🔴 LIVE | News Updates 4 February 2026: ବ୍ରାଜିଲ ଦୁର୍ଘଟଣାରେ ୧୫ ମୃତ; ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ବିମାନ; ଜଙ୍ଗଲରେ ମାଈହାତୀ ଗୁରୁତର

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Wednesday

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Feb 04, 2026 18:19 IST

    ଦୁର୍ଘଟଣାରେ କଂଗ୍ରେସର ଯୁବନେତା ମୃତ

    କଳିଙ୍ଗନଗର ଥାନା ଡୁବୁରୀ ଗୋଲେଇ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା ପାରି ହେଉଥିବା ବେଳେ ଟ୍ରକ ଧକ୍କାରେ କଂଗ୍ରେସ ଯୁବନେତାଙ୍କ ଶୋଚନୀୟ ମୃତ୍ୟୁ। ଏହି ଦୁର୍ଘଟଣାରେ ଯାଜପୁର ଜିଲ୍ଲା କଂଗ୍ରେସର ଉପସଭାପତି ରଞ୍ଜିତ ରାଜ ଓରଫ ଭାଲୁଆଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ରଞ୍ଜିତଙ୍କ ଘର ସ୍ଥାନୀୟ ବାରାଗାଡିଆ ଗ୍ରାମରେ। ସେ ଆଜି ଅପରାହ୍ନରେ କଳିଙ୍ଗ ନଗର ଡ଼ୁବୁରୀ ଗୋଲେଇ ଛକରେ ଚାଲି ଚାଲି ରାସ୍ତା ପାର ହେଉଥିବା ବେଳେ ଏକ ଷୋହଳ ଚକିଆ ଟ୍ରକ ତାଙ୍କ ଉପରେ ମାଡ଼ିଯିବା ସହ କିଛି ଘୋଷାଡ଼ି ନେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

    Duburi

    ସ୍ଥାନୀୟ ଲୋକେ ଡ଼ୁବୁରୀ - ଢେଙ୍କାନାଳ ଓ ଚଣ୍ଡିଖୋଲ-ପାରାଦ୍ଵୀପ ଜାତୀୟ ରାଜପଥରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତାରୋକ ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ି ଗୁଡ଼ିକ ଲମ୍ବା ଧାଡ଼ିରେ ଛିଡ଼ା ହୋଇରହିଛନ୍ତି। ଉଭୟ ରାଜପଥରେ ଭାରିଯାନ ଓ ଅନ୍ୟାନ୍ୟ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସମବାୟ ମନ୍ତ୍ରୀ ଡକ୍ଟର ପ୍ରଦିପ ବଳସାମନ୍ତ ଦାନଗଦି ମେଡିକାଲରେ ପହଞ୍ଚି ଶେଷ ଦର୍ଶନ କରିବା ସହ ନିଜର ଶୋକ ବ୍ୟକ୍ତ କରିଛନ୍ତି। ଅନ୍ୟ ପଟେ କଳିଙ୍ଗନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିବା ସହ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।

  • Feb 04, 2026 18:17 IST

    ନବ ଦାଶ-ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍‌: ବାପୁଜୀ କ୍ରିକେଟ୍‌ କ୍ଲବ୍‌ ବିଜେତା 

    04bbs_48_04022026_112

    ଭୁବନେଶ୍ବର: ସ୍ଥାନୀୟ ବିଜେବି କଲେଜ୍‌ ଖେଳ ପଡ଼ିଆରେ ଚାଲିଥିବା ନବମ ନବ ଦାଶ-ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ବାପୁଜୀ କ୍ରିକେଟ୍‌ କ୍ଲବ୍‌ ବିଜେତା ହୋଇଛି। ବୁଧବାରର ଫାଇନାଲ୍‌ରେ ଏହି ଦଳ ରୋମାଞ୍ଚକ ଭାବେ ୩ ୱିକେଟ୍‌ରେ ରାମେଶ୍ବର ସ୍ପୋର୍ଟିଂକୁ ହରାଇଛି। ରାମେଶ୍ବର ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ୧୯.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୯ ରନ୍‌ କରିଥିଲା। ଏମ୍‌ଜି. ଗୋପାଳ ସର୍ବାଧିକ ୪୯ ରନ୍‌ କରିଥିଲେ। ବାପୁଜୀ ପକ୍ଷରୁ ଅତୁଲ ସରୱାର ସଫଳତମ ବୋଲର ଭାବେ ୪ ୱିକେଟ୍‌ କରାୟତ୍ତ କରିଥିଲେ। ଜବାବରେ ବାପୁଜୀ କ୍ଲବ୍‌ ୧୯.୧ ଓଭରରେ ୭ ୱିକେଟ୍‌ ହରାଇ ୧୩୩ ରନ୍‌ କରିବା ସହ ମ୍ୟାଚ୍‌ ଓ ଟ୍ରଫି ଜିତି ନେଇଥିଲା। ଅତୁଲ ସରୱାର ସର୍ବାଧିକ ୬୦ ରନ୍‌ କରି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

  • Feb 04, 2026 18:12 IST

    ଏସୀୟ ଦଳଗତ ବ୍ୟାଡ୍‌ମିଣ୍ଟନ୍‌: ଭାରତ ୫-୦ରେ ମ୍ୟାଁମାରକୁ ଦଳିଲା

    04bbs_51_04022026_112କିଙ୍ଗ୍‌ଦାଓ (ଚୀନ): ଚୀନର କିଙ୍ଗ୍‌ଦାଓଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଏସୀୟ ଦଳଗତ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ଭାରତ ଏକତରଫା ଭାବେ ୫-୦ରେ ମ୍ୟାଁମାରକୁ ଧରାଶାୟୀ କରିଛି। ଗତଥର ବିଜେତା ଭାରତ ଏହି ବଡ଼ ବିଜୟ ପରେ ନିଜ ପରବର୍ତ୍ତୀ ମ୍ୟାଚ୍‌ରେ ଉପବିଜେତା ଥାଇଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ ଗୁରୁବାର ଖେଳାଯିବ। ଆଜି ତନ୍‌ଭୀ ଶର୍ମା, ରଶିକା ଶ୍ରୀ ରାମରାଜ ଓ ମାଳବିକା‌ ବଂସୋଦ ଏକକବର୍ଗର ତିନିଟି ଯାକ ମ୍ୟାଚ୍‌ ଜିତି ଭାରତକୁ ୩-୦ର ଅପରାଜେୟ ଅଗ୍ରଣୀ ଉପହାର ଦେଇଥିଲେ। ଏହା ପରେ ଯୁଗଳ ବର୍ଗରେ ପ୍ରିୟା କଞ୍ଜେନବାମ ଓ ଶ୍ରୁତି ମିଶ୍ର ଏବଂ ତ୍ରିଷା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ନିଜନିଜ ମ୍ୟାଚ୍‌ ଜିତି ମ୍ୟାଁମାରକୁ ଅତି ସହଜରେ ହରାଇ ଦେଇଥିଲେ।

     

  • Feb 04, 2026 17:02 IST

    ୧୯ବର୍ଷରୁ କମ୍‌ କ୍ରିକେଟ୍‌: ଭାରତ ଆଗରେ ୩୧୧ ରନ୍‌ ବିଜୟ ଲକ୍ଷ୍ୟ

    Cricket-representative-image
    cricket Photograph: (photo: social media)

    ହରାରେ: ୧୯ବର୍ଷରୁ କମ ବିଶ୍ବକପ୍‌-୨୦୨୬‌ର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ହରାରେସ୍ଥିତ ହରାରେ ସ୍ପୋର୍ଟସ କ୍ଲବରେ ଆଫଗାନିସ୍ତାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ଟି ୱିକେଟ୍‌ ହରାଇ ୩୧୦ ରନ୍ ସଂଗ୍ରହ କରିଛି। ଫଳରେ ଏହି ମ୍ୟାଚ୍‌ ବିଜୟ ପାଇଁ ଭାରତ ଆଗରେ ୩୧୧ ରନ୍‌ର ଲକ୍ଷ୍ୟ ରହିଛି।

  • Feb 04, 2026 16:16 IST

    ଟି୨୦ ବିଶ୍ବକପ୍‌ ପୂର୍ବରୁ ଈଶାନ କିଶନଙ୍କ ଆଇସିସି ରାଙ୍କିଙ୍ଗରେ ପଦୋନ୍ନତି

    Ishan Kishan latest ICC T20I ranking 32 spot up before T20 World Cup 2026 Abhishek Sharma on top Pakistan Sahibzada Farhan in loss टी20 वर्ल्ड कप से पहले ICC रैंकिंग में ईशान किशन की बहुत बड़ी छलांग, अभिषेक शर्मा टॉप पर; पाकिस्तानी को हुआ नुकसान

    ନୂଆଦିଲ୍ଲୀ: ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟର ସାମ ଆୟୁବ ଦମଦାର ପ୍ରଦର୍ଶନ କରି ପୂରା ଲାଭ ଉଠାଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପୁରୁଷ ଟି୨୦ ଅନ୍ତର୍ଜାତୀୟ ଅଲରାଉଣ୍ଡର ରାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ଖେଳାଯାଇଥିବା ୩ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ୩-୦ରେ ମିଳିଥିବା ବିଜୟ ପରେ ସାମ ଆୟୁବ ୧ ନମ୍ବର ଖେଳାଳି ହୋଇପାରିଛନ୍ତି ଏବଂ ସେ ଜିମ୍ବାୱେର ଅଭିଜ୍ଞ ଖେଳାଳି ସିକିନ୍ଦର ରଜାଙ୍କୁ ପଛରେ ପକାଇଛନ୍ତି। ବୁଧବାର ପ୍ରକାଶିତ ଟି୨୦ ରାଙ୍କିଙ୍ଗରେ ଈଶାନ କିଶନ ୩୨ଟି ସ୍ଥାନ ଉନ୍ନତିଲାଭ କରିଛନ୍ତି। ଏଥି ସହିତ ସେ ଏହି ତାଲିକାରେ ୬୪ରୁ ୩୨ତମ ସ୍ଥାନରେ ପହଞ୍ଚି ପାରିଛନ୍ତି। 

  • Feb 04, 2026 15:46 IST

    ଉତ୍ତେଜନା ମଧ୍ୟରେ ଓମାନରେ ହେବ ଆମେରିକା-ଇରାନ ମଧ୍ୟରେ ବୈଠକ

    ଦୁବାଇ: ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚି ଥିବାବେଳେ ପରମାଣୁ ନେଇ ଦୁଇ ଦେଶ ମଧ୍ୟରେ ଆସନ୍ତା ଶୁକ୍ରବାର ଓମାନଠାରେ ବୈଠକ ଅନୁଷ୍ଠିତ ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ସାମରିକ ଶକ୍ତି ବୃଦ୍ଧି କରୁଥିବାବେଳେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ସମ୍ଭାବନା ରହିଛି। ଯଦି କୌଣସି ବୁଝାମଣା ନହୁଏ ତେବେ କିଛି ଖରାପ ଘଟିପାରେ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି, ଯାହା ଇରାନ ଉପରେ ଚାପ ବୃଦ୍ଧି କରିଛି। ଉଭୟ ଆମେରିକା ଓ ଇରାନ ପରସ୍ପର ଉପରେ ବିମାନ ଆକ୍ରମଣର ଧମକ ଦେଇଥିବାବେଳେ ଏନେଇ ବ୍ୟାପକ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଇରାନ ତା’ର ଶକ୍ତିଶାଳୀ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ କୌଣସି ବୁଝାମଣା କରିବ ନାହିଁ ବୋଲି କହିଛି। ଇରାନ ତୁର୍କୀ ବଦଳରେ ଓମାନରେ ବୈଠକ କରିବାକୁ କରିଥିବା ଅନୁରୋଧକୁ ଟ୍ରମ୍ପ ପ୍ରଶାସନ ଗ୍ରହଣ କରିଛି। ତେବେ ଓମାନରେ ହେବାକୁ ଥିବା ବୈଠକ‌ରେ ମଧ୍ୟପ୍ରାଚ୍ୟର ମୁସଲମାନ ଦେଶ ଅଂଶଗ୍ରହଣ କରିବେ କି ନାହିଁ ସେ ବିଷୟରେ ମଧ୍ୟ ଆଲୋଚନା ଚାଲିଛି। ଅନ୍ୟପକ୍ଷରେ ମଙ୍ଗଳବାର ଆମେରିକା ଦାବି କରିଛି ଯେ, ଆରବ ସାଗରରେ ମୁତୟନ ତା’ର ଯୁଦ୍ଧ ଜାହାଜ ଆଡ଼କୁ ଆକ୍ରାମକ ଭାବେ ମାଡ଼ି ଆସୁଥିବା ଇରାନର ଏକ ଡ୍ରୋନ୍‌କୁ ଏହାର ଫାଇଟର ଜେଟ୍‌ ଗୁଳି କରି ଖସାଇ ଦେଇଛି।



  • Feb 04, 2026 15:43 IST

    ନିର୍ଯାତନା ସହିନପାରି ଝୁଲିପଡ଼ିଲେ ସରକାରୀ କର୍ମଚାରୀ

    01breaking

    ଜଗତସିଂହପୁର: ଉପରିସ୍ଥ କର୍ମଚାରୀଙ୍କ ନିର୍ଯାତନା ସହିନପାରି ଝୁଲିପଡ଼ିଲେ ସରକାରୀ କର୍ମଚାରୀ। ଜଗତସିଂହପୁର ଜିଲ୍ଲାରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ କର୍ମଚାରୀ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ସହରପୁର ଗାଁର ନିହାର ମହାନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଉପରିସ୍ଥ ଅଧିକାରୀଙ୍କ ବାରମ୍ବାର ନିର୍ଯାତନା ସହି ନପାରି ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପୂର୍ବରୁ ଫୋନ୍‌ରେ ଭିଡିଓ ମାଧ୍ୟମରେ ଆତ୍ମହତ୍ୟାର କାରଣ କହିଛନ୍ତି ସମ୍ପୃକ୍ତ କର୍ମଚାରୀ। ଆଜି ସକାଳୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

  • Feb 04, 2026 13:41 IST

    ବାରସିଙ୍ଗା ଜଙ୍ଗଲରେ ମାଈହାତୀ ଗୁରୁତର, ଚିକିତ୍ସା ଜାରି

    ନରସିଂହପୁର: ନରସିଂହପୁର ପଶ୍ଚିମ ରେଞ୍ଜ ଅନ୍ତର୍ଗତ ବାରସିଙ୍ଗା ଜଙ୍ଗଲ କମ୍ପାଣ୍ଟମେଣ୍ଟ-୯ ରେ ଅସୁସ୍ଥ ମାଈ ହାତୀ ଗୁରୁତର ହୋଇ ଚିକିତ୍ସା ହେଉଥିବାର ଜଣାପଡ଼ିଛି। ଏପଟେ ହାତୀ ବୟସାଧିକ୍ୟ କାରଣରୁ ଅସୁସ୍ଥ ଥିବା ରେଞ୍ଜର ପ୍ରଦୀପ ନାୟକ ସୂଚନା ଦେଇଛନ୍ତି।

    1BREAKING NEWS Tuesady

    ଗୁରୁତର ହାତୀର ବୟସ ପ୍ରାୟ ୫୫ରୁ ୬୦ବର୍ଷ ହେବ ବୋଲି ବନ ବିଭାଗ  ରେଞ୍ଜର ଗଣମାଧ୍ୟମକୁ ସୂଚନା ଦେବା ସହ ଚିକିତ୍ସା ଜାରି ରହିଛି ବୋଲି କହିଛନ୍ତି। ବନ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ହାତୀର ଚିକିତ୍ସା କରୁଥିବା ବେଳେ ହାତୀର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

  • Feb 04, 2026 13:15 IST

    ଚାଷୀ ମାରଣ ନୀତି ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି

    Untitledଗଜପତି: ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି।  ଧାନକିଣାରେ ବିଭ୍ରାଟ, ସବୁରି ମୂଳରେ ସୋସାଇଟି ସମ୍ପାଦକ। ମଣ୍ଡିରେ ବିକ୍ରି ହୋଇପାରୁନି ଧାନ। ଏହାର ପ୍ରତିବାଦ କରି ବିଜେଡି ରାଜରାସ୍ତାକୁ ଓହ୍ଲାଇଛି ।

     

  • Feb 04, 2026 13:05 IST

    ବ୍ରାଜିଲରେ ଭୟଙ୍କର ସଡ଼କ ଦୁର୍ଘଟଣା: ୪ ଶିଶୁଙ୍କ ସମେତ ୧୫ ମୃତ

    ସାଓ ଜୋସ୍‌: ବ୍ରାଜିଲରେ ଏକ ଧାର୍ମିକ ଉତ୍ସବରୁ ଶ୍ରଦ୍ଧାଳୁଙ୍କୁ ନେଇ ଫେରୁଥିବା ବସ୍‌ ବୁଲାଣିରେ ଓଲଟି ପଡ଼ିବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ବସ୍‌ଟି ୬୦ରୁ ଅଧିକ ଲୋକଙ୍କୁ ନେଇ ଫେରୁଥିବାବେଳେ ଉତ୍ତର-ପୂର୍ବ ବ୍ରାଜିଲର ଅଲାଗୋଆସ୍‌ ଷ୍ଟେଟର ଗ୍ରାମୀଣ ରାସ୍ତାରେ ଏକ ବୁଲାଣିରେ ରାସ୍ତା କଡ଼କୁ ଖସି ଯାଇ ଓଲଟି ପଡ଼ିଥିଲା। ବସ୍‌ ଓଲଟି ପଡ଼ିବା ବେଳେ କିଛି ଲୋକ ବସ୍‌ ବାହାରକୁ ଛିଟିକି ପଡ଼ି ବସ୍‌ ତଳେ ଚାପି ହୋଇଯାଇଥିଲେ। ବସ୍‌ଟିକୁ କ୍ରେନ୍‌ ସାହାଯ୍ୟରେ ସିଧା କରି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ମୃତକଙ୍କ ମଧ୍ୟରେ ସାତଜଣ ମହିଳା, ପାଞ୍ଚ ଜଣ ପୁରୁଷ ଓ ଚାରି ଜଣ ଶିଶୁ ଥିବା ଅଲାଗୋଆସ୍‌ ଆଞ୍ଚଳିକ ସରକାର ସୂଚନା ଦେଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି। ଆହତଙ୍କ ମଧ୍ୟରେ ଗୁରୁତର ଥିବା ଜଣେ ଶିଶୁ ଅଛନ୍ତି। ଅଲାଗୋଆସ୍‌ ଷ୍ଟେଟରେ ତିନିଦିନିଆ ଶୋକ ଘୋଷଣା କରାଯାଇଛି। ଗର୍ଭନର ପାଓଲୋ ଡାଣ୍ଟାସ୍‌ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ବ୍ରାଜିଲରେ ୨୦୨୪ ସଡ଼କ ଦୁର୍ଘଟଣାରେ ୧୦,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।



  • Feb 04, 2026 12:44 IST

    ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ବିମାନ, ରନୱେରେ ମାଡ଼ ହେଲା ଡେଣା

    ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରର ରନୱେରେ ଟ୍ୟାକ୍ସି କରୁଥିବା ସମୟରେ ଆଜି ଦୁଇଟି ଯାତ୍ରୀବାହୀ ବିମାନର ଡେଣା ପରସ୍ପର ସହିତ ଧକ୍କା ହୋଇଛି। ଏୟାର ଇଣ୍ଡିଆ ବିମାନ ଏଆଇ୨୭୩୨ ଓ ଇଣ୍ଡିଗୋ ବିମାନ ୬ଇ ୭୯୧ର ଡେଣା ପରସ୍ପର ସହିତ ମାଡ଼ ହୋଇଥିବା ବିମାନ ଚଳାଚଳ ନିୟାମକ ଡିଜିସିଏ ଏକ ବିବୃତ୍ତିରେ କହିଛି। ଉଭୟ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଏୟାରଲାଇନ୍ସ ଏହି ଘଟଣାକୁ ସ୍ବୀକାର କରିଛନ୍ତି। ବିମାନ ଦୁଇଟିର ଡେଣା ପରସ୍ପରକୁ ସ୍ପର୍ଶ କରିବା ପରେ ଏହାକୁ ‘ବେ’କୁ ଯାଞ୍ଚ ପାଇଁ ନିଆଯାଇଥିଲା ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। ଏୟାର ଇଣ୍ଡିଆର ବିମାନଟି ତାମିଲନାଡୁର କୋଏମ୍ବାଟୁରକୁ ଉଡ଼ାଣ ପାଇଁ ଟ୍ୟାକ୍ସି କରୁଥିବା ବେଳେ ଇଣ୍ଡିଗୋ ବିମାନଟି ହାଇଦ୍ରାବାଦରୁ ପହଞ୍ଚିବା ପରେ ଟ୍ୟାକ୍ସି କରୁଥିବା ବେଳେ ରନୱେରେ ଦୁଇଟି ବିମାନର ଡେଣା ପରସ୍ପର ସହିତ ମାଡ଼ ହୋଇଥିଲା, ଯାହା ଫଳରେ ଉଭୟ ବିମାନର ଧାତୁ ଅଂଶରେ କ୍ଷତ ସୃଷ୍ଟି ହୋଇଥିଲା। ତେବେ ଦୁଇଟି ଯାକ ବିମାନର ଯାତ୍ରୀ ସୁରକ୍ଷିତ ଅଛନ୍ତି। ବିମାନରେ ମରାମତି ସମ୍ପର୍କିତ ଯାଞ୍ଚ କରାଯାଉଛି ଓ ସମ୍ପୃକ୍ତ ଘଟଣା ନେଇ ଯାଞ୍ଚ କରାଯାଉଥିବା ଇଣ୍ଡିଗୋ ବିମାନର ପ୍ରବକ୍ତା କହିଛନ୍ତି। ଏୟାର ଇଣ୍ଡିଆ ବିମାନର ଡେଣା କ୍ଷତିଗ୍ରସ୍ତ ହୋଇଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ବିମାନର ଯାଞ୍ଚ ଚାଲିଥିବାବେଳେ ଯାତ୍ରୀମାନଙ୍କୁ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯିବାକୁ ଏୟାରଲାଇନ୍ସ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।



  • Feb 04, 2026 11:52 IST

    ଉତ୍ତରାଖଣ୍ଡରେ ମଦ୍ରାସା ବୋର୍ଡ ଉଚ୍ଛେଦ

    1BREAKING NEWS Thursday

    ଡେରାଡୁନ୍: ଉତ୍ତରାଖଣ୍ଡର ପୁଷ୍କର ସିଂହ ଧାମି ସରକାର ମଦ୍ରାସା ବୋର୍ଡ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଛେଦ ପରେ ସରକାର ଏହାକୁ ଏକ ନୂତନ ପ୍ରାଧିକରଣ ସହିତ ବଦଳାଇବେ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଧାମି ସରକାର ରାଜ୍ୟ ସଂଖ୍ୟାଲଘୁ ଶିକ୍ଷା ପ୍ରାଧିକରଣ ଲାଗୁ କରିବେ। ଏହି ପ୍ରାଧିକରଣ ଗଠନ ସମ୍ପର୍କରେ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଅଧ୍ୟକ୍ଷ ସମେତ ମୋଟ ୧୧ଟି ପଦବିରେ ନିଯୁକ୍ତି ଦିଆଯାଇଛି। ରୁରକିର ବିଏସଏମ ପିଜି କଲେଜର ଅବସରପ୍ରାପ୍ତ ପ୍ରଫେସର ସୁରଜିତ ସିଂହ ଗାନ୍ଧୀଙ୍କୁ ପ୍ରାଧିକରଣର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ପ୍ରାଧିକରଣ ଏବେ ସୁରଟରେ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର ସ୍ଥିତି ନିର୍ଣ୍ଣୟ କରିବ।

  • Feb 04, 2026 11:19 IST

    ଦୁର୍ଦ୍ଦାନ୍ତ ମାଓ ନେତା ସୁଖରାମ ମାଡ଼କାମର ଆତ୍ମସମର୍ପଣ

    Untitledମାଲକାନଗିରି: ଦୁର୍ଦ୍ଦାନ୍ତ ମାଓ ନେତା ସୁଖରାମ ମାଡ଼କାମର ଆତ୍ମସମର୍ପଣ। ମାଲକାନଗିରି ପୁଲିସ ନିକଟରେ ଏସଏଲଆର ବନ୍ଧୁକ ସହ ସୁଖରାମ ମାଡ଼କାମ ଆତ୍ମସମର୍ପଣ କରିଛି। ମୁଣ୍ଡରେ ଥିଲା ୨୧ ଲକ୍ଷ ଟଙ୍କା।

  • Feb 04, 2026 10:55 IST

    ରେକର୍ଡ ଛୁଇଁଲା ସୁନା ଦର

    ରୂପା ପରି ଆଜି ସୁନା ଦରରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଦେଖାଯାଉଛି। ଗତକାଲି ମଧ୍ୟ ସୁନା ମୂଲ୍ୟରେ ପ୍ରବଳ ବୃଦ୍ଧି ଦେଖାଯାଇଥିଲା। ବୁଧବାର ସକାଳ ସାଢ଼େ ୧୦ଟା ସୁଦ୍ଧା ସୁନା ପ୍ରତି ୧୦ ଗ୍ରାମ ୧,୬୦,୭୭୫ର ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପ୍ରତି ୧୦ ଗ୍ରାମ ୧.୬୦ ଲକ୍ଷକୁ ଅତିକ୍ରମ କରି ସୁନା ଏକ ନୂତନ ରେକର୍ଡ ସ୍ଥାପନ କରିଛି।

  • Feb 04, 2026 10:35 IST

    ମଦ୍ୟପ ହାଇୱା ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ତ

     

    Untitled

    ଭୋଗରାଇ: ମଦ୍ୟପ ହାଇୱା ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ତ ଫଳରେ ଭୋଗରାଇ ବ୍ଲକ ଚୌକି ହାଟରେ ୫ ରୁ ଅଧିକ ଦୋକନ ଉପରେ ଚଢ଼ିଗଲା ହାଇୱା। ଘଟଣା ସ୍ଥଳରେ ଚାପା ଉତ୍ତେଜନା ପରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ହୋଇଥିଲା।

  • Feb 04, 2026 10:07 IST

    ଫାଷ୍ଟଫୁଡ୍ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ

    ଭଞ୍ଜନଗର: ଭଞ୍ଜନଗର ଥାନା ବାଉଁଶଲୁଣ୍ଡି ରାସ୍ତାର ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନ କରିଥିବା ହରିକୃଷ୍ଣ ସ୍ଵାଇଁଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

    Untitled

    ଗତକାଲି ରାତିରେ ସେ ଦୋକାନ ନିକଟରେ ଅଚେତ ପଡ଼ିଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

  • Feb 04, 2026 10:03 IST

    ଚକଲେଟ ନଦେଇ ଶିଶୁକନ୍ୟାକୁ ବିସ୍ଫୋରକ ଦେଲା ଦୋକାନୀ

    1BREAKING NEWS Fridayଅଲୱାର: ରାଜସ୍ଥାନର ଅଲୱାର ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଭୟଭୀତ କରିଦେଇଛି। ଜଣେ ଦୋକାନୀଙ୍କ କାର୍ଯ୍ୟ ଏକ ତିନି ବର୍ଷର ଝିଅର ଜୀବନକୁ ବିପଦରେ ପକାଇଛି। ରାମଗଡ଼ ଥାନା ଅଞ୍ଚଳରେ ଅବସ୍ଥିତ ଚୌକିବାସ ଗାଁ, ଯେଉଁଠାରେ ଜଣେ ଝିଅ ଏକ ଦୋକାନକୁ ଏକ ଚକଲେଟ କିଣିବାକୁ ଯାଇଥିଲା। ଫେବ୍ରୁଆରି ୩ ତାରିଖ ମଙ୍ଗଳବାର ସକାଳେ ତିନି ବର୍ଷର ଝିଅଟି ଚକଲେଟ କିଣିବାକୁ ଏକ ଦୋକାନକୁ ଯାଇଥିଲା। ସେ ଏହାକୁ ମୁହଁରେ ଦେବା ମାତ୍ରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଝିଅଟିର ପାଟି ଏବଂ ଗାଲ ଗୁରୁତର ଭାବରେ ଛିଣ୍ଡି ଯାଇଥିଲା। କୁହାଯାଉଛି ଯେ ଚକଲେଟ ବଦଳରେ ଝିଅଟିକୁ ବିସ୍ଫୋରକ ପରି କିଛି ଦିଆଯାଇଥିଲା।

    ରିପୋର୍ଟ ଅନୁସାରେ ୩ବର୍ଷ ବୟସର ଅକ୍ଷୁ ତାଙ୍କ ବଡ଼ ଭଉଣୀ ୬ ବର୍ଷୀୟ ଆହାନା ସହିତ ଚକଲେଟ କିଣିବାକୁ ଗାଁର ଏକ କିରାନା ଦୋକାନକୁ ଯାଇଥିଲା। ଦୋକାନୀ ସୁଦିଲ ଓରଫ କାଲା, ନାଥୋଙ୍କ ପୁଅ, ତାକୁ ବାରୁଦରେ ଭର୍ତ୍ତି ଏକ ଫୋଟକା ଭଳି ଚକଲେଟ ଦେଇଥିଲା। ଅକ୍ଷୁ ଏହାକୁ ପାଟିରେ ପକାଇ ଚୋବାଇବା ମାତ୍ରେ ଏହା ଜୋରରେ ବିସ୍ଫୋରଣ ହୋଇ ତା'ର ପାଟିକୁ ରକ୍ତାକ୍ତ କରିଦେଇଦେଲା। ଝିଅଟି ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଗଲା।

  • Feb 04, 2026 09:52 IST

    କପ୍ତିପଦାରୁ କୋଟିଏ ଟଙ୍କାରୁ ଅଧିକ ଗଞ୍ଜେଇ ଜବତ

    କପ୍ତିପଦା: କପ୍ତିପଦା ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳ ଭଡ୍ରା ଛକ ନିକଟରେ କୋଟିଏ ଟଙ୍କାରୁ ଅଧିକ ଗଞ୍ଜେଇ ଜବତ| ଏନସିବିର ସ୍ୱତନ୍ତ୍ର ସ୍କ୍ୱାର୍ଡ ତରଫରୁ ଚଢ଼ଉ କରାଯାଇଛି |

    Untitled

    ଏହି ମାମଲାରେ ୫ ଗିରଫ ଓ  ୩ ଜଣ ଫେରାର୍ ହୋଇଥିବା ସୂଚନା |

  • Feb 04, 2026 09:48 IST

    ଜିଲ୍ଲା ଦାବି ନେଇ ଆଠଗଡ଼ ବନ୍ଦ ଜାରି

    Untitled

    ଆଠଗଡ଼:  ଜିଲ୍ଲା ଦାବି ନେଇ ଆଠଗଡ଼ ବନ୍ଦ ଜାରି।

  • Feb 04, 2026 09:45 IST

    ପ୍ରତିରକ୍ଷା କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି

    1BREAKING NEWS Thursday

    ୱାସିଂଟନ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ବର୍ତ୍ତମାନ ବ୍ୟାପକ ଭାବରେ ଆଲୋଚନା ହେଉଛି। ବିଶେଷକରି ରୁଷରୁ ଭାରତର ତୈଳ କ୍ରୟ ଏବଂ ଆମେରିକୀୟ କୃଷି ଉତ୍ପାଦ ପାଇଁ ବଜାର ଖୋଲିବା ବିଷୟରେ ଯଥେଷ୍ଟ ଆଲୋଚନା ହେଉଛି। କିନ୍ତୁ ଏହି ଚୁକ୍ତିନାମାର ଏକ ପ୍ରମୁଖ ଦିଗ ପ୍ରତିରକ୍ଷା କ୍ଷେତ୍ର ସହିତ ମଧ୍ୟ ଜଡିତ। ଏହି ଚୁକ୍ତିନାମା ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ପ୍ରୋତ୍ସାହିତ କରିପାରେ। ଆମେରିକାରୁ ଭାରତ ସାମରିକ ପ୍ରଯୁକ୍ତିବିଦ୍ୟା ଏବଂ ଯୁଦ୍ଧ ବିମାନ ଇଞ୍ଜିନ ପାଇପାରେ, ଯାହା ପ୍ରତିରକ୍ଷା କ୍ଷେତ୍ରକୁ ପ୍ରୋତ୍ସାହିତ କରିବ।

    ଦି ଟ୍ରିବ୍ୟୁନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତିନାମା ଘୋଷଣା ସାମରିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ପାଇଁ ଭଲ ଖବର। ନୂଆଦିଲ୍ଲୀର ଅନେକ ସାମରିକ ପ୍ରକଳ୍ପ ୱାସିଂଟନ ସହିତ ଉନ୍ନତ ସମ୍ପର୍କ ଉପରେ ନିର୍ଭର କରେ। ଭାରତକୁ ବିଶେଷ ଭାବରେ ତେଜସ୍ ମାର୍କ ୧ଏ ଯୁଦ୍ଧ ବିମାନ ପାଇଁ ଆମେରିକୀୟ ଇଞ୍ଜିନ ଆବଶ୍ୟକ।

  • Feb 04, 2026 09:43 IST

    ବ୍ରାଜିଲରେ ଭୟଙ୍କର ସଡ଼କ ଦୁର୍ଘଟଣା: ୪ ଶିଶୁଙ୍କ ସମେତ ୧୫ ମୃତ

    ସାଓ ଜୋସ୍‌: ବ୍ରାଜିଲରେ ଏକ ଧାର୍ମିକ ଉତ୍ସବରୁ ଶ୍ରଦ୍ଧାଳୁଙ୍କୁ ନେଇ ଫେରୁଥିବା ବସ୍‌ ବୁଲାଣିରେ ଓଲଟି ପଡ଼ିବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ବସ୍‌ଟି ୬୦ରୁ ଅଧିକ ଲୋକଙ୍କୁ ନେଇ ଫେରୁଥିବାବେଳେ ଉତ୍ତର-ପୂର୍ବ ବ୍ରାଜିଲର ଅଲାଗୋଆସ୍‌ ଷ୍ଟେଟର ଗ୍ରାମୀଣ ରାସ୍ତାରେ ଏକ ବୁଲାଣିରେ ରାସ୍ତା କଡ଼କୁ ଖସି ଯାଇ ଓଲଟି ପଡ଼ିଥିଲା। ବସ୍‌ ଓଲଟି ପଡ଼ିବା ବେଳେ କିଛି ଲୋକ ବସ୍‌ ବାହାରକୁ ଛିଟିକି ପଡ଼ି ବସ୍‌ ତଳେ ଚାପି ହୋଇଯାଇଥିଲେ। ବସ୍‌ଟିକୁ କ୍ରେନ୍‌ ସାହାଯ୍ୟରେ ସିଧା କରି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ମୃତକଙ୍କ ମଧ୍ୟରେ ସାତଜଣ ମହିଳା, ପାଞ୍ଚ ଜଣ ପୁରୁଷ ଓ ଚାରି ଜଣ ଶିଶୁ ଥିବା ଅଲାଗୋଆସ୍‌ ଆଞ୍ଚଳିକ ସରକାର ସୂଚନା ଦେଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି। ଆହତଙ୍କ ମଧ୍ୟରେ ଗୁରୁତର ଥିବା ଜଣେ ଶିଶୁ ଅଛନ୍ତି। ଅଲାଗୋଆସ୍‌ ଷ୍ଟେଟରେ ତିନିଦିନିଆ ଶୋକ ଘୋଷଣା କରାଯାଇଛି। ଗର୍ଭନର ପାଓଲୋ ଡାଣ୍ଟାସ୍‌ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ବ୍ରାଜିଲରେ ୨୦୨୪ ସଡ଼କ ଦୁର୍ଘଟଣାରେ ୧୦,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।



  • Feb 04, 2026 09:37 IST

    ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଗଣିଆ-କଣ୍ଟିଲୋ ରାସ୍ତା ଅବରୋଧ

    ନୟାଗଡ଼: ଗଣିଆ ଥାନା ଅଧୀନ ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରୁ ନିଖୋଜ ଛାତ୍ର ଭୋଳାନାଥ ମଲ୍ଲିକଙ୍କ ମୃତଦେହ ଏକ ଚୁଆରୁ ଉଦ୍ଧାର l ସେ ପଞ୍ଚମ ଶ୍ରେଣୀରେ ପଢୁଥିଲେ l ଗତକାଲିଠାରୁ ସେ ସ୍କୁଲରୁ ନିଖୋଜ ହୋଇଯାଇଥିଲେ l

    Untitled

     ଆଜି ମୃତଦେହ ଉଦ୍ଧାର ହେଲା ପରେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଗଣିଆ-ଦଶପଲା ଓ ଗଣିଆ - କଣ୍ଟିଲୋ ରାସ୍ତା ଅବରୋଧ କରିଛନ୍ତି l

  • Feb 04, 2026 09:32 IST

    ତାମିଲନାଡୁ ନିର୍ବାଚନ ପ୍ରଚାର ଦାୟିତ୍ୱରୁ ହଠାତ୍ ଇସ୍ତଫା

    ଚେନ୍ନାଇ: ପୂର୍ବତନ ତାମିଲନାଡୁ ବିଜେପି ସଭାପତି କେ. ଅନ୍ନାମଲାଇ ନିର୍ବାଚନ ସମ୍ବନ୍ଧୀୟ ଦାୟିତ୍ୱରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି। ରାଜ୍ୟରେ କିଛି ମାସ ପାଇଁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରଚାର ଏବଂ ଦଳ ସମ୍ବନ୍ଧୀୟ ଦାୟିତ୍ୱରୁ ତାଙ୍କର ହଠାତ୍ ଓହରିଯିବା ବ୍ୟାପକ କଳ୍ପନାଜଳ୍ପନା ସୃଷ୍ଟି କରିଛି। ତଥାପି ଅନ୍ନାମଲାଇ ବିରତି ନେବାର ନିଷ୍ପତ୍ତି ପାଇଁ ପାରିବାରିକ କାରଣ ଦର୍ଶାଇଛନ୍ତି। ଏହି ଘୋଷଣା ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି ଯେତେବେଳେ ଏଆଇଏଡିଏମ୍କେ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ତାମିଲନାଡୁରେ ତାମିଲନାଡୁର ନିର୍ବାଚନ ରଣନୀତି ଚୂଡ଼ାନ୍ତ କରୁଛି ଏବଂ ତାମିଲନାଡୁରେ ତାମିଲନାଡୁର ପ୍ରଚାର ଯୋଜନା କରୁଛି।

  • Feb 04, 2026 09:24 IST

    ୯ମହଲା କୋଠାରୁ ଡେଇଁ ଜୀବନ ହାରିଲେ ୩ଭଉଣୀ

    1BREAKING NEWS Tuesady

    ଗାଜିଆବାଦ: ଦିଲ୍ଲୀ ଉପକଣ୍ଠ ଉତ୍ତରପ୍ରଦେଶର ଗାଜିଆବାଦରେ ମଙ୍ଗଳବାର ରାତିରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଛି। ତିନି ଭଉଣୀ ଏକାଠି ଏକ ଆବାସିକ କୋଠାର ନବମ ମହଲାରୁ ଡେଇଁ ପଡ଼ି ଜୀବନ ହାରିଛନ୍ତି। ପୁଲିସ ଅନୁଯାୟୀ, ଘଟଣାଟି ରାତି ପ୍ରାୟ ୨ଟା ସମୟରେ ଘଟିଥିଲା। ସମଗ୍ର ସହର ଶୋଇଥିବା ସମୟରେ ଏହି ତିନି ଭଉଣୀ ଏହି ସାଂଘାତିକ ପଦକ୍ଷେପ ନେଇଥିଲେ। ଏହି ଗଣଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ନୁହେଁ। କିନ୍ତୁ ସ୍ଥାନୀୟ ଲୋକ ଏବଂ ସୂତ୍ର ଅନୁଯାୟୀ  ତିନି ଭଉଣୀ ଏକ ନିର୍ଦ୍ଦିଷ୍ଟ ମୋବାଇଲ୍ ଗେମ୍ ପ୍ରତି ଅଭ୍ୟସ୍ତ ଥିଲେ। ସେମାନେ ପ୍ରାୟତଃ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗେମ୍ ଖେଳୁଥିଲେ ବୋଲି ଜଣାପଡ଼ିଛି। ସୂଚନା ପାଇବା ପରେ ଏକ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ତଦନ୍ତ କରୁଛି ଯେ ଖେଳର କୌଣସି କାର୍ଯ୍ୟ ସେମାନଙ୍କୁ ଜୀବନ ହାରିବାକୁ ପ୍ରେରଣା ଦେଇଥିଲା କି ଖେଳ ଦ୍ୱାରା ସୃଷ୍ଟି ହୋଇଥିବା ମାନସିକ ଚାପ ସେମାନଙ୍କୁ ଏହି ପରିଣାମ ଦେଇଛି।

  • Feb 04, 2026 09:06 IST

    ଭାରତ-ଆଫଗାନିସ୍ତାନ ସେମିଫାଇନାଲ ମ୍ୟାଚ ଆଜି

    India vs Afghanistan U19 World Cup semifinal: When and where to watch, time, venue, live streaming
    ନୂଆଦିଲ୍ଲୀ: ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ ୨୦୨୬ ଏବେ ଏହାର ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ପାଞ୍ଚଥର ଚାମ୍ପିଅନ ଭାରତ ୧୯ ବର୍ଷରୁ କମ୍ ସେମିଫାଇନାଲରେ ଆଜି ଆଫଗାନିସ୍ତାନ ୧୯ ବର୍ଷରୁ କମ୍ ମୁକାବିଲା କରିବ। ଏହି ହାଇଭୋଲଟେଜ ମ୍ୟାଚ ଜିମ୍ବାୱେର ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ। ଭାରତୀୟ ଦଳ ଏହି ମ୍ୟାଚ ଜିତି ଫାଇନାଲରେ ସ୍ଥାନ ପାଇବା ପାଇଁ ଲକ୍ଷ୍ୟ ରଖିବ। ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ୧୯ ବର୍ଷରୁ କମ୍ ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ ୨୭ ରନରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଏବେ ସମସ୍ତଙ୍କ ନଜର ଇଂଲଣ୍ଡ ଭାରତକୁ ଭେଟିବ ନା ଆଫଗାନିସ୍ତାନକୁ।
    ଭାରତ ୧୯ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି। ସୁପର ସିକ୍ସ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ବିଜୟ ସହିତ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଖେଳାଳିମାନେ ବ୍ୟାଟିଂ ଏବଂ ବୋଲିଂ ଉଭୟରେ ନିର୍ଭରଯୋଗ୍ୟ ପ୍ରଦର୍ଶନ କରିଛନ୍ତି, ଯାହା ଦଳର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଏହି ସମୟରେ, ଆଫଗାନିସ୍ତାନ ୧୯ ବର୍ଷରୁ କମ୍ ଦଳ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଆଶ୍ଚର୍ଯ୍ୟଜନକ ଭାବରେ ଭଲ ପ୍ରଦର୍ଶନ କରିଛି। ଦୃଢ଼ ବୋଲିଂ ଏବଂ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ଆଫଗାନିସ୍ତାନ ଦଳ ସେମିଫାଇନାଲରେ ପହଞ୍ଚିଛି। ତେଣୁ ଏହି ମ୍ୟାଚ୍ ଭାରତ ପାଇଁ ସହଜ ହେବ ନାହିଁ।

  • Feb 04, 2026 08:51 IST

    ତଳନଗର ନିକଟରେ ଦୁର୍ଘଟଣା, ୪ ଗୁରୁତର

    Untitledସୋର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ଟ୍ରଲରକୁ ପଛରୁ ଏକ ଆଇଚର ଟ୍ରକ ଧକ୍କା ଦେବା ଫଳରେ ଚାରି ଜଣ ଗୁରୁତର ଆହତ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

  • Feb 04, 2026 08:44 IST

    ଆଇପିଏଲ୍‌ରେ ମିଳିଲାନି ସ୍ଥାନ, ପିଏସ୍‌ଏଲ୍‌ ଖେଳିବେ ସ୍ମିଥ

    ସିଡ୍‌ନି: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍‌ର ଷ୍ଟିଭ୍ ସ୍ମିଥ୍ ଦୀର୍ଘ ଦିନ ଧରି ଟି୨୦ ଜାତୀୟ ଦଳରୁ ବାହାରେ ଅଛନ୍ତି। ସଦ୍ୟ ସମାପ୍ତ ବିଗ୍ ବ୍ୟାଶ୍ ଲିଗ୍‌ରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ସତ୍ତ୍ୱେ ସେ ଟି୨୦ ବିଶ୍ୱକପ୍-୨୦୨୬ରେ ସ୍ଥାନ ପାଇପାରି ନାହାନ୍ତି। ସେ ବାବର ଆଜମଙ୍କ ପ୍ରତି ଏକ ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ, ଯାହା ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କ ପ୍ରତି ଅସମ୍ମାନଜନକ ବୋଲି ବିବେଚନା କରାଯାଇଥିଲା। ସ୍ମିଥ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ପାଇଁ ନିଲାମୀ ହୋଇପାରି ନଥିଲେ। ଫଳରେ PSLରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ସୁପର ଲିଗ୍ ୨୦୨୬ରେ ଦୁଇଟି ନୂତନ ଦଳ ଯୋଗ ଦେଇଛନ୍ତି। ଷ୍ଟିଭ୍ ସ୍ମିଥ୍ ଏହି ଦଳଗୁଡ଼ିକ ମଧ୍ୟରୁ ଗୋଟିଏ, ସିଆଲକୋଟ ଷ୍ଟାଲିଅନ୍ସ ପାଇଁ ଖେଳିବେ। ଫ୍ରାଞ୍ଚାଇଜ୍ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନଙ୍କୁ ମାର୍କି ଖେଳାଳି ଭାବରେ ସାମିଲ କରିଛି। ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ଟିମ୍ ପାଇନ୍ ଦଳର ମୁଖ୍ୟ ପ୍ରଶିକ୍ଷକ। ସ୍ମିଥ୍ ଆଜି ପର୍ଯ୍ୟନ୍ତ ପାକିସ୍ତାନ ସୁପର ଲିଗ୍‌ରେ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି।  

  • Feb 04, 2026 08:39 IST

    ୟୁକ୍ରେନୀୟ ଶକ୍ତି ଉପରେ ରୁଷ୍‌ର ଆକ୍ରମଣ

    1BREAKING NEWS  Monday

    କିଭ୍: ଆମେରିକା ମଧ୍ୟସ୍ଥତାରେ ଶାନ୍ତି ଆଲୋଚନା ପୂର୍ବରୁ ୟୁକ୍ରେନ ଉପରେ ରୁଷ ଏକ ବଡ଼ଧରଣର ଆକ୍ରମଣ କରିଛି। ଏହାର ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକୁ ଟାର୍ଗେଟ କରିଛ। ଏହି ଆକ୍ରମଣରେ ୪୫୦ରୁ ଅଧିକ ଡ୍ରୋନ୍ ଏବଂ ୭୦ରୁ ଅଧିକ ବିଭିନ୍ନ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। ବୁଧବାର ଏବଂ ଗୁରୁବାର ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିରେ ଶାନ୍ତି ଆଲୋଚନା ଅନୁଷ୍ଠିତ ହେବାକୁ ଥିବା ସମୟରେ ଏହି ଆକ୍ରମଣ ହୋଇଛି। ରୁଷ, ୟୁକ୍ରେନ ଏବଂ ଆମେରିକାର ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିବେ। ଏହି ଆଲୋଚନାର ଲକ୍ଷ୍ୟ ହେଉଛି ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ କରିବା, ଏକ ଲକ୍ଷ୍ୟ ଯାହା ଟ୍ରମ୍ପ ପ୍ରଶାସନ ଦୀର୍ଘ ସମୟ ଧରି ଅନୁସରଣ କରିଆସୁଛି। ୟୁକ୍ରେନର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ରାଜଧାନୀ କିଭ୍ ଏବଂ ଦେଶର ଦ୍ୱିତୀୟ ବୃହତ୍ତମ ସହର ଖାରକିଭ୍ ସମେତ ଆଠଟି ଅଞ୍ଚଳରେ ରାତିସାରା ବିମାନ ଆକ୍ରମଣ କରାଯାଇଥିଲା, ଯାହା ବିଦ୍ୟୁତ୍ ପ୍ଲାଣ୍ଟଗୁଡ଼ିକୁ ଟାର୍ଗେଟ କରି ଆସିଥିଲା।

  • Feb 04, 2026 08:15 IST

    ଶ୍ରୀମନ୍ଦିରରେ ରାଷ୍ଟ୍ରପତି, ମହାପ୍ରଭୁଙ୍କ କଲେ ଦର୍ଶନ

    Untitledପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତି,ଦ୍ରୌପଦୀ ମୁର୍ମୁ। ସେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। 

  • Feb 04, 2026 08:07 IST

    ମେଡିକାଲ କୋଠାରୁ ଡେଇଁଲେ ରୋଗୀ

    Dead
    Photograph: (sambad.in)

    ଶାହଜାହାନପୁର: ରାତି ପ୍ରାୟ ୧୨ଟା ସମୟରେ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ଜଣେ ଯକ୍ଷ୍ମା ରୋଗୀ ଦ୍ୱିତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ସୀତାପୁରର ମାହୋଲିର ବାସିନ୍ଦା ଯୁବକ ଜଣକ ଜାନୁଆରି ୨୨ରେ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ସେ ଦ୍ୱିତୀୟ ମହଲାରେ ଅବସ୍ଥିତ ଯକ୍ଷ୍ମା ୱାର୍ଡରେ ଚିକିତ୍ସାଧୀନ ଥିଲେ। ତାଙ୍କ ବାପା ତାଙ୍କ ସହିତ ଯତ୍ନ ପାଇଁ ଥିଲେ। ସେ କହିଥିଲେ ଯେ ପୁଅ ରାତିରେ ବିଛଣାରେ ଶୋଇଥିଲା। ସେ ମଧ୍ୟ ଶୋଇପଡ଼ିଥିଲେ। ପ୍ରାୟ ୧୨ଟା ସମୟରେ ୱାର୍ଡରେ ଶବ୍ଦ ହୋଇଥିଲା ଯେ କିଛି ରୋଗୀ ତଳକୁ ଡେଇଁ ପଡ଼ିଛନ୍ତି। ଯେତେବେଳେ ସେ ତାଙ୍କ ପୁଅକୁ ସେଠାରେ ପାଇଲେ ନାହିଁ। ସେ ଘଟଣାସ୍ଥଳକୁ ଯାଇ ଜାଣିବାକୁ ପାଇଲେ ଯେ ସେ ନିଜେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

  • Feb 04, 2026 08:00 IST

    ‘ଏକ୍ସ’କୁ ମହାରାଷ୍ଟ୍ର ସରକାରଙ୍କ ନୋଟିସ୍‌

    Maharashtra Cyber Police Notice to X to Delete Gajab Bhau Account Shared Devendra Fadnavis Davos Post महाराष्ट्र पुलिस ने X को भेजा नोटिस, 'गजब भाउ' अकाउंट होगा डिलीट? CM देवेंद्र फडणवीस से जुड़ा मामला

    ମୁମ୍ବାଇ: ମହାରାଷ୍ଟ୍ରର ସାଇବର ପୁଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' କୁ ଏକ ନୋଟିସ୍‌ ଜାରି କରିଛି। ଏହି ନୋଟିସରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଡାଭୋସ ଗସ୍ତ ବିଷୟରେ ଏକ ବ୍ୟଙ୍ଗାତ୍ମକ ପୋଷ୍ଟ ସେୟାର କରିଥିବା ଏକ ଆକାଉଣ୍ଟକୁ ନିଷ୍କ୍ରିୟ କରିବାକୁ କୁହାଯାଇଛି। ପୁଲିସ ମଙ୍ଗଳବାର ଏହା ଘୋଷଣା କରିଛି। ଜାନୁଆରି ୨୦ ତାରିଖରେ ବିଶ୍ୱ ଅର୍ଥନୈତିକ ଫୋରମ ବାର୍ଷିକ ବୈଠକରେ ଯୋଗଦେବା ପାଇଁ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଏକ ପୋଷ୍ଟ 'ଏକ୍ସ'ରେ ସେୟାର କରାଯାଇଥିଲା, ଯାହାର ପ୍ରାୟ ୩୯,୦୦୦ ଅନୁସରଣକାରୀ ଅଛନ୍ତି। ମହାରାଷ୍ଟ୍ରରେ ସାଇବର ଅପରାଧ ପାଇଁ ମହାରାଷ୍ଟ୍ରର ନୋଡାଲ ଏଜେନ୍ସି ପୋଷ୍ଟକୁ ଆପତ୍ତିଜନକ ଏବଂ ଉତ୍ତେଜନାପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିବା ଅଭିଯୋଗ ପାଇବା ପରେ ଏହାର ବିଚାର କରିଥିଲା। ଏହା ପରେ ସାଇବର ୟୁନିଟ୍ ଜାନୁଆରି ୨୨ ରେ 'ଏକ୍ସ'କୁ ଏକ ନୋଟିସ ଜାରି କରିଥିଲା। ଯଦି ଏହା ଭାରତୀୟ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୁଏ ତେବେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲା।

  • Feb 04, 2026 07:49 IST

    ଆମେରିକାରୁ ୫୦୦ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ କିଣିବ ଭାରତ

    ୱାସିଂଟନ: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭାରତ ସହିତ ବାଣିଜ୍ୟ ଚୁକ୍ତିକୁ ସେମାନଙ୍କ ପାଇଁ ଲାଭଦାୟକ ବୋଲି ବର୍ଣ୍ଣନା କରିଛି। ଦାବି କରିଛି ଯେ ସେମାନେ ଦିଲ୍ଲୀରୁ ବହୁତ ଲାଭ ପାଇବେ। ଏକ ପ୍ରେସ ବ୍ରିଫିଂ ସମୟରେ, ହ୍ୱାଇଟ୍ ହାଉସର ପ୍ରେସ ସଚିବ କାରୋଲିନ୍ ଲେଭିଟ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାରୁ ୫୦୦ ବିଲିୟନ ଡଲାର ମୂଲ୍ୟର ଶକ୍ତି, ପରିବହନ ଏବଂ କୃଷି ଉତ୍ପାଦ କ୍ରୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଯାହା ଆମେରିକୀୟ ଶ୍ରମିକ, ବ୍ୟବସାୟ ଏବଂ ଗ୍ରାହକଙ୍କୁ ଲାଭ ଦେବ।

    ବାଣିଜ୍ୟ ଚୁକ୍ତିର ଅଂଶ ଭାବରେ ଭାରତ ଋଷରୁ ତୈଳ କ୍ରୟ ସ୍ଥଗିତ ରଖିବା ସମ୍ପର୍କରେ, ହ୍ୱାଇଟ୍ ହାଉସର ଜଣେ ମୁଖପାତ୍ର ଦାବି କରିଛନ୍ତି ଯେ ଭାରତ ଋଷରୁ ତୈଳ କ୍ରୟ ବନ୍ଦ କରିଦେଇଛି। ସେ କହିଛନ୍ତି, "ଭାରତ ଋଷ ତେଲ ନ କିଣିବାକୁ ପ୍ରତିଶ୍ରୁତି ଦେଇଛି। ଏହା ବ୍ୟତୀତ, ଭାରତ ମଧ୍ୟ ଆମେରିକାରୁ ତେଲ କ୍ରୟ କରିବାକୁ ପ୍ରତିଶ୍ରୁତି ଦେଇଛି। ଏହା ସହିତ, ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାରେ ୫୦୦ ବିଲିୟନ ଡଲାର ନିବେଶ ପ୍ରତିଶ୍ରୁତି ଦେଇଛନ୍ତି। 

  • Feb 04, 2026 07:43 IST

    ବାଣିଜ୍ୟ ଚୁକ୍ତି ପରେ ଭାରତ-ଆମେରିକାର ପ୍ରମୁଖ ବୈଠକ

    s jaishankar meets scott bessent marco rubio in washington dc india us trade ties gain momentum ट्रेड डील के बाद भारत-अमेरिका के बीच बड़ी मीटिंग, एस जयशंकर की बेसेंट और रूबियो से मुलाकात, जानें क्या हुई बात

    ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ମଙ୍ଗଳବାର ଆମେରିକା ଗସ୍ତ କରିଛନ୍ତି। ଏହି ଗସ୍ତର ପ୍ରଥମ ଦିନରେ ସେ ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକଗୁଡ଼ିକରେ ବାଣିଜ୍ୟ, ଶକ୍ତି, ପରମାଣୁ ସହଯୋଗ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଏକ ପ୍ରମୁଖ ବାଣିଜ୍ୟ ଚୁକ୍ତି ଘୋଷଣା କରିବାର ଗୋଟିଏ ଦିନ ପରେ ଜୟଶଙ୍କରଙ୍କ ତିନି ଦିନିଆ ଗସ୍ତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଭାରତୀୟ ସାମଗ୍ରୀ ଉପରେ ପାରସ୍ପରିକ ଶୁଳ୍କ ୨୫% ରୁ ୧୮% କୁ ହ୍ରାସ କରାଯାଇଛି, ଯାହା ତୁରନ୍ତ କାର୍ଯ୍ୟକାରୀ ହେବ।

  • Feb 04, 2026 07:31 IST

    ଏଜିଆନ୍ ସାଗର ଦୁର୍ଘଟଣାରେ ୧୪ ମୃତ

    ଏଥେନ୍ସ: ଗ୍ରିସର ଏଜିଆନ୍ ସାଗରର ଚିଓସ୍ ଦ୍ୱୀପ ନିକଟରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ତୁର୍କୀ ଉପକୂଳରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଛୋଟ ଡଙ୍ଗା ଗ୍ରିକ୍ ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଜାହାଜ ସହିତ ଧକ୍କା ହୋଇଥିଲା, ଯେଉଁଥିରେ ଅତି କମରେ ୧୪ ଜଣ ପ୍ରବାସୀ ପ୍ରାଣ ହରାଇଥିଲେ। ତଟରକ୍ଷୀ ବାହିନୀ ଅଧିକାରୀଙ୍କ ଅନୁଯାୟୀ, ଏହି ଘଟଣା ସେତେବେଳେ ଘଟିଥିଲା ​​ଯେତେବେଳେ ସେମାନେ ଚିଓସ୍ ଅଭିମୁଖେ ଯାଉଥିବା ଏକ ସନ୍ଦେହଜନକ ଡଙ୍ଗାକୁ ଦେଖି ଏହାକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଦାବି କରିଛନ୍ତି ଯେ ଚୋରା ଚାଲାଣକାରୀମାନେ ଜାଣିଶୁଣି ଡଙ୍ଗାକୁ ତଟରକ୍ଷୀ ବାହିନୀ ଜାହାଜ ଆଡ଼କୁ ବୁଲାଇ ଦେଇଥିଲେ, ଯାହା ଫଳରେ ଉଭୟଙ୍କ ମଧ୍ୟରେ ଏକ ବଡ଼ ଧକ୍କା ହୋଇଥିଲା। କିନ୍ତୁ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ୱାଧୀନ ଭାବରେ ନିଶ୍ଚିତ ହୋଇନାହିଁ।

  • Feb 04, 2026 07:17 IST

    ଦିଲ୍ଲୀ-ଏନସିଆର ସମେତ ୭ଟି ରାଜ୍ୟରେ ଶୀତଳ ତରଙ୍ଗ ସତର୍କତା

    ନୂଆଦିଲ୍ଲୀ: ଦେଶର ସମତଳ ଅଞ୍ଚଳରେ ବର୍ତ୍ତମାନ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ, ପାହାଡ଼ି ରାଜ୍ୟଗୁଡ଼ିକରେ ତୁଷାରପାତ ଜାରି ରହିଛି। ଏହି ସମୟରେ, ପାଣିପାଗ ବିଭାଗ ଆଜି ଦିଲ୍ଲୀ-ଏନସିଆର ସମେତ ଅନେକ ରାଜ୍ୟରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡ଼ିର ପୂର୍ବାନୁମାନ କରିଛି। ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ସମେତ ଉତ୍ତର ଭାରତରେ ଶୀତଳ ତରଙ୍ଗ ଆଶା କରାଯାଉଛି। ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଉପର ଭାଗରେ ତୁଷାରପାତ ଆଶା କରାଯାଉଛି। ଆଜି ପାଗ କିପରି ରହିବ ତାହା ଆସନ୍ତୁ ଜାଣିବା।
    ପାଣିପାଗ ବିଭାଗ (ଆଇଏମଡି) ଆଜି ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ପାଇଁ 'ୟଲୋ ଆଲର୍ଟ' ଜାରି କରିଛି। ଆଜି ଏବଂ ଆସନ୍ତାକାଲି ରାଜଧାନୀରେ ମଧ୍ୟମ କୁହୁଡ଼ି ଅନୁମାନ କରାଯାଉଛି, ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ୯ ଡିଗ୍ରୀ ସେଲସିୟସ୍ ପହଞ୍ଚିବ ବୋଲି ଆଶା କରାଯାଉଛି। ଫେବ୍ରୁଆରି  ୬, ୭ ଏବଂ ୮ ତାରିଖ ସକାଳେ ମଧ୍ୟମ କୁହୁଡ଼ିର ପୂର୍ବାନୁମାନ ମଧ୍ୟ କରାଯାଇଛି। ପାଣିପାଗ ବିଭାଗ ସକାଳ ଏବଂ ରାତି ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

  • Feb 04, 2026 07:13 IST

    ମହାପ୍ରଭୁଙ୍କ ଦର୍ଶନ କରିବେ ମହାମହିମ

    jagannath temple
    High alert in Puri after Delhi blast today. Photograph: (sambad.in)

    ପୁରୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳ ୬ଟା ୫୦ରେ ଲୋକଭବନରୁ ବାହାରି କାକୁଡ଼ିଖାଇଛକ ଦେଇ ବାଲିସାହିସ୍ଥିତ ଶ୍ବେତଗଙ୍ଗା ପୁଷ୍କରିଣୀରେ ପହଞ୍ଚିଛନ୍ତି। ସେ ଏଠାରେ ପିଣ୍ଡଦାନ କରିବେ। ପ୍ରାୟ ୩୦ ମିନିଟ୍‌ ପରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିବେ। ବାଲିସାହିରୁ ଶ୍ରୀମନ୍ଦିର ଆସିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସକାଳ ୭ଟା ୪୦ ମିନିଟ୍‌ରେ ସେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଣୁ ଗୋପାଳବଲ୍ଲଭ ଭୋଗ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍‌ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୭ଟା ୪୫ରୁ ୮ଟା ୧୦ ମଧ୍ୟରେ ସେ ମହାପ୍ରଭୁଙ୍କ ଦର୍ଶନ କରିବେ। ସେଠାରୁ ଆସିବା ପରେ ଲୋକଭବନରେ ଜଳପାନ ବ୍ୟବସ୍ଥା କରାଯାଇଛି। ସକାଳ ୯ଟା ୧୫ରେ ସେ ଲୋକଭବନ ଛାଡ଼ି ତାଳବଣିଆ ହେଲିପ୍ୟାଡ୍‌ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe