BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Nov 28, 2025 16:10 IST
ଅତିରିକ୍ତ ବଜେଟ୍ ଉପସ୍ଥାପିତ
ଆସିଲା ଅତିରିକ୍ତ ବଜେଟ୍। ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ । ବିଧାନସଭାରେ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
/fit-in/580x348/filters:format(webp)/sambad/media/media_files/2025/09/24/assembly33-2025-09-24-03-44-04.jpg)
-
Nov 28, 2025 14:44 IST
ଇଟାରେ ମୁହଁକୁ ଛେଚି ଯୁବକଙ୍କୁ ହତ୍ୟା
ଖୁଣ୍ଟା: ଇଟାରେ ମୁହଁକୁ ଛେଚି ଯୁବକଙ୍କୁ ହତ୍ୟା। ରାସ୍ତା ପାର୍ଶ୍ଵରେ ପଡିଛି ମୃତଦେହ। ମୟୂରଭଞ୍ଜ ଖୁଣ୍ଟା ଥାନା ବଡ଼ଖୁଣ୍ଟା ଅଞ୍ଚଳର ଘଟଣା। ମୃତକ ହେଲେ ଖପରାପାଳ ଗ୍ରାମର ଗଣେଶ ହେମ୍ବ୍ରମ।
murder at khunta Photograph: (sambad.in) -
Nov 28, 2025 14:35 IST
ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି
ଭୁବନେଶ୍ବର: ବିଧାନସଭାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୁଲତବୀ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କରିଛନ୍ତି।
BREAKING NEWS Photograph: (sambad.in) -
Nov 28, 2025 09:41 IST
ଦୁଇଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି
ଭୁବନେଶ୍ବର: ଦୁଇଦିନିଆ ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ବିମାନବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
BREAKING NEWS Photograph: (sambad.in) -
Nov 28, 2025 09:28 IST
ଜାତୀୟ ରାଜପଥ-୫୫ରେ ସଡ଼କ ଦୁର୍ଘଟଣା, ୩ ଯୁବକ ମୃତ
ଢେଙ୍କାନାଳ: ଜାତୀୟ ରାଜପଥ-୫୫ରେ ସଡ଼କ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ। ଗୋବିନ୍ଦପୁର ନିକଟରେ ସ୍କୁଟିରେ ଯାଉଥିବା ବେଳେ ଚଢ଼ିଗଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ୩ ମୃତ।
BREAKING NEWS Photograph: (sambad.in) -
Nov 28, 2025 08:44 IST
ବାତ୍ୟା ପାଇଁ ପାଣିପାଗ ବିଭାଗର ସତର୍କତା ଜାରି
ସାମୁଦ୍ରିକ ଝଡ଼ ଭାରତରେ ଚିନ୍ତାର କାରଣ ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଘୂର୍ଣ୍ଣିଝଡ଼ ‘ଡିଟୱା’ର ପ୍ରଭାବରେ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ପ୍ରବଳ ବର୍ଷା କରିବ। ଦକ୍ଷିଣ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗ ଖରାପ ହେବାର ସଙ୍କେତ ତୀବ୍ର ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଡିପ୍ରେସନ ଗୁରୁବାର ଆହୁରି ସଂଗଠିତ ହୋଇଛି। ପାଣିପାଗ ବିଭାଗ ଏକ ପୂର୍ବ ଘୂର୍ଣ୍ଣିଝଡ଼ ସତର୍କତା ଜାରି କରିଛି। ଘୂର୍ଣ୍ଣିଝଡ଼ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ମୁହାଁଇଛି, ଯେଉଁଠାରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଅତ୍ୟନ୍ତ ଖରାପ ପାଗ ପାଇଁ ସତର୍କତା ଜାରି କରାଯାଇଛି।
-
Nov 28, 2025 07:52 IST
ହ୍ବାଇଟ୍ ହାଉସ ନିକଟରେ ଗୁଳିକାଣ୍ଡ ଘଟଣାରେ ଜଣେ ନ୍ୟାସନାଲ ଗାର୍ଡ ମୃତ
ୱାଶିଂଟନ୍ ଡିସିରେ ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ ଘଟଣାରେ ଜଣେ ନ୍ୟାସନାଲ୍ ଗାର୍ଡଙ୍କ ମୃତ୍ୟୁ ଘଟିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୃତ ସୈନିକ ସାରା ବ୍ୟାକଷ୍ଟ୍ରମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନ୍ୟ ଆହତ ସୈନିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ହ୍ୱାଇଟ୍ ହାଉସ୍ ଠାରୁ ମାତ୍ର କିଛି ବ୍ଲକ୍ ଦୂରରେ ଗତ ବୁଧବାର ଦିନ ଘଟିଥିବା ଏହି ଆକ୍ରମଣରେ ଦୁଇ ଜଣ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କୁ ନିକଟରୁ ଗୁଳି କରାଯାଇଥିଲା।
Sarah Beckstrom killed in Shooting near White House. Photograph: (The Indian Express) ରାଷ୍ଟ୍ରପତି ଟ୍ରମ୍ପ ଏହି ଘଟଣାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ଆକ୍ରମଣ ମନ୍ଦ, ଘୃଣା ଏବଂ ଆତଙ୍କର ଉଦ୍ଦେଶ୍ୟ ସହିତ କରାଯାଇଥିବା ଏକ ଅପରାଧ। ଭିଡିଓ କଲ୍ ମାଧ୍ୟମରେ ସୈନିକମାନଙ୍କୁ ସମ୍ବୋଧିତ କରିବା ସମୟରେ ଟ୍ରମ୍ପ କହିଛନ୍ତି ଯେ ସେ କିଛି ସମୟ ପୂର୍ବରୁ ସାରା ବ୍ୟାକଷ୍ଟ୍ରମଙ୍କ ମୃତ୍ୟୁ ବିଷୟରେ ଜାଣିଛନ୍ତି।
-
Nov 28, 2025 07:35 IST
ମସ୍କୋ ଯିବେ ଟ୍ରମ୍ପଙ୍କ ଦୂତ
ବିଶକେକ୍: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନର ବର୍ତ୍ତମାନର ନେତୃତ୍ୱ ଅବୈଧ ଏବଂ ସେମାନଙ୍କ ସହିତ ଯେକୌଣସି ଚୁକ୍ତି ସ୍ୱାକ୍ଷର କରିବା ଅର୍ଥହୀନ ହେବ। ପୁଟିନଙ୍କ ଏହି ବୟାନ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ପ୍ରୟାସକୁ ବିପଦରେ ପକାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ୨୮-ସୂତ୍ରୀ ଶାନ୍ତି ଯୋଜନାର ରୂପରେଖା ଦେଇଛନ୍ତି ଏବଂ ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ତାଙ୍କର ଦୂତ ଷ୍ଟିଭ ୱିଟକଫ ଆସନ୍ତା ସପ୍ତାହରେ ମସ୍କୋରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
-
Nov 28, 2025 07:07 IST
୭୦ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ବିପର୍ଯ୍ୟୟ
ଗତ ୨୬ ତାରିଖରେ ହଂକଂର ବହୁତଳ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡ ଏପର୍ଯ୍ୟନ୍ତ ନିୟନ୍ତ୍ରଣରେ ଅଛି। ଗୁରୁବାର ଦ୍ୱିତୀୟ ଦିନ ପାଇଁ ଉଦ୍ଧାରକାରୀ ଦଳ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ମୃତ୍ୟୁ ସଂଖ୍ୟା ୮୩ ରେ ପହଞ୍ଚିଛି। ୨୮୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଅଧିକାରୀମାନେ ଏହାକୁ ୭୦ ବର୍ଷ ମଧ୍ୟରେ ସହରର ସବୁଠାରୁ ଖରାପ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି।
Fire gutted multi storied building in Hong Kong. Photograph: (Aajtak) ରିପୋର୍ଟ ଅନୁଯାୟୀ, କର୍ତ୍ତୃପକ୍ଷ କହିଛନ୍ତି ଯେ ପ୍ରାୟ ୭୬ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୪୩ ଜଣ ଗୁରୁତର। ମୃତକଙ୍କ ମଧ୍ୟରେ ଜଣେ ଅଗ୍ନିଶମ କର୍ମଚାରୀ ଅଛନ୍ତି। ଅନେକ ଲୋକ ଏବେ ବି କୋଠାରେ ଫସି ରହିଛନ୍ତି। ସାତଟି ବ୍ଲକ ମଧ୍ୟରୁ ଚାରିଟିରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇଛି। ବାକି ୩୧ ମହଲା କୋଠାର ଉପର ମହଲା ସନ୍ଧ୍ୟା ପର୍ଯ୍ୟନ୍ତ ଜଳି ରହିଥିଲା। ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।
Follow Us