🔴 LIVE | News Updates 18th Dec 2025: ଅଙ୍ଗନବାଡ଼ି ଦିଦିଙ୍କୁ ତାଲା ମାରିଲେ ଅଭିଭାବକ, ଏନକାଉଣ୍ଟରରେ ୩ନକ୍ସଲ ନିପାତ

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Thursday

BREAKING NEWS Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Dec 18, 2025 23:05 IST

    ଡିଜିଟାଲ ଆରେଷ୍ଟରେ ଫସିଲେ ଡାକ୍ତର, ୧୨ ଲକ୍ଷରୁ ଊର୍ଦ୍ଧ୍ବ ହରାଇଲେ  

    ରାୟଗଡା: ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳାଡାକ୍ତର। ସୂଚନାରୁ ଜଣାପଡିଛି ରାୟଗଡା  ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି । ଏନେଇ ଡାକ୍ତର ଚୌଧୁରୀ ରାୟଗଡା ଥାନାରେ ଏତଲା ଦେଇଥିବା ଜଣାପଡିଛି। ସୂଚନା ଅନୁସାରେ କିଛି ଦିନ ତଳେ ତାଙ୍କୁ ଏକ ଫୋନ୍ କଲ ଆସିଥିଲା।  ବ୍ୟକ୍ତି ଜଣକ ଏକ କୋରିୟର ଅଫିସ୍‌ରୁ କହୁଥିବା ପରିଚୟ ଦେଇ ମମତାଙ୍କ ଆଧାର କାର୍ଡ ସହ ଲିଙ୍କ୍ ଥିବା ଏକ ସନ୍ଦେହଜନକ ବ୍ୟାଗ୍ ଆସିଥିବା କହିବା ସହ ଆପଣଙ୍କ ନାମରେ ସଂଗିନ ଅଭିଯୋଗ ଅଛି ବୋଲି କହିଥି‌ଲେ।  ସଙ୍ଗେ ସଙ୍ଗେ କଲ୍ ନକଲି  ପୁଲିସ ଅଫିସରଙ୍କ ନିକଟକୁ ଟ୍ରାନ୍ସଫର ମଧ୍ୟ ହୋଇଥିଲା। ଭେରିଫିକେସନ ଶେଷ ନ ହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ସାଇବର ଫ୍ରଡ  ଜଣକ ଡାକ୍ତର ମମତାଙ୍କୁ କହିଥିଲେ। ନଚେତ ତାଙ୍କୁ ଗିରଫ କରାଯିବ ବୋଲି ଧମକ ଦେଇଥିଲେ। ଏଥିରେ ସହ‌ଯୋଗ ନ କରିଲେ ଅସୁବିଧାର ସମ୍ମୁଖିନ ହେବ‌େ ବୋଲି ତାଙ୍କୁ ଧମକା ଯାଇଥିଲା। ଦୁଇ ଦିନ ମଧ୍ୟରେ ଡାକ୍ତର ମମତା ଡିଜିଟାଲ ଆରେଷ୍ଟର ଶିକାର ହୋଇ  ୧୨ ଲକ୍ଷ ଟଙ୍କାରୁ ଉର୍ଧ ଟଙ୍କା ଠକେଇର ଶିକାର ହୋଇଥିଲେ। ଡାକ୍ତର ମମତାଙ୍କ ଅଭିଯୋଗ କ୍ରମେ ରାୟଗଡା ପୁଲିସ ଏବଂ ପୁଲିସର ସାଇବର ସେଲ ବିଭାଗ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ରାୟଗଡା ଆଇଆଇସି ପ୍ରସନ୍ନ କୁମାର ବେହେରା ଏନେଇ ମାମଲା ରୁଜୁ ହୋଇଥିବା ନେଇ ସୂଚନା ଦେଇଥିବା ବେଳେ ଡାକ୍ତର ମମତାଙ୍କୁ ଫୋନ ଯୋଗେ ପଚାରିବାରୁ କୌଣସି ସୂଚନା ଦେଇନଥିଲେ।

  • Dec 18, 2025 21:53 IST

    ଶୌଚାଳୟରେ ପଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀର ମୃତ୍ୟୁ

    ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ବୀର ଲକ୍ଷ୍ମଣ ନାୟକ ସେବାଶ୍ରମର ହୋଷ୍ଟେଲରେ ରହି ପାଠ ପଢୁଥିବା ପଞ୍ଚମ ଶ୍ରେଣୀର ଛାତ୍ରୀ ଆଜି ଶୌଚାଳୟରେ ପଡ଼ି ମୃତ୍ୟୁବରଣ କରିଛି। ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ବିଏଲପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିବାପରେ ମାଲକାନଗିରି ମେଡିକାଲକୁ ଆଣିଥିଲେ। ତେବେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ। ଘଟଣା ଅନୁଯାୟୀ ପଞ୍ଚମ ଶ୍ରେଣୀ ଛାତ୍ରୀ ଧରିତ୍ରୀ କେମୁଡୁ(୧୦) ଶୌଚ ପାଇଁ ସ୍କୁଲର ଶୌଚାଳୟକୁ ଯାଇଥିଲେ।

    ତେବେ ସେ ଆସିବାର ଡେରି ହେବାରୁ ତାଂକ ସାଥୀ ଯାଇ ଦେଖିଲା ବେଳକୁ ସେ ତଳେ ପଡିଯାଇ ଅଚେତ ହୋଇଯାଇଥିଲେ। ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର ଦେବା ପରେ ସେମାନେ ଧରିତ୍ରୀଙ୍କୁ ସ୍ଥାନୀୟ ବିଏଲପୁର ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଗୁରୁତର ଥିବା କହି ମାଲକାନଗିରି ନେବାକୁ ପରାମର୍ଶ ଦେଇଥିଲେ। ତୁରନ୍ତ ଧରିତ୍ରୀଙ୍କୁ ମାଲକାନଗିରି ବଡ଼ ମେଡିକାଲକୁ ଅଣାଯାଇଥିଲା। କିନ୍ତୁ ସେଠାରେ ତାଂକୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଛାତ୍ରୀଙ୍କୁ ଫିଡସ୍ ରୋଗ ରହିଥିବା ଜଣାପଡ଼ିଛି। ଡାକ୍ତର ଏନେଇ କୌଣସି ସୂଚନା ଦେଇନଥିଲେ ମଧ୍ୟ ଶବ ବ୍ୟବଛେଦ ପରେ ହିଁ ସଠିକ ରିପୋର୍ଟ କୁହାଯାଇପାରିବ ବୋଲି କହିଥିଲେ। ଅନ୍ୟଦିଗରେ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀନିବାସ ଆଚାରୀଙ୍କୁ ପଚାରିବାରୁ ସେ ଝିଅର ମୃତ୍ୟୁକୁ ସ୍ବୀକାର କରିବା ସହ ତାଂକର ମୃତ୍ୟୁ ସଂପର୍କରେ ସେ ସଠିକ ଭାବେ କହିପାରିବେ ନାହିଁ ବୋଲି କହିଥିଲେ। ତେବେ ତଦନ୍ତ ପରେ ହିଁ ଛାତ୍ରୀଙ୍କୁ କଣ ହୋଇଥିଲା କୁହାଯାଇପାରିବ ବୋଲି କୁହାଯାଇଛି।

  • Dec 18, 2025 21:33 IST

    ଘରର କାନ୍ଥ ପଡ଼ି ଶିଶୁକନ୍ୟାର ମୃତ୍ୟୁ

    • ଘରର କାନ୍ଥ ପଡ଼ି ଶିଶୁକନ୍ୟାର ମୃତ୍ୟୁ, ଦୁଇ ଜଣ ଗୁରୁତର
    • ମୃତ ଶିଶୁକନ୍ୟା ନବରଂଗପୁର ଜିଲ୍ଲା ଝରିଗାଁ ଅଞ୍ଚଳର
    • ବକଡ଼ାବେଡ଼ା ପଞ୍ଚାୟତ ଅନ୍ତର୍ଗତ କମାବନ୍ଧ ଗ୍ରାମରେ ଅଘଟଣ
    • ବୈଶାଖୁ ଭତରାଙ୍କ ଝିଅ ଯମୁନା ଭତରା ମୃତ
    • ଆହତ ଦୁଇଶିଶୁ ହେଲେ ଧନନ୍ତି ଭତରା ଓ ଜ୍ୟୋତି ଭତରା  

  • Dec 18, 2025 21:07 IST

    ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ

    ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ଠାରେ ଥିବା ପ୍ରାଚୀନ ଐତିହ୍ୟସ୍ଥଳୀରୁ ବେଆଇନ ଜବରଦଖଲ ଉଚ୍ଛେଦ ଲାଗି ପ୍ରତ୍ନତତ୍ତ୍ୱ ବିଭାଗ ପଦକ୍ଷେପ ନେଇଥିବା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ। ଆଜି ରାଜ୍ୟ ସଭାରେ ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଶିଶୁପାଳଗଡ଼ ଦୁର୍ଗର ଭିତର ଏବଂ ବାହାର ଅବଶେଷ ମଧ୍ୟରୁ ଅଧିକାଂଶ ଭାଗ ମାଟି ତଳେ ପୋତି ହୋଇ ରହିଛି। ଏହି ସ୍ଥାନକୁ  ୨୫ ନଭେମ୍ବର ୧୯୫୦ରେ ସରକାରୀ ଗେଜେଟ୍‌ ବିଜ୍ଞପ୍ତି ସଂଖ୍ୟା ୩୪ ମାଧ୍ୟମରେ ସଂରକ୍ଷିତ ଐତିହ୍ୟ ସ୍ଥଳୀ ରୂପେ ଘୋଷଣା କରାଯାଇଥିଲା। ମୋଟ୍‌ ସଂରକ୍ଷିତ ଐତିହ୍ୟସ୍ଥଳୀର ପରିସର ୫୬୨.୬୮୧ ଏକର ହୋଇଥିବା ବେଳେ ଉଭୟ ସରକାରୀ ଏବଂ ଘରୋଇ ମାଲିକାନାରେ ଜମି ରହିଛି। ବେଆଇନ କାର୍ଯ୍ୟକଳାପ ବିରୋଧରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଭିଯୋଗ ଦାୟର କରିଛି। ପ୍ରାଚୀନ ସ୍ମାରକୀ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଏବଂ ଅବଶେଷ ଆଇନ, ୧୯୫୮ଏବଂ ନିୟମ ୧୯୫୯ ଆଧାରରେ ଖିଲାପକାରୀଙ୍କୁ ନୋଟିସ ଜାରି କରାଯାଇଛି। ଶିଶୁପାଳଗଡ଼ରେ ଜବରଦଖଲକୁ ନେଇ ହାଇକୋର୍ଟରେ ମଧ୍ୟ ଏକ ମାମଲା ଦାୟର କରାଯାଇଥିଲା। ବର୍ତ୍ତମାନ ମାମଲାର ସମାଧାନ ହୋଇସାରିଛି।

  • Dec 18, 2025 21:02 IST

    ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବେ ଟେକ ବଗର୍ତ୍ତୀ

    କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ସ୍ଥିତ ଅମର ଡିଗ୍ରି କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରି ୨୬ ତାରିଖ ଦିନ ନୂଆଦିଲ୍ଲୀ ଠାରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ଅଞ୍ଚଳରେ ଆନନ୍ଦର ବାତାବରଣ ଖେଳିଯାଇଛି।

     

    Tek
    Teka Bargati to be participated in Republic Day parade in New Delhi. Photograph: (sambad.in)

     

    ମଦନପୁରାମପୁର ବ୍ଲକ ମୁଡିଙ୍ଗ ପଞ୍ଚାୟତର ଦୁର୍ଲାଦୁନି ଗ୍ରାମର ଭଗବାନ ବର୍ତ୍ତୀ ଓ ରୂପବତୀ ବଗର୍ତ୍ତୀଙ୍କ ପୁଅ ଟେକ ବଗର୍ତ୍ତୀ କୁର୍ଶୁଲା ଅମର ଡିଗ୍ରି ମହାବିଦ୍ୟାଳୟରେ ବର୍ତ୍ତମାନ ଯୁକ୍ତତିନି (କଳା) ବିଭାଗର ଛାତ୍ର ଅଟନ୍ତି। ସେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ)ର ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ପରିଚିତ। ଗ୍ରାମାଞ୍ଚଳରୁ ଆସି ମଧ୍ୟ ସେ ପୂର୍ବରୁ ଆୟୋଜିତ କଠିନ ପ୍ରି-ଆରଡି କ୍ୟାମ୍ପର ସମସ୍ତ ପର୍ଯ୍ୟାୟକୁ ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସଫଳତାର ସହ ଅତିକ୍ରମ କରିପାରିଛନ୍ତି। ତାଙ୍କର ଏହି ବିରଳ କୃତିତ୍ୱ ପାଇଁ କଲେଜ ଅଧ୍ୟକ୍ଷ ନବୀନ କୁମାର ପଧାନ ଧନ୍ୟବାଦ ଜଣାଇବା ସହ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ପ୍ରେରଣାଦାୟକ ହେବେ ବୋଲି ପ୍ରକାଶ କରିଛନ୍ତି। 

    ରିପୋର୍ଟ: ଭଜଶ୍ୟାମ ସାହୁ 

  • Dec 18, 2025 20:27 IST

    ସାନଭାଇର କାଠ ଫାଳିଆ ମାଡ଼ରେ ମଝିଆ ଭାଇ ମୃତ 

    ଚକାପାଦ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଚକାପାଦ ବ୍ଳକ କୁସୁମେଣ୍ଡି ପଞ୍ଚାୟତ ସୁନାପାଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସାନଭାଇ ସନ୍ତୋଷ ପ୍ରଧାନ (୩୦)ର କାଠ ଫାଳିଆ ଓ ଇଟାରେ ଆକ୍ରମଣରେ ମଝିଆଭାଇ ନରେଶ ପ୍ରଧାନ (୩୫)ଙ୍କ ମୃତ୍ୟୁ ଘଟିଛି। ଏନେଇ ଟିକାବାଲି ଥାନାରେ ୨୭୮/୨୫ରେ ମାମଲା ରୁଜୁ ହୋଇଥବା ବେଳେ  ଫୁଲବାଣୀ  ମୂଖ୍ୟ ଡାକ୍ତରଖାନାରେ ଶବ ବ୍ୟବଛେଦ ହୋଇ ପରିବାରକୁ ହସ୍ତାନ୍ତର କରିଥିବା ନେଇ  ଥାନା ଅଧିକାରୀ ପ୍ରଜ୍ଞା ରୀତାମ୍ଭର କର  ସୂଚନା ଦେଇଛନ୍ତି।

    Dead
     Photograph: (sambad)

    ଗତକାଲି ରାତିରେ କୌଣସି କାରଣରୁ  ଦ୍ଵିତୀୟ ନମ୍ବର୍ ଭାଇ ବିଜେଶ ପ୍ରଧାନକୁ ମାଡ଼ ମାରିଥିବା ବେଳେ ତୃତୀୟ ନମ୍ବର ଭାଇ ନରେଶ ପ୍ରଧାନ କାହିଁକି ମାଡ଼ ମାରିଛୁ ପଚାରିବାରୁ  ଏଥିରେ  ସବୁଠାରୁ ସାନ ଭାଇ ସନ୍ତୋଷ ଉକ୍ଷିପ୍ତ ହୋଇ ତୃତୀୟ ନମ୍ବର ଭାଇ ନରେଶକୁ କାଠ ଫାଳିଆ ଓ ଇଟା ଦ୍ଵାର ମାଡମାରିବା ଦ୍ଵାର  ମୁଣ୍ଡରେ ଖୁବ୍ ଯୋରରେ ଆଘାତ  ଲାଗି ପ୍ରଚୁର ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ଅଚେତ୍ ଅବସ୍ଥାରେ ତଳେ ପଡ଼ିଯାଇଥିଲା। ଏହାପରେ ପରିବାର ଲୋକେ ପ୍ରଥମେ ଖଜୁରୀପଡ଼ା ସ୍ଵାସ୍ଥ୍ୟ କେନ୍ଦ୍ର ପରେ ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଫୁଲବାଣୀ ମୂଖ୍ୟ ଡାକ୍ତରଖାନାକୁ  ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  

  • Dec 18, 2025 20:24 IST

    ମଣ୍ଡି ପରିଦର୍ଶନରେ ନର୍ଲା ବିଧାୟିକା 

    ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟିକା ମନୋରମା ମହାନ୍ତି ଗୁରୁବାର ଅପରାହ୍ନରେ ନର୍ଲା ବ୍ଲକ ଅଧିନ ରୁପ୍ରା ଧାନମଣ୍ଡି ପରିଦର୍ଶନରେ ଆସିଥିଲେ। ସେହିପରି ବିଜେଡିର ଏକ ଜିଲ୍ଲା ସ୍ତରୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟ ତାଙ୍କ ସହ ଆସିଥିଲେ। ବିଜେଡିର ବରିଷ୍ଠ ନେତା ସାମନ୍ତ ଖମାରୀ, ପ୍ରଶାନ୍ତ ନାଏକ, ଭବାନୀପାଟଣା ମୁନିସିପାଲର ପୂର୍ବ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ରାଜ୍ୟ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ବଲାଙ୍ଗୀର ଜୋନ୍ ସଭାପତି ମନୀନ୍ଦ୍ର ମହାନ୍ତି, ଯୁବନେତା ପୀତବାସ ବେହେରା ଓ ଗୋବିନ୍ଦ ତାଣ୍ଡି ପ୍ରମୁଖ ମଣ୍ଡି ପରିଦର୍ଶନ କରି ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ଧାନର କଟନି ଛଟନି, ଅଖାବସ୍ତାର ଓଜନ ଓ ଧାନର ବର୍ଦ୍ଧିତ ଏମ୍‌ଏସ୍‌ପି ମୂଲ୍ୟ ୬୯ଟଙ୍କା ବାବଦରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହ ଆଲୋଚନା କରି ମୋହନ ମାଝୀ ସରକାରଙ୍କୁ ସମାଲୋଚନା କରିଥିଲେ। ଅଖାବସ୍ତାର ଓଜନକୁ ନେଇ ମିଲର୍ସ୍ ସହିତ ଆଲୋଚନା କରିବା ପାଇଁ ବିଧାୟିକା ମତପ୍ରକାଶ କରିଥିଲେ।

    Rupra

    ସେହିପରି ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଚାଷୀମାନେ ମଣ୍ଡିରେ କିପରି ଖୋଲା ଆକାଶ ତଳେ ନିଜର ଧାନ ଜଗି ରହୁଛନ୍ତି, ସେଥିପାଇଁ କ୍ଷୋଭ ପ୍ରକାଶ କରିଥିଲେ। ବିଜେଡି ଦଳ ଚାଷୀଙ୍କ ପଛରେ ରହିଛି, ଏଣୁ ଚାଷୀର ହକ୍ ପାଇବା ପାଇଁ ଦରକାର ହେଲେ ଆନ୍ଦୋଳନ ଆରମ୍ଭ ହେବବୋଲି ମତ ପ୍ରକାଶ କରିଥିଲେ। ରୁପ୍ରା ପେକ୍ସ୍ ସଭାପତି ସରୋଜ ରାଉତ, ଧାନକ୍ରୟ କେନ୍ଦ୍ରର ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ କୁମୁଦ ଚନ୍ଦ୍ର ମହାନନ୍ଦ, ପେକ୍ସ୍ ଡାଇରେକ୍ଟର ଅଜୟ ସେନାପତି ଓ ଚୁଡାମଣି ବିଶ୍ୱାଳ, RMC କର୍ମଚାରୀ କାହ୍ନା ପଧାନ, ଚାଷୀ ତେଜରାଜ ସାହୁ, ସନ୍ତୋଷ ସାହୁ, ନବୀନ ପଧାନଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ।

    ରିପୋର୍ଟ: ଅଜୟ ସେନାପତି 

  • Dec 18, 2025 20:20 IST

    ଭିଟାମାଟିକୁ ପୁଣି ଫେରୁଛି ଦାଦନ ଶ୍ରମିକଙ୍କ ମୃତଦେହ

    କୋକସରା: କଳାହାଣ୍ଡି ଜିଲ୍ଲାରେ ଦାଦନ ମୃତ୍ୟୁ ସଂଖ୍ୟା ଥମିବାର ନା ଧରୁନି। ପୁଣି କୋକସରା ଥାନା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ବିଶାଖାପାଟଣାରେ ହଠାତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯୁବକ ଜଣକ ସେଠାରେ ଏକ କମ୍ପାନିରେ କାମ କରୁଥିଲେ। ଆଜି ସକାଳେ ଅସୁସ୍ତତା ଅନୁଭବ କରିବାରୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। ହେଲେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣକ କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ମିର୍ଜାପୁର ଗ୍ରାମ  ଅନିଲ ସାଗର (୪୦) ବୋଲି ଜଣାପଡିଛି। ସେ ୨ ବର୍ଷ ହେବ ବିଶାଖାପାଟଣାରେ ନିଜ ସ୍ତ୍ରୀ ସହ ରହୁଥିଲେ। ତାଙ୍କ ମୃତଦେହ ନିଜ ଜନ୍ମମାଟି ମିର୍ଜାପୁର ଗ୍ରାମକୁ ଅଣା ଯାଉଥୁବା ପରିବାର ପକ୍ଷରୁ ସୂଚନା। 

  • Dec 18, 2025 20:13 IST

    ମୟୂରଭଂଜରେ ମାତିଲେ ଲୁଟେରା

    • ଉଦଳା-କପ୍ତିପଦା ଥାନା ଅଞ୍ଚଳରେ ମାତିଲେ ଲୁଟେରା
    • ଦୁଇ ରାଉଣ୍ଡ ଗୁଳି ଫୁଟାଇଲେ ଦୁର୍ବୃତ୍ତ 
    • ଗହଣା ବ୍ୟାଗ ଲୁଟି ହୋଇଗଲେ ଫେରାର
    • କପ୍ତିପଦା ଥାନା ସୋଲଗଡିଆ ଛକରେ ଲୁଟ୍‌
    • ଗହଣା ବ୍ୟବସାୟୀ ହରିଶ ରଣାଙ୍କ ନିକଟରୁ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ୍‌
    • ବାଇକରେ ଆସି ଲୁଟିଲେ ୬ ଲୁଟେରା
    • ପୁଲିସ ତଦନ୍ତ ଆରମ୍ଭ 

  • Dec 18, 2025 18:47 IST

    ମଦ ପିଇ ମାତାଲ ହେଲେ ଶିକ୍ଷକ

    • ମଦ ପିଇ ମାତାଲ ହେଲେ ଶିକ୍ଷକ!
    • ସରକାରୀ ସ୍କୁଲରେ ୩୦ପିଲାଙ୍କୁ ମାଡ଼ ମାରିଲେ
    • ଗୋଡ଼େଇ ଗୋଡ଼େଇ ପିଟଥିବା ଆସିଲା ଅଭିଯୋଗ
    • ସହକାରୀ ଶିକ୍ଷକ ଧରଣୀଧର ବେହେରା କଲେ ପ୍ରଚୁର ମଦ୍ୟପାନ
    • ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଗୁରୁତର ସୂଚନା
    • ଘଟଣାସ୍ଥଳରୁ ମଦ୍ୟପ ଶିକ୍ଷକ ଫେରାର
    • ମଦ୍ୟପ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି
    • ବିଇଓଙ୍କ ନେତୃତ୍ବରେ ଘଟଣାର ତଦନ୍ତ ଜାରି 

  • Dec 18, 2025 18:07 IST

    ଗଛରେ ପିଟି ହୋଇ ବାଇକ୍‌ ଚାଳକ ମୃତ

    • ଗଛରେ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ
    • ନବରଂଗପୁର  ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଅଘଟଣ
    • ଗୌଡ଼ଗୁଡ଼ା ଗ୍ରାମ ନିକଟରେ ଭାରସାମ୍ୟ ହରାଇଲା ବାଇକ୍‌
    • ମୃତ ବ୍ୟକ୍ତିଙ୍କର ମିଳି ନାହିଁ ପରିଚୟ
    • ଅଗ୍ନିଶମ ପହଞ୍ଚି ମୃତ ଶରୀରକୁ କଲା ଜବତ 
       

  • Dec 18, 2025 18:06 IST

    ଗୁଣିଗାରେଡ଼ି ନେଇ ହତ୍ୟାକାଣ୍ଡ ସନ୍ଦେହ

    -ଆଦିବାସୀ ବୟସ୍କ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା
    -ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଘଟଣା
    -ଅନ୍ଧବିଶ୍ବାସକୁ ଜାବୁଡି ଧରିଥିବା ଲୋକେ ପୁଣି ହତ୍ୟାକାଣ୍ଡ
    -ଗୁଣିଗାରେଡି ସଂଦେହ କରି ଜଣେ ବୃଦ୍ଧକୁ ନିର୍ମମ ଭାବେ ହତ୍ୟା
    -ମୃତ ବ୍ୟକ୍ତି ହେଲେ ଉସ୍କାପାଲୀ ଗ୍ରାମର ମୁକ୍କା ପଡିଆମି

  • Dec 18, 2025 17:26 IST

    ଆନନ୍ଦପୁର ଜାତୀୟ ରାଜପଥ୨୦ରେ ସିରିଜ ଦୁର୍ଘଟଣା

    • ଆନନ୍ଦପୁରରେ ସିରିଜ ଦୁର୍ଘଟଣା
    • ଆନନ୍ଦପୁର ଜାତୀୟ ରାଜପଥ୨୦ରେ ସିରିଜ ଦୁର୍ଘଟଣା
    • ଘସିପୁରା ଥାନା କୋଳିମାଟି ନିକଟରେ ବସ୍‌ ସହିତ ଟ୍ରକ୍‌ ଓ କାର ଦୁର୍ଘଟଣା
    • ତୀର୍ଥଯାତ୍ରୀ ଗାଡ଼ି ଓ କାରକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍‌
    • ପୁରୀ ରାମଚଣ୍ଡୀ ଥାନା ଛଇତନା ଅଞ୍ଚଳରୁ ଆସିଥିଲେ ୩୦ ଜଣରୁ ଊର୍ଦ୍ଧ୍ବ ଯାତ୍ରୀ
    • ଆହତ ଯାତ୍ରୀ ଆନନ୍ଦପୁର ମେଡିକାଲରେ ଭର୍ତ୍ତି
    • ଅନ୍ୟ କିଛି ଯାତ୍ରୀ ଚାପି ହୋଇ ରହିଥିବା ସୂଚନା  

  • Dec 18, 2025 16:47 IST

    ଜମିବାଡ଼ି ପାଇଁ ବୃଦ୍ଧା ମା କୁ ମାରିଦେଲା ପୁଅ ଓ ନାତି

    ଯାଜପୁର: ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ଖାନ୍ଦରାପୁର ସିଙ୍ଗଡ଼ା ଅଞ୍ଚଳରେ ଜମିବାଡି ବିବଦକୁ ନେଇ ଜେଜେମା ଉପରେ ପିକ୍‌ଅପ ଚଢ଼ାଇ ମାରିଦେଲା ନାତି। ସୂଚନା ମୁତାବକ ଆଜି ଘଟଣା ଘଟିବା ପରେ ଜେଜେମାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଏ ନେଇ ଆକ୍ରମଣକାରୀ ନାତି ଓ ପୁଅଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣି ଗଣମାଧ୍ୟମ ସାମ୍ନାରେ ନ୍ୟାୟ ମାଗିଛନ୍ତି ଝିଅ।

  • Dec 18, 2025 15:46 IST

    ଅମୃତଭଣ୍ଡା ପଡ଼ିବାରୁ ମହିଳାଙ୍କ ମୃତ୍ୟୁ

    • ଅମୃତଭଣ୍ଡା ଦେହରେ ପଡ଼ିବାରୁ ମହିଳାଙ୍କ ମୃତ୍ୟୁ
    • କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଘଟଣା
    • ଗୋଚ୍ଛାପଡ଼ା ଗାଁରେ ମହିଳାଙ୍କ ଉପରେ ପଡ଼ିଲା ଅମୃତଭଣ୍ଡା
    • ଗୁରତର ଅବସ୍ଥାରେ ଡାକ୍ତରଖାନାରେ ହୋଇଥିଲେ ଭର୍ତ୍ତି
    • ଡାକ୍ତରଖାନାରେ ମୃତ ଘୋଷଣା କଲେ ମହିଳା
    1BREAKING NEWS  Sunday
    BREAKING NEWS Photograph: (sambad.in)

     

  • Dec 18, 2025 15:39 IST

    ଗୋଚର ଜମିରେ କବର ନିର୍ମାଣକୁ ନେଇ ଉତ୍ତେଜନା

    ବହଳଦା: ମୟୂରଂଭଜ ଜିଲ୍ଲା ବହଳଦା ବ୍ଲକ ଗମ୍ଭାରିଆ ମୈଜାର ଏକ ଗୋଚର ଜମିକୁ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକମାନେ ଜବର ଦଖଲ କରି କବର ନିର୍ମାଣ କାର୍ଯ୍ୟ କରିବା ନେଇ ଉତ୍ତେଜନା ଦେଖାଦେଇଥିଲା। ଖାତା ନ° ୨୨୧ (ରକ୍ଷିତ) ପ୍ଲଟ ନ°୯୨୨ କିସମ: ଗୋଚର ୬.୭୯ ଏକର ପରିମିତ ମୂଲ୍ୟବାନ ଗୋଚର ଜମିକୁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ମାନେ ଜବରଦଖଲ କରି କବର ନିର୍ମାଣ କରୁଥିଲେ ଫଳରେ ସଂପୃକ୍ତ ଗାଁର ଲୋକମାନେ ଏହାକୁ  ବାରମ୍ବାର ବିରୋଧ କରିଆସୁଥିଲେ। ଏ ବାବଦ ଅଧିକାରୀମାନଙ୍କ ପାଖରେ ଅଭିଯୋଗ କଲାପରେ ମଧ୍ୟ କତ୍ତୃପକ୍ଷ କୌଣସି ସନ୍ତୋଷଜନକ ପଦକ୍ଷେପ ନନେବାରୁ ଗତକାଲି ଶତାଧିକ ଗ୍ରାମବାସୀ ଗମ୍ଭାରିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଥିଲେ। ସେ ସମୟରେ ବହଳଦା ତହସିଲଦାର ଶିବ ଚରଣ ମୁର୍ମୁ ମଧ୍ୟ ସରକାରୀ କାର୍ଯ୍ୟକ୍ରମ ପାଇଁ ସେଠାରେ ଉପସ୍ଥିତ ଥିଲେ ଏ ବାବଦରେ  ତାଙ୍କୁ ଲୋକମାନେ ଜଣାଇବା ପରେ ତହସିଲଦାର ସ୍ଥିତି ଅନୁଧ୍ୟାନ କରିଥିଲେ। ତୁରନ୍ତ  ଉକ୍ତ ସ୍ଥାନକୁ ଜବର ଦଖଲ ରୁ ମୁକ୍ତ କରିବା ପାଇଁ ପାଇଁ ରାଜସ୍ୱ ନିରିକ୍ଷକଙ୍କ କହିବା ସହ ଆସନ୍ତା ରବିବାର ସଂଧ୍ୟା ସୁଦ୍ଧା ଉକ୍ତ ସ୍ଥାନରେ ପୋତା ଯାଇଥିବା ଖୁଣ୍ଟ ଓ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

  • Dec 18, 2025 15:37 IST

    ଅଙ୍ଗନବାଡ଼ି ଦିଦିଙ୍କୁ ତାଲା ମାରିଲେ ଅଭିଭାବକ

    • ଅଙ୍ଗନବାଡ଼ି କେନ୍ଦ୍ରରେ ଦିଦିଙ୍କୁ ତାଲା ମାରିଲେ ଅଭିଭାବକ
    • ୬ମାସ ହେବ ଶିଶୁଙ୍କୁ ଖାଦ୍ୟ ଦେବାରେ ଅନିୟମିତତା ଅଭିଯୋଗ
    • ବାଲେଶ୍ବର ଜିଲ୍ଲା ନୀଳିଗିରି ଅଞ୍ଚଳରେ ଅଘଟଣ 
    • କାଂଶ ପଞ୍ଚାୟତ ବଇଁଚା ଅଙ୍ଗନବାଡ଼ି କେନ୍ଦ୍ରରେ ଘଟଣା
    • ଚାପା ଉତ୍ତେଜନା ପରେ ସୁପରଭାଇଜର ପହଞ୍ଚିଲେ 
    • ଉତ୍ତେଜିତ ଅଭିଭାବକଙ୍କୁ କଲେ ବୁଝାସୁଝା 
    Anganwadi
    Anganwadi workers locked in Balasore district. Photograph: (sambad.in)

     

  • Dec 18, 2025 14:57 IST

    ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ୟୁରୋପୀୟ କମିଶନର ଅଧ୍ୟକ୍ଷ

    ନୂଆଦିଲ୍ଲୀ: ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଜାନୁଆରି ୨୬ତାରିଖରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ।

  • Dec 18, 2025 10:15 IST

    ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ

    ନୂଆଦିଲ୍ଲୀ: ଷ୍ଟାଚ୍ୟୁ ଅଫ୍ ୟୁନିଟି ତିଆରି କରି ଇତିହାସ ସୃଷ୍ଟି କରିଥିବା ପ୍ରଖ୍ୟାତ ମୂର୍ତ୍ତିକାର ରାମ ଭାଞ୍ଜୀ ସୂତାରଙ୍କ ଦେହାନ୍ତ। ବୁଧବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ସେ ନୋଏଡାସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ବର୍ଷ ବୟସ ହୋଇଥିଲା।

  • Dec 18, 2025 08:57 IST

    ମିଆଁମାରରେ ୪.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ

    ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନ୍‌ସିଏସ୍‌) ଅନୁଯାୟୀ ଗୁରୁବାର ସକାଳେ ମିଆଁମାରରେ ୪.୪ ତୀବ୍ରତାର ଏକ ଭୂମିକମ୍ପ ହୋଇଛୀ। ଏହାର କେନ୍ଦ୍ରସ୍ଥଳ ଥିଲା ୨୬.୦୭ ଉତ୍ତର ଅକ୍ଷାଂଶ ଏବଂ ୯୭.୦୦ ପୂର୍ବ ଦ୍ରାଘିମା। ଭୂମିକମ୍ପଟି ୧୦୦ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି। ବର୍ତ୍ତମାନ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତିର କ୍ଷତିର କୌଣସି ରିପୋର୍ଟ ନାହିଁ। ଏହାର ଲମ୍ବା ଉପକୂଳ ସହିତ, ମିଆଁମାର ମଧ୍ୟମରୁ ବଡ଼ ଭୂମିକମ୍ପ ଏବଂ ସୁନାମି ବିପଦର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ। ମିଆଁମାର ଚାରୋଟି ଟେକ୍ଟୋନିକ୍ ପ୍ଲେଟ୍ (ଭାରତୀୟ, ୟୁରେସିଆନ୍, ସୁଣ୍ଡା ଏବଂ ବର୍ମା ପ୍ଲେଟ୍) ମଧ୍ୟରେ ଘେରି ରହିଛି। ଏହି ପ୍ଲେଟ୍ଗୁଡ଼ିକ ସକ୍ରିୟ ଭୂତାତ୍ତ୍ୱିକ ପ୍ରକ୍ରିୟାରେ ପରସ୍ପର ସହିତ ଧକ୍କା ଖାଇଥାଏ, ଯାହା ଫଳରେ ବାରମ୍ବାର ଭୂମିକମ୍ପ ହୁଏ।

    01Earthquake
    Earthquake Photograph: (File)

     

  • Dec 18, 2025 07:59 IST

    ପ୍ରଦୂଷଣ ନେଇ ଆଜିଠାରୁ ଦିଲ୍ଲୀରେ କଡ଼ା କଟକଣା

    ନୂଆଦିଲ୍ଲୀ: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ଆଜିଠାରୁ କିଛି କଠୋର କଟକଣା ଲାଗୁ କରୁଛନ୍ତି। ଏହି କଟକଣା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିପାରେ। ଗୁରୁବାର ଠାରୁ କେବଳ ବୈଧ PUC ପ୍ରମାଣପତ୍ର ଥିବା ଯାନଗୁଡ଼ିକ ଦିଲ୍ଲୀରେ ଡିଜେଲ/ପେଟ୍ରୋଲ ପାଇଁ ଉପଲବ୍ଧ ହେବ। ଏହାକୁ ଯାଞ୍ଚ କରିବା ପାଇଁ ସମସ୍ତ ପେଟ୍ରୋଲ ପମ୍ପରେ ଦଳ ନିୟୋଜିତ ହେବେ। ଅନ୍ୟ ରାଜ୍ୟରେ ପଞ୍ଜିକୃତ BS-6 ଯାନଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାରୁ ବାରଣ କରାଯିବ। ଏହା ସର୍ବାଧିକ ସମସ୍ୟା ସୃଷ୍ଟି କରିବ। BS-6 ମାନକ ୨୦୨୦ ଅପ୍ରେଲ ୧ ତାରିଖ ଠାରୁ କାର୍ଯ୍ୟକାରୀ ହେବା ପରଠାରୁ, ହରିୟାଣା ସମେତ ଅନ୍ୟ ରାଜ୍ୟରେ ପଞ୍ଜିକୃତ ଏହି ବର୍ଗର ଅଳ୍ପ ସଂଖ୍ୟକ ଯାନ ଦିଲ୍ଲୀରେ ପ୍ରବେଶ କରିପାରିବ। ଯଦି ଅନ୍ୟ ରାଜ୍ୟରେ ପଞ୍ଜିକୃତ BS-6 ମାନକ ତଳେ ଥିବା ଯାନଗୁଡ଼ିକ ଦିଲ୍ଲୀରେ ଚାଲୁଥିବା ଦେଖାଯାଏ, ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। 

    Delhi Pollution
    Delhi Pollution

     

  • Dec 18, 2025 07:30 IST

    ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଆଜି ଏଫ୍‌ଟିଏ ଚୁକ୍ତିନାମା

    ନୂଆଦିଲ୍ଲୀ: ଭାରତ ଏବଂ ଓମାନ ଗୁରୁବାର ଦିନ ମସ୍କଟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବେ, ଯାହା ଦ୍ଵାରା ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଅଟୋମୋବାଇଲ୍, ଅଟୋ ଉପାଦାନ, ମଣି ଏବଂ ଅଳଙ୍କାର ଭଳି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବ। ମୋଦୀ ତାଙ୍କର ଚାରି ଦିନିଆ ତିନି ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ବୁଧବାର ଇଥିଓପିଆର ଆଡିସ୍ ​​ଆବାବାରୁ ଓମାନର ମସ୍କଟରେ ପହଞ୍ଚିଥିଲେ।

    Narendra Modi
    Narendra Modi Photograph: (Hindustan Times)

     

  • Dec 18, 2025 07:16 IST

    ଦିଲ୍ଲୀରେ ଶୂନ୍ୟକୁ ଖସି ଆସିଲା ଦୃଶ୍ୟମାନତା

    ନୂଆଦିଲ୍ଲୀ: ଉତ୍ତର ଭାରତରେ ଘନ କୁହୁଡ଼ି ଏବଂ ବିଷାକ୍ତ କୁହୁଡ଼ି ତାଣ୍ଡବ ଜାରି ରଖିଛି। ଗତକାଲି ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ କୁହୁଡ଼ି ଯୋଗୁଁ ବାତିଲ କରାଯାଇଥିଲା। ଆଜି ସକାଳେ ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ିର ଆବରଣ ଘୋଡ଼ାଇ ହୋଇଯାଛି, ଯାହା ଫଳରେ ଅନେକ ଅଞ୍ଚଳରେ ଦୃଶ୍ୟମାନତା ଶୂନ୍ୟ ହୋଇଯାଇଛି। ଜବାହରଲାଲ ନେହେରୁ ଷ୍ଟାଡିୟମ ଚାରିପାଖରେ ବିଷାକ୍ତ କୁହୁଡ଼ିର ଏକ ଘନ ସ୍ତର ଦୃଶ୍ୟମାନ ହୋଇଛି, ଯେଉଁଠାରେ AQI ୩୪୯ରେ ’ଅତି ଖରାପ’ ବର୍ଗରେ ରେକର୍ଡ କରାଯାଇଛି। 

    b329105f-d5da-4d39-8c8a-102a62003177
    Dense fog in Delhi on Thursday morning. Photograph: (Aajtak)

     

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe