ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Jan 31, 2026 23:06 IST
ନାବାଳିକା ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ମାମଲାରେ ଅଭିଯୁକ୍ତ ଗିରଫ
ଜଗତସିଂହପୁର: ନାବାଳିକାଙ୍କ ସହ କୌଶଳକ୍ରମେ ଇନଷ୍ଟାଗ୍ରାମରେ ଯୋଡ଼ି ହେଲା। ଏହା ପରେ ଇନଷ୍ଟାଗ୍ରାମ ଆଇଡିରୁ ନାବାଳିକା ଛାତ୍ରୀଙ୍କର ଫଟୋ ସଂଗ୍ରହ କରି ନେଲା। ପ୍ରଥମେ ମିଥ୍ୟା ପ୍ରତିଶ୍ରୁତି ଦେଇ ନିବେଦନ କଲା। ପ୍ରତ୍ୟାଖାନ ହେଲା ପରେ ନାବାଳିକାଙ୍କ ଫଟୋକୁ ଅଶ୍ଳୀଳ କରି ଇନଷ୍ଟାଗ୍ରାମ, ଫେସବୁକ୍ ଭଳି ଏକାଧିକ ସୋସିଆଲ ମିଡିଆରେ ଭାଇରାଲ୍ କରିଦେଲା। ତିନିମାସ ଧରି ଫେରାର ଥିବା ଅଭିଯୁକ୍ତକୁ ପୁଲିସ କେନ୍ଦୁଝରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା କେନ୍ଦୁଝର ନନ୍ଦିପଡ଼ା ଥାନା ହାବଳେଶ୍ବର ଅଞ୍ଚଳର ରଶ୍ମି ରଞ୍ଜନ ମହାନ୍ତି(୨୬)। ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଥାନା ଅନ୍ତର୍ଗତ ଶାଳିଜଙ୍ଗା ଅଞ୍ଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କର ଇନଷ୍ଟ୍ରାଗ୍ରାମ ଆଇଡିରୁ ଫଟୋ ଚୋରାଇ ରଶ୍ମିରଞ୍ଜନ ତାହାକୁ ଅଶ୍ଳୀଳ କରି ଛାତ୍ରୀଙ୍କୁ ପଠାଇ ବ୍ଲାକମେଲିଂ କରିଥିଲା।
/filters:format(webp)/sambad/media/media_files/2026/01/31/js-2026-01-31-22-49-21.jpg)
ବିବାହ ପାଇଁ ଛାତ୍ରୀଙ୍କ ଉପରେ ଚାପ ପକାଇଥିଲା। ଛାତ୍ରୀ ମନା କରିବାରୁ ଫଟୋକୁ ଅଶ୍ଳୀଳ କରି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜାଲ ଆଇଡିରୁ ଛାଡ଼ିଥିଲା। ଏପରିକି ଶାରୀରିକ ସମ୍ପର୍କ ରଖିବା ପାଇଁ ମଧ୍ୟ ବାଧ୍ୟ କରିବା ସହ ବିଭିନ୍ନ ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ କରିଥିଲା। ରଶ୍ମିରଞ୍ଜନ ହରକତରେ ଛାତ୍ରୀ ମାନସିକ ଆଘାତ ମଧ୍ୟ ପାଇଥିଲେ। ଛାତ୍ରୀଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ରଶ୍ମିରଞ୍ଜନ ଧମକଚମକ ଦେଇଥିଲା। ଏ ନେଇ ୨୦୨୫ ଅକ୍ଟୋବର ୩୧ ତାରିଖରେ ଛାତ୍ରୀଙ୍କ ମା ଜଗତସିଂହପୁର ଥାନାର ଦ୍ବାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏ ସଂକ୍ରାନ୍ତରେ ମାମଲା-କେସ୍ ନଂ-୮୭୧/୨୫ ରୁଜୁ କରିଥିଲା। ରଶ୍ମିରଞ୍ଜନକୁ ଆଜି କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି।
-
Jan 31, 2026 22:32 IST
ନ୍ୟୁଜିଲାଣ୍ଡ ବିପକ୍ଷରେ ପଞ୍ଚମ ମୁକାବିଲା ଜିତିଲା ଭାରତ
/sambad/media/post_attachments/6c606226-b29.png)
-
Jan 31, 2026 22:30 IST
ଡିଏଆରସିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ
ନବରଙ୍ଗପୁର: ନବରଙ୍ଗପୁର ଡିଏଆରସିଏସ୍ ସଦାନନ୍ଦ ବେହେରାଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ ତାଙ୍କ ନିଜ ଗାଁକୁ ଗତ ମାସ ୨୫ତାରିଖରେ ଛୁଟିରେ ଯାଇଥିଲେ। ୨୫ତାରିଖ ଦିନ ବାରିପଦାରୁ ବାଲେଶ୍ବର ଫେରୁଥିବା ବେଳେ ବାଟରେ ସେ ନିଜ ଗାଡି ରଖି ଏନଏଚକୁ ଚାଳି ଚାଳି ଅତିକ୍ରମ କରୁଥିବା ବେଳେ ଗୋଟିଏ କାର ଧକ୍କା ଦେଇଥିଲା। ଏଥିରେ ସେ ଘଟଣାସ୍ଥଳରେ ଗୁରୁରତର ହୋଇପଡିଥିଲେ। ତାଙ୍କୁ ପ୍ରଥମେ ବାରିପଦା ଓପରେ ସେଠାରୁ କଟକର ଏକ ଘରୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ସେଠାରେ ଗତ କାଲି ରାତି ୧୦ଟା ୧୫ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଆଜି ଶବବ୍ୟାବଛେଦ କରି ବାଲେଶ୍ବରକୁ ଅଣାଯାଇଥିବା ସୂଚନା ମିଳିଛି। ପୁଅ କୋରାପୁଟ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜରେ ଡାକ୍ତରୀ ପଡୁଥିବା ବେଳେ ଝିଅ ଛୋଟ ବୋଲି ସୂଚନା ମିଳିଛି। ତାଙ୍କ ବିୟୋଗରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, ଏସିସିଏସଓ ଶିବଶଙ୍କର ପ୍ରଧାନ ପ୍ରମୁଖ ଦୁଃଖପ୍ରକାଶ କରିଛନ୍ତି।
/filters:format(webp)/sambad/media/media_files/2026/01/31/ngp-drcs-1-2026-01-31-21-40-54.jpg)
-
Jan 31, 2026 22:15 IST
ନବନିର୍ମାଣ କୃଷକ ସଂଘର ପରାମର୍ଶଦାତା ଗିରଫ
- ଗିରଫ ହେଲେ ନବନିର୍ମାଣ କୃଷକ ସଂଘର ପରାମର୍ଶଦାତା ରାଜେନ୍ଦ୍ର ମିଶ୍ର
- ରାଜେନ୍ଦ୍ର ମିଶ୍ରଙ୍କୁ ଗିରଫ କଲା ସୋନପୁର ପୁଲିସ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ ପୂର୍ବରୁ ରାଜେନ୍ଦ୍ର ଗିରଫ
- ଆସନ୍ତାକାଲି ସୋନପୁର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ
- ବଡ଼ ଗୋପାଳଜୀ ମନ୍ଦିର କରିବେ ଦର୍ଶନ
- ଭୀମ ଭୋଇଙ୍କ ସମାଧୀ ପୀଠ କରିବେ ଗସ୍ତ
- ସୋନପୁର ରାମେଶ୍ବର ଷ୍ଟାଡିୟମରେ ସୁଭଦ୍ରା ଶକ୍ତି ମେଳାରେ ଦେବେ ଯୋଗ
/filters:format(webp)/sambad/media/media_files/2026/01/23/1breaking-news-saturday-2026-01-23-21-09-00.jpg)
-
Jan 31, 2026 21:41 IST
ସଡକ ଦୁର୍ଘଟଣାରେ ନବରଙ୍ଗପୁର ଡିଆରସିଏସଙ୍କ ମୃତ୍ୟୁ
ନବରଙ୍ଗପୁର: ନବରଙ୍ଗପୁର ଡିଏଆରସିଏସ୍ ସଦାନନ୍ଦ ବେହେରାଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସେ ତାଙ୍କ ନିଜ ଗାଁକୁ ଗତ ମାସ ୨୫ତାରିଖରେ ଛୁଟିରେ ଯାଇଥିଲେ। ୨୫ତାରିଖ ଦିନ ବାରିପଦାରୁ ବାଲେଶ୍ବର ଫେରୁଥିବା ବେଳେ ବାଟରେ ସେ ନିଜ ଗାଡି ରଖି ଏନଏଚକୁ ଚାଳି ଚାଳି ଅତିକ୍ରମ କରୁଥିବା ବେଳେ ଗୋଟିଏ କାର ଧକ୍କା ଦେଇଥିଲା। ଏଥିରେ ସେ ଘଟଣାସ୍ଥଳରେ ଗୁରୁରତର ହୋଇପଡିଥିଲେ। ତାଙ୍କୁ ପ୍ରଥମେ ବାରିପଦା ଓପରେ ସେଠାରୁ କଟକର ଏକ ଘରୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ସେଠାରେ ଗତ କାଲି ରାତି ୧୦ଟା ୧୫ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଆଜି ଶବବ୍ୟାବଛେଦ କରି ବାଲେଶ୍ବରକୁ ଅଣାଯାଇଥିବା ସୂଚନା ମିଳିଛି। ପୁଅ କୋରାପୁଟ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜରେ ଡାକ୍ତରୀ ପଡୁଥିବା ବେଳେ ଝିଅ ଛୋଟ ବୋଲି ସୂଚନା ମିଳିଛି। ତାଙ୍କ ବିୟୋଗରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, ଏସିସିଏସଓ ଶିବଶଙ୍କର ପ୍ରଧାନ ପ୍ରମୁଖ ଦୁଃଖପ୍ରକାଶ କରିଛନ୍ତି।
/filters:format(webp)/sambad/media/media_files/2026/01/31/ngp-drcs-1-2026-01-31-21-40-54.jpg)
-
Jan 31, 2026 21:30 IST
ଗଛକୁ ପିଟିଲା ବାଇକ, ଯୁବକଙ୍କ ମୃତ୍ୟୁ
ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଗଛକୁ ବାଇକ ପିଟି ଯୁବକଙ୍କ ମୃତ୍ୟୁ ହୋଇଛିl ମାଛକୁଣ୍ଡ ଥାନା ଅଧିନସ୍ଥ ସୁରମେଲ ଗାର ଧନୁର୍ଯ୍ୟୟ ମୁଦୁଲି ଗାନ୍ଧି ଗୁଡା ଗାଁରେ ଥିବା ଏକ ସମ୍ପର୍କୀୟ ଘରକୁ ଆସିଥିଲେ l ନିଜ ସମ୍ପର୍କୀୟ ସହ ଦେଖା କରିବା ପରେ ନିଜ ବାଇକ୍ ଯୋଗେ ନିଜ ଗାଁ ସୁରମେଲ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଏକ ଗଛ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଯୁବକଜଣକ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନସ ଯୋଗେ ଲମତାପୁଟ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ 'ମୃତ' ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l ଯୁବକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ହେଲମେଟ୍ ପିନ୍ଧି ନଥିବା କାରଣରୁ ମୁଣ୍ଡରେ ଗଭୀର ଆଘାତ ଲାଗି ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛିl
/filters:format(webp)/sambad/media/media_files/2026/01/31/lamtaput-2026-01-31-21-30-36.jpg)
-
Jan 31, 2026 21:02 IST
ଅନ୍ତଃଜିଲ୍ଲା ସ୍କୁଲ କ୍ରିକେଟ୍: ଫାଇନାଲ୍ରେ ଭୁବନେଶ୍ବର ‘ବି’- କଟକ ‘ଏ’
କଟକ: ଓସିଏ ଅନ୍ତଃଜିଲ୍ଲା ସ୍କୁଲ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଭୁବନେଶ୍ବର ‘ବି’କୁ ଭେଟିବ କଟକ ‘ଏ’। ଶନିବାର ଦ୍ବିତୀୟ ସେମିଫାଇନାଲ୍ରେ କଟକ ‘ଏ’ ୯୩ ରନ୍ରେ ଅନଗୁଳକୁ ହରାଇଛି। କଟକ ‘ଏ’ ପ୍ରଥମେ ବ୍ୟାଟିଂ କରି ସାଇ ସୌମିକ ମହାନ୍ତି (୧୦୧*, ୧୨୪ ବଲ୍)ଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୨୫୫ ରନ୍ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟଜିତ ଦାସ ୬୩ ଓ ଅମୃତାଂଶୁ ଦାସ ୫୧ ରନ୍ କରିଥିଲେ। ଜବାବରେ ଅନଗୁଳ ୪୩.୨ ଓଭରରେ ମାତ୍ର ୧୬୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଓମ୍ ଶ୍ରୀ ସାହୁ ୬୫ ଓ ଅଖିଳ ପ୍ରଧାନ ୩୫ ରନ୍ କରିଥିଲେ। ଅନଗୁଳ ପକ୍ଷରୁ ଦୁର୍ଗାଶିଷ ବେହେରା ୩ ଓ ଏମ୍ ଜୟସୂରିୟା ୨ଟି ୱିକେଟ୍ ନେଇଥିଲେ। ଏହା ପୂର୍ବରୁ ଶୁକ୍ରବାରର ପ୍ରଥମ ସେମିଫାଇନାଲ୍ରେ ଭୁବନେଶ୍ବର ‘ବି’ ୫ ୱିକେଟ୍ରେ ଭୁବନେଶ୍ବର ‘ଏ’କୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିଥିଲା।
/filters:format(webp)/sambad/media/media_files/2026/01/31/31bbs_57_31012026_112-2026-01-31-21-02-28.jpg)
-
Jan 31, 2026 21:01 IST
ସନ୍ତୋଷ ଟ୍ରଫି: ଓଡ଼ିଶାକୁ ହରାଇଲା ଗୁଜରାଟ
ଭୁବନେଶ୍ବର: ସନ୍ତୋଷ ଟ୍ରଫିର ଶନିବାର ମ୍ୟାଚ୍ରେ ଗୁଜରାଟ ୫-୨ ଗୋଲ୍ରେ ଓଡ଼ିଶାକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଆରିନ ଲାକ୍ରା (୭୯) ଓ କାର୍ତ୍ତିକ ହେନ୍ତାଳ ଗୋଲ୍ ଦେଇଥିଲେ। ହେଲେ ଗୁଜରାଟର ଘଡ଼ଘନ ଆକ୍ରମଣରେ ଘାଇଲା ହୋଇ ଓଡ଼ିଶା ୩ଟି ଗୋଲ୍ ବ୍ୟବଧାନରେ ପରାସ୍ତ ହୋଇଥିଲା। ସେହିଭଳି ୧୩ବର୍ଷରୁ କମ୍ ଅସ୍ମିତା ବାଳିକା ଫୁଟ୍ବଲ୍ ପ୍ରତିଯୋଗିତାରେ ଛତିଶଗଡ଼ ୨-୦ ଗୋଲ୍ରେ ଓଡ଼ିଶାକୁ ହରାଇ ଦେଇଥିଲା। ଉଭୟ ପ୍ରତିଯୋଗିତାରେ ରାଜ୍ୟ ଫୁଟ୍ବଲ୍ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଫୁଟ୍ବଲ୍ପ୍ରେମୀଙ୍କୁ ନିରାଶ କରିଛି।
-
Jan 31, 2026 21:00 IST
ଅନ୍ତଃବିଶ୍ବବିଦ୍ୟାଳୟ ମହିଳା ହକି: ସେମିଫାଇନାଲ୍ରେ କିଟ୍
ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟସ୍ଥିତ ଦିଲୀପ ତିର୍କି ହକି ଷ୍ଟାଡିୟମ୍ରେ ଚାଲିଥିବା ଅନ୍ତଃବିଶ୍ବବିଦ୍ୟାଳୟ ଜୋନାଲ ମହିଳା ହକି ପ୍ରତିଯୋଗିତାର ସେମିଫାଇନାଲ୍ରେ ଓଡ଼ିଶାର ଦୁଇଟି ଦଳ କିଟ୍ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରବେଶ କରିଛନ୍ତି। ଶନିବାର କିଟ୍ ବିଶ୍ବବିଦ୍ୟାଳୟ କ୍ବାର୍ଟର ଫାଇନାଲ୍ରେ ରୋମାଞ୍ଚକ ଭାବେ ୪-୩ ଗୋଲ୍ରେ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳକୁ ହରାଇ ସେମିଫାଇନାଲ୍ ଟିକେଟ ହାସଲ କରିଥିଲା। ସେହିଭଳି ସମ୍ବଲପୁର ବିଶ୍ବବିଦ୍ୟାଳୟ ନିଜ ଚମତ୍କାର ଫର୍ମକୁ ଜାରି ରଖି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ପଞ୍ଜାବ ବିଶ୍ବବିଦ୍ୟାଳୟ ୭-୧ରେ ଗୁରୁ ଜମ୍ବେଶ୍ବର ବିଶ୍ବବିଦ୍ୟାଳୟ ଏବଂ ଆଇଟିଏମ୍ ବିଶ୍ବବିଦ୍ୟାଳୟ ସୁଟ୍ଆଉଟ୍ରେ ୩-୧ ଗୋଲ୍ରେ ହରାଇ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଏହି ସଫଳତା ଲାଗି ଚାରିଟି ଯାକ ଦଳକୁ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ପ୍ରଫେସର୍ ଅଚ୍ୟୁତ ସାମନ୍ତ ଶୁଭକାମନା ଜ୍ଞାପନ କରିଛନ୍ତି।
/filters:format(webp)/sambad/media/media_files/2026/01/31/31bbs_87_31012026_112-2026-01-31-21-00-49.jpg)
-
Jan 31, 2026 20:59 IST
ସିକେ ନାଇଡୁ ଟ୍ରଫି: ଓମ୍, ଶ୍ରେୟାଂସଙ୍କ ଅର୍ଦ୍ଧଶତକ
କଟକ: ଜୟପୁରସ୍ଥିତ କେ.ଏଲ୍. ସାଇନି ଷ୍ଟାଡିୟମ୍ରେ ଚାଲିଥିବା ଓଡ଼ିଶା-ରାଜସ୍ଥାନ ୨୩ବର୍ଷରୁ କମ୍ ସିକେ. ନାଇଡୁ ଟ୍ରଫିରେ ରାଜସ୍ଥାନ ତା’ର ପ୍ରଥମ ପାଳିରେ ୩୫୫ ରନ୍ କରିଛି। ବାଦଲ ବିଶ୍ବାଳଙ୍କ ୫ ୱିକେଟ୍ ସଫଳତା ସତ୍ତ୍ବେ ରଜତ ବାଘେଲ, ସୁମିତ ଗୋଡ଼ରା ଓ ଏଜି ଚୌହ୍ବାନଙ୍କ ଅର୍ଦ୍ଧଶତକ ବଳରେ ଏହି ସମ୍ମାନଜନକ ସ୍କୋର୍ କରି ନେଇଛି ଏହି ଦଳ। ଓଡ଼ିଶା ପକ୍ଷରୁ ବାଦଲ ୭୧ ରନ୍ରେ ୫ ଓ ସନ୍ଦୀପ ମହାପାତ୍ର ୨୫ ରନ୍ ଦେଇ ଗୋଟିଏ ୱିକେଟ୍ କରାୟତ୍ତ କରିଛନ୍ତି। ଜବାବରେ ଓଡ଼ିଶା ଶନିବାର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୪୭ ରନ୍ କରି ନେଇଛି। ଓମ୍ ଟି ମୁଣ୍ଡେ ୭୦ ରନ୍ କରିଥିଲା ବେଳେ ଶ୍ରେୟାଂଶ ଭରଦ୍ବାଜ ୭୨ ରନ୍ କରି ଅପରାଜିତ ରହିଛନ୍ତି। ରାଜସ୍ଥାନର ଗଣେଶ ସୁଥାର ଓ ଦୀପେନ୍ଦର ସିଂହଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି।
-
Jan 31, 2026 20:58 IST
ନନ୍ଦନକାନନରେ ପ୍ରଥମ ପାର୍ମା ୱାଲାବି ଶାବକର ଜନ୍ମ
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଏହା ଏକ ଗୌରବର ବିଷୟ ଯେ, ଏଠାରେ ପ୍ରଥମ ଥର ପାଇଁ ପାର୍ମା ୱାଲାବି ପ୍ରଜାତିର ସଫଳ ପ୍ରଜନନ ହୋଇଛି। ପୂର୍ବରୁ ୧୯୭୩ ଏପ୍ରିଲ୍ରୁ ୧୯୭୬ ଏପ୍ରିଲ୍ ମଧ୍ୟରେ ନନ୍ଦନକାନନରେ ୱାଲାବି ରଖାଯାଇଥିଲେ ମଧ୍ୟ ସେହି ସମୟରେ କୌଣସି ଶାବକ ଜନ୍ମ ହୋଇନଥିଲା।
/filters:format(webp)/sambad/media/media_files/2026/01/29/1breaking-news-friday-2026-01-29-17-40-31.jpg)
-
Jan 31, 2026 20:53 IST
ତିନି ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି
ଭୁବନେଶ୍ବର: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ୧୯୯୬ ବ୍ୟାଚ୍ର ତିନି ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ଅଧିକାରୀମାନଙ୍କୁ ସର୍ବୋଚ୍ଚ ପାହ୍ୟାକୁ ଉନ୍ନୀତ କରାଯାଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦ ପ୍ରଦାନ କରାଯାଇଛି। ଏହି ୩ ଅଧିକାରୀ ହେଲେ ଶ୍ରୀ ଶାଶ୍ୱତ ମିଶ୍ର, ବିଶାଲ କୁମାର ଦେବ ଓ ଶ୍ରୀମତୀ ଉଷା ପାଢ଼ୀ।
/filters:format(webp)/sambad/media/media_files/2026/01/15/breaking-2026-01-15-07-38-12.jpg)
ଏହି ପଦୋନ୍ନତି ଆସନ୍ତାକାଲି ଅର୍ଥାତ୍ ୨୦୨୬ ମସିହା ଫେବ୍ରୁଆରି ୧ ତାରିଖରୁ କାର୍ଯ୍ୟକାରୀ ହେବ। ସରକାରଙ୍କ ନିର୍ଦ୍ଦେଶ ମୁତାବକ ପଦୋନ୍ନତି ପାଇବା ପରେ ମଧ୍ୟ ଏହି ଅଧିକାରୀମାନେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଜର ବର୍ତ୍ତମାନର ସ୍ଥାନରେ ରହି ଦାୟିତ୍ୱ ତୁଲାଇବେ। ଅନ୍ୟପକ୍ଷରେ କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୧୯୯୬ ବ୍ୟାଚ୍ର ଅନ୍ୟତମ ବରିଷ୍ଠ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ‘ପ୍ରୋଫର୍ମା ପଦୋନ୍ନତି’ ଦିଆଯାଇଛି। ତାଙ୍କୁ ମଧ୍ୟ ଏପେକ୍ସ ଗ୍ରେଡ୍ (ଲେଭଲ୍-୧୭) ପାହ୍ୟାକୁ ଉନ୍ନୀତ କରାଯାଇଛି।
-
Jan 31, 2026 20:40 IST
Ind vs NZ T20I: ନ୍ୟୁଜିଲାଣ୍ଡ ଆଗରେ ୨୭୨ ରନ୍ର ବିଜୟ ଲକ୍ଷ୍ୟ ରଖିଲା ଭାରତ
/sambad/media/post_attachments/fee39386-f69.png)
-
Jan 31, 2026 20:26 IST
ଈଶାନ କିଶନଙ୍କ ବିସ୍ଫୋରକ ଶତକ
- ତିରୁଅନନ୍ତପୁରମରେ ଶତକ ମାରିଲେ ଈଶାନ କିଶନ
- ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ଶୃଙ୍ଖଳାର ପଞ୍ଚମ ମୁକାବିଲାରେ ଶତକ
- ୪୨ ବଲ୍ରେ ଶତକ ହାସଲ
- ୪୨ଟି ବଲ୍ ଖେଳି ୬ଟି ଚୌକା ଓ ୧୦ଟି ଛକା ବଳରେ ୧୦୩ ରନ୍
/filters:format(webp)/sambad/media/media_files/2026/01/31/screenshot-2026-01-31-201436-2026-01-31-20-26-11.jpg)
-
Jan 31, 2026 19:45 IST
ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ କାରବାର ୧୨ ଲକ୍ଷ କୋଟିରୁ ଅଧିକ
ଦେଶରେ ଥିବା ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର କାରବାର ଚଳିତ ଆର୍ଥିକ ବର୍ଷର ପ୍ରଥମ ଭାଗରେ ୧୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ୨୮ଟି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆର୍ଆର୍ବି) କାର୍ଯ୍ୟ କରୁଛି। ବିଭିନ୍ନ ରାଜ୍ୟରେ ୭୩୦ଟି ଜିଲ୍ଲାରେ ଏଗୁଡ଼ିକର ମୋଟ ୨୨,୧୫୮ଟି ଶାଖା ରହିଛି। କୃଷି ଓ ଗ୍ରାମାଞ୍ଚଳ ବିକାଶରେ ଏହି ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ବଳିଷ୍ଠ ଅବଦାନ ରହିଆସିଛି। ବିଶେଷକରି ଯେଉଁ ଅଞ୍ଚଳରେ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କ ଶାଖାଗୁଡ଼ିକର ଉପସ୍ଥିତି କମ୍ ରହିଥାଏ ସେଠାରେ ଏହି ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକର ବହୁ ସଂଖ୍ୟାରେ ଗ୍ରାହକ ରହିଥାନ୍ତି।
-
Jan 31, 2026 19:31 IST
ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଫେବ୍ରୁଆରିରୁ ତିନି ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଆସୁଛନ୍ତି। ଗସ୍ତସୂଚୀ ଚୂଡ଼ାନ୍ତ ହେବା ପରେ ଶୁକ୍ରବାର ଏଡିଜି ପ୍ରବୀଣ କୁମାର, ପୂର୍ବାଞ୍ଚଳ ଆଇଜି ପିନାକ ମିଶ୍ର, ମୟୂରଭଂଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଠୁପାଲି, ଏଏସପି ଯଦୁନାଥ ଜେନା, ଏସଡିପିଓ ବୀରେନ୍ଦ୍ର ସେନାପତିଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ରାଇରଙ୍ଗପୁର ଗସ୍ତରେ ଆସି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ମୟୁରଭଂଜ ଜିଲ୍ଲାପାଳ ହେମକାନ୍ତ ସୟ, ବାମନଘାଟି ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ଗସ୍ତ ସ୍ଥାନ ପହଞ୍ଚି ସମୀକ୍ଷା କରିଛନ୍ତି।
/filters:format(webp)/sambad/media/media_files/2026/01/31/1002854735-2026-01-31-19-31-14.jpg)
ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଇରଙ୍ଗପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାଷ୍ଟ୍ରପତିଙ୍କ ଯାତ୍ରା ମାର୍ଗ, ହେଲିପ୍ୟାଡ୍ ଅଞ୍ଚଳ, ସଭାସ୍ଥଳ ଓ ରାତ୍ରି ରହଣି ସ୍ଥାନ ଗୁଡିକୁ ଯାଇ ନିରୀକ୍ଷଣ କରିଥିଲେ। ସେଥିପାଇଁ ସ୍ଥାନୀୟ ପୁଲିସ ଅଧିକାରୀ ଓ ପ୍ରଶାସନିକ କର୍ମଚାରୀଙ୍କ ସହ ବୈଠକ କରି ସୁରକ୍ଷା ସମ୍ପର୍କିତ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଗସ୍ତ ସମୟରେ ଟ୍ରାଫିକ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ଚେକିଂ ବ୍ୟବସ୍ଥା, ସିସିଟିଭି ନିରୀକ୍ଷଣ ଓ ବମ୍ବ ସ୍କୱାଡ୍ ମୁତୟନ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ସହରର ପ୍ରମୁଖ ପ୍ରବେଶ ପଥରେ ନାକାବନ୍ଦୀ ଜୋରଦାର କରାଯାଇଛି।
-
Jan 31, 2026 19:27 IST
ସିଏମ୍ ଟ୍ରଫି ଭଲିବଲ୍, କାବାଡ଼ି ଚୟନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ବର: ‘ପଡ଼ିଆରୁ ପୋଡିୟମ୍’ ସ୍ଲାଗାନ୍କୁ ସାର୍ଥକ କରିବା ଲକ୍ଷ୍ୟ ନେଇ ଆୟୋଜିତ ‘ସିଏମ୍ ଟ୍ରଫି’ରେ ନୂଆ କରି ସାମିଲ ହୋଇଥିବା କବାଡ଼ି ଓ ଭଲିବଲ୍ର ଜିଲ୍ଲାୱାରୀ ଟ୍ରାଏଲ୍ସ ସାରା ରାଜ୍ୟରେ ଆରମ୍ଭ ହୋଇଛି। ତୃଣମୂଳ ସ୍ତରରୁ ଭଲିବଲ୍ରେ ୧୪ବର୍ଷରୁ କମ୍ ବାଳକ, ବାଳିକା ଏବଂ କବାଡ଼ିରେ ଏହି ଦୁଇ ବର୍ଗର ୧୬ବର୍ଷରୁ କମ୍ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଭଲିବଲ୍ ଲାଗି ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା ବେଳେ ପ୍ରତ୍ୟେକ ଜିଲ୍ଲାର ୩୫୦ରୁ ଅଧିକ ଖେଳାଳି ଏଥିରେ ସାମିଲ ହୋଇଛନ୍ତି।
/filters:format(webp)/sambad/media/media_files/2026/01/31/31bbs_44_31012026_112-2026-01-31-19-27-04.jpg)
କବାଡ଼ି ଚୟନ ପ୍ରକ୍ରିୟାରେ ମଧ୍ୟ ଶହଶହ ପ୍ରତିଭାବାନ ଖେଳାଳି ନିଜ ଯାଦୁ ଦେଖାଇଛନ୍ତି। ଅଭିଜ୍ଞ ପ୍ରଶିକ୍ଷକ, ବୈଷୟିକ ଅଧିକାରୀ ଓ କ୍ରୀଡ଼ା ସଂଗଠକଙ୍କ ଉପସ୍ଥିତି ତଥା ମାର୍ଗଦର୍ଶନରେ ଏକ ପାରଦର୍ଶୀ, ନୀରପେକ୍ଷ ତଥା ବ୍ୟବସ୍ଥିତ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଖେଳାଳିଙ୍କ ଚୟନ କରାଯାଉଛି। ଏହି ଚୟନ ପ୍ରକ୍ରିୟା ଆସନ୍ତା ସପ୍ତାହ ଶେଷ ପର୍ଯ୍ୟନ୍ତ ଜାରି ରହିବ। ସିଏ୍ ଟ୍ରଫିରେ ଭଲିବଲ୍କୁ ସାମିଲ କରିଥିବାରୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ଭଲିବଲ୍ ସଂଘର ସଂପାଦକ ଡ, ଗଗନେନ୍ଦୁ ଦାସ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ଓଡ଼ିଶାରେ ଭଲିବଲ୍ ବିକାଶକୁ ନୂଆ ଦିଶା ପ୍ରଦାନ କରିବ ବୋଲି ମଧ୍ୟ ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
-
Jan 31, 2026 19:06 IST
ଗହୀରମଥାରୁ ଟ୍ରଲର ଜବତ:୯ ଜଣ ମତ୍ସ୍ୟଜିବୀ ଗିରଫ
ରାଜନଗର: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ବରୁଣେଇ ନିକଟରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗର ପାଟ୍ରୋଲିଂ ଟିମ ମା ନିଉ ସୋନାତାରିଣୀ-୧ ନାମକ ଟ୍ରଲରକୁ ଜବତ କରିବା ସହ ଏଥିରେ ଥିବା ୯ ଜଣ ମତ୍ସ୍ୟଜିବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏସିଏଫ ମାନସ କୁମାର ଦାସଙ୍କ ନିର୍ଦ୍ଧେଶରେ ରେଞ୍ଜ ଅଫିସର କପିଳେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଫରେଷ୍ଟର ମହନ୍ତ କୁମାର ମଲ୍ଲିକ ଓ ବନ ବିଭାଗର କର୍ମଚାରୀ ମାନେ ଟ୍ରଲରଟିକୁ ଜବତ କରିଥିଲେ। ଜବତ ଟ୍ରଲରରୁ ୧ଟି ଜିପିଏସ, ୨ଟି ଭିଏଚଏଫ,୧ଟି ଫିସଫାଇଣ୍ଡର, ୧୦ ଟି ଟ୍ରଲିଂ ନେଟ ଓ ୧୮ କୁଇଣ୍ଟାଲ ୭ କିଲୋଗ୍ରାମ ସାମୁଦ୍ରିକ ମାଛକୁ ଜବତ କରିଛନ୍ତି। ଗିରଫ ମତ୍ସ୍ୟଜିବୀମାନେ ହେଲେ ଅକ୍ଷୟ ଜେନା, ବିଜୟ ସିଂ, ରାମ ନାରାୟଣ ମଣ୍ଡଳ,ଏସ କେ ନାସିର, ଭୋଳାନାଥ ମଣ୍ଡଳ,ଖଗେନ ବାର,ଶଙ୍କର ମାଇତି, କୃଷ୍ଣ ମିସ୍ତ୍ରୀ, ଖୋକନ ପ୍ରଧାନ ପ୍ରମୁଖ ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ନେଇ ବନ ବିଭାଗ ସୂଚନା ଦେଇଛନ୍ତି। ଗିରଫ ମତ୍ସ୍ୟଜୀବୀମାନେ କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି।
-
Jan 31, 2026 18:59 IST
ଟସ୍ ଜିଣି ଭାରତର ବ୍ୟାଟିଂ ନିଷ୍ପତ୍ତି
- ଭାରତ-ନ୍ୟୁଜିଲାଣ୍ଡ ଟି୨୦ ଶୃଙ୍ଖଳା
- ତିରୁବନନ୍ତପୁରମରେ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି
/filters:format(webp)/sambad/media/media_files/2026/01/31/1breaking-news-monday-2026-01-31-14-53-29.jpg)
-
Jan 31, 2026 18:49 IST
ଅଲଚିକି ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁ ଦର୍ଶନ
ରାଇରଙ୍ଗପୁର: ସାନ୍ତାଳୀ ସମାଜର ଆଇକନ ତଥା ଯୋଗଜନ୍ମା ସାରସ୍ଵତ ସାଧକ, ସମାଜ ସଂସ୍କାରକ ତଥା ସାନ୍ତାଳୀ ଅଲଚିକି ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପବିତ୍ର ୧୯୮୨ ମସିହା ମାଘ ସପ୍ତମୀରେ ଇହଧାମ ହୋଇଥିଲା। ମାଘ ମାସ ଅଷ୍ଟମୀରୁ ମାଘ ଚତୁର୍ଦ୍ଦଶୀ ତଥା ପୂର୍ଣ୍ଣିମା ପୂର୍ବ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଗୁରୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ସମାଜର ସଂସ୍କୃତି, ଭାଷା, ସାହିତ୍ୟ, ଭାଇଚାରା, ଭାତୃତ୍ବ ପାଇଁ ପ୍ରାର୍ଥନା କରି ଆଶୀର୍ବାଦ ନେଇଥାନ୍ତି। ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଗ୍ରାମର କାପିବୁରୁ ପାହାଡ଼ ସନ୍ନିକଟ ଗୁରୁ ଗୋମେକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ପୀଠରେ ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ନେପାଳ ପ୍ରଭୃତି ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁମାନେ ଆସି ନିଜ ସାନ୍ତାଳୀ ପାରମ୍ପାରିକ ବେଶଭୂଷା ପରିଧାନ କରି ଭୋଗ, ନୈବେଦ୍ୟ ନେଇ ଗୁରୁଙ୍କ ପୂଜାର୍ଚ୍ଚନା ସହ ଭୋଗରାଗ କରି ଆଶୀର୍ବାଦ ନେଇଥିଲେ। କିଛି ଶ୍ରଦ୍ଧାଳୁ ସମାଧୀ ପୀଠସ୍ଥ ଜଳାଶୟରେ ସ୍ନାନ କରି ପଣ୍ଡିତ ରଘୁନାଥ ମୁର୍ମୁ ଧ୍ୟାନ ଓ ସାଧନା ପୀଠରେ ପୂଜାର୍ଚ୍ଚନା କରି ପରେ ସମାଧୀ ପୀଠକୁ ଯାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ।
/filters:format(webp)/sambad/media/media_files/2026/01/31/1002854287-2026-01-31-18-49-00.jpg)
କମିଟି ତରଫରୁ ଆକର୍ଷଣୀୟ, ତୋରଣ ଓ ଫୁଲ ସଜ୍ଜା କରାଯାଇଥିଲା। ଏକ ଭବ୍ୟ ଭକ୍ତିମୟୀ ପରିବେଶ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା ବିଧାୟକ ଭାଦବ ହାଁସଦା ପ୍ରମୁଖ ସମାଧୀ ପୀଠ କୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ ଏକ ବିରାଟ ଆଦିବାସୀ ମେଳା ଲାଗିଥିଲା। ଆଦିବାସୀଙ୍କ ପୁସ୍ତକ, ଗବେଷଣା ବହି, ମହାମନିଷଙ୍କ ପୁସ୍ତକ, ସେମାନଙ୍କ ବସ୍ତ୍ର,ସେମାନଙ୍କ ବାଦ୍ୟଯନ୍ତ୍ର ବିଭିନ୍ନ ଷ୍ଟଲ ଲାଗି ରହିଥିଲା। ସାନ୍ତାଳୀ ସମ୍ପରଦାୟର ପୁରୁଷ ଓ ମହିଳାମାନେ ସେମାନଙ୍କ ପାରମ୍ପରିକ ବେଶଭୂଷା, ବାଦ୍ୟଯନ୍ତ୍ର ଏବଂ ବହୁ ମୂଲ୍ୟବାନ ପୁସ୍ତକ କିଣିବା ପାଇଁ ଗହଳି ଲାଗିଥିଲା।
-
Jan 31, 2026 18:45 IST
କେ ମୁରୁଗୁସାନ ହେଲେ ନୂଆ ପିସିସିଏଫ୍
- ଡକ୍ଟର କେ ମୁରୁଗୁସାନ ହେଲେ ଓଡ଼ିାାର ନୂଆ ପିସିସିଏଫ୍
- ୧୯୯୪ ବ୍ୟାଚ୍ର ଆଇଏଫ୍ଏସ୍ ଅଧିକାରୀ
- ପିସିସିଏଫ୍ ସହ ଓଡ଼ିଶା ହେଡ୍ ଅଫ୍ ଫରେଷ୍ଟ ଫୋର୍ସର ଦାୟିତ୍ବ
- ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ଜାରି
/filters:format(webp)/sambad/media/media_files/2026/01/15/breaking-2026-01-15-07-38-12.jpg)
-
Jan 31, 2026 18:09 IST
ସମୁଦ୍ରରେ ବୁଡ଼ିଗଲେ ମା’ ଏବଂ ପୁଅ
- ପୁରୀ ସମୁଦ୍ରରେ ବୁଡ଼ିଗଲେ ମା’ ଏବଂ ପୁଅ
- ସମୁଦ୍ରରେ ଗାଧୋଇଲା ବେଳେ ଅଘଟଣ
- ମା’ଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଥିଲା ପୁଅ
- ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି
- ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର
- ମୃତକ ମା’-ପୁଅ ଝାଡ଼ଖଣ୍ଡର ରାଞ୍ଚି ଅଞ୍ଚଳର ସୂଚନା
Photograph: (sambad.in) -
Jan 31, 2026 17:28 IST
ଜଟଣୀରେ ଖଣି ବିଭାଗର ଚଢ଼ଉ
ଖୋର୍ଦ୍ଧା: ଜଟଣୀ ରଥୀପୁରୁ ଅଞ୍ଚଳରେ ଖଣି ବିଭାଗର ବଡ଼ଧରଣର ଚଢ଼ଉ କରିଛି। ଘଟଣା ସ୍ଥଳରୁ ୪ ପଥର କଟା ମେସିନ ସହ ୪ଜଣ ବ୍ୟକ୍ତି ଅଟକ ଅଛନ୍ତି। ସେମାନଙ୍କୁ ଜଟଣୀ ଥାନା ପୁଲିସ ଜିମା ଦିଆଯାଇଛି। ଜଟଣୀ ଥାନା ଓ ଖଣି ବିଭାଗର ମିଳିତ ଉଦ୍ୟମରେ ଚଢ଼ଉ କରାଯାଇଥିଲା । ଖଣି ବିଭାଗ ପାଖରେ ଅଭିଯୋଗ ପରେ ଖଣି ଅଧିକାରୀଣି ସୁକେସ୍ମିତା ମାଝୀଙ୍କ ନିର୍ଦେଶରେ ଭୁବନେଶ୍ୱର ଓ ଜଟଣୀ ଜୁନିୟର ଖଣି ଅଧିକାରୀ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ରାତିରେ ଅଚାନକ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ୪ଟି ପଥର କଟା ମେସିନି ସହିତ ୪ଜଣ ଅଟକ ଅଛନ୍ତି ବୋଲି ଖଣି ବିଭାଗ ସୂତ୍ରରୁ ସ୍ପଷ୍ଟ ହୋଇଛି।
/filters:format(webp)/sambad/media/media_files/2026/01/31/screenshot-2026-01-31-172756-2026-01-31-17-28-18.jpg)
-
Jan 31, 2026 17:08 IST
ବନ ବିଭାଗର ଚଢ଼ଉ, ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ
ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବନାଞ୍ଚଳ ଅଧୀନରେ ଥିବା ଦେଓଗାଁ ଫରେଷ୍ଟ ସେକ୍ସନର ଚିଚେଡ ଗାଁରେ ଆଜି ବନ ବିଭାଗ ଚଢ଼ଉ କରିଛି। ବଲାଙ୍ଗୀର ମୋବାଇଲ ଟିମ୍ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ପଟା ଜବତ କରିଛି। ନିର୍ମାଣାଧୀନ ଘର କବାଟ ସହ ଶାଗୁଆନ ପଟା, ଚୌକାଠ ସହ ଗଛ କଟା ପାଇଁ ବ୍ୟବହୃତ କରତ ଓ ବିଦ୍ୟୁତ୍ ଚାଳିତ ଯନ୍ତ୍ରାଂଶକୁ ଜବତ କରି ବନ ବିଭାଗର କାର୍ଯ୍ୟଳୟକୁ ଅଣାଯାଇଛି। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ୫ଜଣକୁ ଅଟକ ରଖି ତଦନ୍ତ କରୁଛି ବନ ବିଭାଗ।
/filters:format(webp)/sambad/media/media_files/2026/01/31/deogaon-2026-01-31-17-08-52.jpg)
-
Jan 31, 2026 17:03 IST
ପାକିସ୍ତାନ ଅଶାନ୍ତ: ବଲୁଚ ବିଦ୍ରୋହୀଙ୍କ ଆକ୍ରମଣରେ ୧୨ ସୈନ୍ୟ ମୃତ
ଇସଲାମାବାଦ: ବଲୁଚିସ୍ତାନ ବିଦ୍ରୋହୀଙ୍କ ଆକ୍ରମଣରେ ଶନିବାର ପାକିସ୍ତାନ ଅଶାନ୍ତ ହୋଇଉଠିଛି। ବଲୁଚ ବିଦ୍ରୋହୀ ପାକିସ୍ତାନର କ୍ବଏଟା ସମେତ ଦକ୍ଷିଣ ପଶ୍ଚିମ ବଲୁଚିସ୍ତାନର ବିଭିନ୍ନ ଅଞ୍ଚଳରେ ସମନ୍ବିତ ଆକ୍ରମଣ କରିଥିବାବେଳେ ଏଥିରେ ୧୨ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି। କ୍ୱେଟା, ପାସନି, ମାସ୍ତୁଙ୍ଗ, ନୌସକି ଏବଂ ଗ୍ୱାଦର ଜିଲ୍ଲା ସମେତ ଅନେକ ସହରକୁ ବନ୍ଧୁକ ଏବଂ ଆତ୍ମଘାତୀ ଆକ୍ରମଣ ଦ୍ବାରା ଟାର୍ଗେଟ କରାଯାଇଥିଲା। ପାକିସ୍ତାନର ୧୦ଟି ସହରରେ ବାଲୋଚ ବିଦ୍ରୋହୀ ସୈନ ଶିବିର ତଥା ଆଇଏସ୍ଆଇର ଠିକଣା ଉପରେ ଆକ୍ରମଣ କରିଛନ୍ତି। ଏହାକୁ ବଲୁଚ ଲିବରେସନ ଆର୍ମି ଅପରେସନ ହେରୋଫ-୨ ଆଖ୍ୟା ଦେଇଛନ୍ତି। ପାକିସ୍ତାନ ସେନାର ୧୨ରୁ ଅଧିକ ସୈନିକଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ବିଦ୍ରୋହୀଙ୍କର ମୃତ୍ୟୁ ହୋଇଛି। କେବଳ କ୍ବେଏଟାରେ ୭ ଜଣ ପୁଲିସ କର୍ମୀଙ୍କର ମୃତ୍ୟୁ ହୋଇଛି। କ୍ବେଏଟାରେ ବଲୁଚ ବିଦ୍ରୋହୀ ଏକ ବ୍ୟାଙ୍କ ଲୁଟିବା ପରେ ବିସ୍ଫୋରଣ ଘଟାଇଥିଲେ। ରାସ୍ତାରେ ବିଦ୍ରୋହୀ ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବାବେଳେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ବିଚ୍ଛିନ୍ନତାବାଦୀ ସୈନିକ ପ୍ରତିଷ୍ଠାନ ସହିତ ପୁଲିସ ଓ ପ୍ରଶାସନିକ କାର୍ଯ୍ୟାଳୟକୁ ଟାର୍ଗେଟ କରିଛନ୍ତି। ଦଶନ୍ଧି ଧରି ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀଙ୍କ ବିଦ୍ରୋହ ଦେଖିବାକୁ ମିଳୁଛି। ଖଣିଜ ସମ୍ପଦ ଭରପୂର ବଲୁଚିସ୍ତାନରେ ବିଦ୍ରୋହୀ ସର୍ବଦା ସୁରକ୍ଷାକର୍ମୀ, ସରକାରୀ ପ୍ରତିଷ୍ଠାନ ତଥା ବିଦେଶୀ ନାଗରିକଙ୍କୁ ଟାର୍ଗେଟ କରିଥାନ୍ତି।
-
Jan 31, 2026 16:57 IST
ହାତୀ ମୃତ୍ୟୁ ଘଟଣାରେ ଏସିଏଫଓ ନିଲମ୍ୱିତ
ବାଲିଗୁଡ଼ା: ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞ୍ଚଳରେ ହାତୀ ମୃତ୍ୟୁ ପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାରେ ଆଜି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରାଙ୍କୁ ନିଲମ୍ବନ କରାଯାଇଛି। ସୂର୍ଯ୍ୟକାନ୍ତ ବେହେରା ଜାନୁଆରି ୫ ତାରିଖରେ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଯାଇ ଡିଏଫଓଙ୍କୁ ଭୁଲ ରିପୋର୍ଟ ପ୍ରଦାନ କରିଥିଲେ। ହାତୀ ମୃତ୍ୟୁ ଘଟଣା ଏକ ଗୁଜବ ଏଥିରେ କୌଣସି ସତ୍ୟତା ନଥିବା ରିପୋର୍ଟରେ ଲେଖିଥିଲେ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଡିଏଫଓ ଘନଶ୍ୟାମ ମହାନ୍ତ ନିଜେ ବେଲଘର ଯିବା ପରେ ଘଟଣା ସତ୍ୟ ରିପୋର୍ଟ ପ୍ରଦାନ କରିଥିଲେ। ଏହା ପରେ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ରେଞ୍ଜର ବିନୟ ବିଶି କୁ ନିଲମ୍ୱିତ କରିଥିବା ବେଳେ ଆଜି ଭୁଲ ରିପୋର୍ଟ ପ୍ରଦାନ କରିଥିବା ଅଭିଯୋଗରେ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବନ କରଯାଇଥିବା ଜଣାପଡ଼ିଛି।
/filters:format(webp)/sambad/media/media_files/2026/01/31/f-2026-01-31-16-57-49.jpg)
-
Jan 31, 2026 16:41 IST
ପାକିସ୍ତାନ: ବାଲୋଚ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରେ ୪ ପୁଲିସ ନିହତ
ଇସଲାମାବାଦ: ବାଲୋଚ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରେ ଶନିବାର ପାକିସ୍ତାନ ଅଶାନ୍ତ ହୋଇଉଠିଛି। ବାଲୋଚ ବିଚ୍ଛିନ୍ନତାବାଦୀ ପାକିସ୍ତାନର କ୍ବଏଟା ସମେତ ଦକ୍ଷିଣ ପଶ୍ଚିମ ବଲୁଚିସ୍ତାନର ବିଭିନ୍ନ ଅଞ୍ଚଳରେ ସମନ୍ବିତ ଆକ୍ରମଣ କରିଥିବାବେଳେ ୪ ପୁଲିସଙ୍କର ମୃତ୍ୟୁ ହୋଇଛି। କ୍ୱେଟା, ପାସନି, ମାସ୍ତୁଙ୍ଗ, ନୁସ୍କି ଏବଂ ଗ୍ୱାଦର ଜିଲ୍ଲା ସମେତ ଅନେକ ସ୍ଥାନକୁ ବନ୍ଧୁକ ଏବଂ ଆତ୍ମଘାତୀ ଆକ୍ରମଣ ଦ୍ବାରା ଟାର୍ଗେଟ କରାଯାଇଥିଲା। ପାକିସ୍ତାନର ୪ ଜିଲ୍ଲା ବାଲୋଚ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣ ଯୋଗୁ ଅଶାନ୍ତ ହୋଇପଡ଼ିଛି। ସ୍ଥିତି ନିୟନ୍ତ୍ରଣକୁ ଆସି ନଥିବା ଜଣାପଡ଼ିଛି। ବିଚ୍ଛିନ୍ନତାବାଦୀ ସୈନିକ ପ୍ରତିଷ୍ଠାନ ସହିତ ପୁଲିସ ଓ ପ୍ରଶାସନିକ କାର୍ଯ୍ୟାଳୟକୁ ଟାର୍ଗେଟ କରିଛନ୍ତି। ଦଶନ୍ଧି ଧରି ବଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀଙ୍କ ବିଦ୍ରୋହ ଦେଖିବାକୁ ମିଳୁଛି। ଖଣିଜ ସମ୍ପଦ ଭରପୂର ବଲୁଚିସ୍ତାନରେ ବିଦ୍ରୋହୀ ସର୍ବଦା ସୁରକ୍ଷାକର୍ମୀ, ସରକାରୀ ପ୍ରତିଷ୍ଠାନ ତଥା ବିଦେଶୀ ନାଗରିକଙ୍କୁ ଟାର୍ଗେଟ କରିଥାନ୍ତି।
-
Jan 31, 2026 16:11 IST
୧୬୭ ଜଣ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ବାସଗୃହ ଆବଣ୍ଟନ
ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏକାମ୍ର ହଲ୍ ଠାରେ ସାଲିଆ ସାହି, ସୁବାଷ ବୋଷ ନଗର, ମହାବୀର, ମାଛ ମାର୍କେଟ, ଜଗନ୍ନାଥ ବିହାର ଗୋପାଳ, ସହିଦ ଲକ୍ଷ୍ମଣ, ପଳାଶୁଣୀ ମୁଣ୍ଡା ସାହି, ମା' ଭଗବତୀ ଓ ମଙ୍ଗଳା ଭଳି ବିଡିଏ ଅନୁମୋଦିତ ୧୦ଟି ବସ୍ତିର ୧୬୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ବାସଗୃହ ଆବଣ୍ଟନ କରାଯାଇଛି। ବାସଗୃହ ପାଇଥିବା ସମସ୍ତ ହିତାଧିକାରୀଙ୍କୁ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଶୁଭେଚ୍ଛା ଜଣାଇଛନ୍ତି।
/filters:format(webp)/sambad/media/media_files/2026/01/31/sulochana-2026-01-31-16-11-48.jpg)
ଚନ୍ଦ୍ରଶେଖରପୁର ବୁଦ୍ଧ ବିହାର ହାଉସିଂ ପ୍ରକଳ୍ପରେ ଦିଆଯାଇଥିବା ଏହି ବାସଗୃହ ସେମାନଙ୍କ ଜୀବନଶୈଳୀ ଉନ୍ନତି ଆଣିବା ସହ ଜୀବନଧାରଣ ମାନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ ବୋଲି ମୁଁ ଆଶାବାଦୀ ବୋଲି ଶ୍ରୀ ମହାପାତ୍ର କହିଛନ୍ତିl ଏହି ଅବସରରେ ବିଏମସି ମେୟର ସୁଲୋଚନା ଦାସ, ବିଏମସି କମିସନର୍ ତଥା ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା, ସ୍ଲମ୍ ସେଟଲମେଣ୍ଟ୍ କମିଟିର ଅଧ୍ୟକ୍ଷା ମହାମାୟା ସ୍ୱାଇଁ, ଅତିରିକ୍ତ କମିଶନର୍ ଓ ଡେପୁଟି କମିଶନର୍ ପ୍ରମୁଖ ଉପସ୍ଥିତ ଥିଲେl
-
Jan 31, 2026 15:47 IST
୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କର୍ମଚାରୀ
- ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଭେଟେନାରି ଅଫିସ କର୍ମଚାରୀ
- ଯାଜାପୁର ଜିଲ୍ଲା ବଡ଼ଚଣା ବ୍ଲକ ଭେଟେନାରି ଅଫିସ କର୍ମଚାରୀ ସୁଭାଶିଷ ସାମଲ
- ୨,୧୬,୦୦୦ ଟଙ୍କାର କିସ୍ତି ପାଇଁ ହିତାଧିକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ
- କୁକୁଡ଼ା ଫାର୍ମ ପାଇଁ ୨୦୨୪ ଡିସେମ୍ବର ୧୨ରେ ଆବେଦନ କରିଥିଲେ ହିତାଧିକାରୀ
- ମାମଲା ରୁଜୁ କଲା ଭିଜିଲାନ୍ସ ବିଭାଗ, ତଦନ୍ତ ଜାରି
/filters:format(webp)/sambad/media/media_files/2026/01/31/v-2026-01-31-15-48-36.jpg)
-
Jan 31, 2026 14:53 IST
ସରିଲା କ୍ୟାବିନେଟ୍ ବୈଠକ, ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର
ଭୁବନେଶ୍ବର: ସରିଲା କ୍ୟାବିନେଟ୍ ବୈଠକ। ୧୦ ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ।
/filters:format(webp)/sambad/media/media_files/2026/01/31/1breaking-news-monday-2026-01-31-14-53-29.jpg)
-
Jan 31, 2026 14:49 IST
ଅର୍ଶଦୀପଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ରୋହିତ
ମୁମ୍ବାଇ: ଭାରତୀୟ ଦଳର ଦ୍ରୁତ ବୋଲର୍ ଅର୍ଶଦୀପ ସିଂଙ୍କ ସଂପର୍କରେ ଏକ ବଡ଼ ପୂର୍ବାନୁମାନ କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା। ସେ କହିଛନ୍ତି ଯେ ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପରେ ଅର୍ଶଦୀପ ଭାରତୀୟ ଦଳ ପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିବେ। ଏହାର କାରଣ ମଧ୍ୟ କହିଛନ୍ତି ହିଟମ୍ୟାନ।
ସେ କହିଛନ୍ତି ଯେ ଅର୍ଶଦୀପ୍ ନୂଆ ବଲକୁ ଭଲ ସ୍ବିଙ୍ଗ୍ କରିପାରନ୍ତି, ଏହା ତାଙ୍କର ଶକ୍ତି। ଏଥିପାଇଁ ଭାରତୀୟ ଦଳ ସୁବିଧାଜନକସ୍ଥିତିରେ ରହିବ। ସେ ଓ ଯଶପ୍ରୀତ ବୁମରା ମ୍ୟାଚ ଆରମ୍ଭରୁ ହିଁ ଓ୍ବିକେଟ୍ ନେବାକୁ ଉଦ୍ୟମ କରନ୍ତି। ଏହା ଭାରତ ପାଇଁ ସକାରାତ୍ମକ ସାବ୍ୟସ୍ତ ହେବ। ରୋହିତ ଆହୁରି ମଧ୍ୟ କହିଛନ୍ତି ଯେ ଅର୍ଶଦୀପ ଭାରତ ପାଇଁ ବୋଲିଂ ଆରମ୍ଭ କରନ୍ତି ଓ ସ୍ଲଗଓଭର ବା ମ୍ୟାଚର ଶେଷ କିଛି ଓଭର ବୋଲିଂ କରନ୍ତି। ବୋଲିଂର ଏହି ଦୁଇଟି ପର୍ଯ୍ୟାୟ ବେଶ ଗୁରୁତ୍ବପୂର୍ଣ୍ଣ। ଉଭୟ କାମରେ ସେ ମାହିର ବୋଲି ରହିଛନ୍ତି ରୋହିତ୍। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅର୍ଶଦୀପ ବାମହାତି ବ୍ୟାଟ୍ସମ୍ୟାନଙ୍କୁ ସ୍ଲିପରେ ଆଉଟ କରିବାକୁ ଚେଷ୍ଟା କରନ୍ତି, ସେହିପରି ଡାହାଣହାତି ବୋଲରଙ୍କ ପ୍ୟାଡ୍ ଉପରେ ବଲ୍ ପକାଇ ଏଲବିଡବ୍ଲୁ ଆଉଟ୍ କରିବାକୁ ଇଦ୍ୟମ କରନ୍ତି। ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପର ଫାଇନାଲରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଫାଇନଲରେ ସେ କ୍ବିଣ୍ଟନ ଡିକକଙ୍କ ଓ୍ବିକେଟ୍ ନେଇଥିଲେ।
-
Jan 31, 2026 14:37 IST
ପ୍ରେମ ବେପାରକୁ ନେଇ ନବମ ଛାତ୍ରକୁ ହାଣିଲା ଦଶମ ଶ୍ରେଣୀ ଛାତ୍ର
ରେମୁଣା: ନବମ ଶ୍ରେଣୀ ଛାତ୍ରକୁ ହାଣିଲା ଦଶମ ଶ୍ରେଣୀ ଛାତ୍ର। ଗୁରୁତର ଛାତ୍ର ଏଫ.ଏମ.ଏମ.ସି.ଏଚରେ ଭର୍ତ୍ତି। ହାତ ପାପୁଲି ଓ ପଛପଟ ମୁଣ୍ଡରେ ଗଭୀର କ୍ଷତ। ପ୍ରେମ ବେପାରକୁ ନେଇ ସନ୍ଦେହ। ହାଣିବା ପରେ ଖଣ୍ଡା ସହ ଥାନାରେ ସମର୍ପଣ।
/filters:format(webp)/sambad/media/media_files/2026/01/29/1breaking-news-friday-2026-01-29-17-40-31.jpg)
-
Jan 31, 2026 14:09 IST
ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କ ରାସ୍ତାରୋକ
ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ୮୩ ବର୍ଷ ବୟସ୍କ ବୃଦ୍ଧଙ୍କ ଶୋଚନୀୟ ମୃତ୍ଯୁ ଘଟିଛି। ଏହି ଘଟଣାର ତଦନ୍ତ ପ୍ରକ୍ରିୟାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦ ଓ ମୃତକ ପରିବାରଙ୍କୁ କ୍ଷତିପୂରଣ ଦାବିରେ ପରିବାର ଲୋକସହ ସ୍ଥାନୀୟ ଲୋକେ ମୃତକଙ୍କ ଶବକୁ ରାସ୍ତା ଉପରେ ରଖି ଧନୁପାଲି ମହାବୀର ଛକରେ ରାସ୍ତାର ଅବରୋଧ କରିଛନ୍ତି।
/filters:format(webp)/sambad/media/media_files/2026/01/31/untitled-2026-01-31-14-09-23.png)
-
Jan 31, 2026 13:44 IST
ଗୋସାଇଁ ନୂଆଗାଁ ଓଭରବ୍ରିଜ୍ରେ ଦୁର୍ଘଟଣା, ୪ ଜଣଙ୍କ ମୃତ୍ୟୁ
ବ୍ରହ୍ମପୁର: ଗୋସାଇଁ ନୂଆଗାଁ ଓଭରବ୍ରିଜ୍ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ। ଟ୍ରକ୍ ବ୍ରେକ ଫେଲ୍ ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରୁ ଚାଳକ ଫେରାର।
/filters:format(webp)/sambad/media/media_files/2026/01/31/untitled-2026-01-31-13-44-28.png)
-
Jan 31, 2026 12:56 IST
ଝାରସୁଗୁଡ଼ାରୁ ରାଜସ୍ଥାନ ଚାଲାଣ ହେଉଥିବା ଗୋରୁ ବୋଝେଇ ଟ୍ରେଲର୍ ଜବତ: ୨୫ ବଳଦ ଉଦ୍ଧାର, ଜଣେ ଗିରଫ
ସୁନ୍ଦରଗଡ଼: ଆଜି ଭୋର୍ ୩ଟାରେ ବଜରଙ୍ଗ ଦଳ କର୍ମୀଙ୍କ ସହାୟତାରେ ସଦର ଥାନା ପୁଲିସ ସବଡେଗା ରାସ୍ତାର ପଞ୍ଚ ମହଲା ନିକଟରୁ ଏକ ଗୋରୁ ବୋଝେଇ ଟ୍ରେଲର୍ ଜବତ କରିଛି। ଗାଡ଼ିରୁ ୨୫ଟି ବଳଦ ଓ ଗୋଟିଏ ଗାଈକୁ ଉଦ୍ଧାର କରିବା ସହ ଜଣକୁ ଗିରଫ କରିଥିବାବେଳେ ଚାଳକ ଫେରାର ହୋଇଯାଇଛି। ଗିରଫ ବ୍ଯକ୍ତି ହେଲେ ରାଜସ୍ଥାନ ଜୟପୁର ଏସ୍. ମହମ୍ମଦ (୨୫)। ଗାଡ଼ିଟି (ୟୁପି ୮୦ ସିଟି ୫୭୫୦)ରେ ଝାରସୁଗୁଡ଼ା ଅଞ୍ଚଳରୁ ଗୋରୁ ବୋଝେଇ କରି ରାଜସ୍ଥାନ ଜୟପୁର ଚାଲାଣ କରୁଥିଲେ। ଭଷ୍ମା ମସ୍ନିକାନି ଟୋଲଗେଟ୍ ର ଏକ ଗେଟ୍ ଭାଙ୍ଗି ଦ୍ରୁତଗତିରେ ସୁନ୍ଦରଗଡ଼ ଆଡ଼କୁ ଯାଇଥିଲା।
ସୂଚନା ପାଇ ବଜରଙ୍ଗ ଦଳ ପଛରୁ ଗୋଡ଼ାଇ ମଧ୍ୟରାତ୍ରରେ ସବଡେଗା ପଞ୍ଚମହଲା ନିକଟରେ ଧରିଥିଲେ। ଏହି ସମୟରେ କୌଶଳକ୍ରମେ ଚାଳକ ଫେରାର ହୋଇ ଯାଇଥିବାବେଳେ ସହଯୋଗୀଙ୍କୁ ଅଟକ ରଖି ସଦର ପୁଲିସକୁ ଖବର ଦେଇଥିଲେ। ପୁଲିସ ଭୋର୍ ୩ଟାରେ ପହଞ୍ଚି ଗାଡ଼ିକୁ ଜବତ କରିଥିଲେ।
/filters:format(webp)/sambad/media/media_files/2026/01/31/untitled-2026-01-31-12-55-47.png)
-
Jan 31, 2026 12:40 IST
ରାଜଧାନୀରେ ଗଡ଼ିବ ‘ସୁଭଦ୍ରା’ ବସ୍
ଭୁବନେଶ୍ବର: ରାଜଧାନୀରେ ଗଡ଼ିବ ‘ସୁଭଦ୍ରା’ ବସ୍। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।
/filters:format(webp)/sambad/media/media_files/2025/08/20/krushna-2025-08-20-11-20-46.png)
-
Jan 31, 2026 12:30 IST
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଆରମ୍ଭ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଆରମ୍ଭ।
Photograph: (google) -
Jan 31, 2026 12:28 IST
ନବୀନ ନିବାସରେ କଳିକେଶ ସିଂହଦେଓ
ଭୁବନେଶ୍ବର: ନବୀନ ନିବାସରେ କଳିକେଶ ସିଂହଦେଓ। ନବୀନ ନିବାସରେ ପ୍ରତାପ ଜେନା ଓ ଦେବୀ ମିଶ୍ରଙ୍କ ପରି ବରିଷ୍ଠ ନେତା ଉପସ୍ଥିତ।
/filters:format(webp)/sambad/media/media_files/2026/01/29/1breaking-news-friday-2026-01-29-17-40-31.jpg)
-
Jan 31, 2026 11:52 IST
ବାଡ଼ଗଡ଼ ଜଗନ୍ନାଥ ବିଦ୍ୟାପୀଠ ନିକଟରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ
ଆସିକା: ଶେରଗଡ଼ ଥାନା ଅନ୍ତର୍ଗତ ବାଡ଼ଗଡ଼ ଜଗନ୍ନାଥ ବିଦ୍ୟାପୀଠ ନିକଟରେ ପଡ଼ିଛି ଅର୍ଦ୍ଧଦଗ୍ଧ ମୃତଦେହ। ମୃତଦେହଟି କୌଣସି ଯୁବକର ହୋଇଥିବା ଅନୁମାନ କରାଯାଉଛି। କେହି ଯୁବକକୁ ହତ୍ୟାକରି ପେଟ୍ରୋଲ ପକାଇ ପୋଡ଼ି ଦେଇଛନ୍ତି। ଘଟଣା ସ୍ଥଳରେ ଶେରଗଡ଼ ପୁଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।
/filters:format(webp)/sambad/media/media_files/2026/01/29/1breaking-news-friday-2026-01-29-17-40-31.jpg)
-
Jan 31, 2026 11:48 IST
ବଦଳିବେ ସେଲ ଅଧକ୍ଷ ଅମରେନ୍ଦୁ ପ୍ରକାଶ
ଭୁବନେଶ୍ବର: ବଦଳିବେ ସେଲ ଅଧକ୍ଷ ଅମରେନ୍ଦୁ ପ୍ରକାଶ। ମାର୍ଚ୍ଚ ୩୧ ପରେ ଭିଆରଏସ ନେବାର ସମ୍ଭାବନା ରହିଛି। ପିଇଏସବି ସାଇଟରେ ଅଧକ୍ଷ ଙ୍କ ନାଁ ଗାୟବ। ସେ ୨୦୨୩ ମେ 31ରେ ସେଲ ଅଧକ୍ଷ ଦାୟିତ୍ୱ ନେଇଥିଲେ। ୨୦୨୮ ମା ୩୦ ଯାଏଁ ପଦରେ ରହିଥାନ୍ତେ। ତାଙ୍କର ଚାକିରୀ ସମୟ ସରୁନଥିବାରୁ ଆହୁରି ଦୁଇ ବର୍ଷ, ଅର୍ଥାତ ୨୦୩୦ ଯାଏଁ ବୃଦ୍ଧି ହୋଇଥାନ୍ତା। ତେବେ କୌଣସି କାରଣରୁ ଦୁଇ ମାସ ପୂର୍ବେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।
ସେ ୧୯୯୧ ରେ ସେଲରେ ମ୍ୟାନେଜମେଣ୍ଟ ଟ୍ରେନି ଭାବେ ଯୋଗଦେଇଥିଲେ। ଏହା ପୂର୍ବରୁ ବୋକାରୋ ଇସ୍ପାତ କାରଖାନା, ରାଉରକେଲା ଇସ୍ପାତ କାରଖାନାର ନିର୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ।/filters:format(webp)/sambad/media/media_files/2026/01/31/untitled-2026-01-31-11-48-54.png)
-
Jan 31, 2026 10:39 IST
କଳା ଏବଂ ସଂସ୍କୃତିର ମିଳନ ସୂରଜକୁଣ୍ଡ ମେଳା ଆଜିଠାରୁ ଆରମ୍ଭ
ଫରିଦାବାଦ: ବସନ୍ତ ଋତୁର ଆଗମନ ସହିତ ପ୍ରକୃତି ରଙ୍ଗରେ ଫୁଟି ଉଠେ ଏବଂ ଏହି ଋତୁରେ ଭାରତ ଏବଂ ବିଦେଶର କଳା, ସଂସ୍କୃତି ଏବଂ ପରମ୍ପରାର ସର୍ବବୃହତ ସଙ୍ଗମ ପ୍ରଦାନ କରିଥାଏ। ଅନ୍ତର୍ଜାତୀୟ ସୂରଜକୁଣ୍ଡ ହସ୍ତଶିଳ୍ପ ମେଳା ହରିୟାଣାର ଫରିଦାବାଦ ଜିଲ୍ଲା ସୂରଜକୁଣ୍ଡରେ ଅନୁଷ୍ଠିତ ହୁଏ। ଏହି ବିଶ୍ୱ ପ୍ରସିଦ୍ଧ ମେଳା ଶନିବାର ଠାରୁ ଆରମ୍ଭ ହେଉଛି ଏବଂ ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।
/sambad/media/post_attachments/images/2026/01/31/article/image/surajkund-1769834117012_v-412969.webp)
ଏହି ବର୍ଷ ଦକ୍ଷିଣ ଦିଲ୍ଲୀ ସଂଲଗ୍ନ ପ୍ରାୟ ୪୫ ଏକର ଜମିରେ ବିସ୍ତାରିତ ସୂରଜକୁଣ୍ଡ ମେଳା ପରିସରରେ ଭାରତ ଏବଂ ବିଦେଶର 1୧,୨୦୦ରୁ ଅଧିକ କାରିଗର ଏବଂ କଳାକାର ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବେ। ଏହି ମେଳା ଉତ୍କୃଷ୍ଟ ହସ୍ତଶିଳ୍ପ, ଲୋକକଳା, ସାଂସ୍କୃତିକ ପ୍ରଦର୍ଶନ ଏବଂ ପାରମ୍ପରିକ ଖାଦ୍ୟର ସୁଗନ୍ଧ ସହିତ ଦର୍ଶକମାନଙ୍କୁ ଆକର୍ଷିତ କରିବ।
-
Jan 31, 2026 09:38 IST
ସ୍କୁଲ୍ ଗାଡ଼ିକୁ ପିଟିଲା ବାଲି ହାଇୱା, ଚାଳକ ଆହତ
ଯାଜପୁର: ଘରୋଇ ସ୍କୁଲ ମ୍ୟାଜିକ ଗାଡ଼ିକୁ ପିଟିଲା ବାଲି ଆଣିବାକୁ ଯାଉଥିବା ହାଇୱା। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରି ଛନ୍ଦାମୁଣ୍ଡ ଛକ ନିକଟରେ ସ୍କୁଲ ପିଲାଙ୍କୁ ଆଣିବାକୁ ଯାଉଥିବା ଏକ ମ୍ୟାଜିକ ଗାଡ଼ିକୁ ଧକ୍କା ଦେଇଛି ହାଇୱା। ଆଜି ସକାଳେ ଦିଲ୍ଲୀ ପବ୍ଲିକ ସ୍କୁଲର ଗାଡ଼ିଟି ବାଙ୍ଗରା ଅଭିମୁଖେ ପିଲାଙ୍କୁ ଆଣିବାକୁ ଯାଉଥିବା ବେଳେ କେନ୍ଦ୍ରାପଡ଼ା ପଟୁ ଆସୁଥିବା ଏକ ହାଇୱା ତାକୁ ଧକ୍କା ଦେଇଥିଲା। ସ୍କୁଲ ଗାଡ଼ିରେ ପିଲା ନଥିବା ବେଳେ ଡ୍ରାଇଭର ଆହତ ହୋଇଥିବା ସୂଚନା। ଗାଡ଼ିର ସମ୍ମୁଖ ଭାଗରେ କ୍ଷତି ହୋଇଛି। ତେବେ ବାଲି ଆଣିବାକୁ ଯାଉଥିବା ବେଳେ ହାଇୱା ସ୍କୁଲ ମ୍ୟାଜିକ ଗାଡ଼ି ମୁହାଁମୁହିଁ ହୋଇଥିବା ଜଣା ପଡିଛି।
/filters:format(webp)/sambad/media/media_files/2026/01/31/untitled-2026-01-31-09-38-37.png)
-
Jan 31, 2026 09:11 IST
ଆତଙ୍କବାଦୀଙ୍କୁ ଘେରିଲେ ଯବାନ
ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତୱାଡ଼ର ଡୋଲଗାମରେ ଲୁଚିଥିବା ଜୈସ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଘେରିଛନ୍ତି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସୁରକ୍ଷା ବାହିନୀ ଏକ ଏନକାଉଣ୍ଟର ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁରକ୍ଷା ବାହିନୀର ଯବାନମାନେ ଗୁଳି ବିନିମୟ ଜାରି ରଖିଛନ୍ତି। ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ଶନିବାର ସକାଳେ ଜମ୍ମୁ କଶ୍ମୀରର କିସ୍ତୱାରର ଡୋଲଗାମ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀ ପୁନଃ ଯୋଗାଯୋଗ ସ୍ଥାପନ କରିଛି। ସମସ୍ତ ଉତ୍ସରୁ ମିଳିଥିବା ଗୁପ୍ତ ସୂଚନା ଭୂମିରେ ଅପରେସନ୍ ଯୋଜନା ଏବଂ କାର୍ଯ୍ୟକାରୀ କରିବା ପାଇଁ ସମନ୍ୱିତ ହୋଇଛି।
/filters:format(webp)/sambad/media/media_files/2026/01/22/crpf-2026-01-22-16-38-29.jpg)
ହ୍ୱାଇଟ୍ ନାଇଟ୍ କର୍ପସ୍ ଏକ ପୋଷ୍ଟ ସେୟାର କରିଛି ଯେଉଁଥିରେ କୁହାଯାଇଛି ଯେ ଜମ୍ମୁ କଶ୍ମୀରରେ ଚାଲିଥିବା ମିଳିତ ଅପରେସନ୍ ତ୍ରାଶି-। ସମୟରେ ହ୍ୱାଇଟ୍ ନାଇଟ୍ କର୍ପସ୍, ଜମ୍ମୁ କଶ୍ମୀର ପୁଲିସ ଏବଂ ସିଆରପିଏଫ୍ର ସୈନ୍ୟମାନେ ଜାନୁଆରି ୩୧ ତାରିଖ ସକାଳେ ଡୋଲଗାମର ସାଧାରଣ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ପୁନଃ ଯୋଗାଯୋଗ ସ୍ଥାପନ କରିଛନ୍ତି। -
Jan 31, 2026 08:40 IST
ପୋଖରାନରୁ ISI ଏଜେଣ୍ଟ ଗିରଫ
ଜୟପୁର: ପାକିସ୍ତାନର ସୀମାନ୍ତ ଜିଲ୍ଲା ଜୟସଲମେରର ପୋଖରାନ ଅଞ୍ଚଳରେ ରାଜସ୍ଥାନ ପୁଲିସର ଗୁଇନ୍ଦା ବିଭାଗ ଏକ ବଡ଼ ସଫଳତା ହାସଲ କରିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ପୁଲିସ ଜଣେ ସ୍ଥାନୀୟ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ସୀମା ପାର ଭାରତୀୟ ସେନା ସହିତ ଜଡିତ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଇବା ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।
/sambad/media/post_attachments/38a9ae2f-957.png)
ଅତିରିକ୍ତ ପୁଲିସ ଗୁଇନ୍ଦା ମହାନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଏହି ବିଷୟ ପ୍ରକାଶ କରି କହିଛନ୍ତି ଯେ ରାଜ୍ୟରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖାଯାଉଛି। ଗୁଇନ୍ଦା ସଂସ୍ଥା ସୂଚନା ପାଇଲା ଯେ ପୋଖରାଣର ସାଙ୍କଡା ଥାନା ଅନ୍ତର୍ଗତ ନେଦାନ ଗ୍ରାମର ବାସିନ୍ଦା ଭାନା ରାମ (୨୮ ବର୍ଷ)ଙ୍କ ପୁଅ ଝାବରାରାମଙ୍କ କାର୍ଯ୍ୟକଳାପ ସନ୍ଦେହଜନକ। ବୈଷୟିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲା।
-
Jan 31, 2026 08:36 IST
ଇରାନର ନୌସେନା ଅଭ୍ୟାସ ନେଇ ଆମେରିକୀୟ ସେନା କ୍ରୋଧିତ
ୱାଶିଂଟନ/ତେହେରାନ: ଇରାନର ଇସଲାମିକ୍ ରିପବ୍ଲିକ୍ ଗାର୍ଡ କର୍ପସକୁ ଆମେରିକାର ସେନା ଏକ ଖୋଲା ଚେତାବନୀ ଜାରି କରି ସେମାନଙ୍କୁ ହରମୁଜ୍ ପ୍ରଣାଳୀରେ ଅଭ୍ୟାସ ବନ୍ଦ କରିବାକୁ କହିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ଯେ ଏହା IRGCର ଅସୁରକ୍ଷିତ କାର୍ଯ୍ୟକୁ ସହ୍ୟ କରିବ ନାହିଁ। ଗୋଟିଏ ଦିନ ପୂର୍ବରୁ, ଇରାନ ଘୋଷଣା କରିଥିଲା ଯେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ରବିବାରଠାରୁ ହରମୁଜ୍ ପ୍ରଣାଳୀରେ ଦୁଇ ଦିନିଆ ଲାଇଭ୍-ଫାୟାର ନୌସେନା ଅଭ୍ୟାସ କରିବ। ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସପ୍ତାହାନ୍ତରେ ଇରାନ ଉପରେ ଆକ୍ରମଣ ପାଇଁ ଅନୁମତି ଦେଇପାରନ୍ତି।
/sambad/media/post_attachments/e5ca5007-921.png)
ଆମେରିକାର କେନ୍ଦ୍ରୀୟ କମାଣ୍ଡ ଇରାନକୁ ଚେତାବନୀ ଦେଇଛି ଯେ ଘୋଷିତ ନୌସେନା ଅଭ୍ୟାସଗୁଡ଼ିକୁ ଏପରି ଭାବରେ ପରିଚାଳନା କରିବା ଉଚିତ ଯାହା ସୁରକ୍ଷିତ ଏବଂ ବୃତ୍ତିଗତ ଏବଂ ସାମୁଦ୍ରିକ ଯାତାୟାତ ପାଇଁ ନୌଚାଳନା ସ୍ୱାଧୀନତା ପ୍ରତି ଅନାବଶ୍ୟକ ବିପଦକୁ ଏଡାଏ। ହରମୁଜ୍ ପ୍ରଣାଳୀ ଏକ ଅନ୍ତର୍ଜାତୀୟ ସାମୁଦ୍ରିକ ମାର୍ଗ। ବିଶ୍ୱର ପ୍ରାୟ ୧୦୦ ବାଣିଜ୍ୟିକ ଜାହାଜ ପ୍ରତିଦିନ ଏହି ସଂକୀର୍ଣ୍ଣ ପ୍ରଣାଳୀ ଦେଇ ଯାତାୟାତ କରନ୍ତି।
-
Jan 31, 2026 08:32 IST
ପୁଣି ଥରେ KCRଙ୍କୁ ସମନ ପଠାଇଲା SIT
ହାଇଦ୍ରାବାଦ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଆରଏସ୍ ସଭାପତି କେ. ଚନ୍ଦ୍ରଶେଖର ରାଓଙ୍କୁ ତଦନ୍ତ ସଂସ୍ଥା (ଏସ୍ଆଇଟି) ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଅଧିକାରୀମାନେ ଫୌଜଦାରୀ ପ୍ରକ୍ରିୟା ସଂହିତା ଧାରା ୧୬୦ ଅନୁଯାୟୀ ଏକ ନୋଟିସ ଜାରି କରିଛନ୍ତି, ଯେଉଁଥିରେ ତାଙ୍କୁ ୨୦୨୬ ଫେବ୍ରୁଆରି ୧ ତାରିଖ ଦିନ ଅପରାହ୍ନ ୩ଟାରେ ହାଇଦ୍ରାବାଦର ନନ୍ଦୀନଗର ବାସଭବନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
/filters:format(webp)/sambad/media/media_files/2026/01/28/1breaking-news-thursday-2026-01-28-21-17-17.jpg)
ୟେରାଭାଲିରେ KCRଙ୍କ ପଚରାଉଚରା ପାଇଁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ତଦନ୍ତ ସଂସ୍ଥା ସ୍ପଷ୍ଟ କରିଛି ଯେ ପଚରାଉଚରା କେବଳ ତାଙ୍କ ସରକାରୀ ରେକର୍ଡରେ ତାଲିକାଭୁକ୍ତ ଠିକଣାରେ ହେବ। ଜାନୁଆରି ୩୦ ତାରିଖରେ ଜାରି ହୋଇଥିବା ଏକ ସରକାରୀ ଚିଠିରେ SIT ଅଧିକାରୀମାନେ କହିଛନ୍ତି ଯେ ତାଙ୍କୁ ମାମଲା ନଂ 243/2024 ରେ ପ୍ରମାଣ ଭାବରେ ଅନ୍ତର୍ଭୁକ୍ତ କରାଯାଉଛି। ନୋଟିସରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ମାମଲା ସହିତ ଜଡିତ ଇଲେକ୍ଟ୍ରୋନିକ୍ ଏବଂ ଭୌତିକ ରେକର୍ଡ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ସୁରକ୍ଷା କାରଣରୁ ସ୍ଥାନାନ୍ତରିତ କରାଯାଇପାରିବ ନାହିଁ।
-
Jan 31, 2026 08:16 IST
ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡରଙ୍କ ହ୍ୟାଟ୍ରିକ୍
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଅଛି। ସମସ୍ତ ଦଳ ଏହି ପ୍ରମୁଖ ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ସିରିଜ୍ ମଧ୍ୟ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ରେ ଇଂଲଣ୍ଡ ଡିଏଲଏସ୍ ମାଧ୍ୟମରେ ୧୧ ରନ୍ରେ ବିଜୟୀ ହୋଇଥିଲା। ଷ୍ଟାର ଅଲରାଉଣ୍ଡର ସାମ୍ କରାନ୍ ଇଂଲଣ୍ଡର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚ୍ରେ ହ୍ୟାଟ୍ରିକ୍ ନେଇ ସାମ୍ କରାନ୍ ଇତିହାସ ସୃଷ୍ଟି କରିଥିଲେ। ସେ ଟି-୨୦ରେ ହ୍ୟାଟ୍ରିକ୍ ନେଇଥିବା ଦ୍ୱିତୀୟ ଇଂଲିସ୍ ବୋଲର ହୋଇଥିଲେ। ପୂର୍ବରୁ କ୍ରିସ୍ ଜୋର୍ଡାନ ୨୦୨୪ ମସିହାରେ ଏହି ସଫଳତା ହାସଲ କରିଥିଲେ। ଦାସୁନ୍ ଶାନାକା, ମହୀଶ ତିକ୍ଷଣ ଏବଂ ମାଥିଶା ପାଥିରାନାଙ୍କୁ ଲଗାତାର ବଲ୍ରେ ଆଉଟ୍ କରି କରେନ୍ ଶ୍ରୀଲଙ୍କାକୁ ସମସ୍ୟାରେ ପକାଇଥିଲେ। ବର୍ଷା ଯୋଗୁଁ ମ୍ୟାଚ୍ ୧୭ ଓଭରକୁ ହ୍ରାସ କରାଯାଇଥିଲା ଏବଂ ଇଂଲଣ୍ଡ ଡିଏଲଏସ୍ ପଦ୍ଧତି ମାଧ୍ୟମରେ ୧୧ ରନ୍ ରେ ବିଜୟୀ ହୋଇଥିଲା।
/sambad/media/post_attachments/909b391f-b1c.png)
-
Jan 31, 2026 07:59 IST
ଆମେରିକାରେ ସଟ୍ଡାଉନ୍ ଆଶଙ୍କା
ୱାସିଂଟନ: ସଂସଦର ଉଚ୍ଚ ସଦନ ସିନେଟରେ ପାଣ୍ଠି ବିଲ୍ ଅଟକି ରହିଥିବାରୁ ଆମେରିକା ପୁଣି ଥରେ ବନ୍ଦ ହେବାର ଆଶଙ୍କାର ସମ୍ମୁଖୀନ ହେଉଛି। କିନ୍ତୁ ଏଥର ଆଂଶିକ ବନ୍ଦ ହେବାର ଆଶଙ୍କା ରହିଛି। ଶୁକ୍ରବାର ଦିନ ବିଭିନ୍ନ ଏଜେନ୍ସି ପାଇଁ ପାଣ୍ଠି ନିରବଚ୍ଛିନ୍ନ ରହିବା ନିଶ୍ଚିତ କରିବା ପାଇଁ ସେନେଟରେ ଏକ ନୂତନ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ଗତ ଅକ୍ଟୋବରରେ, କଂଗ୍ରେସରେ ଏକ ପାଣ୍ଠି ବିଲ୍ ଅଟକି ଯାଇଥିଲା, ଯାହା ଫଳରେ ଆମେରିକାରେ ୪୩ ଦିନ ପାଇଁ ବନ୍ଦ ରହିଥିଲା, ଯାହା ଦେଶର ଇତିହାସରେ ସବୁଠାରୁ ଲମ୍ବା।
donald-trump ସେନେଟ୍ ଡେମୋକ୍ରାଟସ୍ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଚୁକ୍ତିରେ କଂଗ୍ରେସକୁ ଏକ ଖର୍ଚ୍ଚ ବିଲ୍ ପାସ୍ କରିବାକୁ କୁହାଯାଇଛି ଯାହା ସାମରିକ ସେବା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟକୁ କଭର କରିବ। ଟ୍ରମ୍ପଙ୍କ ପ୍ରବାସନ କଟକଣା ପାଇଁ ନୂତନ ସୀମା ସ୍ଥିର କରିବା ପାଇଁ ଆଲୋଚନା ଜାରି ରଖିବା ପାଇଁ ଏକ ଚୁକ୍ତି ହୋଇଥିବା ବେଳେ, ଗୁରୁବାର ରାତିରେ କିଛି ଆଇନ ପ୍ରଣେତା ଚୁକ୍ତିନାମାକୁ ବିରୋଧ କରିବା ସମୟରେ ସେନେଟରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।
-
Jan 31, 2026 07:32 IST
ଆଜି ମହାରାଷ୍ଟ୍ର ସଂସଦୀୟ ଦଳ ବୈଠକ
ମୁମ୍ବାଇ: ମହାରାଷ୍ଟ୍ରର ଡିସିଏମ ଅଜିତ ପାୱାରଙ୍କ ପରଲୋକ ପରେ ତାଙ୍କ ପତ୍ନୀ ସୁନେତ୍ର ପାୱାର ମହାରାଷ୍ଟ୍ରର ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପ୍ରାୟ ନିଶ୍ଚିତ ହୋଇଛି। ସେ ଶନିବାର ସନ୍ଧ୍ୟାରେ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଯଦି ଏପରି ହୁଏ, ସେ ରାଜ୍ୟର ପ୍ରଥମ ଉପମୁଖ୍ୟମନ୍ତ୍ରୀ ହେବେ। ବିଧାୟକ ଦଳର ନେତା ଚୟନ କରିବା ପାଇଁ ବିଧାନ ଭବନରେ ଏନସିପି (ଏପି) ବିଧାୟକ ଦଳର ଏକ ବୈଠକ ଡକାଯାଇଛି। ସୁନେତ୍ର ପାୱାରଙ୍କ ନାମକୁ ନିଶ୍ଚିତ ପସନ୍ଦ ବୋଲି ବିବେଚନା କରାଯାଉଛି।
/sambad/media/post_attachments/7ff66841-11b.png)
ଏନସିପି (ଏପି) ମହାରାଷ୍ଟ୍ର ସଭାପତି ଏବଂ ସାଂସଦ ସୁନୀଲ ତତକରେ କହିଛନ୍ତି ଯେ ଶନିବାର ଅପରାହ୍ନ ୨ଟାରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ବିଧାୟକ ଉପସ୍ଥିତ ରହିବେ। ସେମାନେ ସୁନେତ୍ର ପାୱାରଙ୍କ ସହ ବୈଠକ ବିଷୟରେ ଆଲୋଚନା କରିବେ ଏବଂ ସେମାନଙ୍କର ଭବିଷ୍ୟତ ରଣନୀତି ସ୍ଥିର କରିବେ। ଏହା ପରେ ଡିସିଏମ ପଦ ପାଇଁ ନାମାଙ୍କନ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ। ଆମେ ଆଶା କରୁଛୁ ଯେ ସୁନେତ୍ର ପାୱାର ଆସନ୍ତାକାଲି ବୈଠକରେ ଯୋଗଦେବେ।
-
Jan 31, 2026 07:25 IST
ମମତାଙ୍କ ଗଡ଼ରେ ଆଜି ଗର୍ଜିବେ ଶାହ
କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ଦିନିଆ ଗସ୍ତରେ କୋଲକାତାରେ ପହଞ୍ଚିଛନ୍ତି। ଏହା ଗୋଟିଏ ମାସରେ ତାଙ୍କର ଦ୍ୱିତୀୟ ଗସ୍ତ। ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରସ୍ତୁତିକୁ ବୃଦ୍ଧି କରିବ। ବିଳମ୍ବିତ ରାତିରେ ପହଞ୍ଚିବା ପରେ କୋଲକାତା ବିମାନବନ୍ଦରରେ ରାଜ୍ୟ ବିଜେପିର ଶୀର୍ଷ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ। ଅମିତ ଶାହ ପଶ୍ଚିମବଙ୍ଗରେ ଦୁଇଟି ବିଜେପି କର୍ମୀ ସମ୍ମିଳନୀରେ ଯୋଗ ଦେବେ। ଅମିତ ଶାହ ଶନିବାର ଦକ୍ଷିଣ ଏବଂ ଉତ୍ତର ବଙ୍ଗରେ ଦୁଇଟି ବିଜେପି କର୍ମୀ ସମ୍ମିଳନୀରେ ଯୋଗ ଦେବେ। ଶନିବାର ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ସକାଳ ୧୧ଟାରେ କୋଲକାତା ସଂଲଗ୍ନ ଉତ୍ତର ୨୪ପରଗନା ଜିଲ୍ଲାର ବାରାକପୁରର ଆନନ୍ଦପୁରୀ ମୈଦାନରେ ଅଛି, ଯେଉଁଠାରେ ସେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେବେ।
Amit Shah at Siwan Rally Photograph: (credit : @AmitShah) -
{{ created_at }}{{ blog_title }}{{{ blog_content }}}
Follow Us