ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Jan 27, 2026 22:47 IST
ସର୍ବଭାରତୀୟ ‘ସମୃଦ୍ଧି’ ସମାରୋହ ଉଦ୍ଘାଟିତ
ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ, କଳା ସମନ୍ୱୟ ଶିକ୍ଷା ମାଧ୍ୟମରେ ଅଭିଜ୍ଞତାଭିତ୍ତିକ ଶିକ୍ଷଣ ଓ ଆନନ୍ଦଦାୟୀ ଶ୍ରେଣୀଗୃହ ଗଠନର ଲକ୍ଷ୍ୟ ନେଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସର୍ବଭାରତୀୟ କଳାଏକୀକୃତ ଶିକ୍ଷା ପଦ୍ଧତି ‘ସମୃଦ୍ଧି’ (୨୦୨୫–୨୬) ଆଜି ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମ ୨୯ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ। ସିଆଇଇଟି-ଏନସିଇଆରଟିର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପ୍ରସାଦ ବେହେରା ଏହି ସମାରୋହକୁ ଉଦଘାଟନ କରିଥିଲେ। ସେ କହିଥିଲେ ଯେ, ଦେଶର ସମୃଦ୍ଧ କଳା ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ‘ସମୃଦ୍ଧି’ କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ। ବିଦ୍ୟାଳୟ ଶିକ୍ଷାର ପ୍ରତ୍ୟେକ ବିଷୟକୁ ଆକର୍ଷଣୀୟ କରିବା ପାଇଁ ଭାଷା ସହ କଳାର କୌଶଳ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
/filters:format(webp)/sambad/media/media_files/2026/01/27/whatsapp-2026-01-27-22-47-11.jpeg)
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ସ୍ୱାଗତ ଭାଷଣ ପ୍ରଦାନ ସହ, କଳା ଶିକ୍ଷକଙ୍କ ଆବଶ୍ୟକତା ଓ ଜାତୀୟ ଶିକ୍ଷା ନୀତି-୨୦୨୦ରେ ପ୍ରସ୍ତାବିତ କଳା ସମନ୍ୱୟ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ। ପ୍ରାରମ୍ଭରେ ଏନସିଇଆରଟିର କଳା ଓ ସୌନ୍ଦର୍ଯ୍ୟବୋଧ ଶିକ୍ଷା ବିଭାଗର ଅଧ୍ୟକ୍ଷା ପ୍ରଫେସର ଜ୍ୟୋତ୍ସ୍ନା ତିୱାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସ୍ପଷ୍ଟ କରି, ଦେଶର ବିଭିନ୍ନ ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଶିକ୍ଷକ ପ୍ରତିନିଧି ଏବଂ ପ୍ରତିଷ୍ଠିତ କଳା ବିଶେଷଜ୍ଞମାନଙ୍କୁ ବିଚାରକ ଭାବେ ଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ I - Jan 27, 2026 22:39 IST
ରାଜ୍ୟସ୍ତରୀୟ ଏସ୍ଓବି ଦୌଡ଼କୁଦ ଓ ହକି ଚୟନ ଶିବିର
ଭୁବନେଶ୍ୱର: ଖୋର୍ଦ୍ଧାର ବରୁଣେଇସ୍ଥିତ କେଟି ଗ୍ଲୋବାଲ୍ ସ୍କୁଲ୍ଠାରେ ସ୍ପେସିଆଲ ଅଲିମ୍ପିକ୍ ଭାରତ (ଏସ୍ଓବି) ଓଡ଼ିଶାର ରାଜ୍ୟସ୍ତରୀୟ ଦୌଡ଼କୁଦ ଓ ହକି ଚୟନ ଶିବିର ଆନୁଷ୍ଠିତ ହୋଇଯାଇଛି। ଏଥିରେ ସାରା ରାଜ୍ୟରୁ ପ୍ରାୟ ୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଦୌଡ଼କୁଦର ୫୦, ୧୦୦, ୨୦୦, ୪୦୦, ୮୦୦, ୧୫୦୦ ମିଟର ଏବଂ ୧୦୦ ମିଟର ରିଲେ, ଲଙ୍ଗ ଜମ୍ପ୍, ସଟ୍ପୁଟ୍, ମିନି ଜାଭଲିନ ଆଦି ଖେଳ ସହିତ ହକିର ଦକ୍ଷତା ନିରୂପଣ କରାଯାଇଥିଲା। ପାରା ଆଥ୍ଲେଟ୍ ରାଖାଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି କ୍ରୀଡ଼ାବିତ୍ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଏହି ଶିବିରରୁ ୧୨ ଜଣ ପୁରୁଷ ଓ ୧୩ ଜଣ ମହିଳା ଆସନ୍ତା ମାସ ୨ରୁ ୬ ତାରିଖ ପର୍ଯ୍ୟନ୍ତ ହରିୟଣାର ହିସାରଠାରେ ହେବାକୁ ଥିବା ଜାତୀୟ ଦୌଡ଼କୁଦ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିଭଳି ହରିୟଣାର ଫରିଦାବାଦଠାରେ ଆସନ୍ତା ମାସ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ହକି ପ୍ରତିଯୋଗିତା ଲାଗି ଏଠାରୁ ୬ ଜଣ ଲେଖାଏଁ ପୁରୁଷ ଓ ମହିଳା ଖେଳାଳି ଯୋଗ୍ୟତା ଅର୍ଜନ କରିଛନ୍ତି।
/filters:format(webp)/sambad/media/media_files/2026/01/27/27bbs_105_27012026_112-2026-01-27-22-29-09.jpg)
ଏହି ଶିବିରକୁ ‘ଏସ୍ଓବି ଓଡ଼ିଶା’ର କ୍ରୀଡ଼ା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର, ମାନସିକ ବିଶେଷଜ୍ଞ ମନତୋଷ ବେହେରା, ରାଜ୍ୟ ସଂଯୋଜକ ଅର୍ପିତା ମହାପାତ୍ର, କେଟି ଗ୍ଲୋବାଲ ସ୍କୁଲ୍ର ଅଂଶୁମାନ ବଳ ଓ ଜ୍ୟୋତି ଶଙ୍କର ନନ୍ଦ ପରିଚାଳନା କରିଥିଲେ। ହକି ଶିବିର ପରିଚାଳନାରେ ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା କଲେଜ ୫ ଜଣିଆ ମହିଳା ଓ ପୁରୁଷ ଦଳ ସହାୟତା କରିଥିଲେ। ‘ଏସ୍ଓବି ଓଡ଼ିଶା’ର ନିର୍ଦ୍ଦେଶକ ପ୍ରକାଶ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
- Jan 27, 2026 22:27 IST
ମେରା ଯୁବା ଭାରତରେ ଅନ୍ତଃଜିଲ୍ଲା ଯୁବ ବିନିମୟ କାର୍ଯ୍ୟକ୍ରମ
ନବରଙ୍ଗପୁର: ଆଜି ସ୍ଥାନୀୟ ଡିପିଆରସି ଠାରେ ମେରା ଯୁବା ଭାରତ, ନବରଙ୍ଗପୁର ତରଫରୁ ଅନ୍ତଃ ଜିଲ୍ଲା ଯୁବା ବିନିମୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ମୋ ଯୁବ ଭାରତ ଯୁବ ଅଧିକାରୀ ଭି ରମେଶ ସଭାପତିତ୍ବ କରି ଏହି ଯୁବା ବିନିମୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୁଚନା ଦେଇଥିଲେ। ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଠାରୁ ୫ ଦିନ ବ୍ୟାପୀ ବିଶେଷ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
/filters:format(webp)/sambad/media/media_files/2026/01/27/ngp-uababharath-2026-01-27-22-27-28.jpg)
ଖୋର୍ଦ୍ଧା ଜିଲ୍ଲାରୁ ଆସିଥିବା ମନୋନୀତ ୩୬ ଜଣ ଯୁବାଙ୍କୁ ଏହି ବିନିମୟ କାର୍ଯ୍ୟକ୍ରମରେ ସ୍ବାଗତ କରି ନବରଙ୍ଗପୁର ଜିଲ୍ଲାର ସଂସ୍କୃତି, ଇତିହାସ ସ୍ଥଳୀ, ପର୍ଯ୍ୟଟନୀ ସ୍ଥଳ,ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ପରିଦର୍ଶନ କରିବା ଏବଂ ସାଧାରଣ ଲୋକଙ୍କ ସହ ମିଶି ଏ ମାଟିର ଗୌରବ ଜାଣିବାକୁ ପ୍ରୟାସ କରନ୍ତୁ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସିଆରପିଏଫ ୧୨ ବାଟାଲିୟନ କମାଣ୍ଡାଣ୍ଟ ଏନ୍ କେ କେ ପ୍ରସାଦ, ଡିଆଇପିଆରଓ ମନୋଜ ବେହେରା ଯୋଗ ଦେଇଥିଲେ। ଅତିଥି ଗଣ ନିଜ ବକ୍ତବ୍ୟରେ ଉପସ୍ଥିତ ଯୁବା ମାନଙ୍କୁ ଦେଶର ଭବିଷ୍ୟତ ବୋଲି ବର୍ଣ୍ଣନା କରି ନିଜର ଆତ୍ମବିଶ୍ବାସ, କଠିନ ପରିଶ୍ରମ, ଦାୟିତ୍ବବାନ, ଦୃଢ଼ ମନୋବଳ, ଦେଶ ପ୍ରେମକୁ ପାଥେୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ବୋଲି କହିଥିଲେ। ଜିଲ୍ଲାରେ ରହଣି ସମୟରେ ଏହି ଜିଲ୍ଲାର ସଂସ୍କୃତି, ଇତିହାସ, ସ୍ଵାଧୀନତା ସଂଗ୍ରାମର ସ୍ମାରକୀ, ପର୍ଯ୍ୟଟନୀ ସ୍ଥଳ ପରିଦର୍ଶନ, ଚାଷ, କୁଟୀର ଶିଳ୍ପ, ସ୍ଥାନୀୟ ବେଶଭୂଷା, ଆଦିବାସୀଙ୍କ ଜୀବନୀ ଉପରେ ଜ୍ଞାନ ଅର୍ଜନ କରିବାକୁ କହିଥିଲେ। ଏହି ଯୁବା ଛାତ୍ରଛାତ୍ରୀମାନେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପୋଡ଼ଗଡ, ଭଣ୍ଡାରଘରଣୀ ମନ୍ଦିର, ପେଣ୍ଡ୍ରାଣୀ ମା ମନ୍ଦିର, ସହିଦ ମିନାର, ମଙ୍ଗଲମ୍ ତିମ୍ୱର, ମୁଖିଗୁଡ଼ା ଡ୍ୟାମ୍, ଚନ୍ଦନଧାରା ଇତ୍ୟାଦି ସହ ଯୁବା ଉପଯୋଗୀ ବିଷୟରେ ଶ୍ରେଣୀରେ ଉପସ୍ଥିତ ରହି ଜ୍ଞାନ ଅର୍ଜନ କରିବେ ବୋଲି ଶ୍ରୀ ରମେଶ କହିଛନ୍ତି।
- Jan 27, 2026 22:25 IST
ବାଳିକା ଅସ୍ମିତା ଜୋନାଲ୍ ଫୁଟ୍ବଲ୍ ଲିଗ୍: ଗୁଜରାଟ ବିପକ୍ଷରୁ ଓଡ଼ିଶାର ଅଭିଯାନ
ଭବନେଶ୍ବର: ଗୁଜରାଟର ଭାବନଗରରେ ବୁଧବାରଠୁ ଆରମ୍ଭ ହେବାକୁଥିବା ୧୩ ବର୍ଷରୁ କମ୍ (ବାଳିକା) ଅସ୍ମିତା ଜୋନାଲ୍ (ପଶ୍ଚିମାଞ୍ଚଳ) ଫୁଟ୍ବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଓଡ଼ିଶା ଦଳ ସେଠାରେ ପହଞ୍ଚିଛି। ଓଡ଼ିଶା ଉଦ୍ଘାଟନୀ ଦିବସରେ ଆୟୋଜକ ଗୁଜରାଟ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୨୯ରେ ମହାରାଷ୍ଟ୍ର, ୩୧ରେ ଛତିଶଗଡ଼ ଏବଂ ମାର୍ଚ୍ଚ ୨ରେ ଝାଡ଼ଖଣ୍ଡ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବ। ସସ୍ମିତା ସାହୁ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲା ବେଳେ ଦର୍ଶନୀ ମହାନ୍ତି ପ୍ରବନ୍ଧକ ରହିଛନ୍ତି। ଓଡ଼ିଶା ଫୁଟ୍ବଲ୍ ସଂଘ ସଭାପତି ଟଙ୍କଧର ତ୍ରିପାଠୀ, ସମ୍ପାଦକ ଆଶୀର୍ବାଦ ବେହେରା ଖେଳାଳିମାନଙ୍କ ସଫଳତା କାମନା କରିଛନ୍ତି।
ଓଡ଼ିଶା ଦଳ: କାମିନୀ ମନୋହର ପାଟିଲ, ଆଞ୍ଚଳ ମଝୀ, ବିଜୟଲକ୍ଷ୍ମୀ ହାଁସ୍ଦା, ଅଙ୍କିତା ମଲ୍ଲିକ, ଶ୍ବେତଲିନ, ମଲ୍ଲିକ, ବନିନା ମଲ୍ଲିକ, ଶୁଭଶ୍ରୀ ସାହୁ, ସ୍ନେହଲତା ଟୁଡ଼ୁ, ପୁନମ ତରାଇ, ଜାନି ମଲ୍ଲିକ, ମିଲାନୀ ମଲ୍ଲିକ, ଉଷାଶ୍ରୀ ପ୍ରଧାନ, ସ୍ବପ୍ନା କଅଁର, ସ୍ନେହା ଚେର୍କଆ।
- Jan 27, 2026 22:23 IST
ଦୁର୍ଘଟଣାଗ୍ରସ୍ତ ବାଇକ ଚାଳକଙ୍କ ଠାରୁ ଗଞ୍ଜେଇ ଜବତ
ଦଶପଲ୍ଲା: ଗଞ୍ଜେଇ ଚାଲାଣ ସମୟରେ ପୁଲିସ ଦେଖି ହଡ଼ବେଡ଼ଇ ହୋଇ ଖସି ଯିବାକୁ ଉଦ୍ୟମ କରୁଥିଲେ। ମାତ୍ର ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିଲେ। ଏହି ସମୟରେ ପୁଲିସ ଉଦ୍ଧାର କରିବାକୁ ଯାଇ ବାଇକ ଚାଳକଙ୍କ ବ୍ୟାଗରେ ଗଞ୍ଜେଇ ଥିବା ଦେଖିବାକୁ ପାଇଛି। ଯାହାକୁ ନେଇ ପୁଲିସ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ଓ ବାଇକକୁ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନସ୍ଥ ସିଂଘାରସାହି ଗ୍ରାମର ଚକ୍ରଧର ସେନାପତିଙ୍କ ପୁଅ ଅଜୟ ସେନାପତି (୪୩)।
/filters:format(webp)/sambad/media/media_files/2026/01/27/accident-2026-01-27-22-24-37.jpg)
ଗତକାଲି ପୂର୍ବାହ୍ଣ ପ୍ରାୟ ସାଢ଼େ ୬ଟାରେ ଅଜୟ (ଓଡ଼ି ୧୪ ଏଫ୍ ୪୬୪୧) ବାଇକ ଯୋଗେ ବୈାଦ୍ଧରୁ ଗଞ୍ଜେଇ ଧରି ଜଗତସିଂହପୁର ଯାଉଥିଲେ। ଏହି ସମୟରେ ପୁଲିସ କୁଆଁରିଆ ଅଭିମୁଖେ ଯାଉଥିବା ସମୟରେ ନେଳିଗୁଡ଼ା ଠାରେ ପୁଲିସକୁ ଦେଖି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ପୁଲିସ ଉଦ୍ଧାର କରିବାକୁ ଯାଇ ବ୍ୟାଗରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଇଥିଲା। ବ୍ୟାଗରୁ ୭କିଗ୍ରା ୨ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା କହିଛନ୍ତି।
- Jan 27, 2026 22:22 IST
ସିକେ ନାଇଡୁ ଟ୍ରଫି: ହରିୟାଣାକୁ ପାଳି ଓ ୧୮ ରନ୍ରେ ହରାଇଲା ଓଡ଼ିଶା
ଭୁବନେଶ୍ବର: ଚଳିତ ସିକେ ନାଇଡ଼ୁ ଟ୍ରଫିରେ ଓଡ଼ିଶା ପାଳି ଓ ୧୮ ରନ୍ରେ ହରିୟାଣାକୁ ମାତ୍ ଦେଇଛି। ସମ୍ବଲପୁରରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ହରିୟାଣାର ୨୭୬ ଜବାବରେ ସୁଜଳ ସିଂହ (୧୫୬) ଓ ଶ୍ରେୟାଂଶ ଭରଦ୍ବାଜ (୧୨୧)ଙ୍କ ଶତକ ବଳରେ ଓଡ଼ିଶା ୬୧୪/୯ରେ ପାଳି ଘୋଷଣା କରିଥିଲା। ଆଶୀର୍ବାଦ ସ୍ବାଇଁ (୮୨), ଓମ୍ ଟି ମୁଣ୍ଡେ (୬୭) ଓ ସାଇଦୀପ ମହାପାତ୍ର (୬୫) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଦ୍ବିତୀୟ ପାଳିରେ ହରିୟାଣା ୩୨୦ ରନ୍ରେ ଅଲ୍ଆଉଟ୍ ହୋଇ ପାଳି ପରାଜୟ ବରଣ କରିଥିଲା। ସୟଦ ତୁଫୈଲ ଅହମଦ ଓ ସାଇଦୀପ ମହାପାତ୍ର ୩ ଲେଖାଏଁ ୱିକେଟ୍ ନେଇଥିଲେ।
/filters:format(webp)/sambad/media/media_files/2026/01/27/ck-2026-01-27-22-22-48.jpg)
- Jan 27, 2026 22:19 IST
ଚର୍ଚ୍ଚ ସ୍ଥାନାନ୍ତରକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତେଜନା, ପୁଲିସ ଫୋର୍ସ ମୁତୟନ
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କପେନା ଗାଁରେ ଚର୍ଚ୍ଚ ସ୍ଥାନନ୍ତରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ମିଳିଥିବା ସୂଚନା ଅନୁସାରେ କପେନା ଗାଁରେ ଥିବା ଥିବା ମନ୍ଦିରରେ ଫେବ୍ରୁଆରି ମାସରେ ସାତ ଦିନିଆ ଏକ ପୂଜା ହେବ। ସହ ଯଜ୍ଞ କରିବା ପାଇଁ ଗାଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି। ଯେହେତୁ ଏହି ମାଟି ଦେବତା ମନ୍ଦିର ଠାରୁ ମାତ୍ର ୧୫୦ ମିଟର ଦୂରରେ ଚର୍ଚ୍ଚ ଥିବାରୁ ସେଠାରେ କୌଣସି ପୂଜା କିମ୍ବା ଯଜ୍ଞ ହେଇ ପାରିବ ନାହିଁ ଓ ଚର୍ଚ୍ଚକୁ ଅନ୍ୟତ୍ର ସ୍ଥାନନ୍ତର ହେଲେ ହି ପୂଜା ଓ ଯଜ୍ଞ ହେଇ ପାରିବ ବୋଲି କେହି ଜଣେ ବାବା ମତ ଦେବା ପରେ ଗତକାଲି ସନ୍ଧ୍ୟା ଠାରୁ କପେନା ଠାରେ ସଭା କରାଯିବ। ସହ ତୁରନ୍ତ ଚର୍ଚ୍ଚକୁ ଘୁଞ୍ଚିବା ପାଇଁ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ କହିଥିଲେ।
/filters:format(webp)/sambad/media/media_files/2026/01/27/umarkot-2026-01-27-22-18-55.jpg)
ତେବେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ଗତକାଲି ୧୧୨କୁ ଫୋନ୍ କରି ହିନ୍ଦୁ ପକ୍ଷରୁ ଚର୍ଚ୍ଚ ଘୁଞ୍ଚିବା ପାଇଁ ସଭା ଆୟୋଜନ ହେଉଛି ବୋଲି ଅଭିଯୋଗ କରିଥିଲେ। ଖବର ପାଇଁ ଉମରକୋଟ ଇନ୍ ଚାର୍ଜ ଆଇଆଇସି ତଥା ଡିଏସପି ରମ।କାନ୍ତ ସାଏ, ପୁଲିସ ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର ଓ ୪ ପ୍ଲାଟୁନ ପୁଲିସ ଫୋର୍ସ, ଝରିଗାଁ, ରାଇଘର, ଡାବୁଗାଁ ଥାନାର ସମସ୍ତ ପୁଲିସ ଆଇଆଇସି, ପୁଲିସ କର୍ମଚାରୀ ଓ ଫୋର୍ସ ଘଟଣା ପହଞ୍ଚି ଦୁଇ ପକ୍ଷ ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ କରିଛନ୍ତି।
- Jan 27, 2026 22:13 IST
ସାଇକେଲ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ୍
ପାରାଦ୍ୱୀପ: ଲକ୍ ଥାନା କୋଲଡିଆ ଛକରେ ଦୁର୍ଘଟଣା। ସାଇକେଲ ଆରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ସାଇକେଲ ଆରୋହୀ ମଳୟ ମାଝୀ ମୃତ। ମୃତକଙ୍କ ଘର ବିଶ୍ବାଳି ଗ୍ରାମରେ ହୋଇଥିବା ସୂଚନା। ପାରାଦ୍ଵୀପ ର ଏକ କମ୍ପାନୀ ରୁ କାମସାରି ଘରକୁ ଫେରୁଥିଲେ ମଳୟ। ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉତ୍ୟକ୍ତ ଲୋକଙ୍କ ପାରାଦ୍ଵୀପ-ଚଣ୍ଡିଖୋଲ ରାସ୍ତା ଅବରୋଧ। ଟ୍ରକ୍ ଛାଡି ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି।
/filters:format(webp)/sambad/media/media_files/2026/01/15/breaking-2026-01-15-07-38-12.jpg)
- Jan 27, 2026 22:12 IST
ବୁଲା ଷଣ୍ଢକୁ ବୋଲେରୋରେ ଘୋଷାଡ଼ି ନେଲେ
ବାରିପଦା: ସହରରେ ଷଣ୍ଢ ଚୋରି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁଦିନ ବଢ଼ୁଥିବା ବେଳେ ଜାନୁଆରି ୨୬ ରାତି ୨ଟା ୫୮ ମିନିଟ୍ ସମୟରେ ବାଗଡ଼ିହା ଛକ (ୱାର୍ଡ ନମ୍ବର–୨୮, ବାରିପଦା ପୌରାଞ୍ଚଳ)ରେ ଏକ ଅତ୍ୟନ୍ତ ନିର୍ମମ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଏକ ବୁଲା ଷଣ୍ଢକୁ ଧରି ବୋଲେରୋ ଗାଡ଼ିରେ ଆଟକାଇ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିବା ଦୃଶ୍ୟ ଦେଖିବାଳୁ ମିଳିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଷଣ୍ଢଟି ରାସ୍ତାରେ ସୋଇଥିବା ବେଳେ ଦୁଇ ଦୁବୁର୍ତ୍ତ ପ୍ରଥମେ ତାକୁ ରାସ୍ତାରୁ ଉଠେଇ ଥିଲେ। ପରେ ଭୟଙ୍କର ଭାବେ ଚିତ୍କାର କରୁଥିଲା। କିନ୍ତୁ ଦୁର୍ବୃତ୍ତମାନେ କୌଣସି ଦୟା ଦେଖାଇନଥିଲେ। ଘଟଣାଟି ବିଳମ୍ବିତ ରାତିରେ ଚିତ୍କାର କରିବା ସହ କିଛି ଲୋକ ପିଛା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତମାନେ ପଳାଇଯାଇଥିଲେ।ଏହି ଘଟଣା ପରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ବାସିନ୍ଦାମାନେ ପୁଲିସକୁ ଦୋଷୀମାନଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବା ସହ ଗାଈ ଚୋରି ମାଫିଆଙ୍କ ଉପରେ କଠୋର ଚଢ଼ାଉ କରିବାକୁ ଦାବି କରିଛନ୍ତି।ଘଟଣା ସମ୍ପର୍କରେ ବାରିପଦା ସଦର ଥାନାକୁ ସୂଚନା ଦିଆଯାଇଥିବା ବେଳେ ପୁଲିସ କହିଛି ଯେ, ସିସିଟିଭି ଫୁଟେଜ ଆଧାରରେ ଗାଡ଼ି ଓ ସଂପୃକ୍ତ ଦୁର୍ବୃତ୍ତମାନଙ୍କ ପରିଚୟ ଚିହ୍ନଟ କରାଯାଉଛି ଓ ତଦନ୍ତ ଜୋରଦାର କରାଯାଇଛି। - Jan 27, 2026 22:06 IST
ହକି ପ୍ରୋଲିଗ୍: ପ୍ରଥମ ଦଳଭାବେ ପହଞ୍ଚିଲା ବେଲ୍ଜିୟମ
ରାଉରକେଲ: ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଫେବ୍ରୁଆରି ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହକି ପ୍ରୋ-ଲିଗ୍ ଅନୁଷ୍ଠିତ ହେବ। ଏଥିରେ ଭାରତ ସମେତ ଆର୍ଜେଣ୍ଟିନା ଓ ବେଲ୍ଜିୟମ ପରସ୍ପର ମଧ୍ୟରେ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ। ପ୍ରତିଯୋଗିତାରେ ଭାଗନେବାକୁ ମଙ୍ଗଳବାର ପ୍ରଥମ ଦଳଭାବେ ବେଲ୍ଜିୟମ ରାଉରକେଲାରେ ପହଞ୍ଚିଛି। ଦଳ ଦୁଇଟି ପର୍ଯ୍ୟାୟରେ ପହଞ୍ଚିଥିଲା। ହକି ଇଣ୍ଡିଆ ଲିଗ୍ ଖେଳୁଥିବା ୧୦ ଜଣ ଖେଳାଳି ଭୁବନେଶ୍ବରରୁ ବିମାନଯୋଗେ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ସେଠାରୁ ସଡ଼କ ପଥରେ ରାଉରକେଲାକୁ ଆସିଥିଲେ। ସେହିଭଳି ଅବଶିଷ୍ଟ ୨୩ ଜଣିଆ ଖେଳାଳି, ସପୋର୍ଟ୍ ଷ୍ଟାଫ୍ ନୂଆଦିଲ୍ଲୀରୁ ଝାରସୁଗୁଡ଼ା ଓ ପରେ ସଡ଼କପଥରେ ଆସି ରାତି ପ୍ରାୟ ୧୦ଟାରେ ରାଉରକେଲାରେ ପହଞ୍ଚିଛନ୍ତି। ସମସ୍ତ ଖେଳାଳି ମେ’ ଫେୟାର୍ ବିଶ୍ବକପ୍ ଭିଲେଜ୍ରେ ରହୁଥିବାବେଳେ ଆସନ୍ତାକାଲିଠାରୁ ଅଭ୍ୟାସ ଆରମ୍ଭ କରିବେ।
/filters:format(webp)/sambad/media/media_files/2026/01/27/bel-2026-01-27-22-05-57.jpg)
- Jan 27, 2026 22:04 IST
ବିଏମସି ଅଫିସ ସମ୍ମୁଖରେ ସୈନିକସ୍କୁଲ ବଞ୍ଚାଅ ଅଭିଯାନର ଆମରଣ ଅନଶନ
ଭୁବନେଶ୍ୱର: ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଆ ଗଦା ହଟାଅ ଅଭିଯାନ ତରଫରୁ ଆଜି ବି ଏମ ସି ଅଫିସ ସମ୍ମୁଖରେ ଆମରଣ ଅନସନ ହୋଇଥିଲାl ବେଆଇନ ବିଷାକ୍ତ ଅଳିଆ ଗଦା ପାଇଁ ମୃତ, ରୋଗଗ୍ରସ୍ତ, ପୀଡିତ ଓ କ୍ଷତିଗ୍ରସ୍ତ ଲୋକ ମାନଙ୍କୁ ବ୍ୟକ୍ତିଗତ ସ୍ତରରେ ବି ଏମ ସି କୁ କ୍ଷତିପୂରଣ ଦାବି କରିବାକୁ ଜନସାଧାରଣଙ୍କୁ ପୂର୍ବରୁ ଆହ୍ୱାନ କରା ଯାଇଥିଲାl ଆଜି ଅନସନରେ କ୍ଷତିଗ୍ରସ୍ତ ଧୀରୀକୁଟି ଏବଂ ଭିଏସ୍ଏସ୍ ନଗର ଅଂଚଳର ଅନେକ ଲୋକ ଯୋଗ ଦେଇଥିଲେl ଅଭିଯାନର ଦୀର୍ଘ ଦିନ ଧରି ଦାବି, ଧାରଣା, ଧର୍ମଘଟ, ଅନସନ ପରେ ଗlଡ଼କଣ ବେଆଇନ ଅଳିଆ ଗଦା ପାଇଁ ପ୍ରଦୂଷଣ ବୋର୍ଡ ବିଳମ୍ବରେ କେବଳ ତାଗିଦ ଭରା ଚିଠି ଲେଖି ବି ଏମ ସି କୁ ସମୟ ଅବଧି ଦେଇ ଆଇନ ଗତ ପଦକ୍ଷେପ ପାଇଁ ତାଗିଦ କରିଛନ୍ତି l ଅଳିଆ ଗଦାର ବିଷାକ୍ତ ଗ୍ୟାସ ଓ ପ୍ରଦୂଷଣ ଯୋଗୁଁ ଦୀର୍ଘ ଅନେକ ଲୋକଙ୍କ ମୃତ୍ୟୁ ସହି ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହୋଇଛନ୍ତି l ସେମାନଙ୍କୁ ମଧ୍ୟ ବିଏମସି କ୍ଷତି ପୂରଣ ଦେବା ଆବଶ୍ୟକl
/filters:format(webp)/sambad/media/media_files/2026/01/27/bmc-2026-01-27-22-04-28.jpg)
- Jan 27, 2026 21:04 IST
କଳିଙ୍ଗକୁ ଘରୋଇ ପଡ଼ିଆ କଲେ ଓଡ଼ିଶା ଏଫ୍ସି, ଇଣ୍ଟର କାଶୀର
ଭୁବନେଶ୍ବର: ବାଦବିବାଦ ପରେ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସ୍ଏଲ୍) ଫୁଟ୍ବଲ୍ ପ୍ରତିଯୋଗିତା ଖେଳାଯିବା ପ୍ରାୟ ନିଶ୍ଚିତ ହୋଇଛି। ଆସନ୍ତା ମାସ ୧୪ ତାରିଖରୁ ଏହି ଲିଗ୍ ଖେଳାଯିବ। ଏଥିଲାଗି ସାମ୍ଭାବିତ ସୂଚୀ ଘୋଷିତ ହୋଇଛି। ଏହି ପ୍ରତିଯୋଗିତାରେ ୧୪ କ୍ଲବ୍ ଭାଗ ନେଉଥିଲା ବେଳେ ମୋଟ ୯୧ ମ୍ୟାଚ୍ (ଘରେ ଓ ବାହାରେ) ଖେଳାଯିବ। ପ୍ରତିଦଳ ୧୩ ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବେ। ଏହାପରେ ପ୍ଲେ ଅଫ୍ ଆରମ୍ଭ ହେବ। ପ୍ରତିଦିନ ଗୋଟିଏ ଲେଖାଏଁ ଏବଂ ବିଶେଷ କରି ଶନିବାର ଓ ରବିବାର ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ। ଚୂଡ଼ାନ୍ତ ସୂଚୀ ଫେବ୍ରୁଆରି ୨ ତାରିଖରେ ଘୋଷଣା କରାଯିବ।
/filters:format(webp)/sambad/media/media_files/2026/01/27/27bbs_102_27012026_112-2026-01-27-21-04-16.jpg)
ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପୂର୍ବ ପରି ଓଡ଼ିଶା ଏଫ୍ସିର ଘରୋଇ ପଡ଼ିଆ ରହିଛି। ଏଠାରେ ଏହି ଭୁବନେଶ୍ବର ଭିତ୍ତିକ ଦଳ ଷଷ୍ଠ ଥର ଲାଗି ଖେଳିବ। ଓଡ଼ିଶା ଏଫ୍ସି ସହ କଳିଙ୍ଗ ଷ୍ଟାଡିୟମ୍କୁ ବାରାଣାସୀ ଭିତ୍ତିକ ଦଳ ଇଣ୍ଟର୍ କାଶୀ ମଧ୍ୟ ଘରୋଇ ଦଳ କରିଛି। ଆଇଲିଗ୍ରୁ ପଦୋନ୍ନତି ପାଇ ଆଇଏସ୍ଏଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଏହି ଦଳ କଳିଙ୍ଗରେ ୬ଟି ମ୍ୟାଚ୍ ଖେଳିବ। ସମ୍ଭାବିତ ସୂଚୀ ଅନୁଯାୟୀ କୋଲକାତାର ସଟ୍ଲେକ୍ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଉଦ୍ଘାଟନୀ ମୁକାବିଲାରେ ବିଜେତା ମୋହନ ବାଗାନ ସୁପର ଜାଏଣ୍ଟ୍ସ ଓ କେରଳ ବ୍ଲାଷ୍ଟର୍ସ ମୁହାଁମୁହିଁ ହେବେ। ଓଡ଼ିଶା ଏଫ୍ସି ନିଜ ଘରୋଇ ପଡ଼ିଆରେ ୧୬ ତାରିଖରେ ପଞ୍ଜାବ ଏଫ୍ସି ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ୨୪ ତାରିଖରେ କଳିଙ୍ଗରେ ଦୁଇ ଘରୋଇ ଦଳ ଓଡ଼ିଶା ଏଫ୍ସି ଓ ଇଣ୍ଟର୍ କାଶୀ ଲଢ଼ିବେ।
- Jan 27, 2026 20:21 IST
ଅଲ ଇଣ୍ଡିଆ ବ୍ଯାଙ୍କ କର୍ମଚାରୀଙ୍କ ଧର୍ମଘଟ
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥ କଚେରୀ ଷ୍ଟେଟ୍ ବ୍ଯାଙ୍କ ଇଣ୍ଡିଆ ନିକଟରେ ସହରର ସମସ୍ତ ବ୍ଯାଙ୍କ କର୍ମଚାରୀ ଏକତ୍ରିତ ହୋଇ ଏକଦିବସୀୟ ଓଲ ଇଣ୍ଡିଆ ବ୍ଯାଙ୍କ ଧର୍ମଘଟରେ ସାମିଲ ହୋଇଥିଲେ। ସେମାନଙ୍କ ପ୍ରମୁଖ ଦାବି ମଧ୍ଯରେ ସପ୍ତାହକୁ ୫ ଦିନ ବ୍ଯାଙ୍କ କାର୍ଯ୍ୟ ସହିତ ଶନିବାର ଓ ରବିବାର ଛୁଟି କରାଯାଉ। ସରକାରଙ୍କ ନିକଟରେ ଦାବି ପୂରଣ କରିବା ନିମନ୍ତେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଅନ୍ଯତା ଆଗାମୀ ଦିନରେ ତ୍ରୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ସମସ୍ତ ଜାତୀୟ କରଣ ବ୍ଯାଙ୍କ ଏବଂ ସରକାରୀମାନ୍ଯତା ବ୍ଯାଙ୍କ ଆନ୍ଦୋଳନରେ ଜଡିତ ରହିଛନ୍ତିl ଉକ୍ତ ଆନ୍ଦୋଳନରେ ୟୁନିଟ ସମ୍ପାଦକ ପ୍ରଭାସ କୁମାର ଦାସ, ସହ ସାଧାରଣ ସମ୍ପାଦକ ସୁରାଇ ମୁର୍ମୁ, ଉପସଭାପତି ବୀରେନ୍ଦ୍ର କୁମାର ମାଝୀ, ଇସି ବାରିପଦା ନିକୁ ଭୂଷଣ ନାଏକ, ଇସି କେସି ହେମ୍ବ୍ରମ, ଶଙ୍କର ବେହେରା, ୟୁନିୟନ ଲଧିରା ପୂର୍ତ୍ତୀ, ବୈଦ୍ଯନାଥ ହେମ୍ବ୍ରମ, ସୌମ୍ଯରଂଜନ, ଯଦୁନାଥ ସୋରେନ, ବିନୋଦବିହାରୀ ଟୁଡୁ, କାଳିଦାସ ଟୁଡୁ, ଗୋପାଳ ଚନ୍ଦ୍ର ମୁର୍ମୁ, ପ୍ରଭାତି ପାତ୍ର, କରୁଣା ମୁର୍ମୁ, ସ୍ନେହଲତା ପାତ୍ର, ଭଞ୍ଜ ଶାନ୍ତି ପ୍ରମୁଖ ସାମିଲ୍ ଥିଲେ।
/filters:format(webp)/sambad/media/media_files/2026/01/27/img-20260127-wa0201-2026-01-27-20-21-30.jpg)
- Jan 27, 2026 20:16 IST
ଟ୍ରକ୍କୁ ପିଟିଲା ଟ୍ରଭେଲର: ଜଣେ ମୃତ, ଛଅ ଗୁରୁତର
ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ୧୬ନମ୍ବର ଜାତୀୟ ରାଜପଥ ତୋଟାପଡ଼ା ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ବେଆଇନ ପାର୍କିଂ କରିଥିବା ଏକ ଟ୍ରକ୍ ପଛକୁ ଏକ ଯାତ୍ରୀବାହୀ ଟ୍ରାଭେଲଲର ଧକ୍କା ଦେଇଛି। ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି। ଗାଡ଼ିରେ ପ୍ରାୟ ୨୦ ଜଣ ଯାତ୍ରୀ ଥିଲେ।
/filters:format(webp)/sambad/media/media_files/2026/01/27/khordha-2026-01-27-20-16-01.jpg)
ଆଉ ଆନ୍ୟମାନେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଥିଲା। ସେମାନଙ୍କ ଭିତରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେଥିପାଇଁ କିଛି ଯାତ୍ରୀଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଉଛି। ଟ୍ରାଭେଲରଟି ବ୍ରହ୍ମପୁର ଆଡୁ ଭୁବନେଶ୍ୱର ଆଡ଼କୁ ଯାଉଥିଲା। ଏଥିରେ ଏକ କମ୍ପାନିର କିଛି ଷ୍ଟାଫ ଯାତ୍ରା କରୁଥିଲେ ବୋଲି ଜଣାପଡିଛି।
- Jan 27, 2026 19:21 IST
ବିଶାଳ ହିନ୍ଦୁ ସମ୍ମିଳନୀ
ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କତିଙ୍ଗିଆ ଠାରେ ପଞ୍ଚାୟତ ସ୍ତରୀୟ ବିଶାଳ ହିନ୍ଦୁ ସମ୍ମିଳନୀ ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ଅନୁଷ୍ଠିତ ହୋଇ ଯାଇଛି। ହିନ୍ଦୁ ସୁରକ୍ଷା ମଞ୍ଚ ସଭାପତି କାମରାଜ କହଁରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ବନବାସୀ ସନ୍ଥ ସୁଦୟ ବାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତ ଶ୍ରଦ୍ଧା ଜାଗରଣ ପ୍ରମୁଖ ବିଦ୍ୟାଧର ମହନ୍ତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ପୂର୍ଣ ସମାଜ କୁ ସଂଗଠିତ କରି ଦେଶରେ ଦେଖା ଯାଉଥିବା ହିନ୍ଦୁତ୍ୱ କୁ ନେଇ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଆହ୍ୱାନ ଗୁଡିକର ସମାଧାନ କରିବା, ସମାଜରେ ସ୍ଥାୟୀ ପରିବର୍ତନ ଆଣିବା ପାଇଁ ସମାଜରେ ଥିବା ସମସ୍ୟା ଗୁଡ଼ିକୁ ସୁଧାରିବା ମୁଖ୍ୟ ଲକ୍ଷ୍ୟ ଥିଲା।
/filters:format(webp)/sambad/media/media_files/2026/01/27/img-20260127-wa0170-2026-01-27-19-21-42.jpg)
ଆୟୋଜିତ କାର୍ଯ୍ଯକ୍ରମରେ ପଞ୍ଚ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଛି। ସାମାଜିକ ପର୍ଯ୍ୟାବରଣ, ସଂରକ୍ଷଣ, ସମରସତ୍ତା, ପରିବାର ପ୍ରବୋଧନ, ସ୍ଵଆଧାରିତ ଜୀବନ, ନାଗରିକ କର୍ତ୍ତବ୍ୟବୋଧ କୁ ହୃଦୟଙ୍ଗମ କରିବା ଆବଶ୍ୟକ ରହିଛି ବୋଲି ଅତିଥି କହିଥିଲେ। ଏହି କାର୍ଯ୍ୟକ୍ରମରେ ମାନଗୋବିନ୍ଦ ପ୍ରଧାନ, ଅବନେଶ୍ୱର ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ଶିବରାମ ଦିଗାଳ, ବିରେସନ ମଳିକ,ଗାନ୍ଧୀ ପ୍ରଧାନ, ପରମାନନ୍ଦ ପ୍ରଧାନ,ବିନାୟକ ପ୍ରଧାନ, କବିରାଜ ପ୍ରଧାନ,ସୁନୀଲ ପ୍ରଧାନ,କାମରାଜ ଦିଗାଳ, ରଂଜିତା ପ୍ରଧାନ, ଗୀତାଞ୍ଜଳି ପ୍ରଧାନ, ସୁକେଶିନୀ ଦିଗାଳ, କୃତିବାସ ପ୍ରଧାନ, ସଂଜୀବ ପ୍ରଧାନ ପ୍ରମୁଖ ଙ୍କ ସହ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ।
- Jan 27, 2026 19:09 IST
ବିଏସ୍ଏନ୍ଏଲ୍ରେ ଏଚ୍ଡି ଗୁଣବତ୍ତାର ଭଏସ୍ କଲ୍
ଭୁବନେଶ୍ବର: ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ପକ୍ଷରୁ ଓଡ଼ିଶା ୪ଜି ଡାଟା ସେଣ୍ଟର୍ରେ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଆଇପି ମଲ୍ଟିମିଡିଆ ସବ୍ସିଷ୍ଟମ୍ (ଆଇଏମ୍ଏସ୍) ଉଦ୍ଘାଟନ କରାଯାଇଛି। କମ୍ପାନିର ମୁଖ୍ୟ ମହାପ୍ରବନ୍ଧକ ଦୁଷ୍ମନ୍ତ କୁମାର ବେହେରା ଏହାକୁ ଉଦ୍ଘାଟନ କରିଛନ୍ତି। ଏହା ଦ୍ବାରା ବିଏସ୍ଏନ୍ଏଲ୍ର ୪ଜି ଗ୍ରାହକମାନେ ଏଚ୍ଡି ଗୁଣବତ୍ତାର ଭଏସ୍ କଲ୍ ସୁବିଧା ପାଇପାରିବେ। ଟିସିଏସ୍ ଓ ସିଡିଓଟି ଦ୍ବାରା ଏହି ବ୍ୟବସ୍ଥା ବିକଶିତ କରାଯାଇଛି। ପୂର୍ବ ଭାରତରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏହାକୁ ଆରମ୍ଭ କରାଯାଇଛି।
/filters:format(webp)/sambad/media/media_files/2026/01/27/27bbs_91_27012026_112-2026-01-27-19-09-40.jpg)
- Jan 27, 2026 18:55 IST
ଆଲକାରାଜ ଆଗେଇଲେ
ମେଲମର୍ଣ୍ଣ: ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ସ୍ପେନୀୟ ଟେନିସ୍ ତାରକା କାର୍ଲୋସ୍ ଆଲକାରାଜ୍ ନିଜ ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଜିତିବା ସ୍ବପ୍ନ ପୂରଣର ନିକଟତର ହୋଇଛନ୍ତି। ବୁଧବାର ପୁରୁଷ ଏକକର କ୍ବାର୍ଟର ଫାଇନାଲ୍ରେ ଟପ୍ ସିଡ୍ ଆଲକାରାଜ୍ ଷଷ୍ଠ ସିଡ୍ ଅଷ୍ଟ୍ରେଲିଆର ଆଲେକ୍ସ ଡି’ ମିନୁରଙ୍କୁ ୭-୫, ୬-୨, ୬-୧ରେ ହରାଇ ପ୍ରଥମ ଥର ଲାଗି ଏହି ସମ୍ମାନଜନକ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ୨୨ବର୍ଷୀୟ ଆଲ୍କାରାଜ୍ ଯଦି ଚଳିତବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ରେ ବିଜେତା ହୁଅନ୍ତି, ତାହେଲେ ବିଶ୍ବ ଟେନିସ୍ରେ ଓପନ୍ ଏରାର ଆରମ୍ଭ ହେବା ପରଠାରୁ କ୍ୟାରିୟର୍ ସ୍ଲାମ୍ ହାସଲ କରିବାରେ ସର୍ବକନିଷ୍ଠ ଖେଳାଳି ହେବେ। ମିନୁରଙ୍କୁ ହରାଇ ସେ ମଧ୍ୟ ଲଗାତାର ଚତୁର୍ଥ ଏବଂ ମୋଟ ଉପରେ ଦଶମ ଥର ଲାଗି କୌଣସି ଗ୍ରାଣ୍ଡ ସ୍ଲାମ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନି। ଚଳିତବର୍ଷ ମଧ୍ୟ ସେ ଏପର୍ଯ୍ୟନ୍ତ ଅପରାଜେୟ ରହିଛନ୍ତି।
/filters:format(webp)/sambad/media/media_files/2026/01/27/27bbs_54_27012026_112-2026-01-27-18-55-08.jpg)
- Jan 27, 2026 18:46 IST
ଯାତ୍ରୀବାହୀ ବସ୍ ଓଲଟିଲା
- ଯାତ୍ରୀବାହୀ ବସ୍ ଓଲଟିଲା, ବର୍ତ୍ତିଲେ ଯାତ୍ରୀ
- କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଅଘଟଣ
- ଛୋନାପଦି-ବଉଳା ରାସ୍ତାର ବୈଦାକିଆ ନିକଟରେ ଓଲଟିଲା ବସ୍
- ନିଶାସକ୍ତ ଅବସ୍ଥାରେ ବସ୍ ଚଳଉଥିଲେ ଚାଳକ
- ସତର୍କ ହୋଇ ପୂର୍ବ ଷ୍ଟପେଜ୍ରେ ଓହ୍ଲାଇପଡ଼ିଥିଲେ ଯାତ୍ରୀ
/filters:format(webp)/sambad/media/media_files/2026/01/15/breaking-2026-01-15-07-38-12.jpg)
- Jan 27, 2026 18:15 IST
୧୦ ଦିନରେ ରାସ୍ତା ମରାମତି ନଷ୍ଟ, ନିମ୍ନମାନର କାମ ଅଭିଯୋଗ
ମୈଦଲପୁର: ସରକାରଙ୍କ ତରଫରୁ ପ୍ରତ୍ୟେକ ଗାଁ ଗହଳିମାନଙ୍କରେ ଯାତାୟତର ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପିଚୁରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ଏହା ଦୀର୍ଘଦିନ ହେଲା ପରେ ଖରାପ ହୋଇ ମରଣଯନ୍ତା ପାଲଟିଛି। ବିଭାଗ ପକ୍ଷରୁ ବର୍ତ୍ତମାନ ଖରାପ ରାସ୍ତା ଉପରେ ପିଚୁଦେଇ ମରାମତି କାମ ଚାଲିଛି। ହେଲେ ନିମ୍ନମାନର କାମ ହୋଇଥିବା ହେତୁ ୧୦ ଦିନ ଭିତରେ ପିଚୁ ଉଠିଯାଇ ବିପଦ ସଂକୁଳ ଅବସ୍ଥା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
/filters:format(webp)/sambad/media/media_files/2026/01/27/maidalpur-2026-01-27-18-14-59.jpg)
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ନିଳାଦ୍ରୀଗୁଡା ଠାରୁ ଚୋରାମୁଳା ଗାଁ ପର୍ଯ୍ୟନ୍ତ ମରାମତି କାମ ଚାଲିଛି। କେନ୍ଦୁଗୁଡ଼ା ଗାଁ ନିକଟରେ ସମ୍ପୂର୍ଣ ନଷ୍ଟ ହୋଇ ପିଚୁ ଉଠି ଦୁର୍ଘଟଣା ଘଟିବାର ବହୁତ ସମ୍ଭାବନା ରହିଛି। କେବଳ ପିଚୁ ପକାଇଦେଇ ରଲେର ନ ଦେଇ ଛାଡି ଦେଉଛନ୍ତି, ଯାହାକି ଅଳ୍ପ ଦିନରେ ପିଚୁ ଉଠି ମରଣଯନ୍ତା ହୋଇଛି। ଅଳ୍ପଦିନ ଭିତରେ ପିଚୁ ଉଠି ଯାତାୟାତ କରିବା ସମୟରେ ଦୁର୍ଘଟଣା ଘଟି ଆହତ ହୋଉଥିବା ଗ୍ରାମବାସୀ କହିଛନ୍ତି। ଅତି ନିମ୍ନମାନର କାମ ହୋଇଥିବାରୁଏଭଳି ଅବସ୍ଥା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁନର୍ବାର ଏହି ରାସ୍ତାକୁ ଉତ୍ତମ ମାନର ପିଚୁଦେଇ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
- Jan 27, 2026 17:26 IST
ଅଷ୍ଟ୍ରେଲିଆନ୍ ଓପନ୍ରେ ଅଟକିଲା ଗଫ୍ଙ୍କ ଗାଡ଼ି
ମେଲବର୍ଣ୍ଣ: ରଡ୍ ଲାଭର ଏରିନାରେ ଆମେରିକୀୟ ତାରକା କୋକୋ ଗଫ୍ଙ୍କ ତୃତୀୟ ଗ୍ରାଣ୍ଡସ୍ଲାମ୍ ବିଜୟ ସ୍ବପ୍ନ ଭାଙ୍ଗି ଚୂରମାର୍ ହୋଇଯାଇଛି। ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ର କ୍ବାର୍ଟର ଫାଇନାଲ୍ରେ ତାଙ୍କୁ ମଙ୍ଗଳବାର ୟୁକ୍ରେନ୍ର ଏଲିନା ସ୍ବିତୋଲିନା ୬-୧, ୬-୨ ସେଟ୍ରେ ହରାଇ ବିଦାୟର ପଥ ଦେଖାଇ ଦେଇଛନ୍ତି। ଏହି ବିଜୟ ସହ ସ୍ବିତୋଲିନା ନିଜ କ୍ୟାରିୟର୍ରେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ର ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ପୂର୍ବରୁ ଏହି ୩୧ ବର୍ଷୀୟା ଖେଳାଳି ତିନି ଥର କ୍ବାର୍ଟର ଫାଇନାଲ୍ ଖେଳିଥିଲେ ମଧ୍ୟ କେବେବି ସେମିଫାଇନାଲ୍କୁ ଯିବାର ଗୌରବ ହାସଲ କରି ନଥିଲେ। ସେହିଭଳି ସେ ମଧ୍ୟ ନିଜ ପ୍ରଥମ ଗ୍ରାଣ୍ଡସ୍ଲାମ୍ ବିଜୟ ଦିଗରେ ଆଉଏକ ବଡ଼ ପାଦ ବଢ଼ାଇଛନ୍ତି। ପ୍ରଥମ ସିଡ୍ ତଥା ବେଲାଋଷର ଚର୍ଚ୍ଚିତ ଖେଳାଳି ଆରିନା ସାବାଲେଙ୍କାଙ୍କ ଜୟଯାତ୍ରା ମଧ୍ୟ ଜାରି ରହିଛି। ନିଜ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ସେ ୨୯ତମ ସିଡ୍ ଆମେରିକାର ଇଭା ଜୋଭିକଙ୍କୁ ଅତି ସହଜରେ ୬-୩, ୬-୦ରେ ହରାଇ ଆଗକୁ ବଢ଼ିଛନ୍ତି। ପୁରୁଷ ଏକକରେ ଜର୍ମାନୀର ତୃତୀୟ ସିଡ୍ ଖେଳାଳି ଆଲେକଜାଣ୍ଡାର ଭେରେଭ୍ ୬-୩, ୬-୭, ୬-୧, ୭-୬ରେ ଆମେରିକାର ଲିନର ତିଏନଙ୍କୁ ପରାସ୍ତ କରି ସେମିଫାଇନାଲ୍ ଟିକେଟ ହାସଲ କରି ନେଇଛନ୍ତି।
- Jan 27, 2026 17:08 IST
ପ୍ରଧାନଶିକ୍ଷକଙ୍କୁ ହତ୍ୟା ଉଦ୍ୟମ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛିI ପ୍ରଧାନଶିକ୍ଷକ ଜଣଙ୍କ ହେଲେ ସନ୍ତୋଷ କୁମାର ବେହେରା ସେ କଦମ୍ବଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଅଟନ୍ତିI ସ୍କୁଲ ଛୁଟି କରି ଫେରିବା ସମୟରେ କଦମ୍ବଗୁଡ଼ା ଗ୍ରାମର ଭାସ୍କର ବାଗ ତାଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେI ତାଙ୍କ ବେକରେ ଟାଙ୍ଗିଆ ମାଡ଼ ହୋଇଥିବା ଜଣାପଡ଼ଛିI ଆମ୍ବଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ କଳାହାଣ୍ଡି ସ୍ଥାନାନ୍ତର କରାଯାଇଛିI ପ୍ରବଳ ରକ୍ତଶ୍ରାବ ଯୋଗୁଁ ସେ ଗୁରୁତ୍ତର ଅଛନ୍ତିI ଆମ୍ବଦଳା ପୁଲିସ ଘଟଣାରେ ତଦନ୍ତ କରୁଥିବା ବେଳେ ଆକ୍ରମଣର କାରଣ ଜଣାପଡ଼ିନାହିଁI
/filters:format(webp)/sambad/media/media_files/2026/01/27/rgd-2026-01-27-17-08-25.jpg)
- Jan 27, 2026 17:03 IST
ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର
ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ୨୬ ନମ୍ବର ଜାତୀୟ ରାଜପଥର କୁନ୍ଦୁଲି ହାଇସ୍କୁଲ ନିକଟରେ ଆଜି ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍କୁ ବାଇକ୍ଟି ଓଭରଟେକ କରିବା ସମୟରେ ଏହି ଅଘଟଣ ଘଟିଛି। ସାମନା ପଟୁ ଏକ ପିକ୍ଅପ୍ ଭ୍ୟାନ୍ ଚାଲି ଆସିବାରୁ ପିକ୍ଅପ୍ ଭ୍ୟାନ୍ ସହିତ ବାଇକ୍ଟି ମୁହାଁମୁହିଁ ଧକ୍କା ହୋଇଛି। ବାଇକ୍ରେ ତିନିଜଣ ଥଲେ। ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି ସେମାନଙ୍କୁ କୁନ୍ଦୁଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ବାଇକ ଆରୋହୀମାନେ ଆନ୍ଧ୍ରପ୍ରଦେଶର ଆରକୁ ଅଞ୍ଚଳର ବୋଲି ଜଣାପଡ଼ିଛି।ଘଟଣାସ୍ଥଳରେ ପଟ୍ଟାଙ୍ଗି ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।
/filters:format(webp)/sambad/media/media_files/2026/01/27/screenshot-2026-01-27-170237-2026-01-27-17-02-58.jpg)
- Jan 27, 2026 16:44 IST
ସାବରିମାଲା ସୁନା ମାମଲାରେ କେରଳ ବିଧାନସଭାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହ ଆରମ୍ଭ କଲେ ବିରୋଧୀ
ତିରୁଅନନ୍ତପୁରମ୍: ସାବରିମାଲା ସୁନା ଚୋରି ପ୍ରସଙ୍ଗକୁ ନେଇ ବାମପନ୍ଥୀ ସରକାରଙ୍କ ଉପରେ ଚାପ ବଢ଼ାଇ ବିରୋଧୀ ୟୁଡିଏଫ୍ ମଙ୍ଗଳବାର କେରଳ ବିଧାନସଭାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହ ଆରମ୍ଭ କରିଛି।
କଂଗ୍ରେସ ବିଧାୟକ ସିଆର୍ ମହେଶ ଓ ମୁସଲିମ ଲିଗ୍ ବିଧାୟକ ନଜୀବ କାନ୍ତପୁରମ୍ ବିଧାନସଭା ହଲର ପ୍ରବେଶ ଦ୍ୱାରରେ ଧାରଣା ଦେଇଥିଲେ। ସାବରିମାଲା ସୁନା ଚୋରି ମାମଲାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଆସୁଛି ବିରୋଧୀ। ମଙ୍ଗଳବାର ସକାଳେ ବିରୋଧ ପ୍ରଦର୍ଶନ ଆରମ୍ଭ କରିବା ପରେ ବିରୋଧୀମାନେ ଗୃହ କାର୍ଯ୍ୟରେ ସହଯୋଗ ଜାରି ରଖିବେ ବୋଲି ଘୋଷଣା କରିଥିଲେ। ସାବରିମାଲା ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ବିରୋଧୀଙ୍କ ଦ୍ୱାରା ଚାଲିଥିବା ପ୍ରତିବାଦର ଏକ ଅଂଶ ହେଉଛି ଏହି ଧାରଣା।
- Jan 27, 2026 16:18 IST
ମା’ର ମୃତ୍ୟୁ ପରେ ଝୁଲିପଡ଼ିଲା ଝିଅ
- ଝୁଲନ୍ତା ଅବସ୍ଥାରେ ଝିଅର ମୃତଦେହ ଉଦ୍ଧାର
- ଯାଜପୁର ଜିଲ୍ଲା ଟମକା ଥାନା ଅଂଚଳରେ ଅଭାବନୀୟ ଘଟଣା
- ଦୁଇଦିନ ପୂର୍ବରୁ ଝୁଲିପଡ଼ିଥିଲେ ମା’
- ଅସହାୟ ଓ ଧୈର୍ଯ୍ୟ ଧରିନପାରି ଝିଅ ଜୀବନ ହାରିଥିବା ସନ୍ଦେହ
- ପୋଷ୍ଟମର୍ଟମ ପାଇଁ ମୃତହେଦ ପଠାଇଲା ପୁଲିସ
- ମାମଲା ରୁଜୁ, ପୁଲିସର ତଦନ୍ତ ଜାରି
/filters:format(webp)/sambad/media/media_files/2026/01/15/breaking-2026-01-15-07-38-12.jpg)
- Jan 27, 2026 15:51 IST
ଜୀବନ ହାରିବାକୁ ଉଦ୍ୟମ କଳେ ବୃଦ୍ଧ
- ସୀମା ଟପିଲା କି ଲୋକଲଜ୍ଜା
- ଜୀବନ ହାରିବାକୁ ଉଦ୍ୟମ କଲେ ବୃଦ୍ଧ
- ଭଦ୍ରକ ଜିଲ୍ଲା ବସନ୍ଦା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା
- ଚରଦିଆରେ ମହିଳା ମଣ୍ଡଳଙ୍କ କଙ୍ଗାରୁ କୋର୍ଟ ଅଭିଯୋଗ
- ଝିଅ ମଦ ବେପାର କରୁଥିବା ଅଭିଯୋଗରେ କଙ୍ଗାରୁ କୋର୍ଟ
- ଅଭିଯୁକ୍ତ ଝିଅ ସହ ବାପଙ୍କୁ ଗ୍ରାମସଭାରେ ବସାଇଲେ ଲୋକେ
- ଆର୍ଥିକ ଜରିମାନା ଓ ନିର୍ଯାତନା ଅଭିଯୋଗ
/filters:format(webp)/sambad/media/media_files/2026/01/26/breaking6-2026-01-26-06-56-38.jpg)
- Jan 27, 2026 15:26 IST
ଇଲେକ୍ଟ୍ରି କେବୁଲ଼୍ ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ ଡେରାଡ଼ୁନ୍ରୁ ଗିରଫ
ଭୁବନେଶ୍ବର: ଭୁବନେଶ୍ବର ଏମ୍ସ ସମ୍ମୁଖରୁ ଟ୍ରଲର୍ ଓ କ୍ରେନ୍ ଦ୍ବାରା ଦିନ ଦିପହରରେ ଇଲେକ୍ଟ୍ରି କେବୁଲ୍ ଲୁଟ୍ କରିବା ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଘଟଣାର ମାଷ୍ଟରମାଇଣ୍ଡ ସହ ଅନ୍ୟ ଜଣଙ୍କୁ ଡେରାଡୁନ୍ରୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଗନ୍ନାଥ ମହାନ୍ତି ଓ ଅଲ୍ଲୀ ଅଜଗର ଶିବତ୍ରା। ଗତ କିଛି ଦିନ ତଳେ ଲୁଟେରା ଦଳ ପ୍ରାୟ ୩କୋଟି ଟଙ୍କା ମୂଲ୍ୟର କେବୁଲ୍କୁ ଲୁଟ୍ କରିନେଇଥିଲେ। ଏହି ଘଟଣା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଥିଲା। ଅଭିଯୁକ୍ତମାନେ ଲୁଟ୍ କେବୁଲ୍କୁ ଛତିସଗଡ଼ର ରାୟପୁରରେ ୮୦ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ। ପୁଲିସ ଡେରାଡୁନ୍ରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।
/filters:format(webp)/sambad/media/media_files/2026/01/15/breaking-2026-01-15-07-38-12.jpg)
- Jan 27, 2026 14:12 IST
ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍: ଜଣେ ମୃତ ,୧ ଗୁରୁତର
ରାୟଗଡା: ବିଳମ୍ବିତ ରାତିରେ ଗୁଣପୁର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଗ୍ରାମ ମୁଖ୍ୟ ରାସ୍ତାରେ ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକ ପାଲକା ଶ୍ରୀନୁ ଓ ଆହତ ଯୁବକ ତାଣ୍ଡିଲି କିରଣ।
/filters:format(webp)/sambad/media/media_files/2026/01/26/1breaking-news-tuesady-2026-01-26-16-02-45.jpg)
- Jan 27, 2026 13:37 IST
ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ
ଭୁବନେଶ୍ୱର: ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାରେ ଅଙ୍ଗନବାଡି ଶିଶୁଙ୍କ ପୋଷାକର ମୂଲ୍ୟ ବଢ଼ାଯାଇଛି। ସ୍କୁଲର ଉଭୟ ପୋଷାକ ଓ ଜୋତା ପାଇଁ ବଢ଼ାଯାଇଛି ସରକାରୀ ଖର୍ଚ୍ଚ। ଅଙ୍ଗନବାଡ଼ି ପିଲାମାନେ ଉଚ୍ଚମାନର ୟୁନିଫର୍ମ ପିନ୍ଧିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ବାଳକଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କା ଥିବା ବେଳେ ଏହା ଆହୁରି ୭୫ ଟଙ୍କା ବଢ଼ି ୧୭୫ଟଙ୍କା ହୋଇଛି। ସେହିଭଳି ପୂର୍ବରୁ ବାଳିକାଙ୍କ ପୋଷାକ ପାଇଁ ୧୫୦ ଟଙ୍କାରୁ ବଢ଼ି ୨୫୦ ଟଙ୍କା ହୋଇଛି। ଅନ୍ୟପଟେ ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ଟଙ୍କା ବଢ଼ି ୧୫୦ ଟଙ୍କା ହୋଇଛି।
/filters:format(webp)/sambad/media/media_files/2026/01/26/1breaking-news-tuesady-2026-01-26-16-02-45.jpg)
- Jan 27, 2026 13:26 IST
ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ
ନୂଆଦିଲ୍ଲୀ: ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନ୍ଅନ୍ (ୟୁଏଫ୍ବିୟୁ) ପକ୍ଷରୁ ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟର ଡାକରା ଦିଆଯାଇଛି। ଫଳରେ ଦେଶବ୍ୟାପୀ ଆଜି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ସେବା ପ୍ରଭାବିତ ହୋଇଛି। ସପ୍ତାହକୁ ୫ ଦିନିଆ କାର୍ଯ୍ୟ ଦବସ ଦାବିରେ ସଂଘ ଏହି ଧର୍ମଘଟକୁ ଓହ୍ଲାଇଛି। ତେବେ ଧର୍ମଘଟର ପ୍ରଭାବକୁ ଦୃଷ୍ଟିରେ ରଖି ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପକ୍ଷରୁ ଷ୍ଟକ୍ ବଜାରକୁ ଧର୍ମଘଟ ନେଇ ସୂଚନା ଦିଆଯାଇଛି। ୟୁଏଫ୍ବିୟୁରେ ସଦସ୍ୟ ଥିବା ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ନଅଟି ସଂଘ ଯଥା ଏଆଇବିଇଏ, ଏଆଇବିଓସି, ଏନ୍ସିବିଇ, ଏଆଇବିଓଏ, ବିଇଏଫ୍ଆଇ, ଅଏନ୍ବିଇଏଫ୍, ଆଇଏନ୍ବିଓସି, ଏନଓବିଡବ୍ଲ୍ୟୁ ଓ ଏନ୍ଓବିଓ ଏହି ଫୋରମ୍ର ସଦସ୍ୟ ଅଛନ୍ତି। ଧର୍ମଘଟ ଯୋଗୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପଞ୍ଜାବ ନାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଇଣ୍ଡିଆନ୍ ବ୍ୟାଙ୍କ ଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାଗୁଡ଼ିକରେ ଟଙ୍କା ଜାମା, ଉଠାଣ, ଚେକ୍ କ୍ଲିଅରାନ୍ସ ଆଦି କାରବାର ବାଧାପ୍ରାପ୍ତ ହେବାର ଅଶଙ୍କା ରହିଛି। ତେବେ ବ୍ୟାଙ୍କ ଗୁଡ଼ିକର ଡିଜିଟାଲ ସେବାରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସେହିପରି ଘରୋଇ ବ୍ୟାଙ୍କ କର୍ମଚାରୀମାନେ ଏହି ସଂଗଠନର ସଦସ୍ୟ ନଥିବାରୁ ଦେଶରେ ଘରୋଇ ବ୍ୟାଙ୍କ ସେବା ସ୍ବାଭାବିକ ରହିବା ଆଶା କରାଯାଉଛି।
- Jan 27, 2026 12:31 IST
ଶତାଧିକ ବାଂଲାଦେଶୀ ସାମ୍ବାଦିକଙ୍କ ମାନ୍ୟତା ଆବେଦନକୁ ପ୍ରତ୍ୟାଖ୍ୟାନ
ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ୍ ୨୦୨୬କୁ ନେଇ ବିବାଦ ଜାରି ରହିଛି। ପ୍ରଥମେ ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବାଦ ଦେବା ଏବଂ ସ୍କଟଲାଣ୍ଡକୁ ସୁଯୋଗ ଦେବା ନିଷ୍ପତ୍ତି ଖବରରେ ଥିଲା। ବର୍ତ୍ତମାନ ବାଂଲାଦେଶୀ ଗଣମାଧ୍ୟମ ସମ୍ପର୍କରେ ଏକ ପ୍ରମୁଖ ଖବର ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଆଇସିସି ୧୦୦ରୁ ଅଧିକ ବାଂଲାଦେଶୀ ସାମ୍ବାଦିକଙ୍କ ମାନ୍ୟତା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି, ଯାହା ଏକ ନୂତନ ବିବାଦ ସୃଷ୍ଟି କରିଛି।
/filters:format(webp)/sambad/media/media_files/2025/09/17/icc-2025-09-17-03-30-14.jpg)
Photograph: (BBC) ବାଂଲାଦେଶର ପ୍ରମୁଖ ସମ୍ବାଦପତ୍ର ଦି ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାଂଲାଦେଶ କ୍ରିକେଟ୍ ବୋର୍ଡ ମିଡିଆ କମିଟିର ଅଧ୍ୟକ୍ଷ ଅମଜାଦ ହୁସେନ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୧୩୦ରୁ ୧୫୦ ବାଂଲାଦେଶୀ ସାମ୍ବାଦିକ ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଜ୍ଞାନ ଅନୁସାରେ, କେହି ଆଇସିସି ମାନ୍ୟତା ପାଇ ନାହାନ୍ତି। ଅମଜାଦ ହୁସେନ କହିଛନ୍ତି, ମୁଁ ଯେପର୍ଯ୍ୟନ୍ତ ଜାଣେ, ସମସ୍ତ ବାଂଲାଦେଶୀ ସାମ୍ବାଦିକଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ବର୍ଷ ୧୩୦ରୁ ୧୫୦ ସାମ୍ବାଦିକ ଆବେଦନ କରିଥିଲେ। କିନ୍ତୁ କାହାକୁ ଅନୁମୋଦନ କରାଯାଇ ନାହିଁ।
- Jan 27, 2026 12:27 IST
ଧାରଣା ଦେଲେ ଅଳଙ୍କାର ଅଗ୍ନିହୋତ୍ରୀ
ବରେଲି: ୟୁଜିସି ବିବାଦକୁ ନେଇ ସାର୍ବଜନୀନ ଭାବରେ ଇସ୍ତଫା ଦେଇଥିବା ପିସିଏସ୍ ଅଧିକାରୀ ଅଳଙ୍କାର ଅଗ୍ନିହୋତ୍ରୀଙ୍କ ସମସ୍ୟା ବୃଦ୍ଧି ପାଇଛି। ସେ ମଙ୍ଗଳବାର ଦିନ ବରେଲି ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ବାହାରେ ଏକ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ଭାବରେ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ଅଭିଯୋଗ କରି। ଅଳଙ୍କାର ଅଗ୍ନିହୋତ୍ରୀ ଏହା ମଧ୍ୟ ଦାବି କରିଥିଲେ ଯେ ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କୁ ଗତକାଲି ସନ୍ଧ୍ୟାରେ ପାଇଥିବା ଫୋନ୍ ବିଷୟରେ ବ୍ୟକ୍ତିଗତ ଭାବରେ ଜଣାନ୍ତୁ, ଯିଏ ପଣ୍ଡିତମାନଙ୍କ ବିରୁଦ୍ଧରେ ଅପମାନଜନକ ଭାଷା ବ୍ୟବହାର କରିଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍ ଉତ୍ତର ଦେବାରେ ବିଫଳ ହେବାରୁ, ସେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କୁ ଭେଟିବାକୁ ଅନୁରୋଧ କରିଛନ୍ତି।
/sambad/media/post_attachments/images/2026/01/27/article/image/Alankar-1769494449995_v-127947.webp)
ସରକାର ବରେଲିର ସିଟି ମାଜିଷ୍ଟ୍ରେଟ୍ ଅଳଙ୍କାର ଅଗ୍ନିହୋତ୍ରୀଙ୍କୁ ନିଲମ୍ବିତ କରିଛନ୍ତି, ଯିଏ ୟୁଜିସିର ସମତା ଯୁଗର ପ୍ରତିବାଦରେ ଏବଂ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ସମର୍ଥନରେ ଇସ୍ତଫା ଦେଇଥିଲେ। ଏହି ମାମଲାର ତଦନ୍ତ ବରେଲି ଡିଭିଜନାଲ୍ କମିସନର ଭୂପେନ୍ଦ୍ର ଏସ୍. ଚୌଧୁରୀଙ୍କୁ ଦିଆଯାଇଛି। - Jan 27, 2026 12:23 IST
ହାତୀର ମୃତଦେହ ଜଙ୍ଗଲରୁ ଉଦ୍ଧାର
- ହାତୀର ମୃତଦେହ ଉଦ୍ଧାର କଲା ବନ ବିଭାଗ
- ବଲାଙ୍ଗୀର ଜିଲ୍ଲା ମୁରିବାହାର ରେଂଜରେ ହାତୀର ମୃତଦେହ ଉଦ୍ଧାର
- ଜାମେଶ୍ବର ଗାଁ ନିକଟ ଜଙ୍ଗଲରୁ ହାତୀର ମୃତଦେହ ଠାବ
- ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ
- ବନ ବିଭାଗର ତଦନ୍ତ ଜାରି
/filters:format(webp)/sambad/media/media_files/2025/11/21/elephant-2025-11-21-18-29-37.jpg)
Photograph: (sambad.in) - Jan 27, 2026 11:58 IST
ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଓଲଟିଲା କଳାକାର ଗାଡ଼ି, ଜଣେ ଗୁରୁତର
ଝରିଗାଁ/ଚନ୍ଦାହାଣ୍ଡି: ଆଜି ସକାଳ ପ୍ରାୟ ୭ଟା ସମୟରେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ କଳାକାରମାନେ ଯାଉଥିବା ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାର ସୂଚନା ମିଳିଛି। ଗାଡ଼ିରେ ବସିଥିବା ପ୍ରାୟ ୮ ଜଣ କଳାକାର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା ରହିଛି।
/filters:format(webp)/sambad/media/media_files/2026/01/27/untitled-2026-01-27-11-57-51.png)
- Jan 27, 2026 11:37 IST
ୟୁଜିସି ମୁଖ୍ୟାଳୟ ବାହାରେ ଜୋରଦାର ପ୍ରଦର୍ଶନ
ନୂଆଦିଲ୍ଲୀ: ଜାନୁଆରି ମାସରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ବିରୁଦ୍ଧରେ ଦେଶବ୍ୟାପୀ ଛାତ୍ର ଏବଂ ଶିକ୍ଷାବିତ୍ଙ୍କ ଏକ ବଡ଼ ବର୍ଗ ମଧ୍ୟରେ ବ୍ୟାପକ କ୍ରୋଧ ରହିଛି। ସାଧାରଣ ବର୍ଗ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ନିୟମାବଳୀ ୨୦୨୬ରେ ସମାନତା ପ୍ରୋତ୍ସାହନ ବିଷୟରେ ଆଶଙ୍କା କରୁଛନ୍ତି। ସେମାନେ କହିଛନ୍ତି ଯେ ଏହି ନିର୍ଦ୍ଦେଶାବଳୀ ନ୍ୟାୟସଙ୍ଗତ ନୁହେଁ ଏବଂ ଏହା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ହଇରାଣ କରିପାରେ। ନୂତନ ନିୟମରେ, 'ଜାତି ଭେଦଭାବ' ଅର୍ଥ କେବଳ ଅନୁସୂଚୀତ ଜାତି, ଏସ୍ଟି ଏବଂ ଓବିସି ପ୍ରତି ଭେଦଭାବ। ପ୍ରତିବାଦ କରୁଥିବା ଲୋକମାନେ କୁହନ୍ତି ଯେ ଏହି ପରିଭାଷା ଏକପାଖିଆ ଏବଂ ସାଧାରଣ ବର୍ଗ ବିରୁଦ୍ଧରେ ଭେଦଭାବ କିମ୍ବା ମିଥ୍ୟା ଅଭିଯୋଗର କୌଣସି ଉଲ୍ଲେଖ ନାହିଁ। ଆଜି ୟୁଜିସି ମୁଖ୍ୟାଳୟ ବାହାରେ ଜୋରଦାର ପ୍ରଦର୍ଶନ କରାଯାଉଛି।
/sambad/media/post_attachments/aajtak/images/story/202601/697853e15d092-ugc-row-275748204-16x9-134107.png?size=948:533)
- Jan 27, 2026 11:33 IST
ଆନ୍ଦୋଳନକୁ କଂଗ୍ରେସର ସମର୍ଥନ
- ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ କଂଗ୍ରେସର ସମର୍ଥନ
- ଆସନ୍ତାକାଲିର ଆନ୍ଦୋଳନକୁ ସମର୍ଥନ ଜଣାଇଲା କଂଗ୍ରେସ
- ଆନ୍ଦୋଳନକୁ ସମର୍ଥନ ନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଦାସ
- ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଆସନ୍ତାକାଲି ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ
/filters:format(webp)/sambad/media/media_files/2026/01/26/breaking6-2026-01-26-06-56-38.jpg)
- Jan 27, 2026 11:13 IST
ସ୍ତ୍ରୀକୁ କଟୁରିରେ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମରେ ଅଭାବନୀୟ ଘଟଣା l ସ୍ତ୍ରୀକୁ କଟୁରିରେ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ l ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ l
/filters:format(webp)/sambad/media/media_files/2026/01/26/1breaking-news-tuesady-2026-01-26-16-02-45.jpg)
- Jan 27, 2026 10:57 IST
ଭାରତ-ଇୟୁ ମଧ୍ୟରେ ହେଲା ବଡ଼ ବୁଝାମଣା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୬ରେ ତାଙ୍କ ଅଭିଭାଷଣ ସମୟରେ ଭାରତ ଏବଂ ୟୁରୋପୀୟ ୟୁନିଅନ ମଧ୍ୟରେ ଏକ ପ୍ରମୁଖ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ଚୁକ୍ତିନାମା ବିଶ୍ୱର ଦୁଇ ବୃହତ ଅର୍ଥନୀତି ମଧ୍ୟରେ ଏକ ଦୃଢ଼ ସହଭାଗୀତାର ପ୍ରତୀକ ଏବଂ ଏହା ଭାରତର ଶିଳ୍ପ, ଶକ୍ତି କ୍ଷେତ୍ର ଏବଂ ଜନସାଧାରଣଙ୍କୁ ସିଧାସଳଖ ଲାଭ ପହଞ୍ଚାଇବ।
/filters:format(webp)/sambad/media/media_files/2026/01/26/c0b002a8-650a-44a5-8f33-d07840759230-2026-01-26-15-59-27.jpg)
- Jan 27, 2026 09:52 IST
କାର୍ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍, ୪ ମୃତ
ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ସହିତ ଧକ୍କା ହେବା ପରେ ଏକ ଏର୍ଟିଗା କାର ତିନିରୁ ଚାରି କିଲୋମିଟର ପର୍ଯ୍ୟନ୍ତ ଟାଣି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଜାନୁଆରୀ ୨୭ ତାରିଖ ମଙ୍ଗଳବାର ସକାଳେ ପାପଡା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି। ଦୁର୍ଘଟଣାରେ କାରଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି ଏବଂ ଦୌସା ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏକ୍ସପ୍ରେସୱେରେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଇଛି। ମୃତ ଚାରି ଜଣଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଦୌସା ଏଏସଆଇ କହିଛନ୍ତି ଯେ କାରଟି ବରୋଦାରୁ ନୋଏଡା ଅଭିମୁଖେ ଯାତ୍ରା କରୁଥିଲା। ଦୁର୍ଘଟଣାରେ ମୃତ ସମସ୍ତ ଚାରି ଜଣ ନୋଏଡାର ବାସିନ୍ଦା ଥିଲେ।
Photograph: (Sambad.in) - Jan 27, 2026 09:45 IST
ଯାତାୟତ ଅବରୋଧ କଲା ତୁଷାରପାତ
ସିମଲା: ହିମାଚଳ ପ୍ରଦେଶର ସିମଲା ସମେତ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ତୁଷାରପାତ ଦେଖାଯାଇଛି। ରାଜ୍ୟରେ ୩ଟି ଜାତୀୟ ରାଜପଥ ସମେତ ମୋଟ ୩୫ ରାସ୍ତା ଯାତାୟାତ ପାଇଁ ବନ୍ଦ ରହିଛି। ଏହି ସମୟରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଏକ ନୂତନ ପଶ୍ଚିମ ବାଧା ମଙ୍ଗଳବାରଠାରୁ ରାଜ୍ୟର ଉଚ୍ଚ ଅଞ୍ଚଳରେ ପ୍ରବଳ ତୁଷାରପାତ ଆଣିପାରେ। ରାଜ୍ୟ ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର ଅନୁଯାୟୀ, ଲାହୌଲ ଏବଂ ସ୍ପିତିର ଆଦିବାସୀ ଜିଲ୍ଲାରେ ଜାତୀୟ ରାଜପଥ 3 (ଲେହ-ମନାଲି) ଏବଂ ୫୦୫ ନମ୍ବର ଜାତୀୟ ରାଜପଥ (କାଜା-ଗ୍ରାମଫୁ) ସମେତ ପ୍ରାୟ ୨୮୨ ରାସ୍ତା ବନ୍ଦ ରହିଛି। ଶିମଲାରେ ୨୩୪, ମଣ୍ଡିରେ ୧୧୦, ଚମ୍ବାରେ ୭୮, କୁଲ୍ଲୁରେ ୬୫, ୩୦୫ ଜାତୀୟ ରାଜପଥ (ସୈଞ୍ଜ-ଲୁହରି-ଅଟ୍) ସମେତ ରାସ୍ତା ବନ୍ଦ ଅଛି; ସିରମୌରରେ ୪୧; କିନ୍ନୌରରେ ୧୮, କାଙ୍ଗଡ଼ାରେ ଚାରି ଏବଂ ଉନାରେ ତିନୋଟି ରାସ୍ତା। ପ୍ରଶାସନ ଦ୍ୱାରା ତୁଷାର ସଫା କରିବା କାର୍ଯ୍ୟ ଜାରି ରହିଛି।
/sambad/media/post_attachments/jagran-hindi/images/2026/01/27/template/image/snowfall_news-1769480953673-913195.jpg)
- Jan 27, 2026 09:29 IST
କାର ଧକ୍କାରେ ଦୁଇ ଯୁବକଙ୍କର ମୃତ୍ୟୁ
ପାଲଲହଡ଼ା: ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଭାଲୁକି ଗାଆଁ ଛକ ନିକଟରେ କାର ଧକ୍କାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହେଇଛି।ଦୁଇ ମୃତକ ହେଲେ ଅମିତ କୁମାର ନାଏକ ଓ ବିଶ୍ଵନାଥ ନାଏକ।
/filters:format(webp)/sambad/media/media_files/2026/01/27/untitled-2026-01-27-09-28-51.png)
- Jan 27, 2026 09:09 IST
ଟି୨୦ ବିଶ୍ବକପ-୨୦୨୬ ପାଇଁ ସ୍କଟଲାଣ୍ଡ ଟିମ୍ ଘୋଷିତ
ସ୍କଟଲାଣ୍ଡ କ୍ରିକେଟ୍ ଆଇସିସି ଟି୨୦- ବିଶ୍ୱକପ୍-୨୦୨୬ ପାଇଁ ଏହାର ଦଳ ଘୋଷଣା କରିଛି। ବାଂଲାଦେଶ ବଦଳରେ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବାରୁ ସ୍କଟଲାଣ୍ଡର ପ୍ରବେଶକୁ ଏଥର ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି। ଏହି ଅପ୍ରତ୍ୟାଶିତ ସୁଯୋଗ ସହିତ, ସ୍କଟଲାଣ୍ଡ ଏବେ ବଡ଼ ମଞ୍ଚରେ ନିଜକୁ ପ୍ରମାଣିତ କରିବାକୁ ଲକ୍ଷ୍ୟ ରଖିଛି। ଦଳର ଅଧିନାୟକତ୍ୱ ଅଭିଜ୍ଞ ରିଚି ବେରିଙ୍ଗଟନଙ୍କୁ ଦିଆଯାଇଛି। ବୋର୍ଡ ନିଶ୍ଚିତ ଯେ ତାଙ୍କ ଅଭିଜ୍ଞତା ଏବଂ ନେତୃତ୍ୱ ଯୁବ ଖେଳାଳିମାନଙ୍କୁ ଚାପ ମୁକାବିଲା କରିବାରେ ସାହାଯ୍ୟ କରିବ। ସ୍କଟଲାଣ୍ଡ ୧୫ ଜଣ ଖେଳାଳିଙ୍କ ଏକ କୋର୍ ଦଳ ଚୟନ କରିଛି, ଯେଉଁଥିରେ ଦୁଇଜଣ ଖେଳାଳିଙ୍କୁ ଟ୍ରାଭେଲିଂ ରିଜର୍ଭ ଏବଂ ତିନି ଜଣଙ୍କୁ ଅଣ-ଟ୍ରାଭେଲିଂ ରିଜର୍ଭ ଭାବରେ ମନୋନୀତ କରାଯାଇଛି, ଆବଶ୍ୟକ ହେଲେ ଦଳରେ ପରିବର୍ତ୍ତନ ପାଇଁ ଅନୁମତି ଦିଆଯାଇଛି।
/filters:format(webp)/sambad/media/media_files/2026/01/24/01breaking-2026-01-24-08-55-20.jpg)
- Jan 27, 2026 09:05 IST
ପାକିସ୍ତାନକୁ ପୁଣିଥରେ ଜାତିସଂଘରେ ଝଟକା
ନୂଆଦିଲ୍ଲୀ: ପାକିସ୍ତାନକୁ ପୁଣିଥରେ ଜାତିସଂଘରେ ଝଟକା ଲାଗିଛି। ଭାରତୀୟ ରାଷ୍ଟ୍ରଦୂତ ଜାତିସଂଘ ମଞ୍ଚରୁ ପାକିସ୍ତାନକୁ କଟାକ୍ଷ କରିଛନ୍ତି। ଏହି ସମୟରେ ସେ ଅପରେସନ ସିନ୍ଦୂର, ଜମ୍ମୁ କଶ୍ମୀର, ଆତଙ୍କବାଦ ଏବଂ ୨୭ତମ ସଂଶୋଧନ ବିଷୟରେ ମିଥ୍ୟା ପ୍ରଚାର ପାଇଁ ପାକିସ୍ତାନକୁ କଡ଼ା ସମାଲୋଚନା କରିଥିଲେ। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନୀ ହରିଶ ପାକିସ୍ତାନର ପର୍ଦ୍ଦାଫାସ କରି କହିଛନ୍ତି, ପାକିସ୍ତାନର ଏକମାତ୍ର ଏଜେଣ୍ଡା ହେଉଛି ଆମ ଦେଶ (ଭାରତ) ଏବଂ ଆମ ଲୋକଙ୍କୁ କ୍ଷତି ପହଞ୍ଚାଇବା। ପାକିସ୍ତାନ ଅପରେସନ ସିନ୍ଦୂର ବିଷୟରେ ପୂର୍ବରୁ ମିଥ୍ୟା ଦାବି କରିସାରିଛି।
/sambad/media/post_attachments/images/2026/01/27/article/image/UN-Parvathaneni-Harish-1769482770234_v-369103.webp)
ହରିଶ କହିଛନ୍ତି, ୯ ମଇ, ୨୦୨୫ ପର୍ଯ୍ୟନ୍ତ ପାକିସ୍ତାନ ଲଗାତାର ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଉଥିଲା। କିନ୍ତୁ ୧୦ ମଇରେ ପାକିସ୍ତାନୀ ସେନା ହଠାତ୍ ଭାରତୀୟ ସେନା ସହିତ ଯୋଗାଯୋଗ କରି ଯୁଦ୍ଧବିରତି ଅନୁରୋଧ କରିଥିଲା। ଅପରେସନ ସିନ୍ଦୂର ସମୟରେ, ଭାରତ ଅନେକ ପାକିସ୍ତାନୀ ବାୟୁସେନାକୁ ଧ୍ୱଂସ କରିଦେଇଥିଲା। ଭଙ୍ଗା ରନୱେ ଏବଂ ପୋଡ଼ିଯାଇଥିବା ହ୍ୟାଙ୍ଗରର ଚିତ୍ର ମଧ୍ୟ ସାର୍ବଜନୀନ କରାଯାଇଥିଲା।
- Jan 27, 2026 08:40 IST
ଅଧିକାରୀଙ୍କ ବିରୋଧରେ ଯୋଗୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ
ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ସରକାର ବରେଲି ସିଟି ମାଜିଷ୍ଟ୍ରେଟ୍ ଅଳଙ୍କାର ଅଗ୍ନିହୋତ୍ରୀଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଯିଏ ଗଣତନ୍ତ୍ର ଦିବସରେ ନିଜର ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିଲେ। ଅଳଙ୍କାର ଅଗ୍ନିହୋତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ବରେଲିର ଡିଭିଜନାଲ କମିଶନର ଏହି ଘଟଣାର ତଦନ୍ତ କରିବେ। ତଦନ୍ତ ସମୟରେ, ଅଳଙ୍କାର ଅଗ୍ନିହୋତ୍ରୀ ଶାମଲିର ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟରେ ନିୟୋଜିତ ରହିବେ।
ଅଳଙ୍କାର ଅଗ୍ନିହୋତ୍ରୀ ବରେଲି ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ପ୍ରଶାସନ ଦ୍ୱାରା ହଇରାଣର ଶିକାର ହୋଇଥିବା ଦାବି କରିଛନ୍ତି। ଏହି ସମୟରେ ଅଳଙ୍କାର ଅଗ୍ନିହୋତ୍ରୀ ତାଙ୍କ ସରକାରୀ ବାସଭବନ ଖାଲି କରିଛନ୍ତି। ଅଳଙ୍କାର ଅଗ୍ନିହୋତ୍ରୀ କହିଛନ୍ତି ଯେ ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କୁ ଆଲୋଚନା ପାଇଁ ଡକାଇଥିଲେ।
- Jan 27, 2026 08:35 IST
ବାସୁଦେବପୁର- ଜମୁଝାଡ଼ି ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା , ୨ ମୃତ
ଭଦ୍ରକ: ବାସୁଦେବପୁର- ଜମୁଝାଡ଼ି ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ୨ ମୃତ।
/filters:format(webp)/sambad/media/media_files/2026/01/26/1breaking-news-tuesady-2026-01-26-16-02-45.jpg)
- Jan 27, 2026 08:33 IST
ଛତ୍ରପୁରରେ ବୋମା ମାଡ଼, ଅଳ୍ପକେ ବର୍ତିଲେ ଘରର ତିନି ସଦସ୍ୟ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ଚିକଲଖଣ୍ଡି ଗ୍ରାମର ଜି. କାମରାଜୁ ରେଡ୍ଡୀଙ୍କ ଘରେ ବୋମା ମାଡ଼। କାମରାଜୁଙ୍କ ଘରର ପଛ ପଟୁ ହୋଇଛି ବୋମା ମାଡ଼। ଘରର ବହୁ ସାମଗ୍ରୀ ନଷ୍ଟ। ଅଳ୍ପକେ ବର୍ତିଲେ ଘରର ତିନି ସଦସ୍ୟ। କାରଣ ଅସ୍ପଷ୍ଟ ରହିଛି। ଛତ୍ରପୁର ପୁଲିସର ତଦନ୍ତ ଜାରି।
/filters:format(webp)/sambad/media/media_files/2026/01/27/untitled-2026-01-27-08-33-35.png)
- Jan 27, 2026 08:23 IST
୧୯ ବର୍ଷ ପୂର୍ବେ ଆଲୋଚନା, ଆଜି ହେବ ନିଷ୍ପତ୍ତି
ନୂଆଦିଲ୍ଲୀ: ଜାନୁଆରୀ ୨୭ରେ ଭାରତ-ଇୟୁ ଶିଖର ସମ୍ମିଳନୀ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଶତାବ୍ଦୀ ପୁରୁଣା ସାଂସ୍କୃତିକ, ବାଣିଜ୍ୟ ଏବଂ ରାଜନୈତିକ ସମ୍ପର୍କରେ ଏକ ପରିବର୍ତ୍ତନ ଆଣିପାରେ। ଏହି ଶିଖର ସମ୍ମିଳନୀ ଏକ ମହତ୍ୱାକାଂକ୍ଷୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନାର ସମାପ୍ତି ଘୋଷଣା କରିବ, ଏକ ରଣନୈତିକ ପ୍ରତିରକ୍ଷା ଚୁକ୍ତିନାମା (ସୁରକ୍ଷା ଏବଂ ପ୍ରତିରକ୍ଷା ସହଭାଗୀତା) ଚୂଡ଼ାନ୍ତ କରିବ ଏବଂ ୟୁରୋପରେ ଭାରତୀୟ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ଏକ ଢାଞ୍ଚା ଚୁକ୍ତିନାମା ଚୂଡ଼ାନ୍ତ କରିବ ବୋଲି ଆଶା କରାଯାଉଛି।
/sambad/media/post_attachments/aajtak/images/story/202601/69778da3d7168-india-eu-trade-deal-26515869-16x9-579127.png?size=948:533)
ବିଶ୍ୱ ଭୂରାଜନୈତିକ ଅସ୍ଥିରତା, ବିଶେଷକରି ଆମେରିକାର ବାଣିଜ୍ୟ ଏବଂ ସୁରକ୍ଷା ନୀତିର ପ୍ରଭାବକୁ ଦୃଷ୍ଟିରେ ରଖି, ଭାରତ ଏବଂ ଇୟୁ ଏକ ବ୍ୟାପକ ଆଭିମୁଖ୍ୟ ପ୍ରକାଶ କରିବାର ସମ୍ଭାବନା ଅଛି, ଏକ ବିକାଶ ଯାହା ବିଶ୍ୱବ୍ୟାପୀ ଯଥେଷ୍ଟ ଆଗ୍ରହ ସୃଷ୍ଟି କରୁଛି। ଭାରତ ଏବଂ ଇୟୁ ମଧ୍ୟରେ ପ୍ରତିରକ୍ଷା ଚୁକ୍ତିନାମା ସୋମବାର ଗଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବା ପରେ ଇୟୁ ସଭାପତି ଉର୍ସୁଲା ଆଲେକ୍ଜାଣ୍ଡ୍ରା ରୋଡ୍ରିଗେଜ ଘୋଷଣା କରିଥିଲେ।
- Jan 27, 2026 08:07 IST
ଟି-୨୦ ବିଶ୍ୱକପ୍ ପୂର୍ବରୁ ନୂତନ ବିବାଦ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍-୨୦୨୬ ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମଧ୍ୟ ପାକିସ୍ତାନକୁ ନେଇ ସସପେନ୍ସ ଏବଂ ବିବାଦ ଉଭୟ ରହିଛି। ବିଶ୍ୱକପ୍ରେ ପାକିସ୍ତାନର ଅଂଶଗ୍ରହଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇନଥିବା ବେଳେ ବାଂଲାଦେଶକୁ ସମର୍ଥନରେ ଏହାର ସମ୍ଭାବ୍ୟ କାର୍ଯ୍ୟ ଆଇସିସିର ଅସୁବିଧାକୁ ବୃଦ୍ଧି କରିଛି। ଗଣମାଧ୍ୟମ ରିପୋର୍ଟ ଦାବି କରୁଛି ଯେ ଯଦି ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରେ ଏହା ବାଂଲାଦେଶକୁ ସମର୍ଥନ କରି କଳା ବାହୁବଳୀ ପିନ୍ଧିପାରେ। ମୁଖ୍ୟ ପ୍ରଶ୍ନ ହେଉଛି ଏହା ଆଇସିସି ନିୟମ ବିରୁଦ୍ଧରେ ହେବ କି, ଏବଂ ଯଦି ହଁ, ତେବେ ପାକିସ୍ତାନ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।
/filters:format(webp)/sambad/media/media_files/2026/01/24/1breaking-news-sunday-2026-01-24-19-54-19.jpg)
ଆଇସିସି ଅନୁଯାୟୀ ପୂର୍ବ ଅନୁମତି ବିନା କୌଣସି ଖେଳାଳି କିମ୍ବା ଦଳ ଏକ ଅନ୍ତର୍ଜାତୀୟ ମ୍ୟାଚ୍ରେ କଳା ବାହୁବଳୀ କିମ୍ବା ଅନ୍ୟ କୌଣସି ପ୍ରତୀକ ପିନ୍ଧିଲେ ନିୟମ ଉଲ୍ଲଂଘନ ବୋଲି ବିବେଚନା କରାଯିବ। ପୂର୍ବରୁ ଏପରି ଘଟଣା ଘଟିଛି। ୨୦୨୩ ମସିହାରେ ଅଷ୍ଟ୍ରେଲୀୟ ଖେଳାଳି ଉସମାନ ଖାୱାଜାଙ୍କୁ ଅନୁମତି ବିନା କଳା ବାହୁବଳୀ ପିନ୍ଧିବା ପାଇଁ ଆଇସିସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଥିଲା।
- Jan 27, 2026 07:48 IST
ଦିଲ୍ଲୀ ବିଟିଂ ରିଟ୍ରିଟ୍ ପାଇଁ ଟ୍ରାଫିକ୍ ପରାମର୍ଶ ଜାରି
ନୂଆଦିଲ୍ଲୀ: ଜାନୁଆରୀ ୨୭ରେ ବିଜୟ ଚୌକରେ ଅନୁଷ୍ଠିତ ହେବାକୁ ଥିବା ବିଟିଂ ରିଟ୍ରିଟ୍ ସମାରୋହର ପୂର୍ଣ୍ଣ ଡ୍ରେସ୍ ରିହର୍ସଲ୍ ସମ୍ପର୍କରେ ଦିଲ୍ଲୀ ଟ୍ରାଫିକ୍ ପୁଲିସ ଏକ ସ୍ୱତନ୍ତ୍ର ଟ୍ରାଫିକ ପରାମର୍ଶ ଜାରି କରିଛି। ସୁରକ୍ଷା ଏବଂ କାର୍ଯ୍ୟକ୍ରମର ଆୟୋଜନ ସୁନିଶ୍ଚିତ କରିବା ପାଇଁ କିଛି ପ୍ରମୁଖ ରାସ୍ତାରେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ଦିଲ୍ଲୀ ଟ୍ରାଫିକ୍ ପୁଲିସ ଅନୁଯାୟୀ, ଅପରାହ୍ନ ୪:୦୦ ଟାରୁ ସନ୍ଧ୍ୟା ୬:୦୦ ଟା ପର୍ଯ୍ୟନ୍ତ ବିଜୟ ଚୌକ ଏବଂ ଏହାର ଆଖପାଖରେ ସାଧାରଣ ଯାନବାହାନ ଚଳାଚଳ ନିଷିଦ୍ଧ ରହିବ। ଏହି ସମୟ ମଧ୍ୟରେ, ବିଜୟ ଚୌକ, ରାଇସିନା ରୋଡ୍ (କୃଷି ଭବନରୁ ବିଜୟ ଚୌକ ଆଡକୁ), କର୍ତ୍ତବ୍ୟ ପଥ (ବିଜୟ ଚୌକରୁ ରଫି ମାର୍ଗ କ୍ରସିଂ ଆଡକୁ) ଏବଂ ଦାରା ଶିକୋହ ରୋଡ୍, କୃଷ୍ଣ ମେନନ୍ ମାର୍ଗ ଏବଂ ସୁନେହରୀ ମସଜିଦ୍ ଅଞ୍ଚଳରୁ ବିଜୟ ଚୌକ ଆଡକୁ ଯାଉଥିବା ରାସ୍ତାଗୁଡ଼ିକ ପ୍ରଭାବିତ ହେବ।
/filters:format(webp)/sambad/media/media_files/2025/12/02/delhis-air-2025-12-02-20-57-54.png)
Delhi - Jan 27, 2026 07:36 IST
ଆମେରିକାରେ ଭୟଙ୍କର ତୁଷାରପାତ ନେଲା ୩୦ ଜୀବନ
ୱାସିଂଟନ: ଆମେରିକା ବର୍ତ୍ତମାନ ଏକ ଭୟଙ୍କର ତୁଷାରପାତର ସମ୍ମୁଖୀନ ହେଉଛି, ଯାହା ଲକ୍ଷ ଲକ୍ଷ ଆମେରିକୀୟଙ୍କୁ ଥଣ୍ଡା ଏବଂ ବିନା ବିଦ୍ୟୁତ୍ରେ ଆଉ ଏକ ରାତି ବିତାଇବାକୁ ବାଧ୍ୟ କରୁଛି। ସୋମବାର ଦିନ ତୁଷାରପାତ ଦେଶର ଉତ୍ତର-ପୂର୍ବ ଭାଗରେ ଅଧିକ ତୁଷାରପାତ ଆଣିଛି, ଯେତେବେଳେ ଦକ୍ଷିଣର କିଛି ଅଂଶ ବରଫରେ ଆଚ୍ଛାଦିତ ହୋଇଛି। ଏହି ସମୟରେ ଥଣ୍ଡା ଯୋଗୁଁ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଆର୍କାନ୍ସାସରୁ ନ୍ୟୁ ଇଂଲଣ୍ଡ ପର୍ଯ୍ୟନ୍ତ ୨୧୦୦ କିଲୋମିଟର ଅଞ୍ଚଳରେ ଏକ ଫୁଟରୁ ଅଧିକ ତୁଷାରପାତ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି। ସୋମବାର ଦିନ ବିମାନ ଚଳାଚଳ ବାତିଲ କରାଯାଇଛି ଏବଂ ସ୍କୁଲଗୁଡ଼ିକୁ ବଡ଼ ଧରଣର ବନ୍ଦ କରାଯାଇଛି।
/sambad/media/post_attachments/nbt/thumb/127586678/us-winter-storm-609513.jpg?imgsize=109202&width=700&height=394&resizemode=75)
- Jan 27, 2026 07:05 IST
ବରଫରେ ଫସିଲେ ପର୍ଯ୍ୟଟକ
ନୂଆଦିଲ୍ଲୀ: ପର୍ବତମାଳାରେ ତୁଷାରପାତ ଯୋଗୁଁ ପର୍ଯ୍ୟଟକମାନେ ନିରନ୍ତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୋମବାର ମଧ୍ୟ ହିମାଚଳର ମନାଲିରେ ପାଞ୍ଚ କିଲୋମିଟର ଲମ୍ବା ଟ୍ରାଫିକ୍ ଜାମ୍ ଲାଗି ରହିଥିଲା। ପ୍ରବଳ ଥଣ୍ଡାରେ ମଧ୍ୟ ଟ୍ରାଫିକ୍ ଜାମ୍ ପର୍ଯ୍ୟଟକମାନଙ୍କୁ ଝାଳ ବୁହାଇ ଦେଇଥିଲା। ଅନ୍ୟପକ୍ଷରେ, ଉତ୍ତରାଖଣ୍ଡର ମସୁରୀ ଏବଂ ନୈନିତାଲ ଭଳି ପର୍ଯ୍ୟଟନସ୍ଥଳୀରୁ ଫେରିବା ସମୟରେ ପର୍ଯ୍ୟଟକମାନଙ୍କୁ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ୪୦ରୁ ଅଧିକ ଲଗଜରି ବସ୍ ମନାଲିରେ ପହଞ୍ଚିଥିଲା। ଟ୍ରାଫିକ୍ ଜାମ୍ ସମସ୍ୟାକୁ ଦୃଷ୍ଟିରେ ରଖି, ସେମାନଙ୍କୁ ୧୬ କିଲୋମିଟର ପୂର୍ବରୁ ପାଟଲି କୁହ୍ଲରେ ଅଟକାଯାଇଥିଲା। ସକାଳେ ଘରକୁ ଫେରୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଅଧିକ ଥିଲା। ଏହି କାରଣରୁ ଏଠାରେ ଏକ ଲମ୍ବା ଜାମ୍ ହୋଇଥିଲା।
/sambad/media/post_attachments/images/2026/01/27/article/image/manali-pp-1769469661386_v-174098.webp)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/26/1breaking-news-tuesady-2026-01-26-16-02-45.jpg)