🔴 LIVE | News Updates 13th November 2025: ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣରେ ବଡ଼ ଖୁଲାସା, ପାକିସ୍ତାନରୁ ଫେରିଯିବେ କି ଶ୍ରୀଲଙ୍କା ଖେଳାଳି?

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
Breaking

Breaking News and update Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Nov 13, 2025 09:20 IST

    ଦେଓଗାଁ, ଜାଡରେ ଥରିଲା

    ଦେଓଗାଁ, ଜାଡରେ ଥରିଲା ଦେଓଗାଁ ନିଆ ଆଶ୍ରାରେ ଲୋକେ ଜାଡ ଫେରିଥିବାରୁ ଶୀତରେ କଂପୁଛି ଗାଁ ଠୁ ସହର। ତେବେ ଆଜି ସକାଳୁ ସକାଳୁ ଜାତୀୟ ରାଜପଥ ୨୬ବଲାଙ୍ଗିର ଦେଓଗାଁ ରାସ୍ତା ଉପରେ ଥିବା ଦେଓଗାଁ ବଙ୍ଗଳା ଛକ ରେ ଶୀତ ରେ ଥରୁଥିବା ଲୋକେ ରାସ୍ତା କଡ ରେ ନିଆ ଜଳି ଗରମ ଅନୁହୁତି ନେଉଥିବା ଦେଖିବାକୁ ମିଳିଛି

  • Nov 13, 2025 08:52 IST

    ବେଆଇନ ଗୋରୁ ପିକଅପ ଗାଡ଼ି ଜବତ

    ଭଦ୍ରକର ମଙ୍ଗଳପୁର-ଝାଟିଆ ସାହି ରାସ୍ତା ଧୂଷୁରୀ ଥାନା ଅଧୀନ କୋରୁଆ କେନାଲ ନିକଟରୁ ଏକ ବେଆଇନ ଗୋରୁ ପିକଅପ ଗାଡ଼ି ଜବତ। ୧୫ ଗୋରୁ ଜୀବନ୍ତ ଉଦ୍ଧାର ହୋଇଥିବା ବେଳେ ଦୁଇଟି ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯାହା ଜଣା ପଡିଛି ଉକ୍ତ ଗୋରୁ ଗାଡିଟି ପାଣିକୋଇଲି ରୁ ବାହାରି ବାରିକପୁର ଛକ ଗୋବିନ୍ଦ ପୁର ଦେଇ ଯାଉଥିଲା.। ଗାଡିକୁ ବଜରଙ୍ଗ ଦଳର କର୍ମୀ ମାନେ ପିଛା କରି ଧୂଷୁରୀ ଥାନା ଅଧୀନ କୋରୁଆ କେନାଲ ନିକଟରେ କାବୁ କରିଥିଲେ।

  • Nov 13, 2025 08:17 IST

    ବିହାର ନିର୍ବାଚନ ପାଇଁ ୪୬ଟି ଗଣନା କେନ୍ଦ୍ର

    ବିହାର ବିଧାନସଭା ନିର୍ବାଚନର ଫଳାଫଳ ଶୁକ୍ରବାର (ନଭେମ୍ବର ୧୪, ୨୦୨୫)ରେ ଘୋଷଣା କରାଯିବ। ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା ଏବଂ ଏଥର ଉଭୟ ପର୍ଯ୍ୟାୟରେ ରେକର୍ଡ ଭୋଟରଙ୍କ ମତଦାନ ଦେଖିବାକୁ ମିଳିଥିଲା। ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୬ରେ ହୋଇଥିଲା, ଯେଉଁଥିରେ ୬୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା। ନଭେମ୍ବର ୧୧ ​ରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟରେ ୬୭ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା। ଏକଜିଟ୍ ପୋଲରେ ଏନଡିଏ ମେଣ୍ଟ ସରକାର ଗଢ଼ିବା ସୂଚିତ ହୋଇଛି। ବିହାର ନିର୍ବାଚନ ପାଇଁ ୪୬ଟି ଗଣନା କେନ୍ଦ୍ର କରାଯାଇଛି। ୨ ସ୍ତରୀୟ ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍ କରାଯାଇଛି। ଆସନ୍ତାକାଲି ଭୋଟ ଗଣତି ପରେ ସଠିକ୍ ନିର୍ବାଚନ ଫଳାଫଳ ଜଣାପଡିବ।

  • Nov 13, 2025 07:56 IST

    ନିୟନ୍ତ୍ରଣ ହରାଇଲା କାର୍‌: ୨ ମୃତ, ୨ଜଣ ଗୁରୁତର

    କବିସୂର୍ଯ୍ୟନଗର: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରେ ଆଜି ସକାଳୁ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ନୀଳାଞ୍ଚଳ ମହାପାତ୍ର ଓ ସନ୍ତୋଷ ମହାପାତ୍ର। ବଡ଼ଅଗୁଳରୁ ଚିଙ୍ଗୁଡ଼ିଘାଇ ଯାଉଥିବା ବେଳେ ଭାରସାମ୍ୟ ହରାଇ କାର୍‌ଟି ପୋଖରୀକୁ ପଶି ଯାଇଥିଲା। 

  • Nov 13, 2025 07:36 IST

    ପାକିସ୍ତାନରୁ ଫେରିଯିବେ କି ଶ୍ରୀଲଙ୍କା ଖେଳାଳି?

    ଇସଲାମାବାଦରେ ହୋଇଥିବା ବୋମା ବିସ୍ଫୋରଣ ପରେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିଥିବା ଶ୍ରୀଲଙ୍କା ଦଳର ଆଠ ଜଣ ଖେଳାଳି ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଇସଲାମାବାଦର ଏକ କୋର୍ଟରେ ହୋଇଥିବା ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଶ୍ରୀଲଙ୍କା କ୍ରିକେଟ୍‌ର ଏକ ସୂତ୍ର ଏହା ନିଶ୍ଚିତ କରିଛି। ଏହି ଘଟଣା ରାୱଲପିଣ୍ଡିରେ ଗୁରୁବାର ହେବାକୁ ଥିବା ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ବାତିଲ କରିବାକୁ ବାଧ୍ୟ କରିପାରେ। ମଙ୍ଗଳବାର ପ୍ରଥମ ଏକଦିବସୀୟ ମ୍ୟାଚ୍ ପାକିସ୍ତାନ ୬ ରନରେ ଜିତିଛି।

  • Nov 13, 2025 07:20 IST

    ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣରେ ବଡ଼ ଖୁଲାସା

    ଦିଲ୍ଲୀର ଲାଲକିଲ୍ଲା ନିକଟରେ ଗତ ସୋମବାର ହୋଇଥିବା ବିସ୍ଫୋରଣରେ ଡାକ୍ତର ଓମାର ମହମ୍ମଦଙ୍କ ଭୂମିକାକୁ ଡିଏନଏ ପରୀକ୍ଷା ଦ୍ୱାରା ନିଶ୍ଚିତ କରାଯାଇଛି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ମାନବ ଶରୀର ଓମାରଙ୍କ ପରିବାରର ଡିଏନଏ ସହିତ ମେଳ ଖାଉଛି। ବିସ୍ଫୋରଣରେ ଓମାରଙ୍କ ସମ୍ପୃକ୍ତି ନେଇ ତଦନ୍ତକାରୀ ସଂସ୍ଥାଗୁଡ଼ିକର ସନ୍ଦେହ ସଠିକ୍ ପ୍ରମାଣିତ ହୋଇଛି। ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଓମାର ନବି ମଧ୍ୟ ନିହତ ହୋଇଥିଲେ, କିନ୍ତୁ ତାଙ୍କର ପରିଚୟ ଅଜଣା ରହିଛି।

  • Nov 13, 2025 07:04 IST

    ଆଜି ଶେଷ ହେବ 'ତ୍ରିଶୂଳ' ଅଭ୍ୟାସ

    ରାଜସ୍ଥାନର ମରୁଭୂମିରୁ ଗୁଜୁରାଟର କଚ୍ଛ ପର୍ଯ୍ୟନ୍ତ ତିନି ସଶସ୍ତ୍ର ଭାରତୀୟ ସେନାର ଅଭ୍ୟାସ ‘ତ୍ରିଶୂଳ’ ବୁଧବାର ଦିନ ପର୍ଯ୍ୟନ୍ତ ଜାରି ରହିଛି। ଏହା ସ୍ଥଳ, ବାୟୁ, ସମୁଦ୍ର ଏବଂ ସାଇବରସ୍ପେସରେ କାର୍ଯ୍ୟର ସମନ୍ୱୟ କରି ଶତ୍ରୁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତି ପରୀକ୍ଷା କରେ। ଏହି ଅଭ୍ୟାସ ଆଜି ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe