ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Mar 10, 2026 13:55 IST
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତାଙ୍କ ବାପା
/filters:format(webp)/sambad/media/media_files/2026/03/10/1breaking-news-wednesday-2026-03-10-08-03-44.jpg)
ରାହାମା: ରାହାମାରେ ୫ ବର୍ଷର ନାବାଳକ ଝିଅକୁ ଦୁଷ୍କର୍ମ ନେଇ ଅଭିଯୋଗ ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତାଙ୍କ ବାପା ଲକ୍ଷ୍ମଣ ଦାସ। ସ୍ତ୍ରୀ ମରିଗଲା ପରେ ଆଜକୁ ୧ ବର୍ଷ ଧରି ଯାଯାବର ଜୀବନଯାପନ କରି ଏ ଘର ସେ ଘର ଦାଣ୍ଡ ଦୁଆରେ ବର୍ଷା, ଖରା ସହ୍ୟ କରି ଭିକ୍ଷାବୃତ୍ତି କରି ବାପା, ଝିଅ ଚଳିଥାନ୍ତି।
- Mar 10, 2026 13:50 IST
ରୁଗୁଡ଼ି ଛକରେ ଜଳୁଛି ଟ୍ରଲର
ରୁଗୁଡ଼ି: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ନିକଟସ୍ଥ ରୁଗୁଡ଼ି ଛକରେ ଏକ ୨୨ ଚକିଆ ଲୁହାପଥର ବୋଝେଇ ଟ୍ରଲରରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଛି। ଅପରାହ୍ନ ୧୨ ଟା ବେଳେ କେନ୍ଦୁଝର ପାର୍ଶ୍ବରୁ ଏହି ଟ୍ରଲରଟି ପାଲଲହଡ଼ା ଆଡ଼କୁ ଯାଉଥିବା ବେଳେ ହଠାତ୍ ପଛଚକା ଫାଟି ଯାଇ ନିଆଁ ଲାଗିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି।
/filters:format(webp)/sambad/media/media_files/2026/03/10/untitled-2026-03-10-13-48-51.png)
ଏସମ୍ପର୍କରେ ତେଲକୋଇ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଟ୍ରଲରର ପଛ ପାର୍ଶ୍ବ ନିଆଁ ଲାଗି ନଷ୍ଟ ହୋଇଯାଇଛି।
- Mar 10, 2026 13:35 IST
ସିନାଙ୍ଗ ଅଙ୍ଗନବାଡି କର୍ମୀ ହେମଲତା ଗହିରଙ୍କ ଅକାଳ ବିୟୋଗ
/filters:format(webp)/sambad/media/media_files/2026/03/10/untitled-2026-03-10-13-35-23.png)
ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନସ୍ଥ ସିନାଙ୍ଗ୍ ଗ୍ରାମର ଅଙ୍ଗନବାଡି କର୍ମୀ ହେମଲତା ଗହିରଙ୍କ (୫୩) ମୃତ୍ୟୁ ହୋଇଛି। ସେlମବାର ରାତିରେ ଭୁବନେଶ୍ୱର ମେଡିକାଲକୁ ଚିକିତ୍ସା ନିମନ୍ତେ ନେଉଥିବା ବେଳେ ଖେlର୍ଦ୍ଧା ନିକଟରେ ତାଙ୍କର ଜୀବନ ଚାଲିଯାଇଥିବା ଜଣାପଡ଼ିଛି l
- Mar 10, 2026 12:50 IST
ଓଡ଼ିଶାକୁ ମିଳିବ ନୂଆ ବନ୍ଦେ ଭାରତ ଟ୍ରେନ୍, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇ କେନ୍ଦ୍ର ସରକାର, ପୋତ୍ତନୁର (Podanur Junction, Coimbatore) ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସୂଚନା ଦେଇଛନ୍ତି।
/filters:format(webp)/sambad/media/media_files/UPFANZAcJGkmgO1PUXTB.jpg)
chief-minister-takes-holy-dip-at-baitarini-river Photograph: (sambad.in) ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ନୂତନ ଅମୃତ ଭାରତ ଟ୍ରେନ ସେବାକୁ ଅନୁମୋଦନ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ନିଜ X ହ୍ୟାଣ୍ଡେଲ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ।
- Mar 10, 2026 12:44 IST
ଟ୍ରେନ୍ ଆଗକୁ ଡେଇଁ ଶାଳୀ ଓ ଭିଣେଇଙ୍କ ଆତ୍ମହତ୍ୟା
ଜଳେଶ୍ଵର: ଗତକାଲି ସନ୍ଧ୍ୟାରେ ଜଳେଶ୍ୱର ରେଳ ଷ୍ଟେସନ ଠାରୁ ଅନତି ଦୂର ଅପ ଲାଇନରେ ଖଡଗପୁର-ଯାଜପୁର ଲୋକାଲ ଟ୍ରେନ ଆଗକୁ ଡେଇଁ ଶାଳୀ ଓ ଭିଣେଇ ଆତ୍ମହତ୍ୟା କରିଛନ୍ତି।
/filters:format(webp)/sambad/media/media_files/2026/03/10/1breaking-news-wednesday-2026-03-10-08-03-44.jpg)
ଆତ୍ମହତ୍ୟାର କାରଣ ପ୍ରେମ ସମ୍ପର୍କ ବୋଲି କୁହାଯାଇଛି। ଭିଣେଇ ଜଣକ ରାଜପୁର ଗାଁର ଓ ତାଙ୍କ ବୟସ ୩୫ ହୋଇଥିବା ବେଳେ ଶାଳୀ ଜଣକ ବାଲିଆପାଳ ଥାନା ଅଞ୍ଚଳର ଏବଂ ତାଙ୍କ ବୟସ ୧୮ ବର୍ଷ ବୋଲି କୁହାଯାଇଛି।
- Mar 10, 2026 11:28 IST
ସୋର ଉପଡାକଘର ଓ ରାଧାନାଥ ହାଇସ୍କୁଲରୁ ଚୋରି ଉଦ୍ୟମ
ସୋର: ସୋର ଉପଡାକଘର ଓ ରାଧାନାଥ ହାଇସ୍କୁଲରୁ ଚୋରି ଉଦ୍ୟମ କରାଯାଇଥିବା ବେଳେ କୌଣସି ସାମଗ୍ରୀ ଚୋରି ହୋଇନଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ ରାଧାନାଥ ହାଇସ୍କୁଲ ଖୋଲିବା ସମୟରେ ଗେଟ ଚାବି ଭଙ୍ଗାଯିବା ସହିତ ସ୍କୁଲରୁ ଚୋରି ହୋଇଥିବା ନେଇ ସୋର ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ସ୍କୁଲରେ ପହଁଚି ତଦନ୍ତ କରିବା ପରେ କୌଣସି ସାମଗ୍ରୀ ଚୋରି ହୋଇନଥିବା ଜାଣିବାକୁ ପାଇଥିଲେ।
/filters:format(webp)/sambad/media/media_files/2026/03/10/1breaking-news-wednesday-2026-03-10-08-03-44.jpg)
ସେହିପରି ସୋର ଡାକଘର ଖୋଲିବା ସମୟରେ ଚାବି ଭଙ୍ଗାଯାଇଥିବା ଦେଖି ସୋର ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସମୟରେ କୌଣସି ସାମଗ୍ରୀ ଚୋରି ହୋଇନଥିବା ବେଳେ କେବଳ ଚୋରି ଉଦ୍ୟମ କରି ଚୋରମାନେ ବିଫଳ ହୋଇଥିବା ଜାଣିବାକୁ ପାଇଥିଲେ। ଡାକଘର ସିସିଟିଭି ଲାଗି ନଥିବାରୁ ସ୍ଥାନୀୟ ଅଞ୍ଚଳର ସିସଟିଭି ଫୁଟେଜକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
- Mar 10, 2026 11:23 IST
ରାସ୍ତାକଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
/filters:format(webp)/sambad/media/media_files/2026/03/10/1breaking-news-wednesday-2026-03-10-08-03-44.jpg)
ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ତନରଡ଼ା ଗ୍ରାମ ନିକଟ ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
- Mar 10, 2026 09:31 IST
ବେଙ୍ଗାଲୁରୁରେ ହୋଟେଲ-ରେଷ୍ଟୁରାଣ୍ଟ ବନ୍ଦ, ପୁଣେରେ ଶ୍ମଶାନରେ ଗ୍ୟାସ୍ ବନ୍ଦ!
/filters:format(webp)/sambad/media/media_files/2026/03/06/lpj-gas-2026-03-06-16-52-24.webp)
LPJ GAS Photograph: (SAMBAD.IN) ନୂଆଦିଲ୍ଲୀ: ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ହଠାତ୍ ଅଭାବ ସମଗ୍ର ଆତିଥ୍ୟ କ୍ଷେତ୍ରରେ ଚିନ୍ତା ସୃଷ୍ଟି କରିଛି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ରେଷ୍ଟୁରାଣ୍ଟ ସଂଘଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ ଯଦି ଯୋଗାଣରେ ଉନ୍ନତି ନହୁଏ, ତେବେ କିଛି ଦିନ ମଧ୍ୟରେ ଭୋଜନାଳୟଗୁଡ଼ିକ ବନ୍ଦ ହୋଇପାରେ। ବେଙ୍ଗାଲୁରୁରେ ମଧ୍ୟ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଆଜିଠାରୁ ବନ୍ଦ କରାଯାଇଛି। ଏହି ବାଧା ମୁମ୍ବାଇ ଏବଂ ବେଙ୍ଗାଲୁରୁରେ କାର୍ଯ୍ୟକୁ ପ୍ରଭାବିତ କରିବା ଆରମ୍ଭ କରିଛି। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ପରେ ଚାଲିଥିବା ମଧ୍ୟପ୍ରାଚ୍ୟ ସଂଘର୍ଷ ଯୋଗୁଁ ବିଶ୍ୱବ୍ୟାପୀ ଯୋଗାଣ ବାଧା ମଧ୍ୟରେ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ରନ୍ଧନ ଗ୍ୟାସ ପାଇବା ପାଇଁ ସଂଘର୍ଷ କରୁଛନ୍ତି।
- Mar 10, 2026 09:06 IST
ରରୁଆଁ ବଜାରରେ ଅଜଣା ଗାଡ଼ି ଧକ୍କାରେ ହରିଣ ମୃତ
ରରୁଆଁ: ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବଜାରର ମିନତୀ ମାର୍କେଟ ନିକଟରେ ବିଳମ୍ବିତ ରାତି ୩ ଘଟିକା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଏକ ହରିଣ ଛୁଆର ମୃତ୍ୟୁ ଘଟିଥିବା ଜଣା ଯାଇଛି।
/filters:format(webp)/sambad/media/media_files/2026/03/10/1breaking-news-wednesday-2026-03-10-08-03-44.jpg)
ଘଟଣା ସ୍ଥଳରେ ରରୁଆଁ ଫରେଷ୍ଟର ଜୟସିଂ ମହାନ୍ତ ପହଞ୍ଚି ବନ କର୍ମଚାରୀ ଦ୍ୱାରା ମୃତ ହରିଣ ଛୁଆକୁ ଉଦ୍ଧାର କରି ରରୁଆଁ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି।
- Mar 10, 2026 09:04 IST
୫ପାକିସ୍ତାନୀ, ଜଣେ ବାଂଲାଦେଶୀ ନାଗରିକ ଗିରଫ
/sambad/media/post_attachments/aajtak/styles/medium_crop_simple/public/images/breaking_news/202603/image_64-825493.png)
ନୂଆଦିଲ୍ଲୀ: ଇରାନ ଆକ୍ରମଣର ଭିଡିଓ ପ୍ରସ୍ତୁତ ଏବଂ ପ୍ରଶଂସା କରିବା ପାଇଁ ବାହାରିନରେ ପାଞ୍ଚ ଜଣ ପାକିସ୍ତାନୀ ଏବଂ ଜଣେ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ବାହାରିନ ଗୃହ ମନ୍ତ୍ରଣାଳୟ କହିଛି ଯେ ବାହାରିନ ଉପରେ ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣର ଭିଡିଓ ତିଆରି ଏବଂ ପ୍ରଶଂସା କରିବା, ଇରାନ ଆକ୍ରମଣ ପ୍ରତି ସହାନୁଭୂତି ପ୍ରକାଶ କରିବା ଏବଂ ମିଥ୍ୟା ସୂଚନା ପ୍ରସାର କରିବା ପାଇଁ ସେମାନେ ପାଞ୍ଚ ଜଣ ପାକିସ୍ତାନୀ ଏବଂ ଜଣେ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛନ୍ତି। - Mar 10, 2026 08:32 IST
୪୬ଟି ଇରାନୀ ନୌସେନା ଜାହାଜ ଧ୍ବଂସ କରାଯାଇଛି: ଟ୍ରମ୍ପ
/filters:format(webp)/sambad/media/media_files/2025/11/19/trump-2025-11-19-02-04-52.jpg)
Reaction of Donald Trump Photograph: (sambad.in) ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ସଂଘର୍ଷ ସମୟରେ ୪୬ଟି ଇରାନୀ ନୌସେନା ଜାହାଜ ବୁଡ଼ାଇ ଦିଆଯାଇଛି। ଏହି ଜାହାଜଗୁଡ଼ିକୁ କବଜା କରାଯାଇପାରିଥାନ୍ତା। ଏହା ଉପରେ ଆଲୋଚନା କରି ଟ୍ରମ୍ପ କହିଛନ୍ତି ଯେ ସେ ପଚାରିଥିଲେ ଯେ କାହିଁକି ଜାହାଜଗୁଡ଼ିକୁ କବଜା କରାଯାଇ ବ୍ୟବହାର କରାଯାଇନଥିଲା। ସେ କହିଛନ୍ତି, ଆମେ ଜାହାଜଗୁଡ଼ିକୁ କାହିଁକି କବଜା କରିନଥିଲୁ? ଆମେ ସେଗୁଡ଼ିକୁ ବ୍ୟବହାର କରିପାରିଥାନ୍ତୁ। ଆମେ ସେଗୁଡ଼ିକୁ କାହିଁକି ବୁଡ଼ାଇ ଦେଲୁ? ସେ ଆହୁରି କହିଛନ୍ତି ଯେ ଏହି ଜାହାଜରେ ଥିବା ଲୋକମାନେ ବୁଡ଼ିବାକୁ ପସନ୍ଦ କରୁଥିଲେ, ତେଣୁ ସେଗୁଡ଼ିକୁ ବୁଡ଼ାଇ ଦେବା ଅଧିକ ମଜାଦାର ଥିଲା।
- Mar 10, 2026 08:10 IST
ଗରଦପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
ଗରଦପୁର: ଗରଦପୁର ବ୍ଲକ ତେଣ୍ଡାକୁଡ଼ା ପଞ୍ଚାୟତର ବସନ୍ତପୁର ଗ୍ରାମରେ ଗତକାଲି ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ଦଳିତ ସାହିର ଗଗନ ମଲ୍ଲିକ, ପପୁ ମଲ୍ଲିକ ଓ କାର୍ତ୍ତିକ ମଲ୍ଲିକଙ୍କ ୬ ବଖରା ଚାଳଛପର ବାସଗୃହ ଓ ଗୁହାଳ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି।
/filters:format(webp)/sambad/media/media_files/2026/03/10/1breaking-news-wednesday-2026-03-10-08-03-44.jpg)
କୋରିଆ ଅଗ୍ନିଶମ ବାହିନୀର କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି। ଧାନ ଚାଉଳ, ଆସବାବପତ୍ର, ଟଙ୍କା ଓ ସୁନା ଆଦି ପୋଡ଼ି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।
- Mar 10, 2026 08:03 IST
ଶିଶୁକନ୍ୟା ଦୁଷ୍କର୍ମର ଶିକାର
ଗରଦପୁର: ପାଟକୁରା ଥାନା ନିକଟବର୍ତ୍ତୀ ଅଂଚଳରେ ଏକ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଛି। ଏ ସମ୍ପର୍କରେ ପୀଡ଼ିତା ଶିଶୁକନ୍ୟାଙ୍କ ପରିବାର ତରଫରୁ ଆଜି ପାଟକୁରା ଥାନାରେ ଏକ ଅଭିଯୋଗ କରାଯାଇଛି।
/filters:format(webp)/sambad/media/media_files/2026/03/10/1breaking-news-wednesday-2026-03-10-08-03-44.jpg)
ପାଟକୁରା ଥାନା ଆଇଆଇସି ମହମ୍ମଦ ଜମସେଦ ଥାନାରେ ୫୦/୨୦୨୬ ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।
- Mar 10, 2026 08:01 IST
୪୦ ଡିଗ୍ରି ସେଲସିୟସ ପହଞ୍ଚିବ ତାପମାତ୍ରା!
/filters:format(webp)/sambad/media/media_files/2026/02/27/temperature-2026-02-27-10-11-57.jpg)
ନୂଆଦିଲ୍ଲୀ: ବଢ଼ୁଥିବା ତାପମାତ୍ରା ଏବଂ ଦିନର ଗରମ ପବନ ରାଜଧାନୀବାସୀଙ୍କୁ କଷ୍ଟ ଦେବା ଆରମ୍ଭ କରିଛି। ମାର୍ଚ୍ଚ ୧୦ ଏବଂ ୧୧ରେ ଦିଲ୍ଲୀ-ଏନସିଆରରେ ମଧ୍ୟ ପ୍ରବଳ ଗରମ ଲହରୀ ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହି ଦୁଇ ଦିନରେ ସର୍ବାଧିକ ତାପମାତ୍ରା ୩୮ରୁ ୪୦ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ। ରାତିର ତାପମାତ୍ରା ମଧ୍ୟ ୨୦ ଡିଗ୍ରି ସେଲସିୟସ ପାଖାପାଖି ରହିବାର ଆଶା କରାଯାଉଛି।
ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ଆରମ୍ଭ ହେବା ସହିତ ଦିଲ୍ଲୀରେ ଗରମ ଲହରୀ ଆରମ୍ଭ ହୋଇଛି। ସର୍ବଶେଷ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ମାର୍ଚ୍ଚ ୧୦ ଏବଂ ୧୧ରେ ରାଜଧାନୀରେ ତାପମାତ୍ରା ସ୍ୱାଭାବିକଠାରୁ ବହୁତ ଅଧିକ ରହିବ। ଦିନରେ ପ୍ରବଳ ଗରମ ହେବ। ପ୍ରଚଣ୍ଡ ସୂର୍ଯ୍ୟକିରଣ ଏବଂ ଗରମ ପବନ ଗରମ ଲହରୀ ସୃଷ୍ଟି କରିପାରେ। ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ମାର୍ଚ୍ଚ ହିଟ୍ୱେଭ୍ ଅନେକ ପୂର୍ବ ରେକର୍ଡ ଭାଙ୍ଗିପାରେ ଏବଂ ରାଜଧାନୀ ସ୍ୱାଭାବିକ ଅପେକ୍ଷା ଅଧିକ ଗରମ ପାଗ ଅନୁଭବ କରିବ।
- Mar 10, 2026 07:58 IST
୨ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ ଓ ୨ ଗୁରୁତର
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଗ୍ରାମ ନିକଟ ଏକ ଢ଼ାବା ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି I ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଗ୍ରାମବାସୀମାନେ ଦେଖି ପୁଲିସକୁ ସୂଚନା ଦେଇଥିଲେ I
/filters:format(webp)/sambad/media/media_files/2026/03/10/untitled-2026-03-10-07-58-44.png)
ଗୁରୁତର ହୋଇଥିବା ୨ ଜଣଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି I
- Mar 10, 2026 07:48 IST
ସଂଜୁ ସାମସନଙ୍କୁ ଭବ୍ୟ ସ୍ବାଗତ
/sambad/media/post_attachments/67d1ef0f-017.png)
ତିରୁବନନ୍ତପୁରମ: ବିଶ୍ୱ ଚାମ୍ପିଅନ ହେବା ପରେ ସଞ୍ଜୁ ସାମସନ ଘରକୁ ଫେରିବା ପରେ କେରଳର ରାଜଧାନୀ ତିରୁବନନ୍ତପୁରମ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପ୍ରଶଂସକମାନେ ସାମସନ ଏବଂ ତାଙ୍କ ପତ୍ନୀ ଚାରୁଲତା ସାମସନଙ୍କୁ ଉଷ୍ମ ସ୍ୱାଗତ କରିଥିଲେ। ସୂଚାଯୋଗ୍ୟ ସଞ୍ଜୁ ସାମସନ ଟି-୨୦ ବିଶ୍ୱକପ୍-୨୦୨୬ ସମୟରେ ତାଙ୍କ ବ୍ୟାଟିଂ ମାଧ୍ୟମରେ ଏହି ସମ୍ମାନ ପାଇଛନ୍ତି। ସେ ଫାଇନାଲ ଏବଂ ସେମିଫାଇନାଲରେ ଭାରତ ପାଇଁ ବଡ଼ ଏବଂ ଉଚ୍ଚକୋଟୀର ଇନିଂସ ଖେଳିଥିଲେ। ଏବେ ବିମାନବନ୍ଦରରୁ ସାମସନ ଏବଂ ତାଙ୍କ ପତ୍ନୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେଉଛି।
- Mar 10, 2026 07:28 IST
ପକ୍ଷ ବଦଳାଉଥିବା ସାକ୍ଷୀଙ୍କୁ ବିଶ୍ୱାସ କରାଯାଇପାରିବ ନାହିଁ: ହାଇକୋର୍ଟ
/sambad/media/post_attachments/h-upload/2021/11/26/750x450_404845-punjab-and-haryana-high-court-964663.jpg)
ଚଣ୍ଡିଗଡ଼: ଗତ ୭ ତାରିଖରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ୨୦୦୨ ମସିହାରେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏବେ ହାଇକୋର୍ଟ ସିବିଆଇ ତଦନ୍ତକୁ ମଧ୍ୟ କଠୋର ସମାଲୋଚନା କରିଛନ୍ତି। କୋର୍ଟ କହିଛନ୍ତି ଯେ ବାରମ୍ବାର ପକ୍ଷ ବଦଳାଉଥିବା ସାକ୍ଷୀଙ୍କୁ ବିଶ୍ୱାସ କରାଯାଇପାରିବ ନାହିଁ। ସାମ୍ବାଦିକଙ୍କ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କ ବିରୋଧରେ ଅଭିଯୋଗ ପ୍ରମାଣ ନେଇ ହାଇକୋର୍ଟ ସିବିଆଇ ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
- Mar 10, 2026 07:14 IST
ଟଙ୍କା ଲୁଟ୍ ଘଟଣାର ପର୍ଦାଫାସ କଲା ପୁଲିସ
ରାୟଗଡ଼ା (ଶିବ ପ୍ରସାଦ ଦୋରା): ପାତ୍ର ଇଲେକ୍ଟ୍ରୋନିକସ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ପୁଲିସକୁ ମିଳିଛି ସଫଳତାI ଲୁଟ୍ ହେବା ନେଇ ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିଛି ପୁଲିସI ସୋମବାର ଅପରାହ୍ନରେ ପାତ୍ର ଇଲେକଟ୍ରନିକ୍ସର ମ୍ୟାନେଜର ଅକ୍ଷୟ ବିବାର ଫୋନକରି ରାୟଗଡା ଥାନାକୁ ଜଣାଇଥିଲେ ଯେ ତାଙ୍କର ହିସାବ ରକ୍ଷକ ରଞ୍ଜିତ କୁମାର ଦଳେଇ ୨ଲକ୍ଷ ୩୨,୦୦୦ ଟଙ୍କା ଧରି ଷ୍ଟେଟ ବ୍ୟାଙ୍କରେ ଡିପୋଜିଟ କରିବାକୁ ଯାଉଥିବା ବେଳେ ଜିଏମଡି ବେକେରି ସାମନାରେ ଦୁଇଜଣ ଲୁଟେରା ଗୋଟିଏ ପଲସର ବାଇକରେ ଆସି ଉକ୍ତ ଟଙ୍କାକୁ ଛଡାଇ ନେଇଗଲେ।
/filters:format(webp)/sambad/media/media_files/2024/12/26/Hhc3J0eunS1D0J6Egftr.jpg)
କିନ୍ତୁ ସଙ୍ଗେସଙ୍ଗେ ରାୟଗଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଜାଣିବାକୁ ପାଇଲା ଯେ ଏଭଳି କିଛି ଘଟଣା ଘଟି ନାହିଁ। ଉକ୍ତ ହିସାବ ରକ୍ଷକ ରଞ୍ଜିତ କୁମାର ଦଳେଇଙ୍କୁ ତଦନ୍ତ ପରିସର ଭୁକ୍ତ କରି ଜାଣିବାକୁ ପାଇଲା ଯେ ସେ ଉକ୍ତ ଟଙ୍କାକୁ ନିଜେ ବିଭିନ୍ନ ଦିନ ଗୁଡିକରେ ଚୋରୀ କରି ତାର ବ୍ୟକ୍ତିଗତ ଖର୍ଚ୍ଚ କରିଛି ଏବଂ ଆଜି ସମସ୍ତ ଟଙ୍କା ବ୍ୟାଙ୍କକୁ ଡିପୋଜିଟ କରିବାକୁ ନେଇଯାଉଥିବା ବେଳେ ଲୁଟେରାଙ୍କ ଦ୍ଵାରା ଚୋରୀ ହେବାର ଏକ ନାଟକୀୟ ରୂପ ଦେଇଛି। ହିସାବ ରକ୍ଷକ ରଞ୍ଜିତ କୁମାର ଦଳେଇଙ୍କ ଠାରୁ ୧ ଲକ୍ଷ ୨୦,୦୦୦ ଟଙ୍କା ଜବତ ହୋଇଛି ଏବଂ ତାଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି। ଏନେଇ ରାୟଗଡା ଏସଡିପିଓ ଗୌରହରୀ ସାହୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତିI
- Mar 10, 2026 07:10 IST
ଶୀଘ୍ର ଶେଷ ହେବ ଇରାନ ଯୁଦ୍ଧ
/filters:format(webp)/sambad/media/media_files/2026/01/13/donald-trump-2026-01-13-20-50-11.jpg)
Donald Trump Photograph: (sambad.in) ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ କହିଛନ୍ତି ଯେ ଇରାନ ଯୁଦ୍ଧ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। କିନ୍ତୁ ସେ ଏଥିପାଇଁ ସେ କୌଣସି ସମୟସୀମା ଦେଇ ନାହାନ୍ତି। ସେ ତେହେରାନକୁ ଚେତାବନୀ ଦେଇ କହିଛନ୍ତି, ଯଦି ସେମାନେ କିଛି ଖରାପ ଉଦ୍ୟମ କରନ୍ତି, ତେବେ ଆମେରିକା ସେହି ଦେଶକୁ ଧ୍ୱଂସ କରିବ। ସେ ଇରାନ ଯୁଦ୍ଧକୁ ଏକ କ୍ଷଣସ୍ଥାୟୀ ବୋଲି କହିଥିଲେ। ଫ୍ଲୋରିଡାରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଥିଲେ, ଏହା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଯଦି ଏହା ପୁଣି ଆରମ୍ଭ ହୁଏ, ତେବେ ସେମାନେ ଆହୁରି ଅଧିକ କ୍ଷତି ସହିବେ। ଆମେ ଏକ ଛୋଟ ଗସ୍ତ କରିଥିଲୁ। କାରଣ ଆମେ ଅନୁଭବ କରିଥିଲୁ ଯେ କିଛି ଲୋକଙ୍କୁ ଦୂର କରିବା ପାଇଁ ଆମକୁ ଏହା କରିବାକୁ ପଡିବ।
- Mar 10, 2026 07:04 IST
ବିସ୍ଫୋରଣରେ କମ୍ପି ଉଠିଲା ତେହେରାନ
/filters:format(webp)/sambad/media/media_files/2026/03/10/dgjgdjdgjjgd-2026-03-10-01-18-30.jpg)
ତେହେରାନ: ଇରାନର ରାଜଧାନୀ ତେହେରାନରେ ଅନେକଗୁଡ଼ିଏ ବିସ୍ଫୋରଣର ଶଦ୍ଦ ଶୁଣାଯାଇଛି। ତେହେରାନରେ ୨୦ରୁ ଅଧିକ ଶକ୍ତିଶାଳୀ ବିସ୍ଫୋରଣ ଶୁଣାଯାଇଛି, ଯାହା ଫଳରେ ଅନେକ ଲୋକ ନିରାପଦ ସ୍ଥାନକୁ ପଳାୟନ କରିଛନ୍ତି। ମଧ୍ୟରାତ୍ରିରେ ଘଟିଥିବା ଏହି ଆକ୍ରମଣଗୁଡ଼ିକୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ତେହେରାନ ଉପରେ ସବୁଠାରୁ ଘାତକ ବିମାନ ଆକ୍ରମଣ ବୋଲି ବର୍ଣ୍ଣନା କରାଯାଉଛି। ପ୍ରାୟ ଅଧ ଘଣ୍ଟା ଧରି ନିରନ୍ତର ବୋମା ବିସ୍ଫୋରଣ ଏବଂ ଲଢ଼ୁଆ ବିମାନର ଶବ୍ଦ ଶୁଣାଯାଉଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ସହରର ପଶ୍ଚିମ ଭାଗରେ ଅନେକ ବିସ୍ଫୋରଣ ହୋଇଛି। କିଛି ପଡ଼ୋଶୀରେ ବିଦ୍ୟୁତ୍ ବିଚ୍ଛିନ୍ନ ମଧ୍ୟ ହୋଇଛି।
- Mar 10, 2026 07:03 IST
ଲେବାନନରେ ୮୩ ଜଣ ଶିଶୁଙ୍କ ମୃତ୍ୟୁ
/filters:format(webp)/sambad/media/media_files/2026/03/10/war-2026-03-10-01-31-16.jpg)
Photograph: (NPR) ଲେବାନନ: ଇରାନର ରାଜଧାନୀ ତେହେରାନରେ ଶନିବାର ତୈଳ ସଂରକ୍ଷଣ ସୁବିଧା ଉପରେ ଇସ୍ରାଏଲୀ ଆକ୍ରମଣରୁ ତେଲ ଢଳି ପଡ଼ିବାରୁ ସହରର ନର୍ଦ୍ଦମା ପାଣିରେ ପାଣି ପଶିଯାଇଥିଲା, ଯାହା ଫଳରେ ରାସ୍ତା ପାର୍ଶ୍ୱରେ ନିଆଁର ନଦୀ ସୃଷ୍ଟି ହେଲା। ଏହି ସମୟରେ ଜାତିସଂଘ ଏଜେନ୍ସି ୟୁନିସେଫ୍ ଅନୁଯାୟୀ, ଲେବାନନରେ ଏପର୍ଯ୍ୟନ୍ତ ଅତି କମରେ ୮୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି ଏବଂ ୨୫୪ ଜଣ ଆହତ ହୋଇଛନ୍ତି। ୟୁନିସେଫ୍ କହିଛି ଯେ ଏହି ଅଞ୍ଚଳରେ ଚାଲିଥିବା ସାମରିକ ସଂଘର୍ଷ ପିଲାମାନଙ୍କ ଉପରେ ପ୍ରଭାବ ପକାଇଛି, ଯେଉଁମାନଙ୍କର ଜୀବନ, ସୁରକ୍ଷା ଏବଂ ମୌଳିକ ଆବଶ୍ୟକତା ଗୁରୁତର ବିପଦରେ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/15/breaking-2026-01-15-07-38-12.jpg)