ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Dec 18, 2025 18:07 IST
ଗଛରେ ପିଟି ହୋଇ ବାଇକ୍ ଚାଳକ ମୃତ
- ଗଛରେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ
- ନବରଂଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଅଘଟଣ
- ଗୌଡ଼ଗୁଡ଼ା ଗ୍ରାମ ନିକଟରେ ଭାରସାମ୍ୟ ହରାଇଲା ବାଇକ୍
- ମୃତ ବ୍ୟକ୍ତିଙ୍କର ମିଳି ନାହିଁ ପରିଚୟ
- ଅଗ୍ନିଶମ ପହଞ୍ଚି ମୃତ ଶରୀରକୁ କଲା ଜବତ
- Dec 18, 2025 18:06 IST
ଗୁଣିଗାରେଡ଼ି ନେଇ ହତ୍ୟାକାଣ୍ଡ ସନ୍ଦେହ
-ଆଦିବାସୀ ବୟସ୍କ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା-ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଘଟଣା-ଅନ୍ଧବିଶ୍ବାସକୁ ଜାବୁଡି ଧରିଥିବା ଲୋକେ ପୁଣି ହତ୍ୟାକାଣ୍ଡ-ଗୁଣିଗାରେଡି ସଂଦେହ କରି ଜଣେ ବୃଦ୍ଧକୁ ନିର୍ମମ ଭାବେ ହତ୍ୟା-ମୃତ ବ୍ୟକ୍ତି ହେଲେ ଉସ୍କାପାଲୀ ଗ୍ରାମର ମୁକ୍କା ପଡିଆମି - Dec 18, 2025 17:26 IST
ଆନନ୍ଦପୁର ଜାତୀୟ ରାଜପଥ୨୦ରେ ସିରିଜ ଦୁର୍ଘଟଣା
- ଆନନ୍ଦପୁରରେ ସିରିଜ ଦୁର୍ଘଟଣା
- ଆନନ୍ଦପୁର ଜାତୀୟ ରାଜପଥ୨୦ରେ ସିରିଜ ଦୁର୍ଘଟଣା
- ଘସିପୁରା ଥାନା କୋଳିମାଟି ନିକଟରେ ବସ୍ ସହିତ ଟ୍ରକ୍ ଓ କାର ଦୁର୍ଘଟଣା
- ତୀର୍ଥଯାତ୍ରୀ ଗାଡ଼ି ଓ କାରକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍
- ପୁରୀ ରାମଚଣ୍ଡୀ ଥାନା ଛଇତନା ଅଞ୍ଚଳରୁ ଆସିଥିଲେ ୩୦ ଜଣରୁ ଊର୍ଦ୍ଧ୍ବ ଯାତ୍ରୀ
- ଆହତ ଯାତ୍ରୀ ଆନନ୍ଦପୁର ମେଡିକାଲରେ ଭର୍ତ୍ତି
- ଅନ୍ୟ କିଛି ଯାତ୍ରୀ ଚାପି ହୋଇ ରହିଥିବା ସୂଚନା
- Dec 18, 2025 16:47 IST
ଜମିବାଡ଼ି ପାଇଁ ବୃଦ୍ଧା ମା କୁ ମାରିଦେଲା ପୁଅ ଓ ନାତି
ଯାଜପୁର: ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଖାନ୍ଦରାପୁର ସିଙ୍ଗଡ଼ା ଅଞ୍ଚଳରେ ଜମିବାଡି ବିବଦକୁ ନେଇ ଜେଜେମା ଉପରେ ପିକ୍ଅପ ଚଢ଼ାଇ ମାରିଦେଲା ନାତି। ସୂଚନା ମୁତାବକ ଆଜି ଘଟଣା ଘଟିବା ପରେ ଜେଜେମାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଏ ନେଇ ଆକ୍ରମଣକାରୀ ନାତି ଓ ପୁଅଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣି ଗଣମାଧ୍ୟମ ସାମ୍ନାରେ ନ୍ୟାୟ ମାଗିଛନ୍ତି ଝିଅ।
- Dec 18, 2025 15:46 IST
ଅମୃତଭଣ୍ଡା ପଡ଼ିବାରୁ ମହିଳାଙ୍କ ମୃତ୍ୟୁ
- ଅମୃତଭଣ୍ଡା ଦେହରେ ପଡ଼ିବାରୁ ମହିଳାଙ୍କ ମୃତ୍ୟୁ
- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଘଟଣା
- ଗୋଚ୍ଛାପଡ଼ା ଗାଁରେ ମହିଳାଙ୍କ ଉପରେ ପଡ଼ିଲା ଅମୃତଭଣ୍ଡା
- ଗୁରତର ଅବସ୍ଥାରେ ଡାକ୍ତରଖାନାରେ ହୋଇଥିଲେ ଭର୍ତ୍ତି
- ଡାକ୍ତରଖାନାରେ ମୃତ ଘୋଷଣା କଲେ ମହିଳା
/fit-in/580x348/filters:format(webp)/sambad/media/media_files/2025/12/18/1breaking-news-sunday-2025-12-18-15-45-54.jpg)
BREAKING NEWS Photograph: (sambad.in) - Dec 18, 2025 15:39 IST
ଗୋଚର ଜମିରେ କବର ନିର୍ମାଣକୁ ନେଇ ଉତ୍ତେଜନା
ବହଳଦା: ମୟୂରଂଭଜ ଜିଲ୍ଲା ବହଳଦା ବ୍ଲକ ଗମ୍ଭାରିଆ ମୈଜାର ଏକ ଗୋଚର ଜମିକୁ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକମାନେ ଜବର ଦଖଲ କରି କବର ନିର୍ମାଣ କାର୍ଯ୍ୟ କରିବା ନେଇ ଉତ୍ତେଜନା ଦେଖାଦେଇଥିଲା। ଖାତା ନ° ୨୨୧ (ରକ୍ଷିତ) ପ୍ଲଟ ନ°୯୨୨ କିସମ: ଗୋଚର ୬.୭୯ ଏକର ପରିମିତ ମୂଲ୍ୟବାନ ଗୋଚର ଜମିକୁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ମାନେ ଜବରଦଖଲ କରି କବର ନିର୍ମାଣ କରୁଥିଲେ ଫଳରେ ସଂପୃକ୍ତ ଗାଁର ଲୋକମାନେ ଏହାକୁ ବାରମ୍ବାର ବିରୋଧ କରିଆସୁଥିଲେ। ଏ ବାବଦ ଅଧିକାରୀମାନଙ୍କ ପାଖରେ ଅଭିଯୋଗ କଲାପରେ ମଧ୍ୟ କତ୍ତୃପକ୍ଷ କୌଣସି ସନ୍ତୋଷଜନକ ପଦକ୍ଷେପ ନନେବାରୁ ଗତକାଲି ଶତାଧିକ ଗ୍ରାମବାସୀ ଗମ୍ଭାରିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଥିଲେ। ସେ ସମୟରେ ବହଳଦା ତହସିଲଦାର ଶିବ ଚରଣ ମୁର୍ମୁ ମଧ୍ୟ ସରକାରୀ କାର୍ଯ୍ୟକ୍ରମ ପାଇଁ ସେଠାରେ ଉପସ୍ଥିତ ଥିଲେ ଏ ବାବଦରେ ତାଙ୍କୁ ଲୋକମାନେ ଜଣାଇବା ପରେ ତହସିଲଦାର ସ୍ଥିତି ଅନୁଧ୍ୟାନ କରିଥିଲେ। ତୁରନ୍ତ ଉକ୍ତ ସ୍ଥାନକୁ ଜବର ଦଖଲ ରୁ ମୁକ୍ତ କରିବା ପାଇଁ ପାଇଁ ରାଜସ୍ୱ ନିରିକ୍ଷକଙ୍କ କହିବା ସହ ଆସନ୍ତା ରବିବାର ସଂଧ୍ୟା ସୁଦ୍ଧା ଉକ୍ତ ସ୍ଥାନରେ ପୋତା ଯାଇଥିବା ଖୁଣ୍ଟ ଓ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
- Dec 18, 2025 15:37 IST
ଅଙ୍ଗନବାଡ଼ି ଦିଦିଙ୍କୁ ତାଲା ମାରିଲେ ଅଭିଭାବକ
- ଅଙ୍ଗନବାଡ଼ି କେନ୍ଦ୍ରରେ ଦିଦିଙ୍କୁ ତାଲା ମାରିଲେ ଅଭିଭାବକ
- ୬ମାସ ହେବ ଶିଶୁଙ୍କୁ ଖାଦ୍ୟ ଦେବାରେ ଅନିୟମିତତା ଅଭିଯୋଗ
- ବାଲେଶ୍ବର ଜିଲ୍ଲା ନୀଳିଗିରି ଅଞ୍ଚଳରେ ଅଘଟଣ
- କାଂଶ ପଞ୍ଚାୟତ ବଇଁଚା ଅଙ୍ଗନବାଡ଼ି କେନ୍ଦ୍ରରେ ଘଟଣା
- ଚାପା ଉତ୍ତେଜନା ପରେ ସୁପରଭାଇଜର ପହଞ୍ଚିଲେ
- ଉତ୍ତେଜିତ ଅଭିଭାବକଙ୍କୁ କଲେ ବୁଝାସୁଝା
/fit-in/580x348/filters:format(webp)/sambad/media/media_files/2025/12/18/anganwadi-2025-12-18-15-36-54.jpg)
Anganwadi workers locked in Balasore district. Photograph: (sambad.in) - Dec 18, 2025 14:57 IST
ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ୟୁରୋପୀୟ କମିଶନର ଅଧ୍ୟକ୍ଷ
ନୂଆଦିଲ୍ଲୀ: ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଜାନୁଆରି ୨୬ତାରିଖରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ।
- Dec 18, 2025 10:15 IST
ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ
ନୂଆଦିଲ୍ଲୀ: ଷ୍ଟାଚ୍ୟୁ ଅଫ୍ ୟୁନିଟି ତିଆରି କରି ଇତିହାସ ସୃଷ୍ଟି କରିଥିବା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ। ବୁଧବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ସେ ନୋଏଡାସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ବର୍ଷ ବୟସ ହୋଇଥିଲା।
- Dec 18, 2025 08:57 IST
ମିଆଁମାରରେ ୪.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ
ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନ୍ସିଏସ୍) ଅନୁଯାୟୀ ଗୁରୁବାର ସକାଳେ ମିଆଁମାରରେ ୪.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛୀ। ଏହାର କେନ୍ଦ୍ରସ୍ଥଳ ଥିଲା ୨୬.୦୭ ଉତ୍ତର ଅକ୍ଷାଂଶ ଏବଂ ୯୭.୦୦ ପୂର୍ବ ଦ୍ରାଘିମା। ଭୂମିକମ୍ପଟି ୧୦୦ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି। ବର୍ତ୍ତମାନ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତିର କ୍ଷତିର କୌଣସି ରିପୋର୍ଟ ନାହିଁ। ଏହାର ଲମ୍ବା ଉପକୂଳ ସହିତ, ମିଆଁମାର ମଧ୍ୟମରୁ ବଡ଼ ଭୂମିକମ୍ପ ଏବଂ ସୁନାମି ବିପଦର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ। ମିଆଁମାର ଚାରୋଟି ଟେକ୍ଟୋନିକ୍ ପ୍ଲେଟ୍ (ଭାରତୀୟ, ୟୁରେସିଆନ୍, ସୁଣ୍ଡା ଏବଂ ବର୍ମା ପ୍ଲେଟ୍) ମଧ୍ୟରେ ଘେରି ରହିଛି। ଏହି ପ୍ଲେଟ୍ଗୁଡ଼ିକ ସକ୍ରିୟ ଭୂତାତ୍ତ୍ୱିକ ପ୍ରକ୍ରିୟାରେ ପରସ୍ପର ସହିତ ଧକ୍କା ଖାଇଥାଏ, ଯାହା ଫଳରେ ବାରମ୍ବାର ଭୂମିକମ୍ପ ହୁଏ।
/fit-in/580x348/filters:format(webp)/sambad/media/media_files/2025/12/07/01earthquake-2025-12-07-07-27-41.jpg)
Earthquake Photograph: (File) - Dec 18, 2025 07:59 IST
ପ୍ରଦୂଷଣ ନେଇ ଆଜିଠାରୁ ଦିଲ୍ଲୀରେ କଡ଼ା କଟକଣା
ନୂଆଦିଲ୍ଲୀ: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ଆଜିଠାରୁ କିଛି କଠୋର କଟକଣା ଲାଗୁ କରୁଛନ୍ତି। ଏହି କଟକଣା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିପାରେ। ଗୁରୁବାର ଠାରୁ କେବଳ ବୈଧ PUC ପ୍ରମାଣପତ୍ର ଥିବା ଯାନଗୁଡ଼ିକ ଦିଲ୍ଲୀରେ ଡିଜେଲ/ପେଟ୍ରୋଲ ପାଇଁ ଉପଲବ୍ଧ ହେବ। ଏହାକୁ ଯାଞ୍ଚ କରିବା ପାଇଁ ସମସ୍ତ ପେଟ୍ରୋଲ ପମ୍ପରେ ଦଳ ନିୟୋଜିତ ହେବେ। ଅନ୍ୟ ରାଜ୍ୟରେ ପଞ୍ଜିକୃତ BS-6 ଯାନଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାରୁ ବାରଣ କରାଯିବ। ଏହା ସର୍ବାଧିକ ସମସ୍ୟା ସୃଷ୍ଟି କରିବ। BS-6 ମାନକ ୨୦୨୦ ଅପ୍ରେଲ ୧ ତାରିଖ ଠାରୁ କାର୍ଯ୍ୟକାରୀ ହେବା ପରଠାରୁ, ହରିୟାଣା ସମେତ ଅନ୍ୟ ରାଜ୍ୟରେ ପଞ୍ଜିକୃତ ଏହି ବର୍ଗର ଅଳ୍ପ ସଂଖ୍ୟକ ଯାନ ଦିଲ୍ଲୀରେ ପ୍ରବେଶ କରିପାରିବ। ଯଦି ଅନ୍ୟ ରାଜ୍ୟରେ ପଞ୍ଜିକୃତ BS-6 ମାନକ ତଳେ ଥିବା ଯାନଗୁଡ଼ିକ ଦିଲ୍ଲୀରେ ଚାଲୁଥିବା ଦେଖାଯାଏ, ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
/fit-in/580x348/filters:format(webp)/sambad/media/media_files/2025/11/24/delhi-pollution-2025-11-24-22-31-04.jpg)
Delhi Pollution - Dec 18, 2025 07:30 IST
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଆଜି ଏଫ୍ଟିଏ ଚୁକ୍ତିନାମା
ନୂଆଦିଲ୍ଲୀ: ଭାରତ ଏବଂ ଓମାନ ଗୁରୁବାର ଦିନ ମସ୍କଟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବେ, ଯାହା ଦ୍ଵାରା ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଅଟୋମୋବାଇଲ୍, ଅଟୋ ଉପାଦାନ, ମଣି ଏବଂ ଅଳଙ୍କାର ଭଳି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବ। ମୋଦୀ ତାଙ୍କର ଚାରି ଦିନିଆ ତିନି ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ବୁଧବାର ଇଥିଓପିଆର ଆଡିସ୍ ଆବାବାରୁ ଓମାନର ମସ୍କଟରେ ପହଞ୍ଚିଥିଲେ।
Narendra Modi Photograph: (Hindustan Times) - Dec 18, 2025 07:16 IST
ଦିଲ୍ଲୀରେ ଶୂନ୍ୟକୁ ଖସି ଆସିଲା ଦୃଶ୍ୟମାନତା
ନୂଆଦିଲ୍ଲୀ: ଉତ୍ତର ଭାରତରେ ଘନ କୁହୁଡ଼ି ଏବଂ ବିଷାକ୍ତ କୁହୁଡ଼ି ତାଣ୍ଡବ ଜାରି ରଖିଛି। ଗତକାଲି ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ କୁହୁଡ଼ି ଯୋଗୁଁ ବାତିଲ କରାଯାଇଥିଲା। ଆଜି ସକାଳେ ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ିର ଆବରଣ ଘୋଡ଼ାଇ ହୋଇଯାଛି, ଯାହା ଫଳରେ ଅନେକ ଅଞ୍ଚଳରେ ଦୃଶ୍ୟମାନତା ଶୂନ୍ୟ ହୋଇଯାଇଛି। ଜବାହରଲାଲ ନେହେରୁ ଷ୍ଟାଡିୟମ ଚାରିପାଖରେ ବିଷାକ୍ତ କୁହୁଡ଼ିର ଏକ ଘନ ସ୍ତର ଦୃଶ୍ୟମାନ ହୋଇଛି, ଯେଉଁଠାରେ AQI ୩୪୯ରେ ’ଅତି ଖରାପ’ ବର୍ଗରେ ରେକର୍ଡ କରାଯାଇଛି।
/fit-in/580x348/filters:format(webp)/sambad/media/media_files/2025/12/18/fog-2025-12-18-07-16-07.jpg)
Dense fog in Delhi on Thursday morning. Photograph: (Aajtak)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/17/1breaking-news-thursday-2025-12-17-22-43-40.jpg)