🔴 LIVE | News Updates 15 February 2026: ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୭ ଯାତ୍ରୀ ଗୁରୁତର; କଲମ୍ବୋରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି; ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS  Sunday

ଆଜି ପବିତ୍ର ମହାଶିବରାତ୍ରୀ। ଶିବଙ୍କ ଆରାଧନରେ ଶିବାଳୟରୁ ଶୁଭୁଛି ଶିବ ପଞ୍ଚାକ୍ଷରୀ ମନ୍ତ୍ର। ଗାଁରୁ ସହର ଚାରିଆଡ଼େ ଚଳଚଞ୍ଚଳ ହୋଇ ଉଡ଼ିଛି ଶୈବପୀଠ। 

ଅନ୍ୟ ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ଖବର ହେଲା ବହୁ ବାଦ, ବିବାଦ, ବର୍ଜନ ଧମକ ତଥା ବର୍ଷା ବିଭ୍ରାଟର ଘୋର ଆଶଙ୍କା ଭିତରେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସବୁଠାରୁ ଚର୍ଚ୍ଚିତ ତଥା ପ୍ରତୀକ୍ଷିତ ମୁକାବିଲା ରବିବାର ଖେଳାଯିବ। ଦୁଇ ଚିର ଶତ୍ରୁ ତଥା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ପୁଣି ଥରେ କ୍ରିକେଟ୍‌ ପଡ଼ିଆରେ ପରସ୍ପରର ମୁହାଁମୁହିଁ ହେବେ। ସେଥିପାଇଁ ସାରା ବିଶ୍ବର ନଜର ଏବେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଉପରେ କେନ୍ଦ୍ରୀଭୂତ ହୋଇଛି। ଉଭୟ ଦଳ ଏହି କ୍ରିକେଟ୍‌ ମହାଯୁଦ୍ଧ ଲାଗି ଜୋରଦାର ପ୍ରସ୍ତୁତି କରିଛନ୍ତି। ପିସିବି ଓ ବିସିସିଆଇର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଦେଶର କ୍ରିକେଟ୍‌ ବୋର୍ଡ ମୁଖ୍ୟ ଖାସ୍‌ ଏହି ମହାଟକ୍କର ଲାଗି ଏବେ କଲମ୍ବୋରେ ଡେରା ପକାଇଛନ୍ତି। 

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ। 

  • Feb 15, 2026 10:32 IST

    ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୭ ଯାତ୍ରୀ ଗୁରୁତର

    Screenshot 2026-02-15 102750

    ପଟ୍ଟାଙ୍ଗି:  MV79ରୁ ବିଶାଖାପାଟଣା ଯାଉଥିବା (OSRTC) ବସ୍‌ ଆନ୍ଧ୍ରପ୍ରଦେଶର ସାଲୁର ବାଇପାସ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବସ୍‌ର ଷ୍ଟିଅରିଂ ଲକ୍‌ ହେବା ଦ୍ଵାରା ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ବିଳମ୍ବିତ ରାତି ପ୍ରାୟ ୧ରେ ଘଟିଛି ଏହି ଦୁର୍ଘଟଣା। ଗାଡ଼ିରେ ସର୍ବମୋଟ ୨୯ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣା ପରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ସାଲୁର ଓ ପରେ ବିଜୟନଗରମସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l ଘଟଣାସ୍ଥଳରେ ସାଲୁର ପୁଲିସ ପହଂଚି କରୁଛି ଘଟଣାର ତଦନ୍ତ। 

  • Feb 15, 2026 10:06 IST

    ସଂସଦର ସଦସ୍ୟ ହେବା ପାଇଁ ରାହୁଲ ଯୋଗ୍ୟ ନୁହଁନ୍ତି: କେଶବ ପ୍ରସାଦ

    ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାହୁଲଙ୍କୁ ଜଣେ ଦାୟିତ୍ୱହୀନ ବ୍ୟକ୍ତି ବୋଲି କହିଛନ୍ତି। ଏହା ଦେଶର ଦୁର୍ଭାଗ୍ୟ ଯେ ସଂସଦ ସଦସ୍ୟ ହେବାର ଯୋଗ୍ୟ ନଥିବା ବ୍ୟକ୍ତି ଆଜି ବିରୋଧୀ ଦଳ ନେତା ହୋଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳ କ୍ଷମତା ହାସଲ କରିବା ପାଇଁ ମିଥ୍ୟା ପ୍ରଚାର ପ୍ରସାର କରୁଛନ୍ତି। ସେ ଅଖିଳେଶ ଯାଦବଙ୍କୁ ମଧ୍ୟ ଆକ୍ରମଣ କରି କହିଛନ୍ତି ଯେ ସେ ତାଙ୍କର ମାନସିକ ସନ୍ତୁଳନ ହରାଇ ବସିଛନ୍ତି। କେଶବ ପ୍ରସାଦ ମୌର୍ଯ୍ୟ ଶନିବାର ଆମ୍ବେଦକର ନଗରରେ ଏହି ବୟାନ ଦେଇଛନ୍ତି। ବିକାଶ କାର୍ଯ୍ୟ ସମୀକ୍ଷା ଏବଂ ଜୀ ରାମ ଜୀ ଯୋଜନାରେ ଏକ ଚୌପାଲକୁ ସମ୍ବୋଧିତ କରିବା ପରେ ସେ ସାମ୍ବାଦିକମାନଙ୍କ ସହ କଥା ହେଉଥିଲେ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ୨୦୨୭ରେ ପୁଣି ଥରେ ବିଜେପି ସରକାର ଗଠନ ହେବ।

  • Feb 15, 2026 09:12 IST

    ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର

    22 वर्षीय भारतीय छात्र साकेत श्रीनिवासैया करीब 6 दिन से लापता थे और अब उनके शव को बरामद किया गया है. (Photo: LinkedIn)

    ନୂଆଦିଲ୍ଲୀ: ଆମେରିକାର କାଲିଫର୍ନିଆରେ ଜଣେ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟା (୨୨) ପ୍ରାୟ ଛଅ ଦିନ ଧରି ନିଖୋଜ ଥିଲେ ଏବଂ ତାଙ୍କ ମୃତଦେହ ଏବେ ଉଦ୍ଧାର କରାଯାଇଛି। କର୍ଣ୍ଣାଟକର ମୂଳ ବାସିନ୍ଦା ସାକେତ ଶ୍ରୀନିବାସୈୟା କାଲିଫର୍ନିଆ ବିଶ୍ୱବିଦ୍ୟାଳୟ, ବର୍କଲିରେ ରାସାୟନିକ ଏବଂ ଜୈବମଲିକୁଲାର ଇଞ୍ଜିନିୟରିଂ ପଢ଼ୁଥିଲେ ଏବଂ ସେ ଫେବ୍ରୁଆରି ୯ ତାରିଖରେ ନିଖୋଜ ହୋଇଯାଇଥିଲେ। କନସୁଲେଟ୍ ଜେନେରାଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି, ନିଖୋଜ ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟାଙ୍କ ମୃତଦେହ ଉଦ୍ଧାର ହେବା ସ୍ଥାନୀୟ ପୁଲିସ ନିଶ୍ଚିତ କରିଥିବାରୁ ଆମେ ଗଭୀର ଦୁଃଖିତ। ଏହି ଅତ୍ୟନ୍ତ କଷ୍ଟକର ସମୟରେ ଆମେ ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ଆମର ସମବେଦନା ଜଣାଉଛୁ। 

  • Feb 15, 2026 08:31 IST

    ବିବାହ ଭୋଜିରେ ମଟନ ଖାଇ ଶତାଧିକ ବ୍ୟକ୍ତି ଅସୁସ୍ଥ 

    WhatsApp Image 2026-02-15 at 8.16.49 AM

    କଳାପଥର (ମାନସ ରଞ୍ଜନ ସାହୁ): କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ବାଙ୍କୀ  ବୈଦେଶ୍ୱର୍ ଗ୍ରାମ ପଞ୍ଚାୟତର ନାଟେରୀ ଗାଆଁରେ ବିବାହ ଭୋଜି ଖାଇ ଶହେରୁ ଊର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ନିକଟସ୍ଥ ବୈଦେଶ୍ୱର୍ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇ ଥିବା ବେଳେ ନାଟେରି ଗାଆଁରେ ସ୍ବାସ୍ଥ୍ୟ କର୍ମୀ ଆଶା ଦିଦିଙ୍କ ସହିତ ଘରକୁ ଘର୍ ଯାଇ ଔଷଧ ବଣ୍ଟନ କରିଛ୍ଛନ୍ତି। ପରିସ୍ଥିତି ସାମାନ୍ୟ ନିୟନ୍ତ୍ରଣ କୁ ଆସି ଥିବା ବେଳେ ଡ଼ାକ୍ତରୀ ଟିମ୍ କିନ୍ତୁ ଆସୁ ନାହାନ୍ତି। କାରଣ ଅନେକଙ୍କର ଝାଡ଼ାବନ୍ଦ ହୋଇ ଯାଇ ଥିବା ବେଳେ ବହୁ ଲୋକଙ୍କର ପେଟ କାମୁଡ଼ିବାର ଅଭିଯୋଗ ହୋଇଥିଲା। ମାତ୍ର ବୈଦେଶ୍ୱର୍ ଡାକ୍ତରଖନାର ଡାକ୍ତର ଆସି ନାହାଁନ୍ତି କି ସୁବର୍ଣ୍ଣପୁର ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆସି ନ ଥିବାରୁ ଗାଆଁରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ପଠାଇ କ୍ୟାମ୍ପ କରା ଯିବା ସମ୍ପର୍କରେ ସୁବର୍ଣ୍ଣପୁର ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ଅମରେଶ ସାହୁଙ୍କୁ ପଚାରିବାରେ ସେ କହିଲେ ଆଜି ମାସିକ ବୈଠକ ଥିଲା ଆସନ୍ତାକାଲି ଏକ ଟିମ ପଠାଯିବ। ସ୍ବାସ୍ଥ୍ୟ କର୍ମୀ ରଶ୍ମି ରଞ୍ଜନ ଚୌଧୁରୀ, ମହିଳା ସ୍ବାସ୍ଥ୍ୟ ପରିଦର୍ଷିକା ଅହଲ୍ୟା ପ୍ରଧାନଙ୍କ ସମେତ ଆଶା କର୍ମୀମାନେ ଗାଆଁରେ ରହି ଔଷଧ ବଣ୍ଟନ କରି ଛନ୍ତିଯଦିଓ ସଙ୍ଗେ ସଙ୍ଗେ ସତର୍କତା ମୂଳକ ପଦକ୍ଷେ ନିଆ ନ ଯିବ ତେବେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ି ବାର ଆଶଙ୍କା ଦେଖା ଦେଇଛି।

  • Feb 15, 2026 08:28 IST

    ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ

    WhatsApp Image 2026-02-15 at 7.13.12 AM

    ଥୁନାଗ: ହିମାଚଳ ପ୍ରଦେଶର ଥୁନାଗ ନିକଟରେ ରବିବାର ଭୋର ସକାଳୁ ଏକ ଭୟଙ୍କର ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାଟି ପ୍ରାୟ ୪ଟା ସମୟରେ ଘଟିଥିଲା। ଚାରି ଜଣ ବନ୍ଧୁ ଏକ ଜିପ୍ ଯୋଗେ ଘରୁ ବାହାରିଥିଲେ। ଜିପ୍ ବୁନାଲିଧର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁଇ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତୃତୀୟ ଜଣକ ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦୁର୍ଘଟଣାଟି ସେମାନଙ୍କ ଘର ଠାରୁ ୨୪ କିଲୋମିଟର ଦୂରରେ ଘଟିଥିଲା। ଗାଡ଼ିଟି ବାଗସ୍ୟାଦର ବାସିନ୍ଦା ଯୋଗରାଜଙ୍କର ଥିଲା। ଯୋଗରାଜଙ୍କ ପୁଅ ହାର୍ଦ୍ଦିକ ମଧ୍ୟ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।

  • Feb 15, 2026 08:10 IST

    ଶିବରାତ୍ରିରେ ଷଣ୍ଢ ଚାଲାଣ, ରାସ୍ତା ଅ‌ବରୋଧ

    WhatsApp Image 2026-02-15 at 8.02.58 AMକାଳିଆବାଡ଼: ଚାରୋଟି ଷଣ୍ଢଙ୍କୁ ନେଇ ଯାଉଥିବା ବୋଲେରୋ ଥାନା ଆଗରେ ଭାରସାମ୍ୟ ହରାଇ ଦୋକାନରେ ପଶିଯାଇଛି। ଗାଡ଼ି ଛାଡି ଡ୍ରାଇଭର ଫେରାର ‌ହୋଇଛି। ଆଜି ଭୋର ୫ଟାରେ ଏହି ଘଟଣା ଘଟିଛି। ପୁଲିସ ଗାଡ଼ି ଜବତ କରିବା ସହିତ ଚାରିଟି ଷଣ୍ଢଙ୍କୁ ଉଦ୍ଧାର କରିଛି। ଶିବରାତ୍ରିରେ ଷଣ୍ଢ ଚାଲାଣକୁ ବିରୋଧ କରାଯାଇଛି। ଆସାମୀ  ଧରିବା ଦାବିରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବଜାର ରାସ୍ତା ଅବରୋଧ କରାଯାଇଛି।

  • Feb 15, 2026 07:44 IST

    ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ପଠାଇଲା ବାଂଲାଦେଶ

    News Article Hero Image

    ନୂଆଦିଲ୍ଲୀ: ବାଂଲାଦେଶ ଫେବ୍ରୁଆରୀ ୧୬ ତାରିଖରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛି। ଅନ୍ୟାନ୍ୟ ଆଞ୍ଚଳିକ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବ। ରହମାନଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତାମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଆଞ୍ଚଳିକ ନେତାମାନଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସୂଚାଇ ଦେବା ପରେ ଶନିବାର ବିଳମ୍ବିତ ରାତିରେ ଢାକାରୁ ଭାରତୀୟ ଦଳକୁ ନିମନ୍ତ୍ରଣ କରାଯାଇଥିଲା। ଫେବ୍ରୁଆରୀ ୧୭ ତାରିଖରେ ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଢାକା ଗସ୍ତ କରିବାର ସମ୍ଭାବନା କମ୍। ମାକ୍ରନ ଏଆଇ ପ୍ରଭାବ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରୁଛନ୍ତି।

  • Feb 15, 2026 07:12 IST

    ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ କଲମ୍ବୋରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

    ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ମହାଲଢ଼େଇ। ଏହି ମ୍ୟାଚ୍ ପାଇଁ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି। ଏହି ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରେମୀମାନେ ବହୁତ ଦିନ ଧରି ଅପେକ୍ଷା କରିଥିଲେ। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷରେ ଖେଳିବାକୁ ମନା କରିଦେଇଥିଲା। କିନ୍ତୁ ସେବେଠାରୁ ଏକ ବଡ଼ ୟୁ-ଟର୍ଣ୍ଣ ନେଇଛି। ଏବେ ଏହି ହାଇ-ଭୋଲଟେଜ୍ କ୍ରିକେଟ୍‌ ମ୍ୟାଚ୍ ପୂର୍ବରୁ କଲମ୍ବୋରେ ଉଭୟ ଦଳର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ।

  • Feb 15, 2026 07:10 IST

    ୧୧ଟି ରାଜ୍ୟକୁ ବର୍ଷା ନେଇ ସତର୍କ ସୂଚନା ଜାରି

    rain

    ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ପୁଣି ଥରେ ପାଗ ପରିବର୍ତ୍ତନ ହେବାକୁ ଯାଉଛି। ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୧ଟି ରାଜ୍ୟରେ ଝଡ଼ବର୍ଷା ଏବଂ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି। ବର୍ଷା ତାପମାତ୍ରାକୁ ସାମାନ୍ୟ ହ୍ରାସ କରିବ। କିନ୍ତୁ ଏହା ଥଣ୍ଡାକୁ ଫେରାଇ ଆଣିବ ନାହିଁ। ସମତଳ ଅଞ୍ଚଳରେ ଦିଲ୍ଲୀରେ ଆଜି ପାଗ ସୁଖଦ ରହିବ। ସକାଳେ ଏବଂ ସନ୍ଧ୍ୟାରେ ହାଲୁକା ଥଣ୍ଡା ରହିବ। କିନ୍ତୁ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ଦିନବେଳା ତାପମାତ୍ରା ବୃଦ୍ଧି କରିବ। ଉତ୍ତରପ୍ରଦେଶ ଏବଂ ବିହାରରେ ଆଗାମୀ ଦିନରେ ପାଗ ଖରାପ ହେବାର ସମ୍ଭାବନା ଅଛି। ଆଇଏମଡି ଅନୁଯାୟୀ ୧୭ ଏବଂ ୧୮ ତାରିଖରେ ଉତ୍ତରପ୍ରଦେଶ ପାଇଁ ବଜ୍ରପାତ ଏବଂ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରପ୍ରଦେଶରେ, ସହାରନପୁର, ଆଲିଗଡ଼, ହାଥରସ, କାସଗଞ୍ଜ, ଇଟାୱା, ଆଉରୈୟା, ଫାରୁଖାବାଦ ଏବଂ ମୈନପୁରୀରେ ୧୭ ଏବଂ ୧୮ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe