🔴 LIVE | News Updates 10th Jan 2026: ପଢ଼ନ୍ତୁ ଆଜିର ଖବର; ସମ୍ବଲପୁରରେ ଇ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରାଉରକେଲାରେ ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ସମେତ ୬ ଆହତ

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Saturday

BREAKING NEWS Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Jan 10, 2026 22:06 IST

    ଜାତୀୟ ରାଜପଥ ଅବରୋଧ କଲେ ୬ ଗ୍ରାମବାସୀ

    ରାଇରଙ୍ଗପୁର/ବାଦାମପାହାଡ଼: ପାନୀୟ ଜଳ ପାଇଁ ୨୨୦ ନଂ ଜାତୀୟ ରାଜପଥ ଅବରୋଧ କଲେ ୬ ଗ୍ରାମର ଗ୍ରାମବାସୀ। ବାଲଟି, ଡେକଚି, ମାଠିଆ ଧରି ୨୨୦ ନଂ ଜାତୀୟ ରାଜପଥ ଅବରୋଧ କଲେ ୬ ଟି ଗ୍ରାମର ଶତାଧିକ ପୁରୁଷ ଓ ମହିଳା। ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି କୁସୁମୀ ବ୍ଲକ ଯରଦା ଗ୍ରାମପଞ୍ଚାୟତର ଜାମୁଡ଼ିହି, ମହୁଲଡିହା, ରାମଜାଲି, ଅଙ୍ଗାରପଦା, କାଣ୍ଡସର ଓ ରାହେଳବେଡା ଗ୍ରାମର ଲୋକେ। ବ୍ଲକ ବାସୀଙ୍କ ଜଳକଷ୍ଟ ଦୂର କରିବା ପାଇଁ ସରକାର ୧୯୬ କୋଟି ଟଙ୍କାରେ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏନସିସି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଛି ଓ ପ୍ରକଳ୍ପର ରକ୍ଷଣା ବେକ୍ଷଣା ଦାୟିତ୍ଵ ମଧ୍ୟ କମ୍ପାନି ଏବଂ ବିଭାଗୀୟ ଅଧିକାରୀଙ୍କ ହାତରେ ରହିଛି।

    1002682843

    ତେବେ ଦୁଇ ବର୍ଷ ହେଲା ନିୟମିତ ପାନୀୟ ଜଳ ୬ ଟି ଗ୍ରାମର ଗ୍ରାମବାସୀଙ୍କୁ ମିଳୁନାହିଁ। ଯେଉଁଥି ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗପରେ ମଧ୍ଯ କେହି ଶୁଣିନଥିବା ଅଭିଯୋଗ କରିଛନ୍ତି। ଏନେଇ ଆଜି ୬ ଟିଗ୍ରାମର ଶତାଧିକ ମହିଳା ଓ ପୁରୁଷ ଉତ୍ୟକ୍ତ ହୋଇ ରାଞ୍ଚି-ବିଜୟୱାଡ଼ା ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ତେବେ ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ପିଇବା ପାଣି ପାଇଁ ସ୍ଥାୟୀ ସମାଧାନ ଦାବୀ କରିଛନ୍ତି। ବାଦାମପାହାଡ ଥାନାର ଏସଆଇ,ସୁଲେଇପାଟ୍ ଫାଣ୍ଡି ଅଧିକାରୀ, ଏନସିସି କମ୍ପାନୀର କନିଷ୍ଠ ଯନ୍ତ୍ରୀ ପ୍ରମୁଖ ପହଞ୍ଚି ପାଣି ସମସ୍ୟାର ଲିଖିତ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୪ ଘଣ୍ଟା ପରେ ଜାତୀୟ ରାଜପଥରୁ ଅବରୋଧରୁ ଓହରି ଥିଲେ ।ତେବେ ୪ ଘଣ୍ଟା ମଧ୍ୟରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଫଳରେ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

  • Jan 10, 2026 22:04 IST

    ଚାଷୀଙ୍କ ହକ୍କ ପାଇଁ କଂଗ୍ରେସ ଲଢ଼ିବ

    ନବରଙ୍ଗପୁର: ରାଜ୍ୟ କିଷାନ ସେଲ୍ ସହ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ଜିଲ୍ଲାରେ ଚାଲିଥିବା କିଛି ଧାନ ମଣ୍ଡି ପରିଦର୍ଶନ କାର୍ଯ୍ୟକ୍ରମ ହୋଇଥିଲା। ମଣ୍ଡିରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଚାଳିଥିବା, ମଣ୍ଡିରେ ଭିତ୍ତିଭୂମି ନଥିବା, ମିଲର୍ସଙ୍କ ସହ ସଲାସୁତରାରେ ଧାନ କିଣାଯାଉଥିବା, ପ୍ରଶାସନ ମିଛ ରିପୋର୍ଟ ଦେଉଛନ୍ତି ବୋଲି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ କିଷାନ ସେଲ୍ ସଭାପତି ଅଭୟ କୁମାର ସାହୁ, ଉପସଭାପତି ସିତି କଣ୍ଠ ମହାନ୍ତି, ଜିଲ୍ଲା କଂଗ୍ରେସ ସଭାପତି ଡ. ଲିପିକା ମାଝୀ। ଏହି ଦୁହେଁଙ୍କ ସହ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭ୍ୟା ହାରାବତି ଗଣ୍ଡ,ଜିଲ୍ଲା କିଷାନ କଂଗ୍ରେସ ସେଲ୍ ସଭାପତି ସନରାଜ ଗଣ୍ଡ,ବରିଷ୍ଠ ନେତା ବୃନ୍ଦାବନ ତ୍ରିପାଠୀ,ଦିଲ୍ଲୀପ କୁମାର ବେହେରା,ଏ.ଶିବରାମ ରାଜୁ,ପର୍ଶୁ ନାୟକ, ପଦମ ସାଇ ମାଳି,ପ୍ରହଲ୍ଲାଦ ହିଆଲ, ତମ୍ବୁ ଦାସ ପନକା, ପ୍ରଦୀପ ସାହୁ, ଅଖିଳ ଭତରା, ଗଣେଷ ପଟ୍ଟନାୟକ, ନୁରୁନ ତନ୍ତୀ, ଗୋବର୍ଦ୍ଧନ ଭତରା, ରଘୁନାଥ ମାଝୀ, କୃଷ୍ଣ ମାଝୀ, ସନ୍ତୁଳା ଧୁରୀଆ, ଈଶ୍ୱର ନାୟକ,ବସନ୍ତ ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ।

    ngp-conress state kissan president

     

  • Jan 10, 2026 21:27 IST

    ରମଡ଼ିହିରେ ଫୁଟିଲା ଗୁଳି

    ସୁନ୍ଦରଗଡ଼: କରମଡ଼ିହିରେ ଫୁଟିଲା ଗୁଳି। ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କ ଶଳା ଅରୁଣ କୁମାର ନାଏକ ଗୁରୁତର। ଦୁଇ ଜଣ ଦୁର୍ବୃତ୍ତ ଆସି କରିଛନ୍ତି ଗୁଳିମାଡ଼। କରମଡ଼ିହି ଗ୍ୟାସ୍‌ ଦୋକାନରେ ହୋଇଛି ଗୁଳିମାଡ଼। ଆହତ ଅରୁଣଙ୍କୁ ରାଉରକେଲା ସ୍ଥାନାନ୍ତର। ପୁଲିସର ତନାଘନା। ଅରୁଣ ଗ୍ୟାସ୍‌ ଦୋକାନର ତାଲା ଯାଞ୍ଚ କରିବା ପାଇଁ ଆସିଥିବା ବେଳେ ହଠାତ୍ ଆକ୍ରମଣ। ପ୍ରଥମେ ପଥରରେ ମାରିଥିଲେ ଦୁର୍ବୃତ୍ତ। ତା ପରେ ଗୁଳି ମାଡ଼ କରିଥିଲେ। ଅରୁଣଙ୍କ ପେଟରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥାନାନ୍ତର।

    sundargarh

  • Jan 10, 2026 20:57 IST

    ମହିଳାଙ୍କୁ ଦୁର୍ବ୍ଯବହାର ଅଭିଯୋଗ

    ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ମହିଳାଙ୍କୁ ଦୁର୍ବ୍ଯବହାର କରିଥିବା ଅଭିଯୋଗ ନେଇ ସାମ୍ବାଦିକ ସମ୍ମିଳନୀ । ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ମାମଲା ରୁଜୁ ହୋଇନଥିବା ସୂଚନା। ମହିଳାଙ୍କୁ ଜଣେ ଉପରସ୍ଥ ପ୍ରାଶାସନିକ ଅଧିକାରୀ ସୋସିଆଲ ମିଡିଆରେ ଦୁର୍ବ୍ଯବହାର କରିଥିବାର ଭିଡିଓ ଭାଇରାଲ ହେବା ପରେ ରାଇରଙ୍ଗପୁର ତଥା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଦୁର୍ବ୍ଯବହାରରେ ଶିକାର ହୋଇଥିବା ମହିଳା ଓ ତାଙ୍କ ପରିବାର ଲୋକେ ଏଡ଼ିଏମ୍ ସୁଚାରୁ ବଳଙ୍କ ବିରୁଦ୍ଧରେ ପ୍ରଥମେ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜୁ କରାନଯିବାରୁ ବାଧ୍ୟ ହୋଇ ସାମ୍ବାଦିକ ସମ୍ମିଳନୀରେ ନ୍ୟାୟ ପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି।

    IMG_20260110_165857

    ରାଇରଙ୍ଗପୁର ରାଜସ୍ଵ ବିଭାଗ ପକ୍ଷରୁ ରାଇରଙ୍ଗପୁର କଚେରୀଠାରେ ତହସିଲ ପ୍ରଶାସନ ପକ୍ଷରୁ ଏକ କ୍ୟାଣ୍ଟିନ୍ ଜନସାଧାରଣ ନିମନ୍ତେ ସୁଲଭ ମୂଲ୍ଯରେ ଖାଦ୍ୟ ଯୋଗାଇବା ନିମନ୍ତେ ମାନ୍ୟବର ସାଂସଦଙ୍କ ଦ୍ବାରା ଗତ ୨୫ ଡିସେମ୍ବର୍ ମୟୁରଭଂଜ ଲୋକସଭା ସାଂସଦ ନବ ଚରଣ ମାଝୀଙ୍କ ଦ୍ଵାରା ଶୁଭ ଉଦ୍‌ଘାଟନ କରାଯାଇଥିଲା। ତେବେ ଏହି କ୍ୟାଣ୍ଟିନ୍ ଟେଣ୍ଡରରେ ଗଢ଼ ଗ୍ରାମର ସନ୍ତୋଷ କୁମାର ସାହୁ ପାଇବା ପରେ ତାଙ୍କ ସ୍ତ୍ରୀ ସୁଲୋଚନା ସାହୁ ୧୦ ଲକ୍ଷ ଟଙ୍କା ସୟଂ ସହାୟକ ଗୋଷ୍ଠୀରୁ ଋଣ କରି କ୍ୟାଣ୍ଟିନ୍‌କୁ ଉନ୍ନତମାନର ସୁସଜ୍ଜିତ କ୍ୟାଣ୍ଟିନ୍‌ରେ ପରିଣତ କରିଥିଲେ। ବର୍ତ୍ତମାନ ପ୍ରଶାସନ ପକ୍ଷରୁ କ୍ୟାଣ୍ଟିନ୍‌ରେ ତାଲା ପକାଯାଇ ଟେଣ୍ଡରରେ ପାଇଥିବା ଶ୍ରୀ ସାହୁଙ୍କୁ ଚାବି ହସ୍ତାନ୍ତର କରୁନଥିବାରୁ ବହୁ କ୍ଷତି ସହୁଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କ୍ଷଭର ସହିତ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ତେବେ କ୍ୟାଣ୍ଟିନ୍‌ର ଚାବି ଆଣିବା ପାଇଁ ଶ୍ରୀମତୀ ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ଏଡ଼ିଏମ୍ ଶ୍ରୀଯୁକ୍ତ ବଳଙ୍କ ପାଖକୁ ଯାଇଥିବା ସମୟରେ ସପରିବାରଙ୍କୁ ଧକ୍କା ମାରି ବାହାର କରିଦେବା ସହିତ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। 

  • Jan 10, 2026 18:22 IST

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

    କରଞ୍ଜିଆ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଠେଙ୍ଗାରେ ପିଟିପିଟି ବଡ଼ବାପାକୁ ମାରିଦେଲା ପୁତୁରା, କରଞ୍ଜିଆ ଏନଏସି ୱାର୍ଡ ନ.୨ କରଡ଼ିଆରେ ଘଟିଛି ହତ୍ୟାକାଣ୍ଡ। ଅଭିଯୁକ୍ତ ପୁତୁରାକୁ ଥାନାରେ ଅଟକ ରଖି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି କରଞ୍ଜିଆ ପୁଲିସ। ମୃତ ପରେଶ ନାଏକ ଓ ଅଭିଯୁକ୍ତ ପପୁ ନାଏକଙ୍କ ପରିବାର ମଧ୍ୟରେ ପୂର୍ବରୁ ଭିନ୍ନଭିନ୍ନ ପାରିବାରିକ କାରଣକୁ ନେଇ ଅନେକ ସମୟରେ କଳହ ଲାଗି ରହୁଥିଲା, ଯାହାକୁ ନେଇ ପୂର୍ବରୁ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ମଧ୍ୟ ହେଉଥିଲେ।

    Dead
    Young man dead in stone attack in Dhenkanal. Photograph: (sambad)

    ଆଜି କୌଣସି କାରଣ ବଶତଃ ମଧ୍ୟାହ୍ନ ୧.୩୦ ପାଖାପାଖି ମୃତ ପରେଶ ନାଏକ ଘରେ ଏକୁଟିଆ ଥିବା ବେଳେ ଅଭିଯୁକ୍ତ ପପୁ ନାଏକ ତାକୁ ଆକ୍ରମଣ କରି ହତ୍ୟା କରିଦେଇଥିଲା, ଯାହାର ଖବର ପାଇ ମୃତ ପରେଶର ସ୍ତ୍ରୀ, ଝିଅ ଅନ୍ୟ ସମ୍ପର୍କୀୟ ପହଂଚି ଅଭିଯୁକ୍ତକୁ ପ୍ରଥମେ ପ୍ରତି ଆକ୍ରମଣ କରି ଆହତ କରିବା ପରେ ପୁଲିସକୁ ଖବର ଦେଇଥିଲେ। ଫଳରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ହୋଇଥିବା ଅଭିଯୁକ୍ତ ପପୁ ନାଏକକୁ ଗିରଫ କରିବା ସହ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ଦେଇ ତଦନ୍ତକୁ ଆରମ୍ଭ କରିଛି।

    ରିପୋର୍ଟ: କର୍ଣ୍ଣାଜୁନ ସାହା 

  • Jan 10, 2026 17:23 IST

    ଆହତଙ୍କୁ ଭେଟିଲେ ଉପବାଚସ୍ପତି

    ରାଉରକେଲା: ରାଉରକେଲା ଗସ୍ତରେ ଆସିଥିବା ସମୟରେ ବିମାନ ଦୁର୍ଘଟଣାର ଆହତଙ୍କୁ ଭେଟିଛନ୍ତି ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ। ଶ୍ରୀ ଭୋଇ ଦାଣ୍ଡିଆପାଲିସ୍ଥ ଜୟ ପ୍ରକାଶ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହାତଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହାସହ ଆହତଙ୍କୁ କିଭଳି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ହେବ ସେନେଇ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ସହ ଫୋନ୍‌ରେ ଆଲୋଚନା କରିଥିଲେ। ତାଙ୍କ ସହ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଉପସ୍ଥିତ ଥିଲେ।

    1BREAKING NEWS Saturday
    BREAKING NEWS Photograph: (sambad.in)

     

  • Jan 10, 2026 16:47 IST

    ସମ୍ବଲପୁରବାସୀଙ୍କ ଯାତାୟାତ ବ୍ୟବସ୍ଥା ସୁଦୃଢ଼ ହେବ: ମୁଖ୍ୟମନ୍ତ୍ରୀ

    ସମ୍ବଲପୁର: ସମ୍ବଲପୁରରେ ବସଗୁଡ଼ିକର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଇଁଠାପାଲି ଠାରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସପୋର୍ଟ (CRUT)ର ଅତ୍ୟାଧୁନିକ ବସ୍ ଟର୍ମିନାଲ ମଧ୍ୟ ଆଜି ଉଦ୍‌ଘାଟନ କରାଯାଇଛି। ଏଥିସହିତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଟର୍ମିନାଲ ଏବଂ ବସଗୁଡିକର ରକ୍ଷଣାବେକ୍ଷଣ ପାଇଁ ୨୩୮ କୋଟି ୧୪ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ବସ୍ ବ୍ୟବସ୍ଥା ଦ୍ବାରା ସମ୍ବଲପୁରବାସୀଙ୍କ ଯାତାୟାତ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି।

    G-S-y_ebIAAijJb
    CM Mohan Charan Majhi flagged off bus service in Sambalpur. Photograph: (sambad.in)

     

  • Jan 10, 2026 14:19 IST

    ରାଉରକେଲାରେ ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ସମେତ ୬ ଆହତ

    ସାରନଗରୀ: ଭୁବନେଶ୍ୱରରୁ ରାଉରକେଲାକୁ ଆସୁଥିବା ବେଳେ ଜଲଦା କାଏଁସର ଗ୍ରାମର ଏକ ପଡିଆ ନିକଟରେ ଟେକ୍ନିକାଲ ତ୍ରୁଟି ଯୋଗୁଁ ଏକ ୯ ସିଟର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ପଡିଯାଇଛି| ଏହାଫଳରେ  ୨ ପାଇଲଟଙ୍କ ସମେତ ୬ ଆହତ ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ଗାଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ଜଲଦା, ରଘୁନାଥ ପାଲି ପୁଲିସ, ଲାଠିକଟା ପୁଲିସ ପହଞ୍ଚି ଘଟଣା ସ୍ଥଳରୁ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇ ଥିଲେ |

    tled

  • Jan 10, 2026 14:11 IST

    ସମ୍ବଲପୁରରେ ଇ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ସମ୍ବଲପୁର: ସମ୍ବଲପୁରରେ ଇ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ଆୟୋଜିତ ଉତ୍ସବରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ପ୍ରମୁଖ ବି ଉପସ୍ଥିତ ଥିଲେ। ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ।

    Untitled

     

  • Jan 10, 2026 13:57 IST

    ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମା ସମଲେଶ୍ଵରୀଙ୍କ ଦର୍ଶନ କଲେ

    ସମ୍ବଲପୁର: ସମ୍ବଲପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମା ସମଲେଶ୍ଵରୀଙ୍କ ଦର୍ଶନ କଲେ ସେ। ଦୁଇଦିନିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ।

     

    mohan
    cm mohan majhi nuapada tour Photograph: (sambad.in)

     

     

  • Jan 10, 2026 13:36 IST

    ବରଗଡ଼ରେ କୋଲକାତା ପୁଲିସ, ସୁନା ଦୋକାନୀଙ୍କୁ ଉଠାଇ ନେଲା

    ବରଗଡ଼: ବରଗଡ଼ର ସୁନା ଗହଣା ବ୍ୟବସାୟୀ ହେମନ୍ତ ବର୍ମାଙ୍କୁ କୋଲକାତା ପୁଲିସ ଉଠାଇ ନେଇଥିବା ଜଣା ପଡିଛି। ତେବେ କୋଲକାତା ପୁଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଦାନୱାର ଜୁଏଲର୍ସର ମାଲିକ ହେମନ୍ତ ବର୍ମା କୋଲକାତାରୁ  ଲକ୍ଷାଧିକ ଟଙ୍କାର ସୁନା ଆଣି ଟଙ୍କା ଦେଇନଥିଲେ। ଯେଉଁଥିପାଇଁ ତାଙ୍କ ନାଁରେ କୋଲକାତା ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ବରଗଡ଼ରେ ପହଞ୍ଚି  ସୁନା ଦୋକାନୀଙ୍କୁ ଉଠାଇ ନେଇଛି।

    1BREAKING NEWS Wednesday

     

  • Jan 10, 2026 12:57 IST

    ବିଦ୍ୟାଳୟରେ ପିଲା ୭ ଦିନ କିମ୍ବା ଅଧିକ ସମୟ ପାଇଁ ଅନୁପସ୍ଥିତ ରହିଲେ, ଘରକୁ ଯିବେ ଶିକ୍ଷକ

    ଭୁବନେଶ୍ବର: କୌଣସି ଛାତ୍ର ବା ଛାତ୍ରୀ ବିଦ୍ୟାଳୟରେ ୭ ଦିନ କିମ୍ବା ଅଧିକ ସମୟ ପାଇଁ ଅନୁପସ୍ଥିତ ରହିଲେ, ଓଡ଼ିଶାର ସ୍କୁଲ ଶିକ୍ଷକମାନେ ସେମାନଙ୍କ ଘରକୁ ଯିବେ। ଏନେଇ ଡିଇଓ ଏବଂ ବିଇଓମାନଙ୍କୁ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗର ଚିଠି। କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ବୁଝିବେ ସ୍କୁଲ୍ କର୍ତ୍ତୃପକ୍ଷ।

    1BREAKING NEWS Wednesday

  • Jan 10, 2026 11:55 IST

    ଘୁ.ଉଦୟଗିରି ଅଞ୍ଚଳରେ ୪ଫୁଟିଆ କଲରାପତରିଆ ବାଘ: ଲୋକ ଆତଙ୍କିତ, ବନ ବିଭାଗ ତତ୍ପର

    ଘୁ.ଉଦୟଗିରି: ଘୁ.ଉଦୟଗିରି ଅଞ୍ଚଳରେ ୪ଫୁଟିଆ କଲରାପତରିଆ ବାଘ। ଲୋକ ଆତଙ୍କିତ। ବନ ବିଭାଗ ତତ୍ପର।

    Untitled

  • Jan 10, 2026 10:29 IST

    ‘ବାହୁବଳୀ’ ଫେମ୍ ପ୍ରଭାସଙ୍କୁ ଆରତି ବେଳେ ସିନେମା ହଲ୍ ଭିତରେ ଅଗ୍ନିକାଣ୍ଡ

    ରାୟଗଡ଼ା: ଗ୍ଲୋବାଲ ସେନସେସନ ‘ବାହୁବଳୀ’ ଫେମ୍ ରେବେଲ ଷ୍ଟାର ପ୍ରଭାସଙ୍କ ଆରତି ବେଳେ ସିନେମା ହଲରେ ଲାଗିଲା ନିଆଁ I ରାୟଗଡ଼ା ସହର ସ୍ଥିତ 
    ଅଶୋକ ଟକିଜ୍ ସିନେମା ହଲ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି। 'ରେବେଲ ଷ୍ଟାର' ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର "ରାଜା ସାବ୍" ରିଲିଜ୍ ଉପଲକ୍ଷେ ଫ୍ୟାନମାନେ ହଲ୍ ଭିତରେ ଉତ୍ସବ ମନାଉଥିବା ବେଳେ ଏହି ଅଘଟଣ ଘଟିଛି।

    U

  • Jan 10, 2026 10:00 IST

    ବିବାହ ପାଇଁ ପ୍ରେମିକ ରାଜି ନହେବାରୁ ଥାନା ସମ୍ମୁଖରେ ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ ପ୍ରେମିକା

    ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଆଗରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମିକ ବିବାହ କରିବା ପାଇଁ ରାଜି ନ ହେବାରୁ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। 

    1BREAKING NEWS Wednesday

  • Jan 10, 2026 09:34 IST

    ୯.୨ ଡିଗ୍ରି ସହ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

    ଭୁବନେଶ୍ବର: ରାଜଧାନୀର ଆଜି ୯.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏହା ହେଉଛି ରାଜଧାନୀରେ ସର୍ବନିମ୍ନ ତାପମାତ୍ରା। ୨୦୦୪ ମସିହା ପରଠୁ ଏତେ କମ୍  ତାପମାତ୍ରା ରେକର୍ଡ ହୋଇନଥିବା କୁହାଯାଉଛି।

    1BREAKING NEWS Wednesday

  • Jan 10, 2026 08:54 IST

    ଜାଡ଼ରେ ଥରୁଛି ବାଂଶପାଳ, ବର୍ଷର ପ୍ରଥମ ତୁଷାର ପାତ

    ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ବର୍ଷର ପ୍ରଥମ ତୁଷାର ପାତ ଦେଖିବାକୁ ମିଳିଛି। ପ୍ରବଳ ଜାଡ଼ରେ ବାଂଶପାଳ ସମେତ ଆଭ୍ୟନ୍ତରୀଣ ଦୁର୍ଗମ ଗ୍ରାମ ଗୁଡ଼ିକରେ ପ୍ରବଳ ଶୀତ ଲହରୀ ଲାଗି ରହିଛି। ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଗତକାଲି ରାତିରେ ପାରଦ ୮ ଡିଗ୍ରି ତଳକୁ ଖସି ଯାଇଥିବା ବେଳେ ଆଜି ଭୋର ସକାଳ ଯାଏଁ ବ୍ଲକର ଜମ୍ଭିରିପଶି, ଖଣ୍ଡାଧାର,କାଞ୍ଜିପାଣି , ଡେରି ଆଦି ଅଞ୍ଚଳରେ ବରଫ ପାତ ଦେଖିବାକୁ ମିଳିଛି। ପ୍ରବଳ କୋହଲା ପାଗ ଲାଗି ରହିଛି। ସ୍ଥାନୀୟ ଲୋକେ ଅସମ୍ଭାଳ ଶୀତ ଲହରୀରେ କଷ୍ଟରେ ଜୀବନଯାପନ କରୁଛନ୍ତି।

    Unt

  • Jan 10, 2026 08:40 IST

    କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ୍, ଯାତ୍ରୀଙ୍କୁ ଓହ୍ଲାଇଦେଲେ ଚାଳକ

    ଭୁବନେଶ୍ବର: ରାଜଧାନୀର କଳିଙ୍ଗ ଷ୍ଟୁଡିଓ ଛକରେ ହୁତୁହୁତୁ ଜଳିଗଲା ଆମ ବସ୍। ନିଆଁ ଲାଗିବା ଦେଖି ଯାତ୍ରୀଙ୍କୁ ବସ୍ ଭିତରୁ ଓହ୍ଲାଇ ଦେଲେ ଚାଳକ। ସମସ୍ତ ଯାତ୍ରୀ ସୁରକ୍ଷିତ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ।

    1BREAKING NEWS Wednesday

  • Jan 10, 2026 08:29 IST

    କାଶ୍ମୀର, ମନାଲି କି ସିମଲା ନୁହେଁ ବରଂ ଏ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳର , ମଜା ନେଉଛନ୍ତି ପର୍ଯ୍ୟଟକ

    କୋଇଡ଼ା: କାଶ୍ମୀର, ମନାଲି କି ସିମଲା ନୁହେଁ, ବରଂ ଏ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳର। ମଜା ନେଉଛନ୍ତି ପର୍ଯ୍ୟଟକ।

    Untitled

  • Jan 10, 2026 05:50 IST

    ହିମାଚଳ ବସ୍‌ ଦୁର୍ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ 

    ନାହାନ: ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଶୁକ୍ରବାର ଅପରାହ୍ନରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସିମଲାରୁ କୁପଭି ଯାଉଥିବା ଏକ ଘରୋଇ ବସ୍ ହରିପୁରଧର ଗାଁ ନିକଟରେ ୫୦୦ ଫୁଟ ଗଭୀର ଘାଟିକୁ ଖସିପଡ଼ିଛି। ଚଉଦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୫୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ ବସ୍‌ ଟି ରାସ୍ତାରୁ ଖସି ଘାଟିକୁ ଓଲଟି ପଡ଼ିଛି। ବସ୍‌ଟିରେ ୩୯ ଜଣଙ୍କର ବସିବା କ୍ଷମତା ଥିଲା।

    27ba117b-ab84-4ed9-81a7-8e6cdb197597

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। 

  • Jan 10, 2026 05:47 IST

    ୧୫ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର

    ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରର ସାମ୍ବାଦିକ କଲୋନି ଅଞ୍ଚଳର ଖାରବାସ ଛକରେ ଶୁକ୍ରବାର ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ଦୁର୍ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏକ ଅନିୟନ୍ତ୍ରିତ ଅଡି କାର ଅତି କମରେ ୧୫ ଜଣଙ୍କୁ ଚାପି ଦେଇଥିଲା, ଯାହା ମଧ୍ୟରୁ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅନ୍ୟ ଅନେକ ଗୁରୁତର ଆହତ ହୋଇଥିଲେ।

    c0331ed0-c4b9-4544-a29a-25aa6e3eb283

    ଏହି ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି ଏବଂ ସେମାନଙ୍କ ଅବସ୍ଥା ନିରନ୍ତର ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe