ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Jan 04, 2026 22:49 IST
ଆଦିବାସୀ ସାହିତ୍ୟ ଚର୍ଚ୍ଚା ଓ କବିତା ପାଠ
ନବରଙ୍ଗପୁର: ସ୍ଥାନୀୟ ପୁରୁଣା ମଣ୍ଡେଇ ପଡ଼ିଆ ପରିସରରେ ଗତକାଲିରୁ ଚାଳିଥିବା ପୁଷପୁନି-ପରବ-୨୬ ଅବସରରେ ଆଜି ଦ୍ବିତୀୟ ଦିନ ପ୍ରଥମ ଅଧିବେଶନ ସକାଳ ସାଢ଼େ ୧୧ଟା ବେଳେ ଆଦିବାସୀ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅବାହକ ମୁନା ତ୍ରିପାଠୀ ସଭାପତିତ୍ବ କରିଥିଲେ। ମୁଖ୍ୟଅତିଥି ଭାବେ ସର୍ବେଶ୍ବର ପାତ୍ର ଯୋଗ ଦେଇଥିଲେ।
/fit-in/580x348/filters:format(webp)/sambad/media/media_files/2026/01/04/pushpuni-2026-01-04-22-49-38.jpg)
ଏଥିରେ ଡ.ବିଜୟ କୁମାର ମିଶ୍ର, ଜାହ୍ନବୀ ପଣ୍ଡା, ପ୍ରଭାସିନୀ ମହାନ୍ତି, ମନୋଜ ପଟ୍ଟନାୟକ, ଦ୍ବିତୀକୃଷ୍ଣ ପଣ୍ଡା, ସବ୍ୟସାଚୀ ବିଷୋୟୀ, ପ୍ରସନ୍ନ କୁମାର ଖୁରା, ନବୀନ ପାତ୍ର ନାୟକ, ଡ.ସୁଶୋଭିତା ମେରଲିନ୍ ନାୟକ, ଦୁର୍ଗା ପ୍ରସାଦ ପ୍ରଧାନୀ, ସିଦ୍ଧାର୍ଥଶଙ୍କର ବେହେରା, ପି.ରବିକାନ୍ତ ରଘୁରାମ, ଜି.ପ୍ରକାଶ ସାମନ୍ତରାୟ, ଚନ୍ଦ୍ରଶେଖର ଦାସ, ସାଇମନ ବିଡିକା, କେଦାରେଶ୍ବର ପଟ୍ଟନାୟକ, ହେମଲତା ମାଝୀ ପ୍ରମୁଖ ଭାଗ ନେଇ ସ୍ବରଚିତ ଆଦିବାସୀ କବିତା ପାଠ କରିବା ସହ ଆଦିବାସୀ ସଂସ୍କୃତି, ଚାଳିଚଳଣୀ, ପରମ୍ପରା ଆଦି ଉପରେ ଆଲୋଚନା କରିଥିଲେ। ସ୍ବର୍ଣ୍ଣଲତା ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଶେଷରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ। ଅବଦୁଲ ଫିରୋଜ, ନିନିବାବୁ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ
- Jan 04, 2026 22:45 IST
'ରୁପାଝରନ୍-୨୦୨୫' ଅନୁଷ୍ଠିତ, ଅଞ୍ଚଳ ଉତ୍ସବ ମୁଖରିତ
ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ରଜତ ଜୟନ୍ତୀ ସମାରୋହ 'ରୁପାଝରନ୍-୨୦୨୫ ରବିବାର ସକାଳେ ଉଦ୍ଘାଟିତ ହୋଇଯାଇଛି। ଜାନୁଆରି ୪ ଓ ୫ ତାରିଖ ଦୁଇଦିନ ଧରି ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ରଜତ ଜୟନ୍ତୀ ସମାରୋହ ମହା ସମାରୋହରେ ପାଳନ ହେଉଥିବାରୁ ଅଞ୍ଚଳ ଉତ୍ସବ ମୁଖରିତ ହୋଇଛି। ରବିବାର ସକାଳ ୮ଟାରେ ମଶାଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଏଥିପାଇଁ ଧଅଁରାମାଲ ସ୍ଥିତ ପାଟଖଣ୍ଡା ପୀଠ, ରୁପ୍ରାର ଦୁଆରଶନୀ ପୀଠ ଓ ଜଗନ୍ନାଥ ମନ୍ଦିର ତଥା ରୁପ୍ରା (ଖମ୍ୱପଡା) ଶିବମନ୍ଦିର ଠାରୁ ବିଶାଳ ମଶାଲ୍ ଶୋଭାଯାତ୍ରା ବାହାରି ରୁପ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆରେ ଥିବା ମଞ୍ଚ ସମ୍ମୁଖରେ ସ୍ଥାପନ କରାଯାଇଥିଲା। ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ସକାଳ ୧୦ଟାରେ ମଞ୍ଚ ପୂଜନ ଓ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଥିଲା।
/fit-in/580x348/filters:format(webp)/sambad/media/media_files/2026/01/04/rupra-2026-01-04-22-45-35.jpg)
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟବକ୍ତା ଭାବରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ, ବିଶେଷ ନିମନ୍ତ୍ରିତ ଅତିଥିଭାବେ ନର୍ଲା ବିଡିଓ ବିପିନ୍ ବିହାରୀ ଦୀପ୍, ସମ୍ମାନିତ ଅତିଥିଭାବେ ନର୍ଲା ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜୋନ୍ ନଂ ୧ର ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ରୁପ୍ରା ସରପଞ୍ଚ ଡଲି ବେହେରା, ପୁରାତନ ଛାତ୍ର ସଂଘର ସଭାପତି ରବିନ୍ଦ୍ର ସାହୁ ଓ ସମ୍ପାଦକ ତେଜରାଜ ସାହୁ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ସ୍ମୃତିଫଳକ ପ୍ରଦାନ କରିଥିଲେ, ପରେ ଜଗନ୍ନାଥ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିବା ପରେ 'ସ୍ମରଣିକା - ରୁପାଝରନ୍' ଉନ୍ମୋଚନ ହୋଇଥିଲା।
ରିପୋର୍ଟ: ଅଜୟ ସେନାପତି - Jan 04, 2026 22:35 IST
ବାଇକ୍କୁ ଧକ୍କାଦେଲା ଭ୍ୟାନ୍, କାକା-ପୁତୁରା ମୃତ
ଡୁଙ୍ଗୁରିପାଲି/ଡୁଡୁକା: ସୁବର୍ଣ୍ଣପୁର ଜିଲ୍ଲା ଚେରୁପାଲି-ସାଲେଭଟା ଅଙ୍ଗନଦୀ ପୋଲ ନିକଟରେ ରବିବାର ମଧ୍ୟାହ୍ନରେ ଏକ ବାଇକ୍ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଛି। ଫଳରେ ବାଇକ୍ରେ ଥିବା ବିନିକା ବ୍ଲକ୍ ଚରଦା ଗ୍ରାମର ଭଜନ ବାଗ ଓ ତାଙ୍କ ପୁତୁରା ପାର୍ଥ ବାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଭଜନଙ୍କ ଝିଆରିଙ୍କ ବାହାଘର କାର୍ଡ ବାଣ୍ଟି ଫେରୁଥିବା ବେଳେ ଉଭୟେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।
/fit-in/580x348/filters:format(webp)/sambad/media/media_files/2026/01/04/1breaking-news-friday-2026-01-04-22-35-36.jpg)
ସୂଚନା ଅନୁସାରେ, ପାର୍ଥ ଓ ଭଜନ ଏକ ବାଇକ୍ (ଓଡି ୦୩ପି-୪୩୫୫) ଯୋଗେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଡୁଙ୍ଗୁରିପାଲିରୁ ବଲାଙ୍ଗୀର ପଟକୁ ଯାଉଥିବା ଗାଜର ବୋଝେଇ ପିକ୍ଅପ୍ (ଓଡି ୦୩ ଡବ୍ଲୁ-୩୯୪୧) ଭ୍ୟାନ୍ଟି ସେମାନଙ୍କୁ ଉକ୍ତ ପୋଲ ନିକଟରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପାର୍ଥଙ୍କ ମୃତ୍ୟୁ ହୋଇଥିବା ବେଳେ ଭଜନଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ବଡ଼ ଡାକ୍ତରଖାନା ନିଆଯାଉଥିଲା। ବରଗଡ଼ଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଖବରପାଇ ଡୁଙ୍ଗୁରିପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ି ସହ ମୃତଦେହ ଜବତ କରିଥିଲା।
- Jan 04, 2026 21:27 IST
ବାପାଙ୍କୁ ହାଣିଲା ପୁଅ
- ରାଉରକେଲାରେ ବାପାଙ୍କୁ ହାଣିଲା ପୁଅ
- କୁରାଢ଼ିରେ ହାଣି ବାପାଙ୍କ ଜୀବନ ନେଲା ପୁଅ
- ଅଭିଯୁକ୍ତ ପୁଅକୁ ଗିରଫ କଲା ପୁଲିସ
- Jan 04, 2026 18:28 IST
ଆନ୍ଧ୍ରପ୍ରଦେଶରେ ଓଡ଼ିଶାର କାର୍ ଦୁର୍ଘଟଣାଗ୍ରସ୍ତ
- ଆନ୍ଧ୍ରପ୍ରଦେଶରେ ଓଡ଼ିଶାର କାର୍ ଦୁର୍ଘଟଣାଗ୍ରସ୍ତ
- ଆନ୍ଧ୍ରର ବାରୁଆ ନିକଟରେ ଘଟିଛି ଦୁର୍ଘଟଣା
- ଜଣେ ମୃତ ୪ ଜଣ ଗୁରୁତର
- ସମସ୍ତେ ଓଡ଼ିଶାର ହୋଇଥିବା ସୂଚନା
- କାରରେ ରହିଛି ବାଲେଶ୍ବର ଆରଟିଓ ନମ୍ବର
/fit-in/580x348/filters:format(webp)/sambad/media/media_files/2026/01/04/gajapati-2026-01-04-18-28-28.jpg)
- Jan 04, 2026 18:01 IST
ଦୁଇ ଲୁଟେରା ସହ ଚୋର ଗିରଫ, ସୁନା ଗହଣା ଓ ଟଙ୍କା ଜବତ
ରାଉରକେଲା: ସେକ୍ଟର ଅଞ୍ଚଳରେ କ୍ୱାର୍ଟରରୁ ଆଜବେଷ୍ଟସ ଭାଙ୍ଗି ଚୋରି କରୁଥିବା ଜଣେ ପୁରୁଣା ଅଭ୍ୟାସଗତ ଅପରାଧୀକୁ ୭ ନମ୍ୱର୍ ଥାନା ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। ଉକ୍ତ ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ଠାରୁ ପୁଲିସ୍ ଲୁଟ୍ କରିଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ୧ ଲକ୍ଷ ୫ ହଜାର ଟଙ୍କା ଜବତ କରିଛନ୍ତି। ୮ ନମ୍ୱର୍ ସେକ୍ଟର ରେ ରହୁଥିବା ରତ୍ନାକର କିଶାନ ତାଙ୍କ ପତ୍ନୀଙ୍କ ସହ ମାର୍କେଟ ଯାଇଥିବା ବେଳେ ସଂଧ୍ୟା ବେଳେ ପୂର୍ଣ୍ଣ ଘର ଆଜବେଷ୍ଟସ ଭାଙ୍ଗି ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଥିଲା। ପୁଲିସ୍ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ସମସ୍ତ ସୁନା ଗହଣା ଏବଂ ନଗଦ ତାଙ୍କ ଜବତ୍ କରିଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/04/rourkela-2026-01-04-18-01-17.jpg)
ଅନ୍ୟ ଏକ ମାମଲାରେ ୧୯ ନମ୍ୱର୍ ସେକ୍ଟର ଥାନା ପୁଲିଲିସ୍ ଦୁଇ ଜଣ ଛିନତାଇ କରୁଥିବା ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ୍ ବ୍ୟାଗ୍ ଏବଂ ଟଙ୍କା ଉଦ୍ଧାର କରିଛନ୍ତି। ପୂଜା ନାମ୍ନୀ ଜଣେ ଯୁବତୀ ୧୯ ନମ୍ୱର୍ ସେକ୍ଟର ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଟଙ୍କା ଉଠାଇ ସାଇକେଲରେ ଘରକୁ ଫେରୁଥିବା ବେଳେ ଏହି ଦୁଇ ଲୁଟେରା ବାଇକ୍ରେ ଆସି ତାଙ୍କ ବ୍ୟାଗ୍ ଲୁଟି ନେଇଥିଲେ। ପୁଲିସ୍ ତଦନ୍ତ କରି ଦୁଇ ଲୁଟେରାଙ୍କୁ ଗିର କରିଛନ୍ତି।
- Jan 04, 2026 17:24 IST
ନିଆଁ ଲାଗି ୯ ଏକର ଧାନ ନଷ୍ଟ, ଚିନ୍ତାରେ ଚାଷୀ
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ଅନ୍ତର୍ଗତ ନିରୁଣ୍ଡି ଗ୍ରାମରେ ଧାନ ଖଲାରେ ନିଆଁ ଲାଗି ପ୍ରାୟ ୯ ଏକର ଧାନ ନଷ୍ଟ ହୋଇଛି। ଗ୍ରାମର ଚାଷୀ ଶୁକଦଶ ଭତରା, ଡମ୍ବରୁ ଭତରା ଏବଂ ଥଇଳ ଭତରା ଏକ ମାସ ତଳେ ୮ ଏକର ଜମିରୁ ଧାନ କାଟି ଘରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଖଲାରେ ଗଛିତ ରଖିଥିଲେ। ସେହିପରି ନକୁଳ ଭତ୍ରା ମଧ୍ୟ ୩ ଏକର ଜମିରୁ ଧାନ କାଟି ରଖିଥିଲେ। ତେବେ ଆଜି ଦିନ ଏକ ଘଣ୍ଟା ସମୟରେ ହଠାତ ପରିବାର ଲୋକ ଧାନ ଖଲାରୁ ନିଆଁ ଲାଗିଥିବା ଦେଖିଥିଲେ।
/fit-in/580x348/filters:format(webp)/sambad/media/media_files/2026/01/04/jharigaon-2026-01-04-17-24-22.jpg)
Fire gripes paddy in Jharigaon village. Photograph: (sambad.in) ଖବର ପ୍ରସାର ହେବା ପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଡ଼ାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଶେଷରେ ଡ଼ାବୁଗାଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଖଲାରେ ଥିବା ପ୍ରାୟ ୯ ଏକର ଧାନ ନିଆଁରେ ପୋଡି ନଷ୍ଟ ହୋଇ ଥିବା ସୂଚନା ମିଳିଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡି ନଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତି ପୁରଣ ଦେବା ପାଇଁ ଦାବି ହୋଇଛି।
- Jan 04, 2026 16:28 IST
ଟ୍ରକ୍କୁ ଧକ୍କା ଦେଇ ଜଣଙ୍କ ମୃତ୍ୟୁ
- ସମ୍ବଲପୁର ନକ୍ସାପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
- ପାଉଁଶ ବୋଝେଇ ଟ୍ରକ୍କୁ ଧକ୍କା ଦେଲା କାର
- ସମ୍ବଲପୁରରୁ ମାନେଶ୍ଵର ପଟକୁ ଯାଉଥିଲା କାର
- ଜଣେ ମୃତ, ୨ ଜଣ ଗୁରୁତର ଆହତ ସୂଚନା
/fit-in/580x348/filters:format(webp)/sambad/media/media_files/2026/01/04/accident-2026-01-04-16-27-21.jpg)
Car accident at Naxapali of Sambalpur district. Photograph: (sambad.in) - Jan 04, 2026 12:53 IST
ନିଆଁ ସହିତ ଖେଳୁଛି ଆମେରିକା, ଭେନେଜୁଏଲା ଆକ୍ରମଣକୁ ନେଇ ଜାତିସଂଘ କ୍ରୋଧିତ
ନ୍ୟୁୟର୍କ: ଆମେରିକାର ଭେନେଜୁଏଲା ଆକ୍ରମଣ ଉପରେ ଜାତିସଂଘ (ୟୁଏନ)ର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ, ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ହଟାଇବା ପାଇଁ କାର୍ଯ୍ୟ ଏକ "ବିପଜ୍ଜନକ ଉଦାହରଣ" ସୃଷ୍ଟି କରିଛି। ଏହି ବିବୃତି ସୋମବାର ଦିନ ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ ଆଲୋଚନା କରିବା ପାଇଁ ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଜାତିସଂଘ ବୈଠକ ପୂର୍ବରୁ ଆସିଛି।
- Jan 04, 2026 09:52 IST
ଡେଲସି ରୋଡ୍ରିଗେଜ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ନିଯୁକ୍ତ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଆମେରିକାର ଆକ୍ରମଣରେ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପରେ ଭେନେଜୁଏଲା ଏକ ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହେଉଥିବାରୁ, ଭେନେଜୁଏଲାର ସୁପ୍ରିମକୋର୍ଟର ସାମ୍ବିଧାନିକ ପ୍ରକୋଷ୍ଠ ଶନିବାର ଦିନ ଏକ ରାୟ ଜାରି କରିଛନ୍ତି, ଯାହା ଦ୍ୱାରା ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ପଦ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
- Jan 04, 2026 07:54 IST
ହିନ୍ଦୁତ୍ବକୁ ନେଇ ମେହବୁବା ମୁଫତିଙ୍କ ଝିଅଙ୍କର ବିବାଦୟୀ ବୟାନ
ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ନେତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ଏକ ବିବାଦୀୟ ବୟାନ ଜାରି କରି କହିଛନ୍ତି। ଆମେ କଶ୍ମୀରରେ ହିନ୍ଦୁତ୍ୱକୁ ପ୍ରଚଳନ କରିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/04/9a74662f-6c6c-4db6-ae03-1d304cb2be25-2026-01-04-07-53-55.jpg)
ତୁମେ ଆମକୁ ଭାରତ ମାତା କି ଜୟ ଏବଂ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରିପାରିବ ନାହିଁ। ବିଜେପି ଏବଂ ବଜରଙ୍ଗ ଦଳ ସମେତ ଅନେକ ସଂଗଠନ ଇଲତିଜାଙ୍କ ବୟାନର କଡ଼ା ବିରୋଧ କରିଛନ୍ତି।
- Jan 04, 2026 07:31 IST
କେକେଆର ଟିମ୍ରୁ ବାଦ୍ ପଡ଼ିଲେ ବାଂଲାଦେଶୀ ଖେଳାଳି!
ନୂଆଦିଲ୍ଲୀ: ପଡ଼ୋଶୀ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଥିବା ନିର୍ଯାତନା ମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଆଇପିଏଲ ନିଲାମରେ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା, ଯାହାକୁ ଭାରତରେ ନିରନ୍ତର ବିରୋଧ କରାଯାଉଥିଲା।
/fit-in/580x348/filters:format(webp)/sambad/media/media_files/2026/01/04/b32ea98d-9d90-4620-9da5-ae64f5eb9bf3-2026-01-04-07-30-46.jpg)
KKR removes Bangladeshi player from IPL team. Photograph: (Dainik Jagaran) ଭାରତୀୟଙ୍କ ସ୍ୱରରେ ମୁଣ୍ଡ ନୁଆଁଇ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଆଇପିଏଲ ଫ୍ରାଞ୍ଚାଇଜ୍ କେକେଆରକୁ ବାଂଲାଦେଶୀ ଖେଳାଳିଙ୍କୁ ତାଙ୍କ ଦଳରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲା। କିଛି ମିନିଟ୍ ପରେ ରହମାନ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ରୁ ବାହାର ହୋଇଯାଇଥିଲେ। ଏବେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତ ବାହାରେ ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଏହି ବର୍ଷ ଟି-୨୦ ବିଶ୍ୱକପର ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଦାବି କରିପାରିବ।
- Jan 04, 2026 07:22 IST
ଭେନେଜୁଏଲା ଯାତ୍ରା ନକରିବାକୁ ଅନୁରୋଧ
ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଶନିବାର ରାତିରେ ଏକ ପରାମର୍ଶ ଜାରି କରି ଏହାର ନାଗରିକମାନଙ୍କୁ ଭେନେଜୁଏଲା ଯାତ୍ରା ନକରିବାକୁ ଅନୁରୋଧ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭେନେଜୁଏଲାରେ ଥିବା ସମସ୍ତ ଭାରତୀୟଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଏବଂ ସେମାନଙ୍କ ଗତିବିଧିକୁ ସୀମିତ କରିବାକୁ ଅନୁରୋଧ କରିଛି।
/fit-in/580x348/filters:format(webp)/sambad/media/media_files/2026/01/04/75eb3db7-74ef-44ad-8f8e-3ab01c692f4d-2026-01-04-07-24-36.jpg)
- Jan 04, 2026 07:11 IST
ଭେନେଜୁଏଲାରେ ଆମେରିକାର ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ
କାରାକାସ୍: ଭେନେଜୁଏଲାରେ ଶନିବାର ସକାଳେ ହୋଇଥିବା ଏକ ବଡ଼ ଆମେରିକାର ସାମରିକ ଆକ୍ରମଣରେ ସାଧାରଣ ନାଗରିକ ଏବଂ ସୈନିକ ସମେତ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି। ନ୍ୟୁୟର୍କ ଟାଇମ୍ସ ଜଣେ ବରିଷ୍ଠ ଭେନେଜୁଏଲାଙ୍କ ଅଧିକାରୀଙ୍କ ଉଦ୍ଧୃତି ଦେଇ ଏହି ସୂଚନା ଦେଇଛି। ନାମ ଗୋପନ ରଖିବା ସର୍ତ୍ତରେ ଅଧିକାରୀ ଜଣକ କହିଛନ୍ତି ଯେ ଏହି ଆକ୍ରମଣରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି।
/fit-in/580x348/filters:format(webp)/sambad/media/media_files/2026/01/04/a4f8e539-1a3b-456d-89dd-e0ac74283d10-2026-01-04-07-11-30.jpg)
At least 40 killed in Venezuela in US military operation. Photograph: (Navbharat Times) ଶୁକ୍ରବାର ଏବଂ ଶନିବାର ରାତି ମଧ୍ୟରେ ଆମେରିକା ଭେନେଜୁଏଲାରେ ଏକ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ କରିଥିଲା, ଯେଉଁଥିରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରାଯାଇଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଶ୍ଚିତ କରିଛନ୍ତି ଯେ ମାଦୁରୋଙ୍କୁ ବନ୍ଦୀ କରି ଆମେରିକା ନିଆଯାଇଛି, ଯେଉଁଠାରେ ତାଙ୍କୁ ବିଚାର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/03/1breaking-news-sunday-2026-01-03-22-37-22.jpg)