🔴 LIVE | News Updates 23rd November 2025: ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର, ଭୂମିକମ୍ପରେ ୧୦ ଜଣଙ୍କର ମୃତ୍ୟୁ

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS  Sunday

BREAKING NEWS Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Nov 23, 2025 15:07 IST

    ଗଂଜେଇ ଅମଳ ପୂର୍ବରୁ ପୁଲିସର ଆକ୍ସନ

    କାଲିମେଳା : ଗତକାଲି  କାଲିମେଳା ଥାନା ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ରେ ଅବସ୍ଥିତ କୁର୍ମାନୁର ପାହାଡ଼ରେ ବେଆଇନ ଭାବରେ ଚାଷ କରା ଯାଇଥିବା  ୧୨ ହଜାର ଗଂଜେଇ ଗଛକୁ ପୋଡ଼ି ନଷ୍ଟ କରିଦେଇଛି କାଲିମେଳା ପୁଲିସ । ଏହି ପାହାଡିଆ ଅଂଚଳରେ ପ୍ରାୟ ୮ ଏକର ଖୋଲା ସ୍ଥାନରେ ଏହି ସବୁ ଗଂଜେଇ ଚାଷ କରା ଯାଉଥିବାର ଖବର ପାଇ କାଲିମେଳା ପୁଲିସ ଗଂଜେଇ ଗଛକୁ କାଟି ସେହି ସ୍ଥାନରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ। କାଲିମେଳା ପୁଲିସ ଓ ଡିଭିଏଫ ଯବାନମାନେ ଏହି ଅଭିଯାନରେ ସାମିଲ ଥିଲେ।

  • Nov 23, 2025 14:33 IST

    ନିଶାଶକ୍ତ ଅବସ୍ଥାରେ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ଯୁବକ

    ନିଶାଶକ୍ତ ଅବସ୍ଥାରେ ରାତି ଅଧ ରେ କାଠ ଫାଳିଆ ରେ ପିଟି ପିଟି  ବୃଦ୍ଧ ଙ୍କୁ ହତ୍ୟା କଲେ ଯୁବକ। କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଯୁଗା ପଦର ଗାଁ ରେ  ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ କ. ନୂଆଗାଁ ଥାନା କଂଜାମେଣ୍ଡି ଅଞ୍ଚଳ ର ଅଲେଖ ନାୟକ ବୋଲି ଜଣାପଡିଛି। କାଠ ଫାଳିଆରେ ପିଟି ପିଟି ହତ୍ୟା କରିବା ପରେ ଅଭିଯୁକ୍ତ ମିଥୁନ ମଲ୍ଲିକ କ. ନୂଆଗାଁ ଥାନାରେ ଆତ୍ମ ସମର୍ପଣ କରିଛି । ଘଟଣାସ୍ଥଳରେ କ ନୂଆଗାଁ ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛି। ହେଲେ ବୃଦ୍ଧଙ୍କୁ କଣ ପାଇଁ ହତ୍ୟା କଲା ଯୁବକ ତାହା ବର୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ।

  • Nov 23, 2025 10:13 IST

    ଭୂମିକମ୍ପରେ ୧୦ ଜଣଙ୍କର ମୃତ୍ୟୁ

    ବାଂଲାଦେଶର ଲୋକମାନେ ଏକ ସିରିଜ୍ ଭୂମିକମ୍ପ ପରେ ଆତଙ୍କିତ ଅଛନ୍ତି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ କୋଠା ଭୁଶୁଡ଼ି ପଡ଼ିଛି। ଗତ ୩୨ ଘଣ୍ଟା ମଧ୍ୟରେ ୫.୭ ଏବଂ ୩.୭ ତୀବ୍ରତାର ଭୂମିକମ୍ପ ସମେତ ଅନେକ ଭୂମିକମ୍ପ ଅନୁଭୂତ ହୋଇଛି। ବିଶେଷଜ୍ଞମାନେ ଏକ ବଡ଼ ଭୂମିକମ୍ପ ନେଇ ସତର୍କ କରାଇଛନ୍ତି। ଢାକା ବିଶ୍ୱର ସବୁଠାରୁ ଦୁର୍ବଳ ସହର ମଧ୍ୟରୁ ଗୋଟିଏ।

     

  • Nov 23, 2025 07:38 IST

    ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର  

    ରାଉରକେଲା: ଆଜି ଭୋରରୁ ସୁନ୍ଦରଗଡ଼ା ଜିଲ୍ଲା ଲାଠିକଟା କୁଚେଇତା ନିକଟରେ ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି।ରାଉରକେଲାର ସ୍ୱତନ୍ତ୍ର ପୁଲିସକୁ ଚକମାଦେଇ ଖସି ପଳାଉଥିଲା ବେଳେ ପୁଲିସ ଗୁଳି ଚଳାଇଥିଲାl ତିନି ଗୁରୁତରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିl ଅନ୍ୟ ପାଞ୍ଚ ଜଣଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଛିl ଏହି ଅପରାଧୀମାନେ କୋଇଡା ଓ ଅନ୍ୟାନ୍ୟ ଅଞ୍ଚଳରେ ଡକାୟତିକରି ଫେରାର ହୋଇ ଯାଉଥିଲେ l ନିକଟରେ ଲହୁଣୀପଡ଼ା ବରସୁଆଁ ଟ୍ରାନ୍ସପୋର୍ଟ ଅଫିସ ଓ କୋଇଡାର ଅନ୍ୟ ଏକ ଟ୍ରାନ୍ସପୋର୍ଟରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେl ସେମିତି ବଣାଇରେ ଜଣେ ବ୍ୟବସୟୀଙ୍କ ପରିବାରଙ୍କୁ ବାନ୍ଧି ଲୁଟପାଟ ଘଟଣାରେ ଏମାନଙ୍କ ଜଡିତ ଥିବା ଜଣାପଡ଼ିଛି।

  • Nov 23, 2025 07:27 IST

    ଗାଜାରେ ବିମାନ ଆକ୍ରମଣ କଳା ଇସ୍ରାଏଲ, ୨୦ଜଣ ମୃତ

    ଗାଜାରେ ଇସ୍ରାଏଲୀ ବିମାନ ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଶନିବାର ରିପୋର୍ଟ କରିଛନ୍ତି ଯେ ଆକ୍ରମଣରେ ୮୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ପ୍ରଥମ ଆକ୍ରମଣ ରିମାଲ ଅଞ୍ଚଳରେ ଏକ କାରକୁ ଟାର୍ଗେଟ କରିଥିଲା, ଯାହା ଫଳରେ ଏଥିରେ ନିଆଁ ଲାଗିଯାଇଥିଲା। ଆକ୍ରମଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା।

  • Nov 23, 2025 06:58 IST

    ଦିଲ୍ଲୀ ବିମାନବନ୍ଦରରେ ନିଷ୍କ୍ରିୟ ହୋଇଯିବ ଶତ୍ରୁପକ୍ଷର ଡ୍ରୋନ୍‌

    ବିମାନବନ୍ଦର ଏବଂ ଆଖପାଖ ଅଞ୍ଚଳରେ ଡ୍ରୋନ ଆକ୍ରମଣର ବିପଦକୁ ଦୃଷ୍ଟିରେ ରଖି, ଆଇଜିଆଇ ବିମାନବନ୍ଦର ସମେତ ଦେଶର ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ଡ୍ରୋନ ପ୍ରତିରୋଧୀ ସିଷ୍ଟମ ସ୍ଥାପନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ଗୃହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଏହି କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବାକୁ କାମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe