🔴 LIVE | News Updates 24th November 2025: ଆଜିର ଅପ୍‌ଡେଟ୍‌ ଖବର ପଢ଼ନ୍ତୁ: ଇସ୍ରାଏଲ୍‌ର ଆକ୍ରମଣରେ ହିଜ୍‌ବୁଲର ମୁଖ୍ୟ ସଦସ୍ୟ ତବତାବାଇ ନିପାତ

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS  Monday

BREAKING NEWS Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Nov 24, 2025 22:01 IST

    ସାର ଟ୍ରକ କୁ ଡକାୟତି, ଦୁଇ ଗିରଫ

    ମୈଦଲପୁର: ମୈଦଲପୁର ଥାନା ଅଧୀନ ଡାବୁଗାଁ ରାସ୍ତା ର ସିନ୍ଧିଗୁଡା ଗ୍ରାମ ନିକଟରେ ଏକ ସାର ବୋଝେଇ ଟ୍ରକକୁ ୩ଜଣ ଡକାୟତି ଉଦ୍ୟମ ବେଳେ ସଠିକ ସମୟରେ ପୁଲିସ ପହଂଚି ଡକାୟତି ଭଣ୍ଡୁର କରିଥିବା ବେଳେ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ ମଧ୍ୟ ଜଣେ ଫେରାର ହୋଇ ଯାଇଛି l ଦୁଇ ଅଭିଯୁକ୍ତ ହେଲେ ଗାଦବା କତରା ପଂଚାୟତ ର ତୁଳସୀ ହରିଜନ ଓ ନିମନ୍ତ ପାଙ୍ଗି ଓ ଫେରାର ଅଭିଯୁକ୍ତ ହେଲା ପ୍ରଭାସ ବେସ୍ରା l ସୂଚନା ଅନୁସାରେ,କଟକ ଜିଲ୍ଲା କାରଙ୍ଗା ପଂଚାୟତ ର ଦୁର୍ଗା ପ୍ରସାଦ ଜେନା ତାଙ୍କର ନିଜ ଟ୍ରକ (OD 04 H 6835), ପାପଡାହାଣ୍ଡି ଥାନା ତୁମ୍ବର୍ଲାରୁ ସାର ବୋଝେଇ କରି ଉମରକୋଟ ଅଭିମୁଖେ ରାତି ପ୍ରାୟ ୧୦ଟା ଯାଉଥିବା ବେଳେ ମୈଦଲପୁର ମଦ ଦୋକାନ ନିକଟରେ ଗୋଟିଏ ବାଇକରେ  ୩ଜଣ ଆସି ଟ୍ରକ ସମ୍ମୁଖରେ ଗାଡ଼ି ରଖି ନିଜ କୁ ପୋଲିସ ର ପରିଚୟ ଦେଇ ସାର ଗାଡ଼ି ର କାଗଜ ପତ୍ର ମାଗିଥିଲେ l ଆଗରେ ଥାନା ବାବୁ ଅଛନ୍ତି କହି ଡ୍ରାଇଭରକୁ ମାଡ଼ ମାରିବା ସହ ତୁଳସୀ ଟ୍ରକ ଚଳାଇବା ସହ ଡ୍ରାଇଭରକୁ ନେଇ ସିନ୍ଧିଗୁଡା ଗ୍ରାମ ନିକଟ ଖେଳ ପଡିଆ ନିକଟରେ ରଖି ଲୁହା ଚେନ ଓ ବାଡ଼ି ରେ ମାରିଥିଲେ l ସୌଭାଗ୍ୟ ବଶତଃ ମୈଦଲପୁର ପୋଲିସ ପେଟ୍ରୋଲିଙ୍ଗ ସାରି ଫେରୁଥିବା ସମୟରେ ସନ୍ଦେହ କରି ପଚାରିବାରୁ ସାର ବୋଝେଇ ଟ୍ରକ ଡ୍ରାଇଭର ପୁଲିସ ନିକଟରେ ସତ ଘଟଣା କହିଥିଲେ l ସେଠାରୁ ପୁଲିସ ତୁଳସୀ ଓ ନିମନ୍ତ ଙ୍କୁ ଧରିବା ରେ ସଫଳ ହୋଇ ଥିଲା l କିନ୍ତୁ ପ୍ରଭାସ ଫେରାର ହୋଇଯାଇଥିଲା l  ଚେନ ଓ କାଠ ଜବତ କରାଯିବା ସହ କେଶ ନଂ 117/25ମାମଲା ରଜୁ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଥାନା ଅଧିକାରୀ ବିପିନ କୁମାର କୁଲଦୀପ ସୂଚନା ଦେଇଛନ୍ତି l 

  • Nov 24, 2025 20:38 IST

    ୪୮ ଲକ୍ଷ ଘୋଷିତ ୧୫ ନକ୍ସଲଙ୍କ ଆତ୍ମସମର୍ପଣ

    ମାଲକାନଗିରି,: ଲଗାତାର ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ପାଇଁ ଆଗେଇ ଆସୁଛନ୍ତିଯାହାକି ଶୁଭ ସଂକେତଦୁର୍ଦାନ୍ତ ହିଡମାର ମୃତ୍ୟୁ ପରେ ନକ୍ସଲ ସଂଗଠନରେ ବଳକା ରହିଥିବା ନକ୍ସଲ ମଧ୍ୟ ଏବେ ଭୟଭିତ ହେଲେଣିଏଣୁ ଯେତେ ଶୀଘ୍ର ପାରୁଛନ୍ତି ଆତ୍ମସମର୍ପଣ କରୁଛନ୍ତିଏହି କ୍ରମରେ ଆଜି ସୁକମା ପୁଲିସ ନିକଟରେ ୧୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତିସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏହି ୧୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତିଆତ୍ମସମର୍ପଣ କରିଥିବା ନକ୍ସଲ ମଧ୍ୟରେ ହିଡମାର ପିଏଲଜିଏ ବାଟାଲିୟନ ନମ୍ବର -୧ର ୪ ଜଣ ହାର୍ଡକୋର ମାଓବାଦୀ ରହିଥିବା ବେଳେ ଏସିଏମ ୨ ଜଣ,ପାର୍ଟି ସଦସ୍ୟ ୩ ଜଣ ଏବଂ ଅନ୍ୟ ନକ୍ସଲମାନେ ସକ୍ରିୟ ସଦସ୍ୟ ଥିଲେଏମାନଙ୍କ ମଧ୍ୟରେ ୫ ଜଣ ମହିଳା ନକ୍ସଲ ରହିଛନ୍ତିଏମାନଙ୍କ ମଧ୍ୟରେ ୪ ମାଓବାଦୀଙ୍କ ଉପରେ ୪ ଲକ୍ଷ ଲେଖାଏଁ ପୁରସ୍କାର ରହିଥିବା ବେଳେ ୨ ଜଣଙ୍କ ନାମରେ ୫ ଲକ୍ଷ ଲେଖାଏଁ, ଜଣେ ମାଓବାଦୀ ନାମରେ ୩ ଲକ୍ଷ,ଜଣେ ମାଓବାଦୀ ନାମରେ ୨ ଲକ୍ଷ ଏବଂ ଅନ୍ୟ ଜଣେ ମାଓବାଦୀ ନାମରେ ଲକ୍ଷେ ଟଂକା ପୁରସ୍କାର ରହିଥିଲାପୁଲିସ ପକ୍ଷରୁ ସମସ୍ତଙ୍କ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସେମାନଙ୍କୁ ସରକାରଙ୍କ ଯୋଜନା ଅନୁଯାୟୀ ଆତ୍ମନିର୍ଭରଶୀଳ କରାଯିବ

  • Nov 24, 2025 19:47 IST

    ରାସ୍ତାରେ ଓଲଟିଲା ସ୍କର୍ପିଓ , ଜଣେ ମୃତ

    ରାଜଗାଙ୍ଗପୁର: ରାଜଗାଙ୍ଗପୁର ରାଜ୍ୟ ରାଜପଥ ୧୦ ଜାମପାଲି ବାଇପାସ ନିକଟରେ ଗତ ରାତ୍ରୀ ରେ ଏକ ସ୍କର୍ପିଓ ରାସ୍ତା ତଳକୁ ନାଳରେ ଓଲଟି ପଡିବାରୁ ଗାଡି ଭିତରେ ଥିବା ଜଣେ ଆରୋହିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ  ମାଲିଡ଼ିହି ପଞ୍ଚାୟତ ଗରତିଆ ପଡା ଭଗତଟୋଲାର  ଅଜିତ ମିଞ୍ଜ (୧୯)।
     ସୂଚନା ମୁତାବକ ରବିବାର ରାତ୍ରୀ ପ୍ରାୟ ସାଢ଼େ ୧୧ଟା ସମୟରେ ଏକଧଳା ରଙ୍ଗର  ସ୍କର୍ପିଓ (ଓଡ଼ି ୦୨ ୟୁ ୫୭୮୨) ଚାଳକ ସମେତ ଗାଡି ରେ ୫ଜଣ କୁତ୍ରା ପଟୁ ରାଜଗାଙ୍ଗପୁର ଭଗତଟୋଲା ଘର କୁ ଯାଉଥିବା ସମୟରେ ଜାମପାଲି ବାଇପାସ ଅନତି ଦୂରରେ ଭାରସାମ୍ୟ ହରାଇ  ରାସ୍ତା କଡ଼ ନାଳ କୁ ଖସି ପଡି ଥିଲା । ଦୁର୍ଘଟଣା ପରେ  ଗାଡି ଭିତରେ ବସିଥିବା ଅଜିତ ଗାଡି ରୁବାହାରକୁ  ଛିଟିକି ପଡ଼ିଥିଲେ । ଏହି ସମୟରେ ସ୍କର୍ପିଓ ଟି ତାଙ୍କ ଉପରେ ଚାପି ହୋଇ ଯିବାରୁ ଘଟଣା ସ୍ଥଳରେ ସେ ଗାଡି ତଳେ ଚାପି ହୋଇ ରହିଥିଲେ । ଖବର ପାଇ ସ୍ତାନୀୟ ଲୋକ ଏବଂ ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ତଳୁ ଅଜିତ ମିଞ୍ଜ ଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଇଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ପରେ  ଗାଡି ଚାଳକ ଫେରାର ହୋଇଯାଇଥିବା ବେଳେ ଗାଡିର ଅନ୍ୟ ଆରୋହି ମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

  • Nov 24, 2025 19:45 IST

    ଗର୍ତ୍ତରେ ବୁଡି ବାଳକ ମୃତ

    ଧରାକୋଟ: ଧରାକୋଟ ବ୍ଲକର ଓଳମ୍ବା ପଞ୍ଚାୟତ ର ମହୁଲ ପଲି ଗ୍ରାମରେ ସକାଳ ଦଶ ଘଣ୍ଟ ସମୟରେ ଏକ ଅଘଟଣ ଘଟି ଜଣେ ୧୨ ବର୍ଷ ବାଳକର ଜୀବନ ଯାଇଛି । ମିଳିଥିବା ଖବର ଅନୁସାରେ ଧରାକୋଟ ବ୍ଲକର ସିଙ୍ଗିପୁର ପଞ୍ଚାୟତ ଅନ୍ତର୍ଗତ କଇଠିରା ଗ୍ରାମର ବାୟା ନାୟକ ଓ ସଞ୍ଜୁ ନାୟକଙ୍କ ୧୨ ବର୍ଷର ପୁଅ ଆୟୁଷ ଗତ ରବିବାର ଦିନ ନିଜ ପିଉସା ଘର ମହୁଲପଲିକୁ ଭୋଜି ଖାଇବା ପାଇଁ ଆସିଥିଲା । ସୋମବାର ସକାଳୁ ମହୁଲପଲିର କିଛି ସାଙ୍ଗ ମାନଙ୍କ ସହିତ ସେ ଗାଁ ଠାରୁ କେନ୍ଦୁପଲି ଯିବା ରାସ୍ତାରେ ଥିବା ଏକ ଗର୍ତ୍ତ ନିକଟକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅଚାନକ ଏହି ଗାତ ଭିତରୁକୁ ପଶିଯାଇ ବାହାରକୁ ବାହାରି ପାରି ନଥିଲା । ଘଟଣା ସମ୍ପର୍କରେ ସାଙ୍ଗ ମାନେ ତୁରନ୍ତ ପରିବାର ଲୋକଙ୍କୁ ଜଣାଇଥିଲେ। ଘର ଲୋକ ଗର୍ତ୍ତ ଭିତରୁ ଆୟୁଷକୁ ବାହାର କରି ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଏଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିବା ପରେ ବଡଗଡ ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପିଉସା ଘରକୁ ଭୋଜି ଖାଇବା ପାଇଁ ଆସି ଅଚାନକ ବୁଡିଯାଇ ଜୀବନ ଚାଲିଯିବା ଘଟଣା ଧରାକୋଟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

  • Nov 24, 2025 19:01 IST

    ପୁଣି ସହର ମୁଁହା ଜଙ୍ଗଲି ଦନ୍ତା।ଜଣଙ୍କ ଘର ଭାଙ୍ଗି ଆସଭାବ ପତ୍ର ଭାଙ୍ଗି ନଷ୍ଟ କଲା।ହାତୀ ଘଉଡେଇବା ପାଇଁ ବନବିଭାଗ କର୍ମଚାରୀଙ୍କ ଆଖିରୁ ନିଦ ହଜିଲ

    ଘୁ.ଉଦୟଗିରି: କିଛି ଦିନର ନୀରବତା ପରେ ପୁଣି ଏକ ଜଙ୍ଗଲି ଦନ୍ତା ହାତୀ ଉତ୍ପାତ ଆରମ୍ଭ କରିଛି।କିଛି ଦିନ ହେଲା ଏହି ଦନ୍ତା ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲି ଧାନ ଫସଲ ଖାଇ ନଷ୍ଟ କରୁଥିବା ବେଳେ ଗତ ରାତିରେ ସହର ମୁଁହା ହୋଇ ଉତ୍ପାତ ଆରମ୍ଭ କରିଛି।ଗତ କାଲି ରାତିରେ ହାତୀ ସହରର ଏକ ନଂ ୱାର୍ଡ ପଦାସାହି ରେ ପଶି ଘୁରି ବୁଲିବା ବେଳେ ସ୍ଥାନୀୟ ସାହି ବାସିନ୍ଦା ବନବିଭାଗ କୁ ଖବର ଦେବା ସହ ହାତୀ ଘଉଡେଇବା ପ୍ରୟାସ କରିଥିଲେ।ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ଘଉଦେଇ ଥିଲେ ହେଲେ ପୁଣି ମଧ୍ୟ ରାତ୍ରରେ ଦନ୍ତା ପଦାସାହି ନିକଟରେ ଦେବକୀ ନାୟକ ଙ୍କ ଘର ସମ୍ମୁଖରେ ପହଞ୍ଚି ତାଙ୍କ ଘରେ ଥିବା ଚାଉଳ ଖାଇ ଘରର ଆସବାଭ ପତ୍ର ସବୁ ନଷ୍ଟ କରିବା ସହ ଘରର କାନ୍ଥ ଭାଙ୍ଗି ଦେଇଥିଲା।ଗୋଟିଏ ମାତ୍ର ଦନ୍ତା ବର୍ତମାନ ସାରା ଅଞ୍ଚଳରେ ବୁଲିବା ସହ ଲୋକଙ୍କ ମନରେ ଭୟ ସୃଷ୍ଟି ହେବାର ଲାଗିଛି।ଘୁ.ଉଦୟଗିରି କଳିଙ୍ଗା ମୁଖ୍ୟ ସଦକରେ ଦନ୍ତା ବୁଲିବା ଯୋଗୁଁ ଲୋକ ଏହି ରାସ୍ତାରେ ଯାତାୟତ କରିବା ପାଇଁ ଭୟ କରୁଥିବା ବେଳେ ସହର ତଳି ଅଞ୍ଚଳରେ ରହୁଥିବା ଲୋକ ରାତି ସାରା ଭୟରେ ଜୀବନ ବିତାଉଛନ୍ତି।ଅନ୍ୟ ପକ୍ଷରେ ବନବିଭାଗ ପକ୍ଷରୁ ରାତି ସାରା ହାତୀ ଉପରେ ନଜର ରଖିବା ସହ ହାତୀ ଘଉଡେଇବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ହାତୀ ପାଚିଲା ଧାନ ମୋହରେ ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ଘୁରି ବୁଲୁଛି।

     

  • Nov 24, 2025 19:01 IST

    ମିସନାରୀ ଅଫ ଚାରିଟିଜର ଦିବ୍ୟାଙ୍ଗ ଅନ୍ତେବାସିନୀଙ୍କ ମେଳରେ ନିଜ ଜନ୍ମ ଦିନ ପାଳନ କଲେ ଘୁ.ଉଦୟଗିରି ଏସଡ଼ିପିଓ

    ଘୁ.ଉଦୟଗିରି: ବର୍ତ୍ତମାନ ସମୟରେ ଲୋକ ନିଜ ନିଜ ଜନ୍ମ ଦିନକୁ ବହୁ ଅର୍ଥ ବ୍ୟୟ କରି ଆଡମ୍ବର ସହ ଯାକଜକମ ରେ ପାଳନ କରୁଥିବା ବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ସ୍ଥାନୀୟ ସହରରେ।ସ୍ଥାନୀୟ ପୁଲିସ ଉପଖଣ୍ଡ ଅଧିକାରୀ ବିଜୟ କୁମାର ବିଶି ନଇଁ ଜନ୍ମ ଦିନକୁ ନିରାଡ଼ମ୍ବର ସହ ଭିନକ୍ଷମ ଅସହାୟ ମହିଳା ମାନଙ୍କ ଗହଣରେ ପାଳନ କରିବା ଦୃଶ୍ୟ ଦେଖିବାକୁ ମିଳିଛି। ଏସଡ଼ିପିଓ ନିଜ ଜନ୍ମ ଦିନରେ ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତର ସୁକାନାଣ୍ଡା ଠାରେ ଅବସ୍ଥିତ ମିସନାରୀ ଅଫ ଚାରିଟିଜ ଅନୁଷ୍ଠାନରେ ପହଞ୍ଚି ସେଠି ରହୁଥିବା ଦିବ୍ୟାଙ୍ଗ ଅସହାୟ ମହିଳାଙ୍କ ଗହଣରେ ନିଜ ଜନ୍ମ ଦିନକୁ ପାଳନ କରି ଏହି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।ପ୍ରତ୍ୟକ ବର୍ଷ ନିଜ ଜନ୍ମ ଦିନରେ ଏହିଭଳି କିଛି ଅନୁଷ୍ଠାନରେ ପହଞ୍ଚି ଅସହାୟ ନିରାଶ୍ରୟଙ୍କ ଗହଣରେ କିଛି ସମୟ ବିତେଇ ନିଜ ଜନ୍ମ ଦିନକୁ ପାଳନ କରୁଥିବା ସୂଚନା ଦେଇଛନ୍ତି।

  • Nov 24, 2025 18:58 IST

    ୧୦୫ ବର୍ଷରେ ମହିଳାଙ୍କ ପରଲୋକ

    ରାଜନଗର: ରାଜନଗର ବ୍ଲକ କୋଇଲିପୁର ପଞ୍ଚାଯତ ବାରୁଣିପଲ୍ଲା ଗ୍ରାମର ସୀତା ପ୍ରଧାନଙ୍କର ପରଲୋକ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହୋଇଥିଲା | ଶତାୟୁ ମହିଳା ଧର୍ମ ପରାୟଣ ଓ ସ୍ନେହୀ ମହିଳା ଭାବେ ଗାଁରେ ପରିଚିତ ଥିଲେ | ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ସର୍ବେଶ୍ଵର , ପରେଶ୍ଵର , ନାତି ଅଶୋକ , ଆଲୋକ , ତ୍ରିଲୋଚନ , ମନୋରଞ୍ଜନଙ୍କ ସହିତ ବନ୍ଧୁ ପରିଜନ ଉପଷ୍ଟିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ରାଜନଗର ବିଧାୟକ ଧୁର୍ବ ସାହୁ ଗଭୀର ଶୋକ ବ୍ଯକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି | କୋଇଲିପୁର  ସରପଞ୍ଚ ଦିଲ୍ଲୀପ କୁମାର ରାଉତ , ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ , ବରିଷ୍ଟ ବିଜେଡି ନେତା ବିଜଯ କୁମାର ନାୟକ , କୈଳାସ ଚନ୍ଦ୍ର ପରିଡା , ଦିଲ୍ଲୀପ କୁମାର ପାତ୍ର , ପ୍ରମୋଦ କୁମାର ପ୍ରଧାନ , ରଶ୍ମୀ ରଞ୍ଜନ ସାହାଣୀ , କଂଗ୍ରେସ ନେତା ଅଶୋକ କୁମାର ପ୍ରତିହାରୀ , ବିଜେପି ନେତା ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି |

  • Nov 24, 2025 07:26 IST

    ଶପଥ ନେବେ ବିଚାରପତି ସୂର୍ଯ୍ୟକାନ୍ତ

    ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର 53ତମ ମୁଖ୍ୟ ବିଚାରପତି ହେବେ। ସେ ଧାରା ୩୭୦, ବିହାର ନିର୍ବାଚନ ଭୋଟର ତାଲିକା ସଂଶୋଧନ ଏବଂ Pegasus ମାମଲା ସମେତ ଅନେକ ଐତିହାସିକ ରାୟରେ ଅଂଶଗ୍ରହଣ କରିଛନ୍ତି। ସେ ମୁଖ୍ୟ ବିଚାରପତି ବି.ଆର. ଗଭାଇଙ୍କ ସ୍ଥାନ ନେବେ। ଜଷ୍ଟିସ ସୂର୍ଯ୍ୟକାନ୍ତ ୧୫ ମାସ ପାଇଁ ଏହି ପଦବୀରେ କାର୍ଯ୍ୟ କରିବେ ଏବଂ ୯ ଫେବ୍ରୁଆରି ୨୦୨୭ରେ ଅବସର ଗ୍ରହଣ କରିବେ। ସେ ଦେଶଦ୍ରୋହ ଆଇନ ଅନୁଯାୟୀ ନୂତନ ମାମଲା ଦାଖଲ ଉପରେ ରୋକ ​​ଲଗାଇଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଉଲ୍ଲଂଘନର ତଦନ୍ତ ପାଇଁ ଏକ କମିଟି ଗଠନ କରିଥିଲେ।

  • Nov 24, 2025 07:03 IST

    ଇସ୍ରାଏଲର ବଡ଼ଧରଣର ବିମାନ ଆକ୍ରମଣ

    ଲେବାନନର ରାଜଧାନୀ ବେରୁତର ଦକ୍ଷିଣ ପଡ଼ୋଶୀ ଦହିୟେରେ ରବିବାର ଇସ୍ରାଏଲ ଏକ ବଡ଼ଧରଣର ବିମାନ ଆକ୍ରମଣ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ଏହି ଆକ୍ରମଣରେ ହିଜବୁଲାର ମୁଖ୍ୟ ସଦସ୍ୟ ହାଇଥାମ୍ ଅଲି ତାବାତାବାଇର ମୃତ୍ୟୁ ହୋଇଛି। ହିଜବୁଲ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହିଁ। ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ ବିସ୍ଫୋରଣ ପରେ ଲୋକମାନେ କୋଠା ବାହାରକୁ ଦୌଡ଼ି ପଳାଇ ଆସିଥିଲେ, ଯାହା ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଅନେକ ଯାନବାହାନ ଏବଂ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe