Breaking Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Nov 25, 2025 17:54 IST
ଉପମୁଖ୍ୟମନ୍ତ୍ରୀ ଦ୍ବାରା ଉତ୍କର୍ଷ ଇ-ସେବା ଶୁଭାରମ୍ଭ
ବାମନାଳ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ପୁରୀ ଜିଲ୍ଲା ନିମାପଡ଼ା ଅଧିନସ୍ଥ ତହସିଲ କାର୍ଯ୍ୟାଳୟରେ ଉତ୍କର୍ଷ ଇ-ସେବା ଶୁଭାରମ୍ଭ କରାଯାଇଛି। ଏହା ହେବା ଦ୍ବାରା ନିମାପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଇ-ସେବା ମଧ୍ୟମରେ ସହୋଜସରଳ ଭାବେ ସୁବିଧା ଯୋଗାଇପାରିବ। ବିଭିନ୍ନ ପ୍ରକାରର ସାର୍ଟିଫିକେଟ,ଇସି, ଗୀର୍ଭାନସ ସହ ଜମିଜମା ସମ୍ବନ୍ଧୀୟ ସମସ୍ତ ବିବରଣୀ ଏହାର ମଧ୍ୟମରେ ସମସ୍ତେ ଜାଣିପାରିବେ। ଏହି ସେବା ପ୍ରଥମ କରି ନିମାପଡ଼ା ତହସିଲରେ ଆରମ୍ଭ ହୋଇଥିବାରୁ ଶ୍ରୀମତୀ ପରିଡ଼ାଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜକିଶୋର ଜେନା, ନିମାପଡ଼ା ତହସିଲଦାର ମନୋଜ କୁମାର ପ୍ରଧାନ, ବିଡ଼ିଓ ଡ଼. ଅଭିଜିତ ଷଡ଼ଙ୍ଗୀ, ପୁରୀ ଜିଲ୍ଲାର ଷ୍ଟେଟ ବ୍ୟାଙ୍କ ଅଧିକାରୀ ଭରତ ଚରଣ ସାହୁ, ସାଂସଦ ପ୍ରତିନିଧି ମୀନଲତା ମହାନ୍ତି, ସମାଜସେବୀ ଯଚିନ୍ଦ୍ର ସ୍ବାଇଁ, ସାଇପ୍ରୀତମ ପଟ୍ଟନାୟକ, ମଣ୍ଡଳ ସଭାପତି ସନ୍ତୋଷ ପରିଡ଼ା, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।
-
Nov 25, 2025 14:57 IST
ସପ୍ତାହେ ଯାଏ ଓଡ଼ିଶାରେ ବର୍ଷା ନାହିଁ
ଭୁବନେଶ୍ବର: ଆଗାମୀ ସପ୍ତାହେ ଯାଏ ଓଡ଼ିଶାରେ ବର୍ଷା ନାହିଁ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲିଠାରୁ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ହ୍ରାସ ପାଇବ। ଫଳରେ ଥଣ୍ଡା ଅନୁଭୂତ ହେବ।
Breaking Photograph: (sambad.in) -
Nov 25, 2025 12:06 IST
ରାମ ମନ୍ଦିରର ଶିଖରରେ ଉଡ଼ିଲା ଧର୍ମଧ୍ୱଜା
ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଐତିହାସିକ ଧ୍ବଜା ଉଡ଼ିଛି। ଏହା ପୂର୍ବରୁ ଧ୍ବଜାରୋହଣ ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ମାତା ଅନ୍ନପୂର୍ଣ୍ଣା ମନ୍ଦିରରେ ପ୍ରାର୍ଥନା କରିଛନ୍ତି। ପାରମ୍ପରିକ ଉତ୍ତର ଭାରତୀୟ ନାଗରା ସ୍ଥାପତ୍ୟ ଶୈଳୀରେ ନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଶୀର୍ଷରେ ଧ୍ବଜାରୋହଣ କରାଯାଇଛି। ଦକ୍ଷିଣ ଭାରତୀୟ ସ୍ଥାପତ୍ୟ ପରମ୍ପରାରେ ଡିଜାଇନ୍ କରାଯାଇଥିବା ମନ୍ଦିର ଚାରିପାଖରେ ଥିବା ୮୦୦ ମିଟର ପ୍ରାଚୀର ମନ୍ଦିରର ସ୍ଥାପତ୍ୟ ବିବିଧତାକୁ ପ୍ରଦର୍ଶନ କରୁଛି।
ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଐତିହାସିକ ଧ୍ବଜାରୋହଣ ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ, ଉତ୍ତର ପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ମାତା ଅନ୍ନପୂର୍ଣ୍ଣା ମନ୍ଦିରରେ ପ୍ରାର୍ଥନା କରିଥିଲେ।
Rammandir and PM Narendra Modi. Photograph: (File) ୧୬୧ ଫୁଟ ଉଚ୍ଚ ଏକ ଶିଖର ଏବଂ ପାଞ୍ଚଟି ଉପ-ଶିରକୁ ନେଇ ଗଠିତ ରାମ ମନ୍ଦିରଟି ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ପ୍ରତୀକାତ୍ମକ ଶିଖରଗୁଡ଼ିକର ଏକ ଶୃଙ୍ଖଳା ସହିତ ସଜ୍ଜିତ, ଯାହା ମଧ୍ୟରୁ ସବୁଠାରୁ ନିକଟତମ ହେଉଛି ମୁଖ୍ୟ ମନ୍ଦିରର ପ୍ରାଚୀର ମଧ୍ୟରେ ଥିବା ଛଅଟି ପରିପୂରକ ମନ୍ଦିର। ଏହି ପରିପୂରକ ମନ୍ଦିରଗୁଡ଼ିକ ସମାନ ଉଚ୍ଚତା ବିଶିଷ୍ଟ ଏବଂ ସମାନ ମୂଳଦୁଆ ଉପରେ ନିର୍ମିତ।
-
Nov 25, 2025 08:37 IST
ଭାରତରେ ଇଥିଓପିଆର ଜ୍ବାଳାମୁଖୀ
ଇଥିଓପିଆର ହାଇଲ୍ ଗୁବ୍ବି ଜ୍ୱାଳାମୁଖୀରୁ ନିର୍ଗତ ପାଉଁଶ ଭାରତର ଅନେକ ସହରକୁ ପ୍ରଭାବିତ କରିଛି। ସୋମବାର ରାତି ପ୍ରାୟ ୧୧ଟାରେ ପାଉଁଶ ଦିଲ୍ଲୀ-ଏନସିଆରରେ ପହଞ୍ଚିଥିଲା। ପାଣିପାଗ ବିଭାଗ ଘଟଣା ଉପରେ କଡ଼ା ନଜର ରଖିଛି। ରବିବାର ଦିନ ଦୀର୍ଘ ସମୟ ଧରି ସୁପ୍ତ ଜ୍ୱାଳାମୁଖୀ ବିସ୍ଫୋରଣ ହେବା ପରେ ଏହି ସମ୍ପୂର୍ଣ୍ଣ ଘଟଣା ଘଟିଛି। ୧୦,୦୦୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଯେ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି। ଏହା ଆକାଶକୁ ପାଉଁଶ ଏବଂ ସଲଫର ଡାଇଅକ୍ସାଇଡର ଘନ ସ୍ତର ପଠାଇଛି।
-
Nov 25, 2025 08:13 IST
କାନାଡ଼ରେ ଭାରତ ବିରୋଧୀ ଶ୍ଲୋଗାନ
କାନାଡାରେ ଖଲିସ୍ତାନୀ ଗୋଷ୍ଠୀ ଭାରତୀ ବିରୋଧୀ କାର୍ଯ୍ୟ ଜାରି ରଖିଛନ୍ତି। ଶିଖ୍ସ ଫର୍ ଜଷ୍ଟିସ୍ ଓଟାୱାରେ ଏକ ଅନୌପଚାରିକ ଜନମତ ସଂଗ୍ରହ କରିଛି। ଜନମତ ସଂଗ୍ରହ ସମୟରେ, ଖଲିସ୍ତାନୀ ସମର୍ଥକମାନେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଭାରତୀୟ ପତାକାକୁ ଅପମାନିତ କରିଥିଲେ ଏବଂ ହତ୍ୟା ଧମକ ଦେଇଥିଲେ। ଭାରତ ଦ୍ୱାରା ନିଷିଦ୍ଧ ଏବଂ ଏକ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରାଯାଇଥିବା SFJ ଏହି ଜନମତ ସଂଗ୍ରହ କରିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉନ୍ନତ କରିବା ପାଇଁ ବୈଠକ କରୁଥିଲେ।
-
Nov 25, 2025 07:05 IST
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୫ରୁ ଊର୍ଦ୍ଧ୍ବ ଆହତ
ବିନିକା (ଅକ୍ଷୟ ପୂଜାରୀ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ନିକଟ ଏକ ନାଳରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ବସ୍ଟି ଭୁବନେଶ୍ବରରୁ ବରଗଡ଼ ଜିଲ୍ଲା ବିଜେପୁର ନିକଟ ଦୀପ୍ତିପୁର ଯାଉଥିଲା। ସକାଳ ପ୍ରାୟ ସାଢ଼େ ୫ଟାରେ ବସ୍ଟି ଯାଉଥିବା ବେଳେ ସିଙ୍ଗିଯୁବା ନିକଟ ଏକ ନାଳରେ ଦୁର୍ଘଟଣାଗ୍ରସ୍ତ ହୋଇ ନାଳକୁ ଖସିପଡ଼ିଥିଲା। ଫଳରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ବିନିକାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ସୋନପୁରସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି।
Bus accident in Binka. Photograph: (sambad.in) ଯାତ୍ରୀମାନଙ୍କର କହିବା ଅନୁସାରେ, ବସ୍ର ଚାଳକ ନିଦରେ ଥିବା ଭଳି ଦେଖାଯାଉଥିଲେ। ସେମାନେ ସେଥିପାଇଁ ସତର୍କ କରାଉଥିଲେ। ବସ୍ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।
ସୂଚନା ପାଇଁ ଜିଲ୍ଲାପାଳ ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ବିନିକା ଡାକ୍ତରଖାନାରେ ପହଞ୍ଚି ଆହତ ଏବଂ ଡାକ୍ତରୀଟିମ୍ଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
-
Nov 25, 2025 06:53 IST
ରାମମନ୍ଦିରରେ ଧ୍ବଜାରୋହଣ ଉତ୍ସବ ଆଜି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଅଯୋଧ୍ୟା ଗସ୍ତ କରିବେ ଏବଂ ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ଧ୍ବଜାରୋହଣ କରିବେ। ଏହି ଧ୍ବଜାରୋହଣ ମନ୍ଦିର ନିର୍ମାଣ ସମାପ୍ତିର ଚିହ୍ନ ହେବ ଏବଂ ଏହାକୁ ଏକ ସାଂସ୍କୃତିକ ଉତ୍ସବ ଏବଂ ଜାତୀୟ ଏକତାର ଏକ ନୂତନ ଅଧ୍ୟାୟର ଆରମ୍ଭ ଭାବରେ ଦେଖାଯାଉଛି।
Rammandir of Ayodhya. Photograph: (sambad.in) ସରକାରୀ ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୦ଟାରେ ସପ୍ତମନ୍ଦିରରେ ପହଞ୍ଚିବେ, ଯେଉଁଠାରେ ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମିକି, ଦେବୀ ଅହଲ୍ୟା, ନିଷାଦରାଜ ଗୁହା ଏବଂ ମାତା ଶବରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ମନ୍ଦିର ଅବସ୍ଥିତ। ସେ ପରେ ଶେଷାବତାର ମନ୍ଦିର ପରିଦର୍ଶନ କରିବେ। ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ମାତା ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ କରିବେ। ସେ ପରେ ରାମ ଦରବାର ଗର୍ଭଗୃହରେ ପ୍ରାର୍ଥନା କରିବେ ଏବଂ ତା'ପରେ ରାମ ଲଲ୍ଲା ଗର୍ଭଗୃହ ପରିଦର୍ଶନ କରିବେ। ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ ଗିରପୁଆ ପତାକା ଉତ୍ତୋଳନ କରିବେ।
Follow Us