Breaking News Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Jan 11, 2026 22:33 IST
ବୈତରଣୀ ନଦୀକୁ ଧସିଲା ୬୦ ଫୁଟର ନଦୀବନ୍ଧ
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡି ମୁଁଆ ଗାଁ ନିକଟରେ ବୈତରଣୀ ନଦୀକୁ ଧସିଲା ସୁରକ୍ଷା ବନ୍ଧ। ବୈତରଣୀ କୂଳ ଲଙ୍ଘିବାରୁ ନଦୀର ସୁରକ୍ଷା ବନ୍ଧ ଧସିଯାଇଛି। ବାରମ୍ବାର ନଦୀ ବନ୍ଧ ଧସୁଥିବା ନେଇ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ଏବଂ ଉପରିସ୍ଥ ବିଭାଗର ଅଧିକାରୀଙ୍କୁ ଦାୟୀ କରିଛନ୍ତି ଅଞ୍ଚଳବାସୀ। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାପାଇଁ ଦାବି ଜୋର ଧରିଲା।
/fit-in/580x348/filters:format(webp)/sambad/media/media_files/2026/01/11/img-20260111-wa0025-2026-01-11-22-33-33.jpg)
ବାରମ୍ବାର ଏହି ବନ୍ଧ ଧସୁଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଇଛି। ଯନ୍ତ୍ରୀ ବିମଳ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଏ ବିଷୟରେ ଆମେ ଅବଗତ ନାହୁଁ। ଆସନ୍ତାକାଲି ଏହି ସ୍ଥାନ ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ନେବୁ। ଏଠାରେ ପ୍ରଶ୍ନ ଉଠୁଚି ବାରମ୍ବାର ବନ୍ଦ ଭାଙ୍ଗୁଛି କାହିଁକି। ଏ ଦିଗରେ ବିଭାଗ ପଦକ୍ଷେପ ନେଉନି କାହିଁକି। ଜଳ ସମ୍ପଦ ବିଭାଗର ଶହଶହ କୋଟି ଟଙ୍କାର ଅନୁଦାନ ଆସିଛି। କିଛି କରୁନି ବିଭାଗ। ଏଭଳି ଅଭିଯୋଗ ଉଠାଇଛନ୍ତି ଅଞ୍ଚଳ ଲୋକେ।
-
Jan 11, 2026 22:05 IST
ଗର୍ଭବତୀ ନବବଧୂଙ୍କୁ ହତ୍ୟା ଅଭିଯୋଗ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ନାମନଗଡରେ ବଧୁ଼ ହତ୍ୟା ଅଭିଯୋଗ। ବିବାହର ୯ ମାସ ପରେ ୭ ମାସର ଗର୍ଭବତୀ ପତ୍ନୀଙ୍କୁ ମଦ୍ୟପ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକ ମହିଳାଙ୍କ ପରିବାର ବର୍ଗ। ଅଭିଯୋଗ ପ୍ରକାରେ ନାମନଗଡ ନିକଟ ଆମ୍ବଲୁଡି ଗ୍ରାମର ୨୧ ବର୍ଷର ଅସ୍ବିନି ଗମାଙ୍ଗ ନାମନଗଡ ଖେତ୍ରୀ ସାହିର ଯଶୋବନ୍ତ ଗମାଙ୍ଗକୁ ୯ ମାସ ପୂର୍ବେ ବିବାହ କରିଥିଲେ। ବିବାହର ପରଠାରୁ ମଦ୍ୟପାନ କରି ସ୍ତ୍ରୀ ଉପରେ ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିଲେ ସ୍ବାମୀ ଯଶୋବନ୍ତ।
Photograph: (sambad) ଗତକାଲି ମଦ୍ୟପାନ କରି କୈଣସି କାରଣରୁ ମାଡ଼ ମାରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପିତା ରୁବେନ ଗମାଙ୍ଗ। ମୃତ୍ୟୁ ପରେ ଆତ୍ମହତ୍ୟା ଋପ ଦେଇଥିବା ବେଳେ ପୋଲିସ ମୃତ ଶରୀରକୁ ଉଦ୍ଧାର କରି ଏଫ ଏମଟି ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ କେସ ନମ୍ବର ୨/୨୬ ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଏଫଏମଟି ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ସେରଙ୍ଗ ଥାନା ଅଧିକାରୀ ପ୍ରମୋଦ ଖଣ୍ଡୁଆଳ।
-
Jan 11, 2026 22:01 IST
ଜାତୀୟ ରାଜପଥରେ ଦୁର୍ଘଟଣା ବୃଦ୍ଧା ମୃତ
ସାରନଗରୀ: ୧୪୩ ନମ୍ବର ଜାତୀୟ ରାଜପଥ ଫେଟକଲ ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡ଼ି ଧକାରେ ଜଲଦା 'ଏ'ବ୍ଲକ ମୁରୁମ ବସା ଅଞ୍ଚଳର କସଲ୍ୟ ଦାସ (୬0)ଙ୍କର ମୁଣ୍ଡରେ ଗାଡି ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମହିଳା ନିଜର ସମ୍ପର୍କୀୟଙ୍କ ଘରୁ ଖାଇ ସାରି ନିଜ ଘରକୁ ରାସ୍ତା ପାରି ହେଉଥିବା ସମୟରେ ଏହି ଦୁର୍ଘଟଣା ଏକ ଅଜଣା ଗାଡି ତାଙ୍କ ମୁଣ୍ଡ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
/fit-in/580x348/filters:format(webp)/sambad/media/media_files/2026/01/11/bd25af29-7182-4abd-a2cd-7b47fbfb6f6d-2026-01-11-22-01-33.jpg)
ସ୍ଥାନୀୟ ଅଂଚଳରେ ନିଜର ସମ୍ପର୍କୀୟମାନେ ନିଆଁ ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ଜାନ ବାହାନ ଚଳା ଚଳରେ ବାଧା ଉପୁଜିଛି। ଜଲଦା ଓ ଟାଙ୍ଗରପାଲି ପୁଲିସ ଘଟଣାସ୍ଥଳରେ ପଂହଁଚି ତଦନ୍ତ ଜାରି ରଖିଛି। ମହିଳା ତାଙ୍କର ୪ ଦିନ ହେବ ତାଙ୍କର ସାନ ପୁଅ ନିକଟକୁ ବୁଲିବାକୁ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।
-
Jan 11, 2026 21:59 IST
ବେପରୁଆ ଗାଡ଼ି ଚାଲନା: ଦୁଇ ମୃତ, ୨ ଆହତ
ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣାରେ ପିକ୍ଅପ୍ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଜୟପାଟଣା ରାଜକମ୍ପ୍ଲକ୍ସର ମହିନ୍ଦ୍ର। ପିକ୍ଅପ୍ ଗାଡ଼ି (ଓଡି ୦୮ଆର ୭୩୭୧) ସକାଳ ପ୍ରାୟ ସାଢେ ନଅଟା ବେଳେ ଜୟପାଟଣାରୁ ବାନେର ପଟକୁ ଯାଉଥିବା ବେଳେ ପ୍ରଥମେ ପୋଷ୍ଟ ଅଫିସ ନିକ ଟରେ ଶିଶୁମନ୍ଦିରର ଗୁରୁଜୀ ଅଜୟ ପଣ୍ଡାଙ୍କୁ ଧକ୍କା ଦେଇ ପୁନର୍ବାର ଗୀତାଭବନ ନିକଟରେ ସିନ୍ଦକାଗୁଡ଼ାରୁ ବଡକାର୍ଲାକୋଟ ନୁଆଁପଡା ଏକେସିୟା ଉତ୍ସବକୁ ଯାଉଥିବା ଗୋଟିଏ ବାଇକ୍କୁ ଧକ୍କା ଦେଇଥିଲା।
/fit-in/580x348/filters:format(webp)/sambad/media/media_files/2026/01/11/c18a0b43-507a-4047-8d76-7d0973950b25-2026-01-11-21-59-19.jpg)
ଏଥିରେ ସିନ୍ଦକାଗୁଡା ଗାଁର ରଞ୍ଜନପ୍ରଭା ମାଝୀ ଓ ତାଙ୍କ ଛୁଆବରୁଣ (୩)ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଦିଅର କୁମୁଦ ମାଝୀ(୩୦)ଙ୍କ ଘାଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଆହତମାନଙ୍କୁ ଜୟପାଟଣା ହସ୍ପିଟାଲରେରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଆହତ ଥିବା ୩ ବର୍ଷର ବରୁଣ ମାଝୀ ଙ୍କୁ ଭବାନୀପାଟଣା ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି। ପୁଲିସ ଗାଡିକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।
-
Jan 11, 2026 21:16 IST
୪୩ ୟୁନିଟ ରକ୍ତ ସଗୃହୀତ
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଅଡାକଷା ପୂଜାଡୁଙ୍ଗୁରି ଠାରେ ସମ୍ବାଦ–ଆମ ଓଡ଼ିଶା ସହିତ ବିନିକା ବ୍ଳକସ୍ତରୀୟ ରକ୍ତଦାନ ଶିବିର ଆୟୋଜକ ଓ ରକ୍ତଦାତାମାନଙ୍କୁ ନେଇ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି ଏଥିରେ ୬ ଜଣ ମହିଲା ସହିତ ମୋଟ ୪୩ ଜଣ ରକ୍ତଦାନ କରିଥିଲେ। ବିନିକା ବ୍ଳକ ରକ୍ତଦାତା ଗ୍ରାମ କୁହିବାହାଲ ରକ୍ତଦାନ ଆୟୋଯକ ତଥା ଶିକ୍ଷକ ଭୂବନେଶ୍ଵର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନା ସଭାରେ ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦ, ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷା ପୁଷ୍ପାଞ୍ଜଳି କଣ୍ଟା, ସୁବର୍ଣ୍ଣପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ପୃଷ୍ଟି, ବିନିକା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅଶୋକ ନନ୍ଦ, ବିନିକା ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ନନ୍ଦିଘୋଷ ପଣ୍ଡା, ବିନିକା ଥାନା ଆଇଆଇସି ସତ୍ୟନାରାୟଣ ପଧାନ, ବିନିକା ବିଦ୍ୟୁତ୍ ବିଭାଗ ଏସ୍ ଡି ଓ ଉଦୟ ଶଙ୍କର ପାଟଯୋଶୀ, ବିନିକା ଜେଏମ୍ଏଫ୍ସି କୋର୍ଟର ସରକାରୀ ଓକିଲ ବୃନ୍ଦାବନ ମିଶ୍ର, ରାଜ୍ୟ ସ୍ତରୀୟ ସ୍ମୃତି କମିଟି ଆଇନପରାମର୍ଶ ଦାତା ବିରେନ୍ଦ୍ର ପୋଢ଼,,ଅଭିଜିତ ସମାଜସେବି ଅଚ୍ୟୁତ କଣ୍ଟା, ବିଜେପି ଚରଦେଇ ମଣ୍ଡଳ ସଭାପତି ଉଦ୍ଧବ ମାହାକୁର ,ବିନିକା ଏନ୍ ଏସି ୧୦ ନମ୍ବର କାଉନସିଲର ଆଶାରାଣୀ ପଣ୍ଡା ସମାଜସେବୀ ଗୋପି ପଣ୍ଡା ଶିକ୍ଷକ ଚନ୍ଦ୍ର କାନ୍ତ ପଧାନ, ରାଜ୍ୟ ଅଭିଜିତ ପୂଜାହାରୀ ସ୍ମୃତି କମିଟି ସଭାପତି ପ୍ରିୟରଞ୍ଜନ ହୋତା, ରକ୍ତଦାନ ଶିବିର ଆୟୋଜକ ନୀଳମଣି ସାହୁ, ପୈାଲସ୍ତି ସାହୁ, ଗଦ୍ଧର୍ବ ମାହାର, ସରୋଜ ସାହୁ, ବିକାଶ ପଧାନ ପ୍ରଶାନ୍ତ ମେଲ୍ଲି, ଅମିତ ପାତ୍ର, ଉମେଶ କଲତା, ଘୁମ ପଧାନ, ଗୋବିନ୍ଦ ମାହାଣା, ଟୁନା ସାଲମା, ସେଣ୍ଟ ଭେଲି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବାଳଗୋପାଳ ପଣ୍ଡା, ସାଇ ଶ୍ରୀ ଲିଲା ସହାଜି ବିଦ୍ୟାମନ୍ଦିର ସଭାପତି ସୌମିତ୍ରୀ ପତି, ଲିଲିମା ସାହୁ .ରାଜ୍ୟ ସ୍ତରୀୟ ଅଭିଜିତ ପୁଜାହାରୀ ସାହିତ୍ୟ ସଂସଦ ସଭାପତି ଗୀତାଞ୍ଜଳି ପୂଜାହାରୀ, ସମ୍ପାଦକ ଗୁଲଠୁ ମିନ, ଯମୁନା ପତି, ସୈାଦାମିନି ସାହୁ, ସଂଗୀତା ପୃଷ୍ଟି,ସନ୍ତୋଷିନୀ ମହାକୁର, ସୁବ୍ରତ କୁମାର ପତି ସମ୍ବାଦ ପ୍ରତିନିଧି ସୁବ୍ରତ ମିଶ୍ର, ସନାତନ ପୂଜାହାରୀ, ସାମ୍ବାଦିକ ଅଶୋକ ପଣ୍ଡା ପ୍ରମୂଖ ରକ୍ତଦାନର ମହତ୍ଵ ଓ ରକ୍ତଦାନର ଉପକାରିତା ଉପରେ ଆଲୋକପାତ କରି ଆଗାମୀ ଦିନରେ ରକ୍ତଦାନକୁ ବିନିକା ଅଞ୍ଚଳରେ ଅଧିକରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ସଂକଳ୍ପ ନେଇ ରକ୍ତା ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବିନିକା ସମ୍ବାଦ ପ୍ରତିନିଧି ଅକ୍ଷୟ କୁମାର ପୂଜାହାରି ମଞ୍ଚ ପରିଚାଳନା କରିଥିବା ବେଲେ ସେଲେଡି ସମ୍ବାଦ ପ୍ରତିନିଧି ପରକ୍ଷିତ ବାଘ ଧନ୍ୟବାଦ ଅର୍ପଣ କରିଥିଲେ। ବୁଲ୍ଲା ରକ୍ତ ଭଣ୍ଡାର ଡ଼ା ଏମ୍ ମହୁଭନା, ଦେବାଶିଷ ମିଶ୍ର,ଅଜୟ ପଧାନ, ପିଣ୍ଟୁ ଭୋଇ,ସଞ୍ଜୟ ବେହେରା ,ସନ୍ତୋଷ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ବେଦମତି ଭୂଏ, ଲିଲିମା ଭୂଏ, ଅମିତ ପାତ୍ର, ପ୍ରଶନ୍ନ ବାଗ, ଭାଗବତ ସାହୁ, ଜୟନାରାୟଣ ନାୟକ, ଉମେଶ କଲତା, ବିକାଶ ପୁଟେଲ, ଅଶୋକ ପୁଟେଲ ,ଉତ୍ତମ ପୁଟେଲ, ଆହ୍ଵାନ ସାହୁ, ଅମିତ ସାହୁ, ରାକେଶ ସାହୁ, ବାନା ଭୋଏ,ଜଗନ୍ନାଥ ପରର୍ଡ଼ୀଆ, ଜୟରାମ ବଗର୍ତ୍ତି, କଳ୍ପନା ପଧାନ,ଚୈତନ ବେହେରା, ଶୁଶିଲ ଅଗ୍ରୱାଲ,ଅଜିତ ପାତ୍ର,ସମେତ ସିଂଘିଯୁବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରି ବେଚ୍ ଛାତ୍ର ବୃନ୍ଦ ସହଯୋଗୀ କରିଥିଲେ।
/fit-in/580x348/filters:format(webp)/sambad/media/media_files/2026/01/11/308e3943-e073-4852-a33b-2a22148a9b15-2026-01-11-21-13-46.jpg)
ରକ୍ତଦାନ ଜୀବନଦାନ
ସୁରେନ୍ଦ୍ର ମୋହନ ବିଶ୍ଵାଳ, ଶୁକ୍ରୁ ସ୍ଵାଇଁ, ଲିସବନ କର୍ଣ୍ଣ, ବୀରେନ୍ଦ୍ର କୁମାର ପୋଢ଼, ଶ୍ରୀତମ ସାହୁ. ଭକ୍ତ ବିଶ୍ଵାଳ, ବିବେକାନନ୍ଦ ବେହେରା, ଭରଦ୍ୱାଜ ବିଶି, ନିଳମଣୀ ସାହୁ, ଲକ୍ଷ୍ମଣ ସାହୁ, ରାଜକୁମାର ପଧାନ, ଥବିର ବାରିକ, ଲିଲିମା ସାହୁ, ଗୀତାଞ୍ଜଳି ପୂଜାହାରୀ, ସୈାଦାମିନୀ ସାହୁ, ସତିଶ କୁମାର ଅଗ୍ରୱାଲ, ଶୁବାଷ ଚନ୍ଦ୍ର ପାତ୍ର, ଯମୁନା ପତି, ବାସୁଦେବ ସାହୁ, ରୋହନ ବେହେରା, ଲିପନ ଭୋଇ, ବାଲଗୋପାଲ ପଣ୍ଡା, ସଂଗୀତା ପୃଷ୍ଟି, ଆକାଶ ଅଦାବର, ମନୋଜ କୁମାର ଶତପଥୀ, ଶାନ୍ତନୁ କୁମାର ସେଠୀ, ତୁଷାର ଭୋଇ, ବିନୋଦ ସାହୁ, ରଘୁମଣୀ କର୍ଣ୍ଣ, ଇଶ୍ଵର ସେଠୀ, ବିଜୟ ସାହୁ, ଆୟୁଷ କୁମାର ଭୋଇ, ସୈାମ୍ଯ ରଞ୍ଜନ ପଧାନ, ଶିବ ମହଲା, ସଞ୍ଜୀବ ସାହୁ, ଜୟକୃଷ୍ଣ ଭୂଏ, ସୁବ୍ରତ କୁମାର ପତି, ବିଣା ପାତ୍ର, ଆକାଶ ବେହେରା, ଉଦ୍ଧବ ମାହାକୁର, ରଞ୍ଜିତ ମହାନନ୍ଦ, ଗଣେଶ ପ୍ରସାଦ ଅଗ୍ରୱାଲ ଓ ସୁରେଖ ବିଶ୍ଵାଳ ରକ୍ତଦାନ କରିଥିଲେ।
-
Jan 11, 2026 20:46 IST
ଶାନ୍ତିର କପୋତ ଶାସ୍ତ୍ରୀଙ୍କ ତିରୋଧାନ ଦିବସ ଭୁଲିଗଲା ପ୍ରଶାସନ
ନବରଙ୍ଗପୁର: ଆଜି ଭାରତରତ୍ନ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟ ତିରୋଧାନ ଦିବସ। ତେବେ ପ୍ରଶାସନ ଏହି ଦିବସକୁ ପାଳନ କରି ପୂଜ୍ୟପୂଜା କରିବା ଭୁଲି ଯାଇଛି। ଅପରପକ୍ଷରେ ଆଇକନସ୍ ଇନ୍ ମୋସନର କର୍ମକର୍ତ୍ତା ମାନେ ଏହି ଦିବସ ପାଳନ କରିଛନ୍ତି। ମୂର୍ତ୍ତିକୁ ସଫେଇ କରି ଧୋଇବା ସହ ପୁଷ୍ପମାଲ୍ୟ ଆଦି ଦେଇ ପୂଜ୍ୟପୂଜା ଦେଖାଇଛନ୍ତି। ଆଜି ରବିବାର ଛୁଟି ଦିନ ତେଣୁ ପ୍ରଶାସନ ଏହି ପୁଣ୍ୟଆତ୍ମା ଙ୍କୁ ତିରୋଧାନ ଦିବସ ରେ ସମ୍ମାନ ଦେବା ହିଁ ଭୁଲିଗଲେ କି ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରଶ୍ନ କରାଯାଇଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଜୟନ୍ତୀ , ତିରୋଧାନ ପାଳନ କରିବାରେ କାହିଁକି ଅବହେଳା ପ୍ରଦର୍ଶନ କରାଯାଉଛି ବୋଲି ଏମାନେ ପ୍ରଶ୍ନ କରିଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/11/ngp-sastry-tirodhan-2-2026-01-11-20-46-19.jpg)
ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ନବରଙ୍ଗପୁର ସବୁ ବେଳେ ଆପଣ ମାନେ ସହର ମଧ୍ୟରେ ଅବସ୍ଥାପିତ ମହାପୁରୁଷମାନଙ୍କ ସ୍ମୃତି ଉଦ୍ୟାନ ଓ ପ୍ରତିମୂର୍ତ୍ତି ଗୁଡ଼ିକୁ ଅଣଦେଖା କରି ଚାଲିବାର ରହସ୍ୟ ଟି କଣ ଜଣେ ନବରଙ୍ଗପୁର ବାସିନ୍ଦା ଭାବେ ଆମର ପ୍ରଶ୍ନ ବୋଲି ଏମାନେ ପଚାରିଛନ୍ତି। ରାଜ୍ୟ ସରକାରଙ୍କ କୌଣସି ନିର୍ଦ୍ଦେଶ ନଥିବାରୁ କେବେ ବି ଏହି ତିରୋଧାନ ଦିବସ ପାଳନ କରାଯାଉନି ବୋଲି କହିଛନ୍ତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା। କେବଳ ଜୟନ୍ତୀ ହିଁ ପାଳନ କରାଯାଉଛି ବୋଲି କହିଛନ୍ତି ଶ୍ରୀ ବେହେରା।
-
Jan 11, 2026 19:34 IST
ଅଟୋ ଦୁର୍ଘଟଣାରେ ଦୁଇ ମହିଳା ଗୁରୁତର
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଅଟୋ ଦୁର୍ଘଟଣା ଯୋଗୁଁ ଦୁଇ ମହିଳା ଗୁରୁତର ହୋଇଥିବା ବେଳେ ଆଉ କିଛି ମହିଳା ଆହତ ହୋଇ ଥିବା ଜଣାପଡିଛି। ଝରିଗାଁ ବ୍ଲକ ଚିତାବେଡ଼ା ପଞ୍ଚାୟତ ଅନ୍ତର୍ଗତ ପିପଲଗୁଡ଼ା ଗ୍ରାମର କିଛି ମହିଳା ଓ କିଛି ପୁରୁଷ ଏକ ଅଟୋ ଯୋଗେ ଚନ୍ଦାହାଣ୍ଡି ବ୍ଳକର ଭେଲୁଆକୋଟ ଗ୍ରାମରେ ହଁ ରହୁଥିବା ନିଜ ସମ୍ପର୍କୀୟ ଘରକୁ ଯାଉଥିଲେ। ତେବେ ଆଜି ପ୍ରାୟ ଦିନ ସାଢ଼େ ବାର ଘଣ୍ଟା ସମୟରେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଯିବା ବେଳେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ବସିଥିବା ସମସ୍ତେ ରାସ୍ତା ଉପରେ ଛିଟିକି ହୋଇ ପଡ଼ିଥିଲେ।
/fit-in/580x348/filters:format(webp)/sambad/media/media_files/2026/01/11/c3b6261c-25a2-44f6-acf5-277a2d77f2cd-2026-01-11-19-34-33.jpg)
ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଆମ୍ବୁଲାନ୍ସକୁ ଖବର ଦେଇ ଗୁରୁତର ମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ରୂପାଇ ସାନ୍ତା(୫୬) ଏବଂ ରତ୍ନା ସାନ୍ତା(୪୫)ଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। ସେହିପରି ଚମ୍ପା ସାନ୍ତା( ୪୨) ଦୟମତୀ ସାନ୍ତା (୩୮) କମଳା ସାନ୍ତା (୪୨),)ଏବଂ ବୀଣା ସାନ୍ତା (୬୧) ଆହତ ହୋଇଥିବା ଜଣାପଡିଛି। ଅଟୋରେ ମୋଟ ୧୫ ଜଣ ମହିଳା ଓ ପୁରୁଷ ମିଶି ଯାଉଥିବା ସୂଚନା ମିଳିଛି।
-
Jan 11, 2026 10:07 IST
କଟକରେ ବୀଭତ୍ସ ହତ୍ୟା, ପଥରରେ ଛେଚି ଯୁବକଙ୍କୁ କିଏ ଓ କାହିଁକି ମାରିଲା, ଅସ୍ପଷ୍ଟ
କଟକ: କଟକରେ ବୀଭତ୍ସ ହତ୍ୟା। କାଠଯୋଡ଼ି ନଦୀପଠାରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା। କିଏ ଓ କାହିଁକି ମାରିଲା,ତାହା ଅସ୍ପଷ୍ଟ ରହିଛି। ମୃତକ ହେଲେ ପପୁ ଦାସ। ତାଙ୍କ ଘର ପୁରୀଘାଟର ହଜାରୀବାଗ ଲେନରେ ବୋଲି ଜଣାଯାଇଛି।
Breaking News Photograph: (sambad.in) -
Jan 11, 2026 09:02 IST
ଭାରତ ରତ୍ନ ନେଇ ବିଜେପି ନେତା କହିଲେ...
ପାଟନା: ବିଜେପି ନେତା ଜନାର୍ଦ୍ଦନ ସିଂହ ସିଗ୍ରୀୱାଲ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜ ପ୍ରତାପ ଯାଦବଙ୍କ ଲାଲୁ ପ୍ରସାଦ ଯାଦବଙ୍କୁ ଭାରତ ରତ୍ନ ଦାବି କରିଥିବା ବୟାନର କଡ଼ା ଜବାବ ଦେଇଛନ୍ତି। ସିଗ୍ରୀୱାଲ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେଉଁମାନେ ଘୋଟାଲା କରନ୍ତି ଏବଂ ବାରମ୍ବାର ଜେଲ ଯାଆନ୍ତି ସେମାନେ ଭାରତ ରତ୍ନ ଭଳି ସର୍ବୋଚ୍ଚ ସମ୍ମାନ ପାଇବାକୁ ଯୋଗ୍ୟ ନୁହଁନ୍ତି।
/fit-in/580x348/filters:format(webp)/sambad/media/media_files/2026/01/09/1breaking-news-wednesday-2026-01-09-16-21-35.jpg)
ଜନାର୍ଦ୍ଦନ ସିଂହ ସିଗ୍ରୀୱାଲ କହିଛନ୍ତି ଯେ ଭାରତ ରତ୍ନ ଦେଶର ସର୍ବୋଚ୍ଚ ସମ୍ମାନ ଏବଂ ଦେଶ ଏବଂ ସମାଜ ପାଇଁ ଅସାଧାରଣ କାର୍ଯ୍ୟ କରିଥିବା ଲୋକଙ୍କୁ ପ୍ରଦାନ କରାଯାଏ। ସେ ବ୍ୟଙ୍ଗାତ୍ମକ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ଯଦି ଘୋଟାଲାକାରୀମାନଙ୍କୁ ଭାରତ ରତ୍ନ ଦିଆଯାଏ, ତେବେ ଜେଲ ଯିବାକୁ ମଧ୍ୟ ଏକ ସଫଳତା ବୋଲି ବିବେଚନା କରାଯିବ। ସେ ଲାଲୁ ଯାଦବଙ୍କ କାର୍ଯ୍ୟକାଳକୁ ମଧ୍ୟ ଟାର୍ଗେଟ କରି କହିଥିଲେ ଯେ ସେହି ସମୟରେ ଦୁର୍ନୀତି ଶୀର୍ଷରେ ଥିଲା।
-
Jan 11, 2026 08:35 IST
ସିରିଆ ଉପରେ ବଡ଼ଧରଣର ବିମାନ ଆକ୍ରମଣ
ୱାଶିଂଟନ: ଆମେରିକାର କେନ୍ଦ୍ରୀୟ କମାଣ୍ଡ ସିରିଆରେ ଅନେକ ଇସଲାମିକ୍ ଷ୍ଟେଟ୍ଲ ଲକ୍ଷ୍ୟସ୍ଥଳ ବିରୁଦ୍ଧରେ ବଡ଼ଧରଣର ବିମାନ ଆକ୍ରମଣ ଆରମ୍ଭ କରିଛି। ଏହି କାର୍ଯ୍ୟାନୁଷ୍ଠାନ ଅପରେସନ୍ ହକିଆଇ ଷ୍ଟ୍ରାଇକ୍ ର ଏକ ଅଂଶ ଭାବରେ କରାଯାଇଥିଲା, ଯାହାର ଲକ୍ଷ୍ୟ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ନେଟୱାର୍କକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବା।
/fit-in/580x348/filters:format(webp)/sambad/media/media_files/2026/01/11/0f5a51ba-37d8-46d7-beb1-a8e38f7686f7-2026-01-11-08-34-38.jpg)
CENTCOM ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ସେୟାର କରି କହିଛି ଯେ ଆକ୍ରମଣଗୁଡ଼ିକ ଆମେରିକା ସମୟ ପ୍ରାୟ ଦିନ ସାଢ଼େ ୧୨ଟାରେ ହୋଇଥିଲା। ଏହି ଆକ୍ରମଣଗୁଡ଼ିକ ସିରିଆର ବିଭିନ୍ନ ଅଞ୍ଚଳରେ ISIS ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଥିଲା।
-
Jan 11, 2026 07:47 IST
ଆଜି ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍
ଭଦୋଦରା: ଗୁଜରାଟର ଭଦୋଦରାସ୍ଥିତ କୋଟାମ୍ବି ଷ୍ଟାଡିୟମରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚରେ ବିଜୟ ସହ ଭାରତ ନୂଆ ବର୍ଷରେ ନିଜର ଅଭିଯାନ ଆରମ୍ଭ କରିବାକୁ ଉଦ୍ୟମ କରିବ। ଏହି ମ୍ୟାଚରେ ଭାରତର ଦୁଇ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ।
Breaking News Photograph: (sambad.in) ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଉଭୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ। ଏହି ସିରିଜରେ କୋହଲି ୨ଟି ଶତକ ଅର୍ଜନ କରିଥିବାବେଳେ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ସେହିପରି ରୋହିତ ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅନ୍ୟପକ୍ଷରେ ଖରାପ ଫର୍ମ କାରଣରୁ ଟି-୨୦ ଟିମରୁ ବାଦ ପଡ଼ିଥିବା ଶୁବମନ ଗିଲଙ୍କ ଉପରେ ବି ସମସ୍ତଙ୍କ ନଜର ରହିବ। ସେ ଏକ ଭଲ ଇନିଂସ ଖେଳି ଫର୍ମକୁ ଫେରିବାକୁ ଚେଷ୍ଟା କରିବେ।
-
Jan 11, 2026 07:22 IST
ଗ୍ରୀନଲ୍ୟାଣ୍ଡକୁ ବଳପୂର୍ବକ ମିଶାଇବାକୁ ଟ୍ରମ୍ପଙ୍କ ଧମକ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପୁଣି ଥରେ ଗ୍ରୀନଲ୍ୟାଣ୍ଡକୁ ବଳପୂର୍ବକ ମିଶାଇବାକୁ ଧମକ ଦେଇ କହିଛନ୍ତି ଯେ ସେ ଗ୍ରୀନଲ୍ୟାଣ୍ଡକୁ ପସନ୍ଦ ହେଉ କି ନ ହେଉ, ସେ ତାଙ୍କ ସହିତ କିଛି କରିବେ। ଯଦି ଆମେ ଏହା ନ କରୁ, ତେବେ ରୁଷ କିମ୍ବା ଚୀନ୍ ଗ୍ରୀନଲ୍ୟାଣ୍ଡକୁ ମିଶାଇଦେବେ। ଆମେ ରୁଷ କିମ୍ବା ଚୀନ୍କୁ ପଡ଼ୋଶୀ ଭାବରେ ଚାହୁଁନାହୁଁ।
Donald Trump Photograph: (Donald Trump) ମୁଁ ପ୍ରେମ ସହିତ ଏକ ଆପୋଷ ସମାଧାନ କରିବାକୁ ଚାହୁଁଛି। କିନ୍ତୁ ଯଦି ଏହା ପ୍ରେମ ସହିତ ହୁଏ ନାହିଁ, ତେବେ ଆମକୁ ବଳପୂର୍ବକ ଏହା କରିବାକୁ ପଡିବ। ହ୍ୱାଇଟ୍ ହାଉସ୍ ରେ ଏକ କାର୍ଯ୍ୟକ୍ରମରେ ସେ ଭେନେଜୁଏଲାର ବିଶାଳ ତୈଳ ଭଣ୍ଡାରକୁ ତୈଳ କମ୍ପାନିର କାର୍ଯ୍ୟନିର୍ବାହୀଙ୍କ ସହିତ ବ୍ୟବହାର କରିବା ପାଇଁ ତାଙ୍କର ଯୋଜନା ବିଷୟରେ ଆଲୋଚନା କରିଥିଲେ।
-
Jan 11, 2026 07:18 IST
ଉତ୍ତର ଭାରତରେ ଶୀତ ଲହରୀ ଜାରି
ନୂଆଦିଲ୍ଲୀ: ଉତ୍ତର ଭାରତର ପାହାଡିଆ ଏବଂ ସମତଳ ଅଞ୍ଚଳରେ ଶନିବାର ଦିନ ବହୁତ ଥଣ୍ଡା ଦିନ ଥିଲା ଏବଂ ଲୋକମାନେ ପ୍ରବଳ ଥଣ୍ଡାରେ ଥରୁଥିବା ଦେଖାଯାଇଥିଲା। ଗତ କିଛି ଦିନ ଧରି କାଶ୍ମୀର ଉପତ୍ୟକାରେ ତାପମାତ୍ରା ଶୂନ୍ୟ ତଳେ ରହିଛି ଏବଂ ଦିଲ୍ଲୀ ଏହି ଶୀତ ଋତୁର ସବୁଠାରୁ ଥଣ୍ଡା ସକାଳ ରେକର୍ଡ କରିଛି। ପଞ୍ଜାବର ହୋସିଆରପୁରରେ ସର୍ବନିମ୍ନ ତାପମାତ୍ରା ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧.୧ ଡିଗ୍ରି ସେଲସିୟସ୍ ଥିଲା। ଏହି ଋତୁରେ ସର୍ବନିମ୍ନ ତାପମାତ୍ରା ଏତେ ହ୍ରାସ ପାଇବା ଏହା ପ୍ରଥମ ଥର।
. Photograph: (sambad.in) ପଞ୍ଜାବର ଅନ୍ୟ ସହରଗୁଡ଼ିକ ମଧ୍ୟ ପ୍ରବଳ ଥଣ୍ଡା କବଳରେ ପଡ଼ିଥିଲେ। ଅମୃତସରର ସର୍ବନିମ୍ନ ତାପମାତ୍ରା ୧.୩, ଫରିଦକୋଟ ଏବଂ ଗୁରୁଦାସପୁର ୩.୨, ବଥିଣ୍ଡା ୩.୪, ରାଜଧାନୀ ଚଣ୍ଡିଗଡ଼ ୪, ପଟିଆଲା ୪.୪, ରୂପନଗର ୪.୫ ଏବଂ ଲୁଧିଆନା ୫.୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା।
-
Jan 11, 2026 07:07 IST
ମୋ ବାପାଙ୍କୁ ମଧ୍ୟ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ: ତେଜ୍ ପ୍ରତାପ
ପାଟଣା: ବରିଷ୍ଠ ଜେଡିୟୁ ନେତା କେସି ତ୍ୟାଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏହା ପରେ ବିହାରର ପୂର୍ବତନ ମନ୍ତ୍ରୀ ଏବଂ ଜନଶକ୍ତି ଜନତା ଦଳ ମୁଖ୍ୟ ତେଜ ପ୍ରତାପ ଯାଦବ ମଧ୍ୟ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/11/5861c98f-8bb8-41c8-b9ea-e154f35cf93a-2026-01-11-07-07-25.jpg)
ବିହାରର ପୂର୍ବତନ ମନ୍ତ୍ରୀ ଏବଂ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ଶନିବାର ଏକ ଗଣମାଧ୍ୟମ ଆଲୋଚନାରେ କହିଛନ୍ତି ଯେ ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ ମଧ୍ୟ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ। ସେ କହିଛନ୍ତି, ଯେପରି କୁହାଯାଏ ଯେ ଆମର ପିତା ଲାଲୁ ଯାଦବ ଏବଂ ନୀତିଶ କୁମାର ଭାଇ ଭଳି ଥିଲେ। ତେଣୁ ଉଭୟ ଭାଇଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ। ଜନଶକ୍ତି ଜନତା ଦଳ ଦାବି କରୁଛି ଯେ ଲାଲୁ ଯାଦବଙ୍କୁ ମଧ୍ୟ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ।
Follow Us