ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସୁବିଧାର ଶୁଭାରମ୍ଭ କରିବେ। ଶ୍ରୀ ନଡ୍ଡା ଅପରାହ୍ଣ ୩ଟାରେ ଏମ୍ସ ଭୁବନେଶ୍ବରର ମୁଖ୍ୟ ସଭାଗୃହରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବର୍ଟିକ ସର୍ଜରି ସିଷ୍ଟମ ଶୁଭାରମ୍ଭ କରିବେ।
/filters:format(webp)/sambad/media/media_files/2025/07/14/aiims-bbsr-2025-07-14-10-30-34.png)
ଏହି ଖବର କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Feb 23, 2026 10:48 IST
ସାଇକେଲ ସହ ବାଇକ ଧକ୍କା, ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର
ସୋର: ସାଇକେଲ ସହ ବାଇକ ଧକ୍କା, ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର। ସେମାନେ ହେଲେ ଅଭଣା ଗ୍ରାମର ମମତା ମାଝୀ ଓ ଜ୍ୟୋତି ମାଝୀ।
/filters:format(webp)/sambad/media/media_files/2026/02/23/1breaking-news-2026-02-23-10-48-46.jpg)
ଆଜି ସକାଳେ ଦୁହେଁ ଏକ ସାଇକେଲ ବିଷ୍ଣୁପୁର ହାଇସ୍କୁଲକୁ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଆହତ ହୋଇଥିଲେ।
-
Feb 23, 2026 10:41 IST
ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
/filters:format(webp)/sambad/media/media_files/2026/02/21/1breaking-news-sunday-2026-02-21-22-39-51.jpg)
ଭୁବନେଶ୍ବର: ଆଜି ବି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ। ପୂର୍ବାହ୍ନ ସାଢ଼େ ୧୧ଟା ଯାଏଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି।
-
Feb 23, 2026 10:20 IST
ପାରାଦୀପରେ ଅଜଣା ମହିଳାଙ୍କ ମୃତ୍ୟୁ ଘଟଣା, ୭ ଅଟକ
/filters:format(webp)/sambad/media/media_files/2026/02/21/1breaking-news-sunday-2026-02-21-22-39-51.jpg)
ପାରାଦୀପ: ତାରିଣୀଗଡ଼ାର ଏକ ୪ମହଲା ବିଲ୍ଡିଂରୁ ପଡ଼ି ଅଜଣା ମହିଳାଙ୍କ ମୃତ୍ୟୁ ଘଟଣାରେ ହାର୍ଡ ଡିକ୍ସ ଜବତ କରିବା ସହ ୭ଜଣ ଭଡ଼ିଟିଆଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ଆଦର୍ଶ ଥାନା ପୁଲିସ। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ କୁ ଅପେକ୍ଷା।
-
Feb 23, 2026 08:54 IST
ନେପାଳରେ ବସ୍ ଦୁର୍ଘଟଣାରେ ୧୮ ମୃତ
/sambad/media/post_attachments/images/2026/02/23/article/image/Nepal-Bus-Accident-1771815095936_v-189707.webp)
ନୂଆଦିଲ୍ଲୀ: ନେପାଳରେ ସୋମବାର ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପୋଖରାରୁ କାଠମାଣ୍ଡୁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଧାଡିଙ୍ଗର ତ୍ରିଶୂଳୀ ନଦୀରେ ଖସି ପଡ଼ିବା ଫଳରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ବେନିଘାଟ ରୋରାଙ୍ଗ ଗ୍ରାମୀଣ ପୌରପାଳିକାର ୩ନମ୍ବର ୱାର୍ଡର ଚାରାଉଣ୍ଡି ନିକଟରେ ଚିନ୍ନଧାରାଠାରେ ବସ୍ଟି ରାତି ପ୍ରାୟ ୧ଟା ୧୫ରେ ନଦୀରେ ଖସି ପଡ଼ିଥିଲା। ଧାଡିଙ୍ଗ ଜିଲ୍ଲା ଟ୍ରାଫିକ୍ ପୁଲିସ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି, ଯେଉଁଥିରେ ୬ଚଣ ମହିଳା ମଧ୍ୟ ଅଛନ୍ତି। ମୋଟ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି।
-
Feb 23, 2026 08:42 IST
ଆଜିଠୁ ମହାରାଷ୍ଟ୍ର ବିଧାନସଭାର ବଜେଟ୍ ଅଧିବେଶନ
/sambad/media/post_attachments/c0d2c8fb-e95.png)
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ବଜେଟ୍ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ରାଜ୍ୟର ଇତିହାସରେ ପ୍ରଥମ ଥର ହେବ ଯେ ବିଧାନସଭା କିମ୍ବା ବିଧାନସଭା ପରିଷଦରେ ବିରୋଧୀ ଦଳ ନେତା ରହିବେ ନାହିଁ। ୨୨ ଫେବ୍ରୁଆରୀରେ ମୁମ୍ବାଇରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନର ରାଜନୈତିକ ଗତିଶୀଳତା ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧୀ ଦଳ ବିଧାନସଭା ଏବଂ ୭୮ ସଦସ୍ୟ ବିଶିଷ୍ଟ ବିଧାନସଭା ପରିଷଦରେ ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିବାରେ ବିଫଳ ହୋଇଛି, ଯାହା ଫଳରେ ବିରୋଧୀ ଦଳ ନେତା ନିଯୁକ୍ତ କରିବା ଅସମ୍ଭବ ହୋଇପଡ଼ିଛି। ଗତ ବର୍ଷ ଡିସେମ୍ବରରେ କଂଗ୍ରେସ ଏମଏଲସି ପ୍ରଜ୍ଞା ସାତଭଙ୍କ ଇସ୍ତଫା ପରେ ପରିଷଦରେ ବିରୋଧୀ ଦଳର ସ୍ଥିତି ଆହୁରି ଦୁର୍ବଳ ହୋଇଯାଇଥିଲା।
-
Feb 23, 2026 08:11 IST
ବାଂଲାଦେଶ ସେନାରେ ବଡ଼ ପରିବର୍ତ୍ତନ
/sambad/media/post_attachments/07ed5c92-70c.png)
ଢାକା:ବାଂଲାଦେଶରେ ସମ୍ପ୍ରତି କ୍ଷମତା ପରିବର୍ତ୍ତନ ଘଟିଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବହୁମତ ହାସଲ କରିବା ପରେ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାରିକ ରହମାନଙ୍କ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ସହିତ ସେନାରେ ଏକ ବଡ଼ ପରିବର୍ତ୍ତନ କରାଯାଇଥିଲା। ବାଂଲାଦେଶ ସେନା ଜଣେ ନୂତନ ଜେନେରାଲ ଷ୍ଟାଫଙ୍କୁ ନିଯୁକ୍ତ କରିଛି। ଏହା ଅନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସହିତ ଆସିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେନା ପୂର୍ବରୁ ଭାରତରେ ବାଂଲାଦେଶ ହାଇକମିଶନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରିଛି।
ଢାକା ଟ୍ରିବ୍ୟୁନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେନା ମୁଖ୍ୟାଳୟ ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ ଲେଫ୍ଟନାଣ୍ଟ ଜେନେରାଲ ଏମ ମୈନୁର ରହମାନଙ୍କୁ CGS ପଦବିରେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ସେନା ତାଲିମ ଏବଂ ଡକ୍ଟ୍ରିନ୍ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଭାବରେ କାର୍ଯ୍ୟ କରିଥିଲେ। ଭାରତରେ ବାଂଲାଦେଶ ହାଇକମିଶନର ସୁରକ୍ଷା ପରାମର୍ଶଦାତା ବ୍ରିଗେଡିୟର ଜେନେରାଲ ମହମ୍ମଦ ହାଫିଜୁର ରହମାନଙ୍କୁ ମେଜର ଜେନେରାଲ ପଦବି ସହିତ ଏକ ପଦାତିକ ଡିଭିଜନର GOC ନିଯୁକ୍ତ କରାଯାଇଛି। ତାଙ୍କୁ ଭାରତରୁ ପ୍ରତ୍ୟାହାର କରାଯାଇଛି।
-
Feb 23, 2026 07:47 IST
ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟଙ୍କ ଦେହାନ୍ତ
/sambad/media/post_attachments/d84ba4d0-8d2.png)
କୋଲକାତା: ପୂର୍ବତନ ରେଳମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି)ର ବରିଷ୍ଠ ନେତା ମୁକୁଲ ରାୟଙ୍କ ସୋମବାର ସକାଳେ ପରଲୋକ ଘଟିଛି। ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ରବିବାର ରାତି ପ୍ରାୟ ୧ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କର ବୟସ ୭୧ ବର୍ଷ ଥିଲା। ତାଙ୍କ ପୁଅ ଶୁଭ୍ରାଂଶୁ ରାୟ କହିଛନ୍ତି, ସେ ଦୀର୍ଘ ଦିନ ଧରି ବିଭିନ୍ନ ରୋଗରେ ପୀଡିତ ଥିଲେ। ମୁକୁଲ ରାୟ ୨୦୧୭ରେ ତୃଣମୂଳ କଂଗ୍ରେସରୁ ନିଜକୁ ଦୂରେଇ ରଖି ବିଜେପିରେ ଯୋଗ ଦେଇଥିଲେ। ସେ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ। କିନ୍ତୁ ପରେ ସେହି ବର୍ଷ ଜୁନ୍ ମାସରେ ତୃଣମୂଳ କଂଗ୍ରେସକୁ ଫେରି ଆସିଥିଲେ। ଫେରିବା ପରେ ତାଙ୍କର ସକ୍ରିୟତା ଅପରିବର୍ତ୍ତିତ ରହିଥିଲା।
-
Feb 23, 2026 07:34 IST
ପାରାଦୀପରେ ମହିଳାଙ୍କୁ ହତ୍ୟା ସନ୍ଦେହ!
/filters:format(webp)/sambad/media/media_files/2026/02/20/1breaking-news-saturday-2026-02-20-20-34-11.jpg)
ଜଗତସିଂହପୁର: ତାରିଣୀଗଡ଼ାର ଏକ ୪ମହଲା ବିଲ୍ଡିଂର ପଛପଟେ ଅସଂଜତ ଅବସ୍ଥାରେ ପଡିରହିଛି ଅଚିହ୍ନା ମହିଳାଙ୍କ ମୃତଦେହ। ଛାତରୁ ପଡି ମରିଥିବା ସନ୍ଦେହ ହେଉଛି। ହତ୍ୟା କି ଆତ୍ମହତ୍ୟା କାରଣ ଅସ୍ପଷ୍ଟ। ମୃତଦେହ ଉଦ୍ଧାର କରି ପୁଲିସ ଘଟଣାର ତଦନ୍ତ କରୁଛି।
-
Feb 23, 2026 07:30 IST
୧୧ଟି ରାଜ୍ୟରେ ବର୍ଷା ସତର୍କତା
/filters:format(webp)/sambad/media/media_files/2025/09/26/rain-2025-09-26-09-22-07.png)
ନୂଆଦିଲ୍ଲୀ: ଦେଶର ଅଧିକାଂଶ ରାଜ୍ୟରୁ ଶୀତ ବିଦାୟ ନେଇଛି। ସମତଳ ଅଞ୍ଚଳରୁ ପର୍ବତ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଉଛି। କିଛି ରାଜ୍ୟ ଅଛି ଯେଉଁଠାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଦିଲ୍ଲୀ-ଏନସିଆରରେ, ଜାତୀୟ ରାଜଧାନୀର ତାପମାତ୍ରା ପ୍ରାୟ ୩୦ ଡିଗ୍ରି ସେଲସିୟସରେ ପହଞ୍ଚିଛି। ପାଣିପାଗ ବିଭାଗ (ଆଇଏମଡି) ୧୧ଟି ରାଜ୍ୟରେ ବର୍ଷା ସତର୍କତା ଜାରି କରିଛି। ଏହି ୧୧ଟି ରାଜ୍ୟରେ ବର୍ଷା ସତର୍କତା-
- ପୂର୍ବ ମଧ୍ୟ ପ୍ରଦେଶ
- ଉତ୍ତରାଖଣ୍ଡ
- ଛତିଶଗଡ଼
- ହିମାଚଳ ପ୍ରଦେଶ
- ଓଡ଼ିଶା
- ତେଲେଙ୍ଗାନା
- ଆସାମ
- ପଶ୍ଚିମବଙ୍ଗ
- ମେଘାଳୟ
- ଅରୁଣାଚଳ ପ୍ରଦେଶ
- ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ
-
Feb 23, 2026 07:14 IST
ଜେଏନ୍ୟୁରେ ୨ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ
/filters:format(webp)/sambad/media/media_files/2026/01/15/breaking-2026-01-15-07-38-12.jpg)
ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ABVP ଏବଂ ବାମପନ୍ଥୀ ଛାତ୍ର ସଂଗଠନ ମଧ୍ୟରେ ସଂଘର୍ଷ ଘଟିଛି। ଗତକାଲି ଅପରାହ୍ଣ ୧ଟା ୩୦ରେ ପଥର ଫିଙ୍ଗାଳି JNUର ABVP ମିଡିଆ ସଂଯୋଜକ ବିଜୟ ଜୟସୱାଲ ଗୁରୁତର ଆହତ ହୋଇଥିଲେ। ବିଳମ୍ବିତ ରାତିର ଏହି ସଂଘର୍ଷରେ ଅନ୍ୟ ଅନେକ ଛାତ୍ର ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ବାମପନ୍ଥୀମାନେ ସ୍କୁଲ କୋଠାରେ ତାଲା ପକାଇବା ପାଇଁ ଯେଉଁ ପଦକ୍ଷେପ ନେଇଥିଲେ, ABVP ପ୍ରତିବାଦ କରିବା ପରେ ବିବାଦ ଆହୁରି ବଢ଼ିଥିଲା ଏବଂ ହଙ୍ଗାମା ଆରମ୍ଭ ହୋଇଥିଲା ବୋଲି ଜଣାପଡ଼ିଛି। ସ୍କୁଲ କୋଠାରେ ତାଲା ପକାଇବା ପ୍ରସଙ୍ଗରେ ବିବାଦ ଆରମ୍ଭ ହୋଇଥିବା ଜଣାପଡ଼ିଛି। ବାମପନ୍ଥୀ ଛାତ୍ର ସଂଗଠନଗୁଡ଼ିକର ଏହି ପଦକ୍ଷେପକୁ ABVP ବିରୋଧ କରିଥିଲା, ଯାହା ଫଳରେ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଯାହା ଶୀଘ୍ର ହିଂସାରେ ପରିଣତ ହୋଇଥିଲା।
-
Feb 23, 2026 07:11 IST
ଦୁର୍ଘଟଣାରେ ବାଇକ ଚାଳକ ମୃତ
Photograph: (sambad.in) ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ ମାଣପୁର-ବାଲିସାହି ରାସ୍ତାରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବାରୁଡା ପଞ୍ଚାୟତ ଅଧିନ ବିଲିପଡା ଗ୍ରାମର ଭଜ ନାୟକଙ୍କ ପୁଅ ପ୍ରଭାତ ନାୟକ(୨୩)। ସେ ବାଲିସାହିକୁ ଏକ ପାରିବାରିକ ଭୋଜି କାର୍ଯ୍ୟକୁ ଯୋଗଦେବାକୁ ଯାଇଥିଲେ। ଏହି ସମୟରେ ମାଣପୁର ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ନିକଟ ଗଛରେ ପିଟି ହୋଇ ଯାଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି। ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ କେସ ନମ୍ବର ୬୦ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି।
Follow Us