ଆମେ ଆମର ସମସ୍ତ ପାଠକ ଓ ପ୍ରଶଂସକଙ୍କୁ ସର୍ବ ପ୍ରଥମେ ନୂଆବର୍ଷର ଅଭିନନ୍ଦନ ଜଣାଉଛୁ। କ୍ୟାଲେଣ୍ଡର ବର୍ଷ ୨୦୨୬ ସମସ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଆଣୁ। ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖିଥାଆନ୍ତୁ। ସମ୍ବାଦ ଡଟ୍ ଇନ୍ ଏହା ହି କାମନା କରୁଛି।
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Jan 01, 2026 10:58 IST
ରୁଷ ଉପରେ ୟୁକ୍ରେନ୍ର ଆକ୍ରମଣ
ମସ୍କୋ: ନୂଆବର୍ଷ ପୂର୍ବ ସନ୍ଧ୍ୟା ଏବଂ ଜାନୁଆରି ୧ ରାତିରେ ରୁଷର ତୈଳ ଭିତ୍ତିଭୂମି ଉପରେ ୟୁକେନ୍ ଡ୍ରୋନ୍ ଆକ୍ରମଣ କରିଛି। ରୁଷ ଗଣମାଧ୍ୟମ ଅନୁଯାୟୀ କାଲୁଗା ଅଞ୍ଚଳର ଲୁଡିନୋଭୋ ତୈଳ ଡିପୋ ଏବଂ କ୍ରାସନୋଡାର କ୍ରାଇର ଇଲସ୍କି ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ଘଟିଛି। ଡ୍ରୋନ୍ ଆକ୍ରମଣ ଦ୍ୱାରା ଉଭୟ ସ୍ଥାନକୁ ଟାର୍ଗେଟ କରାଯାଇଥିଲା, ଯାହା ରୁଷ-ୟୁକ୍ରେନ ବିବାଦରେ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣର ରଣନୀତିକୁ ଆହୁରି ତୀବ୍ର କରିବାର ସୂଚାଇ ଦେଉଛି।
-
Jan 01, 2026 09:29 IST
ନୂଆବର୍ଷ: ମୁମ୍ବାଇରେ ବର୍ଷା ପରେ ଥଣ୍ଡା ବୃଦ୍ଧି
ମୁମ୍ବାଇ: ମୁମ୍ବାଇବାସୀ ନୂଆବର୍ଷାକୁ ବର୍ଷାରେ ସ୍ୱାଗତ କରିଛନ୍ତି। ବର୍ଷର ପ୍ରଥମ ଦିନରେ ପାଗ ହଠାତ୍ ପରିବର୍ତ୍ତନ ଆଣିଥିଲା ଏବଂ ଅଣମୌସୁମୀ ବର୍ଷା ଥଣ୍ଡାକୁ ବୃଦ୍ଧି କରିଥିଲା। ବର୍ଷା ମୁମ୍ବାଇରେ ପ୍ରଦୂଷଣ ହ୍ରାସ କରିଛି ଏବଂ ସୁଖଦ ପାଗ ଆଣିଛି। କିନ୍ତୁ ବର୍ତ୍ତମାନ ଥଣ୍ଡା ଅନୁଭୂତ ହେଉଛି।
Photograph: (sambad.in) -
Jan 01, 2026 09:16 IST
ନୂଆବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଟୁଇଟ୍ କରି ଲେଖିଛନ୍ତି, ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ଓଡ଼ିଶାର ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ନୂଆ ବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ ଆତ୍ମବିଶ୍ୱାସ ନେଇଆସୁ।
/fit-in/580x348/filters:format(webp)/sambad/media/media_files/2025/08/13/mohan-majhi-2025-08-13-03-40-19.jpg)
-
Jan 01, 2026 08:00 IST
ନୂଆବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ସେ ନୂଆବର୍ଷ ଅବସରରେ ଏକ ବାର୍ତ୍ତା ଲେଖିଛନ୍ତି। ଭାରତୀୟମାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଉଛି। ସେହିପରି ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଆପଣମାନଙ୍କୁ ସମସ୍ତଙ୍କୁ ୨୦୨୬ ପାଇଁ ଅନେକ ଅନେକ ଶୁଭକାମନା। ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ଆଶା, ନୂତନ ସଂକଳ୍ପ ଏବଂ ନୂତନ ଆତ୍ମବିଶ୍ୱାସ ଆଣିଦେଉ। ଏହା ସମସ୍ତଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉ।
/fit-in/580x348/filters:format(webp)/sambad/media/media_files/2026/01/01/g9i0ojabiaamf_a-2026-01-01-07-58-31.jpg)
-
Jan 01, 2026 07:44 IST
ନୂଆବର୍ଷରେ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି
ଜାନୁଆରି ୧ ତାରିଖରେ ସାରା ଦେଶରେ ନୂଆବର୍ଷ ପାଳନ ଚାଲିଥିବା ବେଳେ, ଆଜି ସକାଳେ ଗ୍ୟାସ୍ ଏଜେନ୍ସିଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ମୁଦ୍ରାସ୍ଫୀତିଜନିତ ଝଟକା ଦେଇଛନ୍ତି। ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି।
-
Jan 01, 2026 07:40 IST
ବୋତଲ ଉପରେ ନୂଆବର୍ଷର ଅଭିନନ୍ଦନ
କାଚ ବୋତଲ ଉପରେ ଭୁବନେଶ୍ବର ଉପକଣ୍ଠ ଜଟଣୀର କଳାକାର ଏଲ୍ ଈଶ୍ବର ରାଓଙ୍କ ନୂଆବର୍ଷ ଅଭିନନ୍ଦନ।
/fit-in/580x348/filters:format(webp)/sambad/media/media_files/2026/01/01/bf263b4f-6259-433b-892c-43e207fd82b1-2026-01-01-07-40-25.jpg)
-
Jan 01, 2026 07:22 IST
ନୂଆବର୍ଷ: ଥଣ୍ଡା ଏବଂ କୁହୁଡ଼ି ସତ୍ତ୍ୱେ ଉତ୍ସାହ
ନୂଆଦିଲ୍ଲୀ: ସାରା ଭାରତରେ ନୂଆବର୍ଷ ପାଳନ ଅତ୍ୟନ୍ତ ଉତ୍ସାହର ସହିତ ଅନୁଷ୍ଠିତ ହୋଇଛି। ଥଣ୍ଡା ଏବଂ କୁହୁଡ଼ି ସତ୍ତ୍ୱେ ଲୋକମାନେ ଉତ୍ସାହର ସହିତ ୨୦୨୬କୁ ସ୍ୱାଗତ କରିଛନ୍ତି। ଦିଲ୍ଲୀ, ଗୋଆ, ପଞ୍ଜାବ, ଉତ୍ତର ପ୍ରଦେଶ, ହରିୟାଣା, ମନାଲି, କଶ୍ମୀର ଏବଂ ଉତ୍ତରାଖଣ୍ଡ ଭଳି ସ୍ଥାନରେ ଆତସବାଜି, ନୃତ୍ୟ, ସଙ୍ଗୀତ ଏବଂ ପାର୍ଟି ରାତିକୁ ଆଲୋକିତ କରିଥିଲା। ଦିଲ୍ଲୀ-ଏନସିଆର: କନଟ୍ ପ୍ଲେସ୍, ଇଣ୍ଡିଆ ଗେଟ୍ ଏବଂ ରାଜଧାନୀର ବିଭିନ୍ନ କ୍ଲବରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ଆତସବାଜି ଏବଂ ଲାଇଭ୍ ସଂଗୀତ ସହିତ ନୂତନ ବର୍ଷକୁ ସ୍ୱାଗତ କରାଯାଇଥିଲା।
Photograph: (sambad.in) -
Jan 01, 2026 07:06 IST
କୋଣାର୍କରେ ଘନକୁହୁଡ଼ି: ସୂର୍ଯ୍ୟକିରଣକୁ ଲୋକଙ୍କ ଅପେକ୍ଷା
କୋଣାର୍କ (ସୁକାନ୍ତ ବିଶ୍ବାଳ): ନୂଆବର୍ଷ ଆସିଛି। କ୍ୟାଲେଣ୍ଡର ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରକୁ ସ୍ମରଣୀୟ ରଖିବା ପାଇଁ ଲୋକେ ଉଦ୍ୟମ କରୁଛନ୍ତି। ପୁରୀ ଜିଲ୍ଲା କୋଣାର୍କ ଏବଂ ଚନ୍ଦ୍ରଭାଗାରେ ହଜାର ହଜାର ପର୍ଯ୍ୟଟକ ସମୁଦ୍ରକୂଳରେ ୨୦୨୬ର ପ୍ରଥମ ସୂର୍ଯ୍ୟକିରଣ ସ୍ପର୍ଶ କରିବା ପାଇଁ ଅପେକ୍ଷା କରିଛନ୍ତି। ତେବେ ଆଜି ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ଲୋକଙ୍କର ଆଶାକୁ ପ୍ରଭାବିତ କରିଛି। କୁହୁଡ଼ିର ଦୃଶ୍ୟମାନତା ପ୍ରାୟ ୫୦ମିଟର ରହିଛି। ସୂର୍ଯ୍ୟଙ୍କ ଦର୍ଶନରେ ବିଳମ୍ବ ହେଉଛି। ପ୍ରବଳ ଶୀତ ମଧ୍ୟ ଲୋକଙ୍କୁ ଅଧିକ ଯନ୍ତ୍ରଣା ଦେଉଛି।
People waiting sun in Konark. Photograph: (sambad.in)
Follow Us