ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Jan 13, 2026 19:55 IST
ବ୍ୟବସାୟୀଙ୍କ ଗୋଦାମରେ ଲାଗିଲା ନିଆଁ, ପୋଷ୍ଟର
ରୁପ୍ରାରୋଡ଼: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ନିକଟସ୍ଥ ଛତାମହୁଲ ନିକଟରେ ଥିବା ବ୍ୟବସାୟୀ ଦିନେଶ ଅଗ୍ରବାଲଙ୍କ ଏକ ଗୋଦାମରେ ଗତରାତିରେ କେହି ନିଆଁ ଲଗାଇ ଦେଇଛନ୍ତି। ପରିବାର ଲୋକେ ଏହି ଘଟଣା ସକାଳେ ଜାଣିବାକୁ ପାଇବା ସହିତ ପୁଲିସକୁ ସୂଚନା ଦେଇଥିଲେ। କଣ୍ଟ୍ରୋଲ ରୁମରୁ ସକାଳ ୬ଟା ୩୦ରେ ନର୍ଲା ଅଗ୍ନିଶମ ବାହିନୀକୁ ଖବର ଆସିବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଥିଲେ।
/filters:format(webp)/sambad/media/media_files/2026/01/13/rupra-2026-01-13-19-55-18.jpg)
ମୁଖ୍ୟ ଗେଟ୍ର ତାଲା ଭଙ୍ଗା ଯାଇ ଏକ ପୋଷ୍ଟର ଲଗାଯାଇଥିଲା। ପୁଲିସ ଉପସ୍ଥିତିରେ ନର୍ଲା ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପ୍ରାୟ ତିନି ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା। ଅଭିଯୋଗ ଅନୁସାରେ ଅଗ୍ନିକାଣ୍ଡ କାରଣରୁ ଦୁଇ ଟି୭୦୯ ଗାଡ଼ି ଓ ଜିପ୍ ପୋଡ଼ି ନଷ୍ଟ ହୋଇଥିବା ବେଳେ କିଛି ପିବିସି ପାଇପ ପୋଡ଼ିଯାଇଛି। ଘଟଣାସ୍ଥଳରେ ନର୍ଲା ଆଇଆଇସି ବିଜୟ ରାଜ ମାଝୀଙ୍କ ସହିତ ପୁଲିସ ଟିମ୍ ଓ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
-
Jan 13, 2026 19:36 IST
୮୨ଗ୍ରାମ ହେରୋଇନ ଜବତ
- ଅବକାରୀ ବିଭାଗର ଚଢ଼ଉରେ ୮୨ଗ୍ରାମ ହେରୋଇନ ଜବତ
- ହେରୋଇନ ବେପାର ଅଭିଯୋଗରେ ମହିଳା ଗିରଫ
- ଜଗତସିଂହପରୁ ଜିଲ୍ଲା କଣ୍ଟାବଲ୍ଲଭପୁର ଗ୍ରାମର ମହିଳା ଗିରଫ
- କୋର୍ଟଚାଲାଣ ହେଲେ ମହିଳା
/filters:format(webp)/sambad/media/media_files/2026/01/13/js-pur-2026-01-13-19-36-00.jpg)
-
Jan 13, 2026 19:28 IST
ଜାତୀୟ ରାଜପଥରେ ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ
ରାଇରଙ୍ଗପୁର: ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସଡ଼କ ସୁରକ୍ଷା ମାସରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଜାନୁଆରି ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପାଳନ କରାଯାଇ ଜନ ସାଧାରଣଙ୍କୁ ସଚେତନତା କରାଯାଉଛି। କିନ୍ତୁ ଦୁର୍ଘଟଣା ସଂଖ୍ୟା କମୁନି। ତେବେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।
Photograph: (sambad) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁଖ୍ୟ ରାସ୍ତା ମୁର୍ମୁ ଛୋକ ନିକଟରେ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଗାଁ ଗ୍ରାମର ଶିବ ନାଏକ (୬୦) ମକର ସଂକ୍ରାନ୍ତି ପାଇଁ ହାଟ କରିବାକୁ ଆସିଥିବା ବେଳେ ଏକ ଆପାଚେ ବାଇକ୍ (ଓଡି-୧୧ଏଡି -୯୯୭୯) ହଠାତ୍ ତାଙ୍କୁ ଧକ୍କା ମାରିବା ଫଳରେ ବୃଦ୍ଧ ଜଣକ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା ବାଇକ୍ ଓ ଯୁବକକୁ ଥାନାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି। ଏନେଇ ରାଇରଙ୍ଗପୁର ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି।
-
Jan 13, 2026 19:24 IST
୧୮ରେ ଉତ୍ତର ଘୁମୁସର ବନଖଣ୍ଡରେ ପକ୍ଷୀ ଗଣନା
ଭଞ୍ଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ଆସନ୍ତା ୧୮ ତାରିଖରେ ପକ୍ଷୀଗଣନା ହେବ। ବନଖଣ୍ଡର ୫ଟି ରେଞ୍ଜ୍ ଅଧୀନ ୩୪ଟି ଜଳାଶୟ ନିକଟରେ ଏହି ଗଣନା କରାଯିବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି କେନ୍ଦ୍ରୀୟ ନର୍ସରିରେ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତିଙ୍କ ପୌରୋହିତ୍ୟରେ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚଳିତବର୍ଷ ମଧ୍ୟ ବନ ବିଭାଗ କର୍ମଚାରୀଙ୍କ ସମେତ କଲେଜ ଛାତ୍ରଛାତ୍ରୀଙ୍କୁ ଗଣନାରେ ସାମିଲ କରାଯିବ ବୋଲି ଡିଏଫ୍ଓ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।
/filters:format(webp)/sambad/media/media_files/2026/01/13/bhanjanagar-2026-01-13-19-24-45.jpg)
ନିର୍ଦ୍ଧାରିତ ତାରିଖରେ ସକାଳ ୬ଟାରୁ ଦିନ ୧୧ଟା ମଧ୍ୟରେ ପକ୍ଷୀ ଗଣନା ହେବ। ବାଇନାକୁଲର୍ ଓ ମ୍ୟାପ୍ ସହ ଆବଶ୍ୟକ ଉପକରଣ ସାହାଯ୍ୟରେ ଗଣନା ହେବ। ବାହାର ଆଗନ୍ତୁକ ପକ୍ଷୀମାନଙ୍କ ସହ ସ୍ଥାନୀୟ ଅଞ୍ଚଳରେ ଦେଖାଦେଉଥିବା ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସଂର୍ପକରେ ଅଧିକ ତଥ୍ୟ ସଂଗ୍ରହ କରାଯିବ। ସେମାନଙ୍କ ସଂଖ୍ୟା ଓ ଅନୁକୂଳ ପରିବେଶ ଆଦି ସଂପର୍କରେ ଗଣନାରେ ଅଧିକ ଜାଣିବାକୁ ମିଳିବ ବୋଲି ପରିବେଶ ଏକ୍ସପର୍ଟ ଉମାକାନ୍ତ ବିଶ୍ବାଳ ପ୍ରକାଶ କରିଛନ୍ତି।
-
Jan 13, 2026 19:22 IST
ହାତୀ ଶାବକର ମୃତଦେହ ଉଦ୍ଧାର
ବଣାଇଁଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡ ଜର୍ଡା ବନାଞ୍ଚଳ ଅନ୍ତର୍ଗତ କେଲୋ ସଂରକ୍ଷିତ ଜଙ୍ଗଲରେ ଗତକାଲି ଅପରାହ୍ନରେ ଏକ ହାତୀ ଶାବକର ମୃତ୍ୟୁ ଘଟିଥିବା ସୂଚନା ବିଭାଗକୁ ମିଳିଥିଲା। ବଣାଇଁ ଡିଏଫଓ ଦାୟିତ୍ୱରେ ଥିବା ଦେଓଗଡ଼ ଡିଏଫଓ ରଶ୍ମି ଜିଙ୍କ ନିର୍ଦ୍ଦେଶରେ ବନ ଅଧିକାରୀ, ପଶୁ ଚିକିତ୍ସକ ଓ ପାରା ଉଦ୍ଧାରକାରୀ ଦଳ ମିଶି ଆଜି ଘଟଣାସ୍ଥଳକୁ ଯାଇଥିଲେ। ଲଗାତାର ଟ୍ରାକିଂ ପ୍ରୟାସ ପରେ ଆଜି ଗୋଟିଏ ପୁରୁଷ ମୃତ ହାତୀ ଶାବକର ଦେହ ମିଳିଥିଲା।
Photograph: (Sambad.in) ବଣାଇଁ ଓ ଗୁରୁଣ୍ଡିଆର ପ୍ରାଣିଧନ ଚିକିତ୍ସକ, ବଣାଇଁର ଦାୟିତ୍ୱରେ ଥିବା ଡିଏଫଓଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା ଯେ ହାତୀ ଶାବକଟି ଜନ୍ମ ସମୟରେ ମୃତ ଥିଲା। ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ମୃତଦେହର ବିଭିନ୍ନ ଅଂଶରୁ ନମୁନା ସଂଗ୍ରହ କରି ଅଟପ୍ସି କରାଯାଇଥିଲା ଏବଂ ସେଗୁଡ଼ିକୁ ପରୀକ୍ଷା ନିମନ୍ତେ ଭୁବନେଶ୍ୱରକୁ ପଠାଯାଇଥିବା ନେଇ ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏଥିରେ ଏସିଏଫ ରବିକାନ୍ତ ମୀନା, ଦୁର୍ଯ୍ୟୋଧନ ଜେରେଇ ଉପସ୍ଥିତ ଥିଲେl
-
Jan 13, 2026 19:19 IST
ଟଙ୍କା ପାଇଁ ଛୁଆକୁ ବିକିଲେ ବାପା-ମାଆ
ଭଣ୍ଡାରିପୋଖରୀ: କିଛିଟା ଟଙ୍କା ପାଇଁ ନିଜ ଜନ୍ମ କଲା ପିଲାକୁ ଅନ୍ୟ ହାତରେ ଟେକିଦେଲେ ନିର୍ଦୟ ବାପା-ମାଆ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାବନାପୁର ଗ୍ରାମର ଜନୈକ ବାପା ମା ନିଜ ଜନ୍ମ କଲା ୩୫ଦିନର ଝିଅକୁ ଅନ୍ୟ କାହା ହାତରେ ଟେକିଦେଇଛନ୍ତି। ଝିଅର ଜେଜେମା ଏହାକୁ ବିରୋଧ କରିଥିଲେ ମଧ୍ୟ ତାହାକୁ ପୁଅ ବୋହୂ କର୍ଣ୍ଣପାତ କରିନଥିଲେ।ଶେଷରେ ଝିଅକୁ ଟଙ୍କା ଲୋଭୀ ବାପାମାଆ ସୋମବାର ବିକ୍ରି କରିଦେଇଛନ୍ତି। କୌଣସି ଉପାୟ ନପାଇ ଝିଅଟିର ଜେଜେମା ଆଜି ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।
Decline child population in India: The number of children in the country is decreasing, see statistics Photograph: (ndtv.in) -
Jan 13, 2026 18:32 IST
ମକର ପୂର୍ବରୁ ଭୁବନେଶ୍ବରରେ ଅଘଟଣ
- ମାଞ୍ଚାସୂତାରେ ବେକ କଟିଲା
- ଭୁବନେଶ୍ବର କଳ୍ପନା ଅଞ୍ଚଳରେ ଅଘଟଣ
- ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି
/filters:format(webp)/sambad/media/media_files/2026/01/13/1breaking-news-sunday-2026-01-13-18-32-36.jpg)
-
Jan 13, 2026 17:52 IST
ବିଧାନସଭା ସାମ୍ନାରେ ମହିଳାଙ୍କୁ ଖଣ୍ଡାଚୋଟ
- ବିଧାନସଭା ସାମ୍ନାରେ ମହିଳାଙ୍କୁ ଖଣ୍ଡାଚୋଟ
- ବଟି ନଦେବାରୁ ଆକ୍ରମଣ ଅଭିଯୋଗ
- ଗୁରୁତର ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି
- ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
/filters:format(webp)/sambad/media/media_files/2026/01/13/1breaking-news-monday-2026-01-13-17-52-21.jpg)
-
Jan 13, 2026 17:10 IST
ଘୁ. ଉଦୟଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ
ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଗତରାତି ପ୍ରାୟ ୧୧ଟା ୨ ମିନିଟ ସମୟରେ ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ବେଶୀ ନଥିବାରୁ କୌଣସି କ୍ଷୟ କ୍ଷତି କିମ୍ବା ଆହତ ହେବାର ସୂଚନା ମିଳିନାହିଁ। ତଥାପି ହଠାତ୍ ଭୂମିକମ୍ପ ସହିତ ଶବ୍ଦ ହେବାରୁ ଲୋକମାନେ ଭୟଭୀତ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ସମୟ ପାଇଁ ଘର ଓ ଆସବାବପତ୍ର କମ୍ପିଥିବା ଅନୁଭୂତ ହୋଇଥିଲା। ଅନେକ ଲୋକ ନିଦ୍ରାରୁ ଉଠି ଘର ବାହାରକୁ ଆସିଥିବା ବେଳେ, କିଛି ଲୋକ ମାତ୍ର ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ। କେତେକ ଅଞ୍ଚଳରେ ଏହି କମ୍ପନ ସ୍ପଷ୍ଟ ଭାବେ ଅନୁଭୂତ ହୋଇଥିବା ଲୋକମାନେ କହିଛନ୍ତି।
Earthquake ଦୀର୍ଘ ବର୍ଷ ପରେ ଘୁ. ଉଦୟଗିରି ଅଞ୍ଚଳରେ ଏପରି ଭୂମିକମ୍ପ ଅନୁଭୂତ ହେବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଭୂମିକମ୍ପ ପରେ ଏହି ବିଷୟରେ ଲୋକମାନେ ଘଟଣାକୁ ନେଇ ବିଭିନ୍ନ ମତ ପ୍ରକାଶ କରୁଛନ୍ତି। ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆପାତଃ କାଳୀନ ସୂଚନା ଜାରି ହୋଇନଥିବା ବେଳେ, ସ୍ଥାନୀୟ ଲୋକମାନଙ୍କୁ ଭୟଭୀତ ନହୋଇ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।
-
Jan 13, 2026 16:31 IST
ପ୍ରତି ମାସରେ ହେବ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା
-ରଥଯାତ୍ରା-୨୦୨୬ ନେଇ ପ୍ରସ୍ତୁତି ବୈଠକ
-ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ
-୬ ମାସ ପୂର୍ବରୁ ସବୁ ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
-ସ୍ୱାସ୍ଥ୍ୟ, ପିଇବା ପାଣି, କ୍ୱାଲିଟି ମନିଟର, ସ୍ୱଚ୍ଛତାକୁ ଗୁରୁତ୍ୱ
-ଭିଡ଼ ପରିଚାଳନା, ଟ୍ରାଫିକ ସମସ୍ୟା ନେଇ ବୈଠକରେ ଆଲୋଚନା
-ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା
-ବୈଠକରେ ପୁଲିସ ଡିଜି, ଅଗ୍ନିଶମ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ/filters:format(webp)/sambad/media/media_files/2025/08/25/ratha-2025-08-25-19-34-35.jpeg)
-
Jan 13, 2026 16:16 IST
ଭଙ୍ଗା ହେବ ନାହିଁ ବର୍ତ୍ତମାନର ନଅ ତାଲା
- ଭଙ୍ଗା ହେବ ନାହିଁ ବର୍ତ୍ତମାନର ନଅ ତାଲା କୋଠା
- ସେଚ ସଦନ ଓ ରାଜୀବ ଭବନ ଭଙ୍ଗା ଯିବନି
- ୩ଟି ପର୍ଯ୍ୟାୟରେ ନିର୍ମାଣ ହେବ ନୂତନ ଲୋକସେବା ଭବନ
- ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ଲୋକସେବା ଭବନର ମୁଖ୍ୟ କାର୍ଯ୍ୟାଳୟ
- ଖାରବେଳ ଭବନ ନିକଟରେ ନିର୍ମାଣ ହେବ ମୁଖ୍ୟ କାର୍ଯ୍ୟାଳୟ
- ଏଡିଏମ୍, ଓପେସା କାର୍ଯ୍ୟାଳୟ ପାଖରେ ହେବ ନିର୍ମାଣ
- ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
/filters:format(webp)/sambad/media/media_files/2026/01/13/p-harichandan-2026-01-13-16-16-21.jpg)
-
Jan 13, 2026 13:39 IST
୧୮ ତାରିଖ ଭିତରେ ମିଳିବ ‘ସୁଭଦ୍ରା’ ଟଙ୍କା
ଭୁବନେଶ୍ବର: ୧୮ ତାରିଖ ଭିତରେ ମିଳିବ ‘ସୁଭଦ୍ରା’ ଟଙ୍କା। ଆଜି ଏନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
answer by dy chief minister on anganbadi issues in assembly Photograph: (sambad.in) -
Jan 13, 2026 12:10 IST
କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୧୭୦୮ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ
କେନ୍ଦୁଝର: କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୭୦୮ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।
cm mohan majhi nuapada tour Photograph: (sambad.in) -
Jan 13, 2026 11:46 IST
ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ନିଆଁ ଲିଭାଉଛି ଅଗ୍ନିଶମ ବାହିନୀ
ଝାରସୁଗୁଡ଼ା: ଆଜି ଦିନ ପ୍ରାୟ ୧୧ଟା ବେଳେ ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ବେଳେ ସମଗ୍ର ଷ୍ଟେସନ ଧୂଆଁ ମୟ ହୋଇଯାଇଛି। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛି।
/filters:format(webp)/sambad/media/media_files/2026/01/13/untitled-2026-01-13-11-46-41.png)
-
Jan 13, 2026 11:12 IST
ବାଇକ୍ ସହ ବୋଲେରୋ ଧକ୍କା: ଜଣେ ମୃତ, ଆଉ ଜଣେ ଗୁରୁତର
ସମ୍ବଲପୁର: ଶାସନ ଥାନା ଅନ୍ତର୍ଗତ ଟିକୁପଡାରେ ମଟର ସାଇକେଲ ସହ ବୋଲେରୋ ଦୁର୍ଘଟଣା। ସକାଳ ୯ଟା ସମୟରେ ବାଇକରେ ତିନିଜଣ ଆସୁଥିବା ବେଳେ ବୋଲେରୋ ସହ ଧକ୍କା ହେଇଥିଲା। ଦୁର୍ଘଟଣାରେ ୩ ବାଇକ ଚାଳକ ଓ ବାଇକ ପଛରେ ବସିଥିବା ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଚାଳକ ମୃତ। ଏନେଇ ସୂଚନା ଦେଇଛନ୍ତି ଶାସନ ଥାନା ଅଧିକାରୀ। ଗୁରୁତର ବୁର୍ଲାରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି।
/filters:format(webp)/sambad/media/media_files/2026/01/13/untitled-2026-01-13-11-11-59.png)
-
Jan 13, 2026 11:06 IST
ପାଣିବୋତଲ ବୋଝେଇ ଗାଡ଼ିରୁ ୧୬୦ କେଜି ଗଞ୍ଜେଇ ଜବତ, ୨ ଅଟକ
ଯାଜପୁର: ପାଣିବୋତଲ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ। ଯାଜପୁର ଅବକାରୀ ପୁଲିସ ଗାଡ଼ିକୁ ଜବତ କରିବା ସହ ୨ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି। ଜବତ ଗଞ୍ଜେଇର ପରିମାଣ ୧୬୦ କେଜି।
/filters:format(webp)/sambad/media/media_files/2026/01/13/ued-2026-01-13-11-06-18.png)
-
Jan 13, 2026 08:50 IST
ଇରାନରେ ଏପର୍ଯ୍ୟନ୍ତ ୬୪୮ ଜଣଙ୍କ ମୃତ୍ୟୁ, ୧୦,୦୦୦ରୁ ଅଧିକ ଲୋକ ଗିରଫ
ତେହରାନ: ଇରାନରେ ହିଂସା ତୀବ୍ର ହେବାରେ ଲାଗିଛି। ଇରାନରେ ହିଂସାରେ ଏପର୍ଯ୍ୟନ୍ତ ୬୪୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି। ଆମେରିକାଭିତ୍ତିକ ଏକ ମାନବାଧିକାର ସମ୍ବାଦ ସଂସ୍ଥା ମୃତ୍ୟୁ ସଂଖ୍ୟା ସେୟାର କରିଛି, ଯାହାକୁ ଏପର୍ଯ୍ୟନ୍ତ ସବୁଠାରୁ ସଠିକ୍ ବୋଲି ବିବେଚନା କରାଯାଉଛି। ଏହି ଆମେରିକୀୟ ସମ୍ବାଦ ସଂସ୍ଥା ଇରାନର ଅନେକ କର୍ମୀଙ୍କ ସହ ଜଡିତ ଯେଉଁମାନେ ମୃତ୍ୟୁ ସଂଖ୍ୟା ୬୦୦ ରୁ ଅଧିକ ବୋଲି ନିଶ୍ଚିତ କରିଛନ୍ତି।
/filters:format(webp)/sambad/media/media_files/2026/01/13/screenshot-2026-01-13-085020-2026-01-13-08-50-48.jpg)
ହିଂସା ନିୟନ୍ତ୍ରଣ କରିବା ପାଇଁ, ଇରାନ ସରକାର ଇଣ୍ଟରନେଟ୍ ପ୍ରବେଶ ଏବଂ ଫୋନ୍ କଲ୍ ଉପରେ କଟକଣା ଜାରି କରିଛନ୍ତି। ଇରାନ ସରକାର ଆନୁଷ୍ଠାନିକ ଭାବରେ ମୃତ ଏବଂ ଆହତଙ୍କ ସଂଖ୍ୟା ନିଶ୍ଚିତ କରିନାହାଁନ୍ତି। -
Jan 13, 2026 08:42 IST
ପ୍ରବଳ ଥଣ୍ଡାରେ କବଳିତ ରାଜସ୍ଥାନ
ଜୟପୁର: ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ କୁହୁଡ଼ି ଏବଂ ପ୍ରବଳ ଥଣ୍ଡା ପଡ଼ିଛି। ଅନେକ ଅଞ୍ଚଳରେ ତାପମାତ୍ରା ପ୍ରାୟ ଶୂନ୍ୟସ୍ତରକୁ ଖସିଯାଇଛି। ପାଣିପାଗ ବିଭାଗ ସୋମବାର ରିପୋର୍ଟ କରିଛି ଯେ ହରିୟାଣାର ଗୁରୁଗ୍ରାମ ଏବଂ ପଞ୍ଜାବର ବାଥିଣ୍ଡାରେ ସର୍ବନିମ୍ନ ତାପମାତ୍ରା ୦.୬ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ରାଜସ୍ଥାନର ଫତେହପୁର (ସିକର)ରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଫରିଦାବାଦ ଏବଂ ରେୱାରି ସମେତ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେ ତାପମାତ୍ରା ଶୂନ୍ୟସ୍ତରକୁ ପହଞ୍ଚିବା ସହିତ ଭୂମିରେ ତୁଷାର ଜମାଟ ବାନ୍ଧିଛି। ଗୁରୁଗ୍ରାମରେ ଯାନବାହାନ ଝରକାରେ ବରଫ ଦେଖାଯାଇଥିଲା ଏବଂ ଶୁଖିଲା ଘାସ କଠିନ ହୋଇଥିଲା। ଗ୍ରାମାଞ୍ଚଳ ଏବଂ କ୍ଷେତରେ ଏହି ତୁଷାର ଦୃଶ୍ୟମାନ ହୋଇଥିଲା।
/filters:format(webp)/sambad/media/media_files/2026/01/13/screenshot-2026-01-13-083755-2026-01-13-08-41-23.jpg)
ରାଜସ୍ଥାନର ସିକର ଜିଲ୍ଲାରେ ପ୍ରବଳ ଥଣ୍ଡା ସହିତ ଏକ ଶୀତ ଲହରୀ ପ୍ରବାହିତ ହେଉଛି। ଫତେହପୁର ଶେଖାବତୀରେ ଲଗାତାର ଦ୍ୱିତୀୟ ଦିନ ପାଇଁ ତାପମାତ୍ରା ଶୂନ୍ୟସ୍ତର ତଳେ ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ଫତେହପୁରରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୧.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।
-
Jan 13, 2026 08:14 IST
ଇଣ୍ଡୋନେସିଆକୁ JF-17 ଲଢ଼ୁଆ ବିମାନ ବିକିବ ପାକିସ୍ତାନ
ଇସଲାମାବାଦ: ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରୀ ସଜାଫ୍ରି ସଜାମସୁଦ୍ଦିନ ପାକିସ୍ତାନ ଗସ୍ତରେ ଅଛନ୍ତି। ସେ ସୋମବାର ଦିନ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଏବଂ ବାୟୁସେନା ମୁଖ୍ୟ ଜାହିର ସିଦ୍ଧୁଙ୍କ ସହ ସାକ୍ଷାତ କରିଥିଲେ। ଏହି ବୈଠକ ପରେ ପାକିସ୍ତାନୀ ସେନା କହିଛି ଯେ ଇଣ୍ଡୋନେସିଆ ବିଭିନ୍ନ କ୍ଷେତ୍ରରେ ପାକିସ୍ତାନ ସହିତ ପ୍ରତିରକ୍ଷା ସମ୍ପର୍କ ବିସ୍ତାର କରିବାକୁ ଇଚ୍ଛା ପ୍ରକାଶ କରିଛି। ପାକିସ୍ତାନ ନିର୍ଦ୍ଦିଷ୍ଟ ଅସ୍ତ୍ରଶସ୍ତ୍ର ଚୁକ୍ତି ପ୍ରକାଶ କରିନାହିଁ। କିନ୍ତୁ ସୂତ୍ର ସୂଚାଇଛି ଯେ ଦୁଇ ଦେଶ JF-17 ଲଢ଼ୁଆ ବିମାନ ବିଷୟରେ ଆଲୋଚନା କରୁଛନ୍ତି। ପାକିସ୍ତାନ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅନେକ ଦେଶ ସହିତ ଏହି ବିମାନ ପାଇଁ ଚୁକ୍ତି ସ୍ୱାକ୍ଷର କରିଛି।
/filters:format(webp)/sambad/media/media_files/2026/01/13/screenshot-2026-01-13-081323-2026-01-13-08-13-43.jpg)
ରିପୋର୍ଟ ଅନୁଯାୟୀ ସୋମବାରର ବୈଠକ ସହିତ ପରିଚିତ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନର ବାୟୁସେନା ମୁଖ୍ୟଙ୍କ ସହିତ ଲଢ଼ୁଆ ବିମାନ ଏବଂ କିଲର ଡ୍ରୋନ କ୍ରୟ ବିଷୟରେ ଆଲୋଚନା କରିଛନ୍ତି। ଇଣ୍ଡୋନେସିଆ ପାକିସ୍ତାନ ଏବଂ ଚୀନ ଦ୍ୱାରା ମିଳିତ ଭାବରେ ବିକଶିତ ଏକ ବହୁ-ଭୂମିକା ଲଢ଼ୁଆ ବିମାନ JF-17 ଲଢ଼ୁଆ ବିମାନ ପାଇଁ ଏକ ଚୁକ୍ତି ଉପରେ ନଜର ରଖିଛି। ପାକିସ୍ତାନରୁ ଇଣ୍ଡୋନେସିଆ ଶାହପର ଡ୍ରୋନ ମଧ୍ୟ ଚାହୁଁଛି।
-
Jan 13, 2026 08:09 IST
ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତରେ ହେବାକୁ ଥିବା T20 ବିଶ୍ୱକପ୍ ମ୍ୟାଚ୍ ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ଆଇସିସିର ସୁରକ୍ଷା ରିପୋର୍ଟ ଅନୁଯାୟୀ ଭାରତରେ ବାଂଲାଦେଶ ଦଳ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ବିପଦ ନାହିଁ। ଏହି ରିପୋର୍ଟ ବାଂଲାଦେଶ କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶଦାତା ଆସିଫ୍ ନଜରାଲଙ୍କ ଦାବିକୁ ଖଣ୍ଡନ କରେ, ଯିଏ କହିଥିଲେ ଯେ ମୁସ୍ତାଫିଜୁର ରହମାନଙ୍କୁ ଦଳରେ ସାମିଲ କରିବା ଦ୍ୱାରା ବିପଦ ବଢ଼ିପାରେ। ବାଂଲାଦେଶ ଭାରତରେ ଚାରୋଟି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି।
Photograph: (BBC) -
Jan 13, 2026 08:00 IST
ମା’-ପୁଅଙ୍କୁ ହାଣିଲେ, କେନାଳରେ ଫିଙ୍ଗିଲେ
ମିର୍ଜାପୁର: ଉତ୍ତରପ୍ରଦେଶର ମିର୍ଜାପୁର ଥାନାଠାରୁ ପ୍ରାୟ ତିନିଶହ ମିଟର ଦୂରରେ ଥିବା ମାଡିହାନ ଥାନା ଅଞ୍ଚଳର ବଜାରରେ ସୋମବାର ରାତିରେ ଶୋଇଥିବା ବେଳେ ମା ଏବଂ ପୁଅଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ପରେ ସେମାନଙ୍କ ମୃତଦେହକୁ ଏକ କେନାଲରେ ଫିଙ୍ଗି ଦିଆଯାଇଛି। ପୁଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ଏବଂ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ଏବଂ ତାଙ୍କୁ ପଚରାଉଚରା କରୁଛି। ଘଟଣାଟି ଜମି ବିବାଦ ବୋଲି କୁହାଯାଉଛି।
Photograph: (sambad) ସ୍ୱର୍ଗତ ପ୍ରେମଚାନ୍ଦ ଗୁପ୍ତାଙ୍କ ପୁଅ ଆୟୁଷ ଗୁପ୍ତା (୩୨) ଏବଂ ତାଙ୍କ ମା’ ଉଷା ଗୁପ୍ତା (୬୨)ଙ୍କୁ ସେମାନଙ୍କ ଘର ବାରଣ୍ଡାରେ ଶୋଇଥିଲେ। ମଧ୍ୟରାତ୍ରିରେ ଉଭୟଙ୍କୁ ଏକ ଧାରୁଆ ଅସ୍ତ୍ରରେ ଛେଚି ହତ୍ୟା କରାଯାଇଥିଲା। ପରେ ମୃତଦେହଗୁଡ଼ିକୁ ନେଇ ପ୍ରାୟ ଦୁଇଶହ ମିଟର ଦୂରରେ ଏକ କେନାଲରେ ଫିଙ୍ଗି ଦିଆଯାଇଥିଲା। ସକାଳ ପ୍ରାୟ ଚାରିଟା ବେଳେ ବଜାରରେ ଥିବା ଲୋକମାନେ କେନାଲ ପାଖରେ ଏବଂ ରାସ୍ତାରେ ରକ୍ତ ପଡ଼ିଥିବା ଦେଖିଥିଲେ। ପୋଲିସ କେନାଲରେ ପହଞ୍ଚି ଉଷାଙ୍କ ମୃତଦେହ ପାଣିରେ ପାଇଲା। ସେମାନେ ତାଙ୍କୁ ବାହାର କଲେ। ତଥାପି, ଆୟୁଷଙ୍କ ମୃତଦେହ ଏପର୍ଯ୍ୟନ୍ତ ମିଳିନାହିଁ। ତାଙ୍କୁ ଖୋଜାଖୋଜି ଚାଲିଛି।
-
Jan 13, 2026 07:53 IST
ଦିଲ୍ଲୀର ତାପମାତ୍ରା ୫ ଡିଗ୍ରି ସେଲସିୟସ୍
ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ଶୀତଳ ଲହରୀ ଜାରି ରହିଛି। ରାଜଧାନୀ ଦିଲ୍ଲୀ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଘନ କୁହୁଡ଼ି ଏବଂ ଥଣ୍ଡା ପବନ ସାଧାରଣ ଜୀବନଯାତ୍ରାକୁ ବାଧାପ୍ରାପ୍ତ କରିଛି। ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି, ଯାହା ଫଳରେ ଶୀତ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ରାଜଧାନୀର ସର୍ବନିମ୍ନ ତାପମାତ୍ରା ୫ ରୁ ୭ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି, ଯେତେବେଳେ ଅନେକ ଅଞ୍ଚଳରେ ତାପମାତ୍ରା ୫ ରୁ ତଳେ ହ୍ରାସ ପାଇଛି।
Photograph: (sambad.in) ମଙ୍ଗଳବାର ସକାଳେ ଘନ କୁହୁଡ଼ି ଏବଂ ଥଣ୍ଡା ପବନ ଏହି ଅଞ୍ଚଳକୁ କଷ୍ଟ ଦେବ। ସର୍ବନିମ୍ନ ତାପମାତ୍ରା ୫ ରୁ ୭ ଡିଗ୍ରି ସେଲସିୟସ୍ ଏବଂ ସର୍ବାଧିକ ତାପମାତ୍ରା ୧୮ ରୁ ୧୯ ଡିଗ୍ରି ସେଲସିୟସ୍ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି। ଦିନବେଳା ଖରା ଏବଂ ଶୀତଳତା ଆଶ୍ୱସ୍ତି ଆଣିବ, ସନ୍ଧ୍ୟାରେ ଶୀତ ଏବଂ ତୁଷାରପାତ ହେବ।
-
Jan 13, 2026 07:48 IST
ନିଜ ଦେଶର ନାଗରିକଙ୍କ ପାଇଁ ପରାମର୍ଶ ଜାରି କଲା ଆମେରିକା
ୱାସିଂଟନ: ନିଜ ଦେଶର ନାଗରିକଙ୍କ ପାଇଁ ପରାମର୍ଶ ଜାରି କଲା ଆମେରିକା। ଇରାନରେ ଉପୁଜିଥିବା ପରିସ୍ଥିତି ପାଇଁ ଟ୍ରମ୍ପ ପ୍ରଶାସନ ଏହି ପରାମର୍ଶ ଜାରି କରିଛି। ଇରାନରେ ଉତ୍ତେଜନା ଓ ହିଂସା ପରିସ୍ଥିତି ପାଇଁ ୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ଅଛନ୍ତି। ନିଜ ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ଆମେରିକା ପରାମର୍ଶ ଜାରି କରିବା ସହିତ ସ୍ବଦେଶ ଫେରି ଆସିବାକୁ ପରାମର୍ଶ ଦେଇଛି।
donald-trump
Follow Us