ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Mar 09, 2026 22:15 IST
ଆଇସିସି ବିଶ୍ବକପ୍ ଦଳରେ ୪ ଭାରତୀୟ
ଦୁବାଇ: ଆଇସିସି ସୋମବାର ଟ୍ବେଣ୍ଟି-୨୦ ବିଶ୍ବକପ୍-୨୦୨୬ର ଶ୍ରେଷ୍ଠ ଦଳ ଘୋଷଣା କରିଛି। ଏଥିରେ ଭାରତର ୪ଜଣ ଖେଳାଳି ଯଶପ୍ରୀତ୍ ବୁମ୍ରା, ସଞ୍ଜୁ ସାମସନ୍, ଈଶାନ କିଶନ ଓ ହାର୍ଦିକ ପାଣ୍ଡ୍ୟା ସ୍ଥାନ ପାଇଛନ୍ତି। ସାମସନଙ୍କୁ ୱିକେଟ୍ ରକ୍ଷକ ଭାବେ ନିଆଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଐଦେନ ମାର୍କରାମଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି।ଦଳ: ସାହିବଜାଦା ଫରହାନ, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ଈଶାନ କିଶନ, ଐଦେନ ମାର୍କରାମ (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ୱିଲ୍ ଜ୍ୟାକ୍ସ, ଜାସନ ହୋଲ୍ଡର, ଯଶପ୍ରୀତ୍ ବୁମ୍ରା, ଲୁଙ୍ଗି ଏନ୍ଗିଡ଼ି, ଆଦିଲ ରସିଦ, ବ୍ଲେସିଂ ମୁଜରବାନୀ। ଦ୍ବାଦଶ ଖେଳାଳି: ସାଡ୍ଲି ଭାନ୍ ସ୍କଲ୍ୱାକ୍।
/filters:format(webp)/sambad/media/media_files/2026/03/08/1breaking-news-monday-2026-03-08-17-51-41.jpg)
- Mar 09, 2026 21:50 IST
୧୨ ଷ୍ଟାର୍ଟଅପ୍କୁ ଆର୍ଥିକ ସହାୟତା
ଭୁବନେଶ୍ବର: ଓ-ହବ୍ଠାରେ ଅନୁଷ୍ଠିତ ଷ୍ଟାର୍ଟଅପ୍ ସମ୍ମିଳନୀରେ ୧୨ ଜଣ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଉତ୍ପାଦ ବିକାଶ ଏବଂ ମାର୍କେଟିଂ ସହାୟତା ବାବଦରେ ଡିରାକାଇ, ଇଗଲ୍ ଏଆଇ, ଜୟଦେବ ନାଚୁରାଲ୍ ଫୁଡ୍ସ୍, ଇକୋ ସାଥ୍ ଗ୍ରୀନ୍ ଇଣ୍ଡିଆ, ରେଟ୍ରୋଡ୍, ସେରଲକ୍ ଷ୍ଟୁଡିଓ ଆର୍ଥିକ ପ୍ରୋତ୍ସାହନ ରାଶି ପାଇଥିବା ବେଳେ ଆବଶ୍ୟକତା ଆଧାରିତ ସହାୟତା ବାବଦରେ ଆଷ୍ଟ୍ରୋନେକ୍ସଟ୍ ଟେକ୍ନୋଲୋଜିସ୍, ଟେଷ୍ଟ କ୍ୱେଷ୍ଟ ଇ-ଲର୍ନିଂ, ଏନସି ସ୍କୋୟାର୍ ଏଡ୍ ଟେକ୍, ରେଟ୍ରିକ୍ ଡିଜାଇନ୍ସ, ଡିଏମ୍ଏନ୍ ଏଡଟେକ୍ ଏବଂ ଟିଡିବି ରୁଟଲଞ୍ଚ ଷ୍ଟାର୍ଟ ଅପକୁ ଆର୍ଥିକ ଅନୁଦାନ ଦିଆଯାଇଛି।କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସ୍ଵପ୍ନ ଓ ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ଆମ ଷ୍ଟାର୍ଟଅପ୍ ଅଧିକ ସଶକ୍ତ ହେଲେ ରାଜ୍ୟ ସମୃଦ୍ଧି ଦିଗରେ ଆଗେଇ ପାରିବ। ତେଣୁ ଷ୍ଟାର୍ଟ ଅପ୍ ଆରମ୍ଭ କରିବା ପାଇଁ ଯୁବ ପିଢି ଆଗେଇ ଆସିବା ଦରକାର। ବିଭାଗୀୟ ସଚିବ ରଶ୍ମିତା ପଣ୍ଡା ସ୍ଵାଗତ ଭାଷଣ ଦେଇଥିଲେ। ଷ୍ଟାର୍ଟ ଅପ୍ ଓଡ଼ିଶାର ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ। ଇଗଲ୍ ଏଆଇ ଏବଂ ରେଟ୍ରିକ୍ ଡିଜାଇନ୍ସ ସମ୍ମିଳନୀରେ ନିଜର ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିଥିଲେ।
/filters:format(webp)/sambad/media/media_files/2026/03/09/start-up-2026-03-09-21-50-09.jpg)
start up Photograph: (sambad.in) - Mar 09, 2026 21:49 IST
ରୟାଲ ସଟଲର୍ସ ବ୍ୟାଡ୍ମିଣ୍ଟନ୍: ପ୍ରେମ୍-ସାଇ କନିଷ୍ଠ ବର୍ଗ ବିଜେତା
ଭୁବନେଶ୍ବର: ସ୍ଥାନୀୟ ନୀଳାଦ୍ରିବିହାରସ୍ଥିତ ଇନ୍ଡୋର ବ୍ୟାଡ୍ମିଣ୍ଟନ୍ ଷ୍ଟାଡିୟମ୍ରେ ଆୟୋଜିତ ରୟାଲ୍ ସଟଲର୍ସ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ୬୫,୦୦୦ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାର ଉପକନିଷ୍ଠ ବା ୧୩ ବର୍ଷରୁ କମ୍ ବର୍ଗରେ ଆର୍ଯ୍ୟନ ସାହୁ ଓ ଧାରିୟା ଗୁପ୍ତା ବିଜେତା ହୋଇଥିଲା ବେଳେ ମୟଙ୍କ ପରିଡ଼ା ଓ ଅଭିନବ ମହାପାତ୍ର ଉପବିଜେତା ହୋଇଛନ୍ତି। ସେହିଭଳି ୧୫ବର୍ଷରୁ କମ୍ ବା କନିଷ୍ଠ ବର୍ଗରେ ପ୍ରେମ ପ୍ଲାବନ ମହାନ୍ତି-ସାଇଦୀପ, ଆୟୁଷ ଓ ପ୍ରତ୍ୟୁଷ ଏବଂ ଜନ୍ମେଜୟ-ରାଣୀ, ତାରିଣୀ-ସାଇ ପ୍ରଭାତ ଯଥାକ୍ରମେ ୧୫ବର୍ଷରୁ କମ୍ ଓ ମିଶ୍ରିତ ଯୁଗଳରେ ବିଜେତା ଓ ଉପବିଜେତା ଟ୍ରଫି ଜିତିଛନ୍ତି। ଆଉଟ୍ଡୋର ଯୁଗଳରେ ଅଜିତ-ନିହାର, ଆକାଶ-କାହ୍ନା, ଇନ୍ଡୋର ଯୁଗଳରେ ଅଭିଜିତ-ତନ୍ମୟ, ରାନେଶ-ବିକାଶ ଏବଂ ମହିଳା ଯୁଗଳରେ ରାଣୀ-ରାଜେଶ୍ବରୀ ଓ ବିଶାଖା-ପ୍ରତୀକ୍ଷା ବିଜେତା ଓ ଉପବିଜେତା ହୋଇଥିଲେ। ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଖେଳ ରତ୍ନ ପାରା ବ୍ୟାଡ୍ମିଣ୍ଟନ୍ ତାରକା ପ୍ରମୋଦ ଭଗତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। କ୍ଲବ୍ର ପ୍ରତିଷ୍ଠାତା ଭିକି ବିକ୍ରମାଦିତ୍ୟ, ସଭାପତି ମାଧବ ବେହେରା, ସଂପାଦକ ପ୍ରିୟାଂଶୁ ମହାନ୍ତି ଓ କୋଷାଧ୍ୟକ୍ଷ ପ୍ରଭାବ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
/filters:format(webp)/sambad/media/media_files/2026/03/09/09bbs_89_09032026_112-2026-03-09-21-49-03.jpg)
- Mar 09, 2026 21:48 IST
ଇଣ୍ଡିଆ ଇନ୍ସ୍ୟୁର୍-ସାଫେରିସ୍କ ଗଲ୍ଫ: ସୂର୍ଯ୍ୟକାନ୍ତ, ଉପାସନା ବିଜେତା
ଭୁବନେଶ୍ବର: ବୀମା ବ୍ରୋକିଂ ଫାର୍ମ ଇଣ୍ଡିଆ ଇନ୍ସ୍ୟୁର୍ ଓ ସାଫେରିସ୍କ ସହଯୋଗରେ ଭୁବନେଶ୍ବର ଗଲ୍ଫ କ୍ଲବ୍ (ବିଜିସି) ଆନୁକୁଲ୍ୟରେ ଇଣ୍ଡିଆ ଇନ୍ସ୍ୟୁର୍-ସାଫେରିସ୍କ ଗଲ୍ଫ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ବରିଷ୍ଠ ବର୍ଗରେ ସୂର୍ଯ୍ୟକାନ୍ତ ମିଶ୍ର ବିଜେତା ଏବଂ ରାଜୁ ମିଶ୍ର ଉପବିଜେତା ହୋଇଛନ୍ତି। ସେହିଭଳି ମହିଳା ବର୍ଗରେ ଉପାସନା ପ୍ରଧାନୀ ବିଜେତା ଓ ରୌନସ୍କା ଜେନା ଉପବିଜେତା ହୋଇଥିଲେ। କାଟାଗୋରୀ ୦-୧୬ରେ ସତ୍ୟଜ୍ୟୋତି ମହାନ୍ତି ଓ ଦଲବୀର ସିଂହ ଯଥାକ୍ରମେ ବିଜେତା ଓ ଉପବିଜେତା ଟ୍ରଫି ହାତେଇଥିଲେ। ଏହି ବର୍ଗରେ ବେଷ୍ଟ୍ ଗ୍ରସ୍ ହୋଇଥିଲେ ବରୁଣ ପରମାର। ୧୭ରୁ ୨୪ରେ ଭିଏସ୍ଏସ୍ ମଦନ ବିଜେତା ଓ ପିଜିସିର ଦିଲୀପ କୁମାର ବେହେରା ଉପବିଜେତା ହୋଇଥିଲେ। ଦେବଦର୍ଶୀ ରଥଙ୍କୁ ଲଙ୍ଗେଷ୍ଟ ଡ୍ରାଇଭ୍, ଜେକେ ମହାନ୍ତିଙ୍କୁ ଷ୍ଟ୍ରେଟେଷ୍ଟ୍ ଡ୍ରାଇଭ୍, କଳିଙ୍ଗ କେଶରୀ ସାହୁଙ୍କୁ କ୍ଲୋଜେଷ୍ଟ ଟୁ ଦ ପିନ୍, ହରିହର ଦାଶଙ୍କୁ ବେଷ୍ଟ ଆଉଟ୍ଷ୍ଟେସନ୍ ପ୍ଲେୟର ଏବଂ ଅସିତ କୁମାର ପାଲିତଙ୍କୁ ସିନିୟର ମୋଷ୍ଟ୍ ଗଲ୍ଫର ପୁରସ୍କାର ମିଳିଥିଲା। ବିଜିସି ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ତପନ କୁମାର ମହାନ୍ତିଙ୍କ ସହଯୋଗରେ ପ୍ରତିଯୋଗିତା ସଫଳତା ସହ ଶେଷ ହୋଇଥିଲା। ପୁରସ୍କାର ବିତରଣୀ ଉତ୍ସବରେ ପ୍ରିୟଦର୍ଶୀ ମହାପାତ୍ର, ସାଫେରିସ୍କ ଏମ୍ଡି ସନ୍ଦୀପ ଘଟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତା ଆୟୋଜନରେ ଇଣ୍ଡିଆ ଇନ୍ସ୍ୟୁର୍ ଅଧ୍ୟକ୍ଷ ଭି ରାମକ୍ରିଷ୍ଣା ଓ ସାଫେରିସ୍କ ଅଧ୍ୟକ୍ଷ ଅଶୋକ ମିଶ୍ରଙ୍କ ପୂର୍ଣ୍ଣ ସହାୟତା ରହିଥିଲା।
/filters:format(webp)/sambad/media/media_files/2026/03/09/09bbs_32_09032026_112-2026-03-09-21-48-08.jpg)
- Mar 09, 2026 21:30 IST
ତେଲ ଦର ୫୦ ଡଲାର ବଢ଼ିଲେ ଜିଡିପି ୨% କମିଯିବ
ମୁମ୍ବାଇ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହୋଇଥିବା ବୃଦ୍ଧି ଭାରତର ଅର୍ଥନୀତି ପ୍ରତି ଗମ୍ଭୀର ସଙ୍କଟ ସୃଷ୍ଟି କରିଛି। ତେଲ ଦରରେ ୫୦ ଡଲାର ବୃଦ୍ଧି ଘଟିଲେ ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ୨ ପ୍ରତିଶତ କମିଯିବ ବୋଲି ଆକ୍ସିସ୍ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ର କହିଛନ୍ତି। ସେ କହିଲେ, ତେଲ ଦର ୧ ଡଲାର ବଢ଼ିଲେ ଭାରତର ବାର୍ଷିକ ଆମଦାନୀ ଖର୍ଚ୍ଚ ୧୮୦ କୋଟି ଡଲାର ବଢ଼ିଯିବ। ସେହି ଅନୁସାରେ ତେଲ ଦର ୫୦ ଡଲାର ବଢ଼ିଲେ, ଆମଦାନୀ ବିଲ୍ ୯୦୦ କୋଟି ଡଲାର ବଢ଼ିବ। ତାହା ଦେଶର ଜିଡିପିର ୨ ପ୍ରତିଶତଠାରୁ ଅଧିକ।ଯୁଦ୍ଧ ସମ୍ପର୍କରେ ସେ କହିଛନ୍ତି ଯେ ଏପ୍ରିଲ୍ରେ ଏହି ଯୁଦ୍ଧ ଶେଷ ହୋଇଯିବ ବୋଲି ଆଶା କରାଯାଉଛି। ଯୁଦ୍ଧ ଦ୍ବାରା ଦେଶର ଖୁଚୁରା ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ବର୍ତ୍ତମାନ ପରିସ୍ଥିତିରେ କମ୍ ରହିଛି। କାରଣ ତୈଳ କମ୍ପାନିଗୁଡ଼ିକ ଏପର୍ଯ୍ୟନ୍ତ ଦାମ୍ ବଢ଼ାଇନାହାନ୍ତି। କିନ୍ତୁ ଶିଳ୍ପସଂସ୍ଥା ଆମଦାନୀ କରୁଥିବା ଗ୍ୟାସ୍ ଓ ସାର ମୂଲ୍ୟ ବଢ଼ିବାର ଆଶଙ୍କା ରହିଛି। ଯଦି ତାହା ଘଟିବ ତେବେ ମୁଦ୍ରାସ୍ଫୀତି ବୃଦ୍ଧିକୁ ଅସ୍ବୀକାର କରାଯାଇପାରିବ ନାହିଁ। ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଇବ ନା ନାହିଁ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଯଦି ଯୁଦ୍ଧ ୬ ସପ୍ତାହରେ ଶେଷ ହୋଇଯିବ ତେବେ ମୁଦ୍ରାନୀତିରେ ପରିବର୍ତ୍ତନ ଦରକାର ପଡ଼ିବନି। କିନ୍ତୁ ଯଦି ଯୁଦ୍ଧ ଲମ୍ବା ଚାଲିବ ତେବେ ଭାରତକୁ ଏହାର ସୁଧ ନୀତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ।
/filters:format(webp)/sambad/media/media_files/2025/08/30/gdp-2025-08-30-03-45-53.jpg)
- Mar 09, 2026 21:28 IST
ଇରାନରେ ନାଗରିକଙ୍କୁ ସୀମାନ୍ତ ଅଞ୍ଚଳ ନ ଯିବାପାଇଁ ଭାରତର ପରାମର୍ଶ
ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଏବଂ ଇରାନର ପାଲଟା ଜବାବ ପାଇଁ ମଧ୍ୟପ୍ରାଚ୍ୟ ସଙ୍କଟ ଚରମ ସୀମାରେ ପହଞ୍ଚିଥିବାବେଳେ ଭାରତ ଆଜି ଇରାନରେ ଏହାର ନାଗରିକଙ୍କ ପାଇଁ ଏକ ସଦ୍ୟ ପରାମର୍ଶାବଳି ଜାରି କରିଛି। ତେହେରାନସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛି ଯେ, ସେମାନେ ଭାରତୀୟ ଦୂତାବାସ ସହ ଯୋଗାଯୋଗ ନ କରି ଦେଶ ବାହାରକୁ ଯିବାପାଇଁ କୌଣସି ସୀମାନ୍ତ ଅଞ୍ଚଳକୁ ଯିବେ ନାହିଁ। ଏକ ବିବୃତି ଜାରି ଦୂତାବାସ ସତର୍କ କରଛି ଯେ, କେବଳ ଦୂତାବାସଠାରୁ ସ୍ପଷ୍ଟ ସୂଚନା ମିଳିବା ପରେ ହିଁ ଜଣେ ସୀମାନ୍ତ ଅଞ୍ଚଳକୁ ଯାଇପାରିବେ। ଦୂତାବାସ ମଧ୍ୟ ସତର୍କ କରି କହିଛି ଯେ, କୌଣସି ଭାରତୀୟ ନାଗରିକ ଯଦି ଇରାନ ପରିସର ଛାଡ଼ି ଅନ୍ୟ ରାଷ୍ଟ୍ରକୁ ପ୍ରବେଶ କରିବାରେ ବିଫଳ ହୁଅନ୍ତି ତେବେ ସେ କ୍ଷେତ୍ରରେ କୌଣସି ସହଯୋଗ କରାଯାଇ ପାରିବନି। ଇରାନରେ ଦୂତାବାସ ଭାରତୀୟ ନାଗରିକଙ୍କୁ ସହଯୋଗ କରିବା ପାଇଁ ଉପଲବ୍ଧ ବୋଲି କହିଛି। ଏଥିସହ ଭାରତୀୟମାନେ ଇମର୍ଜେନ୍ସି ହେଲ୍ପଲାଇନ୍ ଦ୍ବାରା ଯୋଗାଯୋଗରେ ରହିବାପାଇଁ ଦୂତାବାସ କହିଛି।
/filters:format(webp)/sambad/media/media_files/2026/03/02/war-breaking-2026-03-02-19-08-05.jpeg)
war breaking Photograph: (sambad.in) - Mar 09, 2026 20:57 IST
କର୍ଷ୍ଟେନ ଶ୍ରୀଲଙ୍କାର ମୁଖ୍ୟ ପ୍ରଶିକ୍ଷକ
କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍ ସୋମବାର ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର୍ ଗ୍ୟାରି କର୍ଷ୍ଟେନଙ୍କୁ ପୁରୁଷ ଦଳ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍ ସୁପର୍-୮ରୁ ଶ୍ରୀଲଙ୍କା ବିଦାୟ ନେବା ପରେ ମୁଖ୍ୟପ୍ରଶିକ୍ଷକ ସନଥ ଜୟସୂରିୟା ଓହରି ଯାଇଥିଲେ। ତାଙ୍କ ସ୍ଥାନରେ କର୍ଷ୍ଟେନଙ୍କୁ ନିଯୁକ୍ତି ମିଳିଛି। ସେ ଆସନ୍ତା ଏପ୍ରିଲ୍ ୧୫ ତାରିଖରୁ ଦାୟିତ୍ବ ନେବେ। ତାଙ୍କ ସହ ଦୁଇ ବର୍ଷିଆ ଚୁକ୍ତି ହୋଇଛି। ୫୮ ବର୍ଷୀୟ କର୍ଷ୍ଟେନ ଟ୍ବେଣ୍ଟି-୨୦ ବିଶ୍ବକପରେ ନାମିବ୍ୟାର ପରମାର୍ଶଦାତା ଥିଲେ। ସେ ଭାରତ ଓ ଦକ୍ଷିଣ ଆଫ୍ରିକାର ସଫଳ ପ୍ରଶିକ୍ଷକ ଥିଲେ।
/filters:format(webp)/sambad/media/media_files/2026/03/09/sri-lanka-2026-03-09-20-57-23.jpg)
sri lanka Photograph: (sambad.in) - Mar 09, 2026 20:56 IST
ଇରାନ କ୍ଷେପଣାସ୍ତ୍ର ଆକ୍ରମଣରେ ଇସ୍ରାଏଲରେ ଭାରତୀୟ ନାଗରିକ ଆହତ
ତେଲ୍ ଅଭିଭ୍: ଇସ୍ରାଏଲ ଇରାନର ତୈଳଭଣ୍ଡାରକୁ ଟାର୍ଗେଟ୍ କରି ଆକ୍ରମଣ କରିବା ପରେ ଇରାନ ଏବେ ପୁଣିଥରେ ଇସ୍ରାଏଲରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ରବିବାର ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁ ଇସ୍ରାଏଲରେ ଜଣେ ଭାରତୀୟ ନାଗରିକ ଆହତ ହୋଇଛନ୍ତି। ଭାରତୀୟ ନାଗରିକଙ୍କ ବେକରେ ଗଭୀର ଆଘାତ ଲାଗିଥିଲା। ଗୁୁରୁତର ଅବସ୍ଥାରେ ତାଙ୍କୁ ତେଲ୍ ଅଭିଭ୍ର ଇଚିଲଭ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅସ୍ତ୍ରୋପଚାର କରାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି ବୋଲି ହସ୍ପିଟାଲ ମୁଖପାତ୍ର କହିଛନ୍ତି। ତେଲ୍ ଅଭିଭ୍-ସ୍ଥିତ ଭାରତୀୟ ଦୂତାବାସ ମଧ୍ୟ ସ୍ଥିତି ଭଲଭାବେ ନିରୀକ୍ଷଣ କରୁଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ଅଛି ଜାଣିବା ପାଇଁ ଦୂତାବାସ ଅଧିକାରୀ ହସ୍ପିଟାଲ ଯାଉଛନ୍ତି। ଏହାବାଦ୍ ଭାରତୀୟ ଦୂତାବାସ ମଧ୍ୟ ଇସ୍ରାଏଲରେ ଭାରତୀୟ ନାଗରିକଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି। ଅନ୍ୟପକ୍ଷେ ସାଉଦି ଆରବ ଅଲ ଖାର୍ଜରେ ଏକ କମ୍ପାନିର ଆବାସିକ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୩ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା ବୋଲି ଖବର ପ୍ରସାରିତ ହୋଇଥିଲା। କିନ୍ତୁ ସାଉଦି ଆରବ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଏଥିରେ କୌଣସି ଭାରତୀୟଙ୍କର ମୃତ୍ୟୁ ହୋଇନାହିଁ। ସାଉଦି ଆରବ-ସ୍ଥିତ ଭାରତୀୟ ଦୂତାବାସ ମଧ୍ୟ ଏହା ସ୍ପଷ୍ଟ କରିଛି। ଦୂତାବାସ କହିଛି ଯେ, ଆକ୍ରମଣରେ ଆହତ ହୋଇଥିବା ଜଣେ ଭାରତୀୟ ନାଗରିକ ଏବେ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
/filters:format(webp)/sambad/media/media_files/2026/03/09/09bbs_63_09032026_112-2026-03-09-20-55-59.jpg)
- Mar 09, 2026 20:55 IST
ପେଟ୍ରୋଲ, ଡିଜେଲ ଦର ବଢ଼ିବନି
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ ଡଲାରରୁ ଅଧିକ ହୋଇଯାଇଛି। ଏହାର ପ୍ରଭାବରେ ଦେଶରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବା ନେଇ ଯେଉଁ ଆଶଙ୍କା କରାଯାଉଛି ତାହାକୁ ଜଣେ ବରିଷ୍ଠ ସରକାରୀ ଅଧିକାରୀ ଖଣ୍ଡନ କରିଛନ୍ତି। ତାଙ୍କ ମତରେ ସରକାର ବିଶ୍ବ ତୈଳ ବଜାର ଉପରେ କଡ଼ା ନଜର ରଖିଛନ୍ତି। ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇବାର କୌଣସି ଯୋଜନା ନାହିଁ। ବର୍ତ୍ତମାନର ଚାପକୁ କମ୍ପାନିଗୁଡ଼ିକ ସହ୍ୟ କରିନେବେ ବୋଲି ଆଶା କରାଯାଉଛି।
/filters:format(webp)/sambad/media/media_files/2026/01/15/breaking-2026-01-15-07-38-12.jpg)
- Mar 09, 2026 15:59 IST
ଟ୍ରକକୁ ପିଟିଲା ବାଇକ, ଜଣେ ମୃତ
/filters:format(webp)/sambad/media/media_files/2026/03/09/1breaking-news-saturday-2026-03-09-09-01-59.jpg)
ବାଂଶପାଳ: କେନ୍ଦୁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ତେନ୍ତୁଳି ଠାରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକକୁ ପିଟିଲା ବାଇକ ଘଟଣା ସ୍ଥଳରେ ବାପ ଓ ୩ ବର୍ଷର ଶିଶୁ ପୁତ୍ର ମୃତ, ସ୍ତ୍ରୀ ଗୁରୁତର। ମୃତକ ସ୍ଥାନୀୟ ତେନ୍ତୁଳି ବଜାରର ଡାଇନାମା ଦୋକାନୀ ଏମ ଡି ନୂର୍ (ସୋନୁ)।
- Mar 09, 2026 15:40 IST
ଚୁଙ୍ଗୀମାଟି ଜଗନ୍ନାଥ ମନ୍ଦିର ନିକଟରେ ଗୋଠଛଡ଼ା ଦନ୍ତା ହାତୀ
ରାଜଗାଙ୍ଗପୁର: ଚୁଙ୍ଗୀମାଟି ଜଗନ୍ନାଥ ମନ୍ଦିର ନିକଟରେ ଥିବା ଶଙ୍ଖ ନଦୀରେ ଏକ ଗୋଠଛଡ଼ା ଦନ୍ତା ହାତୀ ଦେଖିବାକୁ ମିଳିଛି। ହାତୀଟି ଧୀରେ ଧୀରେ ଜନବସତି ଆଡ଼କୁ ପଶି ଆସୁଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି।
/filters:format(webp)/sambad/media/media_files/2026/03/09/untitled-2026-03-09-15-40-50.png)
ସୂଚନା ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବନବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚିପାରିନାହାନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହା ନେଇ ଲୋକମାନେ ତୁରନ୍ତ ବନବିଭାଗର ହସ୍ତକ୍ଷେପ ଦାବି କରିଛନ୍ତି।
- Mar 09, 2026 14:23 IST
ପୁଣି ପୁରୀ କୋର୍ଟରେ ବୋମା ଆତଙ୍କ
ପୁରୀ: ପୁଣି ପୁରୀ କୋର୍ଟରେ ବୋମା ଆତଙ୍କ। ଜିଲ୍ଲା ଦୌରା ଜଜଙ୍କ ମେଲକୁ ଏହି ଧମକ ଆସିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/filters:format(webp)/sambad/media/media_files/2026/03/09/1breaking-news-saturday-2026-03-09-09-01-59.jpg)
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଏହିଭଳି ଧମକ ଆସିଥିଲା। କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତ ପାଖରେ ପହଞ୍ଚିପାରିନି।
- Mar 09, 2026 13:18 IST
ସମିତିସଭ୍ୟଙ୍କ ଗୁହାଳରେ ଜଳି ୧୫ ଛେଳି ଦଗ୍ଧ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଖଣ୍ଡିକୋଟି ଗ୍ରାମର ଏକ ଗୁହାଳରେ ନିଆଁ ଲାଗି ୧୫ ଛେଳି ଛୁଆ ଜୀବନ୍ତ ଦଗ୍ଧ ହୋଇଥିବା ଅଭିଯୋଗ ହୋଇଛି। ଗୁଣ୍ଡୁରିବାଡ଼ି ପଞ୍ଚାୟତର ସମିତିସଭ୍ୟ ଶ୍ରୀନିବାସ ବିଶ୍ଵାଳଙ୍କ ଗୁହାଳ ବୋଲି ଜଣାପଡିଛି।
/filters:format(webp)/sambad/media/media_files/2026/03/09/untitled-2026-03-09-13-18-36.png)
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।
- Mar 09, 2026 12:52 IST
ମଧ୍ୟପ୍ରାଚ୍ୟ ବିଷୟରେ ଆଲୋଚନା ହେବା ଉଚିତ: ଖଡ୍ଗେ
/filters:format(webp)/sambad/media/media_files/2026/03/09/09bbs_13_09032026_112-2026-03-09-12-52-05.jpg)
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ରାଜ୍ୟସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଦ୍ରୁତ ଗତିରେ ବଦଳୁଥିବା ଭୂରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା ହେବା ଉଚିତ। ଏହା ଭାରତକୁ ପ୍ରଭାବିତ କରୁଛି। ଭାରତରେ ଅଶୋଧିତ ତୈଳର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି, କାରଣ ୫୫% ଆମଦାନୀ ପଶ୍ଚିମ ଏସିଆରୁ ଆସୁଛି। ଏଲପିଜି ମହଙ୍ଗା ହେଉଛି। ଲକ୍ଷ ଲକ୍ଷ ଭାରତୀୟ ଏହି କ୍ଷେତ୍ରଗୁଡ଼ିକରେ କାମ କରନ୍ତି, ଏବଂ ସାମ୍ପ୍ରତିକ ଘଟଣାରେ କିଛି ଭାରତୀୟ ନାଗରିକଙ୍କ ମୃତ୍ୟୁ ମଧ୍ୟ ହୋଇଛି।
- Mar 09, 2026 12:14 IST
ଚନ୍ଦ୍ରଶେଖର ବାବନକୁଳେ ଓଡ଼ିଶାର ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର ପର୍ଯ୍ୟବେକ୍ଷକ
/filters:format(webp)/sambad/media/media_files/2026/03/09/1breaking-news-saturday-2026-03-09-09-01-59.jpg)
ଭୁବନେଶ୍ବର: ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଚନ୍ଦ୍ରଶେଖର ବାବନକୁଳେ ଓଡ଼ିଶାର ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି।
- Mar 09, 2026 11:36 IST
ବାଇକ୍- କଣ୍ଟେନର ଧକ୍କା, ୩ ବାଇକ୍ ଆରୋହୀ ମୃତ
/filters:format(webp)/sambad/media/media_files/2026/03/09/untitled-2026-03-09-11-35-36.png)
ଜମନକିରା: ଜମନକିରା ଥାନା ଠାରୁ ସମ୍ବଲପୁର ପଟକୁ ପ୍ରାୟ ୮ କିମି ଦୂରତା ଡୁମେରମୁଣ୍ଡା ଛକ ପାର୍ଶ୍ୱରେ ବାଇକ୍ - କଣ୍ଟେନର ଧକ୍କା। ୩ ବାଇକ୍ ଆରୋହୀ ମୃତ।
- Mar 09, 2026 10:25 IST
ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖିବା ବେଳେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା
/filters:format(webp)/sambad/media/media_files/2026/03/09/1breaking-news-saturday-2026-03-09-09-01-59.jpg)
ଭଦ୍ରକ: ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖିବା ବେଳେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା । ସଂଘବଦ୍ଧ ଭାବେ ସର୍ବସାଧାରଣ ସ୍ଥାନରେ ହତ୍ୟା କରାଯାଇଛି । ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଗୁଣ୍ଠୁନିଆ ଠାରେ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଚରମ୍ପା ବରାଳ ପୋଖରୀ ରେଳବାଇ କଲୋନୀର ଶ୍ରୀ କୁମାର ସ୍ବାମୀ।
- Mar 09, 2026 09:55 IST
ବିହାରରେ ଗିରଫ ହେବେ ୧୨ ଜଣ ପୁଲିସ କର୍ମଚାରୀ
Photograph: (SAMBAD.IN) ମୁଜାଫରପୁର: ପ୍ରାୟ ସାଢ଼େ ଚାରି ବର୍ଷ ପୂର୍ବେ ବିହାରର ମୁଜାଫରପୁର ଜିଲ୍ଲା କୁଧନି ଥାନାର ଗରୁଆ ଚୌକ ଅଞ୍ଚଳରୁ ଲୋଡେଡ୍ ପିସ୍ତଲ ଏବଂ ୧.୯୨୦ ମିଗ୍ରା ସ୍ମାକ୍ ଜବତ ମାମଲାରେ ମାମଲାର ସୂଚନାଦାତା ଏବଂ ଆଇଓ ସମେତ ଜଣେ ବି ସାକ୍ଷୀ ସାକ୍ଷ୍ୟ ଦେଇ ନାହାଁନ୍ତି। ଏହି ମାମଲାରେ ସ୍ୱତନ୍ତ୍ର କୋର୍ଟ ଏନଡିପିଏସ୍ ଆଇନ ନମ୍ବର ୨ର ବିଚାରପତି ନରେନ୍ଦ୍ର ପାଲ ସିଂହ ଡିଏସ୍ପି, ମାମଲାର ସୂଚନାଦାତା ଏବଂ ଆଇଓ ସମେତ ଛଅ ଜଣ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏଥିରେ ମାମଲାର ସୂଚନାଦାତା ତତ୍କାଳୀନ କୁଧନି ଥାନା ପ୍ରଭାରୀ ଅରବିନ୍ଦ ପାସୱାନ, ଏଏସଆଇ ପ୍ରକାଶ କୁମାର, ହୋମଗାର୍ଡ କୁମୁଦ କୁମାର ଏବଂ ଦିନେଶ ଚୌଧୁରୀ, ପୁଲିସ (ସଂରକ୍ଷିତ) କେନ୍ଦ୍ରର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ବିପିନ ନାରାୟଣ ଶର୍ମା ଏବଂ ମାମଲାର ଆଇଓ ଏସଆଇ ବିବେକାନନ୍ଦ ସିଂହ ଶାମିଲ ଅଛନ୍ତି।
- Mar 09, 2026 09:46 IST
ଆଇନଜୀବୀ ମହେଶ ତ୍ରିପାଠୀଙ୍କ ଘର ଉପରକୁ ଘନ ଘନ ବୋମାମାଡ଼
ବ୍ରହ୍ମପୁର: ଶାନ୍ତିମାର୍ଗ ତୃତୀୟଗଳିରେ ଥିବା ଆଇନଜୀବୀ ମହେଶ ତ୍ରିପାଠୀଙ୍କ ଘର ଉପରକୁ ଘନ ଘନ ବୋମାମାଡ଼ ହୋଇଥିଲା। ଏଥିରେ ୨ଜଣ ଆହତ ହୋଇଥିବା ଖବର ମିଳିଛି। ରିପୋର୍ଟ ଲେଖା ହେଲା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
/filters:format(webp)/sambad/media/media_files/2026/03/09/untitled-2026-03-09-09-46-26.png)
ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ବ୍ରହ୍ମପୁର ଏସ୍ପି ଡା.ଶରବଣା ବିବେକ ଏମ ସୂଚନା ଦେଇଛନ୍ତି।
- Mar 09, 2026 09:21 IST
ବରଯାତ୍ରୀଙ୍କୁ ହତ୍ୟା ଘଟଣା: ଗାଁରେ ପହଞ୍ଚି ତଦନ୍ତ କଲା ପୁଲିସ
/filters:format(webp)/sambad/media/media_files/2026/03/09/whatsapp-image-2026-03-09-09-21-21.jpeg)
ଜହ୍ନାପଙ୍କ: ସୋମବାର ସକାଳ ୭ ଘଣ୍ଟା ସମୟରେ ବୌଦ୍ଧ ଥାନା କାଶଲପୁର ଗ୍ରାମରେ ବରଯାତ୍ରୀଙ୍କୁ ହତ୍ୟା ମାମଲାର ତଦନ୍ତ ପାଇଁ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୌଦ୍ଧ ପୁଲିସ ଓ ସାଇଣ୍ଟିଫିକ ଟିମl ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ବ୍ରାମ୍ହଣୀପାଲି ଗ୍ରାମ ପଞ୍ଚାୟତ ବକପାଲି ଗ୍ରାମରୁ ଏକ ବରଯାତ୍ରୀ ଦଳ ତେଲିବନ୍ଧ ଗ୍ରାମ ପଞ୍ଚାୟତ କାଶଲପୁର ଗ୍ରାମକୁ ଆସିଥିଲେl ରାତି ପ୍ରାୟ ୧୧ଟା ୩୦ରେ ବରଯାତ୍ରୀ ଦଳରେ ଆସିଥିବା ମୁଣ୍ଡାପଡା ଗ୍ରାମର ବାସୁଦେବ ଝାଙ୍କର ଓ ଶାନ୍ତନୁ କୁମାର ଝାଙ୍କର ନାମକ ଦୁଇ ଯୁବକଙ୍କୁ ଗ୍ରାମର ବିଦ୍ୟାଳୟ ନିକଟରେ କୌଣସି ଅସ୍ତ୍ରରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଫେରାର ମାରିଥିଲେ l ଘଟଣା ସ୍ଥଳରେ ବାସୁଦେବଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଶାନ୍ତନୁ ଗୁରୁତର ଆହତ ହୋଇ ଥିଲେ | ଘଟଣା ଜାଣିବା ପରେ ପୁଲିସ ଓ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା ଓ ଉଭୟଙ୍କୁ ବୌଦ୍ଧ ଡାକ୍ତରଖାନା ଅଣା ଯାଇଥିଲାl ଡାକ୍ତର ବାସୁଦେବଙ୍କ ମୃତ ଘୋଷଣା କରିଥିଲେ ଓ ଶାନ୍ତନୁଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରା ଯାଉଥିବା ବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ ଆଜି ସକାଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
- Mar 09, 2026 09:02 IST
ବରଫ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୪ ଗୁରୁତର
/filters:format(webp)/sambad/media/media_files/2026/03/09/1breaking-news-saturday-2026-03-09-09-01-59.jpg)
ଆସିକା: ବରଫ ଫ୍ୟାକ୍ଟ୍ରିରେ ଗ୍ୟାସ୍ ବିସ୍ଫୋରଣ, ୪ ଗୁରୁତର। ଧରାକୋଟ ଥାନା ପାଟଣା ଛକରେ ଅଘଟଣ। ଆସିକା ଓ ବ୍ରହ୍ମପୁର ମେଡିକାଲରେ ଗୁରୁତରମାନେ ଭର୍ତ୍ତି ହୋଇଛନ୍ତି। ଗୁରୁତରମାନେ ହେଲେ ରମେଶ ମହାପାତ୍ର, ହେମନ୍ତ ମହାପାତ୍ର, ସଭାପତି ମହାପାତ୍ର ଏବଂ ବିଦେଶୀ ପ୍ରଧାନ।
- Mar 09, 2026 09:01 IST
ସାଉଦି ଆରବରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇନାହିଁ: ଭାରତୀୟ ଦୂତାବାସ
/sambad/media/post_attachments/images/2026/03/09/article/image/No-Indian-Killed-in-Saudi-Arabia-1773026730063_v-307901.webp)
ନୂଆଦିଲ୍ଲୀ: ଇରାନ ସାଉଦି ଆରବ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏକ ପ୍ରକ୍ଷେପଣ ଏକ ଆବାସିକ ଅଞ୍ଚଳରେ ପଡ଼ି ଆତଙ୍କ ସୃଷ୍ଟି କରିଥିଲା। ସାଉଦି ଆରବ ଏକ ବିବୃତ୍ତି ଜାରି କରି କହିଛି ଯେ ଇରାନ ଆକ୍ରମଣ ଦେଶରେ କ୍ରୋଧକୁ ବୃଦ୍ଧି କରୁଛି। ପୂର୍ବରୁ ଏହି ଇରାନୀ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଥିଲା। କିନ୍ତୁ ରିଆଦରେ ଥିବା ଭାରତୀୟ ଦୂତାବାସ ସୋମବାର ସ୍ପଷ୍ଟ କରିଛି ଯେ ଆକ୍ରମଣରେ କୌଣସି ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇନାହିଁ ଏବଂ କହିଛି ଯେ ସେମାନେ ସାଉଦି କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ସାଉଦି ସିଭିଲ ଡିଫେନ୍ସର ଜଣେ ଅଧିକାରୀ ରବିବାର କହିଥିଲେ ଯେ ଅଲ-ଖାର୍ଜ ସହରରେ ହୋଇଥିବା ଘଟଣାରେ ମୃତ ଦୁଇ ଜଣଙ୍କ ମଧ୍ୟରେ ଜଣେ ଭାରତୀୟ ଏବଂ ଜଣେ ବାଂଲାଦେଶୀ ନାଗରିକ ଅଛନ୍ତି। କିନ୍ତୁ ଭାରତୀୟ ଦୂତାବାସ ଏବେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଖବରକୁ ମିଥ୍ୟା ବୋଲି ଖାରଜ କରିଛି। - Mar 09, 2026 08:33 IST
ଇରାନ ତେଲ ଉପରେ ଆମେରିକାର ନଜର
/filters:format(webp)/sambad/media/media_files/2026/03/06/01breaking1-2026-03-06-16-14-21.jpg)
ୱାଶିଂଟନ: ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି ଯେ ଇରାନ ଉପରେ ଆକ୍ରମଣର ଲକ୍ଷ୍ୟ ହେଉଛି ଏହାର ତୈଳ ଭଣ୍ଡାର ଜବତ କରିବା। ଇରାନ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣ ଏବଂ ଏହାର ପରିଣାମ ଉପରେ ଆଲୋଚନା କରିବା ସମୟରେ ଗ୍ରାହାମ ଏହି ବକ୍ତବ୍ୟ ଦେଇଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ଲିଣ୍ଡସେ ଗ୍ରାହାମ ଟେଲିଭିଜନରେ ଖୋଲାଖୋଲି କହିଥିଲେ ଯେ ଆମେରିକାର ନଜର ଇରାନର ତେଲ ଉପରେ ରହିଛି। ଏହା ଇରାନ ସମ୍ପଦ ଜବତ କରିବାକୁ ଆମେରିକାର ପ୍ରୟାସ ବିଷୟରେ ତେହେରାନର ଅଭିଯୋଗକୁ ଆହୁରି ଦୃଢ଼ କରୁଛି।
- Mar 09, 2026 08:07 IST
ଅଶୋଧିତ ତେଲ ୧୦୦ ଡଲାର ଅତିକ୍ରମ
/sambad/media/post_attachments/1d5490c3-359.png)
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ଅଶୋଧିତ ତେଲ ମୂଲ୍ୟକୁ ପ୍ରଭାବିତ କରୁଛି। ସୋମବାର ଦିନ ଅଶୋଧିତ ତେଲର ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର ଅତିକ୍ରମ କରିଛି। ସାଢ଼େ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର ଅତିକ୍ରମ କରିଛି। ଯୁଦ୍ଧ ଯୋଗୁଁ ଉତ୍ପାଦନ ଏବଂ ପରିବହନରେ ବାଧା ସୃଷ୍ଟି ହେବା ଯୋଗୁଁ ଯୋଗାଣ ନେଇ ଚିନ୍ତା ବଢ଼ିଛି। ଏଲପିଜି ପରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇପାରେ ବୋଲି ଏବେ ଆଶଙ୍କା କରାଯାଉଛି। ସୋମବାର ବାଣିଜ୍ୟ ଆରମ୍ଭ ହେବାର କିଛି ସମୟ ପରେ ଅନ୍ତର୍ଜାତୀୟ ମାନର ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର ଅତିକ୍ରମ କରିଥିଲା। ସକାଳ ୭ଟା ୨୦ରେ ଏହା ପ୍ରାୟ ୧୧୦ ଡଲାର ପ୍ରତି ବ୍ୟାରେଲ ଥିଲା। ଶୁକ୍ରବାର ଦିନ ତୈଳ ମୂଲ୍ୟ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ପାଇ ୯୨.୬୯ ଡଲାରରେ ବନ୍ଦ ହୋଇଥିଲା। - Mar 09, 2026 07:52 IST
ରାଉରକେଲା ବିଜେତା, ସମ୍ବଲପୁର ଉପବିଜେତା
/filters:format(webp)/sambad/media/media_files/2026/03/09/whatsapp-image-2026-03-09-07-52-11.jpeg)
ରାଉରକେଲା: ଇସ୍ପାତ ଷ୍ଟାଡିୟମରେ ଚାଲିଥିବା ଅନ୍ତଃ ଜିଲ୍ଲା ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ରାଉରକେଲା ଚାମ୍ପିଅନ ହୋଇଛି। ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ସମ୍ବଲପୁର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୧୦୦ ରନ୍ କରିଥିଲା। ଜବାବରେ ରାଉରକେଲା ୫ ୱିକେଟ୍ ବିନିମୟରେ (୧୯ ଓଭର୍)ରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। ଅଲରାଉଣ୍ଡ୍ ପ୍ରଦର୍ଶନ (୩୫ ରନ୍ ଓ ୧ ୱିକେଟ୍) ସନ୍ଧ୍ୟା କୁମାରୀ ଫାଇନାଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍କୁ ବଲାଙ୍ଗୀର ଦଳ ୪୯ ରନ୍ରେ ଜିତିନେଇଥିଲା। ରଶ୍ମିତା ଗୁଡ଼ିଆ ଶ୍ରେଷ୍ଠ ବ୍ୟାଟର ଓ ସୀତା ସିଂହ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। ମୁଖ୍ୟଅତିଥି ଆର୍ଏସ୍ପି ଇଡି ବି.କେ. ଗିରି, ପି.କେ. ପଟ୍ଟନାୟକ, ରେଖା ଗୁପ୍ତା ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଯଥାକ୍ରମେ ୧୫ ଓ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ପୂର୍ବତନ କ୍ରିକେଟର୍ ଆସୋସିଏସନ୍ର ସସ୍ମିତା ପଟ୍ଟନାୟକ ଓ ସୁଜାତା ରାଉତ ପ୍ରତିଯୋଗିତା ଆୟୋଜନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।
- Mar 09, 2026 07:37 IST
ମୋଜତାବାଙ୍କ ନେତୃତ୍ବରେ ଇସ୍ରାଏଲ ଉପରେ ପ୍ରଥମ କ୍ଷେପଣାସ୍ତ୍ର ମାଡ଼
/filters:format(webp)/sambad/media/media_files/2026/03/08/1breaking-news-tuesady-2026-03-08-15-22-07.jpg)
ଇରାନର ସରକାରୀ ନ୍ୟୁଜ୍ ଚ୍ୟାନେଲ IRIB ଅନୁଯାୟୀ, ଇସ୍ରାଏଲର ନୂତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନିଙ୍କ ନିଯୁକ୍ତି ପରେ ସୋମବାର ଇରାନ ଇସ୍ରାଏଲ ଉପରେ ପ୍ରଥମ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଆୟାତୋଲ୍ଲା ସେୟଦ ମୋଜତାବା ଖାମେନିଙ୍କ ନେତୃତ୍ୱରେ ଇରାନ ଅଧିକୃତ ଅଞ୍ଚଳ ଆଡ଼କୁ ପ୍ରଥମ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। IRIB ତାର ଟେଲିଗ୍ରାମ ଚ୍ୟାନେଲରେ କହିଛି। - Mar 09, 2026 07:21 IST
ଅଜଣାଗାଡ଼ି ଧକ୍କାରେ ୨ ମୃତ, ଜଣେ ଗୁରୁତର
Photograph: (Sambad.in) ରାଜାମୁଣ୍ଡା/ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗୌଡ଼ୁଣୀପୋଷ ଛକ ନିକଟରେ ଅଜଣାଗାଡ଼ି ପଛରେ ଧକାଦେଇ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଜଣକର ଘଟଣାସ୍ଥଳରେ ଓ ଜଣକର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଅନ୍ୟଜଣକୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିନଥିବାବେଳେ ସେମାନେ ଚାନ୍ଦିପୋଷ ଓ କେବଲାଙ୍ଗ ଅଞ୍ଚଳର ବୋଲି କୁହାଯାଉଛି। ଗୁରୁତରଜଣକ ଚାନ୍ଦିପୋଷ ମୁଣ୍ଡା ସାହିର ଦାମୁ ମୁଣ୍ଡା ବୋଲି କୁହାଯାଉଛି। ଲହୁଣିପଡ଼ା ପୁଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତକରି ତଦନ୍ତ କରୁଛି। ସୂଚନା ଅନୁସାରେ, ଓଡି ୧୪ ଡବ୍ଲୁ ୪୩୨୭ ବାଇକ୍ ଯୋଗେ ୩ ଯୁବକ ରାଜାମୁଣ୍ଡାରୁ ଯାଉଥିବାବେଳେ ଗୌଡ଼ୁଣୀପୋଷ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଅଜଣାଗାଡ଼ି ପଛରେ ଧକା ଦେଇଥିଲେ। ୩ ଜଣ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟଲୋକେ ସେମାନଙ୍କୁ ଉଦ୍ଧାରକରି ଲହୁଣିପଡ଼ା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣକର ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଦାମୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ।
- Mar 09, 2026 07:10 IST
ହନୁମାନ ମନ୍ଦିରରେ ଟି୨୦ ବିଶ୍ବକପ୍ ଟ୍ରଫି
/sambad/media/post_attachments/cbcf3c4d-e5e.png)
ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ୍-୨୦୨୬ ଶେଷ ହୋଇଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ରାତି ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ କରି ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ୍ ଜିତିଛି। ଭାରତ ଅହମଦାବାଦରେ ଇତିହାସ ସୃଷ୍ଟି ହୋଇଛି। ସାରା ଦେଶରେ ଉତ୍ସବର ପରିବେଶ ରହିଛି। ଭାରତର ବିଜୟକୁ ଏକ ଭିନ୍ନ ସ୍ତରରେ ପାଳନ କରାଯାଉଛି। ବିଶ୍ୱକପ୍ ଜିତିବା ପରେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ, ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କୁ ହନୁମାନ ମନ୍ଦିରରେ ଦେଖିବାକୁ ମିଳିଥିଲା। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି ହୋଇଛି। ସେହି ଭିଡିଓରେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଶ୍ରୀ ଶାହଙ୍କୁ ଅହମଦାବାଦର ହନୁମାନ ମନ୍ଦିରରେ ଦେଖିବାକୁ ମିଳିଛି। ସୂର୍ଯ୍ୟ ଟ୍ରଫି ସହିତ ଦର୍ଶନ କରିବାକୁ ଆସୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
- Mar 09, 2026 07:06 IST
ବୁମରାହ ଜଣେ ଜାତୀୟ ସମ୍ପତ୍ତି: ସୂର୍ଯ୍ୟକୁମାର
/sambad/media/post_attachments/onecms/images/uploaded-images/2026/02/21/9f7e78dca4bef8bdcdec1314b3261bdd17716769356291364_original-663912.jpg?impolicy=abp_cdn&imwidth=1200&height=675)
ଅହମଦାବାଦ: ରବିବାର ତାଙ୍କର ତୃତୀୟ ଆଇସିସି ଟି୨୦ ବିଶ୍ୱକପ୍-୨୦୨୬ ଟାଇଟଲ୍ ଜିତିବା ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଜସପ୍ରୀତ ବୁମରାହଙ୍କୁ ତାଙ୍କର ଚମତ୍କାର ବୋଲିଂ ପାଇଁ ‘ଜାତୀୟ ସମ୍ପତ୍ତି’ ବୋଲି କହିଥିଲେ, ଯାହା ଚମତ୍କାର ଦ୍ରୁତ ବୋଲରଙ୍କ ପାଇଁ ଏକ ଉପଯୁକ୍ତ ରୂପକ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୯୬ ରନର ବିଜୟ ସହିତ ସୂର୍ଯ୍ୟକୁମାରଙ୍କ ଦଳ ପୁରୁଷ କ୍ରିକେଟରେ କ୍ରମାଗତ ବିଶ୍ୱ ଟି୨୦ ଟାଇଟଲ୍ ଜିତିବା ଏବଂ ଘରୋଇ ମାଟିରେ ଟ୍ରଫି ଜିତିବା ପ୍ରଥମ ଦଳ ହୋଇଥିଲା। ମ୍ୟାଚ୍ ପରେ ଉପସ୍ଥାପନା ଉତ୍ସବରେ ସୂର୍ଯ୍ୟକୁମାର କହିଥିଲେ, ବୁମରାହ ଗୋଟିଏ ପିଢ଼ିରେ ଥରେ ଆସୁଥିବା ବୋଲର। ମୁଁ ତାଙ୍କୁ ଏକ ଜାତୀୟ ସମ୍ପତ୍ତି କହିପାରିବି। ସେ ୱିକେଟ୍ କିପରି ନେବାକୁ ହୁଏ ତାହା ଜାଣନ୍ତି; ସେ ଖେଳର ସର୍ବୋତ୍ତମ ଖେଳାଳି।
- Mar 09, 2026 07:02 IST
୪ଜିଲ୍ଲାକୁ ଝଡ଼ବର୍ଷା ଭୟ, ଅରେଞ୍ଜ ୱାର୍ଣ୍ଣିଂ
/filters:format(webp)/sambad/media/media_files/2026/02/27/temperature-2026-02-27-10-11-57.jpg)
ଭୁବନେଶ୍ବର: ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟରେ ପାଗ ମେଘୁଆ ରହିଥିଲା। ଏହି ଘୂର୍ଣ୍ଣିବଳୟ ଦେଇ ଏକ ଟ୍ରଫ୍ଲାଇନ୍ ଉତ୍ତର-ପଶ୍ଚିମ ଉତ୍ତରପ୍ରଦେଶ ଦେଇ ଉତ୍ତର ଛତିଶଗଡ଼ ଓ ଉତ୍ତରପୂର୍ବ ମଧ୍ୟପ୍ରଦେଶ ଦେଇ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯିବା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟପଟେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼, କୋରାପୁଟ, ମାଲକାନଗିରି ଓ ବୌଦ୍ଧ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏସବୁ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
- Mar 09, 2026 07:01 IST
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ
/filters:format(webp)/sambad/media/media_files/2025/11/30/assembly-2025-11-30-02-04-11.jpg)
ଭୁବନେଶ୍ବର: ଖରିଫ ଧାନ କିଣାରେ ଅବ୍ୟବସ୍ଥା ଦୂର ହୋଇନି। ଚାଷୀମାନଙ୍କ ଭିତରେ ପ୍ରବଳ ଅସନ୍ତୋଷ ଜାରି ରହିଛି। କେଉଁଠି ଆକାଉଣ୍ଟକୁ ଟଙ୍କା ଯାଉନି ତ କେଉଁଠି ଟୋକନ୍ ଲାପ୍ସ କରିଗଲାଣି। ମଣ୍ଡି ଆଗରେ ଧାନଗାଡ଼ି ଛିଡ଼ା କରି ଚାଷୀ ପ୍ରତିବାଦ କରୁଛନ୍ତି। ଏମିତି ପରିସ୍ଥିତିରେ ସୋମବାରଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରୁ କୌଣସି ଗୋଟିଏ ଦିନ ବି ଗୃହ ସ୍ବାଭାବିକ ଚାଲି ନଥିଲା। ଚାଷୀ ଓ ଧାନକିଣା ହିଁ ମୁଖ୍ୟ ପ୍ରସଙ୍ଗ ଥିଲା ବିରୋଧୀଙ୍କର। ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିରୋଧୀ ଗୃହ ଚଳାଇ ଦେଇ ନଥିଲେ। ଏବେ ସେହି ପ୍ରସଙ୍ଗଟି ଆହୁରି ଜଟିଳ ହୋଇଛି। ତେଣୁ ବିରୋଧୀ ଧାନକିଣା ଅବ୍ୟବସ୍ଥାକୁ ଜୋରଦାର ଉଠାଇବେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବା ଥୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/08/1breaking-news-monday-2026-03-08-17-51-41.jpg)