Advertisment

🔴 LIVE News Updates 2026 March 6: ନିଖୋଜ ସୁଖୋଇ-୩୦ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ; ସିଆଇଏସ୍‌ଏଫ୍‌ର ଉତ୍ସବରେ ଯୋଗଦେବେ ଶାହ; ଘର ପୋଡିଗଲା, ଜଳିଗଲେ ଯୁବକ

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Friday

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Mar 06, 2026 10:35 IST

    ଜଙ୍ଗଲରେ ଯୁବତୀ ଶବ, ହତ୍ୟାକରି ଫିଙ୍ଗିଦେଇଥିବା ସନ୍ଦେହ 

    ରାଉରକେଲା : ବେଦବ୍ୟାସ ସ' ମିଲ ଛକ ନିକଟ ସରକାରୀ ବିଦ୍ୟାଳୟ ପାର୍ଶ୍ଵ ଜଙ୍ଗଲରୁ ଯୁବତୀଙ୍କ ଶବ ଉଦ୍ଧାର ହୋଇଛି l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି l ବ୍ରାହ୍ମଣୀତରଙ୍ଗ ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ଆଜି ସକାଳୁ ସ୍ଥାନୀୟ ଅଞ୍ଚଳ କିଛି ଲୋକ ଶୌଚ ଯାଇଥିବା ବେଳେ ଯୁବତୀଙ୍କ ଶବ ପଡ଼ିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ l

    murder
    murder Photograph: (sambad.in)

  • Mar 06, 2026 10:24 IST

    ଘର ପୋଡିଗଲା, ଜଳିଗଲେ ଯୁବକ

    ଆନନ୍ଦପୁର : ଘର ପୋଡିଗଲା, ଜଳିଗଲେ ଯୁବକ l ଆନନ୍ଦପୁର ମୁନ୍ସିପାଲିଟି ୬ନମ୍ବର ୱାର୍ଡ ବଡଦାଣ୍ଡ ନିକଟରେ ଘଟିଛି ଘଟଣା l ମୃତ ଯୁବକ ହେଉଛନ୍ତି ଦେବେନ୍ଦ୍ର ମିଶ୍ର (୪୦) l ଘରେ ଶୋଇଥିବା ବେଳେ ରାତି ୧୨ଟା ରେ ନିଆଁ ଲାଗି ଯାଇଥିଲା l ଘର ଭିତରେ ଦେବେନ୍ଦ୍ର ପୋଡି ହୋଇ ମୃତ୍ୟୁ ବରଣ କରିଥିଲେ l ଆନନ୍ଦପୁର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଡାକ୍ତରଖାନା କୁ ପଠାଇଛି l

    Breaking

  • Mar 06, 2026 09:08 IST

    ପିପିଲିରେ ସଡ଼କ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର 

    ପିପିଲି : ଭୁବନେଶ୍ୱର - ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ଦାଣ୍ଡମୁକୁନ୍ଦପୁର ଠାରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି l ଏକ ବାଇକରେ ୩ଜଣ ଯୁବକ ଯାଉଥିବା ବେଳେ କୌଣସି ଏକ ଗାଡି ସେମାନଙ୍କୁ ଧକା ଦେଇ ଚାଲିଯାଇଥିଲା l ଏଥିରେ ୨ ଜଣଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା l ଅନ୍ୟ ଗୁରୁତର ଆହତକୁ ପିପିଲି ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି l ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି l ମୃତକଙ୍କ ପରିଚୟ ମିଳିପାରିନାହିଁ l

    WhatsApp Image 2026-03-06 at 09.06.09
    pipili accident

     

  • Mar 06, 2026 08:46 IST

    ଘର ପୋଡିଗଲା, ଜଳିଗଲେ ଯୁବକ

    1BREAKING NEWS Saturday

    ଆନନ୍ଦପୁର: ଘର ପୋଡିଗଲା, ଜଳିଗଲେ ଯୁବକl କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମୁନ୍ସିପାଲିଟି ୬ନମ୍ବର ୱାର୍ଡ ବଡଦାଣ୍ଡ ନିକଟରେ ଘଟିଛି ଘଟଣା l ମୃତ ଯୁବକ ହେଉଛନ୍ତି ଦେବେନ୍ଦ୍ର ମିଶ୍ର (୪୦) l ଘରେ ଶୋଇଥିବା ବେଳେ ରାତି ୧୨ଟା ରେ ନିଆଁ ଲାଗି ଯାଇଥିଲା l ଘର ଭିତରେ ଦେବେନ୍ଦ୍ର ପୋଡି ହୋଇ ମୃତ୍ୟୁ ବରଣ କରିଥିଲେ l ଆନନ୍ଦପୁର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଡାକ୍ତରଖାନା କୁ ପଠାଇଛି l

  • Mar 06, 2026 08:23 IST

    ବାଲେନ ଶାହଙ୍କ ସପକ୍ଷରେ ନେପାଳ ନିର୍ବାଚନ!

    बालेन शाह RSP से उम्मीदवार हैं (फाइल फोटो- AFP)

    ନେପାଳ ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିବା ଆରମ୍ଭ ହୋଇଛି। ବାଲେନ ଶାହଙ୍କ ସପକ୍ଷରେ ଏକ ପ୍ରବଳ ଲହରୀ ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ତାଙ୍କ ରାଷ୍ଟ୍ରୀୟ ସ୍ୱାଧୀନତା ପାର୍ଟି ଆଗରେ ଅଛି। ବର୍ତ୍ତମାନର ସୂଚନା ଅନୁଯାୟୀ ୫୦ଟି ଆସନରେ ଗଣନା ଚାଲିଛି। ବାଲେନଙ୍କ ଦଳ ଏହି ଆସନ ମଧ୍ୟରୁ ୪୭ଟିରେ ଏକ ଦୃଢ଼ ନେତୃତ୍ୱ ରଖିଛି। ଏହି ସମୟରେ, ନେପାଳୀ କଂଗ୍ରେସ ଏବଂ UML କେବଳ ଗୋଟିଏ ଲେଖାଏଁ ଆସନରେ ଆଗୁଆ ଅଛନ୍ତି। ଓଲି ମଧ୍ୟ ପଛରେ ପଡ଼ିଯାଇଛନ୍ତି। ଏହା ବ୍ୟତୀତ ଭୋଟ ଗଣନାରେ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀମାନେ ବହୁତ ପଛରେ ଅଛନ୍ତି।

  • Mar 06, 2026 07:38 IST

    ଏତିହାଦ ଏୟାରୱେଜ୍ ବାଣିଜ୍ୟିକ ଉଡ଼ାଣ ପୁନଃ ଆରମ୍ଭ 

    01flight

    ନୂଆଦିଲ୍ଲୀ: ଏତିହାଦ ଏୟାରୱେଜ୍ ଘୋଷଣା କରିଛି ଯେ ଏହା ମାର୍ଚ୍ଚ ୬ରୁ ମାର୍ଚ୍ଚ ୧୯ ମଧ୍ୟରେ ସୀମିତ ବାଣିଜ୍ୟିକ ଉଡ଼ାଣ ପୁନଃ ଆରମ୍ଭ କରିବ। କମ୍ପାନିର ଏକ ବିବୃତ୍ତି ଅନୁଯାୟୀ ଏହି ଉଡ଼ାଣଗୁଡ଼ିକ ଆବୁଧାବି ଏବଂ କାଇରୋ, ଦିଲ୍ଲୀ, ଲଣ୍ଡନ, ଫ୍ରାଙ୍କଫର୍ଟ, ନ୍ୟୁୟର୍କ, ପ୍ୟାରିସ, ମସ୍କୋ, ଟୋରଣ୍ଟୋ ଏବଂ ଜୁରିଚ୍ ସମେତ ପ୍ରମୁଖ ସହରଗୁଡ଼ିକୁ ଏବଂ ସେଠାରୁ ଚଳାଚଳ କରିବ।

  • Mar 06, 2026 07:11 IST

    ଓଡ଼ିଶା ଗସ୍ତରେ ଅମିତ ଶାହଙ୍କ କାର୍ଯ୍ୟକ୍ରମ

     

    WhatsApp Image 2026-03-05 at 22.03.42

  • Mar 06, 2026 07:10 IST

    ଇସ୍ରାଏଲୀ ଆକ୍ରମଣରେ ୧୨୩ ଜଣଙ୍କ ମୃତ୍ୟୁ

    war

    ବେରୁତ: ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସୋମବାରଠାରୁ ଇସ୍ରାଏଲୀ ଆକ୍ରମଣରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ଆକ୍ରମଣରେ ୬୮୩ ଜଣ ଆହତ ହୋଇଛନ୍ତି। ମନ୍ତ୍ରଣାଳୟ କହିଛି, ପୂର୍ବ ଅପଡେଟରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୦ ଥିଲା, ଯାହା ଏବେ ୧୨୩ ରେ ପହଞ୍ଚିଛି। ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ବିମାନ ଆକ୍ରମଣ ତୀବ୍ର ହୋଇଛି। ଫଳରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

  • Mar 06, 2026 07:07 IST

    ନିଖୋଜ ସୁଖୋଇ-୩୦ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ


    ଗୁ୍ଆହାଟୀ: ଆସାମର କାର୍ବି ଆଙ୍ଗଲଙ୍ଗ ଅଞ୍ଚଳରେ ଏକ ତାଲିମ ମିସନ ସମୟରେ ଭାରତୀୟ ବାୟୁସେନା (IAF)ର ଏକ ସୁଖୋଇ Su-30 MKI ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏବାବଦରେ ବାୟୁସେନା ନିଶ୍ଚିତ କରିଛି। IAF କହିଛି ଯେ ତାଲିମ ମିସନରେ ଥିବା Su-30MKI ବିମାନ ଜୋରହାଟରୁ ପ୍ରାୟ ୬୦ କିଲୋମିଟର ଦୂର ଆସାମର କାର୍ବି ଆଙ୍ଗଲଙ୍ଗ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେନାର ଅପରେସନ ଜାରି ରହିଛି। ପୂର୍ବରୁ ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟର PRO, ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାୱତ କହିଥିଲେ ଯେ ଏକ ଭାରତୀୟ ବାୟୁସେନା Su-30 MKI ବିମାନ ନିଖୋଜ ହୋଇଥିବା ରିପୋର୍ଟ ହୋଇଛି। ବିମାନଟି ଆସାମର ଜୋରହାଟ ବାୟୁସେନା ଘାଟିରୁ ଉଡ଼ାଣ ଭରିବା ପରେ ସନ୍ଧ୍ୟା ୭ଟା ୪୨ରେରେ ଶେଷ ଥର ପାଇଁ ଯୋଗାଯୋଗ କରାଯାଇଥିଲା।

  • Mar 06, 2026 07:04 IST

    ଟ୍ରଲର ଧକ୍କାରେ ଭାଙ୍ଗିଲା ଘର-ଟ୍ରାକ୍ଟର, ଜଣେ ମୃତ 

    WhatsApp Image 2026-03-06 at 04.08.02


    ଭୁବନ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କରମୂଳ ପଂଚାୟତର ମଝିପାଳ ଗ୍ରାମରେ ବାଟ ବଣା ଟ୍ରଲରଟି ଏକ ଟ୍ରାକ୍ଟରକୁ ଧକ୍କା ଦେଇ ଛାତ ଘର ମଧ୍ୟରେ ପଶିଯାଇଛି। ଗାଡ଼ି  ଧକ୍କାରେ ଘରେ ଶୋଇଥିବା ନଟବର ତରାଇଙ୍କ ପୁଅ ଅସ୍ଥିର ତରାଇ (୫୨)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଗଁଦିଆ ଅଗ୍ନିଶମ ବାହିନୀ, ପୁଲିସ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଝରାଖଣ୍ଡର ଟ୍ରଲର  (JH 05 DL 3607)ଢେଙ୍କାନାଳରୁ ଆଜବେଷ୍ଟସ ଲୋଡ଼ କରି କୋଲକାତା ଯାଉଥିବା ବେଳେ ମନ୍ଦାର ଛକରୁ ବାଟବଣା ହୋଇ କରମୂଳ ରାସ୍ତାରେ ଯାଇ ରାତ୍ରି ପ୍ରାୟ ୧୨ଟା ୪୫ରେ ଏଭଳି ଘଟଣା ଘଟାଇଛି। ଘଟଣା ସ୍ଥଳରେ ଥାନାଧିକାରୀ ପ୍ରତାପ ପଳେଇ ଉପସ୍ଥିତ ହୋଇ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ଟ୍ରଲର ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

  • Mar 06, 2026 07:03 IST

    ଭୁବନେଶ୍ବର-କଟକର ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ଅମିତ ଶାହ

    amit

    ଭୁବନେଶ୍ବର: ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ୟୁନିଟ–୩ ସ୍ଥିତ ପ୍ରଦର୍ଶନୀ ପଡିଆ, ଭୁବନେଶ୍ୱରଠାରେ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ଆୟୋଜନ କରାଯାଇଛି। ଆଜି କେନ୍ଦ୍ର ସ୍ଵରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ଏହି ପ୍ରଦର୍ଶନୀ ଜନସାଧାରଣଙ୍କ ନିମନ୍ତେ ୭ ମାର୍ଚ୍ଚ ଠାରୁ ୧୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଶ୍ରୀ ଶାହ ମୁଣ୍ଡଳୀରେ ରେଜିଙ୍ଗ ଡେ ପରେଡ୍‌ରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe