ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Feb 18, 2026 18:31 IST
କଳା ଗ୍ରାନାଇଟ୍ ବୋଝେଇ ତିନି ଟ୍ରାକ୍ଟର ଜବତ
/filters:format(webp)/sambad/media/media_files/2026/02/18/whatsapp-image-2026-02-18-18-31-10.jpeg)
- ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରେ ମୂଲ୍ୟବାନ ପଥର ଜବତ
- କଳା ଗ୍ରାନାଇଟ୍ ବୋଝେଇ ତିନି ଟ୍ରାକ୍ଟର ଜବତ
- ଜବତ ଗ୍ରାନାଇଟ୍ର ମୂଲ୍ୟ ୨୪,୮୧,୬୦୦ ଟଙ୍କା
- ଭିଜିଲାନ୍ସର ବନ ବିଭାଗ ଶାଖା କଲା ଜବତ
- Feb 18, 2026 18:06 IST
ଗୁଳିମାଡ଼ରେ ଥରିଲା କଟକ ସହର
/filters:format(webp)/sambad/media/media_files/2026/02/15/1breaking-news-monday-2026-02-15-22-43-55.jpg)
- ଗୁଳିମାଡ଼ରେ ଜଣେ ମୃତ
- କଟକ ସହର ପ୍ରେସ୍ ଛକରେ ଗୁଳିମାଡ଼
- ଗୁରୁତରଙ୍କୁ ଉଦ୍ଧାର ପରେ ଏସ୍ସିବିରେ ଭର୍ତ୍ତି
- ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷିତ
- ଘଟଣା ନେଇ ଛାନ୍ଭିନ୍ କରୁଛି ପୁଲିସ
- Feb 18, 2026 17:56 IST
ସ୍ତ୍ରୀଙ୍କୁ ତଣ୍ଟିଚିପି ମାରିଦେଲା ସ୍ବାମୀ
/filters:format(webp)/sambad/media/media_files/2026/02/18/1breaking-news-friday-2026-02-18-08-47-44.jpg)
ବଲାଙ୍ଗୀର: ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ପିନ୍ଧିଥିବା ଶାଢ଼ିରେ ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ। ମୃତ ମହିଳା ଜଣକ ହେଲେ ପୁଷ୍ପାଞ୍ଜଳି ରଣା। ସ୍ତ୍ରୀକୁ ହତ୍ୟା କରି ଅଭିଯୁକ୍ତ ସ୍ୱାମୀ କୃପା ରଣା ଫେରାର ମାରୁଥିବା ବେଳେ ସିନ୍ଧେକେଲା ପୁଲିସ ତାକୁ କାବୁ କରିଥିଲା। କୃପାକୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା ଚାଲିଛି। ଘର ଭିତରେ ମୃତଦେହ ପଡିଥିବା ସ୍ଥାନରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ତନାଘନା ଚଳାଇଛି। ଗତ କିଛି ଦିନ ହେଲା ସ୍ତ୍ରୀସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିବା ଗାଁ ଲୋକେ ଚର୍ଚ୍ଚା କରୁଛନ୍ତି।
- Feb 18, 2026 17:48 IST
ଆସନ୍ତାକାଲି ସକାଳ ୧୦ଟା ୩୦ଯାଏଁ ଗୃହ ମୁଲତବି
/filters:format(webp)/sambad/media/media_files/2025/02/14/THiy4ogBXd6RFZu1Pz9s.jpg)
Odisha assembly 2nd day of budget session Photograph: (Sambad.in) - ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ
- ଆସନ୍ତାକାଲି ପୂର୍ବାହ୍ଣ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବି
- ଗୃହକୁ ମୁଲତବି ରଖିଲେ ବାଚସ୍ପତି ସୁରମା ପାଢ଼ୀ
- Feb 18, 2026 17:26 IST
ମା'ତାରାତାରିଣୀ ଚୈତ ମେଳା: ମାର୍ଚ୍ଚ ୧୦ରୁ ଯାତ୍ରା ଆରମ୍ଭ
ଛତ୍ରପୁର: ଗଞ୍ଜାମ ଜ଼ିଲ୍ଲାର ଆରାଧ୍ୟଦେବୀ ପ୍ରସିଦ୍ଧ ମା' ତାରାତାରିଣୀଙ୍କ ଚୈତ୍ର ଯାତ୍ରା ନିମନ୍ତେ ଆଜି ଗଞ୍ଜାମ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl ଗଞ୍ଜାମ ଜ଼ିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅଧକ୍ଷତା କରି ଚଳିତ ବର୍ଷ ମା'ଙ୍କ ଯାତ୍ରା ସୁରୁଖୁରୁରେ କିପରି ପାଳନ କରାଯିବ ସେଥିପ୍ରତି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତିl ମା'ଙ୍କ ଯାତ୍ରା ଆସନ୍ତା ମାସର ମଙ୍ଗଳବାର ଚାରି ପାଳି ଅନୁଷ୍ଠିତ ହେବl ମାର୍ଚ୍ଚ ୧୦ ତାରିଖରେ ମଙ୍ଗଳବାରର ପ୍ରଥମ ପାଳି ଯାତ୍ରା ଆରମ୍ଭ ହେବl ଦ୍ଵିତୀୟ ମଙ୍ଗଳବାର ମାର୍ଚ୍ଚ ୧୭, ତୃତୀୟ ପାଳି ମଙ୍ଗଳବାର ମାର୍ଚ୍ଚ ୨୪ ଏବଂ ଚତୁର୍ଥ ମଙ୍ଗଳବାର ପାଳି ମାର୍ଚ୍ଚ ୩୧ l ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳାରେ ଯାତ୍ରା ଶେଷ କରିବାବୁ ଜିଲ୍ଲାପାଳ ଶ୍ରୀ ଭାସନ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଟ୍ରାଫିକ୍, ଆଇନଶୃଙ୍ଖଳା ବ୍ୟବସ୍ଥା ଉନ୍ନତଧରଣର କରିବାକୁ ପୁଲିସ ବିଭାଗକୁ କୁହାଯାଇଛି।
/filters:format(webp)/sambad/media/media_files/2026/02/18/whatsapp-image-2026-02-18-17-26-12.jpeg)
ଭକ୍ତଗଣ ଯେପରି ବିନା ଦ୍ୱିଧାରେ ମା ଙ୍କ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ। ପାହାଡ ଉପରକୁ ବିନାଅନୁମତିରେ କୌଣସି ଗାଡି ଯିବ ନାହିଁl ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ଯାତାୟତ ପାଇଁ ବସ ବ୍ୟବସ୍ଥା ରହିବ। ଶ୍ରଦ୍ଧାଳୁଙ୍କ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମୁଣ୍ଡନ ସକାଶେ ସ୍ଥାନ, ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ ଇତ୍ୟାଦିର ସୁବ୍ୟବସ୍ଥା ହେବ ସେଥିପ୍ରତି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲାପାଳ। ଚଳିତ ବର୍ଷ ଅଧିକ ମାତ୍ରରେ ମୁଣ୍ଡନ ମାନସିକଧାରୀ ଆସିବେ ଏହାକୁ ଦୃଷ୍ଟିରେ ରଖି ମୁଣ୍ଡନ ପାଇଁ ବ୍ୟବସ୍ଥା ରହିବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଛତ୍ରପୁର ଉପଜିଲାପାଳ ସୁଭାଶିଷ ବରାଳ, ପୁରୁଷୋତମପୁର ବିଡିଓ ଓ ତହସିଲଦାର, ଏସଡିପିଓ, ଥାନା ଅଧିକାରୀ, ଗଞ୍ଜାମ ଆରଟିଓ, ମନ୍ଦିର ଟ୍ରଷ୍ଟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
- Feb 18, 2026 16:37 IST
ବୋଲଗଡ଼ ବିଡ଼ିଓ ବଦଳି ଦାବି ଧାରଣା ନବମ ଦିନରେ
/filters:format(webp)/sambad/media/media_files/2026/02/18/whatsapp-image-2026-02-18-16-37-50.jpeg)
ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବିଡ଼ିଓଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଜାତୀୟରାଜପଥ ପାର୍ଶ୍ଵରେ ଧାରଣା ବୁଧବାରକୁ ନବମ ଦିନରେ ଚାଲିଛିl ଏହି ବଦଳି ଦାବିକୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ଦେଖାଯାଇଛିl ଆଜି ଆନ୍ଦୋଳନ ସ୍ଥଳରୁ ବ୍ଲକ ଅଧ୍ୟକ୍ଷାଙ୍କ ସହିତ କେତକ ଆନ୍ଦୋଳନ କାରୀମାନେ ବ୍ଲକ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ସେମାଙ୍କୁ କାର୍ଯ୍ୟାଳୟ ଭିତରକୁ ପୁଲିସ ଛାଡିବାକୁ ଦେଇନଥିଲାl ଏହି ସମୟରେ ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲାl ଆନ୍ଦୋଳନ କାରୀମାନେ ବିଡ଼ିଓ ବଦଳି ଦାବି ନାରାବାଜି କରିବା ସହିତ ପୁଲିସ ମଧ୍ୟରେ ଧସ୍ତାଧସ୍ତି ଠେଲାପେଲା ପ୍ରାୟ ଅଧଘଣ୍ଟା ଧରି ହୋଇଥିଲା ବେଳେ ବିଡ଼ିଓଙ୍କ ଗାଡିର କାଚକୁ ଆନ୍ଦୋଳନକାରୀଙ୍କ ମଧ୍ୟରୁ କେହି ଭାଙ୍ଗିଦେଇଥିବାର ଜଣାପଡ଼ିଛିl ପ୍ରକାଶଯେ, ବୋଲଗଡ଼ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟଠାରେ ପାଳିତ ହୋଇଆସୁଥିବା ବ୍ଲକ ସ୍ତରୀୟ ସାଧାରଣ ତନ୍ତ୍ର ଦିବସରରେ ମିଳିତ ପ୍ୟାରେଡ ଆୟୋଜନ ପାଇଁ ବ୍ଲକ ପ୍ରଶାସନର ଉଦାସୀନତା ସାଥୀକୁ ବିଡ଼ିଓ ଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ ପାଇଥିଲାl ପରେ ସ୍ଥାନୀୟ ବିଭିର୍ଣ୍ଣ ସଂଗଠନର ନାଗରିକ ସମାଜ ପକ୍ଷରୁ ବିଡ଼ିଓଙ୍କ ବଦଳି ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲାl
- Feb 18, 2026 16:35 IST
ପୁଣି ରେଟୁଡି ଗ୍ରାମରେ ଗଜରାଜଙ୍କ ପ୍ରବେଶ
/filters:format(webp)/sambad/media/media_files/2026/02/18/img_20260218_160903-2026-02-18-16-34-57.jpg)
ଘୁ.ଉଦୟଗିରି: ଗତ କିଛି ବର୍ଷ ହେଲା ଗ୍ରୀଷ୍ମ ଋତୁ ଆରମ୍ଭ ହେଲେ ଘୁମୁସର ବନଖଣ୍ଡରୁ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବନାଞ୍ଚଳରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ହାତୀ ପଲଙ୍କ ଉତ୍ପାତ ଯୋଗୁଁ ଲୋକ ନାହିଁଥିବା ଅସୁବିଧାର ସମ୍ମଖିନ ହେବା ସହ ହାତୀଙ୍କ ଆକ୍ରମଣରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରେଇବା ସହ ବହୁ ଗାଈଗୋରୁ ମୃତ ଆହତ ହେବା ଏବଂ ବ୍ୟାପକ ଫସଲ ନଷ୍ଟ ହୋଇଥିବା ବେଳେ ହାତୀ ପଲ ଙ୍କୁ ଘଉଡାଇବା ପାଇଁ ଲୋକ ରାଜରାସ୍ତାକୁ ଓହ୍ଲେଇ ଆନ୍ଦୋଳନ କରିଥିଲେ। ପୁଣି କିଛି ଦିନର ନୀରବତା ପରେ ଗତ ଦୁଇଦିନ ଗୋଟିଏ ଦନ୍ତା ହାତୀ ଘୁମୁସର ବନଖଣ୍ଡରୁ ସ୍ଥାନୀୟ ଜଙ୍ଗଲକୁ ଆସି ଫେରିଥିବା ବେଳେ ଆଜି ପୁଣି ଏକ ଦନ୍ତା ହାତୀ ରେଟୁଡି ଗ୍ରାମରେ ପହଞ୍ଚି କଦଳୀ ବଗିଚାରେ କଦଳୀ ଗଛ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ହାତୀ ଆସିବା ପରେ ସ୍ଥାନୀୟ ଅଞ୍ଚଳବାସୀ ପୁଣି ଭୟଭୀତ। ଅନ୍ୟପଟେ ଖବର ପାଇ ସ୍ଥାନୀୟ ବନବିଭାଗ ପକ୍ଷରୁ ରେଟୁଡି ଗ୍ରାମରେ କର୍ମଚାରୀ ପହଞ୍ଚି ହାତୀର ଗତିବିଧି ଲକ୍ଷ କରିବା ସହ ହାତୀକୁ କୌଣସି କ୍ଷତି ନପହଞ୍ଚେଇବାକୁ ଲୋକଙ୍କୁ ଅନୁରୋଧ କରିବା ସହ ହାତୀ ପ୍ରତି ସତର୍କ ରହିବା ଏବଂ ଜଙ୍ଗଲକୁ ନଯିବାକୁ ପରାମର୍ଶ ଦେଇଛନ୍ତି।
- Feb 18, 2026 16:33 IST
ପାନୀୟ ଜଳ ସମସ୍ୟାକୁ ପ୍ରାଥମିକତା ଦେବାପାଇଁ ଜ଼ିଲ୍ଲାପାଳଙ୍କ ପରାମର୍ଶ
/filters:format(webp)/sambad/media/media_files/2026/02/18/whatsapp-image-2026-02-18-16-32-44.jpeg)
ଛତ୍ରପୁର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କ୍ରମେ ଚଳିତବର୍ଷ ଗଂଜାମ ଜିଲ୍ଲାରେ ତୀବ୍ର ଗ୍ରୀଷ୍ମ ପ୍ରବାହ ପରିଲିକ୍ଷିତ ହେବାର ଆଶଙ୍କା ରହିଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ପ୍ରତି ଅଂଶୁଘାତ ଜନିତ ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି, ତେଣୁ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି। ଜରୁରୀ କାମରେ ଜନସାଧାରଣ ବାହାରକୁ ଯିବା ସମୟରେ ସାଥିରେ ପାଣି ବୋତଲ,ଛତା, ଟୋପି, ଓଦା କପଡା ମୁଣ୍ଡରେ ପକାଇ ଯାତାୟତ କରିବା ଓ ମଧ୍ୟାହ୍ନ ସମୟରେ କୌଣସି ଜରୁରୀ କାମ ନଥିଲେ ଟାଣ ଖରାରେ ଘରୁ ନ ବାହାରିବାକୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଜ଼ିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ତା ସହିତ ବିଭାଗୀୟ ଅଧିକାରୀମାନେ ଗ୍ରୀଷ୍ମ ପ୍ରବାହ ପରିଚାଳନାଙ୍କୁ ଏକ ନିୟମିତ କାର୍ଯ୍ୟ ଭାବରେ ଗ୍ରହଣ ନ କରି ଆନ୍ତରିକତା ଓ ସମ୍ବେଦନଶୀଳ ଭାବରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ପ୍ରବାହ ପରିଚାଳନା ସମ୍ପର୍କିତ ଜ଼ିଲ୍ଲାସ୍ତରୀୟ ପ୍ରାକ-ପ୍ରସ୍ତୁତି କର୍ମଶାଳାରେ ସେ ପରାମର୍ଶ ଦେଇଛନ୍ତି।
- Feb 18, 2026 15:38 IST
ପୁଣି ଓଡ଼ିଶା ଏଫସିର ଘରୋଇ ପଡ଼ିଆ ହେଲା କଳିଙ୍ଗ ଷ୍ଟାଡିୟମ୍
ଭୁବନେଶ୍ବର: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସଏଲ୍)ର ୨୦୨୫-୨୬ ଋତୁ ପାଇଁ କଳିଙ୍ଗ ଷ୍ଟାଡିୟମ୍ ଓଡ଼ିଶା ଏଫସିର ଘରୋଇ ପଡ଼ିଆ ବା ହୋମ୍ ଭେନ୍ୟୁ ରହିବ। ଏ ନେଇ କ୍ଲବ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବରୁ ଓଡ଼ିଶା ସରକାରଙ୍କ ସହ ହୋଇଥିବା ଚୁକ୍ତି ଅନୁସାରେ କଳିଙ୍ଗ ଷ୍ଟାଡିୟମ୍ ବିଗତ କିଛି ବର୍ଷ ହେଲା ଓଡ଼ିଶା ଏଫସିର ଘରୋଇ ପଡ଼ିଆ ରହିଆସିଥିଲା। କିନ୍ତୁ ଗତ ବର୍ଷଏହି ଚୁକ୍ତିର ମିଆଦ ଶେଷ ହେବା ପରେ ୨୦୨୫-୨୬ ଋତୁକୁ ନେଇ ଅନିଶ୍ଚିତତା ଜାରି ରହିଥିଲା ଓ କ୍ଲବ ନିଜର କେତେକ କାର୍ଯ୍ୟକଳାପ ବନ୍ଦ କରିଥିଲା। ଘରୋଇ ପଡ଼ିଆ ନଥିବାରୁ ଫେବ୍ରୁଆରି ୧୬ରେ ହେବାକୁ ଥିବା ପଞ୍ଜାବ ଏଫ୍ସି ବିପକ୍ଷରେ ଓଡ଼ିଶା ଏଫସିର ପ୍ରଥମ ମ୍ୟାଚ୍ ମଧ୍ୟ ସ୍ଥଗିତ ରହିଥିଲା। କିନ୍ତୁ ଏବେ ପୁଣି ଥରେ କଳିଙ୍ଗ ଷ୍ଟାଡିୟମ୍କୁ ନେଇ ଓଡ଼ିଶା ସରକାର ଓ ଓଡ଼ିଶା ଏଫସି ମଧ୍ୟରେ ବୁଝାମଣା ହୋଇଥିବା ସୂଚନା ମିଳିଛି। ଏହା ପରେ ବୁଧବାରଠାରୁ ଖେଳାଳିମାନେ ତାଲିମ ପାଇଁ ପହଞ୍ଚିଛନ୍ତି। ଓଡ଼ିଶା ଏଫସି ଆସନ୍ତା ୨୪ ତାରିଖରେ ନିଜର ପ୍ରଥମ ମ୍ୟାଚ୍ ଇଣ୍ଟର କାଶୀ ଏଫ୍ସି ବିପକ୍ଷରେ ଖେଳିବ।
- Feb 18, 2026 15:09 IST
ୟୁଏଇକୁ ୬ ୱିକେଟ୍ରେ ହରାଇଲା ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଦକ୍ଷିଣ ଆଫ୍ରିକା ନିଜର ଶେଷ ଗ୍ରୁପ୍ ମ୍ୟାଚ୍ରେ ୟୁଏଇକୁ ୬ ୱିକେଟ୍ରେ ପରାସ୍ତ କରି ଅପରାଜେୟ ଦଳ ଭାବେ ସୁପର-୮ରେ ପ୍ରବେଶ କରିଛି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ୟୁଏଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୨ ରନ୍ କରିଥିଲା। ଦଳ ପକ୍ଷରୁ ଆଲିସାନ୍ ସରାଫୁ ୪୫ (୩୮ ବଲ୍) ଓ ମହମ୍ମଦ ଓ୍ବାସିମ୍ ୨୨ ରନ୍ (୧୨ ବଲ୍) କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କର୍ବିନ୍ ବୋସ୍ ୧୨ ରନ ବ୍ୟୟ କରି ୩ଟି ୱିକେଟ୍ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୧୩.୨ ଓଭରରେ ୪ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ଡେଓ୍ବାଲ୍ଡ ଡେଭିସ୍ ୩୬ (୨୫ ବଲ୍), ରିୟାନ ରିକଲଟନ୍ ୩୦ (୧୬ ବଲ୍) ଓ ଐଦେନ ମାର୍କରାମ ୨୮ରନ୍ (୧୧ ବଲ୍) କରିଥିଲେ। ୟୁଏଇ ପକ୍ଷରୁ ହାଇଦର ଅଲ୍ଲି, ମହମ୍ମଦ ଅର୍ଫାନ୍, ମହମ୍ମଦ ଫାରୁକ୍ ଓ ମହମ୍ମଦ ଜଓ୍ବାଦୁଲ୍ଲା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। କର୍ବିନ ବୋସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
- Feb 18, 2026 15:08 IST
ବୋଲଗଡ଼ ବିଡିଓଙ୍କ ବଦଳି ଦାବି ନେଇ ବ୍ଲକ୍ ଅଫିସରେ ଉତ୍ତେଜନା
/filters:format(webp)/sambad/media/media_files/2026/02/18/untitled-2026-02-18-15-06-55.png)
ଖୋର୍ଦ୍ଧା: ବୋଲଗଡ଼ର ବିଡିଓଙ୍କ ବଦଳି ଘଟଣାକୁ ନେଇ ବୋଲଗଡ଼ରେ ଅପ୍ରୀତିକର ପରିସ୍ଥତି। ବ୍ଲକ ଅଫିସ ଫାଟକ ନିକଟରେ ପୁଲିସ ଜନତା ଧସ୍ତାଧସ୍ତି ହୋଇଛନ୍ତି।
- Feb 18, 2026 14:53 IST
ପୁଣି ଓଡ଼ିଶା ଏଫସିର ଘରୋଇ ପଡ଼ିଆ ହେଲା କଳିଙ୍ଗ ଷ୍ଟାଡିୟମ୍
ଭୁବନେଶ୍ବର: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସଏଲ୍)ର ୨୦୨୫-୨୬ ଋତୁ ପାଇଁ କଳିଙ୍ଗ ଷ୍ଟାଡିୟମ୍ ଓଡ଼ିଶା ଏଫସିର ଘରୋଇ ପଡ଼ିଆ ବା ହୋମ୍ ଭେନ୍ୟୁ ରହିବ। ଏ ନେଇ କ୍ଲବ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବରୁ ଓଡ଼ିଶା ସରକାରଙ୍କ ସହ ହୋଇଥିବା ଚୁକ୍ତି ଅନୁସାରେ କଳିଙ୍ଗ ଷ୍ଟାଡିୟମ୍ ବିଗତ କିଛି ବର୍ଷ ହେଲା ଓଡ଼ିଶା ଏଫସିର ଘରୋଇ ପଡ଼ିଆ ରହିଆସିଥିଲା। କିନ୍ତୁ ଗତ ବର୍ଷଏହି ଚୁକ୍ତିର ମିଆଦ ଶେଷ ହେବା ପରେ ୨୦୨୫-୨୬ ଋତୁକୁ ନେଇ ଅନିଶ୍ଚିତତା ଜାରି ରହିଥିଲା ଓ କ୍ଲବ ନିଜର କେତେକ କାର୍ଯ୍ୟକଳାପ ବନ୍ଦ କରିଥିଲା।
/filters:format(webp)/sambad/media/media_files/2026/02/18/1breaking-news-friday-2026-02-18-08-47-44.jpg)
ଘରୋଇ ପଡ଼ିଆ ନଥିବାରୁ ଫେବ୍ରୁଆରି ୧୬ରେ ହେବାକୁ ଥିବା ପଞ୍ଜାବ ଏଫ୍ସି ବିପକ୍ଷରେ ଓଡ଼ିଶା ଏଫସିର ପ୍ରଥମ ମ୍ୟାଚ୍ ମଧ୍ୟ ସ୍ଥଗିତ ରହିଥିଲା। କିନ୍ତୁ ଏବେ ପୁଣି ଥରେ କଳିଙ୍ଗ ଷ୍ଟାଡିୟମ୍କୁ ନେଇ ଓଡ଼ିଶା ସରକାର ଓ ଓଡ଼ିଶା ଏଫସି ମଧ୍ୟରେ ବୁଝାମଣା ହୋଇଥିବା ସୂଚନା ମିଳିଛି। ଏହା ପରେ ବୁଧବାରଠାରୁ ଖେଳାଳିମାନେ ତାଲିମ ପାଇଁ ପହଞ୍ଚିଛନ୍ତି। ଓଡ଼ିଶା ଏଫସି ଆସନ୍ତା ୨୪ ତାରିଖରେ ନିଜର ପ୍ରଥମ ମ୍ୟାଚ୍ ଇଣ୍ଟର କାଶୀ ଏଫ୍ସି ବିପକ୍ଷରେ ଖେଳିବ।
- Feb 18, 2026 14:38 IST
ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ରାଇରଙ୍ଗପୁର: ଆଜି ଭୋର ସମୟରେ ଭାଲୁ-ମଣିଷ ଲଢେଇ ହୋଇଥିବା ବେଳେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତେବେ ଅଳ୍ପକେ ବର୍ତ୍ତିଗଲେ ଯୁବକ । ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଜଟାପାଣୀ ଗ୍ରାମର ଗୋକୁଳ ବରାଳଙ୍କ ପୁଅ ପ୍ରଭାସ ବରାଳ (୩୬) ଶୌଚ ହେବା ପାଇଁ ଗାଁ ପୋଖରୀ ତୁଠକୁ ଯାଇଥିବା ବେଳେ ଗୋଟିଏ ଭାଲୁ ତାଙ୍କୁ ଅତିରିକ୍ତ ଆକ୍ରମଣ କରିବାରୁ ଶ୍ରୀ ବରାଳ ଭାଲୁଟିକୁ ଧକ୍କା ଦେଇ ତଳକୁ ଖସାଇ ଦେଇଥିବା ବେଳେ ଭାଲୁ ନଖରେ ତାଙ୍କର ଶରୀରରେ ଗଭୀର କ୍ଷତ ହେବା ଫଳରେ ଗୁରୁତର ଆହତ ହୋଇଥିଲେ।
/filters:format(webp)/sambad/media/media_files/2026/02/18/1breaking-news-friday-2026-02-18-08-47-44.jpg)
ପରେ ତାଙ୍କ ପରିବାର ଲୋକେ ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀଙ୍କୁ ସୂଚନା ଦେବା ସହିତ ଆହତ ଯୁବକଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଥିଲେ। ବନାଞ୍ଚଳ ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତି, ବନପାଳ ପଦ୍ମାବତୀ ମହାନ୍ତ, ବିଟ୍ ପୁନଗୀ ହାଁସଦା ପ୍ରମୁଖ ହସ୍ପିଟାଲରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଭେଟି ତଦନ୍ତ ଜାରି ରଖିଛନ୍ତି। ତେବେ ଉକ୍ତ ଭାଲୁଟି ବୁଢେଇରଣା ସଂରକ୍ଷିତ ଜଙ୍ଗଲରୁ ଗାଁକୁ ପାଚିଲା କୋଳି ଖାଇବାକୁ ଆସିଥିବା ସୂଚନା ମିଳିଛି ।
- Feb 18, 2026 14:20 IST
ସରପଞ୍ଚଙ୍କୁ ଗିରଫ ଦାବି କରି ଖେରଙ୍ଗରେ ରାସ୍ତାରୋକ
ଚାନ୍ଦବାଲି: ଭଦ୍ରକ ମୁଖ୍ୟରାସ୍ତା ଖେରଙ୍ଗ ବଜାରରେ କିଛି ସ୍ଥାନୀୟ ଲୋକଙ୍କ ଦ୍ୱାରା କରାଯାଇଛି ରାସ୍ତାରୋକ। ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ଗତକାଲି ଗାଡ଼ି ସାଇଡ୍ ମରାକୁ ନେଇ ହେଇଥିଲା ବଚସା। ସ୍ଥାନୀୟ ଖେରଙ୍ଗ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ତାଙ୍କ ଗାଡି ନେଇ ଯାଉଥିବା ସମୟରେ କିଛି ସ୍ଥାନୀୟ ଯୁବକଙ୍କୁ ସାଇଡ୍ ମାରିଥିବା ଅଭିଯୋଗ ହୋଇଥିଲା l ସରପଞ୍ଚଙ୍କୁ ଗିରଫ ଦାବି ନେଇ କରିଛନ୍ତି ରାସ୍ତାରୋକ l ଚାନ୍ଦବାଲି ପୁଲିସ ଗତକାଲି ରାତିରେ ସାଇଡ୍ ମରା ଖାଇଥିବା ଲୋକଙ୍କୁ ଗିରଫ କରିଛି l ଏହାର ପ୍ରତିବାଦ କରିଛନ୍ତି ଧାରଣାରେ ବସିଥିବା ଲୋକେ l
/filters:format(webp)/sambad/media/media_files/2026/02/18/untitled-2026-02-18-14-20-15.png)
ସେମାନଙ୍କ ଦାବି ରହିଛି ସ୍ଥାନୀୟ ସରପଞ୍ଚଙ୍କୁ ଗିରଫ ଶୀଘ୍ର କରିବା ପାଇଁ l ଯେ ପର୍ଯ୍ୟନ୍ତ ସରପଞ୍ଚ ଗିରଫ ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ l
- Feb 18, 2026 14:11 IST
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କୁ ମେଡିକାଲରେ ଭେଟିଲେ ବିଜେଡି ନେତା
ବ୍ରହ୍ମପୁର: ଚିକିତ୍ସା ପାଇଁ ଗତକାଲି ରାତିରେ ବ୍ରହ୍ମପୁର ଏମ୍କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଆଜି ବିଜେଡି ନେତାମାନେ ଭେଟି ଆଲୋଚନା କରିଛନ୍ତି। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କ ଚିକିତ୍ସା ପାଇଁ ଗତକାଲି ରାତିରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଣି ଏମ୍କେସିଜିରେ ଭର୍ତ୍ତି କରାଯାଇଛି।
/filters:format(webp)/sambad/media/media_files/2026/02/18/18bbs_24_18022026_112-2026-02-18-14-11-36.jpg)
ଆଜି ବିଜେଡି ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର୍ଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ସାରି ବିଜେଡି ନେତାମାନେ ମେଡିକାଲରେ ବିକ୍ରମ ପଣ୍ଡାଙ୍କୁ ଭେଟିଛନ୍ତି। ବିକ୍ରମଙ୍କ ପାଇଁ ମାମଲା ଲଢ଼ୁଥିବା ଆଇନଜୀବୀ ଦୀପକ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି, ତୁମ୍ବନାଥ ପଣ୍ଡା, ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ଲତିକା ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ସାମିଲ ହୋଇଛନ୍ତି।
- Feb 18, 2026 13:59 IST
ରେଙ୍ଗାଲି ଜଳଭଣ୍ଡାରରେ ବୁଡ଼ି ହାତୀ ଛୁଆର ମୃତ୍ୟୁ
ଦେବଗଡ଼: ବାରକୋଟ ରେଞ୍ଜ ଅନ୍ତର୍ଗତ କୁଲସରା ନିକଟରେ ରେଙ୍ଗାଲି ଜଳଭଣ୍ଡାରରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି। ଆଜି ସକାଳ ସାଢ଼େ ୮ଟାରେ ବାରକୋଟ ରେଞ୍ଜର ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ୧ ବର୍ଷ ବୟସର ହାତୀ ଛୁଆର ମୃତ୍ୟୁ ସମ୍ପର୍କରେ ରେଞ୍ଜ ଅଫିସର ସୂଚନା ଦେଇଛନ୍ତି।
/filters:format(webp)/sambad/media/media_files/2026/02/18/1breaking-news-friday-2026-02-18-08-47-44.jpg)
ଖବର ପାଇ ଦେବଗଡ଼ର ଡିଏଫଓ, ଏସିଏଫ (ପ୍ରଶାସନ), ଏସିଏଫ (ଏନଫୋର୍ସମେଣ୍ଟ), ବାରକୋଟ ରେଞ୍ଜ ଅଧିକାରୀ ଏବଂ ସମସ୍ତ ବନ କର୍ମଚାରୀ ଏବଂ ବାରକୋଟ ରେଞ୍ଜର ସ୍କ୍ବାଡ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତ ପରେ, ପାଣିରେ ବୁଡ଼ି ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାଯାଇଛି। ପୋଷ୍ଟମର୍ଟମ ପରେ ସଠିକ୍ କାରଣ ଜଣାପଡିବ।
- Feb 18, 2026 13:48 IST
ଠିକାଦାରଙ୍କ ସନ୍ଦେହଜନକ ମୃତ୍ୟୁ
ଯାଜପୁର: ପାଣିକୋଇଲି ଅଞ୍ଚଳରେ ଥିବା ଆଶୀର୍ବାଦ ରାଇସ ମିଲରେ ଶ୍ରମିକ ଯୋଗାଉଥିବା ଠିକାଦାର ସ୍ଥାନୀୟ ଧନପୁର ଗ୍ରାମର ଶ୍ରୀଧର ବାରିକଙ୍କ ସନ୍ଦେହଜନକ ମୃତ୍ୟୁ। ମିଲ୍ ସମ୍ମୁଖରେ ଉତ୍ତେଜନା। - Feb 18, 2026 13:02 IST
କୂଅରୁ ଉଦ୍ଧାର ହେଲା ଝାରଖଣ୍ଡୀ ହାତୀ
ରାଉରକେଲା: ବୁଧବାର ସକାଳୁ ଏକ ଝାରଖଣ୍ଡୀ ହାତୀ ନୂଆଗାଁ ପଂଚାୟତ ଅନ୍ତର୍ଗତ ଗୋଲଦାରୁ ସାହୁବସ୍ତି ସ୍ଥିତ ଏକ ଚାଷ ଜମିରେ ଥିବା ଚଉତରା ବିହୀନ କୂଅ ଭିତରେ ପଡିଯାଇଥିଲା। ଖବର ପାଇ ନୂଆଗାଁ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ, ଏ ଏସ ଆଇ ସୁଶାନ୍ତ ପାତ୍ର ଏବଂ ହାତିବାରୀ ଫରେଷ୍ଟର ସୁଶୀଲ କେରକେଟା ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ।
/filters:format(webp)/sambad/media/media_files/2026/02/18/untitled-2026-02-18-13-01-46.png)
ପରେ ବିଭାଗୀୟ କର୍ତ୍ତୃପକ୍ଷ ଦୁଇଟି ଜେସିବି ମେସିନ ଆଣି ତାହାରି ସାହାଯ୍ୟରେ କୂଅର ଗୋଟିଏ ପାଖରୁ ମାଟି ଖୋଳି କୂଅ ଭିତରକୁ ରାସ୍ତା ତିଆରି କଲେ। ଏହି ରାସ୍ତା ଦେଇ ହାତୀଟି ଆରାମରେ କୂଅ ଭିତରୁ ବାହାରି ଆସିଥିଲା। ହାତୀଟି କୂଅରୁ ବାହାରିବା ପରେ ନିକଟସ୍ଥ ତାଇନ୍ଦା ଜଙ୍ଗଲକୁ ଚାଲିଯାଇଥିଲା।
- Feb 18, 2026 12:56 IST
ବଡ଼ବାହାଲ - କୁଣ୍ଡୁକେଲା ରାସ୍ତାରେ ଟ୍ରେଲର ଓ ପିକଅପ୍ ଭ୍ୟାନ ଧକ୍କା, ଚାରି ଆହତ
ସୁନ୍ଦରଗଡ଼: ଆଜି ସକାଳ ୯ଟାରେ ବିଜୁ ଏକ୍ସପ୍ରେସ ୱେ ବଡ଼ବାହାଲ- କୁଣ୍ଡୁକେଲା ରାସ୍ତାରେ ଘଟିଛି ଦୁର୍ଘଟଣା । କୁଣ୍ଡୁକେଲା ପଟୁ ଭେଡ଼ାବାହାଲ ଅଭିମୁଖେ ଆସୁଥିବା ପିକଅପ୍ ଭ୍ୟାନକୁ ପଛପଟୁ ଜୋରରେ ଧକ୍କା ଦେଇଛି ଏକ ଟ୍ରେଲର। ଧକ୍କାରେ ପିକଅପ୍ ଭ୍ୟାନ ଓଲଟି ପଡ଼ିବାରୁ ଚାଳକଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି।
/filters:format(webp)/sambad/media/media_files/2026/02/18/untitled-2026-02-18-12-55-55.png)
ଖବର ପାଇ ଏଲ୍ ଆଣ୍ଡ ଟି ଉଦ୍ଧାରକାରୀ ଦଳ ସମସ୍ତ ଆହତଙ୍କୁ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନା ପଠାଇବା ସହ ଭଷ୍ମା ପୁଲିସକୁ ସୂଚନା ଦେଇଥିଲେ। ତେବେ ଦୁର୍ଘଟଣା ପରେ ଆକ୍ରମଣ ଭୟରେ ଟ୍ରେଲର୍ ଚାଳକ ଗାଡ଼ି ଛାଡ଼ି ଜଙ୍ଗଲ ଦେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଭଷ୍ମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
- Feb 18, 2026 11:50 IST
ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ବର: ପୁଣି ଗୃହରେ ବିରୋଧୀ କଂଗ୍ରେସ ଓ ବିଜେଡିର ସଦସ୍ୟମାନେ ନାରାବାଜି କରିବାରୁ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ। ବିଧାନସଭାର ଦ୍ବିତୀୟ ଅଧିବେଶନ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିଜେଡି ସଦସ୍ୟଙ୍କ ହୋହାଲ୍ଲା କରିଥିଲେ।
/filters:format(webp)/sambad/media/media_files/2026/02/18/1breaking-news-friday-2026-02-18-08-47-44.jpg)
ଏଥିପାଇଁ ବାଚସ୍ପତି ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
- Feb 18, 2026 11:45 IST
ମହାନଦୀ ସେତୁରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା
ବୁର୍ଲା: ୫୩ ନଂ ଜାତୀୟ ରାଜପଥର ବୁର୍ଲା-ସମ୍ବଲପୁର ମହାନଦୀ ସେତୁ ଉପରୁ ଜଣେ ମହିଳା ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ବୁର୍ଲା ସହର ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ଜଣାଯାଇଛି। ଖବର ପାଇ ବୁର୍ଲା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କରି ଭିମ୍ସାର ବଡ଼ଡାକ୍ତରଖାନାକୁ ନେଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/filters:format(webp)/sambad/media/media_files/2026/02/18/1breaking-news-friday-2026-02-18-08-47-44.jpg)
ମହିଳା ଜଣକ ବିବାହିତ ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
- Feb 18, 2026 11:25 IST
ଗଛକୁ ଧକ୍କା ଦେଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ଜହ୍ନ।ପଙ୍କ: ବୌଦ୍ଧ ଅଗ୍ନିଶମ ବାହିନୀ ଫୁରୁଡା ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ଦୁଇ ବାଇକ ଆରୋହୀଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛି|
/filters:format(webp)/sambad/media/media_files/2026/02/18/untitled-2026-02-18-11-24-56.png)
ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ବୌଦ୍ଧ ଥାନା ବିରିଗଡ ଗ୍ରାମର ବାବୁଲି ନାଏକ ଓ ଜହ୍ନ।ପଙ୍କ ଗ୍ରାମର ସପ୍ତେଶ୍ୱର ଅମାତଙ୍କ ସହ ଏକ ବାଇକ ଯୋଗେ ବଘିଆପଡା ପଟୁ ବିରିଗଡ ଅଭିମୁଖେ ଯାଉଥିଲେ l ଫୁରୁଡା ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ କଦମ୍ବ ଗଛକୁ ଧକ୍କା ଦେଇଥିଲା l ଫଳରେ ଉଭୟେ ଗୁରୁତର ଆହତ ହୋଇ ତଳେ ପଡ଼ିଥିଲେ | ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ବୌଦ୍ଧ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଓ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛି | ଉଭୟଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି |
- Feb 18, 2026 11:19 IST
ଗୋ ମାଂସ ଖାଉଥିବା ନେଇ ନିମେଇ ମେହେରଙ୍କ ଘର ଜାଳି ଦେଲେ ଗାଁ ଲୋକେ
ଦଶପଲ୍ଲା: ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ମୋଚି ସାହିର ନିମେଇ ମେହେରଙ୍କ ଘରେ ସଦସ୍ୟମାନେ ଗୋ ମାଂସ ଖାଉଥିବା ନେଇ ଘର ଜାଳି ଦେଲେ ଗାଁ ଲୋକେ। ଘଟଣା ସ୍ଥଳରେ ଦଶପଲ୍ଲା ପୁଲିସ ପହଞ୍ଚି ବୁଝାସୁଝା କରୁଛି।
/filters:format(webp)/sambad/media/media_files/2026/02/18/1breaking-news-friday-2026-02-18-08-47-44.jpg)
ଏହି ଘଟଣାରେ ନିମେଇ ମେହେର ଓ ଶାନ୍ତି ମେହେରଙ୍କୁ ଦଶପଲ୍ଲା ପୁଲିସ ଅଟକ ରଖିଛି। ଘରେ ସେମାନେ ଗୋମାଂସକୁ ଶୁଖାଇଥିବାର ବି ଅଭିଯୋଗ ହୋଇଛି।
- Feb 18, 2026 11:00 IST
୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷଣା
/sambad/media/post_attachments/images/2026/02/18/article/image/Rajya-Sabha-(2)-1771391951391_v-132622.webp)
ନୂଆଦିଲ୍ଲୀ: ନିର୍ବାଚନ କମିସନ ୧୦ଟି ରାଜ୍ୟର ୩୭ଟି ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷଣା କରିଛନ୍ତି। କମିସନ ଘୋଷଣା କରିଛନ୍ତି ଯେ ନିର୍ବାଚନ ୧୬ ମାର୍ଚ୍ଚରେ ଅନୁଷ୍ଠିତ ହେବ। କମିସନ ଘୋଷଣା କରିଛନ୍ତି ଯେ ମହାରାଷ୍ଟ୍ର, ଓଡ଼ିଶା, ତେଲେଙ୍ଗାନା, ତାମିଲନାଡୁ, ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ବିହାରର ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଆସନଗୁଡ଼ିକ ଏପ୍ରିଲରେ ଭିନ୍ନ ଭିନ୍ନ ତାରିଖରେ ଶେଷ ହୁଏ। ଉଲ୍ଲେଖନୀୟ ଯେ ରାଜ୍ୟସଭାର କାର୍ଯ୍ୟକାଳ ଛଅ ବର୍ଷ ହୋଇଥାଏ, କିନ୍ତୁ ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୁଏ। ଏହି କାରଣରୁ ରାଜ୍ୟସଭାକୁ ସ୍ଥାୟୀ ଗୃହ କୁହାଯାଏ। କାରଣ, ଲୋକସଭା ପରି ନୁହେଁ, ରାଜ୍ୟସଭା କେବେ ବି ଭଙ୍ଗ ହୁଏ ନାହିଁ।
- Feb 18, 2026 10:46 IST
କ୍ରିକେଟ ବେଟିଂ ଚଢ଼ଉ, ୧୫ ଅଟକ
ରାଉରକେଲା: କ୍ରିକେଟ ବେଟିଂ ଚଢ଼ଉ, ୧୫ ଅଟକ l ସହରର ୨୦ରୁ ଅଧିକ ଅଞ୍ଚଳରେ ଚଢ଼ଉ ଜାରି l ଏଥିରେ ନିୟୋଜିତ ହୋଇଛନ୍ତି ୨୦ ଇନ୍ସପେକ୍ଟର, ୮ ଡ଼ିଏସପି l
/filters:format(webp)/sambad/media/media_files/2026/02/18/1breaking-news-friday-2026-02-18-08-47-44.jpg)
ବାସନ୍ତୀ କଲୋନି, ବନ୍ଧମୁଣ୍ଡା, ପାନପୋଷ, ସିଭିଲଟାଉନ ସିପ, ଡେଲିମାର୍କେଟ, ଛେଣ୍ଡ କଲୋନି ଆଦି ସ୍ଥାନରେ ଚଢ଼ଉ କରାଯାଇଛି l ଅଟକଙ୍କ ମଧ୍ୟରେ ବ୍ୟବସାୟୀ ଓ ଦଲାଲ ରହିଥିବା ଜଣା ପଡିଛି l
- Feb 18, 2026 10:43 IST
ବିଜେଡି ସଦସ୍ୟଙ୍କ ହୋହାଲ୍ଲା, ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
/filters:format(webp)/sambad/media/media_files/2026/02/18/1breaking-news-friday-2026-02-18-08-47-44.jpg)
ଭୁବନେଶ୍ବର: ବିଧାନସଭାର ଦ୍ବିତୀୟ ଅଧିବେଶନ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିଜେଡି ସଦସ୍ୟଙ୍କ ହୋହାଲ୍ଲା। ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ।
- Feb 18, 2026 10:31 IST
ମାର୍ଚ୍ଚ ୧୬ରେ ଓଡ଼ିଶାର ୪ ଆସନ ପାଇଁ ରାଜ୍ୟସଭା ନିର୍ବାଚନ
ଭୁବନେଶ୍ବର: ମାର୍ଚ୍ଚ ୧୬ରେ ହେବ। ଓଡ଼ିଶାର ୪ ଆସନ ପାଇଁ ରାଜ୍ୟସଭା ନିର୍ବାଚନ। ୧୦ ରାଜ୍ୟର ୩୭ଟି ଆସନ ପାଇଁ ବି ହେବ ନିର୍ବାଚନ। ଏଥିଲାଗି ଫେବ୍ରୁଆରି ୨୨ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। - Feb 18, 2026 10:01 IST
ସାମାନ୍ୟ ବଚସାରୁ ମଦ୍ୟପ ଯୁବକଙ୍କ ଗୁଳିକାଣ୍ଡ
ଭବାନୀପାଟଣା: କଳାହାଣ୍ଡି ଜିଲ୍କା ଭବାନୀପାଟଣା ସହର ବିବିସିପଡା ହନୁମାନ ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଠିକା କାମକୁ ନେଇ ସାମାନ୍ୟ ବଚସାରୁ ଜଣେ ମଦ୍ୟପ ଯୁବକ ଗୁଳିକାଣ୍ଡ ଘଟାଇଥିବା ସୂଚନା ମିଳିଛି।
/filters:format(webp)/sambad/media/media_files/2026/02/18/1breaking-news-friday-2026-02-18-08-47-44.jpg)
ଏହି ଘଟଣାରେ ମୁଖ୍ୟ ବିବିସିପଡାର ଝସ ନାଏକ(୩୮) ଓ ଅନ୍ୟ ୨ଜଣ ଯୁବକଙ୍କୁ ଟାଉନ ଥାନା ପୁଲିସ ଅଟକ ରଖି ପଚରାଉଚରା କରିବା ସହ ସେମାନଙ୍କ ଠାରୁ ଦୁଇଟି ମାଉଜର ପିସ୍ତଲ ଜବତ କରିଥିବା ଜଣାପଡିଛି। ଏ ନେଇ ପୁଲିସ ତଦନ୍ତ ଜାରି ରଖିଛି।
- Feb 18, 2026 09:21 IST
ରେଳଧାରଣାରୁ ମେଡିକାଲ୍ ଆଟେଣ୍ଡାଣ୍ଟଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର: ଖଡାସିଙ୍ଗ୍ ରେଳଧାରଣାରୁ ଜଣେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ। ମୃତ ମହିଳା ଜଣଙ୍କ ହେଲେ ଗଜପତି ନଗର ତୃତୀୟ ଲାଇନର ରାଜଲକ୍ଷ୍ମୀ ସାହୁ ଓରଫ ପିଙ୍କି (୫୦)।
/filters:format(webp)/sambad/media/media_files/2026/02/18/untitled-2026-02-18-09-21-28.png)
ରାଜଲକ୍ଷ୍ମୀ ଏମକେସିଜି ମେଡ଼ିକାଲରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ରାଜଲକ୍ଷ୍ମୀଙ୍କ ମୃତଦେହ ନିକଟରୁ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
- Feb 18, 2026 08:52 IST
ଆଜି ନେଦରଲାଣ୍ଡ୍ସକୁ ଭେଟିବ ଭାରତ
/sambad/media/media_files/2026/02/17/new-project-27-2026-02-17-21-11-41.jpg)
ଅହମଦାବାଦ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆୟୋଜକ ଭାରତ ନିଜର ୩ ମ୍ୟାଚ୍ରୁ ୩ଟି ଯାକ ଜିତି ସୁପର-୮ ସ୍ଥାନ ନିଶ୍ଚିତ କରିଛି। ହେଲେ ଏହି ଦଳ ଏବେ ଗ୍ରୁପ୍-ଏ’ର ସମସ୍ତ ମ୍ୟାଚ୍ ଜିତି ସୁପର-୮ ଖେଳିବାର ଲକ୍ଷ୍ୟ ରଖିଛି। ତେଣୁ ବୁଧବାର ନେଦରଲାଣ୍ଡ୍ସ ବିପକ୍ଷ ଗ୍ରୁପ୍ର ଶେଷ ମ୍ୟାଚ୍ରେ ପୂରା ଶକ୍ତି ସହ ଓହ୍ଲାଇବ। କଲମ୍ବୋରେ ଚୀରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ହାଇଭୋଲ୍ଟେଜ୍ ମ୍ୟାଚ୍ ଜିତି ଭାରତୀୟ ଖେଳାଳି ଅହମଦାବାଦରେ ସୋମବାର ପହଞ୍ଚି ଯାଇଛନ୍ତି। ବିପକ୍ଷରେ ଦୂର୍ବଳ ଦଳ ଥିଲେ ମଙ୍ଗଳବାର ମୋଟରା ଷ୍ଟାଡିୟମ୍ରେ ହାଲ୍କା ଅଭ୍ୟାସ କରିଛନ୍ତି।ଗତ ୩ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲେ ମଧ୍ୟ ୨୦୯ ରନ୍ଠୁ ଅଧିକ ସ୍କୋର୍ କରିନି। ନେଦରଲାଣ୍ଡ୍ସ ବିପକ୍ଷରେ ବଡ଼ ସ୍କୋର୍ କରିବାକୁ ଚେଷ୍ଟା କରିବ ଭାରତ। ଅହମଦାବାଦ ପିଚ୍ ବି ସହାୟତା ଦେବା ସମ୍ଭାବନା ରହିଛି। ଏଠାରେ ଖେଳାଯାଇଥିବ ଗତ ୫ ମ୍ୟାଚ୍ରୁ ୪ ଥର ସ୍କୋର୍ ୨୧୦ ଉପରେ ରହିଛି। ଭାରତର ଯୁବ ବିସ୍ଫୋରକ ବ୍ୟାଟର୍ ଅଭିଷେକ ଶର୍ମା ୨ ମ୍ୟାଚ୍ ଖେଳିଥିଲେ ମଧ୍ୟ ଖାତା ଖୋଲିପାରି ନାହାନ୍ତି। ଏହି ମ୍ୟାଚ୍ରେ ରନ୍ କରି ସୁପର-୮ ପୂର୍ବରୁ ନିଜ ଆତ୍ମବିଶ୍ବାସ ଉଚ୍ଚରେ ରଖିବା ଆଶାରେ ଅଛନ୍ତି ସେ। ଅଭିଷେକଙ୍କ ସହ ଈଶାନ କିଶାନଙ୍କ ବ୍ୟାଟ୍ ପୂର୍ବପରି ଚାଲିବ ତେବେ ଭାରତ ନିଶ୍ଚିତ ବଡ଼ ସ୍କୋର୍ କରିପାରିବ। ଗତ ମ୍ୟାଚ୍ରେ ଖେଳିଥିବା ଏକାଦଶରୁ ଭାରତ କେବଳ କୁଲଦୀବ ଯାଦବଙ୍କୁ ବାଦ୍ ଦେଇ ଅର୍ଶଦୀପ ସିଂହଙ୍କୁ ସାମିଲ କରିପାରେ। ତାରକା ଦ୍ରୁତବୋଲର ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେବନି ବୋଲି ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ୍ ସୂଚନା ଦେଇଛନ୍ତି।
- Feb 18, 2026 08:48 IST
ବୀରମହାରାଜପୁରରେ ସଡ଼କ ଦୁର୍ଘଟଣା, ତିନି ମୃତ
/filters:format(webp)/sambad/media/media_files/2026/02/18/1breaking-news-friday-2026-02-18-08-47-44.jpg)
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଲୁଙ୍ଗ ମୁର୍ଷୁଣ୍ଢୀ ରାସ୍ତା ହିଲୁଙ୍ଗ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଡାକ୍ତରଖାନାରେ ଏବଂ ଆଉ ଜଣଙ୍କୁ ବୁର୍ଲା ନିଆଯିବା ବାଟରେ ମୃତ୍ୟୁ ଘଟିଛି।
- Feb 18, 2026 07:48 IST
ଆମେରିକା ସେନା ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ
/filters:format(webp)/sambad/media/media_files/2026/01/15/breaking-2026-01-15-07-38-12.jpg)
ୱାସିଂଟନ: ଆମେରିକୀୟ ସେନା ମଙ୍ଗଳବାର ଦିନ କହିଛି ଯେ ଲାଟିନ୍ ଆମେରିକୀୟ ଜଳସୀମାରେ ନିଶା କାରବାର ସନ୍ଦେହରେ ତିନୋଟି ଡଙ୍ଗା ଉପରେ ଆକ୍ରମଣ କରିଛି, ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଟ୍ରମ୍ପ ପ୍ରଶାସନର ମାସାଧିକ କାଳର ଅଭିଯାନର ସବୁଠାରୁ ଘାତକ ଦିନ ଥିଲା। ସେପ୍ଟେମ୍ବର ଆରମ୍ଭରୁ ଛୋଟ ଡଙ୍ଗାରେ କାର୍ଯ୍ୟ କରୁଥିବା ‘ନାର୍କୋଟ୍ରାରଷ୍ଟ’ ଭାବରେ ବର୍ଣ୍ଣିତ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରି ଆମେରିକୀୟ ସେନା ଏପର୍ଯ୍ୟନ୍ତ ୧୪୫ ଜଣଙ୍କ ଜୀବନ ନେଇଛି।
- Feb 18, 2026 07:06 IST
ରାଜସ୍ଥାନରେ କୁଆପଥର ବର୍ଷା ସମ୍ଭାବନା
/filters:format(webp)/sambad/media/media_files/2025/09/26/rain-2025-09-26-09-22-07.png)
ନୂଆଦିଲ୍ଲୀ: ପାଣିପାଗ ଏକ ନୂତନ ମୋଡ଼ ନେଉଛି। ଆଜି ପାଗରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଶୀତ ବିଦାୟ ନେବା ସହିତ ସମତଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି। ପାହାଡ଼ିଆ ରାଜ୍ୟରେ ତୁଷାରପାତ ହେବାର ସମ୍ଭାବନା ଅଛି। ରାଜସ୍ଥାନର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ବାୟୁମଣ୍ଡଳ ସକ୍ରିୟ ହେବା ଯୋଗୁଁ ଆଜି ଅପରାହ୍ନରେ ଯୋଧପୁର, ବିକାନେର, ଆଜମେର, ଜୟପୁର ଏବଂ ଉଦୟପୁର ଡିଭିଜନର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି। ବିକାନେର, ଆଜମେର, ଜୟପୁର, ଭରତପୁର, କୋଟା ଡିଭିଜନ ଏବଂ ଶେଖାବତୀ ଅଞ୍ଚଳରେ ଏହି ବାୟୁମଣ୍ଡଳ ସବୁଠାରୁ ଗୁରୁତର ହେବ। କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ, କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।
- Feb 18, 2026 07:01 IST
କଂଗ୍ରେସରୁ ଇସ୍ତଫା, ବିଜେପିରେ ଯୋଗଦେବେ ଭୂପେନ ବୋରା
/sambad/media/post_attachments/aajtak/images/story/202602/69948d95744dc-bhupen-borah-174724643-16x9-609534.jpg?size=948:533)
ଗୁଆହାଟୀ: କଂଗ୍ରେସରୁ ଇସ୍ତଫା ଦେଇଥିବା ଆସାମର ବରିଷ୍ଠ ନେତା ଭୂପେନ ବୋରା ଏବେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ସେ ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ଆସାମ କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ଇସ୍ତଫା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ମଙ୍ଗଳବାର ଘୋଷଣା କରିଛନ୍ତି ଯେ ବୋରା ଫେବ୍ରୁଆରି ୨୨ରେ ବିଜେପିରେ ଯୋଗଦେବେ। ଭୁପେନ ବୋରା ଫେବୃଆରୀ ୧୬ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କିନ୍ତୁ ଦଳର ହାଇକମାଣ୍ଡ ତାଙ୍କ ଇସ୍ତଫା ଗ୍ରହଣ କରିନଥିଲେ। ରାହୁଲ ଗାନ୍ଧୀ ବୋରାଙ୍କୁ ମନାଇବାକୁ ଚେଷ୍ଟା କରି ତାଙ୍କୁ ତାଙ୍କ ନିଷ୍ପତ୍ତି ପୁନର୍ବିଚାର କରିବାକୁ ପରାମର୍ଶ ଦେଇଥିଲେ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ହିମନ୍ତ ବିଶ୍ୱ ସର୍ମା କହିଛନ୍ତି, ଭୁପେନ ବୋରା ଫେବ୍ରୁଆରି ୨୨ରେ ବିଜେପିରେ ଯୋଗଦେବେ। ଦିଲୀପ ସାଇକିଆ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବେ। ଗୁଆହାଟୀ ଏବଂ ଉତ୍ତର ଲଖିମପୁରରେ ମଧ୍ୟ ବହୁ ସଂଖ୍ୟକ କଂଗ୍ରେସ ନେତା ବିଜେପିରେ ଯୋଗଦେବେ।
- Feb 18, 2026 06:56 IST
୧୧ ମାସ ପରେ ପୁଣି ଥରେ ମାଆ ହେଲେ ସୀମା ହାଇଦର!
ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ଗଣମାଧ୍ୟମ ଏବଂ ସୋସିଆଲ ମିଡିଆର ଶିରୋନାମାରେ ଥିବା ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ନାମ ସବୁବେଳେ ଖବରରେ ରହିଆସିଛି। କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ, କେତେବେଳେ ଆଇନଗତ ଜଟିଳତା ପାଇଁ, ଆଉ କେତେବେଳେ ସୋସିଆଲ ମିଡିଆରେ ଭାଇରାଲ ବୟାନ ପାଇଁ। ଗ୍ରେଟର ନୋଏଡାରୁ ଏକ ନୂତନ ଖବର ତାଙ୍କୁ ପୁଣି ଥରେ ଜାତୀୟ ବିତର୍କର ଅଂଶ କରିଛି। ସୂଚନା ମିଳୁଛି ଯେ ସୀମା ହାଇଦର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ଇଣ୍ଟରନେଟରେ ପ୍ରତିକ୍ରିୟାର ବନ୍ୟା ସୃଷ୍ଟି କରିଛି। ସୀମା ହାଇଦର ଗତ ବର୍ଷ ମାର୍ଚ୍ଚ ମାସରେ ତାଙ୍କ ପଞ୍ଚମ ସନ୍ତାନର ମାଆ ହୋଇଥିଲେ।
ସୂତ୍ର ଅନୁସାରେ, ଗ୍ରେଟର ନୋଏଡାର ଏକ ଘରୋଇ ହସ୍ପିଟାଲରେ ପ୍ରସବ ହୋଇଥିଲା। ଡାକ୍ତରଙ୍କ କଡ଼ା ତଦାରଖରେ ପ୍ରସବ ହୋଇଥିଲା ଏବଂ ମା ଏବଂ ପିଲା ଉଭୟ ସୁସ୍ଥ ଥିବା ଜଣାପଡ଼ିଛି। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଘରକୁ ପହଞ୍ଚିବା ପରେ ତାଙ୍କ ପରିବାର ପୁଅ ଜନ୍ମ ପାଇଁ ମିଠା ବଣ୍ଟନ କରିଥିଲେ। ପାଖରେ ଥିବା ଲୋକମାନେ ମଧ୍ୟ ଶୁଭକାମନା ଜଣାଇଥିଲେ। ସୀମା ଗତ ବର୍ଷ ମାର୍ଚ୍ଚ ମାସରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏବେ ପ୍ରାୟ ଏଗାର ମାସ ପରେ ପରିବାରରେ ଆଉ ଏକ ପିଲାର ଆଗମନ ସହିତ ଖୁସି ଦ୍ୱିଗୁଣିତ ହୋଇଯାଇଛି।
- Feb 18, 2026 06:52 IST
ସାଉଦି ଆରବ, ୟୁଏଇରେ ରମଜାନ ମାସ ଆରମ୍ଭ
ରିଆଦ: ସାଉଦି ଆରବ ଏବଂ ୟୁଏଇ ସମେତ ଉପସାଗରୀୟ ଅଞ୍ଚଳରେ ରମଜାନ ମାସ ଆରମ୍ଭ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଚନ୍ଦ୍ର ଦେଖାଯାଇଥିଲା। ଏହା ପରେ ବୁଧବାର ପ୍ରଥମ ରୋଜା ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଆଫଗାନିସ୍ତାନରେ ମଧ୍ୟ ବୁଧବାର ରମଜାନର ପ୍ରଥମ ଦିନ। ଭାରତ, ପାକିସ୍ତାନ ଏବଂ ଅନ୍ୟାନ୍ୟ ପଡ଼ୋଶୀ ଦେଶରେ ରମଜାନ ଫେବ୍ରୁଆରି ୧୯ ଦିନ ଆରମ୍ଭ ହେବ। ସାଉଦି ଆରବର ଚନ୍ଦ୍ର ଦେଖିଥିବା ନେଇ ସ୍ପଷ୍ଟ କରିଥିବା କମିଟି ଦ୍ୱାରା ଘୋଷଣା ପରେ ସରକାରୀ ସାଉଦି ପ୍ରେସ୍ ଏଜେନ୍ସି ଘୋଷଣା କରିଥିଲା ଯେ ସାଉଦି ଆରବରେ ପବିତ୍ର ରମଜାନ ମାସର ପ୍ରଥମ ଦିନ ବୁଧବାର ହେବ। ଏଜେନ୍ସି ମଙ୍ଗଳବାର ଦିନ ରିପୋର୍ଟ କରିଥିଲା ଯେ ସାଉଦି ଆରବରେ ରମଜାନ ମାସର ଚନ୍ଦ୍ର ଦେଖାଯାଇଛି। - Feb 18, 2026 06:48 IST
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଫଟୋ ସେୟାର କରି ‘ଜୟ ହୋ’ ଲେଖିଲେ ଫ୍ରାନ୍ସ ରାଷ୍ଟ୍ରପତି
/sambad/media/post_attachments/769bdb74-159.png)
ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋର କ୍ୟାପସନରେ ମାକ୍ରୋନ୍ ଲେଖିଛନ୍ତି ‘ଜୟ ହୋକ୍ଷ। ଏହା ପୂର୍ବରୁ, ସେ ମୁମ୍ବାଇରେ ଭାରତ-ଫ୍ରାନ୍ସ ନବସୃଜନ ଫୋରମକୁ ସମ୍ବୋଧିତ କରିଥିଲେ। ସେ ଭାରତ-ଫ୍ରାନ୍ସ ରଣନୈତିକ ସହଭାଗୀର ଶକ୍ତି ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଫ୍ରାନ୍ସ ଏକ ପ୍ରତିବଦ୍ଧ ଏବଂ ସ୍ଥାୟୀ ଅଂଶୀଦାର ଭାବରେ ଭାରତ ସହିତ ଦୃଢ଼ ଭାବରେ ଠିଆ ହୋଇଛି। ଫ୍ରାନ୍ସ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ବିଶ୍ୱ ବିତର୍କ ଆଉ ଭାରତ ନବସୃଜନ କରେ କି ନାହିଁ, ବରଂ କିଏ ଏହା ସହିତ ନବସୃଜନ କରିବାକୁ ଚାହେଁ ସେ ବିଷୟରେ ନୁହେଁ। ଫ୍ରାନ୍ସ ହେଉଛି ଏକମାତ୍ର ସ୍ପଷ୍ଟ ଉତ୍ତର। ଆମେ ଏଠାରେ ଅଛୁ। ଆମେ ଆପଣଙ୍କ ସହିତ ଏଠାରେ ରହିବାକୁ ଚାହୁଁଛୁ। ଭାରତ-ଫ୍ରାନ୍ସ ସମ୍ପର୍କ ଦୀର୍ଘଜୀବୀ ହେଉ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/17/1breaking-news-wednesday-2026-02-17-20-09-35.jpg)