🔴 LIVE | News Updates 16 February 2026: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେତାନ୍ୟାହୁଙ୍କ ପ୍ରଶଂସା; ଆଜିଠୁ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ; ରାତିଅଧରେ ଜଳିଲା କବାଡ଼ି ଗୋଦାମ

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Saturday

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ। 

  • Feb 16, 2026 11:55 IST

    ହୋଟେଲ ମାଲିକଙ୍କୁ ହତ୍ୟା, ବିଳମ୍ବିତ ରାତିରେ ଘଟିଛି ଘଟଣା

    ସିମୁଳିଆ: ବାଲେଶ୍ୱର ଜିଲ୍ଲା ସିମୁଳିଆରେ ହୋଟେଲ ମାଲିକଙ୍କୁ ହତ୍ୟା | ଶିବରାତ୍ରିରେ ଜାତୀୟ ରାଜପଥରେ ଥିବା ଜୟ ମା ଦୁର୍ଗା ହୋଟେଲ କରିଥିବା ଗଜେନ୍ଦ୍ର ପଣ୍ଡାଙ୍କୁ ହତ୍ୟା | ଗତକାଲି ହୋଟେଲ ବନ୍ଦ କରି ବିଳମ୍ବିତ ରାତିରେ ହୋଟେଲ ରୁମରେ ଶୋଇଥିବାବେଳେ ଦୁର୍ବୃତ୍ତମାନେ ମୁଣ୍ଡକୁ ହାଣି ଦେଇଛନ୍ତି | ଆଜି ସକାଳୁ ହୋଟେଲ ମିସ୍ତ୍ରୀ ଆସି ଦୋକାନ ଖୋଲିବା ପରେ ଏନେଇ ଜଣାପଡିଥିଲା | ସିମୁଳିଆ ଥାନା ଅଧିକାରୀ ଦେବରାଜ ଜେନା ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି |

  • Feb 16, 2026 11:10 IST

    ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚିଲେ ପିଲା: ଜାତିପ୍ରଥାକୁ ନେଇ ତିନିମାସ ଧରି ବନ୍ଦ ଥିଲା 

    କେନ୍ଦ୍ରାପଡା: ରାଜନଗର ନୂଆଗାଁ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚିଲେ ପିଲା। ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ। ଜାତିପ୍ରଥାକୁ ନେଇ ତିନିମାସ ଧରି ବନ୍ଦ ଥିଲା ଅଙ୍ଗନୱାଡି କେନ୍ଦ୍ର। ଆଜି ପିଲା ପହଂଚିବା ପରେ ସ୍ୱାଭାବିକ ହେଲା ଅଙ୍ଗନୱାଡି କେନ୍ଦ୍ର। ଅଙ୍ଗନୱାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ବିଧାୟକ ଉପସ୍ଥିତ ଅଛନ୍ତି । ଜାତିପ୍ରଥାକୁ ନେଇ ଦୀର୍ଘ ତିନିମାସ ଧରି ବନ୍ଦ ରହିଥିଲା ଅଙ୍ଗନୱାଡି କେନ୍ଦ୍ର। ଗତ ୧୪ ତାରିଖ ଦିନ ଶିଶୁ ସୁରକ୍ଷା ଆୟୋଗଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ସେହି ଅଙ୍ଗନୱାଡି କେନ୍ଦ୍ରରେ ପହଂଚି ଲୋକଙ୍କୁ ବୁଝେଇବାରେ ସଫଳ ହୋଇଥିଲେ। ଏହାପରେ ଲୋକେ ପିଲାଙ୍କୁ ଅଙ୍ଗନୱାଡି କେନ୍ଦ୍ରକୁ ପଠାଇବା ପାଇଁ ଶପଥ ନେଇଥିଲେ |

  • Feb 16, 2026 11:06 IST

    ଗଛରେ ପିଟି ହୋଇ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ 

    ଚମ୍ପୁଆ: ଜାଗରରେ ଅଘଟଣ। ଚମ୍ପୁଆ ନିକଟସ୍ଥ ଝାଡ଼ଖଣ୍ଡ ଜଗନ୍ନାଥପୁର ଥାନା ଅନ୍ତର୍ଗତ ସିଆଲଯୋଡାରେ ଗଛରେ ପିଟି ହେଲା ବାଇକ୍। ଜଣେ ମୃତ ଜଣେ ଗୁରୁତର। ମୃତକ ଚମ୍ପୁଆ ଧଳାଡିହର ପ୍ରଶାନ୍ତ ଗିରି। ଆହତ ଚମ୍ପୁଆ ଏଲଆଇସି କଲୋନୀର ରଜତ ରଜକ । ଦୁହେଁ ଗତକାଲି  ନିକଟସ୍ଥ ରାମତୀର୍ଥ ଶିବମନ୍ଦିରକୁ ଜାଗର ଜାଳିବାକୁ ଯାଇ ରାତିରେ ଆଉ ଫେରିନଥିଲେ। ଆଜି ସକାଳୁ ସିଆଲଯୋଡା  ନିକଟରେ ରାସ୍ତା କଡ଼ରେ ପଡିଥିବା ସିଆଲଯୋଡାର ମର୍ଣ୍ଣିଙ୍ଗ ଓ୍ବାକ ଯାଇଥିବା କିଛି ବ୍ୟକ୍ତି ଦେଖି ଖବର ଦେବା ପରେ ତାଙ୍କୁ ଚମ୍ପୁଆ ଡାକ୍ତରଖାନା ଅଣାଯାଇଛି। ଏଠାରେ ପ୍ରଶାନ୍ତକୁ ମୃତ ଘୋଷଣା କରିଛନ୍ତି ଡାକ୍ତର।

  • Feb 16, 2026 09:37 IST

    ଲାଲୁ ଯାଦବ, ରାବଡି ଦେବୀଙ୍କ ବିରୋଧରେ ଆଜି ଶୁଣାଣି

    court

    ପାଟନା: ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ 'ଜମି ଫର୍ ଚାକିରି' ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଆଜି ହେବାକୁ ଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ରାବଡି ଦେବୀ ରବିବାର ସନ୍ଧ୍ୟାରେ ପାଟନାରୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। କୋର୍ଟ ପୂର୍ବରୁ ୪୧ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିସାରିଛନ୍ତି। ତେଜ ପ୍ରତାପ, ତେଜସ୍ୱୀ, ମିସା ଏବଂ ହେମା ଯାଦବ ମଧ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି। ମାମଲା ଏବେ ବିଚାରର ଦ୍ୱାରସ୍ଥ। ଏହି ଶୁଣାଣିକୁ ନେଇ ରାଜନୈତିକ ମହଲରେ ବହୁତ ଗତିବିଧି ରହିଛି। ପୂର୍ବ ଶୁଣାଣିରେ ସ୍ୱତନ୍ତ୍ର ବିଚାରପତି ବିଶାଳ ଗୋଗନେ କଡ଼ା ମନ୍ତବ୍ୟ ଦେଇଥିଲେ। କୋର୍ଟ କହିଥିଲେ ଯେ ସରକାରୀ ଚାକିରି ବଦଳରେ ସମ୍ପତ୍ତି ହାସଲ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ମନ୍ତବ୍ୟରେ 'ଅପରାଧୀ ଦଳ' ଭଳି ଶବ୍ଦ ବ୍ୟବହାର କରାଯାଇଥିଲା।

  • Feb 16, 2026 09:28 IST

    ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେତାନ୍ୟାହୁଙ୍କ ପ୍ରଶଂସା

    netanyahu

    ଯେରୁସେଲେମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭାରତକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ନେତାନ୍ୟାହୁ ଇସ୍ରାଏଲ ଏବଂ ଭାରତ ମଧ୍ୟରେ ଏକ ଦୃଢ଼ ମେଣ୍ଟ ବର୍ଣ୍ଣନା କରିଛନ୍ତି। ଭାରତର ୧.୫ ବିଲିୟନ ଜନସଂଖ୍ୟାକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ଇସ୍ରାଏଲ ଭାରତରେ ବହୁତ ଲୋକପ୍ରିୟ। ଯେରୁସେଲେମରେ ପ୍ରମୁଖ ଆମେରିକୀୟ ଯିହୂଦୀ ସଂଗଠନଗୁଡ଼ିକର ଏକ ସମ୍ମିଳନୀରେ ସମ୍ବୋଧିତ କରି ନେତାନ୍ୟାହୁ ଆସନ୍ତା ସପ୍ତାହରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତର ଉଲ୍ଲେଖ କରିଥିଲେ ଏବଂ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ଇଙ୍ଗିତ କରିଥିଲେ। ସେ ଭାରତକୁ ଭୂରି ଭୂରି ପ୍ରଶଂସା କରିଥିଲେ।

  • Feb 16, 2026 08:53 IST

    ସାରା ବିଶ୍ୱରୁ ଲୋକେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ପାଇଁ ଭାରତ ଆସୁଛନ୍ତି: ମୋଦୀ

    Narendra Modi
    Narendra Modi Photograph: (Hindustan Times)

    ନୂଆଦିଲ୍ଲୀ: ଆଜିଠାରୁ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆରମ୍ଭ ହେଉଛି। ଏହି ସମ୍ମିଳନୀ ନୂଆଦିଲ୍ଲୀରେ ଆୟୋଜନ ହେଉଛି। ୪ଦିବସୀୟ ସମ୍ମିଳନୀ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି,  ଆମ ପାଇଁ ଏହା ବହୁତ ଗର୍ବର ବିଷୟ ଯେ ସାରା ବିଶ୍ୱରୁ ଲୋକମାନେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ପାଇଁ ଭାରତ ଆସୁଛନ୍ତି। ଏହା ଆମ ଦେଶର ଯୁବପିଢ଼ିଙ୍କ ସମ୍ଭାବନାକୁ ମଧ୍ୟ ପ୍ରଦର୍ଶିତ କରେ। ଏହି ଅବସର ମଧ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମ ଦେଶ ଦ୍ରୁତ ପ୍ରଗତି କରୁଥିବା ଏବଂ ବିଶ୍ୱ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବାର ପ୍ରମାଣ।

  • Feb 16, 2026 08:50 IST

    ରାତିଅଧରେ ଜଳିଲା କବାଡ଼ି ଗୋଦାମ

    WhatsApp Image 2026-02-16 at 8.48.50 AM

    ଜୟପୁର: ରାତି ଅଧରେ ଭୟଙ୍କର ନିଆଁ। କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ବବିଦ୍ୟାଳୟ ନିକଟରେ ଥିବା କବାଡ଼ି ଗୋଦାମରେ ମଧ୍ୟରାତ୍ର ୩ଟାରେ ଏମିତି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ୩ଟି ଦମକଳ ବାହିନୀ ଟିମ ଘଟଣାସ୍ଥଳରେ ପହଁଚି ଅଗ୍ନିକାଣ୍ଡକୁ ଆୟତ କରିଥିଲେ। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛିl ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ଥିବା ଯୋଗୁଁ ନିଆଁର ପ୍ରକୋପ ଅଧିକ ହୋଇଥିଲାl

  • Feb 16, 2026 08:29 IST

    ବନ୍ଧା ହେଲେ ଜେଲେନସ୍କିଙ୍କ ପୂର୍ବତନ ମନ୍ତ୍ରୀ

    କିଭ: ୟୁକ୍ରେନର ପୂର୍ବତନ ଶକ୍ତି ମନ୍ତ୍ରୀ ଜର୍ମାନ ଗାଲୁଶଚେଙ୍କୋଗିରଫ ହୋଇଛନ୍ତି। ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଗାଲୁଶଚେଙ୍କୋଙ୍କୁ ପୁଲିସ ଅଟକ ରଖିଛି। ୟୁକ୍ରେନର ଜାତୀୟ ଦୁର୍ନୀତି ନିବାରଣ ବ୍ୟୁରୋ (NABU) କହିଛି ଯେ ଏହାର ଗୁଇନ୍ଦାମାନେ ରବିବାର ରାଜ୍ୟ ସୀମା ପାର କରିବା ସମୟରେ ପୂର୍ବତନ ମନ୍ତ୍ରୀଙ୍କୁ ଗିରଫ କରିଥିଲେ। କର୍ତ୍ତୃପକ୍ଷ ସେମାନଙ୍କ ବିବୃତ୍ତିରେ ଗାଲୁଶଚେଙ୍କୋଙ୍କ ନାମ ନେଇ ନଥିଲେ। କିନ୍ତୁ ୟୁକ୍ରେନିକା ଗଣମାଧ୍ୟମ ଗିରଫ ବ୍ୟକ୍ତିଙ୍କୁ ପୂର୍ବତନ ମନ୍ତ୍ରୀ ଭାବରେ ଚିହ୍ନଟ କରିଛି। NABU ଆହୁରି କହିଛି ଯେ ଏକ ପ୍ରାରମ୍ଭିକ ତଦନ୍ତ ଚାଲିଛି, ଯାହା ଆଇନଗତ ଏବଂ କୋର୍ଟର ପ୍ରତିବନ୍ଧକ ଅନୁଯାୟୀ କରାଯାଉଛି। ବିବରଣୀ ଶୀଘ୍ର ପ୍ରକାଶ କରାଯିବ।

  • Feb 16, 2026 07:45 IST

    ଭୋଜଶାଳା ପ୍ରସଙ୍ଗରେ ଆଜିଠାରୁ ଶୁଣାଣି

    News Article Hero Image

    ଇନ୍ଦୋର: ମଧ୍ୟପ୍ରଦେଶର ଧାର ଜିଲ୍ଲାସ୍ଥିତ ଐତିହାସିକ ଭୋଜଶାଳାର ଧାର୍ମିକ ସ୍ୱଭାବ ସମ୍ପର୍କରେ ଆଜି ଠାରୁ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚରେ ଶୁଣାଣି ଆରମ୍ଭ ହେବ। ଏହି ମାମଲା ବିଚାରପତି ବିଜୟ କୁମାର ଶୁକ୍ଳା ଏବଂ ବିଚାରପତି ଆଲୋକ ଅବସ୍ଥୀଙ୍କ ଡିଭିଜନ ବେଞ୍ଚ ସମ୍ମୁଖରେ କ୍ରମିକ ସଂଖ୍ୟା ୬୨ରେ ତାଲିକାଭୁକ୍ତ। ଏହି ଶୁଣାଣି ଜାନୁଆରି ୨୨ ତାରିଖର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆରମ୍ଭ ହେଉଛି। ଏହି ସମୟ ମଧ୍ୟରେ ଭୋଜଶାଳା ଉପରେ ଏଏସ୍‌ଆଇ ସର୍ଭେ ରିପୋର୍ଟ ଖୋଲା କୋର୍ଟରେ ଉପସ୍ଥାପନ କରାଯିବ ଏବଂ ଏହାର ଏକ କପି ଉଭୟ ପକ୍ଷଙ୍କୁ ଉପଲବ୍ଧ କରାଯିବ।

  • Feb 16, 2026 07:11 IST

    ଦିଲ୍ଲୀ-ଉତ୍ତରପ୍ରଦେଶ ସମେତ ୭ଟି ରାଜ୍ୟରେ ବର୍ଷା ସମ୍ଭାବନା

    rain

    ନୂଆଦିଲ୍ଲୀ: ଦେଶର ଅଧିକାଂଶ ସ୍ଥାନରେ ହଠାତ୍ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଥଣ୍ଡା ଯଥେଷ୍ଟ ହ୍ରାସ ପାଇଛି। କେବଳ ସକାଳ ଏବଂ ସନ୍ଧ୍ୟାରେ ଥଣ୍ଡା ଅନୁଭୂତ ହେଉଛି। ପାଣିପାଗ ବିଭାଗ ଆଜିଠାରୁ ଫେବ୍ରୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ୭ଟି ରାଜ୍ୟରେ ବଜ୍ରପାତ ଏବଂ ବର୍ଷା ପାଇଁ ସତର୍କତା ଜାରି କରିଛି। ଏଥିରେ ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀ ମଧ୍ୟ ସାମିଲ ଅଛି। ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ପାଗ ପରିବର୍ତ୍ତନ ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏକ ନୂତନ ପଶ୍ଚିମ ବିଶୃଙ୍ଖଳା ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା/ତୁଷାରପାତ ଏବଂ ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ବର୍ଷା ଏବଂ ଝଡ଼ବର୍ଷା ଆଣିପାରେ।

  • Feb 16, 2026 07:07 IST

    ଆଜିଠୁ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ

    ଭୁବନେଶ୍ବର: ଆଜି ଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଆରମ୍ଭ ହେଉଛି। ସେଥିରେ ଓଡ଼ିଶା ସରକାର ଭାଗ ନେଇ ରାଜ୍ୟର ଏଆଇ କୌଶଳ ଉପସ୍ଥାପନ କରିବେ। ସମ୍ମିଳନୀରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଓଡ଼ିଶା ପାଭିଲିୟନ ସ୍ଥାପନ କରାଯାଇଛି। ସେଥିରେ ରାଜ୍ୟ ସରକାର ଓଡ଼ିଶାରେ ଏଆଇର ବିକାଶ, ସମ୍ଭାବନା ଓ ଓଡ଼ିଶା ଏଆଇ ନୀତିରେ ଥିବା ସୁବିଧାସୁଯୋଗଗୁଡ଼ିକୁ ଉପସ୍ଥାପନ କରି ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ଉଦ୍ୟମ କରିବେ। ରାଜ୍ୟବ୍ୟାପୀ ଏଆଇ ମୂତୟନ କରିବା ଲକ୍ଷ୍ୟ ନେଇ ଓଡ଼ିଶା ଏଆଇ ନୀତି ୨୦୨୫ ଘୋଷଣା କରାଯାଇଛି। ଆଇଟି ବିଭାଗ ଅଧୀନ‌ରେ ଏକ ଉତ୍ସର୍ଗୀକୃତ ଆଇଟି ସେଲ୍‌ ଗଠନ କରାଯାଇଛି।

     India AI Impact Summit: ଆଜିଠୁ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ: କୌଶଳ ପ୍ରଦର୍ଶନ କରିବ ଓଡ଼ିଶା

    ରାଜ୍ୟ ସରକାର ଓଡ଼ିଶା ଏଆଇ ମିସନ ସ୍ଥାପନ କରିଛନ୍ତି। ଏଆଇ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଶିଳ୍ପ ସହଯୋଗିତା ଓ ଦକ୍ଷତା ଗଠନ ପାଇଁ ନାସ୍‌କମ୍‌ ଓ ୱାଧୱାନି ଫାଉଣ୍ଡେସନ ସହ ସରକାର ବୁଝାମଣା କରିଛନ୍ତି। ଏଆଇ କ୍ଷେତ୍ରରେ ଗବେଷଣା ଓ ମଡେଲ୍‌ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଇଣ୍ଡିଆଏଆଇ ମିସନ ଅଧୀନରେ ଭୁବନେଶ୍ବରରେ ରାଜ୍ୟ ଏଆଇ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି। କ୍ଷେତ୍ର ଆଧାରିତ ଗବେଷଣାକୁ ସହଯୋଗ କରିବାକୁ ଆଇଆଇଟି ଭୁବନେଶ୍ବରରେ ସହ ମଧ୍ୟ ଏକ ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ଓଡ଼ିଆ ଭାଷା ଆଧାରିତ ଏଆଇ ସମାଧାନ ବିକାଶ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ‘ଭାଷିନି’ ସହ ବୁଝାମଣା କରାଯାଇଛି। ରାଜ୍ୟର ସବୁ ନାଗରିକଙ୍କ ପାଖରେ ଏଆଇ ସମାଧାନ ପହଞ୍ଚାଇବା ଉପରେ ଗୁରୁତ୍ବ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe