🔴 LIVE | News Updates 15th November 2025: ଶ୍ରୀନଗରର ଥାନା‌ ପରିସରରେ ବିସ୍ଫୋରଣ ଘଟଣା: କାରଣ କହିଲା ଗୃହ ମନ୍ତ୍ରଣାଳୟ

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Saturday

BREAKING NEWS Saturday. Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Nov 15, 2025 11:39 IST

    ବୀରମହାରାଜପୁର - ସୁବର୍ଣ୍ଣପୁର ରାସ୍ତାର ରଥପୁର ଛକ ନିକଟରେ ଅଜଣା ମୃତଦେହ

    ରାସ୍ତାକଡ଼ରେ ଅଜଣା ମୃତଦେହ। ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼। କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ। ବୀରମହାରାଜପୁର - ସୁବର୍ଣ୍ଣପୁର ରାସ୍ତାର ରଥପୁର ଛକ ନିକଟରେ ଥିବା ରୁଗୁଡ଼ିବନ୍ଧ ହିଡ଼ରେ ଘଟିଛି ଘଟଣା। ଘଟଣା ସ୍ଥଳରୁ ଲୋକେ ମୃତଦେହ ଦେଖି ବୀରମହାରାଜପୁର ପୁଲିସକୁ ଖବର କରିଥିବା ଜଣା ପଡ଼ିଛି । ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି କାରଣ ଅସ୍ପଷ୍ଟ। ଏଯାଏଁ ମିଳିନି ମୃତକଙ୍କ ପରିଚୟ ।

     

    1BREAKING NEWS Saturday
    BREAKING NEWS Saturday. Photograph: (sambad.in)

     

  • Nov 15, 2025 11:31 IST

    ଥାନା‌ରେ ବିସ୍ଫୋରଣ ଘଟଣା: କାରଣ କହିଲା ଗୃହ ମନ୍ତ୍ରଣାଳୟ

    ଜମ୍ମୁ କଶ୍ମୀରର ଶ୍ରୀନଗରର ନୌଗାମସ୍ଥିତ ପୁଲିସ ଷ୍ଟେସନରେ ବିସ୍ଫୋରଣ ପରେ ଗୃହ ମନ୍ତ୍ରଣାଳୟ ଏହାର ପ୍ରଥମ ବିବୃତ୍ତି ଜାରି କରିଛି। ଗୃହ ମନ୍ତ୍ରଣାଳୟ ଜାମ୍ମୁ  କଶ୍ମୀର ବିଭାଗର ଯୁଗ୍ମ ସଚିବ ପ୍ରଶାନ୍ତ ଲୋଖଣ୍ଡେ କହିଛନ୍ତି ଯେ ନଭେମ୍ବର ୧୪ ତାରିଖ ରାତି  ୧୧ଟା ୨୦ରେ ନୌଗାମ ପୁଲିସ ଷ୍ଟେସନ ଭିତରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ନୌଗାମ ପୁଲିସ ଏକ ଆତଙ୍କବାଦୀ ମଡ୍ୟୁଲର ମାମଲା ସମାଧାନ କରିଛି। ସେ କହିଛନ୍ତି ଯେ ଏଫଆଇଆର ତଦନ୍ତ ସମୟରେ ବିପୁଳ ପରିମାଣର ବିସ୍ଫୋରକ ଏବଂ ରାସାୟନିକ ପଦାର୍ଥ ଉଦ୍ଧାର କରାଯାଇଛି। ଜବତ ସାମଗ୍ରୀକୁ ପୁଲିସ ଷ୍ଟେସନର ଏକ ଖୋଲା ସ୍ଥାନରେ ସୁରକ୍ଷିତ ଭାବରେ ସଂରକ୍ଷଣ କରାଯାଇଥିଲା। ତଦନ୍ତରେ ସାମିଲ ସମସ୍ତ ଏଜେନ୍ସି ଏକାଠି ଏବଂ ବୈଜ୍ଞାନିକ ପଦ୍ଧତିରେ କାମ କରୁଛନ୍ତି। ମାନକ ଏବଂ ପ୍ରତିଷ୍ଠିତ ପ୍ରକ୍ରିୟାର ଅଂଶ ଭାବରେ ଉଦ୍ଧାର କରାଯାଇଥିବା ରାସାୟନିକ ପଦାର୍ଥ ଏବଂ ବିସ୍ଫୋରକର ନମୁନାଗୁଡ଼ିକୁ ଅଧିକ ଫୋରେନସିକ୍ ଏବଂ ରାସାୟନିକ ପରୀକ୍ଷା ପାଇଁ ପଠାଯାଉଛି।

  • Nov 15, 2025 10:10 IST

    ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା

    ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆପଡ଼ା ବିଧାନସଭାର ଉପନିର୍ବାଚନରେ ବିଜୟୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଅଛନ୍ତି।

     

    jay dholkia
    jay dholkia Photograph: (sambad.in)

     

  • Nov 15, 2025 09:38 IST

    ପାରାଦୀପରେ କୋଷ୍ଟଗାର୍ଡ ପକ୍ଷରୁ ଦିନିକିଆ ସମରାଭ୍ଯାସ

    ଜଗତସିଂହପୁର: ପାରାଦୀପରେ କୋଷ୍ଟଗାର୍ଡ ପକ୍ଷରୁ ଦିନିକିଆ ସମରାଭ୍ଯାସ। କୋଷ୍ଟଗାର୍ଡ ଜାହଜ ଏବଂ ହେଲିକପ୍ଟର ସାହାଯ୍ୟରେ ସମରାଭ୍ଯାସ। ଆତଙ୍କବାଦୀଙ୍କୁ କାବୁ ସହ କେମିତି ପଣବନ୍ଦୀଙ୍କୁ ଉଦ୍ଧାର କରାଯିବ ସେ ନେଇ ହେବ ମକଡ୍ରିଲ।

    Untitled

  • Nov 15, 2025 08:46 IST

    ପଡ଼ୋଶୀ ତିବ୍ଦତରେ ଭୂମିକମ୍ପ

    ପଡ଼ୋଶୀ ତିବ୍ଦତରେ ଏକ ଭୂମିକମ୍ପ ହୋଇଛି, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଭୂପୃଷ୍ଠରୁ ପ୍ରାୟ ୬୦ କିଲୋମିଟର ଗଭୀରତାରେ ଥିବା ରିପୋର୍ଟ କରିଛି। ନଭେମ୍ବର ୧୧ ତାରିଖରେ ତିବ୍ଦତରେ ସମାନ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା।

    Earthquake
    Earthquake

     

  • Nov 15, 2025 08:15 IST

    ଥାନା ପରିସରରେ ବିସ୍ଫୋରଣ: ୯ଜଣଙ୍କର ମୃତ୍ୟୁ

    ଜମ୍ମୁ କଶ୍ମୀରର ଶ୍ରୀନଗରର ନୌଗାମ ପୁଲିସ ଷ୍ଟେସନ ଭିତରେ ବିସ୍ଫୋରଣ ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୯ ଜଣ ଆହତ ହୋଇଛନ୍ତି। କୋଠାଟି ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଜଣାପଡୁଛି ଯେ ଜବତ ଆମୋନିୟମ୍ ନାଇଟ୍ରେଟ୍ ପୁଲିସ ଷ୍ଟେସନ ପରିସରରେ ଗଚ୍ଛିତ ଥିଲା, ଯାହାକୁ ଫରେନସିକ୍ ଦଳ ଯାଞ୍ଚ କରୁଥିଲା। ସନ୍ଦେହ କରାଯାଉଛି ଯେ ଏହି ଆମୋନିୟମ୍ ନାଇଟ୍ରେଟ୍ ବଡ଼ ବିସ୍ଫୋରଣ ଘଟାଇଛି।

    e18bbb86-e330-43b5-b4db-32db18b1cf6c
    Blast in Jammu Kashmir Photograph: (file)

    ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସହିତ ଜମ୍ମୁ କଶ୍ମୀରର ସଂଯୋଗ ଜଣାପଡ଼ିବା ପରେ ସେଠାରେ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କୁ ନୌଗାମ ପୁଲିସ ଷ୍ଟେସନ ପରିସରରେ ପଚରାଉଚରା କରାଯାଉଥିଲା। ଏହି ସମୟ ମଧ୍ୟରେ ଶୁକ୍ରବାର ବିଳମ୍ବିତ ରାତିରେ ବିସ୍ଫୋରଣରେ ଅନେକ ପୋଲିସ ଆହତ ହୋଇଥିବା ଜଣାପଡ଼ିଛି। ସନ୍ଦେହ କରାଯାଉଥିଲା ଯେ ପରୀକ୍ଷା ପାଇଁ ପରିସରରେ ଅଣାଯାଇଥିବା ଆମୋନିୟମ୍ ନାଇଟ୍ରେଟ୍ ବିସ୍ଫୋରଣର କାରଣ ଥିଲା।

  • Nov 15, 2025 06:46 IST

    ଦୁର୍ନୀତି ନେଇ ଜେଲେନ୍‌ସ୍କିଙ୍କ ନାମରେ ଅଭିଯୋଗ

    ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି, ଯିଏ ରୁଷର ସାହସିକ ମୁକାବିଲା ପାଇଁ ଜାତୀୟ ନାୟକ ଭାବରେ ଉଭା ହୋଇଥିଲେ, ଏବେ ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ୟୁକ୍ରେନୀୟ ତଦନ୍ତକାରୀମାନେ ଦାବି କରିଛନ୍ତି ଯେ ଜେଲେନସ୍କିଙ୍କ ବ୍ୟବସାୟିକ ଅଂଶୀଦାର ତୈମୁର ମିଣ୍ଡିଚ୍‌ଙ୍କ ଅପରାଧିକ ସଂଗଠନ ରାଷ୍ଟ୍ରାୟତ୍ତ ପରମାଣୁ ଶକ୍ତି କମ୍ପାନୀରୁ ୧୦୦ ନିୟୁତ ଡଲାର ହଡ଼ପ କରିଛି।

  • Nov 15, 2025 06:23 IST

    ଜମ୍ମୁ କଶ୍ମୀରର ନୌଗାମ ପୁଲିସ ଷ୍ଟେସନ ପରିସରରେ ବିସ୍ଫୋରଣ

    ଦିଲ୍ଲୀର ଲାଲକିଲ୍ଲା ନିକଟରେ ଗତ ସୋମବାର ହୋଇଥିବା କାର ବୋମା ବିସ୍ଫୋରଣ ପରେ  ଜମ୍ମୁ କଶ୍ମୀରରେ ଶୁକ୍ରବାର ରାତିରେ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଶ୍ରୀନଗରର ନୌଗାଁଓ ପୁଲିସ ଷ୍ଟେସନ ପରିସରରେ ଘଟିଛି। ଏହି ଶକ୍ତିଶାଳୀ ବିସ୍ଫୋରଣ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe