ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Dec 03, 2025 12:01 IST
ମହେନ୍ଦ୍ରଗିରିରୁ ଫେରିବା ବେଳେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ
ଗଜପତି: ରାୟଗଡ଼ ବ୍ଳକ ଆସର୍ଲିଙ୍ଗ ନିକଟରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ। ମହେନ୍ଦ୍ରଗିରିରୁ ଫେରିବା ବେଳେ ଘାଟିରେ ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା। ଏକାଧିକ ଆହତ।
/fit-in/580x348/filters:format(webp)/sambad/media/media_files/2025/12/03/breaking4-2025-12-03-00-15-19.jpg)
Breaking Photograph: (sambad.in) - Dec 03, 2025 09:01 IST
କାର ଧକ୍କାରେ ସାଇକେଲ ଆରୋହୀ ମୃତ
ସୁନ୍ଦରଗଡ: ସୁନ୍ଦରଗଡ଼ ଟାଉନ ଥାନା ୧୦ ନମ୍ବର ରାଜ୍ୟ ରାଜପଥର ଆମ୍ବିଆନ୍ସ ହୋଟେଲ ନିକଟରେ କାର ଧକ୍କାରେ ସାଇକେଲ ଆରୋହୀ ମୃତ। ଦୁର୍ଘଟଣା ଘଟାଇ କାରଟି ଫେରାର ମାରିଥିବା ସୂଚନା। ମୃତକଙ୍କ ପରିଚୟ ମିଳି ପାରିନାହିଁ।
/fit-in/580x348/filters:format(webp)/sambad/media/media_files/2025/12/03/breaking4-2025-12-03-00-15-19.jpg)
Breaking Photograph: (sambad.in) - Dec 03, 2025 07:58 IST
ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ ଆଜି
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ବିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଛତିଶଗଡ଼ର ରାଜଧାନୀ ରାୟପୁରରେ ଖେଳାଯିବ। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାରତ ରହିଛି ୧-୦ରେ ଅଗ୍ରଣୀ। ଦଳର ନେତୃତ୍ବ ନେଉଛନ୍ତି କେଏଲ୍ ରାହୁଲ।
- Dec 03, 2025 07:55 IST
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି
- ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୫ ଘଣ୍ଟା ସାଧାଧରଣ ଦର୍ଶନ ବନ୍ଦ
- ଅପରାହ୍ଣ ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ
- ଦ୍ବିତୀୟ ଭୋଗ ମଣ୍ଡପରେ ପରେ ଆରମ୍ଭ ବନକଲାଗି ନୀତି
- ବନକଲାଗି ଏକ ଗୁପ୍ତ ନୀତି ହୋଇଥିବାରୁ ବନ୍ଦ ରହିବ ସାଧାରଣ ଦର୍ଶନ
/fit-in/580x348/filters:format(webp)/sambad/media/media_files/2025/11/10/jagannath-temple-2025-11-10-21-00-18.jpg)
High alert in Puri after Delhi blast today. Photograph: (sambad.in) - Dec 03, 2025 07:36 IST
ଏମ୍ସିଡି ଉପନିର୍ବାଚନ: ଭୋଟ୍ ଗଣତି ଆଜି
ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମ୍ସିଡି)ର ୧୨ଟି ୱାର୍ଡରେ ହୋଇଥିବା ଉପନିର୍ବାଚନର ଫଳାଫଳ ଭୋଟ ଗଣତି ପରେ ବୁଧବାର ଘୋଷଣା କରାଯିବ। ନଭେମ୍ବର ୩୦ ତାରିଖରେ ଯେଉଁ ୧୨ଟି ୱାର୍ଡରେ ମତଦାନ ହୋଇଥିଲା, ସେଥିମଧ୍ୟରୁ ନଅଟି ପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ବାକି ତିନୋଟି ଆମ ଆଦମୀ ପାର୍ଟି ଦ୍ୱାରା କରାଯାଇଥିଲା। ଉପନିର୍ବାଚନରେ ଭୋଟରଙ୍କ ସଂଖ୍ୟା ୩୮.୫୧ ପ୍ରତିଶତ ଥିଲା, ଯାହା ୨୦୨୨ ମସିହାରେ ୨୫୦ଟି ୱାର୍ଡ ପାଇଁ ହୋଇଥିବା ନିର୍ବାଚନରେ ୫୦.୪୭ ପ୍ରତିଶତ ଥିଲା। ଦିଲ୍ଲୀ ରାଜ୍ୟ ନିର୍ବାଚନ କମିଶନ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି। କାଞ୍ଜୱାଲା, ପିତାମପୁରା, ଭାରତ ନଗର, ସିଭିଲ ଲାଇନ୍ସ, ରାଉଜ୍ ଆଭେନ୍ୟୁ, ଦ୍ୱାରକା, ନଜଫଗଡ଼, ଗୋଲ ମାର୍କେଟ୍, ପୁଷ୍ପ ବିହାର ଏବଂ ମଣ୍ଡାୱାଲିରେ ଦଶଟି ଗଣନା କେନ୍ଦ୍ର ସ୍ଥାପନ କରାଯାଇଛି।
କମିଶନଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରତ୍ୟେକ କେନ୍ଦ୍ର ଏକ ନିର୍ଦ୍ଦିଷ୍ଟ ୱାର୍ଡ ପାଇଁ ଭୋଟ ଗଣନା କରିବ, ଯେଉଁଥିରେ ଷ୍ଟ୍ରଙ୍ଗ ରୁମ୍ ସୁବିଧା ଏବଂ ସୁରକ୍ଷିତ ପ୍ରବେଶ ଏବଂ ପ୍ରସ୍ଥାନ ପ୍ରୋଟୋକଲ ରହିବ। ଭୋଟ୍ ପରେ ଇଭିଏମ୍ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ୨୪ ଘଣ୍ଟା ସିସିଟିଭି ନଜର ରଖିବା ଏବଂ ଅର୍ଦ୍ଧସାମରିକ ବାହିନୀ ଏବଂ ଦିଲ୍ଲୀ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରିବା ସହିତ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଗଣନା ଦିନ ପ୍ରାୟ ୧୮୦୦ ଦିଲ୍ଲୀ ପୋଲିସ କର୍ମଚାରୀ ଏବଂ ୧୦ କମ୍ପାନି ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହେବେ।
- Dec 03, 2025 07:10 IST
କଲେଜ ଛାତ୍ରଙ୍କ ଉପରେ ଚଢ଼ିଗଲା ହାଇୱା
ଚଢ଼େଇଧରା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଜେନାପୁର ଥାନା ଅନ୍ତର୍ଗତ କୁରିକଣା ଗାଁ ନିକଟରେ ଏକ ହାଇୱା ଧକ୍କାରେ ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ରମ୍ପେଇ ଗ୍ରାମର ଶତ୍ରୁଘ୍ନ ନାୟକଙ୍କ ପୁଅ ସଞ୍ଜୀବ(୧୭)। ସଞ୍ଜୀବ ବାଇକ୍ ଯୋଗେ କଲେଜ ଯାଉଥିବାବେଳେ କୁରିକଣା ଓ ଡଙ୍କାରୀ ଛକ ମଝିରେ ଥିବା ହମ୍ପ୍ସ ପାଖରେ ଭାରସାମ୍ୟ ହରାଇ ରାସ୍ତାରେ ଛିଟିକି ପଡ଼ିଥିଲେ। ଏହି ସମୟରେ ପଛରୁ ଆସୁଥିବା କଳାପଥର ବୋଝେଇ ଏକ ହାଇୱା ତାଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। କିଛିଦିନ ପୂର୍ବରୁ ଦୁର୍ଘଟଣାରେ ସଞ୍ଜୀବଙ୍କ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଅର ଦୁର୍ଘଟଣା ମୃତ୍ୟୁ ସମସ୍ତଙ୍କୁ ବିଚଳିତ କରିଥିଲା। ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ସେଠାରେ ରୁଣ୍ଡ ହୋଇଥିଲେ। ଶବ ରଖି ରାସ୍ତା ଅବରୋଧ କରିବା ସହ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜାଳି ଦେଇଥିଲେ। ଯେଉଁ କମ୍ପାନିର ଗାଡ଼ି ଦୁର୍ଘଟଣା ଘଟାଇଥିଲା ସେହି କମ୍ପାନିର ପଛକୁ ପଛ ଆସୁଥିବା ଆଉ ତିନୋଟି ହାଇୱାକୁ ମଧ୍ୟ ପୋଡ଼ି ଦେଇଥିଲେ। ରାସ୍ତାରେ ଯାତାୟାତ ବନ୍ଦ କରିବା ସହ ୪ରୁ ଅଧିକ ମୋବାଇଲ୍ ଭାଙ୍ଗି ଏକାଧିକ ଲୋକଙ୍କୁ ଧକ୍କା ମାରି ତଡ଼ି ଦେଇଥିଲେ।
ଦୁର୍ଘଟଣା ଘଟାଇଥିବା ହାଇୱା ମାଲିକଙ୍କ ରାହାଡ଼ପୁରଠାରେ ଥିବା କ୍ରସର୍ ପରିସର ମଧ୍ୟରେ ପଶି ମେସିନ୍ ଓ ଗାଡ଼ି ଭଙ୍ଗାରୁଜା କରିଥିଲେ। କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଦୃଶ୍ୟ ଉତ୍ତୋଳନ କରିବା ପାଇଁ ଉଦ୍ୟମ କରିବାରୁ ଉକ୍ତ ଲୋକମାନେ ସାମ୍ବାଦିକଙ୍କ ମୋବାଇଲ୍ ଛଡ଼ାଇ ନେଇ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଘଟଣାସ୍ଥଳରେ ପୁଲିସ ଏସବୁ ଦେଖୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲା। ପରେ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ପହଞ୍ଚିଥିଲେ। ସେତେବେଳକୁ ଉକ୍ତ କମ୍ପାନିର କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇସାରିଥିଲା। ଘଟଣାସ୍ଥଳରେ ଯାଜପୁରରୋଡ୍ ଏସ୍ଡିପିଓ ଲକ୍ଷ୍ମୀଧର ସ୍ବାଇଁ ପହଞ୍ଚି କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା।
- Dec 03, 2025 07:03 IST
ଭାରତ ଗସ୍ତ ପୂର୍ବରୁ ଆମେରିକା-ୟୁରୋପ ଉପରେ ବର୍ଷିଲେ ପୁଟିନ୍ ପୁଟିନ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ ଓ ୫ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବା ପୂର୍ବରୁ ମଙ୍ଗଳବାର ତାଙ୍କର କାର୍ଯ୍ୟସୂଚୀ ସ୍ପଷ୍ଟ କରିଛନ୍ତି। ଭାରତ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିକୁ ମଞ୍ଜୁରୀ ଦିଆଯାଇଛି। ରୁଷ ଭାରତକୁ ଏକ ବୁଡ଼ାଜାହାଜ ପରମାଣୁ ଚାଳିତ SSN (ଚକ୍ର-ଶ୍ରେଣୀ) ବୁଡ଼ାଜାହାଜ ଭଡ଼ା ଦେବ। ରୁଷ ରାଷ୍ଟ୍ରପତି ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/03/breaking4-2025-12-03-00-15-19.jpg)