🔴 LIVE | News Updates 22nd November 2025: ହାଇୱାକୁ ପିଟିଲା ୧୦୮ ଆମ୍ବୁଲାନ୍ସ, ଗୁଆହାଟୀ ଟେଷ୍ଟରେ ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି, ଭାରତ କରୁଛି ବୋଲିଂ

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Saturday

BREAKING NEWS Saturday Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Nov 22, 2025 09:50 IST

    ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

    ଭଦ୍ରକ: ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ଧାମନଗର ନିର୍ବାଚନମଣ୍ଡଳୀ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ।

    Untitled

  • Nov 22, 2025 08:37 IST

    ଗୁଆହାଟୀ ଟେଷ୍ଟ: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି, ଭାରତ କରୁଛି ବୋଲିଂ

    ଗୁଆହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ୍‌ ଶନିବାରଠାରୁ ଗୁଆହାଟୀ‌ରେ‌ ଖେଳାଯାଉଛି। ଗୌହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଅତିଥି ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବୋଲିଂ କରୁଛି। ପୂର୍ବ ଭାରତର ଅନ୍ୟତମ ଟେଷ୍ଟ୍ ଭେନ୍ୟୁ ଭାବେ ବର୍ଷାପାରା ଷ୍ଟାଡିୟମ୍ ଏହି ମ୍ୟାଚ୍‌ ଆୟୋଜନ କରୁଛି। ଏହା ମଧ୍ୟ ଦେଶର ୩୦ତମ ଟେଷ୍ଟ୍ ଭେନ୍ୟୁର ମାନ୍ୟତା ପାଇଛି। ଏହି ଟେଷ୍ଟ୍ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି। ଅଧିନାୟକ ଶୁବମନ ଗିଲ୍ ଖେଳିବେ ନାହିଁ ବୋଲି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ସ୍ପଷ୍ଟ କରିଦେଇଛନ୍ତି। ଦକ୍ଷିଣ ଆଫ୍ରିକା ପାଇଁ ମଧ୍ୟ ସମାନ ସମସ୍ୟା ରହିଛି।

    Screenshot 2025-11-22 083159
    South Africa option to bat first at Guwahati test. Photograph: (ITG)

    କୋଲକାତା ଟେଷ୍ଟ୍ ଆରମ୍ଭ ଦିନ ସକାଳେ ଅଭ୍ୟାସ ବେଳେ ଆହତ ହୋଇଥିବା ଦ୍ରୁତ ବୋଲର କାଗିସୋ ରବାଡ଼ା ମଧ୍ୟ ଖେଳିବେ ନାହିଁ ବୋଲି ଦକ୍ଷିଣ ଆଫ୍ରିକା ସ୍ପଷ୍ଟ କରିଛି। ୧୯୮୩ ମସିହାରୁ ଦିନିକିଆ ଆୟୋଜନ କରି ଆସୁଥିବା ଗୁଆହାଟୀରେ ଏସିଏ କ୍ରିକେଟ୍ ଷ୍ଟାଡିୟମ୍‌ ଏବେ ଟେଷ୍ଟ୍ ପଦାର୍ପଣ କରିବାକୁ ଯାଉଥିବାରୁ ଆୟୋଜକ, କ୍ରିକେଟ୍ ପ୍ରଶଂସକ, ସାମ୍ବାଦିକ ଓ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ‘ଉତ୍ତରପୂର୍ବର ଦ୍ବାର’ ଭାବେ ପରିଚିତ ଗୁଆହାଟୀ ମଧ୍ୟ ଚଳିତ ବର୍ଷ ଆ‌ଇସିସି ଦିନିକିଆ ମହିଳା ବିଶ୍ବକପ୍‌ ମ୍ୟାଚ୍‌ ଆୟୋଜନ କରିଥିଲା। ଆମ ସମୟରେ ଗୁଆହାଟୀ ଏକ ଟେଷ୍ଟ୍ ମ୍ୟାଚ୍‌ ଆୟୋଜନ କରିବ କଳ୍ପନା କରି ହେଉ ନଥିଲା ବୋଲି କହିଛନ୍ତି ପୂର୍ବତନ ଆସାମ କ୍ରିକେଟର୍‌ ବିମଳ ଭାରତୀ।

  • Nov 22, 2025 08:08 IST

    ରାସ୍ତାପାର୍ଶ୍ବରେ ଛିଡ଼ା ଥିବା ହାଇୱାକୁ ପିଟିଲା ୧୦୮ ଆମ୍ବୁଲାନ୍ସ

    ଯୁଯୁମୁରା: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଆଜି ଭୋର ପ୍ରାୟ ୫ଟାରେ ରାସ୍ତା ପାର୍ଶ୍ବରେ ଛିଡ଼ା ଥିବା ହାଇୱାର ପଛ ପଟେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଗୁରୁତରଙ୍କ ସହ ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡ଼ାକ୍ତରଖାନାକୁ ପଠାଇଥିଲେ। ବୌଦ୍ଧରୁ ରୋଗୀ ନେଇ ବୁର୍ଲା ଡ଼ାକ୍ତରଖାନା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି।

    8d0d9f20-7706-45dc-8cb9-2e80b303f0f3
    Ambulance faces accident in NH-55 near Jujumura on Saturday. Photograph: (sambad.in)

     

  • Nov 22, 2025 07:34 IST

    ଜୋହରାନ ମାମଦାନୀଙ୍କୁ ଟ୍ରମ୍ପଙ୍କ ସ୍ବାଗତ

    ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ନ୍ୟୁୟର୍କ ସିଟି ମେୟର-ନିର୍ବାଚିତ ଜୋହରାନ ମାମଦାନୀଙ୍କୁ ହ୍ୱାଇଟ୍ ହାଉସରେ ସ୍ୱାଗତ କରିଛନ୍ତି। ଟ୍ରମ୍ପ ମାମଦାନୀଙ୍କ ନିର୍ବାଚନ ବିଜୟକୁ ପ୍ରଶଂସା କରିଛନ୍ତି, ଯିଏ ଏହି ମାସର ଆରମ୍ଭରେ ନ୍ୟୁୟର୍କ ମେୟର ଦୌଡ଼ରେ ବିଜୟୀ ହୋଇଥିଲେ। ଜୀବନଯାପନ ଖର୍ଚ୍ଚ ଏବଂ ସାଧାରଣ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମାମଦାନୀ ଟ୍ରମ୍ପଙ୍କ ସହ ଏକ ବୈଠକ କରିବାକୁ ଅନୁରୋଧ କରିଥିଲେ।

    t
    President Donald Trump welcomes Zohran Mamdani in White House. Photograph: (TOI)

     

  • Nov 22, 2025 06:58 IST

    କାର୍‌ ଧକ୍କାରେ ୪ଜଣଙ୍କ ମୃତ୍ୟୁ, ୩ ଆହତ

    ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଅମ୍ବରନାଥ ସହରରେ ଏକ କାର କିଛି ଦୁଇ ଚକିଆ ଯାନ ସହିତ ଧକ୍କା ହୋଇ ଏକ ଫ୍ଲାଏଓଭର ଉପରେ ଓଲଟି ପଡ଼ିବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଟି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୧୫ରେ ସହରର ପୂର୍ବ ଭାଗକୁ ପଶ୍ଚିମ ଅଂଶ ସହିତ ସଂଯୋଗ କରୁଥିବା ଫ୍ଲାଏଓଭର ଉପରେ ଘଟିଥିଲା ​​ବୋଲି ସେମାନେ କହିଛନ୍ତି। ପୁଲିସ କହିଛି ଯେ ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ ପ୍ରଭାବିତ ଦୁଇ ଚକିଆ ଯାନରେ ବସିଥିବା ଜଣେ ବ୍ୟକ୍ତି ପବନରେ ଫିଙ୍ଗି ପଡ଼ି ଫ୍ଲାଏଓଭର ତଳେ ରାସ୍ତାରେ ପଡ଼ିଯାଇଥିଲେ। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ କାର ଚାଳକ ନିୟନ୍ତ୍ରଣ ହରାଇବା ପରେ ଗାଡ଼ିଟି ଚାରି-ପାଞ୍ଚ ଦୁଇ ଚକିଆ ଯାନ ସହିତ ଧକ୍କା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe