ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Dec 04, 2025 16:32 IST
ବିଜାପୁର ଏନ୍କାଉଣ୍ଟରରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି
/fit-in/580x348/filters:format(webp)/sambad/media/media_files/2025/10/16/naxal-2025-10-16-03-56-34.jpg)
18 naxals killed in encounter.Photograph: (sambad.in) - ବିଜପୁର ଏନ୍କାଉଣ୍ଟରରେ ମୃତ୍ୟୁ ସଂଖ୍ୟା ୧୮ ଛୁଇଁଲା
- ଗତକାଲି ଛତିଶଗଡ଼ର ବିଜାପୁରରେ ହୋଇଥିଲା ଗୁଳିବିନିମୟ
- ମାଓବାଦୀଙ୍କ ଗୁଳିମାଡ଼ରେ ୩ ଜଣ ଯିବାନ ସହିଦ
- କାଲି ମିଳିଥିଲା ୧୨ଜଣ ମାଓବାଦୀଙ୍କ ମୃତଦେହ
- ସର୍ଚ୍ଚ ଅପରେସନ୍ ବେଳେ ଆଜି ୩ ମୃତଦେହ ଠାବ
- Dec 04, 2025 16:26 IST
ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର
କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜରବଗା କାଟେନପଡ଼ାରେ ବାଇକ ଦୁର୍ଘଟଣା ଆଜି ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଦୁର୍ଘଟଣା ଘଟିଛି। ଆକାଶ ମୁଣ୍ଡା, ଶିବମ ମୁଣ୍ଡା ଗୁରୁତର ଥିବା ବେଳେ ମହେଶଙ୍କ ମୃତ୍ୟୁ ଘଟିଛି। ଏମାନେ ଦ୍ରୁତଗତିରେ କେଶବାହାଲ ପଟୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଏକ ଗଛକୁ ଧକ୍କା ଦେଇଥିଲେ।
- Dec 04, 2025 15:26 IST
ରାଜ୍ୟରେ ଏବେ ଗଠନ ହେବନି ପଞ୍ଚାୟତ କି ବ୍ଲକ୍
- ୨୫୦୧ ଗାଁର ପଡା ଗାଁ ମାନ୍ୟତା ଆବେଦନ ଖାରଜ
- ୫,୫୬୬ ଗାଁକୁ ପଡା ଗାଁ ମାନ୍ୟତା ହୋଇଥିଲା ଦାବି
- ବଶିଷ୍ଟ ୧୧୭୭ ଗାଁର ପ୍ରସ୍ତାବ ବିଚାରାଧୀନ ଅଛି
- ରାୟଗଡାରୁ ୨୫୬, ମାଲକାନଗିରିରୁ ୨୩୫
- ଗଜପତିରୁ ୨୩୩, ଗଞ୍ଜାମର ୨୦୦ ଗାଁକୁ ପଡ଼ା ଗାଁ କରିବାର ଆବେଦନ ଖାରଜ
- ଗୃହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା
statement of suresh pujari Photograph: (Sambad.in) - Dec 04, 2025 15:14 IST
ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ
- ସଂଗୀତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ
- ବିରୋଧରେ ରାଜରାସ୍ତାରେ ଗର୍ଜିଲେ ଛାତ୍ରଛାତ୍ରୀ
- ରାଜରାସ୍ତାରେ ଘେରିଲେ ଛାତ୍ରଛାତ୍ରୀ, ବିକ୍ଷୋଭ ପ୍ରଦର୍ଶନ
- ଘଟଣାସ୍ଥଳରେ ଚାପା ଉତ୍ତେଜନା, ସମାଧାନ ପାଇଁ ଉଦ୍ୟମ ଜାରି
/fit-in/580x348/filters:format(webp)/sambad/media/media_files/2025/12/04/1breaking-news-monday-2025-12-04-15-14-22.jpg)
BREAKING NEWS Photograph: (sambad.in) - Dec 04, 2025 15:04 IST
ପିଲା ଚୋର ଭାବି ଅର୍ଦ୍ଧ ମାନସିକ ବିକ୍ଷିପ୍ତ ବ୍ୟକ୍ତିଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଲୋକେ
କଳାପଥର: ବାଙ୍କୀ ଥାନା ଅନ୍ତର୍ଗତ ବରଫୁଟ ପଞ୍ଚାୟତର ହରିଜନ ନୂଆ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ପିଲା ଚୋର ଭାବି ମାନବିକତା ଭୁଲି ଯାଇ ଜଣେ ଅର୍ଦ୍ଧ ମାନସିକ ବିକ୍ଷିପ୍ତ ବ୍ୟକ୍ତିଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିଛନ୍ତି ଲୋକେ। ଖବର ପାଇ ଘଟଣା ସ୍ଥଳରେ ବାଙ୍କୀ ପୁଲିସ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି।
/fit-in/580x348/filters:format(webp)/sambad/media/media_files/2025/12/04/breaking5-2025-12-04-06-59-53.jpg)
Breaking News Photograph: (sambad.in) - Dec 04, 2025 11:45 IST
ପୁରୀ ନୀଳଚକ୍ର ନଗରରେ ନିଶା ମାଫିଆ ସୁକାନ୍ତ ପଣ୍ଡାଙ୍କ ଘରେ ବୁଲିଲା ବୁଲଡୋଜର୍
ପୁରୀ: ଆକସନ୍ ମୋଡରେ ପୁରୀ ପୁଲିସ। ନୀଳଚକ୍ର ନଗରରେ ନିଶା ମାଫିଆ ସୁକାନ୍ତ ପଣ୍ଡାଙ୍କ ଘରେ ବୁଲିଲା ବୁଲଡୋଜର୍। ବ୍ରାଉନସୁଗାର କାରବାରରେ ବହୁ ବାର ଜେଲ୍ ଯାଇଛନ୍ତି ସୁକାନ୍ତି ପଣ୍ଡା।
/fit-in/580x348/filters:format(webp)/sambad/media/media_files/2025/12/04/breaking5-2025-12-04-06-59-53.jpg)
Breaking News Photograph: (sambad.in) - Dec 04, 2025 10:52 IST
କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ବର: ବିଧାନସଭାରେ ପ୍ରଶ୍ନକାଳ ଚାଲିଥିବା ସମୟରେ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।
/fit-in/580x348/filters:format(webp)/sambad/media/media_files/2025/12/03/1breaking-news-thursday-2025-12-03-17-03-51.jpg)
Bresking Photograph: (sambad.in) - Dec 04, 2025 10:28 IST
ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ, ମା‘ଙ୍କ ଦେହରେ ନିଆଁ ଲଗାଇ ଅଭିଯୁକ୍ତ ଫେରାର
ତିହିଡ଼ି: ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ, ମା‘ଙ୍କ ଦେହରେ ନିଆଁ ଲଗାଇଦେଲା। ଆଜି ସକାଳ ୮ଟା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ପଞ୍ଚାୟତ ଗଳଗଣ୍ଡ ଗାଁରେ। ଅଭିଯୁକ୍ତ ହେଲା ଦେବାଶିଷ ନାୟକ(୪୫) ଓ ମାଆ ହେଲେ ଜ୍ୟୋତ୍ସ୍ନାରାଣୀ ନାୟକ(୬୫)।
/fit-in/580x348/filters:format(webp)/sambad/media/media_files/2025/12/04/breaking5-2025-12-04-06-59-53.jpg)
Breaking News Photograph: (sambad.in) - Dec 04, 2025 10:17 IST
ପ୍ରେମିକା ପାଇଁ କେନ୍ଦୁଝରରେ ‘ସୋଲେ’ ଫିଲ୍ମର ନାଟକ
କେନ୍ଦୁଝର: ହତାସ ପ୍ରେମିକର ଉନ୍ମକ୍ତ କାଣ୍ଡ। ହତାସ ପ୍ରେମିକର ମନେ ପଡିଲା ଅଶି ଦଶକରେ ଶୋଲେ ସିନେମାର କଥା। ପ୍ରେମିକାକୁ ପାଇବା ପାଇଁ କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ନିକଟ ଏକ ନୂତନ ନିର୍ମାଣଧିନ ଏକ ବିଦ୍ୟୁତ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଛି। ପ୍ରେମିକ ଜଣକ ସାହାରପଡ଼ା ଅଞ୍ଚଳର ହୋଇଥିବା ବେଳେ ପ୍ରେମିକା ଜଣକ ବାଂଶପାଳ ବ୍ଳକର ଯାତ୍ରା ଅଞ୍ଚଳରl ଆଜି ସକାଳେ ଯୁବକ ଜଣକ ଆସି ବିଦ୍ୟୁତ ଖୁଣ୍ଟରେ ଚଢି ସେ ପ୍ରେମିକା ତା ସହ କଥା ନ ହେଲେ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ। ଖବର ପାଇ ପୁଲିସ ଓ ଆଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବତୀ ଓ ଘର ଲୋକଙ୍କ ସହ ମୋବାଇଲରେ କଥା କରାଇଥା ପରେ ଯୁବକ ତଳକୁ ଓହ୍ଲାଇଥିଲେI ପୁଲିସ ଯୁବକଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି।
- Dec 04, 2025 09:54 IST
ବିଜାପୁରରେ ସୁରକ୍ଷାବାହିନୀର ଏନ୍କାଉଣ୍ଟର: ପୁଣି ଟଳିଲେ ୩ ମାଓବାଦୀ
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏକ ବଡ଼ଧରଣର ଏନ୍କାଉଣ୍ଟର ଘଟଣା ଘଟିଛି। ଏହି ଗୁଳିମାଡ଼ରେ ପୁଣି ୩ଜଣ ମାଓବାଦୀ ନିପାତ ହୋଇଛନ୍ତି। ଏଥି ସହିତ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି। ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘଟଣାସ୍ଥଳ ଅଭିମୁଖେ ଅତରିକ୍ତ ସୁରକ୍ଷା ବାହିନୀ ପହଞ୍ଚୁଛନ୍ତି। ସୂଚନାଯୋଗ୍ୟ ମାଓବାଦୀଙ୍କ ଗୁଳିରେ ୩ଜଣ ଯବାନ ସହିଦ ହୋଇଛନ୍ତି।
/fit-in/580x348/filters:format(webp)/sambad/media/media_files/9DXHv6TSh4h6Kcx1SFEO.jpeg)
- Dec 04, 2025 09:49 IST
ବିରୂପା ନଦୀରୁ ମୃତଦେହ ଉଦ୍ଧାର
କଟକ/ଜଗତପୁର: ଜଗତପୁର ଥାନା ଅନ୍ତର୍ଗତ ଆଇବି ରୋଡ୍ସ୍ଥିତ ବିରୂପା ନଦୀ ପଣ୍ଡାସାହି ତୁଠରେ ଗତକାଲି ଠାରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ୫ଜଣ ସାଙ୍ଗ କାର୍ରେ ଭୁବନେଶ୍ୱରରୁ କଟକ ଆସିଥିବା ବେଳେ ବିରୂପା ନଦୀରେ କାର୍ ପଶିଯିବାରୁ ସେ ନିଖୋଜ ହୋଇଯାଇଥିଲେ। ମୃତ ଯୁବକ ହେଲେ ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଅଞ୍ଚଳର ଅତୁଲ ଓରଫ ଉଦିତ ନାରାୟଣ ସାହୁ(୨୨)। ତାଙ୍କ ସହିତ ଥିବା ଲିଙ୍ଗିପୁର ଅଞ୍ଚଳର ଅଂଶୁମାନ ପଣ୍ଡାଙ୍କୁ ନିମପୁର ବସ୍ତିର ଯୁବକମାନେ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଳମ୍ବିତ ରାତିରେ କାର୍ଟିକୁ ନଈ ଭିତରୁ ଉଦ୍ଧାର କରାଯାଇଥିବା ବେଳେ କାର୍ ଭିତରେ ଉଦିତ ନଥିବା ଜଣାପଡ଼ିଥିଲା। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଓଡ୍ରାଫ୍ ଟିମ୍ ସହ ସ୍କୁବା ଡାଇଭର୍ ସାମିଲ ଥିଲେ ବୋଲି ଡିସିପି ଖିଲାରି ଋଷିକେଶ ଦ୍ୟାନଦେଓ ସୂଚନା ଦେଇଛନ୍ତି।
- Dec 04, 2025 08:06 IST
ଇଣ୍ଡିଗୋର ୧୨୩୨ ବିମାନ ଉଡ଼ାଣ ବାତିଲ
ନଭେମ୍ବର ମାସରେ ଇଣ୍ଡିଗୋର କାର୍ଯ୍ୟକ୍ଷମତାରେ ତୀବ୍ର ହ୍ରାସ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବୁଧବାର ଇଣ୍ଡିଗୋଠାରୁ ସ୍ପଷ୍ଟୀକରଣ ମାଗିଛି। ଏୟାରଲାଇନ୍ସ ମାସ ମଧ୍ୟରେ ୧୨୩୨ ଉଡ଼ାଣ ବାତିଲ କରିଛି ଏବଂ ବ୍ୟାପକ ବିଳମ୍ବ ସହିତ, ବିମାନ ଚଳାଚଳ ନିୟାମକକୁ ଏହାର କାର୍ଯ୍ୟକ୍ଷମତା ଉପରେ ସତର୍କ ଦୃଷ୍ଟି ରଖିବାକୁ ବାଧ୍ୟ କରିଛି। ଏହି ନିଷ୍ପତ୍ତି ସେହି ଦିନ ଆସିଥିଲା ଯେତେବେଳେ ଦେଶର ସର୍ବବୃହତ ବିମାନ କମ୍ପାନି ବିଭିନ୍ନ ବିମାନବନ୍ଦରରେ ୧୦୦ରୁ ଅଧିକ ଉଡ଼ାଣ ବାତିଲ କରିଥିଲା ଏବଂ ଅନେକ ସେବା ବିଳମ୍ବିତ ହୋଇଥିଲା କାରଣ ଏହା ମୁଖ୍ୟତଃ କର୍ମଚାରୀ ଅଭାବ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷମ ବାଧା ସହିତ ସଂଘର୍ଷ କରିଥିଲା ଏବଂ କ୍ୟାଲିବ୍ରେଟେଡ୍ ସମୟସୂଚୀ ସଂଶୋଧନ ଘୋଷଣା କରିଥିଲା। ବାତିଲ ତାଲିକାରେ ଦିଲ୍ଲୀ ବିମାନବନ୍ଦରରେ ୩୮ଟି, ମୁମ୍ବାଇ ବିମାନବନ୍ଦରରେ ୩୩ଟି ଏବଂ ଅହମ୍ମଦାବାଦ ବିମାନବନ୍ଦରରେ ୧୪ଟି ଉଡ଼ାଣ ସାମିଲ ଥିଲା।
/fit-in/580x348/filters:format(webp)/sambad/media/media_files/r6wWb4VymDn0ZgfpgOy4.jpg)
- Dec 04, 2025 07:25 IST
ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ
ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସଙ୍କଟାପନ୍ନ ରହିଛି। ଦେଶର ତିନି ସଶସ୍ତ୍ର ବାହିନୀର ମୁଖ୍ୟମାନେ ତାଙ୍କୁ ହସ୍ପିଟାଲରେ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ବାଂଲାଦେଶରେ ଏହିପରି ଭାବରେ ତିନି ସଶସ୍ତ୍ର ବାହିନୀର ମୁଖ୍ୟଙ୍କ ଏକତ୍ର ସାକ୍ଷାତ କରିବା ବିରଳ ଘଟଣା। ଖଲିଦାଙ୍କ ଚିକିତ୍ସାରେ ସହାୟତା କରିବା ପାଇଁ ବୁଧବାର ବ୍ରିଟିଶ ଡାକ୍ତରଙ୍କ ଏକ ଦଳ ମଧ୍ୟ ଢାକାରେ ପହଞ୍ଚିଥିଲା।
/fit-in/580x348/filters:format(webp)/sambad/media/media_files/2025/12/04/former-bangladesh-pm-khaleda-zia-2025-12-04-07-25-43.jpg)
Former Bangladesh PM Khaleda Zia Photograph: (Dainik Jagaran) - Dec 04, 2025 07:02 IST
ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଅପରାହ୍ନ ପ୍ରାୟ ୪ଟା ୩୦ରେ ନୂଆଦିଲ୍ଲୀରେ ପହଞ୍ଚିବେ। ତାଙ୍କ ଆଗମନର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଟିନଙ୍କ ସମ୍ମାନରେ ଏକ ରାତ୍ରୀଭୋଜନର ଆୟୋଜନ କରିବେ। ଏହି ବୈଠକର ଲକ୍ଷ୍ୟ ଦ୍ୱିପାକ୍ଷିକ ରଣନୈତିକ ଏବଂ ଅର୍ଥନୈତିକ ସହଭାଗୀତାକୁ ମଜବୁତ କରିବା। ପୁଟିନ ଶୁକ୍ରବାର ରାଜଘାଟ ଗସ୍ତ କରିବେ, ତା’ପରେ ହାଇଦ୍ରାବାଦ ହାଉସରେ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ପାଶ୍ଚାତ୍ୟ ଦେଶଗୁଡ଼ିକ ପୁଟିନଙ୍କ ଦୁଇ ଦିନିଆ ଗସ୍ତ ଉପରେ କଡ଼ା ନଜର ରଖିବେ। କାରଣ ଏହା ଏପରି ଏକ ସମୟରେ ଆସୁଛି ଯେତେବେଳେ ଆମେରିକା ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଛି। ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି।
/fit-in/580x348/filters:format(webp)/sambad/media/media_files/2025/12/04/modi-and-putin-2025-12-04-07-03-48.jpg)
Russia president arriving India today. Photograph: (File)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/04/breaking5-2025-12-04-06-59-53.jpg)