🔴 LIVE | News Updates 13th Dec 2025: ପଢ଼ନ୍ତୁ ଆଜିର ଅପ୍‌ଡେଟ୍‌ ଖବର: ୪ଜଣ କ୍ରିକେଟ୍‌ର ନିଲମ୍ବିତ, କନାକୁଣ୍ଡରେ ପୁଣି ଜଣେ ଯୁବକ ନିଖୋଜ

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Saturday

BREAKING NEWS

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Dec 13, 2025 22:36 IST

    ସଡ଼କ ଦୁର୍ଘଟଣାରେ ଅଧ୍ୟାପକଙ୍କ ପରଲୋକ 

    କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ମହାବିଦ୍ୟାଳୟର ଆଇଟି ବିଭାଗର ଅଧ୍ୟାପକ ଅଜୟ କୁମାର ରାଉତଙ୍କ ର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରଲୋକ ହୋଇଯାଇଛି l କଟକ-ପାରାଦୀପ ରାଜ୍ୟ ରାଜପଥର ଜିରୋ ପଏଂଟଠାରେ ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛିl ଆଜି ସନ୍ଧ୍ୟା ସମୟରେ ଅଜୟ ନିଜ ସ୍କୁଟି (ଓଡି-୨୧-କ୍ୟୁ-୮୮୫୧) ଯୋଗେ ପାରାଦ୍ୱୀପ ଅଭିମୁଖେ ଯାଉଥିଲେl ଜିରୋ ପଏଂଟ ନିକଟରେ ବିପରୀତ ଦିଗରୁ ଏକ ଟ୍ରକ (ଓଡି-୦୪-ପି-୭୯୭୩) ଆସୁଥିଲା। ଫଳରେ ହଠାତ୍ ତାଙ୍କ ଆଡକୁ ମାଡି ଯାଇଥିଲାl ସେ ଭାରସାମ୍ୟ ହରାଇ ପଡିଯାଇଥିଲେl ଟ୍ରକଟି ତାଙ୍କ ଉପରେ ମାଡ଼ି ଯାଇଥିଲା।

    kujanga

    ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲାl ତାଙ୍କ ମୃତଦେହକୁ ଏବେ କୁଜଙ୍ଗ ମେଡିକାଲରେ ରଖାଯାଇଛିl କୁଜଙ୍ଗ ମହାବିଦ୍ୟାଳୟରେ ଆଇଟି ଓ କମ୍ପ୍ୟୁଟର ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ଅଜୟ ଦୀର୍ଘଦିନ ହେବ ସନ୍ତରାଠାରେ ଭଡା ଘରେ ଅବସ୍ଥାନ କରି ଆସୁଥିଲେ। ତାଙ୍କ ଅକାଳ ବିୟୋଗରେ କୁଜଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିଶିର କୁମାର ସ୍ବାଇଁଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

  • Dec 13, 2025 21:29 IST

    ଶବ ସତ୍କାର ପାଇଁ ଯାଇ ନିଜେ ଶବ ପାଲଟିଗଲେ

    ବୈପାରିଗୁଡ଼ା: ଶବ ସତ୍କାର କରିବାକୁ ଯାଇ ନିଜେ ଶବ ପାଲଟି ଗଲେ ଜଣେ ବ୍ୟକ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୈପାରିଗୁଡ଼ା ଥାନା ବୁରୁଡିପୁଟ ଛକ ନିକଟରେ। ବୈପାରିଗୁଡା ବ୍ଲକ ଚନ୍ଦ୍ରପଡା ପଞ୍ଚାୟତର ପାଲିଗୁଡା ଗ୍ରାମର ହରି ମାଝୀ(୪୩)ଙ୍କ ମାମୁଙ୍କ ଶନିବାର ଦେହାନ୍ତ ହୋଇଯାଇଥିଲା। ଖବର ପାଇ ହରି ମାଝୀ ଏବଂ ପରିବାର ଲୋକଙ୍କ ସହ କିଛି ସଂପର୍କୀୟ ଅଟୋ ଯୋଗେ ଶେଷକୃତ୍ୟରେ ଯୋଗ ଦେବା ପାଇଁ ବାମୁଣିପୁଟ ପହଞ୍ଚିଥିଲେ। ଶେଷକୃତ୍ୟ ସରିବା ପରେ ସମସ୍ତେ ଅପରାହ୍ନ ସାଢେ ୨ଟାରେ ଅଟୋରେ ପାଲିଗୁଡ଼ା ଫେରୁଥିଲେ। ତେବେ ଦିଗାପୁର ରାସ୍ତାର ବୁରୁଡିପୁଟ ଛକ ନିକଟରେ ଥିବା ପଥର କୁଆରି ରାସ୍ତାରେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା। ଫଳରେ ଅଟୋରେ ବସିଥିବା ଡ୍ରାଇଭର ସମେତ ୭ ଜଣ ଆହତ ହୋଇଥିବା ବେଳେ ହରି ମାଝୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୫ଟାରେ ହରିଙ୍କ ମୃତ୍ୟୁ ହୋଇଯାଇଥିଲା।  

  • Dec 13, 2025 18:40 IST

    ଗାଈ ଖୋଜୁଥିଲେ ବ୍ୟକ୍ତି, ଗଳୟ ଆକ୍ରମଣରେ ମୃତ୍ୟୁ

    ନୀଳଗିରି: ଗୟଳ ଆକ୍ରମଣରେ ଜଣେ ମୃତ ଏବଂ ଅନ୍ୟ ଜଣେ ଗୁରୁତର ଅଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରି ବନଖଣ୍ଡ ଅଧୀନ କାସିଆଡ଼ାହି ଗ୍ରାମରେ ଘଟିଛି ଏଭଳି ଅଘଟଣ। ଗାଈ ଖୋଜିବାକୁ ଯାଇଥିବା ବେଳେ ଗୟଳ ଆକ୍ରମଣ କରିଥିବା ଜଣାପଡ଼ିଛି। ଜଙ୍ଗଲରେ ଗାଈ ଖୋଜୁଥିବା ବେଳେ ଗୟଳ ଅଚାନକ ଆକ୍ରମଣ କରିଥିଲା। କେସିପୁର ପଞ୍ଚାୟତ କଇମହୁଡି ଗ୍ରାମର ମକରା ସୋରେନଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଗା କାର୍ଜି ଗୁରୁତର ହୋଇଛନ୍ତି। କୁଳଡ଼ିହା ଅଭୟାରଣ୍ୟରୁ ଗାଁ ମୁହାଁ ହୋଇଥିଲା ଗୟଳ।

  • Dec 13, 2025 18:19 IST

    ଅସହାୟ ବ୍ୟକ୍ତିଙ୍କ ମୃତ୍ୟୁ, ଶବ ସଂରକ୍ଷିତ ରଖିଲା ପୁଲିସ

    କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଂଚାୟତର ଶିରାବାହାଲ ଗ୍ରାମରେ ଗତ ପ୍ରାୟ ତିନି ମାସ ତଳେ ଜଣେ ନିଃସହାୟ ବ୍ୟକ୍ତି ଆସି ରହି ଭିକ୍ଷା ବୃତ୍ତି କରି ଚଳୁଥିଲାl ତାର ନାମ ଦେବରାଜ ମାଝୀ ବୋଲି କହୁଥିବା ବେଳେ ତାର କେହି ନିଜର ଲୋକ ନଥିବା ପ୍ରକାଶ କରିଥିଲେl ସେ ଗ୍ରାମର ଗୋଲାପ କୁମାରଙ୍କ ଘରେ ଆଶ୍ରୟ ନେଉଥିଲାl ତେବେ ତାର ଉଚ୍ଚ ରକ୍ତଚାପ ବୃଦ୍ଧି ଓ ପାରାଲିସିସ ହେବାରୁ ଆଶ୍ରୟଦାତା ଗୋଲାପ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଥିଲେl ପରେ ଘରକୁ ଆଣିଥିଲେl ଗତ କିଛି ଦିନ ତଳେ ତାର ସ୍ୱାସ୍ଥ୍ୟବସ୍ଥା ପୁଣି ଖରାପ ହେବାରୁ ସ୍ଥାନୀୟ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲାl ସେଠାରେ ଡାକ୍ତର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରିଥିଲେl ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ହୋଇଥିଲାl

    ଏନେଇ ଗୋଲାପ କୁମାର ରିଷିଡ଼ା ଫାଣ୍ଡିରେ ଏକ ଲିଖିତ ଦରଖାସ୍ତ ଦେଇଥିଲେl ଆଜି ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକା ଭବାନୀପାଟଣା ଡାକ୍ତରଖାନାକୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇଛନ୍ତି l ତେବେ ଶବ ଚିହ୍ନଟ ପାଇଁ ମୃତଦେହକୁ ଜିଲ୍ଲା ଡାକ୍ତରଖାନାରେ ସଂରକ୍ଷିତ ରଖାଯାଇଛି l ୯୬ ଘଣ୍ଟା ପର୍ଯ୍ୟନ୍ତ ଶବ ସଂରକ୍ଷିତ ରହିବ ବୋଲି ଜଣାପଡିଛି l ଏନେଇ ମ ରାମପୁର ଥାନାରେ କେଶ ନଂ ୦୭ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଫାଣ୍ଡିଅଧିକାରୀ ଶ୍ରୀ ବିଡ଼ିକା ପ୍ରକାଶ କରିଛନ୍ତି l

  • Dec 13, 2025 18:00 IST

    କନାକୁଣ୍ଡରେ ପୁଣି ଜଣେ ଯୁବକ ନିଖୋଜ

    ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): କନାକୁଣ୍ଡରେ ପୁଣି ଜଣେ ଯୁବକ ନିଖୋଜ। ତଳସରା ଥାନା ଘୋଘର୍ ନିକଟ ଇବ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡ ଠାରେ ଅଘଟଣ। ଗାଧୋଇବା ବେଳେ ପାଣିରେ ବୁଡ଼ି ଯୁବକ ନିଖୋଜ ସୂଚନା। ପାଞ୍ଚ ଜଣ ଯୁବକ ରାଉରକେଲାରୁ ବୁଲିବାକୁ ଆସି ପାଣିରେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। ପାଞ୍ଚ ଜଣ ସାଙ୍ଗ ଙ୍କ ମଧ୍ୟରେ ଦୁଇ ଜଣ ଉତ୍ତର ପ୍ରଦେଶ, ଦୁଇ ଜଣ ପଶ୍ଚିମବଙ୍ଗର ରହିଥିବା ବେଳେ ନିଖୋଜ ଯୁବକ ସମ୍ବଲପୁର ଅଞ୍ଚଳର ଦୀପେଶ ପ୍ରଧାନ ବୋଲି ସୂଚନା ମିଳିଛି। ରାଉରକେଲା  ଏନ୍‌ଆଇଟିରେ ପିଏଚ୍‌ଡି କରୁଥିଲେ ଦୀପେଶ। ଗତ ୪ ବର୍ଷ ମଧ୍ୟରେ ସେଠାରେ ଜଣେ ଯୁବତୀଙ୍କ ସହ ୬ ଜଣ ଯୁବକଙ୍କ ପାଣି ରେ ବୁଡ଼ି ମୃତ୍ୟୁ। ହେଲାଣି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୁଲିସ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଖୋଜାଖୋଜି କରୁଥିବା ସୂଚନା।

     

    Kanakunda
    Young man missing in Kanakunda of Sundargarh. Photograph: (sambad.in)

     

  • Dec 13, 2025 08:02 IST

    ଦାନ ଟଙ୍କା ଉପରେ ସାଇବର ଅପରାଧୀଙ୍କ ନଜର!

    କୋଲକାତା: ତୃଣମୂଳ କଂଗ୍ରେସରୁ ନିଲମ୍ବିତ ବଙ୍ଗଳାର ମୁର୍ଶିଦାବାଦ ଜିଲ୍ଲାର ଭରତପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ହୁମାୟୁନ୍ କବୀରଙ୍କ ପ୍ରସ୍ତାବିତ ମସଜିଦ ପାଇଁ ଦାନ ଅନ୍ୟ ଏକ ଆକାଉଣ୍ଟକୁ ପଠାଯାଉଛି। ଠକମାନେ QR କୋଡ୍ କପି କରିଥିବା ଅଭିଯୋଗ ହୋଇଛି। ହୁମାୟୁଙ୍କ ଟ୍ରଷ୍ଟ ସାଇବର କ୍ରାଇମ୍ ପୁଲିସରେ ଅଭିଯୋଗ କରିଛି।

  • Dec 13, 2025 07:28 IST

    ଭାରତରେ ମେସି

    କୋଲକାତା: ଆର୍ଜେଣ୍ଟିନାର ସୁପରଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କୁ କୋଲକାତାରେ ହଜାର ହଜାର ପ୍ରଶଂସକ ଉଲ୍ଲସିତ ସ୍ୱାଗତ କରିଛନ୍ତି। ମେସି ତାଙ୍କର ତିନି ଦିନିଆ ଚାରି ସହର ବିଶିଷ୍ଟ GOAT ଇଣ୍ଡିଆ ଟୁର୍ ୨୦୨୫ ପାଇଁ କୋଲକାତାରେ ପହଞ୍ଚିଛନ୍ତି। ଶନିବାର ଭୋର ୨ଟା ୨୬ରେ ବାର୍ସିଲୋନା କିମ୍ବଦନ୍ତୀଙ୍କ ଆଗମନ ସମଗ୍ର ସହରକୁ ଉତ୍ସାହରେ ଭରି ଦେଇଥିଲା। ପ୍ରଶଂସକମାନେ ଶନିବାର କୋଲକାତାରୁ ଭାରତ ଗସ୍ତ ଆରମ୍ଭ କରୁଥିବା ବର୍ତ୍ତମାନର ଫିଫା ବିଶ୍ୱକପ୍ ଚାମ୍ପିଅନ୍ ଆର୍ଜେଣ୍ଟିନା ଦଳର ଅଧିନାୟକ ଲିଓନେଲ୍ ମେସିଙ୍କ ଝଲକ ଦେଖିବାକୁ ଉତ୍ସୁକ ଅଛନ୍ତି।

    Screenshot 2025-12-13 072755
    Lionel Messi reaches Kolkata Photograph: (sambad.in)

     

  • Dec 13, 2025 07:10 IST

    ୪ଜଣ କ୍ରିକେଟ୍‌ର ନିଲମ୍ବିତ

    କ୍ରିକେଟ ଜଗତ ପୁଣି ଥରେ ଏକ ମ୍ୟାଚ୍ ଫିକ୍ସିଂ ଦୁର୍ନୀତିରେ ଲଜ୍ଜିତ ହୋଇଛି। ଏଥର ଏହା ଭାରତୀୟ ଘରୋଇ କ୍ରିକେଟରେ ସାମ୍ନାକୁ ଆସିଛି। ଶୁକ୍ରବାର ଆସାମ କ୍ରିକେଟ ଆସୋସିଏସନର ସମ୍ପାଦକ ସନାତନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଚାରି ଜଣ ଖେଳାଳିଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ଏହି ଚାରି ଜଣ ଖେଳାଳି ହେଉଛନ୍ତି ଅମିତ ସିହ୍ନା ଇଶାନ ଅହମ୍ମଦ, ଅମନ ତ୍ରିପାଠି ଏବଂ ଅଭିଷେକ ଠାକୁର। ସନାତନ ଦାସ କହିଛନ୍ତି ଯେ ଏହି ଚାରି ଜଣ ଖେଳାଳି କ୍ରିକେଟରେ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପରେ ଜଡିତ ଥିଲେ। ଏହି ମାମଲା ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ ସହିତ ଜଡିତ।
    ଆସାମ କ୍ରିକେଟ ଆସୋସିଏସନର ସଚିବ ସନାତନ ଦାସ ଏକ ବିବୃତ୍ତିରେ କହିଛନ୍ତି, ଏହି ଚାରି ଜଣ କ୍ରିକେଟର, ଯେଉଁମାନେ ବିଭିନ୍ନ ସ୍ତରରେ ଆସାମକୁ ପ୍ରତିନିଧିତ୍ୱ କରିଛନ୍ତି, ସେମାନଙ୍କ ବିରୁଦ୍ଧରେ ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ରେ ଆସାମ ପାଇଁ ଖେଳିଥିବା କିଛି ଖେଳାଳିଙ୍କୁ ପ୍ରଭାବିତ ଏବଂ ପ୍ରୋତ୍ସାହିତ କରିବାର ଅଭିଯୋଗ ରହିଛି। ଏହି ଅଭିଯୋଗ ଆସିବା ମାତ୍ରେ  ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍ ଏହି ଘଟଣାର ତଦନ୍ତ କରିଛି। ଏସିଏ ମଧ୍ୟ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe