BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Dec 01, 2025 13:15 IST
କିଟ୍ରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ
ଭୁୁବନେଶ୍ବର: କିଟ୍ରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ । ଖବର ପାଇ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।
kiit sudent death Photograph: (sambad.in) -
Dec 01, 2025 11:35 IST
ଆରମ୍ଭ ହେଲା ରାଉରକେଲା କନକ୍ଲେଭ୍-୨୦୨୫
ରାଉରକେଲା: ରିମ୍ସ କଲେଜ୍ ପ୍ରେକ୍ଷାଳୟରେ ଆରମ୍ଭ ହେଲା ରାଉରକେଲା କନକେଲଭ୍-୨୦୨୫। ମଞ୍ଚରେ ଉପସ୍ଥିତ ଅଛନ୍ତି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସଂପାଦକ ତନୟା ପଟ୍ଟନାୟକ ଏବଂ ଡିଆଇଜି ବ୍ରିଜେଶ କୁମାର ରାୟ।
ROURKELA CONCLAVE-2025 Photograph: (sambad.in) -
Dec 01, 2025 11:00 IST
ଦେଶ ପାଇଁ ଧ୍ୟାନ ଦିଆଯିବା ଉଚିତ: ପ୍ରଧାନମନ୍ତ୍ରୀ ମୋଦୀ
ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି, ଏହି ଅଧିବେଶନରେ ସଂସଦ ଦେଶ ବିଷୟରେ କ'ଣ ଭାବୁଛି, ଦେଶ ପାଇଁ କ'ଣ କରିବାକୁ ଚାହୁଁଛି ଏବଂ ଦେଶ ପାଇଁ କ'ଣ କରିବାକୁ ଯାଉଛି ତାହା ଉପରେ ଧ୍ୟାନ ଦିଆଯିବା ଉଚିତ। ବିରୋଧୀ ଦଳ ମଧ୍ୟ ନିଜର ଦାୟିତ୍ୱ ପୂରଣ କରିବା ଉଚିତ ଏବଂ ବିତର୍କରେ ଦୃଢ଼ ପ୍ରସଙ୍ଗ ଉଠାଇବା ଉଚିତ। ନାଟକ ପାଇଁ ପ୍ରଚୁର ସ୍ଥାନ ଅଛି, ଏବଂ ଯିଏ ଏହା କରିବାକୁ ଚାହୁଁଛି ସେ ଏହା କରିବା ଉଚିତ। ଏଠାରେ କୌଣସି ନାଟକ ନାହିଁ, ବରଂ ବିତରଣ ଅଛି।
PM Narendra Modi's message before parliament winter session. Photograph: (Dainik Jagaran) -
Dec 01, 2025 08:05 IST
ଆଜି ଠାରୁ କୋଣାର୍କ ଉତ୍ସବ
ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ହେବାକୁ ଥିବା ୩୬ତମ କୋଣାର୍କ ଉତ୍ସବ, ୧୫ତମ ଅର୍ନ୍ତାତୀୟ ବାଲୁକା କଳା ଉତ୍ସବ ଓ ସୁଭଦ୍ରା ଶକ୍ତି ମେଳାକୁ ସୋମବାର ଉଦ୍ଘାଟନ ହେବ। ପୂର୍ବ ସ୍ଥିରୀକୃତ ନିର୍ଘଣ୍ଟ ସମୟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବେ। ଏନେଇ କୋଣାର୍କ ଉତ୍ସବ, ବାଲୁକା କଳା ଉତ୍ସବ ଓ ସୁଭଦ୍ରା ଶକ୍ତି ମେଳାର ସମସ୍ତ ଶେଷ ପ୍ରସ୍ତୁତି ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ ରାଜକିଶୋର ଜେନା, ପର୍ଯ୍ୟଟନ ସହାୟକ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଆୟୋଜନସ୍ଥଳ ପରିଦର୍ଶନ କରିଛନ୍ତି।
Sand Art festival. Photograph: (sambad.in) -
Dec 01, 2025 07:10 IST
ଆଜିଠାରୁ ସଂସଦର ଶୀତ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟଦିବସ ରହିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଘୋଷିତ ଏହି ଅଧିବେଶନ ରାଜନୈତିକ ତାତି ଓ ଗୁରୁତ୍ୱପୂର୍ଣ୍ଣ ବିଲ୍କୁ ନେଇ ଚର୍ଚ୍ଚାରେ ରହିବ ବୋଲି କୁହାଯାଉଛି। ଶୀତ ଅଧିବେଶନରେ ୧୩ଟି ଗୁରୁତ୍ବପୂର୍ଣ୍ଣ ବିଧେୟକ ଗୃହୀତ କରାଇବାକୁ ସରକାର ଦୃଢ଼ ସଙ୍କଳ୍ପ ନେଇଛନ୍ତି। ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପରମାଣୁ ଶକ୍ତି (ସଂଶୋଧନ) ବିଧେୟକ ୨୦୨୫ (ଘରୋଇ କ୍ଷେତ୍ରରେ ନ୍ୟୁକ୍ଲିୟର ନିବେଶ ପାଇଁ ଦ୍ୱାର ଖୋଲିବ), ଉଚ୍ଚଶିକ୍ଷା ଆୟୋଗ ବିଧେୟକ (ୟୁଜିସି ବଦଳରେ ନୂଆ ନିୟାମକ) ଏବଂ ବୀମା ସଂଶୋଧନ ବିଧେୟକ (ବଜାର ଓ କମ୍ପାନି ଆଇନରେ ସଂଶୋଧନ) ଗୃହୀତ କରାଇବାକୁ ସରକାରଙ୍କ ଯୋଜନା ରହିଛି। ଏହାସହିତ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ଉପଲକ୍ଷେ ବିଶେଷ ଆଲୋଚନା ହେବ।
Follow Us