Breaking News Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Nov 18, 2025 22:11 IST
ଲୁଟ୍ ଏବଂ ହତ୍ୟା ମାମଲାର ୨ ଜଣଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡ
ନବରଙ୍ଗପୁର: ଗତ ୨୦୨୨୪ମସିହା ନଭେମ୍ବରରେ ବହୁ ଚର୍ଚ୍ଚିତ ଉସିଗାଁ ପାଇକ କତ୍ରା ନର୍ସରୀ ପାଖରେ ହୋଇଥିବା ଲୁଟ୍ ଏବଂ ହତ୍ୟା ମାମଲାର ବିଚାର କରି ଜିଲ୍ଲା ଏବଂ ଦୌରା ଜଜ ସୁବ୍ରତ ମହାନ୍ତି ଡାବୁଗାଁ ଥାନା ଅନ୍ତର୍ଗତ ଖଇରା ତେନ୍ତୁଳିଗୁଡା ଗ୍ରାମର ଅଭିଯୁକ୍ତ ରମେଶ ହରିଜନ ଏବଂ ସୁଶାନ୍ତ ହରିଜନଙ୍କୁ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ଦଶ ହଜାର ଟଙ୍କା ଲେଖାଏଁ ଜଣକା ପିଛା ଜରିମାନା ଦେବାକୁ ରାୟରେ ପ୍ରକାଶ କରିଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କାଙ୍କ ସୂଚନା ଅନୁଯାଇ ଗତ ନଭେମ୍ବର ୨୦୨୪ ମସିହା ୨୪ ସନ୍ଧ୍ୟା ୭ ଟାରେ ମୃତକ ଘାସିରାମ ମାଝୀ ଏବଂ ତାଙ୍କ ଗାଁର ଜଗଦିଶ ମାଝୀ ମୋଟର ସାଇକେଲରେ ମଇଦଲପୁରରୁ ଘରକୁ ଫେରିବା ବାଟ ରେ ପାଇକ ଥଇଷକତ୍ରା ନର୍ସରୀ ଠାରେ ଉପରୋକ୍ତ ଅଭିଯୁକ୍ତମାନେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କ ସହିତ ତାଙ୍କୁ ଅଟକାଇଥିଲେ। ଜଗଦୀଶ ଠାରୁ ଟଙ୍କା ଏବଂ ମୋବାଇଲ ଛଡେଇ ନେଇଯାଇଥିଲେ। ଘାସିରାମ ଠାରୁ ମୋବାଇଲ ଛଡେଇବା ବେଳେ ସେ ବିରୋଧ କରିବାରୁ ଅଭିଯୁକ୍ତମାନଙ୍କ ମଧ୍ୟ୍ୟରୁ ଜଣେ ଘାସିରାମଙ୍କୁ ଛୁରୀରେ ଭୁସି ଆକ୍ରମଣ କରିଥିଲେ। ଘାସିରାମଙ୍କ ଛାତିରେ ବାଜି ସେ ରକ୍ତାକ୍ତ ହୋଇ ତଳେ ପଡ଼ିଯାଇଥିଲେ। ଏହା ଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଜଗଦୀଶ ଗାଁ ଲୋକଙ୍କୁ ଖବର ଦେବା ପରେ ଖବର ପାଇ ଘାସିରାମଙ୍କ ପରିବାରବର୍ଗକୁ ବି ସେଠାକୁ ଆସିଥିଲେ। ସେଠାରେ ପହଚିଂବା ବେଳେ ତାର ମୃତ୍ୟୁ ହେଇଯାଇଥିଲା। ତଥାପି ପରିବାରବର୍ଗ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କଲେ। କାର୍ତିକ ମାଝୀ ଘାସିରାମର ଭାଇ ମଇଦଲପୁର ଥାନାରେ ଏତେଲା ଦେଇଥିଲେ। ଘଟଣା ରେ ସମ୍ପୃକ୍ତ ଆଉ ଦୁଇ ଜଣ ଏବେ ପର୍ଯନ୍ତ ଫେରାର ଅଛନ୍ତି।
-
Nov 18, 2025 21:58 IST
ସୂର୍ଯ୍ୟ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲେ ଏସ୍ପି
କୋଣାର୍କ: ଦିଲ୍ଲୀ ଠାରେ ଆତଙ୍କବାଦୀମାନଙ୍କ ବଡ଼ଧରଣର କାର ବିସ୍ପୋରଣ ଘଟଣାକୁ ନଜରରେ ରଖି ମଙ୍ଗଳବାର ଅପରାହ୍ନରେ ପୁରୀ ଏସପି ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶବିଦେଶର ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଶ୍ୱଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ସହ ଟିକିନିଖି ବୁଲିଦେଖି ତଦାରଖ କରିଥିଲେ। ପ୍ରତେକ ଦିନ ସୂର୍ଯ୍ୟ ମନ୍ଦିର ବୁଲିବା ପାଇଁ ଦେଶବିଦେଶର ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ନିକଟରେ ଆତଙ୍କବାଦୀଙ୍କ ଦ୍ଵାରା ଘଟିଥିବା ଦିଲ୍ଲୀ କାର ବିସ୍ଫୋରଣ ଘଟଣା ପରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି। ଏନେଇ ମଙ୍ଗଳବାର ଅପରାହ୍ନରେ ପୁରୀ ଏସପି ପ୍ରତୀକ ସିଂହଙ୍କ ନେତୃତ୍ବରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏକ ଟିମ୍ ସୂର୍ଯ୍ୟ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାର ଟିକିନିଖି ତଦାରଖ କରିବା ସହିତ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ।
Puri SP at Konark temple on Tuesday. Photograph: (sambad.in) ସୂଚନାଥାଉକି ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରର ସୁରକ୍ଷା ଦାୟିତ୍ୱ ଅସ୍ତ୍ରଶସ୍ତ୍ର ବିହୀନ କେତେଜଣ ହାତଗଣତି ଘରୋଇ ସୁରକ୍ଷା କର୍ମୀମାନଙ୍କୁ ଏଏସ ଆଇ ପକ୍ଷରୁ ନିୟୋଜିତ କରାଯାଇଛି। ଯାହା ବିଶ୍ୱଐତିହ୍ୟ ସୁରକ୍ଷାକୁ ନେଇ ଚିନ୍ତାପ୍ରକାଶ ପାଇଛି। ଫଳରେ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଆକ୍ରମଣକୁ ନଜରରେ ରଖି ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ସୂର୍ଯ୍ୟ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା କଡାକଡି କରିବା ପାଇଁ ପୁରୀ ଏସପି ପ୍ରତୀକ ସିଂହଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ସ୍ଥିତି ନିର୍ଣ୍ଣୟ କରିଥିଲେ।
-
Nov 18, 2025 21:49 IST
ସମ୍ବାଦ ପ୍ରଭାବ, ଛାତ୍ରଛାତ୍ରୀଙ୍କୁ ମିଳିଲା ପୋଷାକ
ନିରାକାରପୁର (ଉମେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ଶିକ୍ଷାବର୍ଷ ସରିବାକୁ ବସିଥିଲେ ସୁଦ୍ଧା ଛାତ୍ର ଛାତ୍ରୀଙ୍କୁ ସେମାନଙ୍କର ଗଣ ପୋଷାକ ମିଳି ନଥିଲା। ତେବେ ବିଳମ୍ବର ହେଉ ପଛେ ଛାତ୍ରଛାତ୍ରୀଙ୍କୁ ମିଳୁନି ପୋଷାକ ସମ୍ପର୍କିତ ଖବର ଅନେକବାର ପ୍ରକାଶିତ ହେବା ପରେ ଆଜି ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଗଣ ପୋଷାକ ମିଳିଛି। ଟାଙ୍ଗୀବ୍ଲକ ଲେଣ୍ଡୋ ପଞ୍ଚାୟତ ଅଧିନସ୍ଥ ରେଙ୍ଗଟା ସ୍କୁଲରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଅମର କୁମାର ଜୟସିଂହଙ୍କ ସଭାପତିତ୍ବ ରେ ଏକ ସ୍ୱତନ୍ତ କାର୍ଯ୍ୟକ୍ରମ କରାଯାଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା।
School dress distributed. Photograph: (sambad.in) ପୋଷାକ ବଣ୍ଟନ ଦାୟିତ୍ୱ ନେଇଥିବା ସ୍ଥାନୀୟ ଲଳିତାପାଟପୁରସ୍ଥିତ ମା'ଲକ୍ଷ୍ମୀ ମହିଳା ଗୋଷ୍ଠୀର ସମ୍ପାଦିକା ହରଷ ପ୍ରଧାନ ଉପସ୍ଥିତ ରହି ପିଲା ମାନଙ୍କୁ ତାଙ୍କର ଗଣ ପୋଷାକ ବଣ୍ଟନ କରିଥିବା ଜଣା ଯାଇଛି।ସ୍କୁଲର ସହ ଶିକ୍ଷୟତ୍ରୀ ଉନିତା ହରିଚନ୍ଦନ ଧନ୍ୟବାଦ ଦେଇଥିଲେ।ଉକ୍ତ କ୍ଲଷ୍ଟରରେ ଥିବା ୧୦ଟି ସ୍କୁଲର ୬ଶହ ଛାତ୍ରଛାତ୍ରୀଙ୍କୁ ଆଜି ପୋଷାକ ଯୋଗାଇ ଦିଆଯାଇଥିବା ଗୋଷ୍ଠୀର ସମ୍ପାଦିକା ଶ୍ରୀମତୀ ପ୍ରଧାନ ସୂଚନା ଦେଇଛନ୍ତି।
-
Nov 18, 2025 21:02 IST
ଝଲକ ପରିବାର ପକ୍ଷରୁ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି
ନିରାକାରପୁର (ଉମେଶ ଚନ୍ଦ୍ର ପଟ୍ଟନାୟକ): ଗତକାଲି ରାତି ୯ଟାରେ ଓଡ଼ିଶାର ଉଦୀୟମାନ ସ୍ୱର ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ଘଟିଥିଲା। ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନିରାକାରପୁର ବଡ଼ବଜାରସ୍ଥିତ ‘ଝଲକ ପରିବାର’ ପକ୍ଷରୁ ଆଜି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏପରିକି ୧ମିନିଟ ସମୟଧରି ନିରବ ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠାନର ସଭାପତି ରବୀନ୍ଦ୍ର କୁମାର ରାଉତରାୟ, ଉପଦେଷ୍ଟା ହୃଷିକେଶ ରାଉତରାୟ, ସମ୍ପାଦକ ଆର୍ତ୍ତତ୍ରାଣ ରାଉତରାୟ, ଇଂ ପ୍ରଭାତ କୁମାର ସ୍ୱାଇଁ, ରାଜେଶ କୁମାର ସାହୁ, ଦିବାକର ରାଉତରାୟ,ଜଗନ୍ନାଥ ମଙ୍ଗରାଜ, ବଳରାମ ରାଉତରାୟଙ୍କ ସମେତ ଝଲକ ପରିବାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟକି ୨୦୨୧ମସିହାରେ ଏହି ଝଲକ ପରିବାର ପକ୍ଷରୁ ଆୟୋଜିତ ମେଲୋଡି କାର୍ଯ୍ୟକ୍ରମରେ ସ୍ୱର୍ଗତ ହ୍ୟୁମାନ ସାଗର ଓ ତାଙ୍କ ସାଥୀ ଯୋଗଦେଇ ମେଲୋଡି ପରିବେଷଣ କରିଥିଲେ।
Tribute to Humane Sagar at Nirakarapur on Tuesday. Photograph: (sambad.in) -
Nov 18, 2025 20:38 IST
ରାଜ୍ୟରେ ଗଠନ ହେବ ୪ଟି ନୂଆ ତହସିଲ
ରାଜ୍ୟରେ ଆଉ ୪ଟି ନୂଆ ତହସିଲ ଗଠନ ହେବ। ସରକାରଙ୍କ ନଷ୍ପତ୍ତି ଅନୁସାରେ ଭୁବନେଶ୍ବର ତହସିଲକୁ ଭାଙ୍ଗି ୨ଟି ତହସିଲ ଗଠନ କରାଯିବ। ରାଜ୍ୟ ସରକାରଙ୍କର ରାଜସ୍ବ ବିଭାଗ ପକ୍ଷରୁ ଏନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଏତଦ୍ ବ୍ୟତୀତ କଟକ ଏବଂ ସମ୍ବଲପୁରରେ ମଧ୍ୟ ଗୋଟିଏ ଲେଖାଏଁ ତହସିଲ ଗଠନ ହେବ।
-
Nov 18, 2025 15:38 IST
ଦନ୍ତା ହାତୀର ମୃତଦେହ ଉଦ୍ଧାର
ସମ୍ବଲପୁର: ରେଢ଼ାଖୋଲ ବନଖଣ୍ଡର ବଡ଼ବାହାଳ ରେଞ୍ଜ ବଡ଼କୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବନବିଭାଗ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଛି। ମୃତୁର କାରଣ ସଠିକ ଜଣାପଡ଼ିନାହିଁ। ଏକ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ୨ଟି ହାତୀର ମୃତ୍ୟୁ ଘଟିଛି।
-
Nov 18, 2025 14:34 IST
ମାଲକାନଗିରି ସୀମାନ୍ତରୁ ୩୧ କୁଖ୍ୟାତ ମାଓବାଦୀ ଗିରଫ
ମାଲକାନଗିରି: ମାଲକାନଗିରି ସୀମାନ୍ତରୁ ଆନ୍ଧ୍ର ପ୍ରଦେଶରୁ ୩୧ ଜଣ କୁଖ୍ୟାତ ମାଓବାଦୀଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି।
maoists arrested Photograph: (mint) -
Nov 18, 2025 11:38 IST
ସୁଶୀଲ ମେହେର ନୂଆ କଂସ
ବରଗଡ଼: ସୁଶୀଲ ମେହେର ନୂଆ କଂସ। ୭୮ତମ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଅଭିନେତା ସୁଶୀଲ ମେହେର।
-
Nov 18, 2025 10:41 IST
ଓଡ଼ିଶା ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର, ୭ ମାଓବାଦୀ ନିହତ
ମାଲକାନଗିରି: ଓଡ଼ିଶା -ଆନ୍ଧ୍ର ସୀମାନ୍ତରେ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି। ଏଣେ ଓଡ଼ିଶା -ଛତିଶଗଡ଼ ସୀମାନ୍ତରେ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଛନ୍ତି।
3 naxals killed Photograph: (sambad.in) -
Nov 18, 2025 07:30 IST
ଠକେଇ ମାମଲାର ତଦନ୍ତ କରିବାକୁ ରାଜି ହେଲେ ସୁପ୍ରିମ୍କୋର୍ଟ
ସୁପ୍ରିମକୋର୍ଟ ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ଅନିଲ ଅମ୍ବାନୀଙ୍କ ସହ ଜଡିତ ୨୦,୦୦୦ କୋଟି ଟଙ୍କାର ଠକେଇ ମାମଲାର ତଦନ୍ତ କରିବାକୁ ରାଜି ହୋଇଛନ୍ତି। ଆଇନଜୀବୀ ପ୍ରଶାନ୍ତ ଭୂଷଣ କୋର୍ଟ ତଦାରଖରେ ଏହି ତଦନ୍ତ ଦାବି କରିଛନ୍ତି। ଆବେଦନରେ ସାଧାରଣ ପାଣ୍ଠିର ଅପବ୍ୟବହାର ଏବଂ ଆର୍ଥିକ ଦୁରୁପଯୋଗ ଅଭିଯୋଗ କରାଯାଇଛି। ବ୍ୟାଙ୍କ ଅଧିକାରୀ ଏବଂ ନିୟାମକଙ୍କ ଭୂମିକା ଯାଞ୍ଚ କରିବାକୁ ଚାହୁଁଥିବା CBI ତଦନ୍ତର ପରିସର ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି।
-
Nov 18, 2025 07:00 IST
ଟ୍ରକ୍ ଧକ୍କାରେ ୧୦ ଜଣ ତୀର୍ଥଯାତ୍ରୀ ଆହତ, ଡାକ୍ତରଖାନାରେ ଭର୍ତ୍ତି
ପୁରୁଣାକଟକ (ସିମୁନ ନାଏକ): ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍। ଅଳ୍ପକେ ବର୍ତିଲେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ। ଦୁର୍ଘଟଣାସ୍ଥଳରେ ୧୦ରୁ ଊର୍ଦ୍ଧ୍ବ ବସ୍ଯାତ୍ରୀ ଗୁରୁତର ଅଛନ୍ତି। ସମସ୍ତଙ୍କୁ ପୁରୁଣାକଟକ ହସ୍ପିଟାଲ୍ରେ ଭର୍ତ୍ତି କରାଯଇଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଆଜି ଘଟିଛି ଏହି ଦୁର୍ଘଟଣା। ବସ୍ଟି ବୋୖଦ୍ଧ ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଟ୍ରକ ଫେରାର ମାରିଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Bus accident at Pururna Cuttack on Tuesday morning. Photograph: (sambad.in) ସୂଚନା ମୁତବକ ଏକ ତୀର୍ଥଯାତ୍ରୀ ବସ ବୋୖଦ୍ଧ ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା ଫଳରେ ବସ୍ର ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କୁ ଚିକିତ୍ସା କରାଯାଉଛି। ଅନ୍ୟପଟେ ଦୁର୍ଘଟଣା ଘଟାଇ ଟ୍ରକ ଫେରାର ମାରିଛି। ସମସ୍ତ ଯାତ୍ରୀ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ହୋଇଥିବା ବେଳେ ଦାରିଙ୍ଗବାଡିରରୁ ରିଆମାଳ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।
Follow Us