ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Dec 02, 2025 22:35 IST
ପ୍ରଦୀପ ମାଝୀଙ୍କ ନାଁରେ ଏତଲା
ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମୁଖରେ ଫାୟରିଂ କରିବା ଧମକ ଦେବା ଘଟଣାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର ଏହି ଏତଲା ଦେଇଛନ୍ତି।
/fit-in/580x348/filters:format(webp)/sambad/media/media_files/2025/12/02/01breaking1-2025-12-02-20-38-47.jpg)
breaking Photograph: (sambad.in) - Dec 02, 2025 21:18 IST
ମହାପ୍ରଭୁଙ୍କ ନିକଟରେ କ୍ଷମା ମାଗିଲେ ଶୁଭଙ୍କର
- ଭୁଲ ସ୍ବୀକାର କଲେ ଶୁଭଙ୍କର ମିଶ୍ରା
- ବିବାଦୀୟ ବୟାନ ପରେ କ୍ଷମା ମାଗିଲେ ଶୁଭଙ୍କର
- ସୋସିଆଲ ମିଡିଆ ୟୁଟ୍ୟୁବରେ ମାଗିଲେ କ୍ଷମା
- ମହାପ୍ରଭୁଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ
- ଶୁଭଙ୍କର ମିଶ୍ରା ହେଉଛନ୍ତି ଜଣେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନସର
/fit-in/580x348/filters:format(webp)/sambad/media/media_files/2025/12/02/subhankar-mishra-2025-12-02-21-18-22.jpg)
Subhankar Mishra says sorry. Photograph: (sambad.in) - Dec 02, 2025 21:09 IST
ବୁଧବାର ଯାଏଁ ଗୃହ ମୁଲତବି
- ଗୃହକୁ ମୁଲତବି ରଖିଲେ ବାଚସ୍ପତି
- ଓଡ଼ିଶା ଜନବିଶ୍ବାସ ବିଲ୍-୨୦୨୫ ପାରିତ
- ଓଡ଼ିଶା ବିଧାନସଭାରେ ପାରିତ ହେଲା ବିଲ୍
- ଗୃହରେ ହୋହାଲ୍ଲା କଲେ ବିରୋଧୀ
- ହୋହାଲ୍ଲା ପରେ କକ୍ଷତ୍ୟାଗ କଲେ ବିରୋଧୀ ଦଳର ବିଧାୟକ
- Dec 02, 2025 20:38 IST
ଦାଦାଙ୍କୁ ହାଣିଲା ପୁତୁରା
- ପୁତୁରାର ଆକ୍ରମଣରେ ଦାଦା ମୃତ
- ପୁରୀ ଜିଲ୍ଲା ପିପିଲି ଥାନା ତୋରିଆବନ୍ଧ ଗାଁରେ ହତ୍ୟାକାଣ୍ଡ
- ଜମିବାଡ଼ିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସୂଚନା
- ହତ୍ୟାକାଣ୍ଡ ପରେ ତୋରିଆବନ୍ଧରେ ଉତ୍ତେଜନା ପ୍ରକାଶ
- ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଛାଉଣୀ
/fit-in/580x348/filters:format(webp)/sambad/media/media_files/2025/12/02/01breaking1-2025-12-02-20-38-47.jpg)
breaking Photograph: (sambad.in) - Dec 02, 2025 20:18 IST
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ
ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତଲାରିମାହା ପଞ୍ଚାୟତ ବାଲୁମାହା ନିକଟରେ ଦୁଇ ବାଇକ ମୁହାଁମୁହିଁ ହୋଇଛିl ଲାଜରାମୁଣ୍ଡା, କେଞ୍ଜାଗୁଡ଼ା ଗ୍ରାମର ରବି ଚନ୍ଦ୍ର ପ୍ରଧାନ ଓ ଅର୍ଜୁନ କହଁର ଦୁର୍ଗାପ୍ରସାଦରୁ ନିଜ ଗ୍ରାମକୁ ଫେରୁଥିଲେ। ଭଞ୍ଜନଗର ବାଉଁଶଲୁଣ୍ଡି ଗ୍ରାମର ଘନଶ୍ୟାମ ବେହେରା ଟିକାବାଲିରୁ ଫେରିବା ସମୟରେ ବାଲୁମାହା ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ର ପଛରେ ବସିଥିବା କେଞ୍ଜାଗୁଡ଼ା ଗ୍ରାମର ଅର୍ଜୁନ କହଁର( ୭୦)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଗୁରୁତର ଆହତ ହୋଇଛନ୍ତି l ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରେ ଗୁରୁତର ଦୁଇ ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରାଯାଇଥିବା ସୂଚନା ମିଳିଛି।
- Dec 02, 2025 20:15 IST
ଓଡ଼ିଶା ଜନବିଶ୍ବାସ ବିଲ୍ ପାରିତ
- ଓଡ଼ିଶା ଜନବିଶ୍ବାସ ବିଲ୍-୨୦୨୫ ପାରିତ
- ଓଡ଼ିଶା ବିଧାନସଭାରେ ପାରିତ ହେଲା ବିଲ୍
- ଗୃହରେ ହୋହାଲ୍ଲା କଲେ ବିରୋଧୀ
- ହୋହାଲ୍ଲା ପରେ କକ୍ଷତ୍ୟାଗ କଲେ ବିରୋଧୀ ଦଳର ବିଧାୟକ
/fit-in/580x348/filters:format(webp)/sambad/media/media_files/2025/09/24/assembly33-2025-09-24-03-44-04.jpg)
- Dec 02, 2025 18:45 IST
ଦୀର୍ଘଦିନ ପରେ ଖୋଲିଲା ମିସନ ଶକ୍ତି କାଫେ
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ପରିସର ମଧ୍ୟରେ ଥିବା ମିସନ ଶକ୍ତି କାଫେ ଦୀର୍ଘଦିନର ବ୍ୟବଧାନ ପରେ ଆଜି ଖୋଲିଛି। ମିସନ ଶକ୍ତି କାଫେ ବନ୍ଦ ହେବା ଦ୍ୱାରା ମିସନ ଶକ୍ତି କାଫେ ଉପରେ ନିର୍ଭର କରୁଥିବା ବ୍ଲକ କର୍ମଚାରୀ ଏବଂ ବ୍ଲକକୁ ଆସୁଥିବା ସାଧାରଣ ଜନତା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ।
/fit-in/580x348/filters:format(webp)/sambad/media/media_files/2025/12/02/g-udayagiri-2025-12-02-18-45-01.jpg)
Mission Cafe reopened in G Udayagiri of Kandhamal district. Photograph: (sambad.in) ସୂଚନାଯୋଗ୍ୟ ଗ୍ରେସିଙ୍ଗିଆ ପଞ୍ଚାୟତର ବିଲାବାଡ଼ା ଗ୍ରାମର ଶକ୍ତିମୟୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାଫେ ପରିଚାଳନା କରିଆସୁଥିଲା।କାଫେ ପରିଚାଳନା ଉପରେ ବିଭିନ୍ନ ଅଭିଯୋଗକୁ ଭିତିକରି ଆଲୋକ ଶିଖା ବ୍ଲକ ସ୍ତରୀୟ ମହାସଂଘ ତ୍ରୁଟି ମାର୍ଜନା କରି କାଫେ ପରିଚାଳନା ପାଇଁ ନିର୍ଦେଶ ଦେଇଥିଲା। ଶକ୍ତିମୟୀ SHGର ସମସ୍ତ ସଦସ୍ୟା କାଫେ ପରିଚାଳନା ଦାୟିତ୍ୱରୁ ଓହରି ଯିବାପାଇଁ ମହାସଂଘକୁ ଅବଗତ କରିବାସ୍ଥଳେ ଶକ୍ତି ମୟୀ SHGର ପୂର୍ବ ସଭାନେତ୍ରୀ କାଫେରେ ତାଲା ପକେଇ ଚାବି ନେଇ ଚାଲିଯାଇଥିଲେ। ମହାସଂଘରୁ ନୋଟିସ ପାଇବାପରେ ମଧ୍ୟ ଚାବି ଶକ୍ତିମୟୀ SHGର ଅନ୍ୟ ସଦସ୍ୟା କିମ୍ବା ମହାସଂଘକୁ ହସ୍ତାନ୍ତର କରୁନଥିଲେ। ଶେଷରେ ଘୁ. ଉଦୟଗିରି ଆଦର୍ଶ ଥାନାର ସହାୟତାରେ ଗତ ୨୮ତାରିଖରେ ମହାସଂଘକୁ ଚାବି ହସ୍ତାନ୍ତର କରିଥିଲେ। କାଫେ ପରିଚାଳନା ପାଇଁ ଅନ୍ୟ ଏକ SHG ଚୟନ ନହେବା ଯାଏ ଆଲାକ ଶିଖା ବ୍ଲକ ସ୍ତରୀୟ ମହାସଂଘ ର ସଦସ୍ୟାମାନେ କାଫେ ପରିଚାଳନା କରିବେ ବୋଲି ମହାସଂଘ ସଭାନେତ୍ରୀ ଶ୍ରୀମତୀ କୁମୁଦିନୀ ଦିଗାଲ ସୂଚନା ଦେଇଛନ୍ତି।
- Dec 02, 2025 17:16 IST
୬୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଖୋର୍ଦ୍ଧା (ବିକାଶ ଚନ୍ଦ୍ର ସାହୁ): ଖୋର୍ଦ୍ଧା ପୁଲିସ ୬୫୦ ଗ୍ରାମ୍ର ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏଥି ସହିତ ୧୭୫ ବୋତଲ କଫସିରଫ ଜବତ ହୋଇଛି। ଏହି ମାମଲାରେ ମା’ ଓ ପୁଅ ସମେତ ତିନି ଜଣ ଗିରଫ ହୋଇଛନ୍ତି।
/fit-in/580x348/filters:format(webp)/sambad/media/media_files/2025/12/02/1breaking-news-friday-2025-12-02-17-15-54.jpg)
BREAKING NEWS Photograph: (sambad.in) - Dec 02, 2025 16:26 IST
ମଦ ଭାବି କ୍ୟାମିକାଲ ପିଇ ଜଣେ ମୃତ
ପାଟଣାଗଡ଼: ମଦ ଭାବି କ୍ୟାମିକାଲ ପିଇଦେଲେ ତିନି ଜଣ ବ୍ୟକ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଓଡ଼ିଆପାଲି ଗାଁରେ ଏଭଳି ଅପ୍ରୀତିକର ଘଟଣା ଘଟିଥିବା ସୂଚନା ମିଳିଛି। କ୍ୟାମିକାଲ ପିଇଥିବା ତିନି ଜଣ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ମଧ୍ୟରୁ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।
- Dec 02, 2025 15:04 IST
ରାଉରକେଲାରେ କୁଖ୍ୟାତ ଡକାୟତ ସୁନିଲ ମାଝୀ ଗିରଫ, ପାଞ୍ଚଟି ଦେଶୀ ବନ୍ଧୁକ ଏବଂ ୩୫ଟି ଖଣ୍ଡା ଜବତ
ରାଉରକେଲା: ରାଉରକେଲା ପୁଲିସ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରୁ ଜଣେ କୁଖ୍ୟାତ ଡକାୟତ ସୁନିଲ ମାଝୀକୁ ଗିରଫ କରିଛି। ତା'ଠାରୁ ପାଞ୍ଚଟି ଦେଶୀ ବନ୍ଧୁକ ଏବଂ ୩୫ଟି ଖଣ୍ଡା ଜବତ କରିଛି।
/fit-in/580x348/filters:format(webp)/sambad/media/media_files/2025/11/30/1breaking-news-monday-2025-11-30-20-58-03.jpg)
BREAKING NEWS Photograph: (sambad.in) - Dec 02, 2025 12:36 IST
କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା: ମନ୍ତ୍ରୀ
ଭୁବନେଶ୍ବର: କଟକରେ ଭଙ୍ଗା ହେବ ବିପଦସଂକୁଳ କୋଠା। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।
/fit-in/580x348/filters:format(webp)/sambad/media/media_files/2025/08/20/krushna-2025-08-20-11-20-46.png)
- Dec 02, 2025 12:08 IST
ଡିଭାଇଡରରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ମୃତ
ଭୁବନେଶ୍ବର: ବଡ଼ଗଡ଼ ଥାନା ଅନ୍ତର୍ଗତ ବିଜେଇଏମ୍ ସ୍କୁଲ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡିଭାଇଡରରେ ପିଟି ହୋଇ ଦୁଇ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଉଭୟଙ୍କର ଘର ନୟାଗଡ଼ ଜିଲ୍ଲାରେ ବୋଲି ସୂଚନା ରହିଛି।
/fit-in/580x348/filters:format(webp)/sambad/media/media_files/2025/12/01/breaking3-2025-12-01-23-01-07.jpg)
Breaking News Photograph: (sambad.in) - Dec 02, 2025 11:13 IST
ବରଗଡ଼ରେ ମଣ୍ଡିରୁ ଉଠିଲା ଧାନ
ବରଗଡ଼: ବରଗଡ଼ରେ ଧାନମଣ୍ଡିରୁ ଉଠିଲା ଧାନ। ଅତାବିରା ଆର ଏମ୍ସି ଗୋଡ଼ଭଗା ମଣ୍ଡିରୁ ଯୋଗାଣ ଅଧିକାରୀଙ୍କ ଉପସ୍ଥିତିରେ ଉଠିଲା ଧାନ।
/fit-in/580x348/filters:format(webp)/sambad/media/media_files/2025/11/30/1breaking-news-monday-2025-11-30-20-58-03.jpg)
BREAKING NEWS Photograph: (sambad.in) - Dec 02, 2025 10:38 IST
ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ
ପାଲଲହଡ଼ା: ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ। ଖମାର ଥାନା ସିଆରିମାଳିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।
/fit-in/580x348/filters:format(webp)/sambad/media/media_files/2025/12/01/breaking3-2025-12-01-23-01-07.jpg)
Breaking News Photograph: (sambad.in) - Dec 02, 2025 09:31 IST
ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ, ୧୧ ଜୁଆଡ଼ି ଅଟକ
କଣ୍ଟାବାଞ୍ଜି: ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ। ୧୧ ଜୁଆଡ଼ି ଅଟକ। ଘଟଣାସ୍ଥଳରୁ ନଗଦ ୬୭ହଜାର ଟଙ୍କା ଜବତ କରିଛି ପୁଲିସ।
/fit-in/580x348/filters:format(webp)/sambad/media/media_files/2025/12/02/kantabanjhi-ps-2025-12-02-09-31-02.png)
- Dec 02, 2025 09:00 IST
ଭାରତୀୟ ବଂଶୋଦ୍ଭବ ଅମର ସୁବ୍ରମଣିୟାଙ୍କୁ ଆପ୍ଲରେ ବଡ଼ ଦାୟିତ୍ବ
ନୂଆଦିଲ୍ଲୀ: ଟେକ୍ନୋଲୋଜି କଂପାନି ‘ଆପଲ୍’ ଭାରତୀୟ ବଂଶୋଦ୍ଭବ ଗବେଷକ ଅମର ସୁବ୍ରମଣିୟାଙ୍କୁ ଏଆଇର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରିଛି। ଏହି ପଦବି ପୂର୍ବରୁ ଜନ୍ ଗିଆନନ୍ଦ୍ରିଆଙ୍କ ପାଖରେ ଥିଲା। ନବସୃଜନରେ ପଛରେ ପଡ଼ିବା ପରେ ଆପଲ୍ ଏହି ପଦକ୍ଷେପ ନେଇଛି। ଅମର ପୂର୍ବରୁ ମାଇକ୍ରୋସଫ୍ଟରେ ଥିଲେ ଏବଂ ଏବେ ଆପଲ୍ରେ ଏଆଇ-ସମ୍ବନ୍ଧୀୟ ପ୍ରମୁଖ କ୍ଷେତ୍ରଗୁଡ଼ିକର ନେତୃତ୍ୱ ନେବେ। ସେ ଗୁଗୁଲ୍ର ଡିପମାଇଣ୍ଡ୍ ଦଳରେ ମଧ୍ୟ କାର୍ଯ୍ୟ କରିଥିଲେ।
/fit-in/580x348/filters:format(webp)/sambad/media/media_files/2025/12/02/6f195cf5-cec0-433e-b141-3ad246f568da-2025-12-02-09-00-24.jpg)
Apple appoints Indian-origin Amar Subramanya as new AI chief. Photograph: (India Today) - Dec 02, 2025 08:37 IST
ମହାରାଷ୍ଟ୍ରରେ ପୌର ନିର୍ବାଚନ: ମତଦାନ ଜାରି
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ୨୪୨ଟି ପୌର ପରିଷଦ ଏବଂ ୪୬ଟି ନଗର ପଞ୍ଚାୟତ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ୬,୮୫୯ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ବିଜେପି ଏବଂ ଶିବସେନା (ଏକନାଥ ସିନ୍ଦେଙ୍କ ଦଳ) ମଧ୍ୟରେ ମଧ୍ୟ ଏକ ଭୟଙ୍କର ଲଢ଼େଇ ଦେଖିବାକୁ ମିଳିବ। ଆଜି ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଫଳାଫଳ ଆସନ୍ତାକାଲି ଡିସେମ୍ବର ୩ ତାରିଖରେ ଘୋଷଣା କରାଯିବ।
/fit-in/580x348/filters:format(webp)/sambad/media/media_files/2025/10/07/vote-2025-10-07-02-13-13.jpg)
Representational image ରାଜ୍ୟ ନିର୍ବାଚନ କମିଶନ ୧୨ଟି ଜିଲ୍ଲାର ପୌର ନିର୍ବାଚନକୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହି ଜିଲ୍ଲାଗୁଡ଼ିକରେ ଭୋଟ୍ ଏବେ ଡିସେମ୍ବର ୨୦ରେ ହେବ। ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ସମେତ ସମଗ୍ର ବିରୋଧୀଙ୍କୁ କ୍ରୋଧିତ କରିଛି। ମହାରାଷ୍ଟ୍ର ପୌର ନିର୍ବାଚନ ପାଇଁ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ଏବଂ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏବେ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି ଆଶା କରାଯାଉଛି।
- Dec 02, 2025 08:17 IST
ତାମିଲନାଡୁରେ ପ୍ରବଳ ବର୍ଷା, ୩ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ
ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଦିତ୍ୱାହ’ କାରଣରୁ ତାମିଲନାଡୁର ତିନୋଟି ଜିଲ୍ଲାରେ ସ୍କୁଲ ଏବଂ କଲେଜ ବନ୍ଦ ରଖାଯାଇଛି। ପ୍ରବଳ ବର୍ଷା ଏବଂ ବନ୍ୟା ଆଶଙ୍କା କରି କର୍ତ୍ତୃପକ୍ଷ ବାସିନ୍ଦାଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି। ଶ୍ରୀଲଙ୍କାରେ ବିପର୍ଯ୍ୟୟ ସୃଷ୍ଟି କରିବା ପରେ, ଘୂର୍ଣ୍ଣିଝଡ଼ ଭାରତ ଆଡକୁ ମୁହାଁଇଛି। ଏପର୍ଯ୍ୟନ୍ତ ଶ୍ରୀଲଙ୍କାରେ ୩୩୪ ଜଣଙ୍କର ମୃତ୍ୟୁ ହୋଇଛି।
- Dec 02, 2025 07:41 IST
ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ୩ଜଣ ବସ୍ଯାତ୍ରୀ ମୃତ
ବଳରାମପୁର: ଉତ୍ତରପ୍ରଦେଶର ବଳରାମପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ୨୪ ଜଣ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର। ସେମାନଙ୍କୁ ଚିକିତ୍ସା ପାଇଁ ବହରାଇଚ୍ ମେଡିକାଲ୍ କଲେଜକୁ ପଠାଯାଇଛି। ଯାତ୍ରୀ ଭର୍ତ୍ତି ବସ୍ ସୋନୌଲିରୁ ଦିଲ୍ଲୀ ଯାଉଥିଲା। ଏହି ବସ୍ରେ ଥିବା ସମସ୍ତ ଯାତ୍ରୀ ନେପାଳୀ ଥିଲେ।
/fit-in/580x348/filters:format(webp)/sambad/media/media_files/2025/11/20/accident-2025-11-20-19-51-28.jpg)
Three persons dead in accident in Balarampur of Uttar Pradesh. Photograph: (sambad.in) ଘଟଣାଟି ବଳରାମପୁରର ସଦଦ ଥାନା ଅଞ୍ଚଳର ଫୁଲୱାରିଆ ବାଇପାସ୍ରେ ଘଟିଛି ଯେଉଁଠାରେ UP 22 AT0245 ନମ୍ବରର ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍କୁ ଗରମ ପୋଷାକ ବୋଝେଇ ଆସାମ ଅଭିମୁଖେ ଯାଉଥିବା UP21DT5237 ନମ୍ବରର ଏକ ଟ୍ରକ୍ ଜୋର୍ରେ ଧକ୍କା ଦେଇଥିଲା। ନେପାଳୀ ଯାତ୍ରୀ ଭର୍ତ୍ତି ବସ୍ଟି ହାଇ ଟେନ୍ସନ୍ ଲାଇନର ସଂସ୍ପର୍ଶରେ ଆସି ସର୍ଟସର୍କିଟ୍ ଯୋଗୁଁ ବସ୍ଟି ନିଆଁ ଲାଗିଯାଇଥିଲା।
- Dec 02, 2025 07:32 IST
ଇସ୍ତଫା ଦେଲେ ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ
ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ‘ବ୍ୟକ୍ତିଗତ କାରଣ’ ଦର୍ଶାଇ ତୁରନ୍ତ ପ୍ରଭାବରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆ ବିଳମ୍ବିତ ସନ୍ଧ୍ୟାରେ ଏକ ବିବୃତ୍ତିରେ କହିଛି, ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ବ୍ୟକ୍ତିଗତ କାରଣ ଯୋଗୁଁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
/fit-in/580x348/filters:format(webp)/sambad/media/media_files/2025/12/02/harendra-singh-2025-12-02-07-32-18.jpg)
Hockey team India coach Harendra Singh suddenly resigns. Photograph: (sambad.in) ହରେନ୍ଦ୍ର ସିଂହ ଏପ୍ରିଲ ୨୦୨୪ରେ ଏହି ପଦ ଗ୍ରହଣ କରିଥିଲେ ଏବଂ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଦଳ ସହିତ ରହିବେ ବୋଲି ଆଶା କରାଯାଉଥିଲା। ସୂତ୍ର ଅନୁସାରେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳର ମୁଖ୍ୟ ପ୍ରଶିକ୍ଷକ ନେଦରଲ୍ୟାଣ୍ଡର ସୋଏର୍ଡ ମାରିଜନେ ପୁନର୍ବାର ଏହି ପଦକୁ ଫେରିପାରନ୍ତି।
ଏହି ହଠାତ୍ ବିକାଶରେ, ହରେନ୍ଦ୍ର ସିଂହ ହକି ଇଣ୍ଡିଆକୁ ଏକ ଇମେଲ୍ ପଠାଇ ସୂଚନା ଦେଇଛନ୍ତି ଯେ ସେ ତୁରନ୍ତ ପ୍ରଭାବରୁ ଇସ୍ତଫା ଦେଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଏକ ସମ୍ପୂର୍ଣ୍ଣ ‘ବ୍ୟକ୍ତିଗତ ନିଷ୍ପତ୍ତି’। - Dec 02, 2025 07:28 IST
ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଭାରତ-ରୁଷ ମଧ୍ୟରେ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି
ରୁଷ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଭାରତ ଏବଂ ରୁଷ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତିନାମା ଚୂଡ଼ାନ୍ତ ହେବାକୁ ଯାଉଛି। ରୁଷ ସଂସଦ ଆଜି ଏହି ଚୁକ୍ତିନାମା ଉପରେ ଭୋଟ୍ ଦେବ। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବ ଏବଂ ଭାରତ-ରୁଷ ସମ୍ପର୍କକୁ ଆହୁରି ନିବିଡ଼ କରିବ। ପୁଟିନଙ୍କ ଗସ୍ତ ସମୟରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ମଧ୍ୟ ହେବାର ସମ୍ଭାବନା ରହିଛି।
- Dec 02, 2025 07:13 IST
ପିଏମଶ୍ରୀ ବିଦ୍ୟାଳୟର ୪୧ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ
ବୈପାରିଗୁଡ଼ା (ଅମରେନ୍ଦ୍ର ପରିଚ୍ଛା): କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଶିରିବେଡା ପିଏମଶ୍ରୀ ବିଦ୍ୟାଳୟ ହଷ୍ଟେଲର ୩୫ ଜଣ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଥିବାରୁ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ହଷ୍ଟେଲ ଅନ୍ତେବାସୀ ରାତ୍ରି ଭୋଜନ ପରେ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢେ ୯ଟା ବେଳେ କିଛି ପିଲା ପେଟ ବ୍ୟଥା ହେଉଥିବା ରୋଷେୟାଙ୍କୁ ଜଣେଇ ଥିଲେ। କ୍ରମଶଃ ହଷ୍ଟେଲର ଅଧିକାଂଶ ପିଲାଙ୍କ ପେଟ ବ୍ୟଥା ହେଉଥିବା ଜଣେଇବା ପରେ ପ୍ରଧାନଶିକ୍ଷକ କୁଳମଣି ଜେନା ତିନୋଟି ବୋଲେରୋ ଗାଡ଼ିରେ ୩୫ ଜଣ ଅନ୍ତେବାସୀଙ୍କୁ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ।
/fit-in/580x348/filters:format(webp)/sambad/media/media_files/2025/12/02/baipariguda-2025-12-02-07-12-59.jpg)
Students hospitalised in Baipariguda. Photograph: (sambad.in) ବୈପାରିଗୁଡା ଏବଂ ରାମଗିରି ଡ଼ାକ୍ତରୀ ଦଳ ଶିରିବେଡା ପିଏମଶ୍ରୀ ବିଦ୍ୟାଳୟର ହଷ୍ଟେଲରେ ପହଞ୍ଚି ବାକି ୬ ଜଣ ପିଲାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ଜଣାପଡିଛି। ଏସଂପର୍କରେ ଡାକ୍ତରଙ୍କୁ ପଚାରିବାରୁ ପରୀକ୍ଷା ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/01/breaking3-2025-12-01-23-01-07.jpg)