🔴 LIVE | News Updates 14th Dec 2025: ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ସିଆଇସି, SIR ବିରୋଧରେ ଆଜି ଦିଲ୍ଲୀରେ ବଡ଼ ରାଲି

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS  Sunday

BREAKING NEWS Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Dec 14, 2025 16:36 IST

    ଅଭାବୀ ବିକ୍ରିର ଶିକାର କପା ଚାଷୀ 

    ଧଣ୍ଡାମୁଣ୍ଡା, (ସରୋଜ ମିଶ୍ର): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ରେ ହେକ୍ଟର ହେକ୍ଟର ଜମିରେ କପା ଚାଷ ହେଉଛି। ଏହି ବ୍ୟୟ ବହୁଳ ଚାଷ ପାଇଁ ଏଇ ଅଞ୍ଚଳର ମାଟି ଓ ସ୍ବଳ୍ପ ବୃଷ୍ଟିପାତ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଦୋରସା ମାଟି ଯୋଗୁଁ ଉନ୍ନତ ମାନର କପା ଉତ୍ପାଦନ ହେଉଥିବାରୁ ଅଞ୍ଚଳକୁ ଧଳାସୁନାର ଅଞ୍ଚଳ କୁହାଯାଏ। ମରୁଡ଼ି ପ୍ରବଣ ଅଞ୍ଚଳରେ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବାରେ କପା ଚାଷ ହେଉଛି ଏକମାତ୍ର ସାଧନ କିନ୍ତୁ ଏହି ଅଞ୍ଚଳରେ କପା ବିକ୍ରି ପାଇଁ ସ୍ବତନ୍ତ୍ର ମଣ୍ଡି ବ୍ୟବସ୍ଥା ନାହିଁ। ଫଳରେ ଅସାଧୁ ବ୍ୟବସାୟୀମାନେ କମ୍ ମୂଲ୍ୟରେ କପା କିଣୁଛନ୍ତି।

    Khaprakhol

    ବିକଳ୍ପ ନଥିବାରୁ ଚାଷୀମାନେ କମ୍ ଦରରେ କପା ବିକିବାକୁ ବାଧ୍ୟ ହେଉଛନ୍ତି। ତା' ଛଡା ଏ ଅଞ୍ଚଳରେ ବୁଲା ବ୍ୟବସାୟୀମାନେ କପା ଚାଷ ଆରମ୍ଭରେ ଟଙ୍କା ଲଗାଇଥାନ୍ତି ତେଣୁ ଅମଳ ହେବା ପରେ କଟ୍‌ନି ଛଟ୍‌ନି କରି ଚାଷୀଙ୍କଠାରୁ କମ୍ ଦରରେ କପା ନେଇଯାଉଛନ୍ତି। ଫଳରେ ପରିଶ୍ରମ କରି ଚାଷୀମାନେ ଉଚିତ୍ ମୂଲ୍ୟ ପାଉ ନାହାନ୍ତି। ତେଣୁ ପ୍ରଶାସନ ପକ୍ଷରୁ ମଣ୍ଡି ବ୍ୟବସ୍ଥା କଲେ ଚାଷୀମାନେ ଉଚିତ୍ ମୂଲ୍ୟ ପାଇପାରନ୍ତେ ବୋଲି ମତ ପ୍ରକାଶ ପାଉଛି।

  • Dec 14, 2025 16:09 IST

    ଝୁଲିପଡ଼ିଲେ କଲେଜ ଛାତ୍ର

    • ବେକରେ ଗାମୁଛା ବାନ୍ଧି ଜୀବନ ହାରିଲେ କଲେଜ ଛାତ୍ର
    • ଯାଜପୁର ଜିଲ୍ଲା କୋରେଇ ଥାନା ରଗଡ଼ି ଅଞ୍ଚଳରେ ଅଘଟଣ
    • ଯାଜପୁର ସରକାରୀ ପଲିଟେକନିକ ପାଇଖାନା ଘରେ ଜୀବନ ହାରିଲେ ଛାତ୍ର
    • ମୃତ ଛାତ୍ର କେନ୍ଦୁଝର ଜିଲ୍ଲା କେଶଦୁରପାଳ ଗାଁର ଶୁଭଙ୍କର ଆଚାର୍ଯ୍ୟ
       

  • Dec 14, 2025 15:49 IST

    ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଗ୍ରାମବାସୀ

    ଝରିଗାଁ: ଜୟପୁର ରେକ ପଏଣ୍ଟରୁ ଆସୁଥିବା ଏକ ସାର ବୋଝେଇ ଟ୍ରକକୁ ଗ୍ରାମବାସୀ ଅଟକ ରଖିଥିବା ଜଣାପଡିଛି। ଜୟପୁର ରେକରୁ ଟ୍ରକ୍‌  (OR10J 2845) ଯାଉଥିବା ବେଳେ ସାରିଆପଡା ଗ୍ରାମ ନିକଟରେ ଡ୍ରାଇଭର ଟେମେରା ଗ୍ରାମ ରାସ୍ତା ପଚାରି ବୁଝିଥିଲେ। ଗ୍ରାମବାସୀ ଡ୍ରାଇଭରଙ୍କୁ କଣ ନେଇ ଯାଉଛ ବୋଲି ପଚାରିବା ପରେ ସାର ନେଇ ଯାଉଥିବା କହିଥିଲେ। ଗ୍ରାମବସୀଙ୍କୁ ସନ୍ଧେହ ହେବା ଯୋଗୁଁ ଟ୍ରକ ଅଟକ ରଖିଛନ୍ତି।

    Jharigaon

    ସେହିପରି ଡ୍ରାଇଭର ଦେଇ ଥିବା ବିଲରେ ଜୟପୁର ରେକରୁ ୭ ଶହ ବସ୍ତା DAP ସାର ଝରିଗାଁ ଅଶୋକ ଡ଼ିଲର ପାଖକୁ ଯାଉଥିବା ଲେଖା ଯାଇଛି। ତେବେ ଡ଼ିଲର ଅଶୋକ ସାର ରାଇଘର ବ୍ଲକ ଯିବା କଥା ଭୁଲରେ ଏପଟେ ଆସିଯାଇଥିବା କହିଥିଲେ। ଡ଼ିଲରଙ୍କ ଏଭଳି କଥା ଶୁଣି ଗ୍ରାମବାସୀ ଅଧିକ ସନ୍ଦେହ କରିବା ସହ ଝରିଗାଁ ଠିକଣା ଥିବା ବେଳେ ରାଇଘର କିଭଳି ଯିବ ବୋଲି ଟ୍ରକ ଅଟକ ରଖିଥିଲେ। ସାର କଳା ବେପାର ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଝରିଗାଁ କୃଷି ବିଭାଗକୁ ସୂଚନା ଦେଇଥିଲେ। କୃଷି ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଜବତ କରିବା ସହ ଅଧିକ ତଦନ୍ତ ପାଇଁ ନିଜ କାର୍ଯ୍ୟାଳୟକୁ ନେଇଥିବା ସୂଚନା ମିଳିଛି।

  • Dec 14, 2025 15:47 IST

    ଅଷ୍ଟ୍ରେଲିଆର ସିଡନୀରେ ପହଲଗାମ ଭଳି ଘଟଣା: ଆଖିବୁଜା ଗୁଳିଚାଳନା, ଅନେକ ଲୋକଙ୍କ ମୃତ୍ୟୁ

    ସିଡନୀ: ରବିବାର ଦିନ ଅଷ୍ଟ୍ରେଲିଆର ସବୁଠାରୁ ପ୍ରସିଦ୍ଧ ବେଳାଭୂମି ମଧ୍ୟରୁ ଗୋଟିଏ ସିଡନୀର ବଣ୍ଡି ବିଚ୍‌ରେ ଆତଙ୍କ ଖେଳିଯାଇଛି। ଆଖିବୁଜା ଗୁଳି ଚାଳନା ଖବର ପରେ ବହୁ ସଂଖ୍ୟକ ଲୋକ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବାର ଦେଖାଯାଇଛି। ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ନ୍ୟୁ ସାଉଥ୍ ୱେଲ୍ସ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ସିଲ୍ କରିଦେଇଛି। ଲୋକମାନଙ୍କୁ ସେଠାରୁ ଦୂରେଇ ରହିବା ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଅପିଲ୍ କରାଯାଇଛି।

  • Dec 14, 2025 15:44 IST

    ଜଳିଗଲା ୧୫ଏକରରୁ ସଂଗୃହୀତ ଧାନ ବିଲର ଧାନ ଖରି

    • ଜଳିଗଲା ୧୫ଏକର ଧାନ ବିଲର ଧାନ ଖରି
    • ଧାନ ଖରିରେ ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ
    • ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ
    • ଥାନାରେ ଅଭିଯୋଗ କଲେ ଚାଷୀ
    • କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତ ଯୋଗାଇବାକୁ ଦାବି

  • Dec 14, 2025 07:41 IST

    ଆମେରିକାରେ ଗୁଳିକାଣ୍ଡ: ୨ ମୃତ, ୮ ଆହତ

    ୱାସିଂଟନ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ କୋଠାରେ ଶନିବାର ଦିନ ଗୁଳିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରୋଭିଡେନ୍ସର ମେୟର କହିଛନ୍ତି ଯେ ପୁଲିସ ଫାଇନାଲ ପରୀକ୍ଷା ସମୟରେ ଆଇଭି ଲିଗ୍ କ୍ୟାମ୍ପସରେ ଜଣେ ସନ୍ଦିଗ୍ଧଙ୍କୁ ଖୋଜା ଜାରି ରଖିଛି। ପରୀକ୍ଷାର ଦ୍ୱିତୀୟ ଦିନରେ ଗୁଳିକାଣ୍ଡ ଘଟିଥିଲା ​​ବୋଲି ପୁଲିସ କହିଛି। ହିଂସା ଆରମ୍ଭ ହେବାର ଦୁଇ ଘଣ୍ଟାରୁ ଅଧିକ ସମୟ ପରେ ଅଧିକାରୀମାନେ କ୍ୟାମ୍ପସ କୋଠାଗୁଡ଼ିକୁ ତଲାସ କରିଥିଲେ। ଆଖପାଖ ଅଞ୍ଚଳ ପାଇଁ ଏକ ଆଶ୍ରୟସ୍ଥଳ ନିର୍ଦ୍ଦେଶ ବଳବତ୍ତର ରହିଥିଲା।

  • Dec 14, 2025 07:34 IST

    ଗୁଜରାଟର ଦଂପତିଙ୍କୁ ଲିବିଆରେ ବନ୍ଧକ

    ଅହମଦାବାଦ: ଗୁଜୁରାଟର ମେହସାଣା ଜିଲ୍ଲାର ଏକ ଦମ୍ପତି ଏବଂ ସେମାନଙ୍କର ତିନି ବର୍ଷର ଝିଅକୁ ଲିବିଆରେ ବନ୍ଧକ ରଖାଯାଇଥିଲା, ଯାହାଙ୍କ ଠାରୁ ୨ କୋଟି ଟଙ୍କା ମଗାଯାଇଥିଲା। ପରିବାର ପର୍ତ୍ତୁଗାଲ ଯାଉଥିଲେ। ମେହସାଣାର ପୁଲିସ ଅଧିକ୍ଷକ (ଏସପି) ହିମାଂଶୁ ସୋଲାଙ୍କି କହିଛନ୍ତି ଯେ ଅପହୃତ ଭାରତୀୟମାନେ ହେଲେ କିସମତ ସିଂହ ଚାଭଡା, ତାଙ୍କ ସ୍ତ୍ରୀ ହୀନାବେନ ଏବଂ ଝିଅ ଦେବାଂଶୀ।

  • Dec 14, 2025 07:26 IST

    ଜାହାଜ ଉପରେ ଚଢ଼ାଉ

    ବେଜିଂ: ଗତ ମାସରେ ଆମେରିକାର ପ୍ରତିରକ୍ଷା ବାହିନୀ ଚୀନରୁ ଇରାନ ଯାଉଥିବା ଏକ ମାଲବାହୀ ଜାହାଜ ଉପରେ ଚଢାଉ କରିଥିଲା। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହା ସାମ୍ପ୍ରତିକ ସମୟରେ ଟ୍ରମ୍ପ ପ୍ରଶାସନର ଆକ୍ରମଣାତ୍ମକ ସାମୁଦ୍ରିକ କାର୍ଯ୍ୟର ସଦ୍ୟତମ ଉଦାହରଣ। ଆମେରିକା ମଧ୍ୟ କ୍ୟୁବା ଯାଉଥିବା ଏକ ଭେନେଜୁଏଲାର ତୈଳ ଟ୍ୟାଙ୍କର୍ ଜବତ କରିଥିଲା। ସରକାରୀ ସୂତ୍ରକୁ ଉଦ୍ଧୃତ କରି ସମ୍ବାଦପତ୍ର ରିପୋର୍ଟ କରିଛି ଯେ ଆମେରିକୀୟ ସାମରିକ ଅଧିକାରୀମାନେ ଶ୍ରୀଲଙ୍କାରୁ ଶହ ଶହ ମାଇଲ ଦୂରରେ ଜାହାଜ ଉପରେ ଚଢାଉ କରିଥିଲେ। ଗତ କିଛି ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ ଆମେରିକୀୟ ସେନା ଚୀନରୁ ଇରାନ ଯାଉଥିବା ଏକ ମାଲବାହୀ ଜାହାଜ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

  • Dec 14, 2025 07:23 IST

    SIR ବିରୋଧରେ ଆଜି ଦିଲ୍ଲୀରେ ବଡ଼ ରାଲି

    ନୂଆଦିଲ୍ଲୀ: ରାମଲୀଳା ମଇଦାନରେ କଂଗ୍ରେସ ଦଳ SIR ବିରୋଧରେ ରବିବାର ଏକ ବଡ଼ ରାଲି କରୁଛି। ବିଭିନ୍ନ ରାଜ୍ୟର ଦଳୀୟ କର୍ମୀମାନେ ଏହି ରାଲିରେ ଯୋଗଦେବେ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ଏଥିରେ ଭାଷଣ ଦେବେ। ରାଜ୍ୟ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ କହିଛନ୍ତି ଯେ ବିଜେପି ଏବଂ ନିର୍ବାଚନ କମିସନ ଭୋଟର ତାଲିକାରେ ହେରଫେର କରିବା ପାଇଁ ମିଳିତ ହେଉଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମକୁ ବିଜେପି ବିରୋଧରେ ଏକ ହେବାକୁ ପଡିବ।

     

    rahul gandhi
    Rahul Gandhi on Army

     

  • Dec 14, 2025 07:10 IST

    ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ସିଆଇସି

    ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିସନର (ସିଆଇସି) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗୋଏଲଙ୍କ ନାମ ସୁପାରିସ କରିଛନ୍ତି। ଗୋଏଲ ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ-କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡରର ୧୯୯୦ ବ୍ୟାଚର ଆଇଏଏସ୍‌ ଅଧିକାରୀ। ହୀରାଲାଲ ସମରିଆଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରଠାରୁ ସିଆଇସି ପଦବି ଖାଲି ପଡ଼ିଥିଲା।

    CIC

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe