BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Dec 15, 2025 20:32 IST
ଦୁଇ ବାଇକ୍ ଧକା: ୨ ମୃତ, ଜଣେ ଗୁରୁତର
ସୁନ୍ଦରଗଡ଼/ସବଡେଗା: ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗା-କରମଡିହି ରାସ୍ତା ଡମକୁଡ଼ା ଛକ ବୁଲାଣିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାଁମୁହିଁ ଧକା ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି
-
Dec 15, 2025 20:11 IST
ପଡିଆରୁ ଶିଶୁର ମୃତ ଦେହ ଉଦ୍ଧାର
ସୋର: ସୋର ଥାନା ବାଲିକତିରଣ ଖେଳ ପଡିଆରୁ ଜଣେ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି। ଶିଶୁଟିର ଶରୀରର କିଛି ଅଂଶ ନଥିବାରୁ ସେ ପୁଅ କି ଝିଅ ସ୍ୱଷ୍ଟ ହୋଇପାରି ନାହିଁ। ସୁଚନା ଅନୁସାରେ ଆଜଜି ମଧ୍ୟାହ୍ନରେ ଏହି ପଡିଆ ନିକଟରେ ଥିବା ଏକ ବାଉଁଶ ବୁଦା ନିକଟରେ କିଛି କୁକୁର ଏକ ଶିଶୁର ଶରୀରର କିଛି ଅଂଶକୁ ଖାଉଥିବା ବେଳେ ସ୍ଥନୀୟ ଲୋକେ କୁକୁରକୁ ଘଉଡାଇବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଅଂଶକୁ ଉଦ୍ଧାର କରି ଏକ ଗାତ ଖୋଳି ପୋତିଥିବା ଜଣାପଡିଛି। ତେବେ ଉକ୍ତ ଶିଶୁଟି କାହାର ଓ କେମିତି ଆସିଲା ତାହା ଜଣାପଡିନାହିଁ।
-
Dec 15, 2025 19:33 IST
ଭାଙ୍ଗିଗଲା ହରିଶଙ୍କର ମନ୍ଦିର ପାଚେରୀ:, ତୁରନ୍ତ ନିର୍ମାଣ ପାଇଁ ଦାବି
ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିର ର ପାଚେରୀ ବିନା ବର୍ଷାରେ ଦିନେ ତଳେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ହରିଶଙ୍କର ଏକ ପୁଣ୍ୟ କ୍ଷେତ୍ର ହୋଇଥିବା ବେଳେ ଚିର ସ୍ରୋତା ଝରଣା, ପ୍ରାକୃତିକ ଶୋଭା ରାଶି, ଔଷଧୀୟ ଗୁଲ୍ମ ଲତା, ହରିଣ ପାର୍କ ପାଇଁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।
-
Dec 15, 2025 19:25 IST
ସୀମାନ୍ତରେ ସିସି କ୍ୟାମେରା ଲଗାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କଲେ ସାଂସଦ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଥିବା ବେଳେ ସୀମାନ୍ତ ପ୍ରବେଶ ପଥ ମୁକୁଳା ପଡ଼ିଛି । ଫଳରେ ଲଘୁ ଖଣିଜ ଚୋରା ଚାଲାଣ ସହ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଜିଲ୍ଲାର ସମସ୍ତ ଥାନା ମଧ୍ୟରୁ ୧୪ଟି ଥାନା ଆନ୍ତଃରାଜ୍ୟ ସୀମାକୁ ଲାଗିଛି। ଏହାପରେ ମଧ୍ୟ କାର୍ଯ୍ୟକଳାପ ନିୟନ୍ତ୍ରଣ କରାଯାଇପାରୁ ଯାଇପାରୁନାହିଁ।
-
Dec 15, 2025 17:55 IST
ଫେକ୍ ନ୍ୟୁଜ୍ ଅବା ଗୁଜବ ପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଏସ୍ପି
ମାଲକାନଗିରି,: ମାଲକାନଗିରିରେ ଗତ ୯ ଦିନ ଧରି ଇଣ୍ଟରନେଟ ସେବା ବନ୍ଦ ରହିବା ପରେ ସୋମବାର ମଧ୍ୟାହ୍ନ ୧୨ଟାରେ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଏସପି ବିନୋଦ ପାଟିଲ ଏଚ୍ ରାଖାଲଗୁଡା,ମାରିୱାଡ଼ା,ନିଲିଗୁଡ଼ା ଓ ଏମଭି ୧୮ ଗାଁ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।
-
Dec 15, 2025 16:33 IST
ବାରହା ଆକ୍ରମଣରେ ୩ ଗୁରୁତର
ବ୍ରହ୍ମଗିରି:ବ୍ରହ୍ମଗିରି ରେଞ୍ଜ ରେ ଏକ ବାରହା ଉତ୍ପାତ କରିଛି ଯାହାକୁ ଦେଖୁଛି ଆକ୍ରମଣ କରୁଛି ବ୍ରହ୍ମଗିରି ରେଞ୍ଜ ଲମ୍ବିତଳ ଗାଁର ଦିଜ ଭୋଇ ଛେଳି ଚାରାଇବା ବେଳେ ବାରହା ଆକ୍ରମଣ କରିଛି। ସେହିପରି ସିରିଆପୁର ଗାଁର ସଦାନନ୍ଦ ସ୍ୱାଇଁ ପୋଖରୀ ହୁଡ଼ାରେ ଛିଡା ହୋଇ ଥିବା ବେଳେ ଆକ୍ରମଣ କରିଛି। ଗୌଡ଼ବନ୍ଧ ଗାଁର ସତ୍ୟ ପ୍ରଧାନ ବାଇକ ନେଇ ଯିବା ବେଳେ ଆକ୍ରମଣ କରି ଗୁରୁତର କରିଛି। ୩ ଜଣ ଗୁରୁତରଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଛି ବନ ବିଭାଗର ଟିମ ଘଟଣା ସ୍ଥଳରେ ପହଞ୍ଚି ବାରହାକୁ କାବୁ ପାଇଁ ଚେଷ୍ଟା କରୁଛି।
-
Dec 15, 2025 16:30 IST
ବିଜେପି ସରକାର ଅରାଜକତା,-ଗୁଣ୍ଡାରାଜକୁ ପ୍ରୋତ୍ସାହିତ କରୁଛନ୍ତି: ନବୀନ ପଟ୍ଟନାୟକ
ଭୁବନେଶ୍ବର: ପୂର୍ବତନ ଧର୍ମଶାଳା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ବାସଭବନ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି।
-
Dec 15, 2025 15:18 IST
ଆଗାମୀ ୧୯ ତାରିଖରେ ହେବାକୁ ଥିବା ଚାଷୀ ଭାଇମାନଙ୍କ ସମ୍ବଲପୁର ବନ୍ଦ ଡାକରାରେ ବିଜୁ ଜନତା ଦଳ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବା ସହ ସାମିଲ ମଧ୍ୟ ହେବ: ଇଂ ରୋହିତ ପୂଜାରୀ
ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ କୃଷକ ସଂଗଠନ ପକ୍ଷରୁ ଆଗାମୀ ୧୯ ତାରିଖରେ ହେବାକୁ ଥିବା ଚାଷୀ ଭାଇମାନଙ୍କ ସମ୍ବଲପୁର ବନ୍ଦ ଡାକରାରେ ବିଜୁ ଜନତା ଦଳ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବା ସହ ସାମିଲ ମଧ୍ୟ ହେବ। ଇଂ ପୂଜାରୀ କହିଛନ୍ତି ଯେ, ବିପର୍ଯ୍ୟସ୍ତ ଧାନ ସଂଗ୍ରହ ପ୍ରକ୍ରିୟା, ଟୋକନ୍ ର ଅବ୍ୟବସ୍ଥା ଏବଂ ଚାଷୀ ମାରଣା ନୀତି ଯୋଗୁଁ ଚାଷୀ ଭାଇ ମାନେ ବିଜେପି ଶାସିତ ସରକାରଙ୍କ ଦ୍ଵାରା ପ୍ରତାଡ଼ିତ ହେଉଛନ୍ତି, ଚାଷୀ ଭାଇଙ୍କ ହକ୍ ପାଇଁ ବିଜୁ ଜନତା ଦଳ ସମ୍ବଲପୁର ସବୁ ସମୟରେ ସବୁ ପ୍ରକାର ଲଢେଇ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି।
-
Dec 15, 2025 14:59 IST
କେନ୍ଦ୍ରାପଡ଼ାରେ ଶୀତଳଭଣ୍ଡାର ଲୋକାର୍ପିତ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଶୀତଳଭଣ୍ଡାର ଲୋକାର୍ପିତ। ଲୋକାର୍ପଣ କଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।
BREAKING NEWS Photograph: (sambad.in) -
Dec 15, 2025 12:38 IST
ମାଲକାନଗିରିରେ ସ୍ବାଭାବିକ ହେଲା ଇଣ୍ଟରନେଟ
ମାଲକାନଗିରି: ଗତ ୯ ଦିନ ଧରି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଥିଲା। ଆଜି ଦିନ ୧୨ଟାରେ ମାଲକାନଗିରିରେ ଇଣ୍ଟରନେଟ ଆସିବା ପରେ ଲୋକଙ୍କ ଖୁସି କହିଲେ ନସରେ।
BREAKING NEWS Photograph: (sambad.in) -
Dec 15, 2025 12:20 IST
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ବ
ଭୁବନେଶ୍ବର: କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଛି। ତାଙ୍କୁ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି।
-
Dec 15, 2025 11:02 IST
ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ବିନିକା: ଡୁଙ୍ଗୁରିପାଲି ମଦ ଭାଟି ପାଖରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର l ଆଜି ଭୋର ସମୟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଡୁଙ୍ଗୁରିପାଲି ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି l ଉକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ପ୍ରକାଶl
BREAKING NEWS Photograph: (sambad.in) -
Dec 15, 2025 10:26 IST
କ୍ଲାସରୁମ ଭିତରେ ଛୁରାମାଡ଼
ପୁଣେ: ମହାରାଷ୍ଟ୍ରର ପୁଣେରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୁଣେର ଖେଦରେ ଏକ ପିଲାକୁ କ୍ଲାସ ସମୟରେ ବାଇକ ଆରୋହୀ ଆକ୍ରମଣକାରୀମାନେ ଆକ୍ରମଣ କରିଛନ୍ତି। ପିଲାଟିକୁ ଆକ୍ରମଣ କରିବା ପରେ ଆକ୍ରମଣକାରୀ ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।ସୋମବାର ସକାଳେ ଏକ ଘରୋଇ କ୍ଲାସରେ ଏହି ଘଟଣା ଘଟିଛି। ପୁଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି। ଏକ କ୍ଲାସରୁମ ଭିତରେ ପିଲାମାନଙ୍କ ଉପରେ ଛୁରୀ ଆକ୍ରମଣ ଅତ୍ୟନ୍ତ ଭୟଙ୍କର ଏବଂ ଚିନ୍ତାଜନକ ବୋଲି ବୁଦ୍ଧିଜୀବୀ ମହଲରେ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଛି।
-
Dec 15, 2025 08:20 IST
ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ
ନୂଆଦିଲ୍ଲୀ: ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ। ମହମ୍ମଦ ମୋକିମ୍ ଚିଠି ଜରିଆରେ ସୋନିଆ ଗାନ୍ଧୀଙ୍କୁ ଯେଉଁ ଆବେଦନ କରିଥିଲେ, ତାହା ଅଗ୍ରାହ୍ୟ ହୋଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକ୍ରମେ ଏଆଇସିସି ମହମ୍ମଦ ମୋକିମ୍ ଙ୍କୁ କଂଗ୍ରେସରୁ ବହିଷ୍କାର ଲାଗି ଅନୁମୋଦନ କରିଛି।
Photograph: (knews) -
Dec 15, 2025 07:52 IST
ବିଡ଼ମ୍ବନା: ଅକ୍ଷରଧାମର AQI ୪୯୩
ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତ ବୃଦ୍ଧି ପାଇଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଗାମୀ ଦୁଇ ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ପୂର୍ବ ଉତ୍ତର ପ୍ରଦେଶ ଏବଂ ଉତ୍ତର-ପୂର୍ବ ମଧ୍ୟପ୍ରଦେଶରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଛି। ଏହି ସମୟରେ, ଦିଲ୍ଲୀ-ଏନସିଆର ସମେତ ସମତଳ ଅଞ୍ଚଳରେ ଘନ କୁହୁଡ଼ି ଏବଂ କମ୍ ପବନ ଆକାଶକୁ ଆଚ୍ଛାଦିତ କରିଛି, ଯାହା ଦୃଶ୍ୟମାନତାକୁ ଶୂନ୍ୟ କରିଛି, ଯାନବାହାନକୁ ରାସ୍ତାରେ ଘସି ଘସି ଯିବାକୁ ବାଧ୍ୟ କରିଛି। ଅକ୍ଷରଧାମରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୯୩ରେ ପହଞ୍ଚିଛି।
AQI in Delhi Photograph: (Aajtak) -
Dec 15, 2025 07:43 IST
ସିଡ୍ନି ଗୁଳିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
ସିଡ୍ନି: ଅଷ୍ଟ୍ରେଲିଆର ସବୁଠାରୁ ପ୍ରତିଷ୍ଠିତ ବେଳାଭୂମି ମଧ୍ୟରୁ ଗୋଟିଏରେ ବିଶ୍ୱାସର ସାର୍ବଜନୀନ ଉତ୍ସବ ଭାବରେ ଯାହା ଆରମ୍ଭ ହୋଇଥିଲା ତାହା ରବିବାର ସନ୍ଧ୍ୟାରେ ରକ୍ତପାତରେ ଶେଷ ହୋଇଥିଲା। ବନ୍ଧୁକଧାରୀମାନେ ସିଡ୍ନିର ବଣ୍ଡି ବିଚ୍ରେ ଏକ ହାନୁକାହ ସମାବେଶ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ଅତି କମରେ ୧୫ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଡଜନ ଡଜନ ଆହତ ହୋଇଥିଲେ ଯାହାକୁ କର୍ତ୍ତୃପକ୍ଷ ଆତଙ୍କବାଦୀ ଆକ୍ରମଣ ଘୋଷଣା କରିଛନ୍ତି।
Death toll reached 15 at Sydney beach. Photograph: (India Today) ଅଷ୍ଟ୍ରେଲିଆ ପୁଲିସ କହିଛି ଯେ ହାନୁକାହର ପ୍ରଥମ ଦିନ ପାଳନ କରାଯାଉଥିବା ଏକ ଯିହୁଦୀ ସମ୍ପ୍ରଦାୟର କାର୍ଯ୍ୟକ୍ରମକୁ ଟାର୍ଗେଟ କରି ଗୁଳିକାଣ୍ଡ ଘଟିଥିଲା ଏବଂ ଏହା ଅନେକ ଭୟଙ୍କର ମିନିଟ୍ ଧରି ଘଟିଥିଲା କାରଣ ଶହ ଶହ ଲୋକ ବେଳାଭୂମି ଏବଂ ଆଖପାଖ ରାସ୍ତାରୁ ପଳାଇ ଯାଇଥିଲେ। ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ପୁଲିସ ଗୁଳିରେ ନିହତ ହୋଇଥିଲେ। ଦ୍ୱିତୀୟ ବନ୍ଧୁକଧାରୀଙ୍କୁ ଗୁରୁତର ଅବସ୍ଥାରେ ଗିରଫ କରାଯାଇଥିଲା। ତଦନ୍ତକାରୀମାନେ ଯାଞ୍ଚ କରୁଛନ୍ତି ଯେ ତୃତୀୟ ଆକ୍ରମଣକାରୀ ଏଥିରେ ସାମିଲ ଅଛନ୍ତି କି ନାହିଁ।
-
Dec 15, 2025 07:37 IST
ବେଙ୍ଗାଲୁରୁରେ ନୂଆବର୍ଷର କାଉଣ୍ଟଡାଉନ୍ ଆରମ୍ଭ
ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ନୂଆବର୍ଷର କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ପୁଲିସକୁ ହାଇ ଆଲର୍ଟରେ ରଖାଯାଇଛି। କୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୁଲିସ ସାରା ସହରରେ ପାଟ୍ରୋଲିଂ ବୃଦ୍ଧି କରିଛି ଏବଂ ରାତି ସମୟରେ ଯାନବାହାନ ଯାଞ୍ଚକୁ ଜୋରଦାର କରିଛି। ନୂଆଦିଲ୍ଲୀରେ ବୋମା ବିସ୍ଫୋରଣ ଏବଂ ଗୋଆର ଏକ ପବ୍ରେ ଅଗ୍ନିକାଣ୍ଡ ପରେ ବେଙ୍ଗାଲୁରୁରେ ପୁଲିସ ହାଇ ଆଲର୍ଟରେ ଅଛି। ସୁରକ୍ଷା ଏବଂ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପାଇଁ ସେମାନେ ପବ୍, ରେଷ୍ଟୁରାଣ୍ଟ ଏବଂ ହୋଟେଲଗୁଡ଼ିକୁ ଅଚାନକ ପରିଦର୍ଶନ କରୁଛନ୍ତି।
/fit-in/580x348/filters:format(webp)/sambad/media/media_files/2024/12/26/Hhc3J0eunS1D0J6Egftr.jpg)
-
Dec 15, 2025 07:34 IST
ସୁପ୍ରିମକୋର୍ଟରେ ଆଜି ଗୁରୁତ୍ବପୂର୍ଣ୍ଣ ଶୁଣାଣି
ନୂଆଦିଲ୍ଲୀ: ଅଟିଜିମ୍ ଏବଂ ଅନ୍ୟାନ୍ୟ ବୌଦ୍ଧିକ ଅକ୍ଷମତା ଥିବା ଲୋକଙ୍କ ଯତ୍ନ, ପୁନର୍ବାସ ଏବଂ ସୁରକ୍ଷା ପାଇଁ ବ୍ୟାପକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଏକ ଜାତୀୟ ବିଶେଷଜ୍ଞ କମିଟି ଗଠନ ପାଇଁ ଏକ ଆବେଦନର ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ। ଆବେଦନରେ କେନ୍ଦ୍ର ଏବଂ ଅନ୍ୟମାନଙ୍କୁ ଜନସଂଖ୍ୟା ଅନୁସାରେ ପ୍ରତ୍ୟେକ ଜିଲ୍ଲାରେ ଏପରି ବ୍ୟକ୍ତିମାନଙ୍କ ପାଇଁ ଆବାସିକ ସୁବିଧା ପ୍ରତିଷ୍ଠା କରିବା ଏବଂ ସେମାନଙ୍କର ପ୍ରତିଷ୍ଠା, ନିୟନ୍ତ୍ରଣ ଏବଂ ତଦାରଖ ପାଇଁ ବ୍ୟାପକ ଏବଂ ବାଧ୍ୟତାମୂଳକ ମାନକ କାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ କୁହାଯାଇଛି।
Photograph: (The Economic Times) -
Dec 15, 2025 07:11 IST
ଉତ୍ତର ପ୍ରଦେଶରେ ୩୦ ରୁ ଅଧିକ ଗାଡ଼ି ଧକ୍କା
ଲକ୍ଷ୍ନୌ: ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁଁ ବିଭିନ୍ନ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କେବଳ ଉତ୍ତର ପ୍ରଦେଶରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପଞ୍ଜାବରେ ଏକ ଦମ୍ପତିଙ୍କ କାର ପୋଲ ଉପରୁ ଖସି ପଡ଼ିବାରୁ ମୃତ୍ୟୁବରଣ କରିଛି। ଅନେକ ଗାଡ଼ି ପରସ୍ପର ସହିତ ଧକ୍କା ହୋଇଛି।
କେବଳ ଉତ୍ତର ପ୍ରଦେଶରେ୩୦ ରୁ ଅଧିକ ଗାଡ଼ି ଧକ୍କା ହୋଇଛି, ଅନେକ ଆହତ ହୋଇଛନ୍ତି। କୁହୁଡ଼ି ବିମାନ ଏବଂ ଟ୍ରେନ୍ ମଧ୍ୟ ପ୍ରଭାବିତ କରିଛି। ରବିବାର ସକାଳେ ପ୍ରାୟ ୯ଟା ସମୟରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେରେ ହମିରପୁରର ଇଚୋଲି ନିକଟରେ ଏକ ସ୍ଲିପର ବସ୍ ଆଗକୁ ଯାଉଥିବା ଏକ ବୋଲେରୋ କାର ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଭାଇଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଭାଇମାନେ ମା'ଙ୍କ ଚିତାଭସ୍ମ ବିସର୍ଜନ କରିବା ପାଇଁ ମହୋବାରୁ ପ୍ରୟାଗରାଜ ଯାଉଥିଲେ।
Follow Us