ଏହି ଖବର କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Feb 22, 2026 11:30 IST
ଦୃଷ୍ଟିବାଧିତ କ୍ରିକେଟ୍କୁ ବିସିସିଆଇର ସମର୍ଥନ
ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଓ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳର ଉଲ୍ଲେଖନୀୟ ସଫଳତା ପରେ ବିସିସିଆଇ ସମର୍ଥନ ଓ ସହଯୋଗର ହାତ ବଢ଼ାଇଛି। ଏଣିକି ଦେଶର ଦୃଷ୍ଟିବାଧିକ କ୍ରିକେଟର୍ମାନଙ୍କୁ ବିଶ୍ବର ସବୁଠାରୁ ଧନି କ୍ରିକେଟ୍ ସଂଘ ବିସିସିଆଇ ‘ବ୍ୟବସ୍ଥିତ ସହଯୋଗ’ କରିବ ବୋଲି ଶନିବାର ରାତିରେ ଘୋଷଣା କରିଛି।
/filters:format(webp)/sambad/media/media_files/2026/02/21/1breaking-news-sunday-2026-02-21-22-39-51.jpg)
ଏହି ସମର୍ଥନ ମଧ୍ୟରେ ଅନ୍ତର୍ଜାତୀୟ ଏକ୍ସପୋଜର୍, ଘରୋଇ ଶୃଙ୍ଖଳାର ବ୍ୟବସ୍ଥା ଓ ବିସିସିଆଇ ଅନୁବଂଧିତ ପଡ଼ିଆକୁ ବ୍ୟବହାର ଅନୁମତି ମିଳିବ।
-
Feb 22, 2026 11:22 IST
୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କର୍ଣ୍ଣାଟକର ବିଜେପି ବିଧାୟକ
/filters:format(webp)/sambad/media/media_files/2026/02/20/1breaking-news-saturday-2026-02-20-20-34-11.jpg)
ବେଙ୍ଗାଲୁରୁ: ଏକ ବଡ଼ ଦୁର୍ନୀତି ବିରୋଧୀ ଅଭିଯାନରେ, କର୍ଣ୍ଣାଟକ ଲୋକାୟୁକ୍ତ ପୁଲିସ ଜାଲ ବିଛାଇ ଜଣେ ବିଜେପି ବିଧାୟକଙ୍କୁ ଏକ ଜଳସେଚନ ପ୍ରକଳ୍ପ ସହିତ ଜଡିତ ଲାଞ୍ଚ ମାମଲା ଅଭିଯୋଗରେ ଗିରଫ କରିଛି।
-
Feb 22, 2026 09:57 IST
ଏୟାର୍ ଷ୍ଟ୍ରାଇକ୍ ପାକିସ୍ତାନକୁ ମହଙ୍ଗା ପଡ଼ିବ: ଆଫଗାନିସ୍ତାନ ଦେଖାଇଲା ନାଲିଆଖି
କାବୁଲ/ଇସଲାମାବାଦ: ପାକିସ୍ତାନରେ ପୂର୍ବତନ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଅବଦୁଲ ସଲାମ ଜୈଫ୍ କହିଛନ୍ତି, ନାଙ୍ଗରହାର ଓ ପାକଟିକା ଉପରେ ପାକିସ୍ତାନୀ ଶାସକଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣ ଦେଶର ସାର୍ବଭୌମତ୍ୱର ଉଲ୍ଲଂଘନ। ଏହା ଏକ ଅନ୍ୟାୟ ଓ କାପୁରୁଷତାପୂର୍ଣ୍ଣ କାର୍ଯ୍ୟ। ପାକିସ୍ତାନ ନିଜର ଦାୟିତ୍ୱରୁ ଖସିବାକୁ ଚେଷ୍ଟା କରୁଛି।
/filters:format(webp)/sambad/media/media_files/2026/02/22/untitled-2026-02-22-09-57-36.png)
ନିଜର ଘରୋଇ ବିଫଳତାକୁ ଲୁଚାଇବା ପାଇଁ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛି। ଏହି ଆକ୍ରମଣ ଆଫଗାନିସ୍ତାନର ଅନ୍ତର୍ଜାତୀୟ ଆଇନ, ପଡ଼ୋଶୀ ନୀତି ଓ ଇସଲାମିକ ମୂଲ୍ୟବୋଧର ସ୍ପଷ୍ଟ ଉଲ୍ଲଂଘନ । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ନାଗରିକ ଓ ଧାର୍ମିକ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ପାକିସ୍ତାନୀ ସେନାର ଗୁପ୍ତଚର ତଥା ସୁରକ୍ଷା ବିଫଳତାର ସ୍ପଷ୍ଟ ପ୍ରମାଣ। ଏଭଳି ବାରମ୍ବାର ଆକ୍ରମଣ କେବେବି ସେମାନଙ୍କର ବିଫଳତାକୁ ଲୁଚାଇ ପାରିବ ନାହିଁ।
-
Feb 22, 2026 09:05 IST
ଆଫଗାନିସ୍ତାନ ଭିତରେ ପଶି ଏୟାର୍ ଷ୍ଟ୍ରାଇକ୍ କଲା ପାକିସ୍ତାନ
ଇସଲାମାବାଦ/କାବୁଲ: ରବିବାର ସକାଳେ ପାକିସ୍ତାନ ଆଫଗାନିସ୍ତାନ ଭିତରେ ଅନେକ ସ୍ଥାନରେ ଏୟାର୍ ଷ୍ଟ୍ରାଇକ୍ କରିଛି। ପାକିସ୍ତାନ କହିଛି ଯେ, ଏହି ଆକ୍ରମଣରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ସୂତ୍ର ଅନୁଯାୟୀ ଆକ୍ରମଣରେ ୨୮ ଜଣ ଟିଟିପି ସଦସ୍ୟଙ୍କ ମୃତ୍ୟୁ ଘଟିଛି।
/filters:format(webp)/sambad/media/media_files/2026/02/22/untitled-2026-02-22-09-05-44.png)
ତେବେ କାବୁଲର ତାଲିବାନ ପ୍ରଶାସନ ଏପର୍ଯ୍ୟନ୍ତ ଏହାକୁ ସରକାରୀ ଭାବରେ ନିଶ୍ଚିତ କରିନାହିଁ। ଆଫଗାନ ଗଣମାଧ୍ୟମ ଟୋଲୋ ନ୍ୟୁଜ୍ ରିପୋର୍ଟ କରିଛି ଯେ, ପାକିସ୍ତାନୀ ଲଢୁଆ ବିମାନ ଆଜି ସକାଳେ ସୀମାନ୍ତ ପ୍ରଦେଶ ପାକତିକାର ବାର୍ମଲ ଓ ଉରଗୁନ୍ ଜିଲ୍ଲାରେ ଏୟାର୍ ଷ୍ଟ୍ରାଇକ୍ କରିଛି। ନାଙ୍ଗରହାର ପ୍ରଦେଶର ଖୋଗିଆନି ଜିଲ୍ଲାରେ ମଧ୍ୟ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି।
-
Feb 22, 2026 08:39 IST
ହାତୀ ଆକ୍ରମଣରେ ଗୋଟିଏ ଗାଁର ୨ ଜଣଙ୍କ ମୃତ୍ୟୁ
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ହାତୀ ଆକ୍ରମଣରେ ଗୋଟିଏ ଗାଁର ୨ ଜଣଙ୍କ ଜୀବନ ଯାଇଛି। ଆଜି ଭୋରୁ ଏହି ଅଘଟଣ ଘଟିଛି। ଭୀଷ୍ମଗିରି ବିଟ୍ ଅଧୀନ ଜକମେରିପଲ୍ଲୀ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ମୃତ୍ୟୁ ହୋଇଛି। ମୃତକ ସେହି ଗ୍ରାମର ଗୋପୀନାଥ ପ୍ରଧାନ ଓ ଉର୍ମିଳା ରାଉତ ବୋଲି ଜଣା ପଡ଼ିଛି।
/filters:format(webp)/sambad/media/media_files/2026/02/21/1breaking-news-sunday-2026-02-21-22-39-51.jpg)
ଉଭୟ ପରିବା ତୋଳିବାକୁ ବିଲକୁ ଯାଇଥିଲେ। ହଠାତ ସେମାନଙ୍କୁ ହାତୀ ଆକ୍ରମଣ କରିଥିଲା। ମହିଳା ଜଣଙ୍କ ଘଟଣାସ୍ଥଳରେ ଆଖି ବୁଜିଥିଲା ବେଳେ ଅନ୍ୟଜଣଙ୍କୁ ଦିଗପହଣ୍ଡି ଡାକ୍ତରଖାନା ଅଣାଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
-
Feb 22, 2026 08:33 IST
ରାଜଧାନୀରେ ‘ସମ୍ବାଦ’ ପକ୍ଷରୁ ସପ୍ତମ ଯୋଗାଥନ୍
/filters:format(webp)/sambad/media/media_files/2026/02/20/1breaking-news-saturday-2026-02-20-20-34-11.jpg)
ଭୁବନେଶ୍ବର: ରାଜଧାନୀର କେନ୍ଦ୍ରୀୟ ବିଦ୍ୟାଳୟ ୧ରେ ‘ସମ୍ବାଦ’ ପକ୍ଷରୁ ସପ୍ତମ ଯୋଗାଥନ୍ ଅନୁଷ୍ଠିତ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ର ସଂପାଦକ ତନୟା ପଟ୍ଟନାୟକ ଉପସ୍ଥିତ।
-
Feb 22, 2026 08:06 IST
ପୁଲିସ୍ ଗାଡ଼ିକୁ ଧକ୍କା ଦେଲା ଟ୍ରେଲର୍, ୫ ପୁଲିସ କର୍ମଚାରୀ ମୃତ
/filters:format(webp)/sambad/media/media_files/2026/02/21/1breaking-news-sunday-2026-02-21-22-39-51.jpg)
ଝାରସୁଗୁଡ଼ା: ସଦର ଥାନା ସମ୍ମୁଖରେ ଭୟଙ୍କର ଦୁର୍ଘଟଣା। ପୁଲିସ୍ ଗାଡ଼ିକୁ ଧକ୍କା ଦେଲା ଟ୍ରେଲର୍। ଘଟଣାସ୍ଥଳରେ ୫ ଜଣ ପୁଲିସ କର୍ମଚାରୀ ମୃତ। ଦୁଇ ଗୁରୁତର।
-
Feb 22, 2026 05:47 IST
ଦିଲ୍ଲୀର ଚାରି ମହଲା କୋଠାରେ ଲାଗିଲା ନିଆଁ
/sambad/media/post_attachments/images/2026/02/21/article/image/Delhi-Fire-news-1771694229424_v-149945.webp)
ଦିଲ୍ଲୀ: ମଡେଲ ଟାଉନର ଗୁଜରାନୱାଲା ଅଞ୍ଚଳରେ ଏକ ଚାରି ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ତୃତୀୟ ମହଲାରୁ ଆରମ୍ଭ ହୋଇ ଚତୁର୍ଥ ମହଲାକୁ ବ୍ୟାପି ଯାଇଥିଲା। ଘଟଣା ସମୟରେ କୋଠା ଭିତରେ ୧୨ ଜଣ ଲୋକ ଥିଲେ। ସମସ୍ତଙ୍କୁ ସମୟ ମଧ୍ୟରେ ବାହାର କରାଯାଇ ଏକ ବଡ଼ ବିପର୍ଯ୍ୟୟକୁ ଏଡାଇ ଦିଆଯାଇଥିଲା। ପୁଲିସ ଅଧିକାରୀମାନେ ସାହସିକତା ପ୍ରଦର୍ଶନ କରି ଜଣେ ୮୦ ବର୍ଷୀୟା ମହିଳା ଏବଂ ଏକ କୁକୁରକୁ ସିଡ଼ିରୁ ଉଦ୍ଧାର କରିଥିଲେ। ନିଆଁ ଲିଭାଇବା ପାଇଁ ଦଶଟି ଦମକଳ ଗାଡ଼ି ଡକାଯାଇଥିଲା। ପ୍ରାୟ ସାଢ଼େ ଚାରି ଘଣ୍ଟା ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ୍ ବୋଲି ଅନୁମାନ କରାଯାଉଛି। ଶନିବାର ସନ୍ଧ୍ୟାରେ ଗୁଜରାନୱାଲା ଅଞ୍ଚଳର ପେଣ୍ଟାମେଡ୍ ହସ୍ପିଟାଲ ନିକଟରେ ଏକ ଚାରି ମହଲା କୋଠାରେ ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗ ସନ୍ଧ୍ୟା ୫ଟା ୩୫ରେ ଏକ ଫୋନ୍ ପାଇଲା। ନିଆଁ ତୃତୀୟ ମହଲାରୁ ଲାଗିଥିଲା ଏବଂ ପରେ ଚତୁର୍ଥ ମହଲାକୁ ଗ୍ରାସ କରିଥିଲା।
-
Feb 22, 2026 05:40 IST
ଘର ଭିତରୁ ୫ଜଣଙ୍କର ମୃତଦେହ ଉଦ୍ଧାର
Photograph: (sambad.in) କାସଗଞ୍ଜ: ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରୁ ଏକ ଭୟଙ୍କର ଖବର ଆସୁଛି। କାସଗଞ୍ଜର ଆମାପୁର ଥାନା ଅଞ୍ଚଳର ନାଗଲା ଭୋଜରାଓ ଗାଁରେ ରହୁଥିବା ଏକ ପରିବାରର ସମସ୍ତ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାରରେ ୫୦ ବର୍ଷୀୟ ସତ୍ୟବୀର ଫୌଜି, ତାଙ୍କ ୪୮ ବର୍ଷୀୟ ପତ୍ନୀ ରାମଶ୍ରୀ, ୧୨ ବର୍ଷୀୟ ଝିଅ ପ୍ରାଚୀ, ୧୦ ବର୍ଷୀୟ ଝିଅ ଅମରବତୀ ଏବଂ ୯ ବର୍ଷୀୟ ଗିରିଶ ଥିଲେ। ରିପୋର୍ଟ କରାଯାଉଛି ଯେ ପାଞ୍ଚ ଜଣଙ୍କ ମୃତଦେହ ଫାଶରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସତ୍ୟବୀର ଫୌଜି ଜଣେ ୱେଲ୍ଡର ଭାବରେ କାମ କରୁଥିଲେ ଏବଂ ଦୁଇଟି ଦୋକାନରେ ରହୁଥିଲେ। ଯେତେବେଳେ ଦୋକାନଗୁଡ଼ିକ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା, ଲୋକମାନେ ଏକ ଫାଟ ଦେଇ ଭିତରକୁ ଚାହିଁଲେ। ସେମାନେ ଚାରି ଜଣଙ୍କ ମୃତଦେହ ଖଟିଆରେ ପଡ଼ିଥିବା ଦେଖିଥିଲେ। ସତ୍ୟବୀର ଝୁଲୁଥିବା ଦେଖାଯାଇଥିଲା। ତାଙ୍କ ସ୍ତ୍ରୀ ରାମଶ୍ରୀଙ୍କ ବେକରେ ଏକ ଧାରୁଆ ଅସ୍ତ୍ରର ଚିହ୍ନଥିଲା। ଏହା ଜଣାପଡୁଥିଲା ଯେ ସତ୍ୟବୀର ପ୍ରଥମେ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିଲେ ଏବଂ ପରେ ଆତ୍ମହତ୍ୟା କରିଥିଲେ। ପୁଲିସ ତଦନ୍ତ ପରେ ହିଁ ମାମଲାର ପ୍ରକୃତ ସ୍ୱରୂପ ଜଣାପଡିବ।
Follow Us