ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Feb 02, 2026 23:06 IST
ଭାରତ ଉପରେ ଟାରିଫ କମାଇଲା ଆମେରିକା
/filters:format(webp)/sambad/media/media_files/2026/01/28/1breaking-news-thursday-2026-01-28-21-17-17.jpg)
ୱାସିଂଟନ: ଭାରତ ଉପରେ ଆମେରିକା ସରକାର ଟାରିଫ ହ୍ରାସ କରିଛନ୍ତି। ଅତିରିକ୍ତ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ଟାରିଫ ହ୍ରାସ କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଥାବାର୍ତ୍ତା କଲା ପରେ ଏହି ଆମେରିକା ଏହି ନିଷ୍ପତ୍ତି ନେଇଛି। ଆଜି ଉଭୟ ଦେଶର ନେତା କଥାବାର୍ତ୍ତା ହୋଇଥିଲେ। ଟ୍ରମ୍ପ କହିଥିଲେ, ମୋଦୀ ମୋର ଜଣେ ଭଲ ବନ୍ଧୁ।
- Feb 02, 2026 23:02 IST
ଝାରସୁଗୁଡ଼ାରୁ ବିମାନରେ ଦିଲ୍ଲୀ ଗଲେ ୨୦ ପିଲା
ରାଉରକେଲା: ବିଦ୍ୟାଳୟର ଗରିବପିଲାଙ୍କ ମୁହଁରେ ହସ ଫୁଟାଇଛି ରାଉଣ୍ଡ ଟେବୁଲ ଇଣ୍ଡିଆ ଟିମ୍। ପିଲାଙ୍କ ବିମାନ ଉଡ଼ିବାର ସ୍ବପ୍ନ ସାକାର କରିଛନ୍ତି। ପିଲାଙ୍କୁ ବିମାନରେ ବସାଇ ଝାରସୁଗୁଡ଼ାରୁ ଦିଲ୍ଲୀ ନେଇଛନ୍ତି। ଆସନ୍ତାକାଲି(ମଙ୍ଗଳବାର) ପିଲାମାନେ ରାଷ୍ଟ୍ରପତି ଓ ସଂସଦ ଭବନ ବୁଲିବେ। ଆସନ୍ତା ୪ ତାରିଖରେ ପୁଣି ନିଜଘରକୁ ବିମାନରେ ଫେରି ଆସିବେ। ଓଡ଼ିଶାର ମୋଟ ୩୫ ପିଲା ଆଜି ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଯାତ୍ରା କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ରାଉରକେଲା ବେଦବ୍ୟାସ-କଲୁଙ୍ଗାର ପ୍ରିୟଦର୍ଶିନୀ ଉଚ୍ଚମାଧ୍ୟମିକ ସରକାରୀ ବିଦ୍ୟାଳୟର ୧୦ ପିଲା। ସେମାନଙ୍କ ମଧ୍ୟରେ ୭ ପୁଅ ଓ ୩ ଝିଅ ଅଛନ୍ତି। ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଯୁକ୍ତା ପଣ୍ଡା ପିଲାଙ୍କ ସହ ଯାଇଛନ୍ତି।
/filters:format(webp)/sambad/media/media_files/2026/02/02/jsg-2026-02-02-23-02-18.jpg)
ସେହିପରି ସମ୍ବଲପୁର ଓ ଝାରସୁଗୁଡ଼ାରୁ ମଧ୍ୟ ୫ ଜଣ ଲେଖାଏଁ ପିଲା ଅଛନ୍ତି। ୬ଷ୍ଠରୁ ୮ମରେ ପଢ଼ୁଥିବା ପିଲାମାନେ ଝାରସୁଗୁଡ଼ାରୁ ପ୍ରଥମକରି ବିମାନରେ ବସି ଦିଲ୍ଲୀ ଯିବାବେଳେ ବେଶ୍ ଖୁସିଥିଲେ। ରାଉଣ୍ଡଟେବୁଲ ଇଣ୍ଡିଆ(ଏରିଆ -୧୬) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଜିତ ମହାନ୍ତି, ସୀମାଶିଷ ଲେଙ୍କା, ନବପ୍ରୀତ ସିଂ ଆରୋରା, ଅରୁଣ କୁମାର ଅଗ୍ରୱାଲ ପ୍ରମୁଖ ଏ ନେଇ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି, ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଗରିବପିଲାଙ୍କ ମୁହଁରେ ହସ ଫୁଟାଇବା ସଙ୍ଗଠନର ମୂଳଲକ୍ଷ୍ୟ। ଝାଡ଼ଖଣ୍ଡର ଧାନବାଦ, ରାଞ୍ଚି, ଜାମସେଦପୁର, ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, କଟକ ଓ ଭୁବନେଶ୍ବରରୁ ମୋଟ ୭୦ ପିଲା ଝାରସୁଗୁଡ଼ା, ରାଞ୍ଚି ଓ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଯାତ୍ରା କରିଛନ୍ତି। ବିମାନରେ ଯିବାଆସିବା, ରାଷ୍ଟ୍ରପତି, ସଂସଦଭବନ ସହ ଦିଲ୍ଲୀର ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳ ବୁଲିବା ଖର୍ଚ୍ଚ ସଙ୍ଗଠନ ବହନ କରୁଛି। ପୂର୍ବରୁ ରାଉରକେଲାରୁ ୧୫ ପିଲାଙ୍କୁ ବିମାନରେ ବସାଇ ଭୁବନେଶ୍ବର ନିଆଯାଇଥିଲା। ଆଗାମୀଦିନରେ ଏଭଳି କାମ ଜାରିରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।
- Feb 02, 2026 22:58 IST
ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ନେଇ ପ୍ରସ୍ତୁତି ଜୋରଦାର
/filters:format(webp)/sambad/media/media_files/2026/02/02/1002872282-2026-02-02-22-58-09.jpg)
ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ନେଇ ପ୍ରସ୍ତୁତି ତୀବ୍ର ହୋଇଛି। ମୟୂରଭଂଜ ଜିଲ୍ଳାପାଳ ରାଇରଂଗପୁ ଅଞ୍ଚଳ ବୁଲି ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଓଡ଼ିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି ଆସି ଓଡ଼ିଶା ମାଟିର ପହଂଚି ଥିବା ବେଳେ ଆସନ୍ତା ୪ ତାରିଖ ପୂର୍ବାହ୍ନରେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିବେ। ଏନେଇ ରାଇରଙ୍ଗପୁର ଅଞ୍ଚଳଳରେ ଖୁସିର ଲହରୀ ଖେଳି ଯାଇଥିବାବେଳେ ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ମୟୂରଭଞ୍ଜ ଜିଲ୍ଲାପାଳ ନିଜେ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସହିତ ପ୍ରତ୍ୟେକଟି ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି। କାରକେଡ୍ ମଧ୍ୟ ପ୍ରସ୍ତୁତ ଥିବା ପରିଲକ୍ଷିତ ହୋଇଛି। ତେବେ ଏହି ଗସ୍ତରେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ମଧ୍ୟ ପ୍ରତ୍ୟେକଟି ସ୍ଥାନ ଯାଇ ପ୍ରସ୍ତୁତି ସମ୍ପର୍କରେ ତଦାରଖ କରୁଛନ୍ତି। ଏହି ଗସ୍ତରେ ମହାମହିମ ରାଷ୍ଟ୍ରପତି ଏସ୍ ଏସ ଡି ବାଳିକା ବିଦ୍ୟାଳୟର ହିରୋକ ଜୟନ୍ତୀ ସମାରହରୁ ଫେରିବା ପରେ ରାଇରଙ୍ଗପୁର ମୁର୍ମୁ ଛୋକଠାରେ ଥିବା ବାବା ପୂର୍ଣେଶ୍ଵର ମହାଦେବ ମନ୍ଦିରରେ ପୂଜା କରିବା ସହ ବ୍ରହ୍ମକୁମାରୀ ସେଣ୍ଟର ପରିଦର୍ଶନ କରିବା ସହିତ ସେଠାକାର ଭାଇ ଭଉଣୀଙ୍କ ସହିତ ଭାବ ବିନିମୟ କରିବେ।
- Feb 02, 2026 22:49 IST
ବେଆଇନ ଭାବେ ଚାଲିଥିବା କ୍ରସରକୁ ସିଲ୍ କଲା ପ୍ରଶାସନ
/filters:format(webp)/sambad/media/media_files/2026/02/02/dasapalla1-2026-02-02-22-49-45.jpg)
ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖଣି ଖାଦନ ଚାଲିଥିବା ବେଳେ ଆଜି ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଏକ କ୍ରସରକୁ ସିଲ୍ କରାଯାଇଛି। ଖମାରସାହି ପଞ୍ଚାୟତର ସୁବଳୟା ପାହାଡ଼ରୁ ବେଆଇନ ଭାବେ ବ୍ଲାଷ୍ଟିଂ କରାଯାଇ କ୍ରସର ଚଲା ଯାଇଥିଲା। ଆଜି ଖଣି ବିଭାଗ ପକ୍ଷରୁ ଜୁନିଅର୍ ଖଣି ଅଧିକାରୀଙ୍କ ସମେତ ଅତିରିକ୍ତ ତହସିଲଦାର ଚନ୍ଦ୍ର ଶେଖର ବାରିକ ଓ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ମାତ୍ର ଏହି ଚଢ଼ାଉ ସମୟରେ କୈାଣସି ବ୍ୟକ୍ତି ନଥିବା ବଳେ ଉକ୍ତ ଖଣିକୁ ସିଲ୍ କରି ଦିଆଯାଇଛି। ବଡ଼କଥା ହେଉଛି ଖଣି ବିଭାଗର ସ୍ଥାଣୁତାର ସୁଯୋଗ ନେଇ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ବାଲିଘାଟ ଠାରୁ ଆରମ୍ଭ କରି ପଥର ଖଣି ଚାଲି ଆସିଥିବା ନେଇ ଅଭିଯୋଗ ହୋଇଆସୁଛି।
- Feb 02, 2026 22:41 IST
ବେଆଇନ ହମ୍ପସ ମା’ଙ୍କ ଜୀବନ ନେଲା, ବର୍ତ୍ତିଲେ ପୁଅ
/filters:format(webp)/sambad/media/media_files/2026/01/28/1breaking-news-thursday-2026-01-28-21-17-17.jpg)
ସୁନ୍ଦରଗଡ଼: ବେଆଇନ ଭାବେ ନିର୍ମିତ ହମ୍ପସ ମା’ଙ୍କ ଜୀବନ ନେଇଥିବାବେଳେ ଅଳ୍ପକେ ପୁଅ ବର୍ତ୍ତି ଯାଇଛନ୍ତି। ଦୁଃଖଦ ଘଟଣାଟି ଘଟିଛି ହେମଗିର ଥାନା ଅନ୍ତର୍ଗତ ଏମ୍ସିଏଲ୍ କନିକା ମୁଖ୍ୟରାସ୍ତା ବ୍ରାହ୍ମଣୀ ଗାଁ ହନୁମାନ ଘାଟି ନିକଟରେ। ସୁରୁଲତା ଗାଁର ମା’ପୁଅ ଭଗବତୀ(୫୫) ଓ ଶ୍ରୀଧର ସିଂହ(୩୬) ଏକ ବାଇକ୍ରେ ଆସୁଥିବାବେଳେ ସେଠାରେ ବେଆଇନ ଭାବେ ନିର୍ମିତ ହମ୍ପସରେ ବାଇକ୍ ଭାରସାମ୍ୟ ହରାଇ ପଡ଼ି ଯାଇଥିଲା। ମା’ପୁଅ ତଳେ ପଡ଼ି ଯାଇଥିଲେ। ତେବେ ରାସ୍ତାକଡ଼ ଡିଭାଇଡର୍ରେ ପିଟିହୋଇ ଭଗବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଶ୍ରୀଧର ସାମାନ୍ୟ ଆହତ ହୋଇଥିଲେ। ଦୁହେଁ ଝାରସୁଗୁଡ଼ାରୁ ନିଜଘର ସୁରୁଲତାକୁ ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟଲୋକଙ୍କଠାରୁ ସୂଚନାପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ଉକ୍ତ ରାସ୍ତାରେ ହମ୍ପସ ଯୋଗୁ ଅନେକଥର ଦୁର୍ଘଟଣା ଘଟି ଜୀବନ ଯାଇଛି।
- Feb 02, 2026 22:20 IST
ସନତ କୁମାର ନନ୍ଦନକାନନ ନିର୍ଦ୍ଦେଶକ
- IFS ସନତ କୁମାର ଏନ୍ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦ୍ଦେଶକ
- ପୂର୍ବରୁ ଉପନିର୍ଦ୍ଦେଶକ ଦାୟିତ୍ବରେ ଥିଲେ ସନତ କୁମାର ଏନ୍
- ନିର୍ଦ୍ଦେଶକ ଥିବା ମନୋଜ ଭି. ନାୟରଙ୍କୁ SPCB ମେମ୍ବର ସେକ୍ରେଟାରୀ ଦାୟିତ୍ବ
- ଏଥିସହ ମନୋଜ ଭି. ନାୟରଙ୍କୁ ବନ୍ୟପ୍ରାଣୀ ଅତିରିକ୍ତ ପିସିସିଏଫ୍ ଦାୟିତ୍ବ
- CAMPA ସିଇଓ ଜି. ରାଜେଶଙ୍କୁ OFSDPର PD ଭାବେ ଅତିରିକ୍ତ ଦାୟିତ୍ବ
/filters:format(webp)/sambad/media/media_files/2026/02/01/1breaking-news-monday-2026-02-01-22-50-15.jpg)
- Feb 02, 2026 22:13 IST
ଗଞ୍ଜେଇ ଚାଲାଣ ମାମଲାରେ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ବିଷ୍ଣୁ ପ୍ରସାଦ ମିଶ୍ର ଏକ ଗଞ୍ଜେଇ ଚାଲାଣ ଘଟଣାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଉଦ୍ଧବ ଖିଲ ଓ ନର୍ମଦା ଦାଶକୁ ନିର୍ଦୋଷରେ ଖଲାସ କରିଛନ୍ତି। ପାପଡାହାଣ୍ଡି ପୁଲିସ ୨୦୨୧ ମସିହା ଏପ୍ରିଲ ୨୭ତାରିଖ ଦିନ କୋରାପୁଟ ଜିଲ୍ଲାର ପାଡୁଆ ଅଞ୍ଚଳରୁ କଳାହାଣ୍ଡି ଜିଲ୍ଲାର ଆମପାଣିକୁ ଗଞ୍ଜେଇ ଚାଲାଣ କରୁଥିବାର ସୂଚନା ପାଇଥିଲେl ପୁଲିସ ସନ୍ଦେହଜନକ ଭାବରେ ଏକ ଧଳା ରଙ୍ଗର ହୁଣ୍ଡାଇ ସାନଟ୍ରୋ କାରକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଡ୍ରାଇଭର ଗାଡିକୁ ନରଖି ସନ୍ଦେହଜନକ ଭାବରେ କ୍ଷିପ୍ର ବେଗରେ ଗାଡି ଚାଳନା କରିଥିଲେ। ଫଳ ସ୍ୱରୂପ ପୁଲିସର ଅଧିକ ସନ୍ଦେହ ଘନୀଭୂତ ହେଲାl ପୁଲିସ କାରର ପିଛା କରି ମୈଦଲପୁର ପୁଲିସ ଫାଣ୍ଡି ନିକଟରେ ଅଟକାଇବାରେ ସଫଳ ହୋଇଥିଲେ। ଗାଡି ଯାଂଚ ବେଳେ ଗାଡିରୁ ୨୫.୮୦୦କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଏହା ସହ ପାପଡାହାଣ୍ଡି ପୁଲିସ ଦୁଇଜଣ ଅଭିଯୁକ୍ତ ଉର୍ଦ୍ଧବ ଓ ନର୍ମଦାଙ୍କ ନାମରେ ପାପଡାହାଣ୍ଡି ଥାନା କେସ ନମ୍ବର ୫୯/୨୦୨୧ରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୨୦(ବି)(୨)ଏନଡିପିଏସ୍ ଆଇନ ପ୍ରକାରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ l ଯାହାର କୋର୍ଟ କେସ ନମ୍ବର ଥିଲା ଟିଆର ୩୩/୨୧। ମାମଲାର ବିଚାର ଚାଳିଥିବା ସମୟରେ ୨୦ଜଣ ସାକ୍ଷ୍ୟ ଦେଇଥିଲେ। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ କୋର୍ଟ ଅଭିଯୁକ୍ତ ଦ୍ବୟ ଉର୍ଦ୍ଧବ ଓ ନର୍ମଦାଙ୍କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ଆଇନଜୀବି ନରସିଂହ ତ୍ରିପାଠୀ ଓ ସହଯୋଗୀ ମାମଲାକୁ ପରିଚାଳନା କରୁଥିଲେ।
- Feb 02, 2026 22:10 IST
ଓଡ଼ିଶା ଆଥ୍ଲେଟିକ୍ ଏକାଡେମିର ସଫଳତା: ଲଙ୍ଗ୍ଜମ୍ପ୍ରେ ତେଜସ୍ବିନୀଙ୍କୁ ସ୍ବର୍ଣ୍ଣ
/filters:format(webp)/sambad/media/media_files/2026/02/02/02ktk_3_02022026_3112-2026-02-02-22-10-50.jpg)
କଟକ: ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍ରେ ଚାଲିଥିବା ଓଡ଼ିଶା ଆଥ୍ଲେଟିକ୍ ଏକାଡେମି ପ୍ରଥମ ବର୍ଷରେ ଉଲ୍ଲେଖନୀୟ ସଫଳତା ଲାଭ କରିିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଚାଲିଥିବା ଓଡ଼ିଶା ବିଦ୍ୟା ଭାରତୀ ଶିକ୍ଷାବିକାଶ ସମିତିର କ୍ରୀଡ଼ା ପ୍ରତିଯୋଗିତାରେ ଏହି ଏକାଡେମିର ଆଥ୍ଲେଟ ତେଜସ୍ବିନୀ ବାସ୍କେ(୧୪ ବର୍ଷ) ଲଙ୍ଗ୍ଜମ୍ପ୍ରେ ସ୍ବର୍ଣ୍ଣ ଏବଂ ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଛନ୍ତି। ତେଜସ୍ବିନୀ ଏବେ ତୁଳସୀପୁର ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ପଢ଼ୁଥିବା ବେଳେ ଏକାଡେମି ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି। ତେଜସ୍ବିନୀଙ୍କ ବାପା ବୁଦ୍ଧିରାମ ବାସ୍କେ ବାଲେଶ୍ବର ମୂଳ ବାସିନ୍ଦା ହୋଇଥିବା ବେଳେ ଓଡ଼ିଶା ପୁଲିସରେ ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି। ତେଜସ୍ବିନୀଙ୍କ ଏହି ସଫଳତା ପାଇଁ ଓଡ଼ିଶା ଦୌଡ଼କୁଦ ସଂଘ ଅଧ୍ୟକ୍ଷ ଆଶୀର୍ବାଦ ବେହେରା, ସଭାପତି ଡକ୍ଟର ଜିଏସ୍ ପଟ୍ଟନାୟକ, ସଂପାଦକ ଅଭିଜିତ ପାଲ୍ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
- Feb 02, 2026 22:09 IST
ସିକେ ନାଇଡୁ ଟ୍ରଫି: ଓଡ଼ିଶା-ରାଜସ୍ଥାନ ମ୍ୟାଚ୍ ଡ୍ର’
କଟକ: ଜୟପୁରସ୍ଥିତ କେ.ଏଲ୍. ସାଇନି ଷ୍ଟାଡିୟମରେ ଖେଳାଯାଇଥିବା ଓଡ଼ିଶା-ରାଜସ୍ଥାନ ସିକେ ନାଇଡୁ ଟ୍ରଫି ମ୍ୟାଚ୍ ଡ୍ର’ ରହିଛି। ତେବେ ପ୍ରଥମ ପାଳିରେ ଆଗୁଆ ରହି ରାଜସ୍ଥାନ ମନସ୍ତାତ୍ବିକ ବିଜୟ ପାଇଛି। ରାଜସ୍ଥାନ ତା’ର ପ୍ରଥମ ପାଳିରେ ୩୫୫ ରନ୍ କରିଥିଲା। ଓଡ଼ିଶା ଘରୋଇ ଦଳକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ୩୪୬ ରନ୍ରେ ଅଲ୍ଆଉଟ୍ ହୋଇ ପାଳି ଅଗ୍ରଣୀ ଲାଭ କରିବାର ସୁଯୋଗ ହରାଇଥିଲା। ରାଜ୍ୟ ଦଳ ପକ୍ଷରୁ ସୁଜଳ ସିଂହ ଶତକୀୟ ପାଳି ଖେଳିଥିଲେ। ରାଜସ୍ଥାନ ରବିବାର ଅସମାପ୍ତ ତୃତୀୟ ଦିନର ଖେଳରେ ଦ୍ବିତୀୟ ପାଳି ଆରମ୍ଭ କରି ଖେଳ ବନ୍ଦ ବେଳକୁ ୩ ୱିକେଟ୍ରେ ୩୩ ରନ୍ କରିଥିଲା। ସୋମବାର ପୂରା ଚତୁର୍ଥ ତଥା ଶେଷ ଦିବସ ଖେଳି ଷ୍ଟମ୍ପ୍ସ ବେଳକୁ ଆଉ ମାତ୍ର ୨ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା। ଆର୍ଏଚ୍ ଶର୍ମା ୧୦୧* ଓ ଗଣେଶ ସୁତାର ୭୬ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ଆଶୁତୋଷ ଛୁରିଆ, ସାଇଦୀପ ମହାପାତ୍ର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ସୌମ୍ୟରଞ୍ଜନ ଲେଙ୍କା ୩ଟି ୱିକେଟ ଅକ୍ତିଆର କରିଥିଲେ। ନିର୍ଦ୍ଧାରିତ ୪ ଦିନର ଖେଳରେ ରାଜସ୍ଥାନର ଦ୍ବିତୀୟ ପାଳି ଶେଷ ନହେବା ସହ ଓଡ଼ିଶାର ଦ୍ବିତୀୟ ପାଳି ଆରମ୍ଭ ହୋଇ ନଥିବାରୁ ମ୍ୟାଚ୍ଟି ଅମୀମାଂସିତ ରହିଥିଲା।
- Feb 02, 2026 22:07 IST
ଜାତୀୟ ପାରା ବୋସିଆରେ ଓଡ଼ିଶାକୁ ୩ ପଦକ
/filters:format(webp)/sambad/media/media_files/2026/02/02/02bbs_57_02022026_112-2026-02-02-22-06-50.jpg)
ଭୁବନେଶ୍ବର: ଅହମଦାବାଦରେ ଆୟୋଜିତ ଜାତୀୟ ବୋସିଆ ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ରୌପ୍ୟ ଓ ଦୁଇ କାଂସ୍ୟ ସହ ମୋଟ ୩ ପଦକ ମିଳିଛି। ବିସି୪ ମିଶ୍ରିତ ଟିମ୍ରେ ସୋନାଲି ଓଝା ଓ ହେମନ୍ତ କୁମାର ସେଠୀ ରୌପ୍ୟ ପଦକ ଜିତିଛିନ୍ତି। ବିସି୪ ମହିଳା ବ୍ୟକ୍ତିଗତ ବର୍ଗରେ ଦମୟନ୍ତୀ ଓଝା ଏବଂ ମିଶ୍ରିତ ଟିମ୍ରେ ସେ ଓ ତାଙ୍କ ସାଥୀ ମିଲଟନ୍ ପୋଥାଲ କାଂସ୍ୟ ପଦକ କରାୟତ୍ତ କରିଛନ୍ତି। ଏହି ପ୍ରତିଯୋଗିତାରେ ପ୍ରଶିକ୍ଷକ କୋଲା ଜଗନ୍ନାଥ ରେଡ୍ଡୀ ଓ ପ୍ରବନ୍ଧକ ରାକେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଓଡ଼ିଶାରୁ ୧୧ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।
- Feb 02, 2026 21:54 IST
ବିଜେପି ନେତାଙ୍କ ଘର ଉପରକୁ ଆକ୍ରମଣ
/filters:format(webp)/sambad/media/media_files/2026/02/02/mohna-2026-02-02-21-54-03.jpg)
ମୋହନା: ଗଜପତି ଜିଲ୍ଲା ବିଜେପି ନେତାଙ୍କ ବାସଭବନକୁ ସଂଘବଧ ଭାବେ ଆକ୍ରମଣ ହୋଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଚାନ୍ଦିପୁଟ ବାସଭବନରେ ଆଜି ସନ୍ଧ୍ୟାରେ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଆକ୍ରମଣରେ ଘର ଭଙ୍ଗାରୁଜା ସହ ତାଙ୍କ ମା ଆହତ ହୋଇଛନ୍ତି। ଚାନ୍ଦିପୁଟ ଗ୍ରାମର ପାଣ ଖ୍ରୀଷ୍ଟିୟାନ୍ର ଯୁବକମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ନେତା, ଯାହାକୁ ନେଇ ଚାନ୍ଦିପୁଟ ଗ୍ରାମରେ ପୁଲିସ୍ର ଛାଉଣୀ କରାଯାଇଛି।
- Feb 02, 2026 21:44 IST
ଆରମ୍ଭ ହେଲା ଗୋଲ୍ଡେନ୍ କିଙ୍ଗ୍ ଓପନ୍ ସ୍ନୁକର୍
କଟକ: ସିଡିଏ ସେକ୍ଟର ୧୦ସ୍ଥିତ ସ୍ନୁକର୍ କାଫେଠାରେ ସପ୍ତମ ଗୋଲ୍ଡେନ୍ କିଙ୍ଗ୍ ଓପନ୍ ସ୍ନୁକର୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ପ୍ରତିଯୋଗିତାରେ ସବୁଠୁ ଅଧିକ ୫୫ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ବିଜେତାଙ୍କୁ ଟ୍ରଫି ସହ ୨୫ହଜାର ଟଙ୍କା ଓ ଉପବିଜେତାଙ୍କୁ ଟ୍ରଫି ସହ ୧୩ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଏହାବ୍ୟତତୀ ସେମିଫାଇନାଲିଷ୍ଟ୍ଙ୍କୁ ଟ୍ରଫି ସହ ୬ହଜାର ଟଙ୍କା ଲେଖାଏଁ, କ୍ବାର୍ଟରଫାଇନାଲିଷ୍ଟ୍ଙ୍କୁ ୩ହଜାର ଟଙ୍କା ଲେଖାଏଁ, ସର୍ବାଧିକ ବ୍ରେକ୍ଙ୍କୁ ୫ହଜାର ଟଙ୍କା ଓ ଶତକୀୟ ବ୍ରେକ୍ଙ୍କୁ ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସୋମବାର ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସ୍ନୁକର ଓ ବିଲିୟାର୍ଡ୍ସ ସଂଘ ସମ୍ପାଦକ ସମୀର ଅଲୀ, ଗୋଲ୍ଡେନ୍ କିଙ୍ଗ୍ ସ୍ନୁକର୍ କ୍ଲବ୍ର ମାଲିକ ଜ୍ଞାନରଂଜନ ବେହେରା, ଆନ୍ତର୍ଜାତିକ ଖେଳାଳି ସୁବ୍ରତ ଦାସ, ଆୟୋଜନ କମିଟି ସଦସ୍ୟ ଅନୁଜ ପଣ୍ଡା, ବରୁଣ ପୂର୍ବା ଓ କିସ୍ନା ଜୁଏଲାରି ମାଲିକ ଅମ୍ରିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
- Feb 02, 2026 21:42 IST
ଓଡ଼ିଆ ଚଳଚ୍ଚିତ୍ର ‘ତୁଳା’ ର ‘ଶୁଭ ମୁହୂର୍ତ୍ତ’
ଭୁବନେଶ୍ବର: ଫୁଲବାଣୀର ଚର୍ଚ୍ଚିତ ତୁଳା ବେହେରାଙ୍କ ଜୀବନ କାହାଣୀ ଆଧାରିତ ଆର୍ଟମସ୍ ସ୍କ୍ରିନ୍ସର ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ସେବା, ସଂଘର୍ଷ ଓ ସମର୍ପଣର ଗାଥା… ‘ତୁଳା’ ର ‘ଶୁଭ ମୁହୂର୍ତ୍ତ’ ରବିବାର ଦିନ ଭୁବନେଶ୍ବର ବରମୁଣ୍ଡାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ଯ ଅତିଥି ରୁପେ ଯୋଗଦେଇ କହିଥିଲେ ଯେ, ଏଭଳି ମହାନ ବିଭୁତିଙ୍କ ଚରିତ୍ର ଉପରେ ଚଳଚ୍ଚିତ୍ର ନିର୍ମାଣ ନିଶ୍ଚିତ ରୁପେ ଶୁଭ ସଂକେତ। ଏହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବା ସହିତ ସମାଜ ଉପରେ ଏକ ଉତ୍ତମ ପ୍ରଭାବ ବିସ୍ତାର କରିବ। ସ୍ବଂୟ ତୁଳା ବେହେରା ଏହି ଶୁଭ ମୁହୂର୍ତ୍ତରେ ଉପସ୍ଥିତ ରହି ସମସ୍ତଙ୍କୁ ଆଶୀର୍ବାଦ କରିଥିଲେ।
/filters:format(webp)/sambad/media/media_files/2026/02/02/tula-2026-02-02-21-42-45.jpg)
ଭକ୍ଷାବୃତ୍ତି କରି ଚଳୁଥିବା ତୁଳା ବେହେରା ଏକ ସମୟରେ ନିଜର ସଂଚିତ ସମସ୍ତ ଜମାପୁଞ୍ଜି ଏକଲକ୍ଷ ଟଙ୍କା ଫୁଲବାଣୀର ଶ୍ରୀଜଗନ୍ନାଥ ମନ୍ଦିର ଜୀର୍ଣ୍ଣୋଧାର କାର୍ଯ୍ଯ ପାଇଁ ଦାନ କରି ଦେଇଥିଲେ। ତାଙ୍କର ଏହି ମହତ୍ କାର୍ଯ୍ଯ ସେ ସମୟରେ ଦେଶବ୍ଯାପୀ ପ୍ରଶଂସା ତଥା ଆଲୋଚନାର ବିଷୟ ପାଲଟି ଥିଲା। ପରବର୍ତ୍ତୀ ସମୟରେ ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଫୁଲବାଣୀ ଗସ୍ତ ସମୟରେ ତୁଳା ବେହେରାଙ୍କୁ ସମ୍ମାନିତ କରିଥିଲେ। ଏହି ଐତିହାସିକ କ୍ଷଣର ଚିତ୍ର ଭାରତ ସରକାରଙ୍କ ବର୍ଷ-୨୦୨୫ କ୍ଯାଲେଣ୍ଡରର ଜାନୁଆରି ପୃଷ୍ଠାରେ ସ୍ଥାନିତ ହୋଇଥିଲା।
ତୁଳା ବେହେରାଙ୍କ ତ୍ଯାଗ ଓ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତିକୁ ପରଦାରେ ଉପସ୍ଥାପନ କରିବ ଚଳଚ୍ଚିତ୍ର ‘ତୁଳା’। ସିଦ୍ଧାନ୍ତ ମହାପାତ୍ର, ଶୀତଲ ପାତ୍ର, ଅଭିଷେକ ଗିରି ଓ ସମରେଶ ରାଉତରାୟଙ୍କ ଭଳି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପ୍ରସିଦ୍ଧ କଳାକାରମାନେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ। ଚଳଚ୍ଚିତ୍ରର ପ୍ରଯୋଜନା ଅଜୟ କୁମାର ରାଉତ କରୁଥିବା ବେଳେ ଜିତେନ୍ଦ୍ର ଜେନା ନିର୍ଦ୍ଦେଶନାର ଦାୟିତ୍ବ ଗ୍ରହଣ କରିଛନ୍ତି। ନିବେଦିତା ସାମନ୍ତରାୟ ସହ ପ୍ରଯୋଜକର ଭୂମିକାରେ ଥିବାବେଳେ କାର୍ଯ୍ଯକାରୀ ପ୍ରଯୋଜକର ଭାର ବିକାଶ କୁମାର ରାଉତ ତୁଲାଉଛନ୍ତି।
- Feb 02, 2026 21:36 IST
ସର୍ବଭାରତୀୟ ପେନଚାକ୍ ସିଲାଟ୍ରେ ଓଡ଼ିଶାକୁ ୧୯ ପଦକ
/filters:format(webp)/sambad/media/media_files/2026/02/02/spt-2026-02-02-21-36-40.jpg)
ଭୁବନେଶ୍ବର: ଉତ୍ତରାଖଣ୍ଡର ଡେରାଡୁନଠାରେ ଆୟୋଜିତ ସର୍ବଭାରତୀୟ ପେନ୍ଚାକ୍ ସିଲାଟ୍ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୯ଟି ପଦକ ଜିତି ନେଇଛନ୍ତି। ଜାନୁଆରି ୨୯ରୁ ୩୧ଯାଏ ହେଉ ଥିବା ଏହି ପ୍ରତିଯୋଗିତାରେ ପ୍ରଶିକ୍ଷକ ଆଦିତ୍ୟ ପ୍ରଧାନଙ୍କ ତତ୍ତ୍ଵାବଧାନରେ ୨୪ଜଣିଆ ଓଡ଼ିଶା ଦଳ ଏଥିରେ ଅଂଶଗ୍ରହଣ କରି ୩ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୧୧ କାଂସ୍ୟ ଜିତି ନେଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛି। ଓଡ଼ିଶା ଦଳର ସଫଳତା ସହ ରାଜ୍ୟ ପେନ୍ଚାକ୍ ସିଲାଟ୍ ସଂଘର ସଂପାଦକ ପ୍ରେମ୍ ସିଂହ ଥାପା ଏହି ପ୍ରତିଯୋଗିତାରେ ରେଫରି ଦାୟିତ୍ବ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏହି ସଫଳତା ଲାଗି କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶତକ ୟେଦୁଲା ବିଜୟ, ଅତିରିକ୍ତ ସଚିବ ଅଶୋକ କୁମାର ପଣ୍ଡା, ବିଜୟ କୁମାର ସ୍ବାଇଁ, ଓଏସ୍ଡି ଧୀରାଜ କୁମାର ପଟ୍ଟନାୟକ, ପେନଚାକ୍ ସିଲାଟ୍ ଆସୋସିଏସନ୍ ଅଫ୍ ଖୋର୍ଦ୍ଧାର ସଂପାଦକ ଜିତେନ୍ଦ୍ର କୁମାର ରାଉତରାୟ, ପେନଚାକ୍ ସିଲାଟ୍ ସଂଘ ଓଡ଼ିଶାର ସଭାପତି ତାପସ କୁମାର ରାୟଚୌଧୁରୀ, ଉପସଭାପତି ମନୋରଞ୍ଜନ ଭଞ୍ଜ, ଅରବିନ୍ଦ ବାରିକ, ବ୍ୟକ୍ତିଗତ ଉପଦେଷ୍ଟା ସୁମନ ମୋଦି, ଭବାନୀ କୁମାରୀ ସାହୁ ପ୍ରମୁଖ ରାଜ୍ୟ ଦଳକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। - Feb 02, 2026 21:35 IST
ବିଶ୍ବବିଦ୍ୟାଳୟ ମହିଳା ହକି: ସମ୍ବଲପୁର ବିଜେତା, କିଟ୍କୁ ରୌପ୍ୟ
/filters:format(webp)/sambad/media/media_files/2026/02/02/sports-2026-02-02-21-34-56.jpg)
ଭୁବନେଶ୍ବର: ସ୍ଥାନୀୟ କିଟ୍ ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ଅନ୍ତଃଜୋନ୍ ହକି ପ୍ରତିଯୋଗିତାର ଦୁଇ ଓଡ଼ିଶା ଦଳ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ‘କିଟ୍’ ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇ ରାଜ୍ୟ ପାଇଁ ଯୁଗଳ ଖୁସି ଆଣିଛନ୍ତି। କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ସମ୍ବଲପୁର ୩-୨ (୧-୧) ସୁଟ୍ଆଉଟ୍ରେ କିଟ୍କୁ ପରାସ୍ତ କରିଥିଲା। ମ୍ୟାଚ୍ର ପ୍ରଥମ ଦୁଇ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟରରେ କିଟ୍ ଗୋଲ୍ ଦେଇ ଅଗ୍ରଣୀ ନେଇଥିଲା। ଚତୁର୍ଥ କ୍ବାର୍ଟରରେ ସମ୍ବଲପୁର ଗୋଲ୍ଟି ଶୁଝି ସ୍ଥିତି ବରାବର କରିଥିଲା। ଫଳରେ ମ୍ୟାଚ୍ ସୁଟ୍ଆଉଟ୍କୁ ଯାଇଥିଲା। ଏଥିରେ ସମ୍ବଲପୁର ବାଜି ମାରି ସ୍ବର୍ଣ୍ଣ ପଦକ ପାଇଥିଲା ବେଳେ ଆୟୋଜକ କିଟ୍ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା। ତୃତୀୟ ସ୍ଥାନ ମୁକାବିଲାରେ ପଞ୍ଜାବୀ ବିଶ୍ବବିଦ୍ୟାଳୟ ୨-୧ ଗୋଲ୍ରେ ଆଇଟିଏମ୍ ବିଶ୍ବବିଦ୍ୟାଳୟକୁ ହରାଇ କାଂସ୍ୟ ପଦକ ପାଇଛି। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ (ଏଆଇୟୁ) ଯୁଗ୍ମ ସମ୍ପାଦକ ମମତା ରାଣୀ ଅଗ୍ରୱାଲ, କିଟ୍ ଓ କିସ୍ର କ୍ରୀଡ଼ା ମହାନିର୍ଦେଶକ ଗଗନେନ୍ଦୁ ଦାଶ, କିଟ୍ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଜ୍ଞାନରଞ୍ଜନ ମହାନ୍ତି ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଉଭୟ ଦଳକୁ କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।
- Feb 02, 2026 21:02 IST
‘ଓଇଆରସି’ର ଜନଶୁଣାଣି ଆରମ୍ଭ
ଆସନ୍ତା ଆର୍ଥିକବର୍ଷ ୨୦୨୬-୨୭ ପାଇଁ ଖୁଚୁରା ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ ପାଇଁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଜନଶୁଣାଣି ଭୁବନେଶ୍ଵରର ଗୀତଗୋବିନ୍ଦ ସଦନରେ ଆରମ୍ଭ କରିଛନ୍ତି। ଆୟୋଗଙ୍କ ଅଧକ୍ଷ ପ୍ରଦୀପ କୁମାର ଜେନା, ବୈଷୟିକ ସଦସ୍ୟ ସୁଶାନ୍ତ କୁମାର ରାୟମହାପାତ୍ର ଓ ନ୍ୟାୟିକ ସଦସ୍ୟ ବିଶ୍ଵଜିତ ମହାନ୍ତିଙ୍କ ଉପସ୍ଥିତରେ ପୂର୍ଣ ବେଞ୍ଚ କୋର୍ଟରେ ଶୁଣାଣୀ ପୂର୍ବାହ୍ନ ୧୦.୩୦ ରେ ଆରମ୍ବ ହୋଇ ଅପରାହ୍ନ ୫ଟା ରେ ସମାପ୍ତ ହେଲା। ପ୍ରଥମ ଦିନରେ ଗ୍ରୀଡ୍କୋର ପାଇକାରୀ ମୂଲ୍ୟ ଦରଖାସ୍ତ ଉପରେ ଶୁଣାଣି ହୋଇଥିଲା। ଶକ୍ତି ବିଭାଗ ତରଫରୁ ଅତିରିକ୍ତ ଶାସନ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଉପସ୍ଥିତ ଥିଲେ। ଶୁଣାଣି ପ୍ରାରମ୍ବରେ ଗ୍ରିଡ୍କୋ ପରିଚାଳନା ନିର୍ଦ୍ଧେଶକ ଡକ୍ଟର ସତ୍ୟପ୍ରିୟ ରଥ, ଆଇଏଏସ, ଗ୍ରୀଡ୍କୋ ଦରଖାସ୍ତକୁ ଉପସ୍ଥାପନ କଲେ। ସେ କହିଲେ ଆସନ୍ତା ବର୍ଷରେ ଗ୍ରିଡ୍କୋ ପାଖରେ ୪୬୩୩୪ ନିୟୁତ ୟୁନିଟ ବିଦ୍ୟୁତ ଉପଲବ୍ଧ ଥିବାବେଳେ ସେଥିରୁ ଟାଟା ପାୱାର ଦ୍ଵାରା ପରିଚାଳିତ ଚାରୋଟି ବିତରଣ କମ୍ପାନୀକୁ ଗ୍ରିଡ୍କୋ ୩୯୧୦୩ ନିୟୁତ ୟୁନିଟ ବିକ୍ରୟ ହେବ। କ୍ୟାପ୍ଟିଭ ପାୱାର ପ୍ଳାଣ୍ଟକୁ ଜରୁରୀକାଳିନ ବିକ୍ରୟ ୧୦୦ ନିୟୁତ ୟୁନିଟ ଓ ସଞ୍ଚାରଣ କ୍ଷତି ୧୨୧୨ ନିୟୁତ ୟୁନିଟ ହେବ। ଅବଶିଷ୍ଟ ୫୯୧୮ ନିୟୁତ ୟୁନିଟ ବଳକା ବିଦ୍ୟୁତକୁ ଖୋଲା ବଜାରରେ ବିକ୍ରୟ ହେବ। ସେଥିପାଇଁ ଆସନ୍ତା ବର୍ଷରେ ଗ୍ରୀଡ୍କୋ ସମୁଦାୟ ୧୫୧୮୧ କୋଟିଟଙ୍କା ରାଜସ୍ୱ ଆବଶ୍ୟକ କରୁଥିବା ବେଳେ ଚଳିତ ବର୍ଷପାଇଁ ଧାର୍ଯ୍ୟ ହୋଇଥିବା ପାଇକାରୀ ମୂଲ୍ୟ ୟୁନିଟ ପିଛା ୩୩୦.୬୬ ପଇସା ଅନୁସାରେ ଗ୍ରୀଡ୍କୋକୁ ମାତ୍ର ୧୨୯୨୧ କୋଟିଟଙ୍କା ରାଜସ୍ୱ ମିଳିବ। ଅବଶିଷ୍ଟ ନିଅଣ୍ଟ ହେଉଥିବା ରାଜସ୍ୱ ୨୨୬୦ କୋଟିଟଙ୍କାକୁ ଭରଣା କରିବା ପାଇଁ ପାଇକାରୀ ମୂଲ୍ୟକୁ ୟୁନିଟ ପିଛା ୩୮୮.୨୩ ପଇସାକୁ ବୃଦ୍ଧି କରିବା ପାଇଁ ଶ୍ରୀ ରଥ ପ୍ରସ୍ତାବ ରଖିଲେ। ଗ୍ରିଡ୍କୋ ଦରଖାସ୍ତ ଉପରେ ଆୟୋଗ ଅଧ୍ୟକ୍ଷ ଶ୍ରୀ ଜେନା ଅନେକ ଗୁଡିଏ ସ୍ପଷ୍ଟୀକରଣ ମାଗିଲେ। ଇନ୍ଦ୍ରାବତୀ ପ୍ରକଳ୍ପରୁ ୫୦୦ ନିୟୁତ ୟୁନିଟ କମ ପ୍ରସ୍ତାବ ଦେବା ଉପରେ ଅସନ୍ତୋଷ ବ୍ୟକ୍ତ କଲେ। ସେହିପରି ଓପିଜିସି ପ୍ଳାଣ୍ଟର ବାରମ୍ବାର ବନ୍ଦ ହେବା ଓ ସେଥିପାଇଁ ପ୍ରଚୁର ଶସ୍ତା ବିଦ୍ୟୁତ ହରାଇବା ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରି ତାହାକୁ ସମାଧାନ କରିବା ପାଇଁ ଶକ୍ତି ବିଭାଗର ଅତିରିକ୍ତ ସଚିବକୁ ନିର୍ଦ୍ଦେଶ ଦେଇଥିଲେ। ଆୟୋଗଙ୍କ ଦ୍ଵାରା ନିଯୁକ୍ତ ଗ୍ରାହକ ପରାମର୍ଶଦାତା ଡେଲଏଟ୍ କମ୍ପାନି ଗ୍ରିଡ୍କୋ ଦରଖାସ୍ତକୁ ସମୀକ୍ଷା କରି ମତାମତ ଉପସ୍ଥାପନ କଲେ।
- Feb 02, 2026 21:00 IST
ନବ ଦାଶ-ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍: ସହିଦ ସ୍ପୋର୍ଟିଂ ଓ ଆଲ୍ଫା ବିଜୟୀ
/filters:format(webp)/sambad/media/media_files/2026/02/02/naba-2026-02-02-20-59-58.jpg)
ଭୁବନେଶ୍ବର: ସ୍ଥାନୀୟ ବିଜେପି କଲେଜ୍ ଖେଳ ପଡ଼ିଆରେ ଆରମ୍ଭ ହୋଇଥିବା ନବମ ନବ ଦାଶ-ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ସୋମବାର ମ୍ୟାଚ୍ରେ ସହିଦ ସ୍ପୋର୍ଟିଂ ଓ ଆଲ୍ଫା ବ୍ରହ୍ମପୁର ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ସହିଦ ସ୍ପୋର୍ଟିଂ ୬ ୱିକେଟ୍ରେ ସୋଲାର୍ ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ସୋଲାର ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା। ଜବାବରେ ସହିଦ ସ୍ପୋର୍ଟିଂ ୧୯.୪ ଓଭରରେ ମାତ୍ର ୪ ୱିକେଟ୍ ହରାଇ ୧୬୬ ରନ୍ କରିବା ସହ ସହଜ ବିଜୟ ହାସଲ କରିଥିଲା। ୩ ୱିକେଟ୍ ନେଇଥିବା ସହିଦ ସ୍ପୋର୍ଟିଂର ଶୁଭମ ଶତ୍ରୁଜିତଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଦ୍ବିତୀୟ ମ୍ୟାଚ୍ରେ ଆଲ୍ଫା ବ୍ରହ୍ମପୁର ୩୫ ରନ୍ରେ ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ଆଲଫା ବ୍ରହ୍ମପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୫ ରନ୍ କରିଥିଲା। ଜବାବରେ ପ୍ରଗତି ସ୍ପୋର୍ଟିଂ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୩୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ୪ ୱିକେଟ୍ ସଫଳତା ଲାଗି ଆଲ୍ଫା ବ୍ରହ୍ମପୁରର ରାମଚନ୍ଦ୍ର ବେହେରାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
- Feb 02, 2026 20:52 IST
ୟୁନିଲାଇଟ୍ କପ୍ ଭୁବନେଶ୍ବର ଅନ୍ତଃସ୍କୁଲ୍ କ୍ରିକେଟ୍: ବିଜେଇଏମ୍ ପୁଣି ବିଜେତା
/filters:format(webp)/sambad/media/media_files/2026/02/02/unilight-2026-02-02-20-52-25.jpg)
ଭୁବନେଶ୍ବର: ଭେଟେରାନ୍ କ୍ରିକେଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଭିସିଏଓ) ପକ୍ଷରୁ ହାଇଟେକ୍ ମେଡିକାଲ୍ କଲେଜ୍ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍ କପ୍ ଦ୍ବାବିଂଶତମ ଭୁବନେଶ୍ବର ଅନ୍ତଃସ୍କୁଲ କ୍ରିକେଟ୍ ପ୍ରତିଯୋଗିତାରେ ବିଜେଇଏମ୍ ସପ୍ତମ ଥର ପାଇଁ ବିଜେତା ହୋଇଛି। ରବିବାରର ଫାଇନାଲରେ ବିଜେଇଏମ୍ ୧୦୧ ରନ୍ରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ୍କୁ ପରାସ୍ତ କରିଛି। ପ୍ରାନ୍ତିକ ନାୟକ (୭୮) ଓ ସମରଜିତ୍ ସାହୁ (୬୩)ଙ୍କ ଅର୍ଦ୍ଧଶତକ ବଳରେ ବିଜେଇଏମ୍ ୨୦୨ ରନ୍ କରିଥିଲା। ଜବାବରେ ଡିଏଭି ସ୍କୁଲ୍ ଠିକ୍ ଅଧା ସ୍କୋର୍ ୧୦୧ ରନ୍ କରିଥିଲା। ସାହାବାଜ ଆଲାମ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ପ୍ରାନ୍ତିକ ନାୟକ ଶ୍ରେଷ୍ଠ ବ୍ୟାଟର୍, ସାଇ ନାରାୟଣ ଶ୍ରେଷ୍ଠ ବୋଲର, ପ୍ରତୀକ୍ଷିତ ପ୍ରଧାନ ଶ୍ରେଷ୍ଠ ୱିକେଟରକ୍ଷକ, ରୁଦ୍ର ପ୍ରସାଦ ସ୍ବାଇଁ ଶ୍ରେଷ୍ଠ ଫିଲ୍ଡର, ଚନ୍ଦନ କାମାଥ ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଥିଲେ।
- Feb 02, 2026 19:37 IST
ଯୁବକଙ୍କୁ ଘୋଷାଡ଼ି ନେଲା ପିକ୍ଅପ୍ ଭ୍ୟାନ୍
/filters:format(webp)/sambad/media/media_files/2026/02/02/kalahandi-2026-02-02-19-37-39.jpg)
- ପିକ୍ଅପ୍ ଭ୍ୟାନ୍ ଘୋଷାଡ଼ି ନେଲା, ଯୁବକଙ୍କ ମୃତ୍ୟୁ
- କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଏନ୍ଏଚ୍୨୬ରେ ଦୁର୍ଘଟଣା
- ଦୁର୍ଘଟଣାରେ ନୀତିଶ ପୋଢ଼ଙ୍କ ମୃତ୍ୟୁ
- ଦୁର୍ଘଟଣା ପରେ ପରିବାର, ଗାଁ ଲୋକେ ଉତ୍ତେଜିତ
- ଜାତୀୟ ରାଜପଥ ଅବରୋଧ, ଅଟକିଲା ଶତାଧିକ ଯାନବାହନ
- ପୁଲିସ ଉପରେ ବର୍ଷିଲେ ଲୋକେ
- Feb 02, 2026 19:11 IST
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
/filters:format(webp)/sambad/media/media_files/2026/02/02/untitled-21jpg-2026-02-02-16-55-15.jpeg)
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ସେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ମହାମହିମଙ୍କ ସ୍ବାଗତ ପାଇଁ ରାଜ୍ୟପାଳ ହରିବାବୁ କମ୍ଭବପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପିର ବରିଷ୍ଠ ନେତା ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ପହଞ୍ଚି ଥିଲେ। ମହାମହିମ ଆଜି ଲୋକଭବନରେ ରାତ୍ରିଯାପନ କରିବେ।
- Feb 02, 2026 19:10 IST
ଫ୍ୟାନ୍କୋଡ୍କୁ ଆଇଏସ୍ଏଲ୍ ପ୍ରସାରଣ ଅଧିକାର
/filters:format(webp)/sambad/media/media_files/2026/02/01/1breaking-news-monday-2026-02-01-22-50-15.jpg)
ଚେନ୍ନାଇ: ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତା ୨୦୨୫-୨୬ ସଂସ୍କରଣର ପ୍ରସାରଣ ଅଧିକାର ଫ୍ୟାନ୍କୋଡ୍କୁ ମିଳିଛି। ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) ସୋମବାର ଏହାର ନିଲାମ ଅର୍ଥକୁ ଗ୍ରହଣ କରିଛି। ସେହିପରି କାଲେଇଡୋସ୍କୋପ୍ ପ୍ରଡକ୍ସନ୍ ଓ ସର୍ଭିସେସ୍ (କେପିଏସ୍ ଷ୍ଟୁଡିଓସ୍) ଏହି ଲିଗ୍ର ପ୍ରାୟୋଜକ ହୋଇଛି। ଡ୍ରିମ୍ ସ୍ପୋର୍ଟ୍ସ ମାଲିକାନାରେ ଥିବା ଫ୍ୟାନ୍କୋଡ୍ ନିଲାମରେ କୋଲ୍କାତା ଭିତ୍ତିକ ଅନୁଷ୍ଠାନ ଆନନ୍ଦବଜାର ପତ୍ରିକା (ଏବିପି) ଓ ଜିଓଷ୍ଟାର୍କୁ ପଛରେ ପକାଇ ଏହି ଅଧିକାର ହାତେଇଥିଲା। ଫାନ୍କୋଡ୍ ନିୟମିତ ଫୁଟ୍ବଲ୍ ପ୍ରସାରଣ ବଜାରରେ ରହିଛି। ଉଭୟ ଭାରତୀୟ ଓ ଅନ୍ତର୍ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତାର ପ୍ରସାରଣ କରିଆସୁଛି। ନିକଟରେ ଆଫ୍ରିକା କପ୍ ଅଫ୍ ନେସନ୍ସ, କାଫା ନେସନ୍ସ କପ୍ର ପ୍ରସାରଣ କରିଥିଲା। ଭାରତର ଏଏଫ୍ସି ଏସୀୟ କପ୍ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ୍ ହଂକଂ (ଜୁନ୍ ୧୦), ସିଙ୍ଗାପୁର (ଅକ୍ଟୋବର ୯) ଏବଂ ବାଂଲାଦେଶ (ନଭେମ୍ବର ୧୮) ଏହି ପ୍ଲାଟ୍ଫର୍ମରେ ପ୍ରସାରିତ ହୋଇଥିଲା।
- Feb 02, 2026 18:45 IST
ବ୍ରଦ୍ମପୁର ଦୁର୍ଘଟଣା ନେଇ ମୁହଁ ଖୋଲିଲେ ପରିବହନ ମନ୍ତ୍ରୀ
- ବ୍ରହ୍ମପୁର ହଳଦିଆପଦର ଦୁର୍ଘଟଣା ମାମଲା
- ଅଭିଯୁକ୍ତ ଟ୍ରକ୍ ଡ୍ରାଇଭରଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ
- ରଦ୍ଦ ହେବ ଅଭିଯୁକ୍ତ ଟ୍ରକ୍ ଡ୍ରାଇଭରର ଲାଇସେନ୍ସ
- ଟ୍ରକ୍ ଡ୍ରାଇଭର ବିରୋଧରେ ହେବ ହତ୍ୟା ମାମଲା ରୁଜୁ
- ଗତ ୩୧ ତାରିଖ ହଳିଦଆପଦରରେ ହୋଇଥିଲା ୫ ଜଣଙ୍କ ମୃତ୍ୟୁ
- ଟ୍ରକ୍ ଚଢ଼ାଇ ଦେଇଥିଲା ଡ୍ରାଇଭର
- ଗତକାଲି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି ବ୍ରହ୍ମପୁର ପୁଲିସ
- ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା
/filters:format(webp)/sambad/media/media_files/2025/06/18/bibhuti jena2-f7f34037.png)
- Feb 02, 2026 18:02 IST
ଯୁବା ସାଫ୍: ବାଂଲାଦେଶଠୁ ହାରିଲା ଭାରତ
ପୋଖରା: ଏଠାରେ ଚାଲିଥଇବା ସାଫ୍ ୧୯ ବର୍ଷରୁ କମ୍ ମହିଳା (ଯୁବା) ଫୁଟ୍ବଲ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ୦-୨ ଗୋଲ୍ରେ ବାଂଲାଦେଶଠୁ ହାରି ଯାଇଛି। ଅର୍ପିତା ବିଶ୍ବସ (୨୯ ମିନିଟ୍)ଙ୍କ ଗୋଲ୍ରେ ବାଂଲାଦେଶ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାପରେ ଅଲ୍ପି ଅକ୍ତରଙ୍କ ଗୋଲ୍ରେ ପ୍ରଥମାର୍ଦ୍ଧରେ ବାଂଲାଦେଶ ୨-୦ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ମ୍ୟାଚ୍କୁ ଫେରିବାକୁ ଭାରତ ବହୁ ଚେଷ୍ଟା କରିଥିଲେ ମଧ୍ୟ ୫ଥର ବିଜେତା ବାଂଲାଦେଶ ରକ୍ଷଣଭାଗ ଭେଦ ନ କରିପାରି ପରାଜୟ ବରଣ କରିଥିଲା। ପ୍ରଥମ ମ୍ୟାଚ୍ରେ ଭୁଟାନ ୧୨-୦ରେ ହରାଇଥିବା ବାଂଲାଦେଶ ଏହି ବିଜୟ ସହ ଫାଇନାଲ୍ ସ୍ଥାନ ନିଶ୍ଚିତ କରିଛି। ଏହି ପ୍ରତିଯୋଗିତା ୧୯ ବର୍ଷରୁ କମ୍ ହୋଇଥିଲେ ମଧ୍ୟ ଏଏଫ୍ସି ୧୭ ବର୍ଷରୁ କମ୍ ଏସୀୟ କପ୍ ଲକ୍ଷ୍ୟରେ ରଖି ଭାରତର ୧୭ ବର୍ଷରୁ କମ୍ ଦଳ ଏଥିରେ ଖେଳୁଛି। ଏହି ଦଳ ନିଜର ପ୍ରଥମ ମ୍ୟାଚ୍ରେ ଆୟୋଜକ ନେପାଳକୁ ୧-୦ ଗୋଲ୍ରେ ହରାଇଥିଲା। ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତକୁ ଆଉ ଏକ ବିଜୟ ଆବଶ୍ୟକ ରହିଛି। ଶେଷ ଗ୍ରୁପ୍ ମ୍ୟାଚ୍ ବୁଧବାର ଭୁଟାନକୁ ଭାରତ ଭେଟିବ। ଅନ୍ୟଏକ ମ୍ୟାଚ୍ରେ ନେପାଳ ଓ ବାଂଲାଦେଶ ମୁହାଁମୁହିଁ ହେବେ। ଫାଇନାଲ୍ ମ୍ୟାଚ୍ ୭ ତାରିଖରେ ଖେଳାଯିବ।
- Feb 02, 2026 18:01 IST
ଆରମ୍ଭରୁ କିଛି ମ୍ୟାଚ୍ ଖେଳିବେନି ହାଜେଲ୍ଉଡ୍
/filters:format(webp)/sambad/media/media_files/2026/02/02/02bbs_27_02022026_112-2026-02-02-18-01-17.jpg)
ସିଡ୍ନି: ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ଜୋସ୍ ହାଜେଲ୍ଉଡ୍ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଦଳ ଅଷ୍ଟ୍ରେଲିଆ ଗସ୍ତ କରିବେନି। ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ସେ କିଛି ମ୍ୟାଚ୍ ଖେଳିପାରିବେନି। ତାଙ୍କୁ ଶ୍ରୀଲଙ୍କା ନ ପଠାଇ ଅଷ୍ଟ୍ରେଲିଆରେ ପୁନର୍ବାସ କାର୍ଯ୍ୟକ୍ରମ ଜାରି ରଖିବାକୁ ଚୟନକର୍ତ୍ତା ଚିନ୍ତା କରିଛନ୍ତି। ଅଷ୍ଟ୍ରେଲିଆ ବିଶ୍ବକପ୍ ଅଭିଯାନ ଫେବ୍ରୁଆରି ୧୧ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଆରମ୍ଭ କରିବ। ଅଷ୍ଟ୍ରେଲିଆ ତା’ର ୪ଟି ଯାକ ଗ୍ରୁପ୍ ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋ ଓ ପାଲିକେଲରେ ଖେଳିବ। ଜାତୀୟ ଚୟନକର୍ତ୍ତା ଟନି ଡୋଡେମେଡ୍ କହିଛନ୍ତି ଯେ ‘‘ଜୋସ୍ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ମଧ୍ୟ ଫିଟ୍ ହେବାକୁ କିଛି ଦିନ ଲାଗିବ। ତେଣୁ ଜୋସ୍ଙ୍କୁ ଶ୍ରୀଲଙ୍କା ନ ପଠାଇ ଅଷ୍ଟ୍ରେଲିଆରେ ପୁନର୍ବାସ କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନେଇଛୁ। ଯାହା ତାଙ୍କ ପାଇଁ ବହୁତ ଲାଭବାନ ହେବ।’’ ଆହତ ଯୋଗୁଁ ହାଜେଲଉଡ୍ ଆସେସ୍ ଶୃଙ୍ଖଳାରେ ଖେଳିପାରି ନଥିଲେ। ହାଜେଲଉଡ୍ ନଯିବା ଦୁଖଃଦ ଖବର ଭିତରେ ଦଳ ପାଇଁ ବଡ଼ ଖୁସି ଖବର ହେଉଛି ନାଥନ ଏଲିସ୍, ଟିମ୍ ଡେଭିଡ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ କଲମ୍ବୋରେ ପହଞ୍ଚିଛନ୍ତି। ପାକିସ୍ତାନରୁ ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କାରେ ପହଞ୍ଚିବା ପରେ ଏହି ତ୍ରିମୂର୍ତ୍ତି ଯୋଗଦେବେ।
- Feb 02, 2026 17:55 IST
ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ରେଳ ଭିତ୍ତିଭୂମିର କାୟାକଳ୍ପ ପାଇଁ ଚଳିତ ବଜେଟ୍ରେ ରେକର୍ଡ ୧୦,୯୨୮ କୋଟି ଟଙ୍କା ବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ ବୋଲି ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ କହିଛନ୍ତି।
- Feb 02, 2026 17:24 IST
ସିନ୍ଧୁ ଜଳ ଚୁକ୍ତି ନେଇ କ’ଣ କରିଛି ଭାରତ?
/sambad/media/post_attachments/8da41ca5-b16.png)
ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ନୂତନ ଶୁଣାଣି ଏବଂ ଡକ୍ୟୁମେଣ୍ଟାରି ଆଦେଶ ପାଇଁ ହେଗରେ ମଧ୍ୟସ୍ଥତା କୋର୍ଟ କାର୍ଯ୍ୟ ଜାରି ରଖିଛି। କିନ୍ତୁ ଭାରତ ସ୍ପଷ୍ଟ କରିଛି ଯେ ଏହା ଏହି କାର୍ଯ୍ୟନାମାର ବୈଧତାକୁ ସ୍ୱୀକାର କରେ ନାହିଁ ଏବଂ ଏଥିରେ ଅଂଶଗ୍ରହଣ କରିବ ନାହିଁ।
ସାମ୍ପ୍ରତିକ ବିବାଦର କେନ୍ଦ୍ରବିନ୍ଦୁ ହେଉଛି ସିନ୍ଧୁ ଜଳ ଚୁକ୍ତିନାମା ଅଧୀନରେ ଗଠିତ ମଧ୍ୟସ୍ଥତା କୋର୍ଟ ଦ୍ୱାରା ଜାନୁଆରି ୨୯, ୨୦୨୬ରେ ଜାରି କରାଯାଇଥିବା ପ୍ରକ୍ରିୟାଗତ ଆଦେଶ ନଂ ୧୯। ଏହି ଆଦେଶ ଭାରତୀୟ ଜଳବିଦ୍ୟୁତ କେନ୍ଦ୍ରଗୁଡ଼ିକରୁ କାର୍ଯ୍ୟକ୍ଷମ ‘ପଣ୍ଡେଜ୍ ଲଗ୍ବୁକ୍’ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଏ। କୋର୍ଟ ଏହାକୁ ‘ଯୋଗ୍ୟତାର ଦ୍ୱିତୀୟ ପର୍ଯ୍ୟାୟ’ ବୋଲି କୁହନ୍ତି। କୋର୍ଟ ହେଗରେ ଥିବା ଶାନ୍ତି ପ୍ରାସାଦରେ ଫେବ୍ରୁଆରି ୨-୩ ପାଇଁ ଶୁଣାଣି ସ୍ଥିର କରିଛନ୍ତି। ଉଲ୍ଲେଖ କରିଛନ୍ତି ଯେ ଭାରତ କୌଣସି ପ୍ରତି-ଦାବି ଦାଖଲ କରିନାହିଁ କିମ୍ବା ଅଂଶଗ୍ରହଣ କରିବାର ଇଚ୍ଛା ସୂଚାଇ ନାହିଁ।
- Feb 02, 2026 16:50 IST
ଶୀତ ମହୋତ୍ସବସ୍ଥଳ ପରିଦର୍ଶନ କଲେ ଉପଜିଲ୍ଲାପାଳ
ଘୁ.ଉଦୟଗିରି: ୩ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଘୁ.ଉଦୟଗିରି ଶୀତ ମହୋତ୍ସବ ‘ତୁଷାର’ ସ୍ଥଳ ପରିଦର୍ଶନ କରିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ। ସ୍ଥାନୀୟ ସହରର କଳିଙ୍ଗ ମିନି ଷ୍ଟାଡିୟମରେ ଶୀତ ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ସହଯୋଗ ସହ ଆଜି ଉପଜିଲ୍ଲାପାଳ ମହୋତ୍ସବ ସ୍ଥଳରେ ପହଞ୍ଚି ମହୋତ୍ସବର ପ୍ରସ୍ତୁତି ବିଷୟରେ ଆଲୋଚନା କରିବା ସହ ସମସ୍ତ ବ୍ୟବସ୍ଥା ବୁଲି ଦେଖିଛନ୍ତି। ପାନୀୟଜଳ, ପରିମଳ, ଟ୍ରାଫିକ, ଅତିଥିଙ୍କ ସୁରକ୍ଷା ବ୍ୟବସ୍ଥା, ପାର୍କିଂ ସ୍ଥଳ, ଦର୍ଶକଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସହ ବୁଲି ଦେଖିବା ସହ ଆୟୋଜକ କମିଟି ଅଧ୍ୟକ୍ଷ ବିଡିଓ ସତ୍ୟନାରାୟଣ ମିଶ୍ର, ସଭାପତି ଜ୍ଞାନ ଚନ୍ଦ୍ର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଜାଲିନା ପ୍ରିୟଦର୍ଶିନୀ, ଆମନ ଚନ୍ଦ୍ର ନାୟକ, ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସହ ଆଲୋଚନା କରିଛନ୍ତି।
/filters:format(webp)/sambad/media/media_files/2026/02/02/img-20260202-wa0377-2026-02-02-16-50-56.jpg)
ଉପଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ କମିଟି ସଦସ୍ୟ କିଶୋର ଚନ୍ଦ୍ର ନାୟକ, ଉଦେଶନ ପ୍ରଧାନ, ଶାନ୍ତନୁ ପ୍ରଧାନ, ଆଶୁତୋଷ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ୩ତାରିଖ ଦିନ ସ୍ଥାନୀୟ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ବଡ଼ରାଉଳ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା କଳାହାଣ୍ଡି ଜିଲ୍ଲାର କାଟାପା ନିଜ କଳା ପ୍ରଦର୍ଶନ କରି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ମିନି ଷ୍ଟାଡିୟମ ରେ ପହଂଚିବା ପରେ ଶୀତ ମହୋତ୍ସବ ‘ତୁଷାର’ ଅତିଥୀଙ୍କ ଗହଣରେ ଶୁଭ ଉଦଘାଟନ ହେବ। ସଭା ପରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ କୁଇ ମେଲୋଡି,କୁଇ ନୃତ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ।
- Feb 02, 2026 15:52 IST
ଓଡ଼ିଶାକୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କାମ କରୁଛୁ: ଅଶ୍ବିନୀ ବୈଷ୍ଣବ
/filters:format(webp)/sambad/media/media_files/2025/12/10/ashwini-vaishnav-2025-12-10-21-27-26.jpg)
Union Railway Minister Ashwini Vaishnav. Photograph: (sambad.in) ଭୁବନେଶ୍ବର: ଓଡ଼ିଶାରେ ଡବଲ ଇଂଜନ ସରକାର ଚାଲିଛି। ଆଗାମୀ ୫ବର୍ଷରେ ୧ ଲକ୍ଷ କୋଟି ଟଙ୍କା ପ୍ରକଳ୍ପ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେହି ଆଧାରରେ କାମ କରାଯାଉଛି। ରାଜ୍ୟରେ ଏପର୍ଯ୍ୟନ୍ତ ୯୦ କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି। ଆଉ ୧୦ କୋଟି ଟଙ୍କା କଲେ ଆମର ମିସନ ହେବ। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଏହା କହିଛନ୍ତି।
- Feb 02, 2026 15:27 IST
ଜାମୁସାହିରେ ଗୁଳିକାଣ୍ଡ, ଧରାହେଲେ ଚାରି
/filters:format(webp)/sambad/media/media_files/2025/11/01/firing-2025-11-01-21-44-39.jpg)
Photograph: (Photo Courtey: tv 9 bharatvarsh) ଖୋର୍ଦ୍ଧା/ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦଲକ-ସାମନ୍ତରାୟପୁର ରାସ୍ତାରେ ଗତ ୧୯ ତାରିଖ ସନ୍ଧ୍ୟାରେ ଘଟିଥିବା ଗୁଳିକାଣ୍ଡ ଉପରୁ ରହସ୍ୟ ଫିଟିଛି। ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ଚାରି ଜଣଙ୍କୁ ଗିରଫ କରିଛି। ଘଟଣା ସ୍ଥଳରୁ ଦୁଇଟି ଖୋକା, ଗୋଟିଏ ବୁଲେଟ ଓ ଗୋଟିଏ ସ୍କୁଟି ଜବତ ହୋଇଛି। ଅଭିଯୁକ୍ତ ଙ୍କ ନାଁ ପୁଲିସ ପ୍ରକାଶ କରିନାହିଁ। ଗୁଳିମାଡ଼ରେ ଦେଉଳି ପଞ୍ଚାୟତ ଜାମୁସାହିର ବାସୁଦେବ ପରିଡ଼ା(୪୨) ଓରଫ୍ ଟୁଟୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁଳିମାଡ଼ର କାରଣ ପୂର୍ବ ଶତ୍ରୁତା ଓ ଖଣି ବ୍ୟବସାୟ ବୋଲି ଏସପି ବିବେକାନନ୍ଦ ଶର୍ମା ସ୍ପଷ୍ଟ କରିଛନ୍ତି।
- Feb 02, 2026 12:55 IST
ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟକାର୍ଡ
/filters:format(webp)/sambad/media/media_files/2025/10/13/pravati-2025-10-13-08-47-38.png)
answer by dy chief minister on anganbadi issues in assembly Photograph: (sambad.in) ଭୁବନେଶ୍ବର: ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟକାର୍ଡ। ଆସନ୍ତା ଉତ୍କଳ ଦିବସରେ ମିଳିବ ନୂଆ ୟୁନିଫର୍ମ ଓ ନୂଆ ପରିଚୟ ପତ୍ର। ଆଜି ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
- Feb 02, 2026 12:16 IST
କଟନୀ ଛଟନୀ ପ୍ରତିବାଦରେ ଧାନ ବସ୍ତା ରଖି ଆନ୍ଦୋଳନ
ଢେଙ୍କାନାଳ: ନବନିର୍ମାଣ କୃଷକ ସଂଘ ପକ୍ଷରୁ ୫ରୁ ୧୦କେଜି କଟନୀ ଛଟନୀ ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ଆନ୍ଦୋଳନ। - Feb 02, 2026 12:10 IST
ଭାରସାମ୍ୟ ହରାଇ ପୋଲ ତଳକୁ ଖସି କାର ଚୁରମାର
ସୁନ୍ଦରଗଡ଼: ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା କାର । ତଳସରା ଥାନା ସବଡେଗା ରଣପୁର ପୋଲ ଉପରୁ ତଳକୁ ଖସି ପଡ଼ିଛି କାର । କାର୍ ଭାଙ୍ଗି ଚୁରମାର। ଚାଳକ ସାମାନ୍ଯ ଆହତ।
/filters:format(webp)/sambad/media/media_files/2026/02/02/untitled-2026-02-02-12-09-55.png)
ଗତକାଲି ରାତି ପାଖାପାଖି ୧୨ଟା ବେଳେ ଛତିଶଗଡ଼ର ଯଶପୁରନଗରକୁ କୁନାଲ ନାଇଡୁ ନାମକ ବ୍ୟକ୍ତି କାର ଚଳାଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଚାଳକକୁ ଉଦ୍ଧାର କରି ରାଉରକେଲା ସ୍ଥାନାନ୍ତର କରିଥିଲେ। ଦୁର୍ଘଟଣାରେ ଚାଳକ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି।
- Feb 02, 2026 11:05 IST
୬୮ ହଜାର କର୍ମଚାରୀଙ୍କ ଦରମା ଅଟକିଲା
/filters:format(webp)/sambad/media/media_files/2025/10/19/yogi-adityanath-2025-10-19-18-46-04.png)
Photograph: (@myogiadityanath) ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାର ବର୍ତ୍ତମାନ ୬୮,୦୦୦ରୁ ଅଧିକ ରାଜ୍ୟ କର୍ମଚାରୀଙ୍କ ଦରମା ବନ୍ଦ କରିଦେଇଛନ୍ତି। ସରକାରୀ ପୋର୍ଟାଲରେ ସେମାନଙ୍କର ସମ୍ପତ୍ତି ସୂଚନା ଅପଲୋଡ୍ କରିନାହାଁନ୍ତି ବୋଲି ସରକାର ଏହି ପଦକ୍ଷେପ ନେଇଛନ୍ତି। ଉତ୍ତର ପ୍ରଦେଶ ସରକାରୀ କର୍ମଚାରୀମାନେ ପ୍ରତିବର୍ଷ ସେମାନଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ବିବରଣୀ ସରକାରଙ୍କ ମାନବ ସମ୍ପଦ ପୋର୍ଟାଲରେ ଅପଲୋଡ୍ କରିବାକୁ ବାଧ୍ୟ। ମୁଖ୍ୟ ସଚିବ ଏସ୍ ପି ଗୋୟଲ ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ ସମସ୍ତ ରାଜ୍ୟ କର୍ମଚାରୀ ଜାନୁଆରି ୩୧ ସୁଦ୍ଧା ସେମାନଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ବିବରଣୀ ମାନବ ସମ୍ପଦ ପୋର୍ଟାଲରେ ଅପଲୋଡ୍ କରନ୍ତୁ। ଉତ୍ତର ପ୍ରଦେଶରେ ମୋଟ ୮୬୬,୨୬୧ ରାଜ୍ୟ କର୍ମଚାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୬୮,୨୩୬ ଜଣ କର୍ମଚାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମାନବ ସମ୍ପଦ ପୋର୍ଟାଲରେ ସେମାନଙ୍କର ସମ୍ପତ୍ତି ସୂଚନା ଅପଲୋଡ୍ କରିବାରେ ବିଫଳ ହୋଇଥିଲେ। ଫଳରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
- Feb 02, 2026 11:01 IST
ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଭେଟିଲେ ଅଳଙ୍କାର ଅଗ୍ନିହୋତ୍ରୀ
ବାରାଣସୀ: ପ୍ରୟାଗରାଜ ମାଘ ମେଳାରେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦଙ୍କ ସହ ଘଟିଥିବା ଘଟଣା ବଡ଼ଧରଣର ହଟ୍ଟଗୋଳ ସୃଷ୍ଟି କରିଛି। ଅଭିମୁକ୍ତେଶ୍ୱରାନନ୍ଦ ଏବଂ ୟୁଜିସି ନିୟମାବଳୀ ବିରୋଧରେ ବରେଲି ସିଟି ମାଜିଷ୍ଟ୍ରେଟ୍ ଅଳଙ୍କାର ଅଗ୍ନିହୋତ୍ରୀ ତାଙ୍କ ପଦବିରୁ ଇସ୍ତଫା ଦେଇଥିଲେ। ଅଳଙ୍କାରଙ୍କ ଇସ୍ତଫା ଏକ ବଡ଼ ହଟ୍ଟଗୋଳ ସୃଷ୍ଟି କରିଥିଲା। ରବିବାର ଅଳଙ୍କାର ଅଗ୍ନିହୋତ୍ରୀ ବାରାଣସୀରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ମହାରାଜଙ୍କ ମଠକୁ ଯାଇଥିଲେ, ଯେଉଁଠାରେ ସେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ସାମ୍ପ୍ରତିକ ରାଜନୈତିକ ଏବଂ ସାମାଜିକ ପରିସ୍ଥିତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକ ସମୟରେ ଅଳଙ୍କାର ଅଗ୍ନିହୋତ୍ରୀ କେନ୍ଦ୍ର ସରକାରଙ୍କ ନୀତି, ବିଶେଷକରି ଏସସି/ଏସଟି ଆଇନ ଏବଂ ପ୍ରସ୍ତାବିତ ୟୁଜିସି ନିୟମାବଳୀର କଡ଼ା ବିରୋଧ ପ୍ରକାଶ କରିଥିଲେ।
/sambad/media/post_attachments/6713916e-4cf.png)
ଅଳଙ୍କାର ଅଗ୍ନିହୋତ୍ରୀ କହିଛନ୍ତି ଯେ ତାଙ୍କୁ ପୂର୍ବରୁ ଶଙ୍କରାଚାର୍ଯ୍ୟ ପ୍ରୟାଗରାଜକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ସମୟର ଅଭାବ ଯୋଗୁଁ ସେ ଯୋଗ ଦେଇପାରି ନଥିଲେ। ପରେ ଶଙ୍କରାଚାର୍ଯ୍ୟ ବାରାଣସୀରେ ପହଞ୍ଚିବା ପରେ ତାଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ସେ କହିଥିଲେ ଯେ ଆଇଆଇଟି ବିଏଚୟୁରୁ ଶିକ୍ଷା ଗ୍ରହଣ କରିଥିବାରୁ ତାଙ୍କର ବାରାଣସୀ ସହିତ ବ୍ୟକ୍ତିଗତ ସମ୍ପର୍କ ରହିଛି। ତେଣୁ ଏଠାକୁ ଆସିବା ତାଙ୍କ ପାଇଁ ଭାବପ୍ରବଣ ଭାବରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା।
- Feb 02, 2026 10:21 IST
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ମୃଦୁ ଭୂମିକମ୍ପ
/filters:format(webp)/sambad/media/media_files/2025/03/31/Mb2Y7cIyKENxYJB8XFdd.png)
Earthquake ନୂଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଭୂମି ଥରିବା ଆରମ୍ଭ କରିଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ମାପ କରାଯାଇଥିଲା। NCS କହିଛି ଯେ ଭୂକମ୍ପର କେନ୍ଦ୍ର ଭୂମିରୁ ୧୦ କିଲୋମିଟର ତଳେ ଅବସ୍ଥିତ। କମ ତୀବ୍ରତା ଯୋଗୁଁ କୌଣସି ମୃତାହତର ଖବର ମିଳିନାହିଁ।
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଭୂକମ୍ପ କ୍ଷେତ୍ର ୫ ଅଧୀନରେ ପଡ଼ିଥାଏ, ଯାହା ଟେକ୍ଟୋନିକ୍ ବିମାନର ବହୁତ ନିକଟରେ ଅବସ୍ଥିତ। ପୂର୍ବରୁ, ଡିସେମ୍ବର ୨୬, ୨୦୦୪ରେ ଏକ ଭୂମିକମ୍ପ ଏଠାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ଶକ୍ତିଶାଳୀ ଭୂମିକମ୍ପ ସୁନାମି ଏବଂ ଉଚ୍ଚ ତରଙ୍ଗ ସୃଷ୍ଟି କରିଥିଲା। ତଥାପି, କେନ୍ଦ୍ରସ୍ଥଳ ଯେତେ ଗଭୀରରେ ଅବସ୍ଥିତ, ବିପଦ ସେତେ କମ୍। ତଥାପି, ଅଗଭୀର ଭୂମିକମ୍ପକୁ ଅଧିକ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଏ କାରଣ ପୃଷ୍ଠ ତରଙ୍ଗ ଭୂମିରେ ବିନାଶ ଆଣିପାରେ।
- Feb 02, 2026 10:10 IST
ଇସ୍ରାଏଲର ଆକ୍ରମଣରେ ଥରିଲା ଲେବାନନ
ଯେରୁସେଲମ: ଇସ୍ରାଏଲୀ ସେନା ରବିବାର ଦିନ ହେଜବୁଲା ଆତଙ୍କବାଦୀଙ୍କ ଉପରେ ବଡ଼ଧଣର ଆକ୍ରମଣ କରିଛି। ଏହି ଆକ୍ରମଣରେ ଅଲି ଦାଉଦ ଆମିକ ନିପାତ ହୋଇଥିବା ନେଇ ଦାବି କରିଛି। ଅଲି ଦାଉଦ ଆମିକଙ୍କୁ ନିପାତ କରିବା ଇସ୍ରାଏଲ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ଦାଉଦ ହିଜବୋଲାର ଇଞ୍ଜିନିୟରିଂ ବିଭାଗ ମଧ୍ୟରେ ଏକ ଶାଖାର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଇସ୍ରାଏଲୀ ସେନା ଅନୁଯାୟୀ ଆତଙ୍କବାଦୀ ଦକ୍ଷିଣ ଲେବାନନର ଅଲ-ଡ୍ୱେୟାର ଅଞ୍ଚଳରେ ହିଜବୋଲାର ସାମରିକ ଭିତ୍ତିଭୂମି ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଥିଲେ ଏବଂ ଇସ୍ରାଏଲୀ ସେନା ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପ୍ରୋତ୍ସାହିତ କରୁଥିଲେ।
- Feb 02, 2026 10:04 IST
ଶଙ୍ଖନଦୀରେ ଖସି ପଡ଼ିଲା ଟ୍ରେଲର, ଖଲାସୀ ମୃତ
ରାଉରକେଲା: ଶଙ୍ଖନଦୀରେ ଖସି ପଡ଼ିଲା ଟ୍ରେଲର l ଖଲାସୀ ମୃତ। ଗୁରୁତର ଡ୍ରାଇଭର ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତି l ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା l ବ୍ର୍ରାହ୍ମଣୀ ତରଙ୍ଗ ପୁଲିସ ପହଂଚି ଘଟଣାର ତଦନ୍ତ ଚଳାଇଛି l - Feb 02, 2026 09:23 IST
କୁକୁର କାମୁଡ଼ାରେ ନାବାଳକର ମୃତ୍ୟୁ
/filters:format(webp)/sambad/media/media_files/2025/10/19/dead-2025-10-19-19-37-58.jpg)
Photograph: (sambad.in) ଭିୱାଣ୍ଡି: ମହାରାଷ୍ଟ୍ରର ଭିୱାଣ୍ଡିରେ ବୁଲା କୁକୁରଙ୍କ ଆତଙ୍କ ବୃଦ୍ଧି ପାଇଛି। ଗତ ବର୍ଷ ୧୧,୦୩୭ ଜଣ ଲୋକଙ୍କୁ କୁକୁର କାମୁଡ଼ିଥିଲେ। ସଦ୍ୟତମ ଘଟଣାରେ କୁକୁର କାମୁଡ଼ାରେ ଆହତ ହୋଇଥିବା ଜଣେ ୧୨ ବର୍ଷୀୟ ବାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବାଳକର ନାମ ହମିଦ ସଦ୍ଦାମ ଖାନ। ତାଙ୍କୁ ଗତ ୧୦ ତାରିଖରେ ସହରର ଇଦଗାହ ଅଞ୍ଚଳରେ ବାହାରେ ଖେଳୁଥିବା ସମୟରେ ଏକ ବୁଲା କୁକୁର ଆକ୍ରମଣ କରି ରକ୍ତାକ୍ତ କରିଥିଲା। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଇନ୍ଦିରା ଗାନ୍ଧୀ ସ୍ମାରକୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଜାନୁଆରି ୨୭ ତାରିଖରେ ହମିଦ ଖାନଙ୍କ ପିତାମାତା ତାଙ୍କୁ ଭିୱାଣ୍ଡିର ଇନ୍ଦିରା ଗାନ୍ଧୀ ସ୍ମାରକୀ ହସ୍ପିଟାଲକୁ ଆଣିଥିଲେ। କୁକୁର କାମୁଡ଼ା ପାଇଁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କସ୍ତୁରବା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଜାନୁଆରି ୩୧ ତାରିଖରେ ସେଠାରେ ହମିଦ ଖାନଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି ଏବଂ ସହରରେ ବୁଲା କୁକୁରଙ୍କ ସମସ୍ୟାକୁ ପୁଣି ଥରେ ସାମ୍ନାକୁ ଆଣିଛି। ଉଲ୍ଲେଖଯୋଗ୍ୟ ୧୨ ବର୍ଷ ଧରି ବନ୍ଦ ଥିବା ପୌରପାଳିକାର କୁକୁର ବନ୍ଧ୍ୟାକରଣ କେନ୍ଦ୍ର ଗତ ବର୍ଷ ଖୋଲାଯାଇଥିଲା।
- Feb 02, 2026 09:19 IST
ଆଜି କେନ୍ଦ୍ରୀୟ ବଜେଟ୍ ୨୦୨୬ ଉପରେ ଆଲୋଚନା
/sambad/media/post_attachments/489dcc26-c85.png)
ନୂଆଦିଲ୍ଲୀ: ସଂସଦରେ ଆଜି କେନ୍ଦ୍ରୀୟ ବଜେଟ୍ ୨୦୨୬ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ତାଙ୍କର ଲଗାତାର ନବମ ବଜେଟ୍ ଉପସ୍ଥାପନ କରିବାର ଗୋଟିଏ ଦିନ ପରେ ଏହି ଆଲୋଚନା ହୋଇଛି। ଆଜିର ଆଲୋଚନା ବଜେଟ୍ ଅଧିବେଶନର ଏକ ଅଂଶ, ଏହା ପରେ ଅନୁଦାନ ଦାବି ଉପରେ ବିସ୍ତୃତ ବିତର୍କ ଏବଂ ଭୋଟିଂ ହେବ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଗୃହକୁ ସମ୍ବୋଧିତ କରିବାର ଆଶା କରାଯାଉଛି। ସଦସ୍ୟମାନେ ପରେ ସାଧାରଣ ଆଲୋଚନା ସମୟରେ ବଜେଟ୍ ଉପରେ ଆଲୋଚନା କରିବେ ବୋଲି ସେମାନଙ୍କ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭା ସକାଳ ୧୧ଟାରେ ଆଲୋଚନା ଆରମ୍ଭ କରିବ। ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆଲୋଚନା ଆରମ୍ଭ କରିବେ ଏବଂ ଦଳର ସାଂସଦ ତେଜସ୍ୱୀ ସୂର୍ଯ୍ୟ ପ୍ରସ୍ତାବକୁ ସମର୍ଥନ କରିବେ। ଆଲୋଚନା ପାଇଁ ମୋଟ ୧୮ ଘଣ୍ଟା ସମୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରି ୪ରେ ଆଲୋଚନାର ଉତ୍ତର ଦେବେ ବୋଲି ଆଶା କରାଯାଉଛି। କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧୧ରେ ଗୃହରେ ଉତ୍ତର ଦେବେ ବୋଲି ଆଶା କରାଯାଉଛି।
କଂଗ୍ରେସ ସାଂସଦ ମାଣିକମ୍ ଟାଗୋର କେନ୍ଦ୍ରୀୟ ବଜେଟ୍ ୨୦୨୬ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରି ତାଙ୍କୁ ଶିକ୍ଷା, ସଂଖ୍ୟାଲଘୁ ବ୍ୟାପାର, ଗବେଷଣା ଏବଂ ସାମାଜିକ ଖର୍ଚ୍ଚକୁ ଅବହେଳା କରିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ମୁଦ୍ରାସ୍ଫୀତି ତୁଳନାରେ, ‘ଖର୍ଚ୍ଚରେ ସ୍ଥିରତା’ ଦେଖାଯାଉଛି। ଟାଗୋର ଏହା ମଧ୍ୟ ଦାବି କରିଛନ୍ତି ଯେ ବଜେଟରେ ତାମିଲନାଡୁକୁ ପୁଣି ଥରେ ଅଣଦେଖା କରାଯାଇଛି, ଏବଂ କହିଛନ୍ତି ଯେ ବିରଳ ଖଣିଜ ପଦାର୍ଥ ସହ ଜଡିତ ଆବଣ୍ଟନ ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟତମ ବନ୍ଧୁ’ଙ୍କୁ ଲାଭ ଦେବ ଏବଂ ଜଙ୍ଗଲ ଏବଂ ପ୍ରାକୃତିକ ସମ୍ପଦର ଶୋଷଣ କରିବ। - Feb 02, 2026 08:39 IST
ଦୁଇ ବର୍ଷ ପାଇଁ ବନ୍ଦ ରହିବ କେନେଡି ସେଣ୍ଟର
/sambad/media/post_attachments/a883bf90-afe.png)
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଘୋଷଣା କରିଛନ୍ତି ଯେ ସେ ୱାଶିଂଟନର କେନେଡି ସେଣ୍ଟର ପ୍ରଦର୍ଶନ କଳା କେନ୍ଦ୍ରକୁ ନିର୍ମାଣ ପାଇଁ ଦୁଇ ବର୍ଷ ପାଇଁ ବନ୍ଦ କରିବେ। ହ୍ୱାଇଟ୍ ହାଉସକୁ ଫେରିବା ପରେ ଏହି ପ୍ରସିଦ୍ଧ ସ୍ଥାନକୁ ପରିବର୍ତ୍ତନ କରିବା ପାଇଁ ଏହା ତାଙ୍କର ସର୍ବଶେଷ ପଦକ୍ଷେପ। ସେ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପ୍ରଥମ ମହିଳାଙ୍କ ବିଷୟରେ ଡକ୍ୟୁମେଣ୍ଟାରୀ ‘ମେଲାନିଆ’ର ପ୍ରିମିୟର ହେବାର କିଛି ଦିନ ପରେ, ତାଙ୍କ ମନୋନୀତ ସହାୟକମାନଙ୍କ ଦ୍ୱାରା ପରିପୂର୍ଣ୍ଣ କେନେଡି ସେଣ୍ଟରର ବୋର୍ଡ ଦ୍ୱାରା ତାଙ୍କର ପ୍ରସ୍ତାବକୁ ଅନୁମୋଦନ କରାଯିବ। ଟ୍ରମ୍ପ ନିଜେ କେନ୍ଦ୍ରର ଟ୍ରଷ୍ଟି ବୋର୍ଡର ଅଧ୍ୟକ୍ଷ।
‘ଅନେକ ଉଚ୍ଚ ସମ୍ମାନଜନକ ବିଶେଷଜ୍ଞଙ୍କ ମତାମତ ଉପରେ ଆଧାରିତ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏକ କ୍ଳାନ୍ତ, କ୍ଷୟକ୍ଷତି ଏବଂ କ୍ଷୟକ୍ଷତି କେନ୍ଦ୍ରକୁ, ଯାହା ବହୁ ବର୍ଷ ଧରି ଆର୍ଥିକ ଏବଂ ସାଂରଚନିକ ଅବନତିରେ ରହିଛି, କଳା, ସଙ୍ଗୀତ ଏବଂ ମନୋରଞ୍ଜନ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବ,’ ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି।
- Feb 02, 2026 08:21 IST
ନିୟମ ଭାଙ୍ଗିଲେ କି ସରଫରାଜ ଅହମ୍ମଦ?
/sambad/media/post_attachments/611c8578-3b4.png)
ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନ କ୍ରିକେଟ ଅଧିନାୟକ ସରଫରାଜ ଅହମ୍ମଦ ବର୍ତ୍ତମାନ ଦେଶର ୧୯ ବର୍ଷରୁ କମ୍ କ୍ରିକେଟ ଦଳ ସହିତ ଜଡିତ ଅଛନ୍ତି। କିନ୍ତୁ ଫେବ୍ରୁଆରି ୧ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ସେ ଏପରି କିଛି କରିଥିଲେ ଯାହା ତାଙ୍କୁ ଏବେ ଚର୍ଚ୍ଚାରେ ଆଣିଛି।
ସରଫରାଜ ଅହମ୍ମଦଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଫଟୋରେ ସର୍ଫରାଜ ଖାନଙ୍କୁ ମ୍ୟାଚ୍ ସମୟରେ ତାଙ୍କ ଫୋନ୍ ବ୍ୟବହାର କରୁଥିବାର ଦେଖାଯାଉଛି। ଏହି ଫଟୋ PMOA କ୍ଷେତ୍ର ଭିତରେ ଉଠାଯାଇଛି କି ବାହାରେ ତାହା ଜଣାନାହିଁ। ଯଦି ସରଫରାଜ PMOA କ୍ଷେତ୍ରରେ ବସି ତାଙ୍କ ଫୋନ୍ ବ୍ୟବହାର କରୁଥିଲେ, ତେବେ ସେ ନିୟମ ଉଲ୍ଲଂଘନ କରିଛନ୍ତି। ICC PMOA କ୍ଷେତ୍ରରେ ଯୋଗାଯୋଗ ଉପକରଣ ବ୍ୟବହାର ଉପରେ ନିଷେଧ କରିଛି। ଏହା ଉଲ୍ଲେଖନୀୟ ଯେ PMOA ହେଉଛି ଖେଳାଳି, ଅଧିକାରୀ ଏବଂ ପ୍ରଶିକ୍ଷକ କର୍ମଚାରୀଙ୍କ ଦ୍ୱାରା ବ୍ୟବହୃତ ଷ୍ଟାଡିୟମର ଏକ ସ୍ଥିର କ୍ଷେତ୍ର।
- Feb 02, 2026 08:19 IST
ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା
କେନ୍ଦୁଝର: କେନ୍ଦୁଝର ସଦର ଥାନାର ବାୟାପଣ୍ଡାଧାରରେ ସଶସ୍ତ୍ର ଡକାୟତି ହୋଇଛି l ଗତକାଲି ବିଳମ୍ବିତ ରାତିରେ ଆଠ ଜଣ ମୁଖା ପିନ୍ଧା ଡକାୟତ ସଂଗ୍ରାମ କେଶରୀ ନାଏକଙ୍କୁ ପାଣି ମାଗିବା ବାହାନାରେ ଘରେ ପଶି ବନ୍ଧୁକ ମୁନରେ ଲୁଟି ନେଲେ ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା ଓ ୧୧ ଲକ୍ଷ ଟଙ୍କାର ସୁନା ଗହଣା |
/filters:format(webp)/sambad/media/media_files/2026/02/02/untitled-2026-02-02-08-19-29.png)
- Feb 02, 2026 07:56 IST
ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬ଦିନିଆ ଗସ୍ତ
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିବେ। ଏହି ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
/filters:format(webp)/sambad/media/media_files/2025/11/18/draupadi-murmu-2025-11-18-22-12-29.jpeg)
President Draupadi Murmu. Photograph: (sambad.in) ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ପ୍ରକାର ତ୍ରୁଟି ଦେଖା ନ ଯାଏ, ଏଥିପାଇଁ କମିସନରେଟ୍ ପୁଲିସ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଛି। ବ୍ଲୁ-ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ବରରେ ୩୦ ପ୍ଲାଟୁନ୍ ଫୋର୍ସ, ୩ ଏସ୍ଟିୟୁ, ଡଗ୍ ସ୍କାଡ୍, ବୋମା ନିଷ୍କ୍ରିୟକାରୀ ଟିମ୍ ନିୟୋଜିତ କରାଯାଇଛି।
- Feb 02, 2026 07:52 IST
ଦୁଇ ଦିନରେ ୧୪୫ ଜଣ ବାଲୁଚ୍ଙ୍କୁ ହତ୍ୟା କଲା ପାକିସ୍ତାନୀ ସେନା
/sambad/media/post_attachments/17619090-7f3.png)
ଇସଲାମାବାଦ: ବେଲୁଚିସ୍ତାନରେ ବିଦ୍ରୋହୀ ଲଢ଼ୁଆଙ୍କ ଏକ ମାରାତ୍ମକ ଆକ୍ରମଣ ପରେ ପାକିସ୍ତାନୀ ସେନା ବାଲୁଚ୍ ବିରୁଦ୍ଧରେ ଏକ ନରସଂହାର ଆରମ୍ଭ କରିଛି। ପ୍ରଦେଶର ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ପ୍ରତିଆକ୍ରମଣ ଆରମ୍ଭ କରିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୧୪୫ ଜଣ ବାଲୁଚ୍ ପ୍ରାଣ ହରାଇଛନ୍ତି। ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗତି ଏହି ସୂଚନା ଦେଇଛନ୍ତି। ଶନିବାର ସକାଳେ ବାଲୁଚିସ୍ତାନର ୧୪ଟି ସହରରେ ବାଲୁଚ୍ ଲଢ଼ୁଆମାନେ ଏକକାଳୀନ ଆକ୍ରମଣ ଆରମ୍ଭ କରିଥିଲେ। ପାକିସ୍ତାନୀ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଏହି ଆକ୍ରମଣରେ ୧୭ ଜଣ ସୁରକ୍ଷା କର୍ମୀଙ୍କ ସମେତ ପ୍ରାୟ ୫୦ ଜଣ ପ୍ରାଣ ହରାଇଛନ୍ତି। ବେଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢ଼ୁଥିବା ଏକ ବିଚ୍ଛିନ୍ନତାବାଦୀ ସଶସ୍ତ୍ର ଗୋଷ୍ଠୀ, ବାଲୁଚିସ୍ତାନ ଲିବରେସନ୍ ଆର୍ମି ଏହି ଆକ୍ରମଣ ପାଇଁ ଦାୟୀ।
- Feb 02, 2026 07:41 IST
ଶୋଭାଯାତ୍ରା ଉପରେ ଗୁଳିମାଡ଼, ଦୁଇଜଣଙ୍କ ମୃତ୍ୟୁ
/sambad/media/post_attachments/d117809d-143.png)
ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ବାର ନିକଟ ବିନାରସି ଗାଁରେ ସନ୍ଥ ରବିଦାସ ଜୟନ୍ତୀ ପାଇଁ ଶୋଭାଯାତ୍ରା ଏବଂ ଭୋଜ ପରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା। ଗୋଟିଏ ଗୋଷ୍ଠୀ ବେଆଇନ ଅସ୍ତ୍ରଶସ୍ତ୍ରରେ ଗୁଳି ଚଳାଇ ଜଣେ ଯୁବକଙ୍କୁ ହତ୍ୟା କରିଥିଲା ଏବଂ ଚାରି ଜଣ ଆହତ ହୋଇଥିଲେ। ପୋଲିସ ଗାଁ ନିକଟ ଏକ କ୍ଷେତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପାଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ବ୍ୟକ୍ତି ଜଣକ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ଉତ୍ତ୍ୟକ୍ତ ଜନତା ସାଢ଼େ ଚାରି ଘଣ୍ଟା ପରେ ମୃତଦେହକୁ ଘଟଣାସ୍ଥଳରୁ ହଟାଇବାକୁ ଅନୁମତି ଦେଇଥିଲେ। ଉତ୍ତ୍ୟକ୍ତ ଜନତା ଗୋଟିଏ ଘରେ ନିଆଁ ଲଗାଇ ଦେଇଥିଲେ ଏବଂ ଦଶ ଜଣ ଭଙ୍ଗାରୁଜା କରିଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ PACକୁ ଡକାଯାଇଥିଲା।
ଅଭିଯୁକ୍ତଙ୍କୁ ଅଟକ ରଖିବାକୁ ଚେଷ୍ଟା କରିବା ସମୟରେ ଉତ୍ତ୍ୟକ୍ତ ଜନତା ପୁଲିସ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ଘରୁ ବାହାର କରିବାରେ ସଫଳ ହୋଇଥିଲା। ଜଣେ ଆହତ ବ୍ୟକ୍ତିଙ୍କୁ ରେଫର କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିବା କୁହାଯାଉଛି। ଆକ୍ରମଣକାରୀମାନେ ଗ୍ରାମ ମୁଖ୍ୟଙ୍କ ପକ୍ଷର ବୋଲି ବିଶ୍ୱାସ କରାଯାଉଛି। ଏହା ପୂର୍ବରୁ ମଧ୍ୟ ରବିଦାସ ଜୟନ୍ତୀରେ ଅନେକ ସ୍ଥାନରେ ସଂଘର୍ଷ ଏବଂ ସଂଘର୍ଷର ଘଟଣା ଘଟିଛି। - Feb 02, 2026 07:27 IST
କଶ୍ମୀରରେ ଭୂମିକମ୍ପ ଝଟକା ଅନୁଭୂତ
/filters:format(webp)/sambad/media/media_files/2025/12/07/01earthquake-2025-12-07-07-27-41.jpg)
Earthquake Photograph: (File) ଶ୍ରୀନଗର: କଶ୍ମୀରରେ ଆଜି ସକାଳୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ ଉତ୍ତର କଶ୍ମୀରର ବାରାମୁଲ୍ଲାରେ ଭୂମି ତଳେ ୧୦ କିଲୋମିଟର ତଳେ ଥିଲା। ଭାରତ ଏବଂ ପାକିସ୍ତାନର କିଛି ଅଞ୍ଚଳ ଏହି ଭୂମିକମ୍ପ ଦ୍ୱାରା ପ୍ରଭାବିତ ହୋଇଥିଲା। କଶ୍ମୀର ଉପତ୍ୟକାରେ ଏହି ଭୂମିକମ୍ପ ଛୋଟ ନଥିଲା; ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା। ଲୋକମାନେ ଥଣ୍ଡା ସକାଳେ ନିଜ ଘରେ ଶୋଇଥିଲେ ଯେତେବେଳେ ସେମାନେ ହଠାତ୍ ଭୂମିକମ୍ପ ଅନୁଭବ କଲେ ଏବଂ ବାହାରକୁ ଦୌଡ଼ି ଆସିଲେ। ସୌଭାଗ୍ୟବଶତଃ, ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର କୌଣସି ରିପୋର୍ଟ ମିଳିନାହିଁ। ଯେହେତୁ ଭୂମିକମ୍ପ ଉପତ୍ୟକା ଅଞ୍ଚଳରେ ହୋଇଥିଲା, ତେଣୁ ବହୁତ କମ୍ କ୍ଷତି ହୋଇଥିଲା। ଲୋକମାନେ ନିଶ୍ଚିତ ଭାବରେ ଭୟଭୀତ ଅଛନ୍ତି।
- Feb 02, 2026 07:13 IST
୯ଟି ରାଜ୍ୟରେ ବର୍ଷା, ୨୧ଟି ଜିଲ୍ଲାରେ ଶୀତ ଲହରୀ ନେଇ ସତର୍କତା
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସହରରେ ପ୍ରବଳ ଥଣ୍ଡା ମଧ୍ୟରେ ପାଗ ପୁଣି ଥରେ ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। ଏହି ପରିବର୍ତ୍ତନ ଲୋକଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ପାଣିପାଗ ବିଭାଗ ଉତ୍ତର ଭାରତର ସାତଟି ରାଜ୍ୟ ପାଇଁ ଏକ ସତର୍କତା ଜାରି କରିଛି। ଏହି ରାଜ୍ୟଗୁଡ଼ିକରେ ବର୍ଷା ପରେ, ଫେବୃଆରୀ ୧୪ ପର୍ଯ୍ୟନ୍ତ ଥଣ୍ଡା ତାଣ୍ଡବ କରିବ। ପାଣିପାଗ ବିଭାଗ ଦେଶର ୨୧ଟି ଜିଲ୍ଲାରେ ଶୀତଳ ତରଙ୍ଗ ସତର୍କତା ମଧ୍ୟ ଜାରି କରିଛି। ପାହାଡିଆ ରାଜ୍ୟ ପାଇଁ ତୁଷାରପାତ ସତର୍କତା ଜାରି କରାଯାଇଛି। ଆସନ୍ତୁ ଆମେ ଆପଣଙ୍କୁ ଆଜି ପାଇଁ ସାରା ଦେଶରେ ପୂର୍ବାନୁମାନ କରାଯାଇଥିବା ପାଗ ବିଷୟରେ କହିବୁ।
/sambad/media/post_attachments/3182e3b2-c9b.png)
ଆଜି ଏବଂ ଆସନ୍ତାକାଲି ପାଇଁ ଉତ୍ତର ଭାରତର ସାତଟି ରାଜ୍ୟ ପାଇଁ ପାଣିପାଗ ବିଭାଗ ପ୍ରବଳ ବର୍ଷା ସତର୍କତା ଜାରି କରିଛି। ଏହା ସହିତ, ଆଉ ଦୁଇଟି ରାଜ୍ୟ ପାଇଁ ବର୍ଷା ସତର୍କତା ଜାରି କରାଯାଇଛି। ଏହାର ଅର୍ଥ ହେଉଛି ପାଣିପାଗ ବିଭାଗ ନଅଟି ରାଜ୍ୟ ପାଇଁ ବର୍ଷା ସତର୍କତା ଜାରି କରିଛି। ଏଥିମଧ୍ୟରେ ଉତ୍ତରପ୍ରଦେଶ (ୟୁପି), ହିମାଚଳ ପ୍ରଦେଶ (ଏଚପି), ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର, ଲଦାଖ, ପଞ୍ଜାବ, ହରିୟାଣା, ପୂର୍ବ ରାଜସ୍ଥାନ ଏବଂ ମହାରାଷ୍ଟ୍ର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/01/1breaking-news-monday-2026-02-01-22-50-15.jpg)