବୋଲି ସିପିଆଇ (ମାର୍କ୍ସବାଦୀ) ଓଡ଼ିଶା ରାଜ୍ୟ କମିଟିର ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି। 

  • Feb 01, 2026 21:01 IST

    ବଜେଟ୍‌ ବିକଶିତ ଭାରତର ରୋଡମ୍ୟାପ: ମନମୋହନ

    Manmohan Samal

    ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣଙ୍କ ଦ୍ୱାରା ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ ଆଗତ କେନ୍ଦ୍ର ବଜେଟ୍‌ରେ ଚାଷୀ, ମହିଳା, ଯୁବବର୍ଗ, ବେତନଭୋଗୀ, ମଧ୍ୟବିତ, ବ୍ୟବସାୟ, ଏମ୍‌ଏସ୍‌ଏମ୍‌ଇ, ସ୍ୱାସ୍ଥ୍ୟ ସେବା, ନିଯୁକ୍ତି, ଶିକ୍ଷା, ପ୍ରତିରକ୍ଷା ପରି ସବୁ କ୍ଷେତ୍ରକୁ ଗୁରୁ୍‌ତ୍ୱ ଦିଆଯାଇଛି। ଦେଶର ପ୍ରତ୍ୟେକ କୋଣରେ ବିକାଶର ନୂତନ ଆଶାର କିରଣ ଉଜ୍ଜୀବିତ କରିଛି। ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତମ୍ ଅର୍ଥନୀତି ପାଲଟିଥିବାବେଳେ ତୃତୀୟ ବୃହତମ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ପାଇଁ ଏହି ବଜେଟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ, ନୂତନ ଯୋଜନାକୁ ମଂଜୁରି ମିଳିଛି। ବଜେଟରେ ଆର‌୍ୟୁବେଦଠାରୁ ଆରମ୍ଭ କରି ଏଆଇ ଟେକ୍ନୋଲୋଜିକୁ ଗୁରୁୁତ୍ୱ ଦିଆଯାଇଛି। ଗତ ୧୨ ବର୍ଷ ମଧ୍ୟରେ ମାନନୀୟ ମୋଦିଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁ ସାରା ବିଶ୍ୱରେ ଅସ୍ଥିରତା ଥିଲାବେଳେ ଭାରତର ଅଭିବୃଦ୍ଧି ବଢ଼ିଚାଲିଛି। ୨୦୪୭ ବିକଶିତ ଭାରତ ଗଠନ କରିବା ପାଇଁ ଏହା ଏକ ଶ୍ରେଷ୍ଠ ରୋଡମ୍ୟାପ ହେବା ସହିତ ସବୁବର୍ଗର ଆଶା ପୂରଣ କରିପାରିବାରେ ସକ୍ଷମ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। 

     

  • Feb 01, 2026 20:59 IST

    ସାର୍ବଜନୀନ ଶିକ୍ଷାକୁ ସମାପ୍ତ କରିବା ପାଇଁ ଉଦ୍ଦିଷ୍ଟ ବଜେଟ୍: ସଙ୍ଘମିତ୍ରା

    ଭୁବନେଶ୍ବର: ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା କହିଛନ୍ତି, ଅଖିଳ ଭାରତ ଛାତ୍ର ସଙ୍ଘ ଓଡ଼ିଶା ରାଜ୍ୟ ପରିଷଦ ବିଜେପି ନେତୃତ୍ୱଧୀନ କେନ୍ଦ୍ର ସରକାର ଦ୍ୱାରା ପ୍ରସ୍ତୁତ ୨୦୨୬–୨୭ ମସିହାର ଛାତ୍ର ବିରୋଧୀ କେନ୍ଦ୍ର ବଜେଟ୍‌କୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରୁଛି। ବଜେଟ୍‌ର ସୂକ୍ଷ୍ମ ପରୀକ୍ଷାରୁ ସ୍ପଷ୍ଟ ହେଉଛି ଯେ, ପୂର୍ବ ଭଳି ଶିକ୍ଷା କ୍ଷେତ୍ରରେ ଲଗାତାର ପର୍ଯ୍ୟାପ୍ତ ଅର୍ଥ ବିନିଯୋଗର ଅଭାବ, ଭୁଲ୍ ପ୍ରାଥମିକତା ଏବଂ ଆର୍ଥିକ ଅବହେଳା ବଜାୟ ରହିଛି। ନାମମାତ୍ର ବିନିଯୋଗ ବୃଦ୍ଧି ସତ୍ତ୍ୱେ, ଏହି ବଜେଟ୍ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଉପସ୍ଥାପିତ ପ୍ରକୃତ ଆବଶ୍ୟକତା ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ। ଏଥିରେ ଉଚ୍ଚଶିକ୍ଷା ପାଇଁ ୫୫,୭୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି, ଯାହା ମନ୍ତ୍ରଣାଳୟର ଆନୁମାନିକ ଆବଶ୍ୟକତା ୭୮,୪୯୬.୨୨ କୋଟି ଟଙ୍କାଠାରୁ ବହୁତ କମ୍। ଅତ୍ୟନ୍ତ ଚିନ୍ତାଜନକ ଭାବେ, ୨୦୨୩–୨୪ ମସିହାରେ ବ୍ୟୟ ହୋଇଥିବା ୫୫,୩୯୨.୬୮ କୋଟି ଟଙ୍କା ସହ ତୁଳନା କଲେ ଏହି ବିନ୍ୟୋଗ ପ୍ରାୟ ଅଚଳ ରହିଛି, ଯାହା ସରକାରୀ ଦାବିର ଫମ୍ପା ପଣକୁ ପ୍ରମାଣିତ କରୁଛି। 

  • Feb 01, 2026 20:56 IST

    ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

     

    Dead
    Photograph: (sambad.in)

    କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସାପୁଆପଦା ରାସ୍ତାରେ ଆଜି ଏକ ଶୋଚନୀୟ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ଜଣକ ସୁକିନ୍ଦା ମୁଖିସାହିର ବାସିନ୍ଦା ଭଗବାନ ମୁଖିଙ୍କ ପୁଅ ଦିପୁ(୨୭)। ଆଜି ଦିପୁ ନିଜ ବାଇକ୍‌ରେ ସାପୁଆପଦାରୁ ଘର ଫେରୁଥିବା ବେଳେ ଏକ ଦ୍ରୁତଗାମୀ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦିପୁଙ୍କର ସେଠାରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁକିନ୍ଦା ପୁଲିସ ଡାକ୍ତରଖାନାରେ ମୃତଦେହ ଜବତକରି ଏକ କେସ୍ ନମ୍ବର ୨୦/୨୬ ରୁଜୁକରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଚିହ୍ନଟ ପାଇଁ ପୋଲିସ ତଦନ୍ତ ଜୋରଦାର କରିଛି।

     

  • Feb 01, 2026 20:55 IST

    କୃଷକଙ୍କ ଆୟ ବୃଦ୍ଧି ପାଇଁ ଯଥେଷ୍ଟ ଦୃଷ୍ଟି ଦିଆ ଯାଇ ନାହିଁ: ନଟବର ଖୁଣ୍ଟିଆ 

    ଭୁବନେଶ୍ବର: ସ୍ତମ୍ଭକାର ନଟବର ଖୁଣ୍ଟିଆ କହିଛନ୍ତି, କେନ୍ଦ୍ର ବଜେଟ୍ -୨୦୨୬ରେ ଅଣଉତ୍ପାଦନ ମୂଳକ ମାଗଣା ବଣ୍ଟନ ବ୍ୟବସ୍ଥା ନଥିବା ସ୍ବାଗତ ଯୋଗ୍ୟ ହେବା ସାଙ୍ଗକୁ ଆମେ ବିଶ୍ୱର ତୃତୀୟ ଅର୍ଥନୀତି ହେବା ଜଳ ଜଳ ବଜେଟ୍ ପ୍ରସ୍ତାବରୁ  ଦେଖା ଯାଉଛି। କିନ୍ତୁ ଆମ ଦେଶର ୫୦ ଭାଗ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି। ସରକାରଙ୍କ ହିସାବ ଅନୁଯାୟୀ ସାରା ଦେଶରେ ଗୋଟିଏ କୃଷକ ପରିବାରର ମାସିକ ଆୟ ମାତ୍ର ହାରାହାରି ୧୦ ହଜାର ଟଙ୍କା ଆଉ ଆମ ଓଡ଼ିଶାରେ ତାହା ୫,୧୧୨ ଟଙ୍କା। ଏହା ହାରାହାରି ମୁଣ୍ଡ ପିଛା ଆୟ ଯଥାକ୍ରମେ ୧୬,୬୩୨ ଓ ୧୩,୭୩୨ଟଙ୍କା।ଦେଶର ହାରାହାରି ମୁଣ୍ଡପିଛା ଆୟ ହେଉଛି ୨ ଲକ୍ଷ ୫ ଏବଂ  ଓଡ଼ିଶାରରେ  ୧ଲକ୍ଷ ୮୩ ହଜାର ଟଙ୍କା। ଏହି ବୈଷମ୍ୟ ଦୂରକୁ କରିବାକୁ ବଜେଟ୍ ରୁ କିଛି ସୂଚନା ମିଳିଲା ନାହିଁ। ଯଦିଓ ଓଡ଼ିଶାରେ ଜଳପଥର ବିକାଶ ଏବଂ ବିରଳ ମୃତ୍ତିକା କରିଡର୍ ପ୍ରସ୍ତାବ ସ୍ବାଗତଯୋଗ୍ୟ କିନ୍ତୁ ଏହା ଚାଷୀର ଆୟର ଯେଉଁ ବୈଷମ୍ୟ ଅଛି ତାକୁ ହ୍ରାସର  ଏକ ବିକଳ୍ପ ନୁହେଁ।।ଦେଖାଯାଉ  ଓଡ଼ିଶା ସରକାର ତାଙ୍କ ବଜେଟରେ ଏହି ଅଭାବକୁ କେତେ ପୂରଣ କରି ପାରିବେ। 

  • Feb 01, 2026 20:53 IST

    ବଜେଟ୍‌ରେ ମଧ୍ୟବିତ୍ତ ପରିବାର ପାଇଁ ବିଶେଷ କିଛି ନାହିଁ: ପ୍ରଫୁଲ୍ଲ ଘଡ଼େଇ

    ଯାଜପୁର: ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି, କେନ୍ଦ୍ର ସରକାରଙ୍କ ବଜେଟ୍‌ରେ ମଧ୍ୟବିତ୍ତ ପରିବାର ତଥା ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ବିଶେଷ କିଛି ନାହିଁ। ଏହାଛଡ଼ା ଆଗାମୀ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ସ୍ବପ୍ନ କଥା ଯେଉଁ କୁହାଯାଇଛି, ସେଥିପାଇଁ ବଜେଟ୍‌ରେ ଯେପରି ଆର୍ଥିକ ଅଭିବୃଦ୍ଧି ହାର ରହିବା ଦରକାର ତାହା ଆଦୌ ପରିଲକ୍ଷିତ ହେଉନାହିଁ। ଯାହା ଆଶା କରାଯାଉଥିଲା ଏହି ବଜେଟ୍‌ରେ ସେପରି ପ୍ରତିଫଳନ ହେଲାନାହିଁ। ସେହିପରି ଓଡ଼ିଶା କଥା ଯଦି ଦେଖିବା, ଦୀର୍ଘଦିନ ଧରି ଆମେ ଯେଉଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଥିଲୁ ତାହା ତ ଗ୍ରହଣ କରୁନାହାନ୍ତି। ଅତିକମ୍‌ରେ ଫୋକସ୍‌ଡ ଷ୍ଟେଟ୍‌ ହିସାବରେ କିଛି ସ୍ପେଶାଲ ପ୍ରାକେଜ୍‌ ଘୋଷଣା ମଧ୍ୟ କରାଗଲା ନାହିଁ। ରୟାଲ୍‌ଟି ମଧ୍ୟ ବୃଦ୍ଧି କରାଯିବାର କୌଣସି ପ୍ରସ୍ତାବ ନାହିଁ। ପାନୀୟଜଳ ସାରା ରାଜ୍ୟରେ ଅଧପନ୍ତରିଆ ରହିଥିବା ବେଳେ ତା ପାଇଁ କିଛି ରହିଲା ନାହିଁ। ଏହାବ୍ୟତୀତ ଓଡ଼ିଶା, ଆନ୍ଧପ୍ରଦେଶ ଓ କର୍ଣ୍ଣାଟକକୁ ମିଶାଇ ବିରଳ ଖଣିଜ ପରିବହନ ନିମନ୍ତେ ଯେଉଁ ଖରିଡର କରିବାକୁ କୁହାଯାଇଛି, ସେଥିରେ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାର ରାସ୍ତାଘାଟ, ନିଯୁକ୍ତି ଆଜି ସାମୟିକ ବିକାଶ ହୋଇପାରେ। କିନ୍ତୁ ଅବଶେଷରେ ଓଡ଼ିଶାର ବିରଳ ଖଣିଜ ସବୁ ବାହାର ରାଜ୍ୟ ବୋହିନେବେ। ଓଡ଼ିଶା ସବୁଠାରୁ ଦରିଦ୍ରତମ ରାଜ୍ୟ ଭାବେ ପରିଗଣିତ ହେବ। 

  • Feb 01, 2026 20:28 IST

    ଭାରତ ବିପକ୍ଷରେ ମ୍ୟାଚ୍‌ ଖେଳିବନି ପାକିସ୍ତାନ

    • ଭାରତ ବିପକ୍ଷରେ ଟି୨୦ ବିଶ୍ବକପ୍‌ ଖେଳିବନି ପାକିସ୍ତାନ
    • ଶ୍ରୀଲଙ୍କାର କଲମ୍ବୋରେ ଖେଳାଯାଇଥାନ୍ତା ମ୍ୟାଚ୍‌
    • ପିସିବି ବୈଠକ ପରେ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି

    1BREAKING NEWS Thursday

  • Feb 01, 2026 20:26 IST

    କୃଷକଙ୍କ ଆୟ ବୃଦ୍ଧି ପାଇଁ ଯଥେଷ୍ଟ ଦୃଷ୍ଟି ଦିଆ ଯାଇ ନାହିଁ 

    ଭୁବନେଶ୍ବର: କେନ୍ଦ୍ର ବଜେଟ୍ -୨୦୨୬ରେ ଅଣଉତ୍ପାଦନ ମୂଳକ ମାଗଣା ବଣ୍ଟନ ବ୍ୟବସ୍ଥା ନଥିବା ସ୍ବାଗତ ଯୋଗ୍ୟ ହେବା ସାଙ୍ଗକୁ ଆମେ ବିଶ୍ୱର ତୃତୀୟ ଅର୍ଥନୀତି ହେବା ଜଳ ଜଳ ବଜେଟ୍ ପ୍ରସ୍ତାବରୁ ଦେଖା ଯାଉଛି। କିନ୍ତୁ ଆମ ଦେଶର ୫୦ ଭାଗ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି। ସରକାରଙ୍କ ହିସାବ ଅନୁଯାୟୀ ସାରା ଦେଶରେ ଗୋଟିଏ କୃଷକ ପରିବାରର ମାସିକ ଆୟ ମାତ୍ର ହାରାହାରି ୧୦ ହଜାର ଟଙ୍କା ଆଉ ଆମ ଓଡ଼ିଶାରେ ତାହା ୫,୧୧୨ ଟଙ୍କା।ଏହା ହାରାହାରି ମୁଣ୍ଡ ପିଛା ଆୟ ଯଥାକ୍ରମେ ୧୬,୬୩୨ ଓ ୧୩,୭୩୨ଟଙ୍କା। ଦେଶର ହାରାହାରି ମୁଣ୍ଡପିଛା ଆୟ ହେଉଛି ୨ ଲକ୍ଷ ୫ ଏବଂ  ଓଡ଼ିଶାରରେ  ୧ଲକ୍ଷ ୮୩ ହଜାର ଟଙ୍କା। ଏହି ବୈଷମ୍ୟ ଦୂରକୁ କରିବାକୁ ବଜେଟ୍‌ରୁ କିଛି ସୂଚନା ମିଳିଲା ନାହିଁ। ଯଦିଓ ଓଡ଼ିଶାରେ ଜଳପଥର ବିକାଶ ଏବଂ ବିରଳ ମୃତ୍ତିକା କରିଡର୍ ପ୍ରସ୍ତାବ ସ୍ବାଗତଯୋଗ୍ୟ କିନ୍ତୁ ଏହା ଚାଷୀର ଆୟର ଯେଉଁ ବୈଷମ୍ୟ ଅଛି ତାକୁ ହ୍ରାସର  ଏକ ବିକଳ୍ପ ନୁହେଁ।।ଦେଖାଯାଉ  ଓଡ଼ିଶା ସରକାର ତାଙ୍କ ବଜେଟରେ ଏହି ଅଭାବକୁ କେତେ ପୂରଣ କରି ପାରିବେ।

  • Feb 01, 2026 20:11 IST

    ପୋଖରିରେ ବୁଡ଼ିଗଲେ ଭାଇ-ଭଉଣୀ

    ଯାଜପୁରଟାଉନ: ଯାଜପୁରବ୍ଲକ ଅଧିନ ସଦର ଥାନା ଅଂଚଳ ଭୁବନେଶ୍ୱରପୁର ପଞ୍ଚାୟତ ସମସରପୁର ଗାଁରେ ଭାଇ ଭଉଣୀ ଦୁଇଜଣ ପୋଖରିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି। ଏହି ଭାଇ ଭଉଣୀ ଦୁଇଜଣ ହେଉଛନ୍ତି ସମସରପୁର ଗ୍ରାମର ଚନ୍ଦ୍ରଶେଖର ଗୁରୁଙ୍କର ପୁଅ ଶଙ୍କର ଗୁରୁ (୧୨)ଓ ଝିଅ ପାର୍ବତୀ ଗୁରୁ(୧୫)। ତେବେ ସୂଚନାରୁ ପ୍ରକାଶ ଏହି ଭାଇ ଭଉଣୀ ଦୁଇଜଣ ପଂଚାୟତର ସମସରପୁର ଗ୍ରାମ ଦାଣ୍ଡରେ ଖେଳିବାକୁ ଯାଇଥିଲେ। ହେଲେ ସାନଭାଇ ଶଙ୍କର ଖେଳୁଥିବା ସମୟରେ ପାଖରେ ଥିବା ପୋଖରିକୁ ଯାଇ ପୋଖରୀରେ ବୁଡିଯାଉଥିବା ଦେଖି ବଡ଼ ଭଉଣୀ ପାର୍ବତୀ ଭାଇକୁ ଉଦ୍ଧାର ବଞ୍ଚେଇବାକୁ ଯାଇ ଉଭୟେ ଗାଁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି।

     

    Dead
     Photograph: (sambad.in)

     

    ତେବେ ବହୁ ସମୟ ଧରି ଏହି ଭାଇ ଭଉଣୀ ଦୁଇଜଣ ଘରକୁ ନଫେରିବ‌ାରୁ ପରିବାର ଲୋକମାନେ ଖୋଜାଖୋଜି କରିଥିଲେ। ହେଲେ ଉଭୟ ପୁଅ ଓ ଝିଅ ଦୁଇଜଣ ହଜିଯାଇଥିବା ସନ୍ଦେହରେ ଗ୍ରାମବାସୀ ଓ ପରିବାର ଖୋଜାଖୋଜି କରିବା ପରେ ପୋଖରୀରେ ଚପଲ ଭାସୁଥିବା ଦେଖିଥିଲେ। ବୁଡ଼ିଯିବାର ଦୁଇ ଘଣ୍ଟା ପରେ ପୋଖରୀରେ ଖୋଜାଖୋଜି କରି ଉଭୟଙ୍କୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କୁ ସଂଗେ ସଂଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣଯାଇ ଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

  • Feb 01, 2026 19:49 IST

    ଧରାପଡିଲା କିଲର ଡ୍ରାଇଭର

    ଗଂଜାମ ଜିଲ୍ଲା ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜ୍ ନିକଟରେ ଗତକାଲି ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣକ ମୃତ୍ୟୁ ଘଟଣାରେ ଟ୍ରକ ଡ୍ରାଇଭରକୁ ଗିରଫ କଲା ବ୍ରହ୍ମପୁର ଟ୍ରାଫିକ ଥାନା ପୋଲିସ l ଗିରଫ ଅଭିଯୁକ୍ତ ଜଣକ ହେଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆପଲ୍ଲୀ ଗ୍ରାମର ପ୍ରଦୀପ ଯାନୀ । ପ୍ରଦୀପ ନାଁରେ ପୂର୍ବରୁ କବିସୂର୍ଯ୍ୟନଗର ଥାନାରେ ହତ୍ୟା ଉଦ୍ୟମ, ନିମଖଣ୍ଡି ଥାନାରେ ଦୁଷ୍କର୍ମ ମାମଲା ଓ ଦିଗପହଣ୍ଡି ଥାନାରେ ବେପରୁଆ ଗାଡିଚାଳନା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମାମଲା ରହିଛି ।

  • Feb 01, 2026 19:40 IST

    ଝାଡ଼ଖଣ୍ଡ: ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତି ଓ ପୁଅଙ୍କୁ ହତ୍ୟା, ଝିଅ ଆହତ

    ରାଞ୍ଚି: ଶନିବାର ଝାଡ଼ଖଣ୍ଡର ପାଲାମୁରେ ଗୁଣିଗାରେଡ଼ି ସନ୍ଦେହରେ ଏକ ଦମ୍ପତି ଓ ସେମାନଙ୍କର ୧୮ ବର୍ଷର ପୁଅକୁ ଅଜ୍ଞାତ ଆକ୍ରମଣକାରୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଆକ୍ରମଣରେ ଦମ୍ପତିଙ୍କ ନାବାଳିକା ଝିଅ ଗୁରୁତର ଆହତ ହେବା ପରେ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସର କହିବା ଅନୁସାରେ, ରବିବାର ପାଙ୍କି ଥାନା ଅଧୀନରେ ଥିବା ଘରୁ ଦମ୍ପତି ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକମାନେ ହେଲେ ବିଜୟ ଭୂୟାଁ (୪୫), ତାଙ୍କ ପତ୍ନୀ କାଲିଆ ଦେବୀ (୪୦) ଓ ପୁଅ ଛୋଟୁ ଭୂୟାଁ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଦିନିରାଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି। ଲେସଲିଗଞ୍ଜର ସବ୍-ଡିଭିଜନାଲ୍ ପୁଲିସ୍ ଅଫିସର (ଏସ୍‌ଡିପିଓ) ମନୋଜ କୁମାର ଝା କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ମାମଲା ଗୁଣିଗାରେଡ଼ି ସନ୍ଦେହ ସହ ଜଡିତ। ଦୋଷୀଙ୍କୁ ଧରିବା ପାଇଁ ଖୋଜାଖୋଜି ଚାଲିଛି ବୋଲି ଝା କହିଛନ୍ତି।

     

  • Feb 01, 2026 19:01 IST

    ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

    ନବରଙ୍ଗପୁର:: ଆତ୍ମରକ୍ଷା କୌଶଳର ଗୁରୁତ୍ୱ ଓ ନାରୀ ସଶକ୍ତୀକରଣକୁ ଲକ୍ଷ୍ୟ କରି ଆୟୋଜିତ ଆତ୍ମରକ୍ଷା ତାଲିମ୍ ଶିବିରର ଉଦଯାପନୀ କାର୍ଯ୍ୟକ୍ରମ ସଫଳତାର ସହିତ ସରକାରୀ ସ୍ନାତକ ଆଦର୍ଶ ମହାବିଦ୍ୟାଳୟ ଓ ମହିଳା ସ୍ନାତକ  ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶରେ  ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରି ଆତ୍ମରକ୍ଷା ସମ୍ପର୍କୀୟ ପ୍ରାୟୋଗିକ କୌଶଳର ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ସରକାରୀ ସ୍ନାତକ ଆଦର୍ଶ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନୋଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡିଏସପି ସରୋଜ ପୁନମ୍ କି‌ସପଟ୍ଟା, ସମ୍ମାନୀତ ଅତିଥି ଭାବେ ସିଡିପିଓ ମୀନତୀ ନାୟକ, ସମ୍ବାଦର ଜିଲ୍ଲାପ୍ରତିନିଧି ସୁରେଶ ନାଇଡୁ ପ୍ରମୁଖ ଯୋଗ ଦେଇ ଛାତ୍ରୀମାନେ କିଭଳି ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ନିଜ ଅଭିଞତାକୁ ବାଣ୍ଟିବାକୁ କହିଥିଲେ।

    ngp-selfcouncil (1)

    ବାଲ୍ୟବିବାହ ରୋକିବା ଦିଗ‌ରେ ପ୍ରମୁଖ ଭୂମିକା ଗ୍ରହଣ କରିବା, ସାଇବର ଅପରାଧ ଆଦି ସମ୍ପର୍କରେ ସଚେତନତା ସୃଷ୍ଟ କରିଥିଲେ। ଆସିଷ୍ଟାଣ୍ଟ ପ୍ରୋଫେସର ଡ.ନୀଳକଣ୍ଟ ତ୍ରିପାଠୀ, ଡ.ପୁଷ୍ପାଂଜଳି ମହାରାଣା, ଡ.ଅମୃତଜ୍ୟୋତି ମହାନ୍ତି, ଜି.ଜୟପ୍ରକାଶ, ପଲ୍ଲବୀ ସାହୁ, ବିକ୍ରମ ଭକ୍ତ, ଅଭିରାମ, ମାଷ୍ଟର ଟ୍ରେନର ସଙ୍ଗୀତା ରାଉତ, ଅନିତା ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ସହକାରୀ ପ୍ରଫେସର ଦୁଲ୍ଲାରୀ କିସ୍କୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଅଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ୨ଟି ପର୍ଯ୍ୟାୟରେ ୨୨୪ଜଣ ତାଲିମ ନେଇଥିବା ସୂଚନା ଦେଇଥିଲେ। ସେହିପରି ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ମାଲେଶ୍ୱରୀ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜୟପୁରର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଗୋପାଳ ହାଲଦାର , ସମ୍ମାନିତ ଅତିଥି ଭାବେ ଅତିରିକ୍ତ ନିର୍ଦ୍ଦେଶକ ଡ.ମହେନ୍ଦ୍ର କୁମାର ଭୋଇ ଉପସ୍ଥିତ ରହି ନିଜ ଉଦବୋଧନରେ ଯୁବପିଢ଼ିଙ୍କ ପାଇଁ ଏହି ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶିବିରର ମାଷ୍ଟର ଟ୍ରେନର ଭାବେ ରଇଲା ଭତ୍ରା ଓ ରାଜେଶ୍ୱରୀ ନାୟକ ଯୋଗ ଦେଇଥିଲେ। ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରରକୁ ସଂଯୋଜିକା ଡ. ସଂଯୁକ୍ତା ପଣ୍ଡା ପରିଚାଳନା କରିଥିଲେ।

  • Feb 01, 2026 18:16 IST

    ଅଜଣା ବାଇକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

    ଝରିଗାଁ: ଆଜି ଅପରାହ୍ନରେ ଅଜଣା ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଝରିଗାଁ ଥାନା କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ କଲେଗାଁ ଗ୍ରାମର ଜଗନ୍ନାଥ ମାଝୀ (୬୨)।  ଜଗନ୍ନାଥ ମାଝୀ ଅପରାହ୍ନରେ ଖାଇସାରିବା ପରେ ନିଜର ଗାଇ ଖଯିବା ପାଇଁ ବାହାରିଥିଲେ। ନୂତନ ନିର୍ମାଣଧିନ କୋର୍ଟ ନିକଟରେ ସାଇକଲ ରଖି ଗାଇ ଖଯିବା ପାଇଁ ରାସ୍ତା ପାର ହେବା ସମୟରେ ହଠାତ ଏକ ବାଇକ ଧକ୍କା ଦେଇଥିଲା। ବାଇକ୍ ଧକ୍କା ପରେ ବୃଦ୍ଧ ଜଣକ ଛିଟିକି ପଡ଼ି ରାସ୍ତାରେ କଚାଡି ହୋଇ ପଡ଼ିଥିଲେ। ଦୁର୍ଘଟଣା ଦେଖି ଆମ୍ବୁଲାନ୍ସ ଯୋଗେ କିଛି ଲୋକ ଗୁରୁତର ଅବସ୍ଥାରେ ଜଗନ୍ନାଥଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

    Dead
     Photograph: (sambad.in)

     

    ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜଗନ୍ନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ। ଆଜି ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ନେଇ ପରିବାର ଲୋକ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ପରେ ଝରିଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।ମୃତ ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

  • Feb 01, 2026 18:06 IST

    ରାସ୍ତାକଡ଼ରେ ଝୁଲନ୍ତା ମୃତଦେହ 

    • ରାସ୍ତାକଡ଼ରୁ ଝୁଲନ୍ତା ମୃତଦେହ ଉଦ୍ଧାର
    • ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ମୃତଦେହ ଉଦ୍ଧାର 
    • ଗଙ୍ଗାସାଗର ଓ ଗଏଲପିଟା ରାସ୍ତାରେ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର 
    • ମୃତ ଯୁବକ ହେଲେ ଗଙ୍ଗାସାଗର ଗ୍ରାମର ରାହୁଲ ଧରୁଆ
    • ବଲାଙ୍ଗୀର ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଜାରି  

    patnagarh

  • Feb 01, 2026 17:57 IST

    ପୋଖରୀରେ ବୁଡ଼ିଗଲେ ଭାଇଭଉଣୀ

    • ପୋଖରୀରେ ବୁଡ଼ିଗଲେ ଭାଇଭଉଣୀ
    • ଯାଜପୁର ଜିଲ୍ଲା ଭୁବନେଶ୍ବର ପଞ୍ଚାୟତ ସମସରପୁର ଗ୍ରାମରେ ଅଘଟଣ

    1BREAKING NEWS Friday

  • Feb 01, 2026 17:46 IST

    ଏହି ବଜେଟ୍‌ ନେଇ ମୁଁ ମୋର ନିରାଶା ପ୍ରକାଶ କରୁଛି: ନବୀନ

    Naveen Pattnaik
    Naveen Pattnaik Photograph: (Sambad )

    ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ ବିଜେଟ୍‌-୨୦୨୬ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ବିଜୁ ଜନତା ଦଳ (ବିଜେଡି) ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ବଜେଟ୍‌ ନେଇ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟରେ ଓଡ଼ିଶା ଏବଂ ରାଜ୍ୟର ଜନସାଧାରଣଙ୍କୁ କୌଣସି ଉଲ୍ଲେଖନୀୟ ଲାଭ ମିଳିନାହିଁ। ଓଡ଼ିଶାବାସୀଙ୍କ ଆଶା ଥିଲା ଯେ ଡବଲ ଇଞ୍ଜିନ୍ ସରକାର ଭିତ୍ତିଭୂମି, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟ ପାଇଁ ଅତିରିକ୍ତ ଆବଣ୍ଟନ ଉପରେ ଧ୍ୟାନ ଦେଇ ଅଭିବୃଦ୍ଧି ଗତି ପ୍ରଦାନ କରିବ। କିନ୍ତୁ ଏଥିରୁ ରାଜ୍ୟବାସୀଙ୍କୁ ବହୁତ କମ୍ ମିଳିଛି।

  • Feb 01, 2026 17:34 IST

    ବିଶ୍ରାରେ ପୁଲିସର ଚଢ଼ଉ

    ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଥାନା ଅଧୀନସ୍ଥ ଗୁଡ଼ଗୁଡ଼ଜୋର ଅଞ୍ଚଳରେ ଆଜି ଅପରାହ୍ନ ପ୍ରାୟ ତିନିଟା ବେଳେ ବିଶ୍ରା ପୁଲିସ ଏକ ବଡ଼ ଅଭିଯାନ ଚାଲାଇ ବ୍ୟାପକ ଭାବରେ ଚଢ଼ଉ ଜାରି ରଖିଛି। ଏହି କାର୍ଯ୍ୟାନୁଷ୍ଠାନ ବେଆଇନ ଗାଇ କାରୋବାର ଏବଂ ବେଆଇନ ଅସ୍ତ୍ର କାରୋବାର ସହିତ ଜଡିତ ଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପୁଲିସର ଏକାଧିକ ଦଳ ଏକତ୍ରିତ ଭାବରେ ଗୁଡ଼ଗୁଡ଼ଜୋର ଠାରେ ତଲାଶି ଅଭିଯାନ ଚାଲାଇଛନ୍ତି। ତେବେ ଏପର୍ଯ୍ୟନ୍ତ କାହାର ଗିରଫ ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ। ଛାପାମାରି ଅଭିଯାନ ଏପର୍ଯ୍ୟନ୍ତ ଚାଲୁ ଅଛି ଏବଂ ଅଭିଯାନ ସମାପ୍ତ ହେବା ପରେ ମାତ୍ର ଏହାର ଉଦ୍ଦେଶ୍ୟ, ଜବତ ସାମଗ୍ରୀ ଏବଂ ଫଳାଫଳ ସମ୍ପର୍କରେ ବିସ୍ତୃତ ତଥ୍ୟ ପୁଲିସ ପକ୍ଷରୁ ଘୋଷଣା କରାଯିବ ବୋଲି ଆଶା କରା ଯାଇଛି। ବର୍ତ୍ତମାନ ସମ୍ପୂର୍ଣ୍ଣ ଅଞ୍ଚଳରେ ପୁଲିସର କଡ଼ା ସୁରକ୍ଷା ଦେଖା ଯାଉଅଛି।

    Bisra

  • Feb 01, 2026 17:32 IST

    ୩୮ଲକ୍ଷ ଠକେଇ ଅଭିଯୋଗରେ ବିଲ୍ଡର ଗିରଫ

    • ୩୮ଲକ୍ଷ ଠକେଇ ଅଭିଯୋଗରେ ବିଲ୍ଡର ଗିରଫ
    • ବିଲ୍ଡର ସଂଜୀବ ବିଶ୍ବାଳକୁ ଗିରଫ କଲା ପୁଲିସ
    • ସଂଜୀବକୁ ଗିରଫ କଲା କଟକ ସଦର ଥାନା ପୁଲିସ
    • ଦୁଇ ଜଣଙ୍କୁ ଜମି ଦେବା ପାଇଁ ବିଲ୍ଡର‌ ନେଇଥିଲେ ଟଙ୍କା
    • ୩୮ ଲକ୍ଷ ଟଙ୍କା ଠକେଇ ନେଇ ହୋଇଥିଲା ଅଭିଯୋଗ

    Breaking

  • Feb 01, 2026 17:15 IST

    ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟମାନଙ୍କୁ ମିଳିବ ୧.୪ ଲକ୍ଷ କୋଟି ଟଙ୍କା

    ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକର ଟିକସ ବଣ୍ଟନ ସ୍ତରକୁ ୪୧ ପ୍ରତିଶତରେ ବଜାୟ ରଖିବା ପାଇଁ ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିସକୁ ସରକାର ଗ୍ରହଣ କରିଛନ୍ତି। ଆଜି ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ବଜେଟ ଉପସ୍ଥାପନ କରି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ‘ସରକାର ଷୋଡ଼ଶ କମିସନଙ୍କ ୪୧ ପ୍ରତିଶତ ଟିକସ ବଣ୍ଟନ ସୁପାରିଶକୁ ଗ୍ରହଣ କରିଛନ୍ତି। କମିସନଙ୍କ ସୁପାରିସ ଅନୁଯାୟୀ, ମୁଁ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟମାନଙ୍କୁ ଅର୍ଥ କମିସନ ଅନୁଦାନ ରୂପେ ମୋଟ ୧.୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି । ସେଥିରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ କ୍ଷେତ୍ରର ସ୍ଥାନୀୟ ସଂସ୍ଥା ଏବଂ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଅନୁଦାନ ଅନ୍ତର୍ଭୁକ୍ତ।’

    Nirmala

    ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଆହୁରି ସୂଚାଇଛନ୍ତି ଯେ, କମିସନ ୧୭ ନଭେମ୍ବର ୨୦୨୫ରେ ରାଷ୍ଟ୍ରପତିଙ୍କ ନିକଟରେ ତାଙ୍କ ରିପୋର୍ଟ ଦାଖଲ କରିଥିଲେ ଏବଂ ସରକାର ସମ୍ବିଧାନର ଧାରା ୨୮୧ ଅନୁଯାୟୀ ସଂସଦରେ କମିଶନଙ୍କ ସୁପାରିସ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଉପରେ ବ୍ୟାଖ୍ୟାମୂଳକ ସ୍ମାରକପତ୍ର ସହିତ ରିପୋର୍ଟ ଉପସ୍ଥାପନ କରିବେ।

  • Feb 01, 2026 17:11 IST

    ଦୁଇ ଥର ଜୀବନଦାନ ପାଇଁ ମଧ୍ୟ ବୈଭବ ବଦଳାଇପାରିଲେନି ରଣନୀତି

    ବୁଲାବାଓ: ଦୁଇ ଥର ଜୀବନଦାନ ମିଳିବା ପରେ ବୈଭବ ସୂର୍ଯ୍ୟବଂଶୀ ପାକିସ୍ତାନ ବିପକ୍ଷରେ ଆଇସିସି ପୁରୁଷ ୧୯ ବର୍ଷରୁ କମ ବିଶ୍ବକପ-୨୦୨୬ର ସୁପର-୬ ମୁକାବିଲାରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଫେବ୍ରୁଆରି ୧ ତାରିଖ ଦିନ ବୁଲାବାଓସ୍ଥିତ କ୍ବିନ୍ସ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିବା ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ବାମହାତୀ ବ୍ୟାଟର ବୈଭବ ନିଜର ଉଦ୍ୟମ କରିଥିଲେ। କିନ୍ତୁ ସେ ୨୨ଟି ବଲ୍‌ ଖେଳି ସଂଘର୍ଷପୂର୍ଣ୍ଣ ୩୦ ରନ୍‌ କରି ଆଉଟ୍‌ ହୋଇଥିଲେ। ସେ ତାଙ୍କର ଇନିଂସରେ ୫ଟି ଚୌକା ବ୍ୟତୀତ ଗୋଟିଏ ଛକା ମାରିଥିଲେ। 

    वैभव सूर्यवंशी लगातार रिकॉर्ड बना रहे हैं. (Photo: Getty Images)

    ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଇଂନିସ ତୁଳନାରେ ଭାଗ୍ୟ ଅଧିକ ସମର୍ଥନ ଦେଇଥିଲା। ଅଷ୍ଟମ ଓଭରର ତୃତୀୟ ବଲରେ ସେ ଦୁଇ ଥର ଜୀବନଦାନ ପାଇଥିଲେ। ଅଫ୍‌ ଷ୍ଟମ୍ପର ବାହାରେ ଖେଳିଥିବା ବଲ୍‌କୁ ସେ ହୁକ୍‌ ସଟ୍‌ ଖେଳିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବଲ୍‌ ଟପ୍‌ ଏଜ୍‌ ନେଇ ସ୍କ୍ବାୟର ଲେଗ୍‌ ଆଡ଼କୁ ଉଚ୍ଚରେ ଗତି କରିଥିଲା, ଯେଉଁଠାରେ ହୁଜୈଫା ଅହସାନ ସହଜ କ୍ୟାଚ୍‌ ଛାଡ଼ି ଦେଇଥିଲେ। ଏହା ପରେ ସୂର୍ଯ୍ୟବଂଶୀ କିଛି ସମୟ ପାଇଁ ଏକାଗ୍ରତା ହରାଇଥିଲେ ଏବଂ ପିଚ ଅଧା ପର୍ଯ୍ୟନ୍ତ ଦୌଡ଼ିଥିଲେ। ପାକିସ୍ତାନ ତରଫରୁ ଦ୍ରୁତଗତିରେ ବଲ୍‌ ଆସିଥିଲା। କିନ୍ତୁ ରନ୍‌ ଆଉଟ୍‌ ହୋଇପାରି ନଥିଲା। ତାଙ୍କୁ ଦ୍ବିତୀୟ ଥର ଜୀବନଦାନ ମିଳିଥିଲା। କିନ୍ତୁ ସୂର୍ଯ୍ୟବଂଶୀ ଦୁଇ ଥର ଜୀବନଦାନ ପାଇଲା ପରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ନିଜର ରଣନୀତି ପରିବର୍ତ୍ତନ କରିପାରି ନଥିଲେ। 

  • Feb 01, 2026 16:40 IST

    ଗୋଟିଏ ଝଟକାରେ ବୁଡ଼ିଲା ନିବେଶକଙ୍କ ୮କୋଟି ଟଙ୍କା

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ସମୟରେ ଏକ ଘୋଷଣା ସେୟାର ବଜାରକୁ ଭୟଭୀତ କରିଥିଲା। ରବିବାର ବଜେଟ୍ ପାଇଁ ଆୟୋଜିତ ସ୍ୱତନ୍ତ୍ର ବାଣିଜ୍ୟ ଅଧିବେଶନରେ ଅପରାହ୍ନରେ ସେନ୍ସେକ୍ସ ଏବଂ ନିଫ୍ଟି ଉଭୟରେ ତୀବ୍ର ହ୍ରାସ ରେକର୍ଡ କରିଥିଲା। ବିଏସଇ ସେନ୍ସେକ୍ସ ୨,୩୭୦.୩୬ ପଏଣ୍ଟ ହ୍ରାସ ପାଇ ୮୦,୦୦୦ ଅଙ୍କ ତଳକୁ ଖସି ୭୯,୮୯୯.୪୩ ରେ ସ୍ଥିର ହୋଇଥିଲା। ୫୦ ସେୟାର ବିଶିଷ୍ଟ ଏନଏସଇ ନିଫ୍ଟି ୭୪୮.୯ ପଏଣ୍ଟ ହ୍ରାସ ପାଇ ୨,୫୭୧.୭୫ରେ ବନ୍ଦ ହୋଇଥିଲା। 

    Stock market down: Exporters' shares fall due to increase in duty on rice
    Stock market down: (sambad.in)

    ସେନ୍ସେକ୍ସ ଷ୍ଟକ୍ ମଧ୍ୟରେ, ଭାରତ ଇଲେକ୍ଟ୍ରୋନିକ୍ସ ୬.୫୦% ହ୍ରାସ ପାଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚ୍ସିଏଲ୍ ଟେକ୍, ଟାଟା ଷ୍ଟିଲ୍, ଏସିଆନ୍ ପେଣ୍ଟ୍ସ ଏବଂ ଇଟର୍ନାଲ୍‌ୟର ସେୟାର ମଧ୍ୟ କ୍ଷତି ସହିଛି। ସନ୍ ଫାର୍ମା, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଟାଟା କନସଲଟାନ୍ସି ସର୍ଭିସେସର ସେୟାର ସବୁଜ ରଙ୍ଗରେ ଥିଲା।  

  • Feb 01, 2026 15:45 IST

    ସିନ୍ଧୁ, ସାଇନାଙ୍କ କ୍ଲବ୍‌ରେ ଦେବୀକା

    ବ୍ୟାଙ୍କକ୍‌: ଅଲିମ୍ପିକ୍‌ ପଦକ ବିଜୟିନୀ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଓ ସାଇନା ନେହ୍ବାଲଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି ଦେବୀକା ସିହାଗ। ଏଠାରେ ଆୟୋଜିତ ୨୫୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ବିଶ୍ବ ଟୁର୍‌ ସୁପର ୩୦୦ ‘ଥାଇଲାଣ୍ଡ ମାଷ୍ଟର୍ସ’ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ୨୦ ବର୍ଷୀୟା ଭାରତୀୟ ଯୁବତୀ ଦେବୀକା ସିହାଗ ବିଜେତା ହୋଇଛନ୍ତି। ସୁପର ୩୦୦ ଟ୍ରଫି ଜିତିବାରେ ସେ ସିନ୍ଧୁ ଓ ସାଇନାଙ୍କ ପରେ ତୃତୀୟ ଭାରତୀୟ ହୋଇଛନ୍ତି। ରବିବାର ଫାଇନାଲ୍‌ରେ ଦେବୀକା ୨୧-୮, ୬-୩ରେ ଆଗରେ ଥିଲା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଗୋ ଜିନ୍‌ ୱେଇ ଆହତ ‌ଯୋଗୁଁ ଓହରି ଯାଇଥିଲେ। ଫଳରେ ଦେବୀକା ସହଜରେ ବିଜେତା ଟ୍ରଫି କରାୟତ୍ତ କରିଥିଲେ।

    01bbs_24_01022026_112

  • Feb 01, 2026 15:45 IST

    ବାୟୁସେନାର ହେଲିକ୍ୟାପ୍ଟର ଟ୍ରାୟଲ ଲ୍ୟାଣ୍ଡିଙ୍ଗ

    ଯାଜପୁର: ବାୟୁସେନାର ହେଲିକ୍ୟାପ୍ଟର ଟ୍ରାୟଲ ଲ୍ୟାଣ୍ଡିଙ୍ଗ ହୋଇଯାଇଛି। ଯାଜପୁର ସହର ସ୍ଥିତ କୁସୁମା ସମ୍ମୁଖ ପ୍ରଶାସନିକ ପଡିଆରେ ଜୋରଦାର ପ୍ରସ୍ତୁତି। ଆସନ୍ତା ୩ ରେ ଏହି ସ୍ଥାନରେ ଅବତରଣ କରିବେ ମହାମହିମ ରାଷ୍ଟ୍ରପତି। ଆଜି ଦିନ ୧ ଟା ସମୟରେ ଟ୍ରାଏଲ ଲ୍ୟାଂଡି କରିଛି। ପ୍ରଶାସନିକ କ୍ଷେତ୍ରରେ ଦେଖିବାକୁ ମିଳିଛି ବଡ଼ ତତ୍ପରତା। ଜିଲ୍ଲାପାଳ, ଏସପି, ଡି ଏସ ପି, ଏସ ଦି ପି ଓ  ଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନଙ୍କର କଡ଼ା  ତଦାରଖ ଦେଖିବାକୁ ମିଳିଛି। ଅନ୍ୟପଟେ ସନ୍ଧନୀ କୁକୁର ସହିତ ହେଲିପ୍ୟାଡକୁ ତନ୍ନ ତନ୍ନ କରି ଯାଞ୍ଚ୍ କରୁଛି  ଡଗ ସ୍କ୍ୱାର୍ଡ।

  • Feb 01, 2026 15:14 IST

    ବାୟୁସେନାର ହେଲିକ୍ୟାପ୍ଟର ଟ୍ରାୟଲ ଲ୍ୟାଣ୍ଡିଙ୍ଗ

    ଯାଜପୁର: ବାୟୁସେନାର ହେଲିକ୍ୟାପ୍ଟର ଟ୍ରାୟଲ ଲ୍ୟାଣ୍ଡିଙ୍ଗ ହୋଇଯାଇଛି। ଯାଜପୁର ସହର ସ୍ଥିତ କୁସୁମା ସମ୍ମୁଖ ପ୍ରଶାସନିକ ପଡ଼ିଆରେ ଜୋରଦାର ପ୍ରସ୍ତୁତି। ଆସନ୍ତା ୩ ତାରିଖରେ ଏହି ସ୍ଥାନରେ ଅବତରଣ କରିବେ ମହାମହିମ ରାଷ୍ଟ୍ରପତି। ଆଜି ଦିନ ୧ ଟା ସମୟରେ ଟ୍ରାଏଲ ଲ୍ୟାଣ୍ଡିଙ୍ଗ ହୋଇଛି । 

    Untitled

     

  • Feb 01, 2026 13:32 IST

    ବଜେଟ ପରେ ଷ୍ଟକ୍ ବଜାରରେ ହାହାକାର: ସେନସେକ୍ସ ୧୫୦୦ ପଏଣ୍ଟ ଓ ନିଫ୍ଟି ୩୫୬ ପଏଣ୍ଟ ହ୍ରାସ ପାଇଲା

    କେନ୍ଦ୍ର ବଜେଟ୍ ୨୦୨୬ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫ୍ୟୁଚର୍ସ ଓ ବିକଳ୍ପ (ଏଫ ଆଣ୍ଡ ଓ) ବାଣିଜ୍ୟ ଉପରେ ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ୍ ଟ୍ୟାକ୍ସ (ଏସ୍‌ଟିଟି) ବୃଦ୍ଧି ଘୋଷଣା କରିବା ପରେ ବେଞ୍ଚମାର୍କ ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ଦିନର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ବିଏସ୍‌ଇ ସେନସେକ୍ସ ଦିନର ସର୍ବନିମ୍ନ ସ୍ତରରେ ୮୧,୧୨୯ ପଏଣ୍ଟ ଛୁଇଁଛି। ଏହା ୧,୧୪୦ ପଏଣ୍ଟ ଅର୍ଥାତ୍ ୧.୩୯% ହ୍ରାସ ପାଇଛି। ସେହିପରି ଏନ୍‌ଏସ୍‌ଇ ନିଫ୍ଟି ୫୦୩୫୬ ପଏଣ୍ଟ ଅର୍ଥାତ୍ ୧.୪୧% ହ୍ରାସ ପାଇ ୨୪,୯୬୫ରେ କାରବାର କରିଛି। ବଜେଟ୍ ଭାଷଣରେ, ସୀତାରମଣ ଘୋଷଣା କରିଥିଲେ ଯେ, ଫ୍ୟୁଚର୍ସ ଟ୍ରେଡ ଉପରେ ସ୍ୱତନ୍ତ୍ର ଟିକସ ୦.୦୨% ରୁ ୦.୦୫% କୁ ବୃଦ୍ଧି କରାଯିବ। ଏହା ବ୍ୟତୀତ ବିକଳ୍ପ ପ୍ରିମିୟମ ଉପରେ ସ୍ୱତନ୍ତ୍ର ଟିକସ ୦.୧% ରୁ ୦.୧୫% କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ଷ୍ଟକ୍ ବଜାର ଉପରେ ନକାରାତ୍ମକ ପ୍ରଭାବ ପକାଇଥିଲା। ବିସ୍ତୃତ ବଜାରରେ ମଧ୍ୟ ହ୍ରାସ ଘଟିଥିଲା। ନିଫ୍ଟି ମିଡକ୍ୟାପ୍ ୧୦୦ରେ ୨.୭7% ଓ ନିଫ୍ଟି ସ୍ମଲକ୍ୟାପ୍ ୧୦୦ରେ ୩.୪% ହ୍ରାସ ଘଟିଥିଲା।

  • Feb 01, 2026 13:00 IST

    ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା ସୁମନ ଅର୍ପଣ

    ଭୁବନେଶ୍ବର: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭା ନିକଟରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି।

    Untitled

  • Feb 01, 2026 12:49 IST

    ITR ଶେଷ ତାରିଖ ବୃଦ୍ଧି

    ନୂଆଦିଲ୍ଲୀ: ବଜେଟରେ ଅଣ-ଅଡିଟ୍ ଟ୍ରଷ୍ଟ ପାଇଁ ଟିକସ ଦାଖଲ ଶେଷ ତାରିଖ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ITR-1 ଏବଂ ITR-2 ଫର୍ମ ଦାଖଲ କରିବାର ଶେଷ ତାରିଖ ଜୁଲାଇ ୩୧ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ରିଟର୍ଣ୍ଣ ସଂଶୋଧନର ଶେଷ ତାରିଖ ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହାର ଏକ ନାମମାତ୍ର ଶୁଳ୍କ ରହିଛି।

    step-by--step-guide-to-fill-fsi,-tr-and-fa-schedule-in-itr

    ଅର୍ଥମନ୍ତ୍ରୀ କହିଛନ୍ତି ଯେ ଋଣ-ଜିଡିପି ଅନୁପାତ ଚଳିତ ଆର୍ଥିକ ବର୍ଷରେ ୫୬.୧ ପ୍ରତିଶତରୁ ହ୍ରାସ ପାଇ ୫୫.୬ ପ୍ରତିଶତକୁ ହ୍ରାସ ପାଇବାର ଆକଳନ କରାଯାଇଛି। ଆୟକର ଆଇନ ଅନୁଯାୟୀ ଆକାଉଣ୍ଟର ଅନୁପସ୍ଥିତିକୁ ଅପରାଧମୁକ୍ତ କରାଯିବ ଏବଂ ମାମଲା ପରିଚାଳନା ଢାଞ୍ଚାକୁ ସରଳ କରାଯିବ। ସର୍ବନିମ୍ନ ଟିକସ ଦେୟ ୨୦ ପ୍ରତିଶତରୁ ୧୦ପ୍ରତିଶତକୁ ହ୍ରାସ କରାଯିବ ଏବଂ ମୂଲ୍ୟାଙ୍କନ ଏବଂ ଦଣ୍ଡ ପ୍ରକ୍ରିୟାକୁ ସମନ୍ୱିତ କରାଯିବ। ଛାତ୍ର ଏବଂ ଯୁବ ବୃତ୍ତିଗତଙ୍କ ପାଇଁ ଏକ ନୂତନ ବିଦେଶୀ ସମ୍ପତ୍ତି ଘୋଷଣା ଯୋଜନା କାର୍ଯ୍ୟକାରୀ କରାଯିବ। ଆଇଟି ସେବା ପାଇଁ ନିରାପଦ ସ୍ଥାନ ସୀମା ୨ ହଜାର କୋଟିକୁ ବୃଦ୍ଧି କରାଯିବ ଏବଂ ସମସ୍ତ ଆଇଟି ସେବା ପାଇଁ ୧୫.୫ ପ୍ରତିଶତର ସାଧାରଣ ନିରାପଦ ସ୍ଥାନ ମାର୍ଜିନ୍ ଲାଗୁ କରାଯିବ। କିଛି ବିଦେଶୀ ସମ୍ପତ୍ତି ଘୋଷଣା ନ କରିବା ପାଇଁ ମାମଲା ରୁଜ୍ଜୁରୁ ସୁରକ୍ଷା ଦିଆଯିବ।

  • Feb 01, 2026 12:38 IST

    ବଜେଟ ପରେ ଷ୍ଟକ୍ ବଜାରରେ ଅସ୍ଥିରତା

    ନୂଆଦିଲ୍ଲୀ: ବଜେଟ ପରେ ଷ୍ଟକ୍ ବଜାରରେ ଅସ୍ଥିରତା ଦେଖାଦେଇଛି। ଷ୍ଟକ୍ ବଜାର ୧୬୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ଷ୍ଟକ୍ ବଜାର ଉପରେ ନକାରାତ୍ମକ ପ୍ରଭାବ ପକାଇଛି।

    Stock Market
    Stock Market

     

  • Feb 01, 2026 12:36 IST

    ମନ୍ଦିରରେ ଗ୍ୟାସ୍‌ ବେଲୁନ ଫାଟି ୩ ଗୁରୁତର 

    ସୁନ୍ଦରଗଡ଼: ଗ୍ୟାସ ବେଲୁନ ଫାଟି ୩ ଗୁରୁତର। ସୁନ୍ଦରଗଡ଼ ଟାଉନ ଥାନା ଧର୍ମଶାଳା ସ୍କୁଲ ନିକଟ ଅନୁକୂଳ ଚନ୍ଦ୍ର ମନ୍ଦିରରେ ଅଘଟଣ। ଗ୍ୟାସ ସରି ଯାଇଥିବାରୁ ବେଲୁନରେ ଗ୍ୟାସ ଭରୁଥିଲେ । ଗ୍ୟାସ ଭରିବା ବେଳେ ଫାଟିଗଲା ବେଲୁନ। ଦୁଇ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜଣେ ଗୁରୁତରଙ୍କୁ ମେଡିକାଲ କଲେଜ୍ ରେ ଭର୍ତ୍ତି କରାଯାଇଛି।

    1BREAKING NEWS Friday

  • Feb 01, 2026 12:36 IST

    ବିକାଶ ପାଇଁ ପ୍ରମୁଖ ଘୋଷଣା

    • ପାଞ୍ଚଟି ଉତ୍ତର-ପୂର୍ବ ରାଜ୍ୟରେ ପର୍ଯ୍ୟଟନ ସ୍ଥଳର ବିକାଶ
    • ଉତ୍ତର-ପୂର୍ବ ରାଜ୍ୟରେ ପର୍ଯ୍ୟଟନ ସ୍ଥଳ ବିକାଶ, ୪,୦୦୦ ଇ-ବସ୍ ବ୍ୟବସ୍ଥା  
    • ଏକ ଜାତୀୟ ଆତିଥ୍ୟ ପ୍ରତିଷ୍ଠାନ ପ୍ରତିଷ୍ଠା ଲକ୍ଷ୍ୟ
    • ଶିଳ୍ପ କରିଡରରେ ପାଞ୍ଚଟି ବିଶ୍ୱବିଦ୍ୟାଳୟ ଟାଉନସିପ୍
    • କୃଷକଙ୍କ ଆୟ ବୃଦ୍ଧି କରିବାକୁ ଯୋଜନା
    • ଖେଲୋ ଇଣ୍ଡିଆ ମିସନ
    • ୧୫ଟି ପ୍ରତ୍ନତାତ୍ତ୍ୱିକ ସ୍ଥାନକୁ ଗନ୍ତବ୍ୟସ୍ଥଳ ଭାବରେ ବିକଶିତ କରିବା
    • ଡିଜିଟାଲ୍ ଜ୍ଞାନ ଗ୍ରୀଡ୍‌ରେ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ସୂଚନା
    • ଟ୍ରେକିଂ ଏବଂ ହାଇକିଂ ​​ପାଇଁ ଯୋଜନା
    • ପଶୁପାଳନ, ପଶୁଚିକିତ୍ସା କଲେଜ ପାଇଁ ସବସିଡି ସହାୟତା ଯୋଜନା
    • ଟିସିଏସ୍ ବିଦେଶ ପର୍ଯ୍ୟଟନ ପ୍ୟାକେଜକୁ ୨ ପ୍ରତିଶତ ବୃଦ୍ଧି 
    • ୨୦୨୬-୨୭ ବଜେଟ୍ କ୍ଷୁଦ୍ର କରଦାତାଙ୍କ ପାଇଁ ଏକ ନିୟମ-ଭିତ୍ତିକ ସ୍ୱୟଂଚାଳିତ ପ୍ରକ୍ରିୟା ପ୍ରସ୍ତାବିତ
    • ସର୍ବନିମ୍ନ ବିକଳ୍ପ ଟିକସକୁ ଚୂଡ଼ାନ୍ତ ଟିକସ କରାଯିବ; ହାର ବର୍ତ୍ତମାନର ୧୫% ରୁ ୧୪%କୁ ହ୍ରାସ  
    • ପ୍ରମୁଖ ଶିଳ୍ପ ଲଜିଷ୍ଟିକ୍ସ କେନ୍ଦ୍ର ପାଖରେ ପାଞ୍ଚଟି ବିଶ୍ୱବିଦ୍ୟାଳୟ ଟାଉନସିପ୍ ପ୍ରତିଷ୍ଠା
    • ୧୫,୦୦୦ ମାଧ୍ୟମିକ ବିଦ୍ୟାଳୟରେ କଣ୍ଟେଣ୍ଟ ଲ୍ୟାବ ସ୍ଥାପନ ପାଇଁ ସମର୍ଥନ ପ୍ରସ୍ତାବିତ
    • -MSMEକୁ ସାହାଯ୍ୟ କରିବା ପାଇଁ ସରକାର ‘କର୍ପୋରେଟ୍ ବନ୍ଧୁ’ଙ୍କ ଏକ ଦଳ ତିଆରି କରିବେ 

    1BREAKING NEWS Thursday

  • Feb 01, 2026 12:28 IST

    କ’ଣ ଶସ୍ତା ହେବ?

    • କର୍କଟ ଏବଂ ମଧୁମେହ ପାଇଁ ଔଷଧ
    • ସାତଟି ବିରଳ ରୋଗର ଔଷଧ
    • ସୌରଶକ୍ତି ସମ୍ବନ୍ଧୀୟ ଉତ୍ପାଦ
    • ଚମଡ଼ା ଏବଂ ବସ୍ତ୍ର ରପ୍ତାନି
    • ଜୋତା, ବ୍ୟାଟେରg ଏବଂ ମାଇକ୍ରୋୱେଭ୍ ଓଭେନ୍
    • ପ୍ରତିରକ୍ଷା କ୍ଷେତ୍ରରେ ମୌଳିକ ସୀମା ଶୁଳ୍କ ଛାଡ଼ 

    1BREAKING NEWS Friday

  • Feb 01, 2026 12:25 IST

    କ’ଣ ଘୋଷଣା କଲେ ନିର୍ମଳା

    • ପ୍ରତ୍ୟେକ ଜିଲ୍ଲାରେ ବାଳିକା ଛାତ୍ରାବାସ ନିର୍ମାଣ
    • ଲଖପତି ଦିଦି କାର୍ଯ୍ୟକ୍ରମ ହେବ ସଂପ୍ରସାରଣ
    • ଚାକିରି ପାଇଁ ପର୍ଯ୍ୟଟନ, ସ୍ଥାନୀୟ ଅଭିବୃଦ୍ଧି ଉପରେ ଗୁରୁତ୍ବ
    • ନୂତନ ଆୟକର ଆଇନ ୧ ଏପ୍ରିଲରୁ କାର୍ଯ୍ୟକାରୀ 
    • କର୍ପୋରେଟ୍ ବଣ୍ଡରେ ମୋଟ ରିଟର୍ଣ୍ଣ ସ୍ୱାପ୍ ପ୍ରଚଳନ
    • ସାତଟି ହାଇ-ସ୍ପିଡ୍ ରେଳ କରିଡର ହେବ ନିର୍ମାଣ
    • ଜୈବ ଔଷଧ ପାଇଁ ୧୦,୦୦୦ କୋଟି ଟଙ୍କା
    • ଶସ୍ତା ହେବ କର୍କଟ ଏବଂ ମଧୁମେହ ଔଷଧ

    1BREAKING NEWS  Sunday

  • Feb 01, 2026 12:17 IST

    ଚାକିରି ପାଇଁ ପର୍ଯ୍ୟଟନ, ସ୍ଥାନୀୟ ଅଭିବୃଦ୍ଧି ଉପରେ ଗୁରୁତ୍ବ: ନିର୍ମଳା

    ନୂଆଦିଲ୍ଲୀ: ବଜେଟ୍ ଯୁବ ନିଯୁକ୍ତି ଏବଂ ସ୍ଥାନୀୟ ଅଭିବୃଦ୍ଧି ପାଇଁ ପର୍ଯ୍ୟଟନ ଉପରେ ଧ୍ୟାନ ଦିଆଯାଉଛି। ବଜେଟ୍ ପର୍ଯ୍ୟଟନକୁ ଏହାର ନିଯୁକ୍ତି ଏବଂ ବିକାଶ ରଣନୀତିର କେନ୍ଦ୍ରରେ ରଖିଛି। ନିଯୁକ୍ତି ସୃଷ୍ଟି, ବୈଦେଶିକ ମୁଦ୍ରା ରୋଜଗାର ଏବଂ ସ୍ଥାନୀୟ ଆର୍ଥିକ ବିକାଶରେ ଏହାର ଭୂମିକା ଉପରେ ଧ୍ୟାନ ଦେଉଛି। ସରକାର ସମଗ୍ର ଭାରତରେ ଏହି କ୍ଷେତ୍ରକୁ ସୁଦୃଢ଼ ​​କରିବା ପାଇଁ ପ୍ରତିଷ୍ଠାନ ନିର୍ମାଣ, ଦକ୍ଷତା ବିକାଶ, ଡିଜିଟାଲ ଡକ୍ୟୁମେଣ୍ଟେସନ୍ ଏବଂ ଇକୋ-ପର୍ଯ୍ୟଟନ ପଦକ୍ଷେପର ମିଶ୍ରଣ ଆରମ୍ଭ କରିଛନ୍ତି।

     

    Untitled
    highlight of budget by nirmala sitharaman Photograph: (Sambad.in)

     

  • Feb 01, 2026 12:15 IST

    ପ୍ରତ୍ୟେକ ଜିଲ୍ଲାରେ ବାଳିକା ଛାତ୍ରାବାସ ନିର୍ମାଣ କରାଯିବ: ଅର୍ଥମନ୍ତ୍ରୀ

    ନୂଆଦିଲ୍ଲୀ: ବାଳିକା ଶିକ୍ଷାକୁ ସମର୍ଥନ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଏକ ବାଳିକା ଛାତ୍ରାବାସ ନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ଆହ୍ୱାନ କରିଛନ୍ତି। ଅର୍ଥମନ୍ତ୍ରୀ କହିଥିଲେ ଯେ ଏସ୍‌ଟିଇଏମ୍‌ ପ୍ରତିଷ୍ଠାନ ସମେତ ଉଚ୍ଚଶିକ୍ଷାରେ, ଦୀର୍ଘ ପାଠପଢ଼ା ସମୟ ଏବଂ ପ୍ରୟୋଗଶାଳା କାର୍ଯ୍ୟ ମହିଳା ଛାତ୍ରୀମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରେ। ତେଣୁ ଆମର ଯୋଜନା ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାରେ ଏକ ବାଳିକା ଛାତ୍ରାବାସ ନିର୍ମାଣ କରାଯିବ ଯାହାଦ୍ୱାରା ନିମଜ୍ଜିତ ଅଭିଜ୍ଞତା ମାଧ୍ୟମରେ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନକୁ ପ୍ରୋତ୍ସାହିତ କରାଯାଇପାରିବ।

    nirmala 2026

  • Feb 01, 2026 12:14 IST

    ନୂତନ ଆୟକର ଆଇନ ୧ ଏପ୍ରିଲରୁ କାର୍ଯ୍ୟକାରୀ ହେବ 

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ କହିଛନ୍ତି ଯେ ଏହି ବର୍ଷ ନୂତନ ଆୟକର ଆଇନ କାର୍ଯ୍ୟକାରୀ ହେବ। ସେ ଟିକସ ଫର୍ମଗୁଡ଼ିକୁ ସରଳୀକରଣ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ଜରିମାନା ବଦଳରେ ଟିକସ ଦେଇ ଛାଡ଼ ମିଳିପାରିବ। ମାମଲା ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏହା ବ୍ୟତୀତ ଅପ୍ରକାଶିତ ଆୟକୁ ଏକ କୋଟି ଟଙ୍କାରେ ସୀମିତ କରିବା ପାଇଁ ଏକ ପ୍ରସ୍ତାବ ଅଛି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଦାଖଲ କରାଯାଇପାରିବ।

    28da943d-b6a8-4d3c-93dd-0d588c5bc6e6

  • Feb 01, 2026 12:09 IST

    ନିବେଶ ଆକର୍ଷିତ କରିବାକୁ ଯୋଜନା

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ ନିବେଶ ଆକର୍ଷିତ କରିବା ପାଇଁ କର୍ପୋରେଟ୍ ଏବଂ ମ୍ୟୁନିସିପାଲିଟି ବଣ୍ଡ ବଜାରକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ଭାରତର ପରିବର୍ତ୍ତିତ ଅର୍ଥନୈତିକ ପ୍ରାଥମିକତା ସହିତ ବିଦେଶୀ ନିବେଶକୁ ସମନ୍ୱିତ କରିବା ପାଇଁ ସରକାର କର୍ପୋରେଟ୍ ବଣ୍ଡ ସୂଚକାଙ୍କ ଉପରେ ଆଧାରିତ ପାଣ୍ଠି ଏବଂ ଡେରିଭେଟିଭ୍ସ ପାଇଁ ଏକ ବଜାର-ନିର୍ମାଣ ଢାଞ୍ଚା ପ୍ରଚଳନ କରି କର୍ପୋରେଟ୍ ବଣ୍ଡ ବଜାରକୁ ସୁଦୃଢ଼ ​​କରିବାକୁ ଯୋଜନା କରୁଛନ୍ତି।

    Untitled-18.jpg (1) (3) (3).jpg

  • Feb 01, 2026 12:06 IST

    କର୍ପୋରେଟ୍ ବଣ୍ଡରେ ମୋଟ ରିଟର୍ଣ୍ଣ ସ୍ୱାପ୍ ପ୍ରଚଳନ 

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କର୍ପୋରେଟ୍ ବଣ୍ଡରେ ମୋଟ ରିଟର୍ଣ୍ଣ ସ୍ୱାପ୍ ପ୍ରଚଳନ କରାଯିବ। ପୌର ବଣ୍ଡ ବଜାରକୁ ବୃଦ୍ଧି କରିବା ପାଇଁ, ବିଦ୍ୟମାନ ଅମୃତ ଯୋଜନା ଆଧାରରେ ବଡ଼ ସହରଗୁଡ଼ିକୁ ୧୦୦୦ କୋଟିରୁ ଅଧିକ ମୂଲ୍ୟର ବଣ୍ଡ ଜାରି କରିବା ପାଇଁ ୧୦୦ କୋଟିର ପ୍ରୋତ୍ସାହନ ଦିଆଯିବ।

    nirmala 2026

  • Feb 01, 2026 12:05 IST

    ଓଡ଼ିଶାରେ ବିରଳ ପୃଥିବୀ ଖଣିଜ କରିଡର 

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ତାମିଲନାଡୁ, ଓଡିଶା, ଆନ୍ଧ୍ରପ୍ରଦେଶ ଓ କେରଳରେ ବିରଳ ପୃଥ୍ବିୀ ଖଣିଜ କରିଡର ରହିଛି। ଏହାର ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି।

    275aecf6-19e2-497d-a474-84f9c8e2cd42

  • Feb 01, 2026 12:03 IST

    ଲଖପତି ଦିଦି କାର୍ଯ୍ୟକ୍ରମ ହେବ ସଂପ୍ରସାରଣ

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବଜେଟ୍ ୨୦୨୬ ଲଖପତି ଦିଦି କାର୍ଯ୍ୟକ୍ରମର ସଫଳତା ଉପରେ ଆଧାରିତ। ଏହି ପଦକ୍ଷେପ ଅଧୀନରେ ସରକାର ମହିଳାମାନଙ୍କୁ କ୍ରେଡିଟ୍-ଲିଙ୍କ୍ଡ୍ ଜୀବିକାରୁ ଉଦ୍ୟୋଗ ମାଲିକାନା ଆଡ଼କୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବାକୁ ଯୋଜନା କରିଛନ୍ତି। କ୍ଲଷ୍ଟର-ସ୍ତରୀୟ ଫେଡେରେସନ ମଧ୍ୟରେ ସମ୍ପ୍ରଦାୟ-ମାଲିକାନା ଖୁଚୁରା ଆଉଟଲେଟ୍ ଭାବରେ ସ୍ୱୟଂ-ସହାୟକ ଉଦ୍ୟୋଗୀ ମାର୍ଟଗୁଡ଼ିକୁ ପ୍ରତିଷ୍ଠିତ କରାଯିବ। ଏହି ମାର୍ଟଗୁଡ଼ିକୁ ଉନ୍ନତ ଏବଂ ଅଭିନବ ଆର୍ଥିକ ସହାୟତା ଦ୍ୱାରା ସମର୍ଥିତ କରାଯିବ, ଯାହା ମହିଳାମାନଙ୍କୁ ଉଦ୍ୟୋଗୀତାରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ସକ୍ଷମ କରିବ।

    28da943d-b6a8-4d3c-93dd-0d588c5bc6e6

  • Feb 01, 2026 11:43 IST

    ସାତଟି ହାଇ-ସ୍ପିଡ୍ ରେଳ କରିଡର ପ୍ରସ୍ତାବିତ: ଅର୍ଥମନ୍ତ୍ରୀ

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟରେ ପ୍ରମୁଖ ସହରାଞ୍ଚଳ ଏବଂ ଆର୍ଥିକ କେନ୍ଦ୍ରଗୁଡ଼ିକରେ ସାତଟି ହାଇ-ସ୍ପିଡ୍ ରେଳ କରିଡର ବିକାଶ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ପରିବେଶ ଅନୁକୂଳ ଯାତ୍ରୀ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି କରିଡରଗୁଡ଼ିକ ଅଭିବୃଦ୍ଧି ସଂଯୋଗକାରୀ ଭାବରେ କାର୍ଯ୍ୟ କରିବ, ଯାତ୍ରା ସମୟ ହ୍ରାସ କରିବ, ପ୍ରଦୂଷଣ ହ୍ରାସ କରିବ ଏବଂ ଆଞ୍ଚଳିକ ବିକାଶକୁ ସମର୍ଥନ କରିବ। ସାତଟି ହାଇ-ସ୍ପିଡ୍ ରେଳ କରିଡରର ପ୍ରସ୍ତାବିତ ରୁଟ୍ ଏଗୁଡ଼ିକ:

    • ମୁମ୍ବାଇ-ପୁଣେ
    • ପୁଣେ-ହାଇଦ୍ରାବାଦ
    • ହାଇଦ୍ରାବାଦ-ବେଙ୍ଗାଲୁରୁ
    • ହାଇଦ୍ରାବାଦ-ଚେନ୍ନାଇ
    • ଚେନ୍ନାଇ-ବେଙ୍ଗାଲୁରୁ
    • ଦିଲ୍ଲୀ-ବାରାଣାସୀ
    • ବାରାଣାସୀ-ସିଲିଗୁଡ଼

    28da943d-b6a8-4d3c-93dd-0d588c5bc6e6

  • Feb 01, 2026 11:40 IST

    ବିକଶିତ ଭାରତ ଆଡ଼କୁ ପଦକ୍ଷେପ: ନିର୍ମଳା  

    ନୂଆଦିଲ୍ଲୀ: ବଜେଟ୍ ଭାଷଣ ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ପ୍ରତ୍ୟେକ ଗରିବ ଲୋକଙ୍କୁ ଲାଭ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି। ସେହି ସମୟରେ, ଆମେ ଏକ ବିକଶିତ ଭାରତ ଆଡ଼କୁ ଅଗ୍ରସର ହେଉଛୁ। ସରକାରଙ୍କ ସୁଚିନ୍ତିତ ରଣନୀତି ଯୋଗୁଁ ବିକାଶ ହେଉଛି। ଆମର ସରକାର ଏଆଇ ଉପରେ ଅଧିକ ଗୁରୁତ୍ୱ ଦେଉଛି। ଅର୍ଥମନ୍ତ୍ରୀ କହିଥିଲେ ଯେ ଆମେ ୩୫୦ ରୁ ଅଧିକ ସଂସ୍କାର କାର୍ଯ୍ୟକାରୀ କରିଛୁ। ତେଣୁ ପ୍ରତ୍ୟେକ ସରକାରୀ ପଦକ୍ଷେପକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ।

    nirmala 2026

  • Feb 01, 2026 11:38 IST

    ବଜେଟ-୨୦୨୬: ଜୈବ ଔଷଧ ପାଇଁ ୧୦,୦୦୦ କୋଟି ଟଙ୍କା

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଦେଶରେ ଜୈବ ଔଷଧ ପାଇଁ ୧୦,୦୦୦ କୋଟି ଟଙ୍କା ଆବଣ୍ଟନ ଘୋଷଣା କରିଛନ୍ତି। ଏହି ଆବଣ୍ଟନ ପାଞ୍ଚ ବର୍ଷ ମଧ୍ୟରେ କରାଯିବାର ଯୋଜନା ରହିଛି। ସେ କହିଛନ୍ତି ଯେ ଦେଶକୁ ଏକ ଜୈବ ଔଷଧ ହବ୍‌ରେ ପରିଣତ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହା ଗମ୍ଭୀର ରୋଗ ପାଇଁ ଔଷଧ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବ।

    275aecf6-19e2-497d-a474-84f9c8e2cd42

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe