ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Feb 19, 2026 20:45 IST
ସାଇବର ଠକେଇ: ୧ କୋଟି ୬୪ ଲକ୍ଷ ଟଙ୍କା ଟ୍ରାନଜେକ୍ସନ
କୁତ୍ରା: ସାଇବର ଠକଙ୍କ ପ୍ରଲୋଭନରେ ପଡି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଗ୍ରାମର ଜଣେ ଯୁବକ ନିଜ ନାମରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲି ଏବେ ପୁଲିସ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ମାତ୍ର ୨ ମାସ ମଧ୍ୟରେ ସେହି ଆକାଉଣ୍ଟ ମାଧ୍ୟମରେ ୧ କୋଟି ୬୪ ଲକ୍ଷ ଟଙ୍କାର ବଡ଼ ଟ୍ରାନଜେକ୍ସନ ହୋଇଥିବା ଜଣାପଡିଛି। ଘଟଣା ଅନୁସାରେ କୁତ୍ରା ଗ୍ରାମର କହ୍ନାଇ କୁମାର ପଟ୍ଟାଙ୍କୁ ସାଇବର ଅପରାଧୀମାନେ ଫୋନ କଲ୍ ମାଧ୍ୟମରେ ରୋଜଗାର ପ୍ରଦାନ କରିବା ପ୍ରଲୋଭନ ଦେଇଥିଲେ। ସେମାନଙ୍କ କଥାରେ ପଡି ଯୁବକ ଜଣକ ନିଜ ମାଲିକାନାରେ ‘ଗୋଲ୍ଡେନ କଷ୍ଟମାଇଜ ପ୍ରିଣ୍ଟିଂ ଟି-ସାର୍ଟ ଷ୍ଟୋର’ ନାମରେ କୁତ୍ରା ଷ୍ଟେଟ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିଥିଲେ।ଏଥିପାଇଁ ସେ ବ୍ୟାଙ୍କକୁ ଆବଶ୍ୟକ ଡକ୍ୟୁମେଣ୍ଟ ଦେବା ସହ ସେହି ଡକ୍ୟୁମେଣ୍ଟ ସାଇବର ଠକଙ୍କୁ ମଧ୍ୟ ଯୋଗାଇଥିଲେ।
Photograph: (sambad.in) ଏହି ଆକାଉଣ୍ଟ ୧୫/୩/୨୦୨୪ ରେ ଖୋଲାଯାଇଥିବା ବେଳେ ୧୭/୫/୨୦୨୪ ରେ ବନ୍ଦ କରାଯାଇଥିଲା। ପ୍ରାୟ ୨ ମାସ ମଧ୍ୟରେ ଏହି ଆକାଉଣ୍ଟ ମାଧ୍ୟମରେ ୧ କୋଟି ୬୪ ଲକ୍ଷ ଟଙ୍କାର ଟ୍ରାନଜେକ୍ସନ ହୋଇଥିବାରୁ ରାଷ୍ଟ୍ରୀୟ ସାଇବର ଠକେଇ ପୋର୍ଟାଲରେ ଅଭିଯୋଗ ଆସିଥିଲା। ଅଭିଯୋଗ ଆଧାରରେ କୁତ୍ରା ପୁଲିସ ସଂପୃକ୍ତ ଯୁବକଙ୍କୁ ପଚରାଉଚରା କରୁଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯୁବକ ଜଣକ ରୋଜଗାର ଆଶାରେ ପଡି ଠକଙ୍କ ଚକ୍ରାନ୍ତରେ ଫସିଥିଲେ। ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଇଛି ଯେ କୌଣସି ପ୍ରଲୋଭନରେ ପଡି ନିଜ ନାମରେ ଅଜଣା ସଂସ୍ଥା ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବେ ନାହିଁ।
-
Feb 19, 2026 20:14 IST
ଭଦ୍ରକ ଟିପର ମାଲିକ ସଂଘ କରିବ ଧାମରା ରେଳ ପଥରେ ରେଳରୋକ
/filters:format(webp)/sambad/media/media_files/2026/02/19/img_20260219_173902-2026-02-19-20-14-33.jpg)
ଭଦ୍ରକ: ଭଦ୍ରକରେ ଧାମରା ପୋର୍ଟ ଦ୍ଵାରା ପ୍ରଚଳିତ କୋଇଲା ପରିବହନରେ ଭଦ୍ରକ ଜିଲ୍ଲାର ମୂଳ ଅଧିବାସୀଙ୍କୁ ବଞ୍ଚିତ କରିବା ବିରୋଧରେ ୨୪ ଘଣ୍ଟିଆ ରେଳରୋକ ଆଗାମୀ ୨୭ ତାରିଖରେ ପୀରହାଟ ଠାରେ ଭଦ୍ରକ ଧାମରା ରେଳପଥ ରେ ରୋକ କରାଯିବ। ଜିଲା ଟିପର ଓ ଡମ୍ଫର ସଂଘର ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ଏହି ଚେତାବନୀ ଦିଆଯାଇଛି। ଭଦ୍ରକ ଜିଲ୍ଲାର ବହୁ ଗାଡି ମାଲିକ ଧାମରା ପୋର୍ଟ କମ୍ପାନିରେ କୋଇଲା ପରିବହନରେ ଭଡା ପାଇବାର ସୁଯୋଗ ପାଉ ନାହାଁନ୍ତି। ସେମାନେ ଋଣ କରି ଟ୍ରକ ଆଉ ଟିପର ବାହାର କରି ଭଡା ଲଗାଇ ପରୁ ନାହାନ୍ତି। ସେମାନେ ମାସିକ ଗାଡି କିସ୍ତି ସୁଝି ପାରୁ ନାହାଁନ୍ତି। ଏହି ମାଲିକମାନେ ଭଡ଼ା ପାଉ ନଥିବା ବେଲେ ସେମାନେ ଦୁଃଖରେ ସମୟ ବିତାଉଛନ୍ତି। ଗାଡି କିସ୍ତି ଟଙ୍କା ବ୍ୟାଙ୍କ କୁ ଦେଇ ନପାରି ବହୁ ମାନସିକ ଯନ୍ତ୍ରଣା ପାଉଛି। ଭଦ୍ରକରେ ଏହି ଟ୍ରକ ମାଲିକମାନଙ୍କୁ ଧାମରା ପୋର୍ଟ ମାନସିକ ଭାବରେ ଆଘାତ ଦେଉଛି। ଧାମରା ଅଞ୍ଚଳରେ ଅନେକ ବଙ୍ଗଳାଦେଶୀ ଯେଉଁମାନେ ଏଠାରେ ଆସି ବହୁ ବର୍ଷ ଧରି ସ୍ଥାୟୀ ବସତି ସ୍ଥାପନ କରି ଟ୍ରକ ବେପାର କରୁଛନ୍ତି। ସେମାନଙ୍କୁ ବନ୍ଦର କମ୍ପାନି ଅଧିକ ଭଡା ଦେଉଛନ୍ତି। କିନ୍ତୁ ଭଦ୍ରକ ଜିଲ୍ଲାର ମୂଳ ବାସିନ୍ଦା ଟ୍ରକ ମାଲିକ ମାନଙ୍କୁ ଭଡାର ସୁଯୋଗ ଦିଆଯାଉ ନାହିଁ ବୋଲି ସଂଘର ସଭାପତି ଶୁଭେନ୍ଦୁ ରାୟମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଅତୀତରେ ଏ ସମ୍ପର୍କରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଜିଲ୍ଲାପାଳ ମଧ୍ୟ ଏହି ଗାଡି ମଲ୍ଲିକଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା ଭିତରେ ଦୁଇ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଟ୍ରକ ମାଲିକଙ୍କ କୌଣସି ସମସ୍ୟାର ସମାଧାନ କରାଗଲା ନାହିଁ। ଅନେକ ମାଲିକ ଦୁଃଖରେ ଦିନ ବିତି ଥିବା ବେକେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନ କରିବା ପାଇଁ ଆଜିର ସାମ୍ବାଦିକ ସମ୍ମୀଳନୀରେ ଚେତାବନୀ ଦେଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମୀଳନୀରେ ସଂଘର ସଭାପତି ଶୁଭେନ୍ଦୁ ରାୟମାହାପାତ୍ର, ସଂଘର ସମ୍ପାଦକ ଜ୍ୟୋତି ପ୍ରକାଶ ମହାନ୍ତି, ଅଶୋକ ପରିଜା, ଫୁଲ୍ଲ ପୃଷ୍ଟି, ଚନ୍ଦନ ନାୟକଙ୍କ ସମେତ ବହୁ ଟ୍ରକ୍ ମାଲିକ ଏହି ସାମ୍ବାଦିକ ସମ୍ମୀଳନୀରେ ଯୋଗଦେଇ ରେଳ ରୋକ କରିବା ପାଇଁ ଚେତାବନୀ ଦେଇଛନ୍ତି।
-
Feb 19, 2026 18:56 IST
ନାଏବ ସରପଞ୍ଚଙ୍କୁ ସରପଞ୍ଚ ଦାୟିତ୍ୱ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ସରପଞ୍ଚ ପଦ ଦାୟିତ୍ୱ ସ୍ଥାନୀୟ ନାଏବ ସରପଞ୍ଚ ବନିତା ପଟ୍ଟନାୟକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଚନ୍ଦ୍ରଧ୍ଵଜ ମାଝୀ ସରପଞ୍ଚ ଥିବାବେଳେ ଗତ ବର୍ଷ ନଭେମ୍ବର ୧୧ ତାରିଖରେ ପଞ୍ଚାୟତର ପ୍ରାୟ ୱାର୍ଡ ମେମ୍ବରମାନେ ଅନସ୍ତା ପ୍ରସ୍ତାବ ପାଇଁ ଭୋଟ ଦେଇଥିଲେ। ଏହା ସ୍ଥଗିତ ପାଇଁ ଚନ୍ଦ୍ରଧ୍ଵଜ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ତିନି ମାସ ପରେ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପ୍ରକାରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୧୪୮/୨୬ ପ୍ରକାରେ ନାଏବ ସରପଞ୍ଚ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
/filters:format(webp)/sambad/media/media_files/2026/02/19/whatsapp-image-2026-02-19-19-07-45.jpeg)
ସୂଚନା ଥାଉକି ଅନାସ୍ଥା ପ୍ରସ୍ତାବ ପାଇଁ ଗତ ନଭେମ୍ବର ୧୧ ତାରିଖରେ ମୈଦଲପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପାପଡାହାଣ୍ଡି ତହସିଲଦାରଙ୍କ ଉପସ୍ଥିତିରେ ଭୋଟ ଗ୍ରହଣ କରାଯାଇଥିଲା। ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝୀ ଭୋଟର ଫଳାଫଳ ଘୋଷଣା ନ କରିବାକୁ ଉଚ୍ଚ ନ୍ୟାୟାଳୟ ଠାରୁ ଏକ ଆଦେଶନାମା କରିଥିଲେ। ଉଚ୍ଚ ନ୍ୟାୟାଳୟ ଓଡିଶା ଦ୍ୱାରା ୨୦୨୫ ମସିହାର ଡବ୍ଲ୍ୟୁପିସି ନଂ ୩୧୬୯୧ରେ ଅନାସ୍ଥା ପ୍ରସ୍ତାବର ଫଳାଫଳ ସ୍ଥଗିତ ରଖାଯାଇଥିବାରୁ ଓପିଜି ଆଇନ ୧୯୬୪ ଧାରା ୨୪(୧) ଅନୁଯାୟୀ ମୈଦଲପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପଦ ଖାଲି ପଡ଼ିଛି। ନାଏବ ସରପଞ୍ଚଙ୍କୁ ଆଜି ଦାୟିତ୍ୱ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ନିର୍ଦ୍ଦେଶ ରହିଛି। ଯେତେଦିନ ପର୍ଯ୍ୟନ୍ତ ସରପଞ୍ଚ ଦାୟିତ୍ବ ରେ ଥିବି ଲୋକଙ୍କ ସେବା କରିବା ସହ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ କରିବି ବୋଲି ବର୍ତ୍ତମାନ ର ସରପଞ୍ଚ ବନିତା ପଟ୍ଟନାୟକ କହିଛନ୍ତି।
-
Feb 19, 2026 18:49 IST
ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର
Elephant Death Photograph: (Sambad.in) ଚିତ୍ରଡ଼ା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ତଥା ମୋରଡା ବ୍ଲକ ଅଞ୍ଚଳରେ ଏକ ହାତୀ ଶାବକର ଗଳିତ ମୃତଦେହକୁ ଜବତ କରିଛି ବନବିଭାଗ। ଖବରରୁ ପ୍ରକାଶ କି ଉକ୍ତ ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର ସଂରକ୍ଷିତ ଜଙ୍ଗଲକୁ ଆଜି ଅପରାହ୍ନ ୩ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଜଙ୍ଗଲକୁ ଅଗ୍ନି ଦାଉରୁ ରକ୍ଷା କରିବା ଦାୟିତ୍ୱରେ କାଳୀଚରଣ ଟୁଡୁ ଉକ୍ତ ସଂରକ୍ଷିତ ଜଙ୍ଗଲରେ ଥିବା ସମୟରେ ଜଙ୍ଗଲର ମହିଷାସୁରି ନିକଟରେ ଏକ ହାତୀ ଶାବକର ମୃତଦେହ ପଡିଥିବାର ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡ଼ିଏଫଓ଼ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଏସସିଏଫ ମେହେରବାନ ଅଲ୍ଲୀ ଏବଂ ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ହାତୀଟି ଶାବକ ର ମୃତ୍ୟୁ ର କାରଣ କୋଣ ବୋଲି ଡାକ୍ତରୀ ଦଳ ଅନୁଧ୍ୟାନ କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ଜଙ୍ଗଲରେ ପୂର୍ବରୁ ନିଆଁ ଲାଗି ଥିବା ବେଳେ ଜଙ୍ଗଲରେ ବିପରୀତ ଦିଗରେ ମଧ୍ୟ ନିଆଁ ଲାଗିଛି ଏବଂ ନିଆଁ ଲିଭାଇବା ଦଳ ଡିଏଫଓ଼ଙ୍କ ନିର୍ଦେଶକ୍ରମେ ନିଆଁକୁ ଆୟତ୍ତ କରୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଉକ୍ତ ଜଙ୍ଗଲରେ୧୩ଟି ଶିମିଳିପାଳ ହାତୀ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ରେଞ୍ଜର ସିଂ। ତେବେ କେଉଁ କାରଣରୁ ହାତୀ ଶାବକ ଟିର ମୃତ୍ୟୁ ଘଟିଲା ଏବଂ କେବେ ମୃତ୍ୟୁ ଘଟିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
-
Feb 19, 2026 18:11 IST
ଘରେପଶି ସୁନାଚେନ୍ ଲୁଟନେବା ଘଟଣାରେ ସୁନା ଜବତ
ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡା ସହରର ଗୁଣ୍ଡିଚାନଗର ଛକରେ ଘରେପଶି ଛୁରୀରେ ଆକ୍ରମଣ ସହ ସୁନାଚେନ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ସୁନା ଉଦ୍ଧାର କରି ସଂପୃକ୍ତ ପରିବାରକୁ ଫେରାଇଛି ପୁଲିସ। ଗତ ଡିସେମ୍ବର ୧୩ତାରିଖ ସନ୍ଧ୍ୟାରେ ଘରଭଡା ବାହାନାରେ ଅଜୟ କୁମାର ରାଉତଙ୍କ ଘରେ ୨ଜଣ ଯୁବକ ପଶି ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରିବାସହ ବେକରେ ପିନ୍ଧିଥିବା ସୁନା ଚେନ ଲୁଟି ନେଇଥିଲେ। ଏ ନେଇ ଅଜୟ ଥାନାର ଦ୍ବାରସ୍ଥ ହୋଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ତଦନ୍ତକରି ଲୁଟ୍ ସୁନା ଉଦ୍ଧାର କରି ହସ୍ତାନ୍ତର କରିବା ସହ ଅଭିଯୁକ୍ତ ଯୁଧିଷ୍ଠି କୈଶଲ୍ୟା ଓ ରୋହିତ ହିଆଲକୁ ଗିରଫକରି କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ସୁନା ଫେରିପାଇବା ପରେ ପୁଲିସ୍କୁ ଧନ୍ୟବାଦ ଜଣାଇଛନ୍ତି ଅଜୟ କୁମାର ରାଉତ।
-
Feb 19, 2026 17:34 IST
କମୁଛି ଭାରତୀୟଙ୍କ ବ୍ୟାଙ୍କ ଜମା, ବଢ଼ୁଛି ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ
ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ପାଇଁ ବ୍ୟାଙ୍କ ଗ୍ରାହକମାନଙ୍କ ଆଗ୍ରହ ବଢ଼ିଛି। ଅନ୍ୟପକ୍ଷରେ ବ୍ୟାଙ୍କରେ ଜମା ରଖୁଥିବା ଅର୍ଥ ହ୍ରାସ ପାଉଛି। ଭାରତୀୟ ପରିବାରଗୁଡ଼ିକ ସେମାନଙ୍କ ସଞ୍ଚିତ ଅର୍ଥ ଜମା ଓ ନିବେଶ କରିବାର ସମୀକରଣରେ ଘୋର ପରିବର୍ତ୍ତନ ଆସିଥିବା ପରିଲକ୍ଷିତ ହୋଇଛି। ଏକ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ପରିବାରଗୁଡ଼ିକର ଆର୍ଥିକ ସମ୍ପତ୍ତିର ହାରାହାରି ୩୩ ପ୍ରତିଶତ ବ୍ୟାଙ୍କ ଜମା ଆକାରରେ ଥିଲା। ଏହି ସମୟରେ ଏହି ସମ୍ପତିର ମାତ୍ର ୭ ପ୍ରତିଶତ ମ୍ୟୁଚୁଆଲ୍ ଫଣ୍ଡ ଓ ଇକୁଇଟି ନିବେଶ ହୋଇଥିଲା। କିନ୍ତୁ ଏବେ ଚିତ୍ର ପୂରା ଓଲଟିଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ପରିବାରଗୁଡ଼ିକର ସମ୍ପତ୍ତିର ୩୩ ପ୍ରତିଶତ ଇକ୍ୟୁଟି ଓ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ହୋଇଥିବାବେଳେ ବ୍ୟାଙ୍କରେ ମାତ୍ର ୭ ପ୍ରତିଶତ ସମ୍ପତ୍ତି ଜମା ରହୁଛି।
-
Feb 19, 2026 17:07 IST
ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲଦାର
Photograph: (sambad.in) ସୋର: ବାଲେଶ୍ବର ଜିଲ୍ଲା ସୋର ତହସିଲଦାର ଦୈତାରୀ ମଲ୍ଲିକ ଆଜି ଅପରାହ୍ଣରେ ଭିଜିଲାନସ ଦ୍ୱାରା ଧରାପଡ଼ିଛନ୍ତି। ଗତ କିଛି ଦିନ ତଳେ ବାଗୁଡି ପଥର ଖାଦାନରୁ ପଥର ଚୋରି ହେଉଥିବାର ଖବର ପାଇ ତହସିଲଦାର ଶ୍ରୀ ମଲ୍ଲିକ ଚଢ଼ଉ କରିଥିଲେ। ପରେ ଧଳ ଷ୍ଟକ ପଏଣ୍ଟରୁ ୫ଟି ବେଆଇନ୍ ପଥର ବୋଝେଇ ଡ଼ମ୍ଫରକୁ ଜବତ କରି ସୋର ତହସିଲ ପରିସରରେ ରଖିଥିଲେ। ଆଜି ଉକ୍ତ ପଥର ଗାଡିକୁ ଛାଡିବାକୁ ଟ୍ରକ ମାଲିକ ମାନଙ୍କ ଠାରୁ ୪୦ ହଜାର ଟଙ୍କା ଟ୍ରକ ଆସୋସିଏସନର ଉପସଭାପତି ଦୟାନିଧି ଜେନାଙ୍କ ମାଧ୍ୟମରେ ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡ଼ିବସିଥିଲା। ପରେ ତାଙ୍କ ଭଡ଼ାଘର ଓ ଅଫିସରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଶେଷରେ ଦୟାନିଧି ଜେନା ଓ ତହସିଲଦାର ଶ୍ରୀ ମଲିକଙ୍କୁ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡ଼ିଛି।
-
Feb 19, 2026 16:55 IST
୧୨୩୬ ପଏଣ୍ଟ ଖସିଲା ସେନ୍ସେକ୍ସ, ଦୁଇ ସପ୍ତାହ ଭିତରେ ସର୍ବାଧିକ
ମୁମ୍ବାଇ: ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ କାରବାରରେ ବିଶେଷ ମାନ୍ଦା ସ୍ଥିତି ଦେଖାଯାଇଛି। ଆଜିର କାରବାରରେ ସେନ୍ସେକ୍ସ ୧୨୩୬.୧୧ ପଏଣ୍ଟ ହ୍ରାସ ପାଇଛି। ତେବେ ଏହି ହ୍ରାସ ଗତ ଦୁଇ ସପ୍ତାହ ଭିତରେ ହୋଇଥିବା ଦୈନିକ କାରବାରରେ ସର୍ବାଧିକ ହ୍ରାସ ବୋଲି ଜଣାପଡ଼ିଛି। ବିଶ୍ବର ବିଭିନ୍ନ ଅଞ୍ଚଳରେ ଯୁଦ୍ଧ ପରିସ୍ଥିତିକୁ ନେଇ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ସେୟାର ବଜାର ଉପରେ ପଡ଼ିଛି। ଏହାକୁ ନେଇ ଆଜି ବମ୍ବେ ଷ୍ଟକ୍ ବଜାରରେ ବିଭିନ୍ନ କଂପାନିର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ଆଜିର କାରବାର ବନ୍ଦ ହେବା ବେଳକୁ ସେନ୍ସେକ୍ସ ୮୨,୪୯୮.୧୪ ପଏଣ୍ଟରେ ପହଞ୍ଚିଯାଇଥିଲା। ଏହା ସହିତ ଆଜିର କାରବାରରେ ନିଫ୍ଟି ମଧ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। କାରବାର ବନ୍ଦ ହେବା ବେଳକୁ ନିଫ୍ଟି ୨୫,୪୫୪.୩୫ ପଏଣ୍ଟରେ ଥିଲା। ଏହା ପୂର୍ବରୁ ଚଳିତ ମାସ ୧ ତାରିଖରେ ବମ୍ବେ ଷ୍ଟକ୍ ବଜାରରେ ସେନ୍ସେକ୍ସରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା।
-
Feb 19, 2026 16:54 IST
ଉତ୍କଳବିଶ୍ବବିଦ୍ୟାଳୟରେ ଅମାନିଆ ହେବେ ସାବାଡ଼
/filters:format(webp)/sambad/media/media_files/2025/09/02/utkal-university-2025-09-02-21-19-10.jpg)
- ଉତ୍କଳ ବିଶ୍ବବିଦ୍ୟାଳୟରେ ନିୟମ କଡ଼ାକଡ଼ି
- କ୍ୟାମ୍ପସ ପରିସରରେ ପରିଚୟପତ୍ର ବାଧ୍ୟତାମୂଳକ
- ଅମାନିଆ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ
- ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି
-
Feb 19, 2026 16:16 IST
ଭଦ୍ରକ ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷ ଦେଲେ ୨୨,୨୩୪ ପରୀକ୍ଷାର୍ଥୀ
/filters:format(webp)/sambad/media/media_files/2026/02/19/whatsapp-image-2026-02-19-09-53-37.jpeg)
ଭଦ୍ରକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏହି ପରୀକ୍ଷା ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଜିଲାର ୩୧୮ ହାଇସ୍କୁଲର ୨୨ ହଜାର ୨୩୪ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ୧୧୫ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ରେଗୁଲାର ଓ ଏକ୍ସ-ରେଗୁଲାର ମିଶି ୨୧ ହଜାର ୮୧୯ ଜଣ ପରୀକ୍ଷାର୍ଥୀ ଥିବା ବେଳେ ମଧ୍ୟମାରେ ୨୫୧ ଜଣ ପରୀକ୍ଷାର୍ଥୀ ଅଛନ୍ତି। ସେହିଭଳି ଏସଓଏସସି ପରୀକ୍ଷାର୍ଥୀ ୧୪ ଜଣ ଓ ସିସି କୋର୍ସରେ ୨୪ ଜଣ ରହିଛନ୍ତି। ଏଥିପାଇଁ ମୋଟ ୧୧ଟି ନୋଡାଲ ସେଣ୍ଟର କରାଯାଇଛି। ଚଳିତ ବର୍ଷ ତ୍ରିସ୍ତରୀୟ ସ୍ୱାଡ଼ ବ୍ୟବସ୍ଥା କରାଯାଇଛି। ଭଦ୍ରକ ବ୍ଲକର ଜିଲାସ୍କୁଲ ଓ ସରକାରୀ ହାଇସ୍କୁଲକୁ ନୋଡାଲ ସେଣ୍ଟର ଭାବେ ନିଆଯାଇଛି। ବାସୁଦେବପୁରର ଏବି ହାଇସ୍କୁଲ, ଚାନ୍ଦବାଲିର ମତୋ ହାଇସ୍କୁଲ ଓ ଧାମରାଇ ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି। ସେହିଭଳି ଧାମନଗର ହାଇସ୍କୁଲ ଓ ଧୂଷୁରୀର ଏମଡି ହାଇସ୍କୁଲ ଓ ଭଣ୍ଡାରିପୋଖରୀ ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି। ବନ୍ତ ହାଇସ୍କୁଲ, ଆଗରପଡ଼ା ବାଳିକା ହାଇସ୍କୁଲ ସମେତ ତିହିଡ଼ିରେ ସିଆରଏସ ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି। ଏହିସବୁ କେନ୍ଦ୍ରରେ କଡ଼ା ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ରହିବ। ପରୀକ୍ଷା ଦିନ ସକାଳୁ ପୁଲିସ ସୁରକ୍ଷା ବଳୟରେ ପ୍ରତି କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। ଭଦ୍ରକ ବ୍ଳକରେ ୨୦ଟି କେନ୍ଦ୍ର, ବାସୁଦେବପୁର ୨୧ , ଭଣ୍ଡାରିପୋଖରୀରେ ୯, ବନ୍ତରେ ୧୪, ଚାନ୍ଦବାଲିରେ ୨୦, ଧାମନଗରରେ ୧୭ ଏବଂ ତିହିଡ଼ିରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
-
Feb 19, 2026 16:02 IST
ଜମିଜମା ଗଣ୍ଡଗୋଳ ରୁ ଭାଇକୁ ଭାଇର ଛୁରୀମାଡ଼
/filters:format(webp)/sambad/media/media_files/2026/02/19/whatsapp-image-2026-02-19-16-23-05.jpeg)
ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅଧିନସ୍ଥ ରାଜପୁର ଗ୍ରାମରେ ଜମିଜମା ଗଣ୍ଡଗୋଳରୁ ଭାଇ ଭାଇକୁ ଛୁରୀ ମାଡ଼ କରିଛି। ଛୁରୀ ମାଡରେ ଗୁରୁତର ହୋଇଥିବା ଯୁବକଙ୍କୁ ପ୍ରଥମେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ଓ ସେଠାରୁ ପୁଣି ବାଲେଶ୍ଵର ସ୍ଥାନାନ୍ତରିତ କରାଯାଇଛି।
ବିବରଣୀରୁ ପ୍ରକାଶ ଯେ ଆଜି ପୂର୍ବାହ୍ନରେ ରାଜପୁର ଗ୍ରାମରେ ଆଜି ସେକ ସଲାମତ ଓ ତାଙ୍କ ଭାଇମାନଙ୍କ ମଧ୍ୟରେ ଜମି ଭାଗବଣ୍ଟା ପାଇଁ ଜମି ମାପଚୁପ ଚାଲିଥିଲା। ଏହି ସମୟରେ କୌଣସି କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସଲାମତଙ୍କ ପୁତ୍ର ସେକ ସରାଫତ୍ (୩୦)ଙ୍କ ସହ ତାଙ୍କ କକା ପୁଅ ଭାଇ ଅର୍ଥାତ୍ ସେକ ରିଆସତ୍ଙ୍କ ପୁଅ ସେକ କରାମତ୍ (୨୮)ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ହଠାତ୍ କରାମତ୍ ଉତ୍ତେଜିତ ହୋଇ ନିଜ ପାଖରେ ରଖିଥିବା ଏକ ଛୁରୀରେ ସରାଫତ୍ଙ୍କ ଉପରକୁ ଆକ୍ରମଣ କରିଥିଲେ। ସରାଫତ୍ଙ୍କ ଜଙ୍ଘ ଓ ପେଟ ରେ କରାମତ୍ ଛୁରୀ ଭୁସି ଥିବା ବେଳେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ପର୍କୀୟମାନେ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ।ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵରକୁ ସ୍ଥାନାନ୍ତରିତ କରାଯାଇଛି। ଛୁରୀମାଡ଼ର କାରଣ କେବଳ ଜମିଜମା ଗଣ୍ଡଗୋଳ ନୁହେଁ ଅନ୍ୟ ଏକ କାରଣ ରହିଛି ବୋଲି ସରାଫତଙ୍କ ଭାଇ ସେକ ରାହତ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଲେଖା ହେବା ଯାଏଁ ଜଳେଶ୍ୱର ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ଖବର ପାଇବା ପରେ ପୁଲିସ ନିଜ ଆଡୁ ଘଟଣାର ତଦନ୍ତ କରିଛି। -
Feb 19, 2026 15:56 IST
ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ
/filters:format(webp)/sambad/media/media_files/2025/07/05/dead-2025-07-05-21-11-45.jpg)
- କାର ସହିତ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
- ଗଜପତି ଜିଲ୍ଲା ରା ଉଦୟଗିରିରେ ବାଇକ୍ ଓ କାର ଧକ୍କା
- ବାଇକ୍ ଆରୋହୀଙ୍କ ମୃତ୍ୟୁ
- ମୃତଦେହ ଉଦ୍ଧାର, ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ
- ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୁଲିସ
-
Feb 19, 2026 15:53 IST
ନିଜ ଘର ଦୁଆରେ ଫାଶୀ ଲଗାଇ ଝୁଲି ପଡ଼ିଲେ ଯୁବକ
Photograph: (sambad.in) ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ସଉନାମରା ଖଡ଼ିଆପଡାରେ ଏହା ଅଭାବନୀୟ ଘଟଣା ଘଟି ଯାଇଛି। ଉକ୍ତ ପଡ଼ାର ଯୁବକ ଜୋସେଫ ସରେଙ୍ଗ (୧୮) ନିଜ ଘର ଦୁଆରେ ଥିବା ଆମ୍ବ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ଟେଣ୍ଟ ହାଉସରେ ଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ। ଜୋସେଫ ସବୁଦିନ କାର୍ଯ୍ୟ ସାରି ସନ୍ଧ୍ୟାରେ ଘରକୁ ଫେରନ୍ତି। କିନ୍ତୁ ସେ ୧୮ ତାରିଖ ଦିନ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ସେ ସମୟରେ ତାଙ୍କ ବାପାମାଆ ଅନ୍ୟ କୋଠରୀରେ ଶୋଇଥିଲେ। ଏହାର ସୁଯୋଗରେ ବାପାମାଆଙ୍କୁ ବାହାର ପଟୁ କବାଟର ସୁକୁଳି ଦେଇ ଘର ଦୁଆରେ ଥିବା ଆମ୍ବ ଗଛରେ ଚଢି ଫାଶୀ ଲଗାଇ ଝୁଲି ପଡ଼ିଥିଲେ। ସକାଳେ ମାଆବାପା ଉଠି କବାଟ ଖୋଲିଥିଲେ ହେଲେ ବାହାର ପଟୁ ଶିକୁଳି ଦିଆଯାଇଥିବାରୁ ପଡୋଶୀଙ୍କୁ ଫୋନ କରିଥିଲେ। ପଡୋଶୀ ପହଞ୍ଚି କବାଟର ଶିକୁଳି ଖୋଲିଥିଲେ। ବାପାମାଆ ବାହାରି ନିଜ ଘର ଦୁଆରେ ଥିବା ଆମ୍ବ ଗଛରେ ଫାଶୀ ଲଗାଇ ପୁଅ ଝୁଲୁଥିବା ଦେଖିବାକୁ ପାଇଲେ। ଏହା ଦେଖି ତଲସରା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।
-
Feb 19, 2026 15:49 IST
୧୬ଟି କେନ୍ଦ୍ରରେ ୪୭ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ
/filters:format(webp)/sambad/media/media_files/2026/02/19/whatsapp-image-2026-02-19-15-49-29.jpeg)
ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକ କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟର ଅଧିନରେ ଥିବା ୧୬ଟି ପରୀକ୍ଷା କେନ୍ଦ୍ରରେ ପ୍ରଥମ ଦିନରେ ୪୭ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ୧୪ଟି ମ୍ୟାଟ୍ରିକ୍ ପରୀକ୍ଷାକେନ୍ଦ୍ରରେ ମୋଟ ୨୨୩୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିଲା ବେଳେ ସେମାନଙ୍କ ମଧ୍ୟରୁ ୩୪ ଜଣ ଅନୁପସ୍ଥିତ ରହି ପରୀକ୍ଷା ଦେଇନାହାଁନ୍ତି। ସେହିପରି ୨ଟି ମଧ୍ୟମା ପରୀକ୍ଷା କେନ୍ଦ୍ରରେ ୪୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ଅନୁପସ୍ଥିତ ଥିବା ଜଣାପଡ଼ିଛି। ତେବେ ଆମ୍ରକାନନ ଶିକ୍ଷାନିକେତନ, ରଜାତୋଟା କେନ୍ଦ୍ରରେ ୫ଜଣ,ବିଧାନଚନ୍ଦ୍ର ଏକାଡେମୀ, ବାଲିଆପାଳରେ ୩ଜଣ, ରାମଚନ୍ଦ୍ରପୁର ସରକାରୀ ହାଇସ୍କୁଲରେ ୨ଜଣ, ହରିପୁର ସରକାରୀ ହାଇସ୍କୁଲରେ ୩ଜଣ, କାଇପଡ଼ା ହାଇସ୍କୁଲରେ ୩ଜଣ, କନକଦୁର୍ଗା ବିଦ୍ୟାପୀଠ, ବାଲବିଲିରେ ୩ଜଣ, କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩ଜଣ, ନନ୍ଦିନୀଦେବୀ ବାଳିକା ଉଚ୍ଚ ବିଦ୍ୟାଳରେ ୨ ଜଣ, ରାଇପୁର ସରକାରୀ ହାଇସ୍କୁଲରେ ୨ଜଣ, ସାମନ୍ତସିଂହାର ହାଇସ୍କୁଲ ବାଲିଆରେ ୩ଜଣ, ସମରେଶ୍ବର ବିଦ୍ୟାପୀଠରେ ୩ଜଣ, ସିଦ୍ଧାଶ୍ରମ ବିଦ୍ୟାପୀଠ, ଅମଠପୁରରେ ୨ଜଣ ଅନୁପସ୍ଥିତ ଥିଲା ବେଳେ ନବଭାରତୀ ହାଇସ୍କୁଲ ଓ ଗୋପିନାଥଜୀୟୁ ସରକାରୀ ହାଇସ୍କୁଲ କଳାଖଣ୍ଡରେ ଶତପ୍ରତିଶତ ପରୀକ୍ଷାର୍ଥୀ ଉପସ୍ଥିତ ଥିବା ଜଣାପଡ଼ିଛି। ସେହିପରି ମଧ୍ୟମା ପରୀକ୍ଷା ଚାଲିଥିବା ସାମନ୍ତ ସିଂହାର ହାଇସ୍କୁଲ, ବାଲିଆରେ ୧ଜଣ ଓ କାଇପଡ଼ା ହାଇସ୍କୁଲରେ ୧୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡ଼ିଛି। -
Feb 19, 2026 15:15 IST
ଆନ୍ତଃରାଜ୍ୟ କ୍ରିକେଟ୍ ବେଟିଂ ସିଣ୍ଡିକେଟ୍କୁ ଧରିଲା ପୁଲିସ, ୬ ଗିରଫ
ରାଉରକେଲା: 'ଅପରେସନ୍ ସାଇବର କବଚ' ଅଧୀନରେ ରାଉରକେଲା ପୁଲିସକୁ ବଡ଼ ସଫଳତା ମିଳିଛି। ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଚାଲିଥିବା ଏକ ଆନ୍ତଃରାଜ୍ୟ କ୍ରିକେଟ୍ ବେଟିଂ ସିଣ୍ଡିକେଟ୍କୁ ପୁଲିସ ଧ୍ୱସ୍ତ କରିଛି। ଚାଲିଥିବା T-20 ବିଶ୍ୱକପ୍ ଉପରେ ଏହି ବେଟିଂ ଚାଲିଥିବା ବେଳେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
/filters:format(webp)/sambad/media/media_files/2026/02/18/1breaking-news-thursday-2026-02-18-17-19-01.jpg)
ଗିରଫ ଅଭିଯୁକ୍ତମାନେ ହେଲେ ରୋହିତ ଭଗତ, ପଙ୍କଜ କୁମାର ଭଗତ, ସୋନୁ ରାଓ, ମୁକେଶ ସାହୁ, ଜିତେନ୍ଦ୍ର ଅଗ୍ରୱାଲ ଏବଂ ସୁରେଶ ଖେମକା। ସେମାନଙ୍କ ନିକଟରୁ ୩୦,୬୫,୦୦୦ ଟଙ୍କା ନଗଦ, ଏକ ମହିନ୍ଦ୍ରା ଥାର୍ ଗାଡି, ଦୁଇଟି ଲାପଟପ୍ ଏବଂ ଆଇଫୋନ୍-୧୭ ପ୍ରୋ ମ୍ୟାକ୍ସ ସମେତ ୭ଟି ଦାମୀ ମୋବାଇଲ୍ ଫୋନ୍ ଜବତ କରାଯାଇଛି।
-
Feb 19, 2026 15:11 IST
ସମ୍ବଲପୁର ପୁଲିସ ହାତରେ ବଡ଼ ସାଇବର ଗ୍ୟାଙ୍ଗ
ସମ୍ବଲପୁର: ସମ୍ବଲପୁର ପୁଲିସ ହାତରେ ବଡ଼ ସାଇବର ଗ୍ୟାଙ୍ଗ। ମ୍ୟୁଲ୍ ଆକାଉଣ୍ଟ ମାମଲାରେ ବିଭିନ୍ନ ଥାନାରେ ୫୦ରୁ ଅଧିକ ଅଟକ।
୧୧୦ କୋଟି ଟଙ୍କା ଠାବ କରିଛି ସମ୍ବଲପୁର ପୁଲିସ ।/filters:format(webp)/sambad/media/media_files/2026/02/18/1breaking-news-thursday-2026-02-18-17-19-01.jpg)
ସମ୍ବଲପୁର ପୁଲିସର ସ୍ବତନ୍ତ୍ର ଟିମକୁ ବଡ଼ ସଫଳତା। ଏସପିଙ୍କ ତତ୍ତ୍ବାବଧାନରେ ସ୍ୱତନ୍ତ୍ର ଟିମ୍। ଟିମରେ ରହିଛନ୍ତି ୨ ଜଣ ଅତିରିକ୍ତ ଏସପି, ଜଣେ ଡିଏସପି ଓ ୧୪ ଜଣ ଆଇଆଇସି।
-
Feb 19, 2026 14:59 IST
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ଚିକିତ୍ସା ପାଇଁ ପଡ଼ିଥିବା ପିଟିସନ ଖାରଜ
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା।ଘରୋଇ ହସ୍ପିଟାଲରେ ବିକ୍ରମଙ୍କ ଚିକିତ୍ସା ପାଇଁ ପଡ଼ିଥିବା ପିଟିସନ ଖାରଜ। ପିଟିସନକୁ ଖାରଜ କଲେ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ। ଏମକେସିଜି ମେଡିକାଲରେ ହିଁ ବିକ୍ରମଙ୍କ ଚିକିତ୍ସା ସହ ଅପରେସନ ହେବ।ଏନେଇ ବ୍ରହ୍ମପୁର ଜେଲକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।
ଅପରେସନ ଓ ଚିକିତ୍ସା ସମୟରେ ବିକ୍ରମଙ୍କ ପରିବାର ଲୋକେ ରହିପାରିବେ।
-
Feb 19, 2026 14:44 IST
ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେଲେ ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନ
ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ତହସିଲଦାର୍ ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର l ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ ନିଲମ୍ବନ କରାଯାଇଛି l ରାଜସ୍ୱ ବିଭାଗରେ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଏହି ପରିପ୍ରେକ୍ଷୀରେ ଚେତାବନୀ ଦେଇଛନ୍ତି ମାନ୍ୟବର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ l
/filters:format(webp)/sambad/media/media_files/2026/02/18/1breaking-news-thursday-2026-02-18-17-19-01.jpg)
ସୂଚନାଯୋଗ୍ୟ ଯେ, ରାଜସ୍ୱ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ ବୋଲି ଏଇ ନିକଟରେ ବିଭାଗର ସମସ୍ତ କାର୍ଯ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରିଥିଲେ l
-
Feb 19, 2026 13:37 IST
ରାସ୍ତାକଡ଼କୁ ଖସିଲା ସ୍କୁଟି, ୨ ମୃତ
ସୁନ୍ଦରଗଡ଼, ଲେଫ୍ରିପଡ଼ା ଥାନା ସରଫଗଡ଼ ଜଳଭଣ୍ଡାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ସ୍କୁଟି ଭାରସାମ୍ଯ ହରାଇ ରାସ୍ତାକଡ଼କୁ ଖସି ପଡ଼ିଥିବାବେଳେ ୨ ଜଣ ଯୁବକଙ୍କ ଶୋଚନୀୟ ମୃତ୍ଯୁ ହୋଇଛି। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିବା ପୁଲିସ ଅନୁମାନ କରିଛି। ଦୁଇ ଯୁବକଙ୍କ ପରିଚୟ ହସ୍ତଗତ ହୋଇ ନାହିଁ।
/filters:format(webp)/sambad/media/media_files/2026/02/18/1breaking-news-thursday-2026-02-18-17-19-01.jpg)
ସ୍କୁଟିର ନମ୍ବରରୁ ମୃତକମାନେ ହେମଗିର ଟିକିଲିପଡ଼ା ଅଞ୍ଚଳର ହୋଇଥାଇପାରନ୍ତି ବୋଲି ପୁଲିସ କହିଛି। ଯୁବକ ଦ୍ବୟ ସ୍କୁଟିରେ ମଶାବିରା ଅଞ୍ଚଳକୁ ଯାଉଥିବାବେଳେ ଭାରସାମ୍ଯ ହରାଇ ପଡ଼ିଥିଲେ । ଲେଫ୍ରିପଡ଼ା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କୁଟି ଓ ମୃତଦେହକୁ ଜବତ କରି ତଦନ୍ତ ଚଲାଇଛି।
-
Feb 19, 2026 12:32 IST
କରଡ଼ା ଘାଟିର ୩୦ ଫୁଟ ତଳକୁ ଖସିଲା ମହୁଲ ବୋଝେଇ ଟ୍ରକ୍
ଘୁ.ଉଦୟଗିରି: କନ୍ଧମାଳ ଜିଲା ରାଇକିଆ ବ୍ଳକର କରଡ଼ା ଘାଟିଠାରେ ନିୟନ୍ତ୍ରଣ ହରାଇ ଏକ ମହୁଲ ବୋଝେଇ ଟ୍ରକ ଘାଟିର ୩୦ ଫୁଟ ତଳକୁ ଖସିଯାଇଛି। ଟ୍ରକଟି ଘାଟି ତଳକୁ ଖସିଯିବା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଟ୍ରକଟି ବଲାଙ୍ଗୀରରୁ ମହୁଲ ନେଇ କରଡ଼ା ଅଭିମୁଖେ ଯାଉଥିଲା।
/filters:format(webp)/sambad/media/media_files/2026/02/19/untitled-2026-02-19-12-32-23.png)
ଖବର ପାଇ ରାଇକିଆ ଅଗ୍ନିଶମ ବିଭାଗ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ରାଇକିଆ ମେଡିକାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଗାର୍ଡ ୱାଲ ନ ଥିବାରୁ ଅନେକ ସମୟରେ ଏହି ସ୍ଥାନରେ ଦୁର୍ଘଟଣାମାନ ଘଟୁଛି ।
-
Feb 19, 2026 12:25 IST
ମାରିଗୁଡ଼ାରେ ଭୂତ ଆତଙ୍କ ଘଟଣା, ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ
ରାୟଗଡ଼ା: ମାରିଗୁଡ଼ାରେ ଭୂତ ଆତଙ୍କ ଘଟଣା । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ। ମାରିଗୁଡ଼ା ଗାଁରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହିତ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି ।
/filters:format(webp)/sambad/media/media_files/2026/02/19/untitled-2026-02-19-12-24-37.png)
ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଲେ କିମ୍ବା ଅସୁସ୍ଥ ଅନୁଭବ ହେଲେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଗ୍ରାମବାସୀମାନଙ୍କୁ ପରାମର୍ଶ ଦେଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ।
-
Feb 19, 2026 12:12 IST
୨୬ରେ ଏନ୍ସିପି ଜାତୀୟ ସଭାପତି ହେବେ ସୁନେତ୍ରା
ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଏନ୍ସିପିର ଜାତୀୟ ସଭାପତି ହେବାକୁ ଯାଉଛନ୍ତି। ଆସନ୍ତା ଫେବ୍ରୁଆରି ୨୬ ତାରିଖରେ ସୁନେତ୍ରା ଏହି ଦାୟିତ୍ବ ଗ୍ରହଣ କରିବେ ବୋଲି ଏନ୍ସିପିର ବରିଷ୍ଠ ନେତା ପ୍ରଫୁଲ ଫଟେଲ ସୂଚନା ଦେଇଛନ୍ତି। ଜାନୁଆରି ୨୮ରେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ପରେ କ୍ଷମତାରେ ପରିବର୍ତ୍ତନ ହେବାକୁ ଯାଉଛି।
ପ୍ରଫୁଲ ପଟେଲ ବୁଧବାର ସାମ୍ବାଦିକଙ୍କ ସହିତ କଥାବାର୍ତ୍ତାବେଳେ କହିଥିଲେ ଯେ, ଆଜିତ ଦାଦାଙ୍କ ପରଲୋକ ପରେ ଦଳରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାକୁ ପୂରଣ କରିବା ପ୍ରକ୍ରିୟାରେ ଆମେ ଅଛୁ। ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଫେବ୍ରୁଆରି ୨୬ରେ ଏନସିପିର ଜାତୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସେ ସୂଚନା ଦେଇଛନ୍ତି। ଏନ୍ସିପିର ଦୁଇଗୋଷ୍ଠୀର ମିଶ୍ରଣ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ଏହା ପ୍ରକୃଷ୍ଟ ସମୟ ନୁହେଁ ବୋଲି କହି ଏଡ଼ାଇ ଯାଇଥିଲେ ପଟେଲ। ଏକ ଚାଟାର୍ଡ ବିମାନ ଦୁର୍ଘଟଣାରେ ଅଜିତ ପାୱାର ଓ ଅନ୍ୟ ୪ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା।
-
Feb 19, 2026 12:07 IST
ପୁଣି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ବର: ପୁଣି ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ। ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ।
/filters:format(webp)/sambad/media/media_files/2026/02/18/1breaking-news-thursday-2026-02-18-17-19-01.jpg)
ସୂଚନାଯୋଗ୍ୟ, ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ଆଜି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ହାତରେ ପ୍ଲାକାର୍ଡ ଧରି ଚାଷୀ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ। ବାଚସ୍ପତିଙ୍କ ନିବେଦନ ପରେ ହଟ୍ଟଗୋଳ ବନ୍ଦ ହୋଇନଥିଲା। ଏହାପରେ ବାଚସ୍ପତି ସୁରମା ପାଢ଼ୀ ବାଧ୍ୟ ହୋଇ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
-
Feb 19, 2026 12:01 IST
ରାସ୍ତାକଡ଼ରୁ ମିଳିଲା କଟା ପାଦ
ଛତ୍ରପୁର:ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧୀନ ଲକ୍ଷ୍ମୀପୁର ଗ୍ରାମ ରାସ୍ତାକଡ଼ରେ ଏକ କଟା ପାଦ ପଡ଼ିଥିବା ଦେଖିବାକୁ ମିଳିଛି l ଘଟଣାର ଖବର ପାଇ ଛତ୍ରପୁର ଏସ୍ଡ଼ିପିଓ ଚନ୍ଦନ ଘଡେଇ, ଚମାଖଣ୍ଡି ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l
/filters:format(webp)/sambad/media/media_files/2026/02/18/1breaking-news-thursday-2026-02-18-17-19-01.jpg)
କଟା ପାଦଟି କାହାର ଓ କିଭଳି ଏହି ସ୍ଥାନକୁ ଆସିଲା ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି l ତଦନ୍ତ ପରେ ଲକ୍ଷ୍ମୀପୁର ରେଳ ଧାରଣାରେ ଏକ ଅଜଣା ଲୋକଙ୍କ ମୃତଦେହ ପଡ଼ିଥିବା ଜଣା ପଡିଥିଲା l ବିଲୁଆ ମୃତଦେହ ନିକଟରୁ ପାଦଟି ଟାଣି ରାସ୍ତା ଉପରକୁ ଆଣିଦେଇଥିବା କୁହାଯାଉଛି l
-
Feb 19, 2026 11:16 IST
ରାସ୍ତାକଡ଼ରୁ ନବଜାତ ଶିଶୁ ଉଦ୍ଧାର
/filters:format(webp)/sambad/media/media_files/2026/02/18/1breaking-news-thursday-2026-02-18-17-19-01.jpg)
ଭୁବନେଶ୍ବର: ଖାରବେଳ ନଗର ଥାନା ଅଞ୍ଚଳରୁ ରାସ୍ତାକଡ଼ରୁ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି।
-
Feb 19, 2026 11:11 IST
ସାଇବର ଠକେଇ କରି ଜେଲ ଗଲେ ୧୯ ବର୍ଷୀୟ ଯୁବକ
ହାଟଡିହି: ସାଇବର ଠକେଇ ଅଭିଯୋଗରେ ଯୁବକ ଗିରଫ। ଅତି କମ୍ ବୟସରୁ ସାଇବର ଠକେଇ କରି ଜେଲ ଯାଇଛନ୍ତି ୧୯ ବର୍ଷୀୟ ଯୁବକ ଅବିନାଶ ଜେନା।
/filters:format(webp)/sambad/media/media_files/2026/02/19/untitled-2026-02-19-11-11-28.png)
କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା କୃଷ୍ଣପୁର ଗ୍ରାମର ବିପିନବିହାରୀ ଜେନାଙ୍କ ପୁଅ ଅବିନାଶ ଜେନା ସାଇବର ଠକେଇ କରି ତିନୋଟି ଏକାଉଣ୍ଟ ଜରିଆରେ ପାଖାଖାଖି ୨୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରି ରାମଚନ୍ଦ୍ରପୁର ପୁଲିସ ହାତରେ ଧରାପଡିଛନ୍ତି।ଏକ ପ୍ରେସ ବାର୍ତ୍ତା ଜରିଆରେ ଉପଖଣ୍ତ ପୁଲିସ ଅଧିକାରୀ କମଲ କୁମାର ପଣ୍ତା ଏନେଇ ସୂଚନା ପ୍ରଦାନ କରିଛନ୍ତି।
-
Feb 19, 2026 11:04 IST
AI କାମକୁ ସ୍ମାର୍ଟ କରିବ: ପ୍ରଧାନମନ୍ତ୍ରୀ ମୋଦୀ
/sambad/media/post_attachments/7680c624-3ad.png)
ନୂଆଦିଲ୍ଲୀ: ଭାରତ AI ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତରେ ବିଶ୍ୱର ସବୁଠାରୁ ଅଧିକ ଯୁବ ଜନସଂଖ୍ୟା ଅଛି ଏବଂ ଏହା ପ୍ରତିଭାର କେନ୍ଦ୍ର। ଭାରତ ନୂତନ ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରେ ଏବଂ ଗ୍ରହଣ କରେ। AI ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା। କେହି କଳ୍ପନା କରିପାରିନଥିଲେ ଯେ ଏହା କେତେ ନିଯୁକ୍ତି ସୃଷ୍ଟି କରିବ। AI ସହିତ ମଧ୍ୟ ସମାନ କଥା। ଏହା ଭବିଷ୍ୟତରେ ଆହୁରି ଅନେକ ନିଯୁକ୍ତି ସୃଷ୍ଟି କରିବ। AI ଆମର କାମକୁ ସ୍ମାର୍ଟ ଏବଂ ଅଧିକ ଦକ୍ଷ କରିବ। ଯଦି ଆମେ ଏକାଠି ଆଗକୁ ବଢ଼ିବା, AI ସମସ୍ତ ମାନବ ସମ୍ଭାବନାକୁ ନୂତନ ଉଚ୍ଚତାକୁ ନେଇଯିବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ AI ଏକ ପରିବର୍ତ୍ତନକାରୀ ଶକ୍ତି। ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି AIକୁ ମେସିନ-କେନ୍ଦ୍ରିକରୁ ମାନବ-କେନ୍ଦ୍ରିକରେ ପରିଣତ କରିବା। ଏହାକୁ ପ୍ରତିକ୍ରିୟାଶୀଳ କରିବା। ସମସ୍ତଙ୍କ କଲ୍ୟାଣ ପାଇଁ, ସମସ୍ତଙ୍କ କଲ୍ୟାଣ ପାଇଁ। ଆମର ମାନଦଣ୍ଡ। ଆମକୁ AIକୁ ଏକ ଖୋଲା ଆକାଶ ଦେବାକୁ ପଡିବ ଏବଂ ଆମ ହାତରେ କମାଣ୍ଡ ରଖିବାକୁ ପଡିବ। ଆଜି ଆମେ AIକୁ କେଉଁ ଦିଗରେ ନେଉଛୁ ତାହା ଆମର ଭବିଷ୍ୟତ ନିର୍ଣ୍ଣୟ କରିବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, AI ମେସିନଗୁଡ଼ିକୁ ବୁଦ୍ଧିମାନ କରୁଛି। କିନ୍ତୁ ତା'ଠାରୁ ଅଧିକ, ଏହା ମାନବ କ୍ଷମତାକୁ ଅନେକ ଗୁଣ ବୃଦ୍ଧି କରୁଛି। ପୂର୍ବରୁ ପ୍ରଯୁକ୍ତିବିଦ୍ୟା ଦୃଶ୍ୟମାନ ହେବା ପାଇଁ ଦଶନ୍ଧି ସମୟ ଲାଗୁଥିଲା। କିନ୍ତୁ ଆଜି ମେସିନ୍ ଶିକ୍ଷଣରୁ ଶିଖିବା ମେସିନ୍ ପର୍ଯ୍ୟନ୍ତ ଯାତ୍ରା ଦ୍ରୁତ, ଗଭୀର ଏବଂ ବ୍ୟାପକ। ତେଣୁ, ଆମକୁ ଦୃଷ୍ଟିକୋଣ ରଖିବାକୁ ପଡିବ ଏବଂ ଦାୟିତ୍ୱ ମଧ୍ୟ ବୃଦ୍ଧି କରିବାକୁ ପଡିବ। -
Feb 19, 2026 10:56 IST
କୂଅରେ ବୁଡ଼ି ବ୍ୟବସାୟୀଙ୍କ ମୃତ୍ୟୁ
ଆନନ୍ଦପୁର:କୂଅରେ ବୁଡ଼ି ଆନନ୍ଦପୁର ଥାନା ଅନ୍ତର୍ଗତ ଯୋଗିଆବନ୍ଧର ବ୍ୟବସାୟୀ ଉମେଶ ମହାନ୍ତ(୭୧)ଙ୍କ ମୃତ୍ୟୁ ଘଟିଛି।
/filters:format(webp)/sambad/media/media_files/2026/02/18/1breaking-news-thursday-2026-02-18-17-19-01.jpg)
ରାତିରେ ଶୌଚ ପାଇଁ ବାହାରି, ଗୋଡ଼ ଖସି ଯାଇ କୂଅରେ ପଡ଼ି ତାଙ୍କର ଜୀବନ ଚାଲିଗଲା। ଭୋର ସକାଳୁ ଘର ଲୋକ ଖୋଜିବାରୁ ଦେଖିଲେ ଉମେଶ କୂଅରେ ପଡ଼ିଛନ୍ତିl ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି l
-
Feb 19, 2026 10:40 IST
ପ୍ରଶ୍ନକାଳ ଆରମ୍ଭରୁ ଆଜି ପୁଣି ହଟ୍ଟଗୋଳ, ସାଢ଼େ ୧୧ଟା ଯାଏ ଗୃହ ମୁଲତବି
/filters:format(webp)/sambad/media/media_files/2026/02/18/1breaking-news-thursday-2026-02-18-17-19-01.jpg)
ଭୁବନେଶ୍ବର: ପ୍ରଶ୍ନକାଳ ଆରମ୍ଭରୁ ଆଜି ପୁଣି ବିରୋଧୀଙ୍କ ହଟ୍ଟଗୋଳ। ହାତରେ ପ୍ଲାକାର୍ଡ ଧରି ଚାଷୀ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ। ବାଚସ୍ପତିଙ୍କ ନିବେଦନ ପରେ ହଟ୍ଟଗୋଳ ବନ୍ଦ ହୋଇନଥିଲା। ଏହାପରେ ବାଚସ୍ପତି ସୁରମା ପାଢ଼ୀ ବାଧ୍ୟ ହୋଇ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
-
Feb 19, 2026 10:22 IST
ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଗୁଗୁଲ୍ ସିଇଓ
/sambad/media/post_attachments/indiatoday/images/breaking_news/202602/sundar-pichai-at-india-ai-impact-summit-2026-192814524-16x9_0-530190.png?VersionId=O2YrB3RLXZXJd5ltPBICn7Q9eSGAZfsU&size=686:385)
ନୂଆଦିଲ୍ଲୀ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଚତୁର୍ଥ ଦିନରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ତାଙ୍କର ମୁଖ୍ୟ ଭାଷଣ ଦେଇଛନ୍ତି। ସେ ତାଙ୍କ ଅଭିଭାଷଣ ସମୟରେ ସେ କହିଥିଲେ, ଆମେ ପ୍ରଚଣ୍ଡ ପ୍ରଗତି ଦ୍ୱାରରେ ଅଛୁ। ମୁଁ କେବେ କଳ୍ପନା କରି ନଥିଲି ଯେ ଭାଇଜାଗ୍ ଏଆଇ ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ଭାବରେ ଉଭା ହେବ। ତଥାପି ଆଜିର ବାସ୍ତବତା ହେଉଛି।
-
Feb 19, 2026 10:14 IST
ପଞ୍ଜାବରେ ସରପଞ୍ଚଙ୍କୁ ହତ୍ୟା
/filters:format(webp)/sambad/media/media_files/2026/02/19/screenshot-2026-02-19-094057-2026-02-19-10-14-11.jpg)
ଚଣ୍ଡିଗଡ଼: ପଂଜାବର ତାରନତରନରେ ଜଣେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜାତୀୟ ରାଜପଥର ସିଦ୍ଧୁ ଫାର୍ମ ମ୍ୟାରେଜ ପ୍ୟାଲେସରେ ଏକ ବିବାହ ସମାରୋହ ସମୟରେ ମାତ୍ର ଦେଢ଼ ମିନିଟ୍ ମଧ୍ୟରେ ତିନି ଜଣ ଗୁଳିଚାଳକ ଥାଥିୟାନ ମହନ୍ତ ଗ୍ରାମର ଥାଥିୟାନ ମହାନ୍ତ ସରପଞ୍ଚ ହରବୀର ସିଂହ ସାନ୍ଧୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆକ୍ରମଣକାରୀମାନେ ତାଙ୍କ ଭାଇଭଉଣୀଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁ ଆସିଥିବା ଜର୍ମାନଜିତ ସିଂହଙ୍କୁ ମଧ୍ୟ ଗୁଳି କରି ଗୁରୁତର ଆହତ କରିଥିଲେ। ଦୁର୍ବୃତ୍ତ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ପିସ୍ତଲ ଏବଂ ଜଣେ AK-47 ଧରି ଥିଲେ। ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ପଗଡ଼ି ପିନ୍ଧିଥିଲେ। ଡିଜିପି ଗୌରବ ଯାଦବ ପଟ୍ଟି ସବ-ଡିଭିଜନର ଡିଏସ୍ପି ଜଗବୀର ସିଂହ ଏବଂ ସରହାଲି ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ସବ-ଇନ୍ସପେକ୍ଟର ଗୁରିନ୍ଦର ସିଂହଙ୍କୁ ଅଞ୍ଚଳରେ ସୁରକ୍ଷା ବଜାୟ ରଖିବାରେ ବିଫଳ ହେବା ପାଇଁ ନିଲମ୍ବିତ କରିଛନ୍ତି।
-
Feb 19, 2026 09:55 IST
ବାଇକ ସହ ପିଟି ହୋଇ ଯୁବକଙ୍କ ମୃତ୍ୟୁ
ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ସରଦେଇପୁର ନିମାପଡ଼ା ରାସ୍ତାର ବାଲିପାଟଣା ଥାନା ଅଠାନ୍ତର ବଜାରରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ରାସ୍ତାକଡ଼ରେ ଥିବା ଏକ ସ୍ୱଜଳ ଧାରା ପାଣି ଟାଙ୍କିରେ ବାଇକ ସହ ଜଣେ ଯୁବକ ପିଟି ଗୁରୁତର ହୋଇଥିଲେ | କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣା ପଡ଼ିଛି |
/filters:format(webp)/sambad/media/media_files/2026/02/19/untitled-2026-02-19-09-55-33.png)
ମୃତ ଯୁବକ ହେଲେ ନିମାପଡ଼ା ଥାନା ଭାଟ ବନ୍ଧ ଗ୍ରାମର ଅଭିଜିତ ରାଉଳ ( ୪୦ ) | ବାଲିପାଟଣା ପୁଲିସ ଦୁର୍ଘଟଣା ଘଟାଇ ଥିବା ବାଇକ ଜବତ କରିବା ସହ ତଦନ୍ତ କରୁଛି |
-
Feb 19, 2026 09:14 IST
ଦୁଇଜଣ ଦଶମ ଶ୍ରେଣୀ ଛାତ୍ର ଦୁର୍ଘଟଣାରେ ଗୁରତର
/filters:format(webp)/sambad/media/media_files/2026/02/19/jharigaon-2026-02-19-09-14-25.jpg)
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଦଶମ ଶ୍ରେଣୀର ଛାତ୍ର ବାଇକ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡିଛି। ଫୁପୁଗାଁ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଦଶମ ଶ୍ରେଣୀର ଛାତ୍ର ପବିତ୍ର କମାର ଏବଂ କେଶବ କମାର ଆଜି ସକାଳୁ ପରୀକ୍ଷା ଦେବା ପାଇଁ ବାଇକ ଯୋଗେ ବେଲଗାଁ ଉଚ୍ଚ ବିଦ୍ୟାଳୟ ଯାଉଥିଲେ। ତେଲଗାଁ ଗ୍ରାମ ନିକଟରେ ବୁଲାଣି ରାସ୍ତାରେ ବାଇକ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗଛ ସହ ଧକ୍କା ହୋଇଥିଲା। ଫଳରେ ଦୁଇ ଜଣ ଛାତ୍ର ଛିଟିକି ହୋଇ ରାସ୍ତା ଉପରେ ପଡ଼ିଥିଲେ। ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଉଭୟଙ୍କୁ ଅଟୋ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ପବିତ୍ରଙ୍କ ଆଣ୍ଠୁରେ ଗଭୀର ଆଘାତ ଯୋଗୁଁ ଉମରକୋଟ ସ୍ଥାନାନ୍ତର କରାଯାଇ ଥିବା ବେଳେ କେଶବ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।
-
Feb 19, 2026 08:53 IST
ବାଂଲାଦେଶରେ ସବୁ ଧର୍ମକୁ ମିଳିବ ସମ୍ବାନ!
/filters:format(webp)/sambad/media/media_files/2026/02/19/screenshot-2026-02-19-085247-2026-02-19-08-53-03.jpeg)
ଢାକା: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ବୁଧବାର ଦେଶରେ ଆଇନର ଶାସନକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ସରକାର ଦେଶକୁ ସମସ୍ତ ଧର୍ମର ଲୋକଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନରେ ପରିଣତ କରିବ। ଶପଥ ଗ୍ରହଣ ପରେ ଜାତି ଉଦ୍ଦେଶ୍ୟରେ ତାଙ୍କର ପ୍ରଥମ ଟେଲିଭିଜନ ଅଭିଭାଷଣରେ ସେ ସରକାରଙ୍କ ପ୍ରାଥମିକତାକୁ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ଏବଂ ଦୁର୍ନୀତି ରୋକିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା। ଉଲ୍ଲେଖଯୋଗ୍ୟ, ରହମାନ ସରକାର ଗଠନ ହେବା ପୂର୍ବରୁ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ସମୟରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଯଥେଷ୍ଟ ବୃଦ୍ଧି ପାଇଥିଲା।
-
Feb 19, 2026 08:39 IST
କଲରାପତରିଆ ଛୁଆର ମୃତଦେହ ଉଦ୍ଧାର
ଭଞ୍ଜନଗର: ମୁଜାଗଡ଼ ବନାଞ୍ଚଳ ବଜ୍ରକୋଟ ଗ୍ରାମ ନିକଟରୁ କଲରାପତରିଆ ଛୁଆର ମୃତଦେହ ଉଦ୍ଧାର -
Feb 19, 2026 08:38 IST
ଚନ୍ଦ୍ରଶେଖରନ୍ଙ୍କୁ ମିଳିବ ଟାଟା ସନ୍ସରେ ତୃତୀୟ କାର୍ଯ୍ୟକାଳ
/sambad/media/post_attachments/73e6c734-dad.png)
ନୂଆଦିଲ୍ଲୀ: ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ୍ଙ୍କୁ ତୃତୀୟ କାର୍ଯ୍ୟକାଳ ମିଳିପାରେ। ରିପୋର୍ଟ ଅନୁଯାୟୀ, ଟାଟା ସନ୍ସ ଆସନ୍ତା ସପ୍ତାହରେ ଏକ EGM ପାଇଁ ପ୍ରସ୍ତୁତ ହେଉଛି, ଯେଉଁଠାରେ ଏ ସମ୍ପର୍କରେ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇପାରେ। ଚନ୍ଦ୍ରଶେଖରନ୍ଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମାପ୍ତ ହେବା ପାଇଁ ଏବେ ବି ଏକ ବର୍ଷ ବାକି ଅଛି। ଏହି ପ୍ରସ୍ତାବ ଟାଟା ସନ୍ସର ଅବସର ନୀତିରେ ଏକ ବ୍ୟତିକ୍ରମ ହେବ। ରତନ ଟାଟାଙ୍କୁ ୨୦୧୬ ରେ ସାଇରସ୍ ମିସ୍ତ୍ରୀଙ୍କ ପରେ ଅଧ୍ୟକ୍ଷ ହେବା ପରେ ଏପରି ଛାଡ ଦିଆଯାଇଥିଲା। ଚନ୍ଦ୍ରଶେଖରନ୍ ଜୁନ୍ରେ ୬୩ ବର୍ଷ ବୟସରେ ପହଞ୍ଚିବେ।
-
Feb 19, 2026 08:26 IST
ଶିବାଜୀଙ୍କ ଜୟନ୍ତୀରେ ଦଳାଚକଟା ସ୍ଥିତି
/filters:format(webp)/sambad/media/media_files/2026/02/18/1breaking-news-friday-2026-02-18-08-47-44.jpg)
ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଜୁନ୍ନାର ତାଲୁକାରେ ଅବସ୍ଥିତ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମସ୍ଥାନ ଶିବନେରୀ ଦୁର୍ଗରେ ଚଳିତ ବର୍ଷ ଶିବ ଜୟନ୍ତୀ ଅବସରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଶିବ ଜ୍ୟୋତି ବହନ କରୁଥିବା ଯୁବକ, ବିଭିନ୍ନ ସଂଗଠନର କର୍ମୀ ଏବଂ ଦର୍ଶନ ପାଇଁ ଆସିଥିବା ଲୋକଙ୍କ ସହିତ ପୂର୍ବ ରାତିରୁ ଦୁର୍ଗ ପରିସରରେ ଭିଡ଼ ଜମି ଯାଇଥିଲା। ବଢ଼ୁଥିବା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ନଥିବାରୁ ପରିସ୍ଥିତି କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଅମ୍ବରଖାନା ତଳେ ଥିବା ସଂକୀର୍ଣ୍ଣ ରାସ୍ତା, ଯେପରିକି ହାତୀ ଦ୍ୱାର ଅଞ୍ଚଳ ଏବଂ ଗଣେଶ ଦ୍ୱାର, ହଠାତ୍ ଅତ୍ୟନ୍ତ ଭିଡ଼ ହୋଇଗଲା। ପୂର୍ବରୁ ସଂକୀର୍ଣ୍ଣ ରାସ୍ତା ଏବଂ ବହୁ ସଂଖ୍ୟକ ଲୋକ ଏକାବେଳେ ଆଗକୁ ଦୌଡ଼ି ଆସିବା ଫଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ମହିଳା ଏବଂ ଛୋଟ ପିଲା ପଡ଼ିଯାଇଥିଲେ ଏବଂ ଅନ୍ୟ ଅନେକ ଲୋକ ସାମାନ୍ୟ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଜୁନ୍ନାରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
-
Feb 19, 2026 08:07 IST
ଆଜିଠାରୁ ମାଟ୍ରିକ୍ ପରୀକ୍ଷା
/filters:format(webp)/sambad/media/media_files/2026/02/19/whatsapp-image-2026-02-19-08-07-10.jpeg)
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆଜି ଠାରୁ ଆରମ୍ଭ ହେଉଛି। ବାର୍ଷିକ ପରୀକ୍ଷା-୨୦୨୬ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ସକାଳ ୯ ଟାରୁ ଆରମ୍ଭ ହୋଇ ସାଢେ ୧୧ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା ହେଉଛି। ସକାଳ ୮ଟା ୩୦ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ଏଆଇ ଯୁକ୍ତ ସିସିଟିଭି କ୍ୟାମେରା ଲଗାଯାଇଛି। କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ ଟି ସ୍କ୍ୱାଡ ଓ ଜିଲ୍ଲା ସ୍ତରରେ ୭୨ଟି ସ୍କ୍ୱାଡ ହୋଇଛି। ଫ୍ଲାଇଂ ସ୍କ୍ୱାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଗଠନ କରାଯାଇଛି।
-
Feb 19, 2026 08:04 IST
ଇରାନ ଉପରେ ଆକ୍ରମଣ କରିବ ଆମେରିକା
Donald Trump Photograph: (sambad.in) ୱାସିଂଟନ: ମଧ୍ୟପ୍ରାଚ୍ୟ ସମେତ ସାରା ବିଶ୍ୱରେ ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି। ଏହି ସମୟରେ ଇରାନ ଉପରେ ଆକ୍ରମଣ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତୁତି ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାର ଅର୍ଥ ହେଉଛି ସେ ଖୁବ୍ ଶୀଘ୍ର ଇରାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ତାଙ୍କର ଶୀର୍ଷ ଜାତୀୟ ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଆମେରିକୀୟ ସେନା ଇରାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ, ଏବଂ ଏହି କାର୍ଯ୍ୟାନୁଷ୍ଠାନ ଶନିବାର ଠାରୁ ଆରମ୍ଭ ହୋଇପାରେ।
-
Feb 19, 2026 07:46 IST
କାଲିଫର୍ନିଆରେ ହିମସ୍ଖଳନ ତାଣ୍ଡବ, ୮ ଜଣଙ୍କ ମୃତ୍ୟୁ
/sambad/media/post_attachments/images/2026/02/19/article/image/jagran-photo-1771446766469_v-265850.webp)
କାଲିଫର୍ନିଆ: ଆମେରିକାର କାଲିଫର୍ନିଆରେ ତୁଷାରଝଡ଼ ଏବଂ ହିମସ୍ଖଳନ ତାଣ୍ଡବ ରଚାଇଛି। ପୁଲିସ ସୂଚନା ଅନୁଯାୟୀ, ଟାହୋ ଅଞ୍ଚଳର କାସଲ ପିକରେ ଏକ ବିଶାଳ ହିମସ୍ଖଳନ ପରେ ନିଖୋଜ ନଅ ଜଣ ସ୍କିଅରଙ୍କ ମଧ୍ୟରୁ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ସେମାନଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଜଣେ ବ୍ୟକ୍ତି ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ନେଭାଡା କାଉଣ୍ଟି ସେରିଫ୍ ଶାନନ୍ ମୁନ୍ ଏହି ଦୁଃଖଦ ଘଟଣା ନିଶ୍ଚିତ କରି କହିଛନ୍ତି, ଉଦ୍ଧାର ଦଳଗୁଡ଼ିକ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି। କିନ୍ତୁ ଆଠ ଜଣ ସଦସ୍ୟଙ୍କ ମୃତ୍ୟୁ ଏକ ବଡ଼ ଦୁଃଖଦ ଘଟଣା। ଆମେ ଏପର୍ଯ୍ୟନ୍ତ ଜଣେ ନିଖୋଜ ସଦସ୍ୟଙ୍କୁ ଖୋଜୁଛୁ ଏବଂ ତାଙ୍କୁ ଖୋଜିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି।
-
Feb 19, 2026 07:41 IST
ଲୁଗା ବ୍ୟବସାୟୀଙ୍କ ଘରେ ଅଗ୍ନିକାଣ୍ଡ; ବର୍ତ୍ତିଗଲେ ପରିବାରର ୯ଜଣ
/filters:format(webp)/sambad/media/media_files/2026/02/19/whatsapp-image-2026-02-19-07-41-22.jpeg)
ବଡ଼ବିଲ: ଆଜି ଭୋର୍ ପ୍ରାୟ ୪ ଘଟିକା ସମୟରେ କେନ୍ଦୁଝର ଜିଲ୍ଲା ବଡ଼ବିଲର ସବୁଠୁ ବଡ ଲୁଗା ବ୍ୟବସାୟୀଙ୍କ ଘରେ ଓ ଗୋଦାମରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ, ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ପରିବାରର ୯ ଜଣ ସଦସ୍ୟ। ଲୁଗା ବ୍ୟବସାୟୀ ହେଉଛନ୍ତି ବଡ଼ବିଲର ନାମୀଦାମୀ ଲୁଗା ଦୋକାନ ' ପରିବାର କ୍ଲୋଥ ଷ୍ଟୋର' ମାଲିକ ରୋହତାଶ ଅଗ୍ରୱାଲ। ଆଜି ଭୋର୍ ପ୍ରାୟ ୪ ଘଟିକରେ ବ୍ୟବସାୟୀଙ୍କ ନିଜ ବାସଭବନ(ବଡ଼ବିଲ ପୌରାଞ୍ଚଳ, ୬ ନମ୍ୱର୍ ୱାର୍ଡ, ମୋନୀ ଟାୱାର ସମ୍ମୁଖ)ରୁ ପ୍ରବଳ ଧୂଆଁ ବାହାରୁଥିବା ଜଣେ ପଥଚାରୀ ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ବ୍ୟବସାୟୀଙ୍କ ଘର କବାଟ ବାଡେଇ ପରିବାର ଲୋକଙ୍କୁ ନିଆଁ ଲାଗିବା ନେଇ ଖବର ଦେବାପରେ ଦ୍ଵିତୀୟ ମହଲରେ ରହୁଥିବା ପରିବାରର ଜଣେ ୩ ବର୍ଷର ଝିଅ, ଜଣେ ଦେଢ଼ ବର୍ଷର ଝିଅ ସହିତ ପରିବାରର ସମୁଦାୟ ୯ ଜଣ ପ୍ରାଣ ବିକଳରେ ସୁରକ୍ଷିତ ରାସ୍ତା ଦେଇ ପଦାକୁ ବାହାରି ଆସିଥିଲେ। ସଙ୍ଗେ ସଙ୍ଗେ ବଡ଼ବିଲ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେହେଁ ନିଆଁ ତଳ ମହଲା ଓ ପ୍ରଥମ ମହଲାରେ ବ୍ୟାପି ଯାଇଥିଲା। ଅଗ୍ନିଶମ ବିଭାଗର ଗୋଟିଏ ଦମକଳ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇନଥିବା ବେଳେ ନିକଟସ୍ଥ ବିଲେଇପଦା ଅଗ୍ନିଶମ ବିଭାଗ ଓ ଘରୋଇ ଜିନ୍ଦଲ କମ୍ପାନୀର ସମୁଦାୟ ୪ ଗୋଟି ଦମକଳ ଗାଡ଼ି ଅକ୍ଲାନ୍ତ ପରିଶ୍ରମ କରି ଦୀର୍ଘ ୪ ଘଣ୍ଟା ପରେ ନିଆଁ କୁ ଆୟତ କରିଥିଲେ।
-
Feb 19, 2026 07:25 IST
ନାଳରେ ଖସିପଡ଼ିଲା କାର୍; ୪ଜଣଙ୍କ ମୃତ୍ୟୁ
/sambad/media/post_attachments/images/2026/02/19/article/image/mathura-news-(6)-1771459615304_v-243260.webp)
ମଥୁରା: ରାଜସ୍ଥାନ ସୀମାନ୍ତରେ ଥିବା ମାଗୋରା ଥାନା ଅଞ୍ଚଳରେ ଥିବା ନାଗଲା ଦେବିଆ ଗାଁରେ ବୁଧବାର ରାତି ୮ଟା ୩୦ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇ ଏକ ମୋଡ଼ରେ ଥିବା ପାଣି ଟାଙ୍କି ସହିତ ଧକ୍କା ହୋଇ ନାଳରେ ଖସି ପଡ଼ିଛି। ଡ୍ରେନ୍ ପାଣିରେ ପୂର୍ଣ୍ଣ ଥିଲା। ସମ୍ପୂର୍ଣ୍ଣ କାର ବୁଡ଼ିଯାଇଥିଲା ଏବଂ ଭିତରେ ଥିବା ଚାରି ଜଣ ଲୋକ ମଧ୍ୟ ବୁଡ଼ିଗଲେ। ଚିତ୍କାର ଶୁଣି ନିକଟସ୍ଥ ଗାଁ ଲୋକମାନେ ଡ୍ରେନ୍ ଭିତରକୁ ଡେଇଁ ପଡ଼ି ସମସ୍ତଙ୍କୁ ବାହାର କରିଥିଲେ। କିନ୍ତୁ ସେତେବେଳକୁ ଚାରି ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଗାଁ ଲୋକେ କହିଛନ୍ତି ଯେ ଡ୍ରେନ୍ ପାଖରେ ଏକ ମୋଡ଼ରେ ଏକ ସିମେଣ୍ଟ ପାଣି ଟାଙ୍କି ଅଛି। ଦ୍ରୁତଗାମୀ କାରଟି ଏହି ଟାଙ୍କି ସହିତ ଧକ୍କା ଖାଇଥିଲା ଏବଂ ତା'ପରେ ନିୟନ୍ତ୍ରଣ ହରାଇ ଡ୍ରେନ୍ ଭିତରକୁ ପ୍ରବେଶ କରିଥିଲା। ଡ୍ରେନ୍ ପାଣିରେ ପୂର୍ଣ୍ଣ ଥିଲା ଏବଂ ସମ୍ପୂର୍ଣ୍ଣ କାର ବୁଡ଼ି ଯାଇଥିଲା। ଯେତେବେଳେ ଗାଁ ଲୋକମାନେ ଶବ୍ଦ ଶୁଣିଲେ, କିଛି ଲୋକ ଡ୍ରେନ୍ ଭିତରକୁ ଡେଇଁ ପଡ଼ିଲେ ଏବଂ ଅନ୍ୟମାନେ ପୁଲିସକୁ ଖବର ଦେଥିଲେଲେ।
-
Feb 19, 2026 07:21 IST
ପାଞ୍ଚଟି ରାଜ୍ୟ ପାଇଁ ବର୍ଷା ସତର୍କତା ଜାରି
/sambad/media/post_attachments/04757ddd-c3b.png)
ନୂଆଦିଲ୍ଲୀ: ଥଣ୍ଡାରୁ ଆଶ୍ୱସ୍ତିର ସମୟ ଆରମ୍ଭ ହୋଇଥିଲା। କିନ୍ତୁ କିଛି ରାଜ୍ୟରେ ବର୍ଷା ପୁଣି ଥରେ ଥଣ୍ଡାକୁ ବୃଦ୍ଧି କରିଛି। ପାଣିପାଗ ବିଭାଗ ଅନୁଯାୟୀ, ଫେବ୍ରୁଆରି ୧୯ ତାରିଖରେ ପାଞ୍ଚଟି ରାଜ୍ୟ ପାଇଁ ବର୍ଷା ଏବଂ ଝଡ଼ ସତର୍କତା ଜାରି କରାଯାଇଛି। ଏହି ବର୍ଷା ଯୋଗୁଁ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ୍ ହ୍ରାସ ପାଇପାରେ। ଏହି ସମୟ ମଧ୍ୟରେ ଘଡ଼ଘଡ଼ି ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି। ଯେଉଁ ପାଞ୍ଚଟି ରାଜ୍ୟ ବର୍ଷା ହେବାର ସମ୍ଭାବନା ଅଛି ସେଗୁଡ଼ିକ ହେଉଛି ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ତାମିଲନାଡୁ, କେରଳ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ। ସାତ ଦିନର ପୂର୍ବାନୁମାନ ଅନୁଯାୟୀ ଆଜି ଦିଲ୍ଲୀ-ଏନସିଆରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ସେଲସିୟସ୍ ଏବଂ ସର୍ବାଧିକ ତାପମାତ୍ରା ୨୮ ଡିଗ୍ରି ସେଲସିୟସ୍ ରହିବ। ପାଗ ପ୍ରାୟତଃ ସ୍ପଷ୍ଟ ରହିବ ବୋଲି ଆଶା କରାଯାଉଛି। ଫେବ୍ରୁଆରି ୨୦ ତାରିଖରେ ତାପମାତ୍ରା ମଧ୍ୟ ୧୨ରୁ ୨୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ। ଫେବ୍ରୁଆରି ୨୧ ତାରିଖରେ ସର୍ବନିମ୍ନ ୧୩ ଏବଂ ସର୍ବାଧିକ ୨୮ ଡିଗ୍ରି ସେଲସିୟସ୍ ରହିବ ବୋଲି ଆଶା କରାଯାଉଛି। ଫେବ୍ରୁଆରି ୨୨ ଏବଂ ୨୩ ତାରିଖରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇ ସର୍ବାଧିକ ୨୯ ଡିଗ୍ରି ସେଲସିୟସ ଛୁଇଁବ ବୋଲି ଆଶା କରାଯାଉଛି। ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ସେଲସିୟସ ପାଖାପାଖି ରହିବ। ଏହାର ଅର୍ଥ ହେଉଛି ଆଜି ସାମାନ୍ୟ ହ୍ରାସ ପରେ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ପାଇବ।
-
Feb 19, 2026 06:59 IST
ବିଶ୍ବନେତାଙ୍କୁ ସ୍ବାଗତ କରିବେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ପରିଦର୍ଶନ ଓ ଉଦଘାଟନ କରିବେ। ଏହା ପୂର୍ବରୁ ୧୮ ଫେବ୍ରୁଆରି ସଂଧ୍ୟା ୭ଟାରେ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଦେଶର ନେତାମାନଙ୍କୁ ସ୍ବାଗତ କରିବେ ଓ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପୂର୍ବାହ୍ନରେ ସମିଟ୍ର ଉଦଘାଟନୀ ସମାରୋହରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ସହିତ ଉଦଘାଟନୀ ସମାରୋହକୁ ଫ୍ରାନ୍ସର ରାଷ୍ଟ୍ରପତି, ଜାତିସଂଘର ମହାସଚିବ ଏବଂ ବିଶ୍ୱର ବିଭିନ୍ନ ଶୀର୍ଷ ଶିଳ୍ପ ନେତାମାନେ ମଧ୍ୟ ସମ୍ବୋଧିତ କରିବେ। ଏହା ପରେ ସେ ଅନ୍ୟ ନେତାମାନଙ୍କ ସହିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ ପରିଦର୍ଶନ କରିବେ ଓ ବିଭିନ୍ନ ଦେଶର ପାଭିଲିୟନ ବୁଲିବେ।
ପ୍ରଧାନମନ୍ତ୍ରୀ ଅପରାହ୍ନ ୧୨ଟାରେ ଆରମ୍ଭ ହେବାକୁ ଥିବା ନେତାମାନଙ୍କ ପ୍ଲାନେରି ଅଧିବେଶନରେ ଅଂଶଗ୍ରହଣ କରିବେ। ଏହା ରାଷ୍ଟ୍ରମୁଖ୍ୟ, ମନ୍ତ୍ରୀ ଏବଂ ବହୁରାଷ୍ଟ୍ରୀୟ ସଂଗଠନର ବରିଷ୍ଠ ପ୍ରତିନିଧିମାନଙ୍କୁ ଏକତ୍ର କରି ଜାତୀୟ ଏବଂ ବିଶ୍ୱ ସ୍ତରରେ ଶାସନ, ଭିତ୍ତିଭୂମି ଏବଂ ଅନ୍ତର୍ଜାତୀୟ ସହଯୋଗ ସମେତ ଏଆଇ ଉପରେ ପ୍ରାଥମିକତା ଉପରେ ରୂପରେଖ ପ୍ରସ୍ତୁତ କରିବ। ସନ୍ଧ୍ୟାରେ ସେ ସିଇଓ ଗୋଲଟେବୁଲରେ ଅଂଶଗ୍ରହଣ କରିବେ। ଏହା ବିଶ୍ୱ ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ କମ୍ପାନୀଗୁଡ଼ିକର ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କୁ ସରକାରୀ ନେତୃତ୍ୱ ସହିତ ନିବେଶ, ଗବେଷଣା ସହଯୋଗ, ଯୋଗାଣ ଶୃଙ୍ଖଳା ଏବଂ ଏଆଇ ସିଷ୍ଟମ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରିବାକୁ ଏକତ୍ରିତ କରିବ।
Narendra Modi Photograph: (Hindustan Times) ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ର ବିଷୟବସ୍ତୁ ହେଉଛି ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ଯାହାର ଅର୍ଥ ସମସ୍ତଙ୍କର କଲ୍ୟାଣ, ସମସ୍ତଙ୍କର ଖୁସି। ଏହା ଭାରତକୁ ଏଆଇ କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବରେ ପ୍ରତିଷ୍ଠା କରିବ ଏବଂ ଏପରି ଏକ ଭବିଷ୍ୟତର କଳ୍ପନା କରିବ ଯେଉଁଠାରେ ଏଆଇ ମାନବତାକୁ ଆଗକୁ ବଢାଇବ, ସମାବେଶୀ ବିକାଶକୁ ପ୍ରୋତ୍ସାହିତ କରିବ ଏବଂ ଆମର ପୃଥିବୀକୁ ସୁରକ୍ଷା ଦେବ। ସାତଟି କାର୍ଯ୍ୟକାରୀ ଗୋଷ୍ଠୀ ଏହି ସମ୍ମିଳନୀକୁ ପରିଚାଳନା କରୁଛନ୍ତି, ଯାହା ତିନୋଟି ସ୍ତମ୍ଭ ସହିତ ସଂଯୁକ୍ତ: ଲୋକ, ପୃଥିବୀ ଏବଂ ପ୍ରଗତି। ଏହି ଗୋଷ୍ଠୀଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ଏଆଇର ପ୍ରଭାବକୁ ପ୍ରଦର୍ଶନ କରୁଥିବା ଉଲ୍ଲେଖନୀୟ ଫଳାଫଳ ପ୍ରଦାନ କରିବାକୁ କାର୍ଯ୍ୟ କରିବେ। ସାତଟି ବିଷୟବସ୍ତୁ ହେଉଛି ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ମଙ୍ଗଳ ପାଇଁ ଏଆଇ; ଏଆଇ ସମ୍ବଳର ଗଣତାନ୍ତ୍ରିକୀକରଣ; ସାମାଜିକ ସଶକ୍ତିକରଣ ପାଇଁ ଅନ୍ତର୍ଭୁକ୍ତି; ନିରାପଦ ଏବଂ ବିଶ୍ୱସ୍ତ ଏଆଇ; ମାନବ ସମ୍ବଳ; ବିଜ୍ଞାନ; ସ୍ଥିରତା, ନବସୃଜନ ଏବଂ ଦକ୍ଷତା।
Follow Us