Breaking News Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Jan 05, 2026 22:00 IST
କ୍ୟାପିଟାଲ ହସ୍ପିଟାଲକୁ ମିଳିଲା ନୂଆ ଅଧୀକ୍ଷକ
- କ୍ୟାପିଟାଲ ହସ୍ପିଟାଲରେ ନୂଆ ଅଧୀକ୍ଷକ ନିଯୁକ୍ତ
- ସୁଶାନ୍ତ କୁମାର ନାଏକ ନୂଆ ଅଧୀକ୍ଷକ ନିଯୁକ୍ତ
- ଗଂଜାମ ସିଡିଏମ୍ଓ ଥିଲେ ସୁଶାନ୍ତ କୁମାର ନାଏକ
/fit-in/580x348/filters:format(webp)/sambad/media/media_files/2026/01/05/1breaking-news-saturday-2026-01-05-22-00-04.jpg)
-
Jan 05, 2026 20:48 IST
ଓମ୍ସା ରାଇରଙ୍ଗପୁର ଶାଖା ପକ୍ଷରୁ ଧାରଣା
ରାଇରଙ୍ଗପୁର: ରାଜ୍ଯସାରା ମଞ୍ଜୁରୀପ୍ରାପ୍ତ ପଦ ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବି ଖାଲି ପଡ଼ିଛି। ଏହି ପଦବି ସବୁ ପୂରଣ କରିବା ସହ ଅନ୍ଯ କିଛି ଦାବି ନେଇ ସରକାରଙ୍କୁ ଯେତେ ଅନରୋଧ କଲେ ମଧ୍ଯ ବାରମ୍ବାର ସରକାର ଅଣଦେଖା ଓ ପ୍ରତାରଣା ଯୋଗୁଁ ଡାକ୍ତରମାନେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିଛନ୍ତି। ତେବେ ପୂର୍ବରୁ ୧ ଘଣ୍ଟା ପାଇଁ ବହିଃବିଭାଗ ବିଭାଗ ବନ୍ଦ କରିଥିବା ବେଳେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ପ୍ରତ୍ୟେକ ଦିନ ୯ ଟାରୁ ୧୧ଟା ବହିଃବିଭାଗ ବନ୍ଦ ରହିବ ବୋଲି ଓମ୍ସା ସଂଘ ନିଷ୍ପତ୍ତି ନେଇଛନ୍ତି। ଓମ୍ସା ପକ୍ଷରୁ କୁହାଯାଇଛି ଯେ ଏହି ଧର୍ମଘଟ ରୋଗୀଙ୍କ ବିରୋଧରେ ନୁହେଁ ବରଂ ସ୍ବାସ୍ଥ୍ଯ ବ୍ଯବସ୍ଥାର ଅସୁବିଧା ଓ ସରକାରୀ ଅବହେଳା ବିରୋଧରେ। ଡାକ୍ତର ନିଜେ ସୁରକ୍ଷିତ ଓ ସମ୍ମାନିତ ନ ହେଲେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଦେବା ସମ୍ଭବ ନୁହେଁ। ଏଣୁ ସରକାରଙ୍କ ଠାରେ ଓଡିଶା ମେଡିକାର ସରଭିସେସ୍ ଆସୋସିଏସନ (ଓମ୍ସା) ଦାବି ଜଣାଇଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/05/img-20260105-wa0362-2026-01-05-20-48-41.jpg)
ଏ ସଂପର୍କରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଧାରଣାର ଡାକରା ଦେଇଥିଲେ। ଧାରଣା ସମୟରେ ସଭାପତି ତଥା ଏସଡିଏମଓ ଡାକ୍ତର ରବୀନ୍ଦ୍ରନାଥ ମାର୍ଣ୍ଡି, ଉପସଭାପତି ଡକ୍ଟର ପ୍ରମୋଦ କୁମାର ସାହୁ, କୋଷାଧକ୍ଷା ଡ଼ାକ୍ତର ମାନସି କିସ୍କୁ, ଯୁଗ୍ମ ସମ୍ପାଦକ ଡାକ୍ତର ଦେବେନ୍ଦ୍ରନାଥ ଟୁଡୁ ତଥା କାର୍ଯ୍ଯକାରୀ ସଦସ୍ଯ ଡ଼ାକ୍ତର ରୀତା ଟୁଡୁ, ଡ଼ାକ୍ତର ଗୋବିନ୍ଦ ସୋରେନ, ଡ଼ାକ୍ତର ଦିବ୍ଯ ପ୍ରକାଶ ଜେନା, ଡ଼ାକ୍ତର ଛବିରାଣୀ ନାଏକ, ଡ଼ାକ୍ତର ଦୀପକ କୁମାର ଜେନା, ଡ଼ାକ୍ତର ରିତେଶ ଚୈତନ, ଡ଼ାକ୍ତର ସୁଶୀଲ କୁମାର ବିଶୋଇ ପ୍ରମୁଖ ନେତୁତ୍ବରେ ବହୁ ଡ଼ାକ୍ତର ସାମିଲ ଥିଲେ।
-
Jan 05, 2026 20:15 IST
ନକ୍ସଲଙ୍କ ପ୍ରେସର ବୋମା ବିସ୍ଫୋରଣରେ ନାବାଳକ ଗୁରୁତର
ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନକ୍ସଲ ଧୀରେଧୀରେ କମୁଥିବା ନେଇ ଯାହା ସଂଦେହ କରାଯାଉଥିଲା ତାହା ସଂପୂର୍ଣ୍ଣ ସତ୍ୟ ନୁହେଁ। ଏବେ ବି ଜଂଗଲରେ କିଛି ନକ୍ସଲ ରହି ଲ୍ୟାଣ୍ଡମାଇନ ଓ ପ୍ରେସର ବୋମା ଦ୍ବାରା ହିଂସା ଘଟାଇବାରେ ଲାଗିଛନ୍ତି। ଆଜି ସକାଳୁ ଗାଙ୍ଗଲୁର ଥାନା ଅନ୍ତର୍ଗତ କରଚୋଲି ଗ୍ରାମର ରାମ ପୋଟାମ (୧୫) ନାମକ ଯୁବକ କୌଣସି କାମ ପାଇଁ ନିକଟସ୍ଥ ଜଂଗଲକୁ ଯାଇଥିଲା। ତେବେ ପୂର୍ବରୁ ନକ୍ସଲ ଜଂଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଂଗଲ ରାସ୍ତାରେ ପ୍ରେସର ବୋମା ଖଞ୍ଜିଥିଲେ। ଏହି ପ୍ରେସର ବୋମାର ଶିକାର ହୋଇଥିଲେ ରାମ। ପ୍ରେସର ବୋମା ଉପରେ ରାମଙ୍କର ପାଦ ପଡିବା ପରେ ଏହା ବିସ୍ଫୋରଣ ହୋଇଥିଲା। ଯାହାଫଳରେ ସେ ଗୁତୁର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ରାମକୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରିଥିଲେ। ରାମଙ୍କର ଗୋଟିଏ ଗୋଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ପୁଲିସ ଏବଂ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
-
Jan 05, 2026 19:10 IST
କଟନୀ ଛଟନୀ ବିବାଦ: ଆଜିବି ଉଠିଲାନି ଝରିଗାଁ ମଣ୍ଡିରୁ ଧାନ
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଧାନ ମଣ୍ଡି ଖଲି ତିନି ସପ୍ତାହ ବିତି ଯାଇ ଥିଲେ ମଧ୍ୟ ଚାଷୀଙ୍କ ଠାରୁ ଧାନ କିଣା ଯାଉନଥିବା ଅଭିଯୋଗ ହୋଇଛି। ମଣ୍ଡି ଉଦ୍ଘାଟନ ହେବା ଦିନ ଟାର୍ଗେଟ ଆସିନଥିବା ଯୋଗୁଁ ଚାଷୀଙ୍କ ଠାରୁ ଧାନ କିଣା ହୋଇ ପାରିନଥିଲା। ଦ୍ୱତୀୟ ସପ୍ତାହରେ FAQମାନର ଧାନ ଆଲ ଦେଖାଇ କଟନୀ ଛଟନୀ କରିବା ପାଇଁ ବାଧ୍ୟ କରୁଥିବା ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ ଜଣେ ଚାଷୀଙ୍କ ଠାରୁ ୭୫ କ୍ୟୁଟଲ ଧାନ କିଣିଥିବା ଲେମ୍ପସ ନିର୍ଦେଶକ ନରସିଂହ ଗୌଡ଼ ସୂଚନା ଦେଇଥିଲେ।
/fit-in/580x348/filters:format(webp)/sambad/media/media_files/2026/01/05/jharigaon-2026-01-05-19-09-57.jpg)
ତେବେ ଆଜି ତୃତୀୟ ସପ୍ତାହରେ ମଧ୍ୟ କୌଣସି ଚାଷୀଙ୍କ ଠାରୁ ଧାନ କିଣା ଯାଇନାହିଁ। ଆଜି ବହୁ ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ ଧାନ ନେଇଥିଲେ। ମିଲରମାନେ ବିଳମ୍ବରେ ଆସିବା ସହ କଟନୀ ଛଟନୀ ବିବାଦ ଯୋଗୁଁ ଆଜି ମଧ୍ୟ ଚାଷୀଙ୍କ ଠାରୁ ଧାନ କିଣା ଯାଇ ନଥିବା ବରିଷ୍ଟ ଚାଷୀ ପ୍ରଫୁଲ ପାଣ୍ଡେ ଅଭଯୋଗ କରଛନ୍ତି।ମଣ୍ଡିରେ ଚାଷୀଙ୍କ ଧାନ କିଣା ଯାଉ ନଥିବା ଯୋଗୁଁ ସ୍ଥାନୀୟ ଚାଷୀ ଅସନ୍ତୋଷ ପ୍ରକାଶ କରିବା ସହ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପାଣ୍ଡେ ଚେତାବନୀ ଦେଇଛନ୍ତି।ଏଠାରେ ପ୍ରକାଶ ଯେ ଦୁଇ ସପ୍ତାହ ମଧ୍ୟରେ ଝରିଗାଁ ଧାନ ମଣ୍ଡିରେ ପ୍ରାୟ ୧୦ ହଜାର ବସ୍ତା ଧାନ ଆରଏମସି ଗୋଦାମରେ ଗଛିତ ରହିଛି।
-
Jan 05, 2026 18:45 IST
ପ୍ରେମକୁ ନେଇ ଗୁଳିମାଡ଼
- ପ୍ରେମ ସମ୍ପର୍କ ନେଇ ଯୁବକକୁ ଗୁଳିମାଡ଼
- ଗୁଳିକାଣ୍ଡ ଘଟାଇଥିବା ବଡ଼ ଭାଇ ଫେରାର
- ସାନ ଭାଇ ଥାନାରେ ଅଟକ
- ଗଜପତି ଜିଲ୍ଲା ମୋହନା ଥାନା ଢେପାସାହିରେ ଉତ୍ତେଜନା
- ଗୁରୁତରକୁ ଡାକ୍ତରଖାନାରେ ଭର୍ତ୍ତି
- ମାମଲା ରୁଜୁ, ପୁଲିସର ତଦନ୍ତ ଜାରି
/fit-in/580x348/filters:format(webp)/sambad/media/media_files/2026/01/05/gajapati-2026-01-05-18-45-04.jpg)
-
Jan 05, 2026 18:32 IST
ସିଆଳି ବେଳାଭୂମିରୁ ବାଲି ଚୋରି
ଏରସମା: ଜଗତସିଂହପୁର ଜିଲ୍ଲାର ଗର୍ବ ଓ ଗୌରବ ଏରସମାର ଶିଆଳି ବେଳାଭୁମି। ଏଠାରେ ବର୍ଷର ନଭେମ୍ବର ମାସରୁ ଫେବ୍ରୁଆରି ପର୍ଯ୍ୟନ୍ତ ହେବ ପର୍ଯ୍ୟଟକଙ୍କ ଭିଡ଼। ଏହି ବେଳାଭୂମିର ମନୋରମା ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ଆକୃଷିତ କରିଥାଏ। ଝାଉଁ ଜଙ୍ଗଲ ସହିତ ସମୁଦ୍ର ପାଣିର ଢେଉ, ଲହଡ଼ି ଯେପରି ମନକୁ ଆନନ୍ଦ ଦେଇଥାଏ। ପର୍ଯ୍ୟଟକମାନଙ୍କ ପାଇଁ ହୋଇଥିବା ଭିଉ ଟାୱାର ଉପରେ ଛିଡ଼ା ହୋଇ ସମୁଦ୍ରର ମଜା ନିଆଯାଇଥାଏ।
/fit-in/580x348/filters:format(webp)/sambad/media/media_files/2026/01/05/siali-2026-01-05-18-32-09.jpg)
ଚଳିତ ବର୍ଷ ସମୁଦ୍ର ମାଡ଼ି ଆସିବାରୁ ଭିୟୁ ଟାୱାର ତଳ ଅଂଶ ଖାଇଯିବାରୁ ଟାୱାରଟି ବିପଦ ସଂକୁଳ ଅବସ୍ଥାରେ ରହିଥିଲା। ବର୍ତମାନ ସିଆଳି ବେଳାଭୂମିରେ ଥିବା ଓଟିଡିସି ଘର ପଛପଟରୁ ବାଲି ଚୋରି ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସକାଳୁ ସକାଳୁ ଲୋକମାନେ ଦେଖିବାକୁ ପାଇଲେ ବାଲି ତଡ଼ା ହୋଇଛି। ଏ ବିଷୟରେ ଫରେଷ୍ଟର ମଙ୍ଗଳ ହେମ୍ରେମ୍ ଅବଗତ ହେଲାପରେ ସେଠାରୁ ବାଲି ଉଠାଇଥିବା ଜଗନ୍ନାଥ ବେରାଙ୍କ ବିରୁଦ୍ଧରେ ଅଭିଯୋଗ ଦାୟର କରି ଦ୍ରୁଢ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି।
-
Jan 05, 2026 17:51 IST
ଅଟୋ ରିକ୍ସା ଓଲଟି ଜଣେ ମୃତ, ଅନ୍ୟ ଜଣେ ଆହତ
ବିଷମ କଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁଲୁଗୁଡା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ରିକ୍ସା ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
/fit-in/580x348/filters:format(webp)/sambad/media/media_files/2026/01/05/bisam-cuttack-2026-01-05-17-51-28.jpg)
ସୂଚନା ଅନୁଯାୟୀ ଆଜି ସକାଳେ ଏକ ଡାଲା ଅଟୋ ରିକ୍ସା ହାଟମୁନିଗୁଡ଼ାରୁ ପାଇକଡାକୁଲୁଗୁଡ଼ା ଫେରିବା ବାଟରେ ଡାକୁଲୁଗୁଡ଼ା ନଦୀ ବୁଲାଣି ଠାରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା। ଫଳରେ ଅଟୋରେ ବସିଥିବା କୃଷ୍ଣ ତୁଇକାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ଆହତ ରମେଶ ତୁଇକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଷମକଟକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ସଂକ୍ରାନ୍ତରେ ଖବର ପାଇ ମୁନିଗୁଡା ପୁଲିସ୍ ପହଁଛି ଶବ ଜବତ କରିଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ତଦନ୍ତ ଚଳାଇଛି।
-
Jan 05, 2026 17:49 IST
ନିଆଁରେ ପୋଡ଼ି ୪ ଛାତ୍ର ଗୁରୁତର
ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ନିଆଁରେ ପୋଡ଼ି ହୋଇ ୪ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଅପରାହ୍ନ ୩ଟା ସମୟରେ ବିଦ୍ୟାଳୟ କିଛି ଛାତ୍ର ପରିସ୍ରା କରିବାକୁ ଯାଇଥିଲେ। ସେ ସମୟରେ ବିଦ୍ୟାଳୟର ଜଣେ ଛାତ୍ର ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ଦିଆସିଲି ଲଗାଇ ଦେଇଥିଲା। ଫଳରେ ପିଲାମାନଙ୍କ ଶରୀର ଅଗ୍ନି ସଂଯୋଗ ହୋଇଥିଲା। ପିଲାମାନେ ଜଳିଯାଉଥିଲେ। ଖବର ପାଇଁ ବିଦ୍ୟାଳୟ ଶିକ୍ଷକମାନେ ଚାରିଜଣ ଛାତ୍ରଙ୍କୁ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଚିକିତ୍ସା ନିମନ୍ତେ ଆଣାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଖ୍ରୀଷ୍ଠୀୟାନ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ମଧ୍ୟରେ ବିରାଜ ଟାକ୍ରି ଗୁରୁତର ରହିଛି।
ସପ୍ତମ ଶ୍ରେଣୀ ଛାତ୍ର ବିରାଜ ଟାକ୍ରି, ନଳିନ ହୁଇକା, ରୋହିତ ଖରା ଏବଂ ପଂଚମ ଶ୍ରେଣୀ ଛାତ୍ର ସୁଦାବ ବାଘ ଆହତ ଅଛନ୍ତି। ବିଦ୍ୟାଳୟ କାର୍ଯ୍ୟ ସମୟ ଭିତରେ ଛାତ୍ରମାନେ ପୋଡ଼ିଯିବା ଏକ ନିନ୍ଦନିୟ ଘଟଣା ହୋଇଥିବା ବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ସେ ସଂକ୍ରାନ୍ତରେ ପ୍ରଧାନଶିକ୍ଷକ ଚନ୍ଦନ କଲକାଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଘଟଣାସ୍ଥଳରେ ନଥିଲେ। ସେହି ସମୟରେ ବିଦ୍ୟାଳୟର ଅନ୍ୟ ଏକ ପରିସରରେ ପାଠ ପଢ଼ାଉଥିଲେ। ଖବର ପାଇଁ ମେଡିକାଲ ଆସିଥିବା କହିବା ସହ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେ ସଂକ୍ରାନ୍ତରେ ବିଦ୍ୟାଳୟ ଉପସ୍ଥିତ ଅନ୍ୟ ଶିକ୍ଷକମାନଙ୍କୁ ପଚାରି ବୁଝିବେ ବୋଲି ପ୍ରକାଶ କରିଛନ୍ତି।
-
Jan 05, 2026 16:44 IST
ସିବିଆଇ ଚାର୍ଜସିଟ୍ରେ କୋଲକାତା ଲିଙ୍କ୍
- ପୁଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲା
- ସିବିଆଇ ଚାର୍ଜସିଟ୍ରେ କୋଲକାତା ଲିଙ୍କ୍
- ୬୮ ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କଲା ସିବିଆଇ
- କଳା ତାଲିକାଭୁକ୍ତ କମ୍ପାନି ହାତରେ ଥିଲା ପରୀକ୍ଷା ପରିଚାଳନା ଦାୟିତ୍ବ
- ଚାର୍ଜସିଟ୍ରେ ରହିଛି ୧୬ ଜଣ ଅଭିଯୁକ୍ତଙ୍କର ନାମ
- ପ୍ରଶ୍ନ ପତ୍ର ଛାପିବା ଦାୟିତ୍ଵ ନେଇଥିଲା ଓପିଆରବି
/fit-in/580x348/filters:format(webp)/sambad/media/media_files/2026/01/05/1breaking-news-saturday-2026-01-05-16-44-27.jpg)
-
Jan 05, 2026 15:24 IST
ସିଆରଆରଆଇ ଥାନା ଅଧିକାରୀ ନିଲମ୍ବିତ
- ୪୦ ହଜାର ଟଙ୍କା ଲାଞ୍ଚ ମାମଲା
- କଟକସ୍ଥିତ ସିଆରଆରଆଇ ଥାନା ଅଧିକାରୀ ନିଲମ୍ବିତ
- ଥାନା ଅଧିକାରୀ ବିଜୟ ବାରିକଙ୍କୁ ନିଲମ୍ବନ କଲେ ଡିଜିପି
/fit-in/580x348/filters:format(webp)/sambad/media/media_files/2026/01/05/1breaking-news-sunday-2026-01-05-15-24-45.jpg)
-
Jan 05, 2026 11:12 IST
ବିଡ଼ିଓଙ୍କୁ ବିଜେପି ନେତାଙ୍କ ଆକ୍ରମଣ, ପ୍ରଶାସନିକ ସଂଘର ନିନ୍ଦା
କେନ୍ଦ୍ରାପଡ଼ା: ରାଜନଗର ମହିଳା ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କୁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମୟରେ ବିଜେପି ନେତା ଲଳିତ ବେହେରା କରିଥିବା ଆକ୍ରମଣ ଉଦ୍ୟମକୁ ଜିଲ୍ଲା ଓଏଏସ(ଓଡିଶା ପ୍ରଶାସନିକ ସଂଘ ) ଦୃଢ଼ ନିନ୍ଦା କରିଛି। ଜଣେ ପ୍ରଶାସନିକ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ପଶି କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହିତ ଆକ୍ରମଣ କରିବା ଉଦ୍ୟମ ନିଶ୍ଚିତ ଭାବେ ଦୁଃଖଦ ବିଷୟ, ଏତିପ୍ରତି ଓଏଏସ ସଂଘ ଦୃଢ ପ୍ରତିବାଦ କରିବା ସହିତ ଏପରି କାର୍ଯ୍ୟକଳାପ ନିଶ୍ଚିତ ଭାବେ ନିନ୍ଦନୀୟ ବୋଲି କହିଛି।
/fit-in/580x348/filters:format(webp)/sambad/media/media_files/2026/01/05/5612baa8-9e42-4a8e-82c5-104a0ddf3079-2026-01-05-11-12-37.jpg)
ଏହି ପରିପ୍ରେକ୍ଷୀରେ ଜିଲ୍ଲା ଓଏଏସ ସଂଘ ବୈଠକ କରି ନିନ୍ଦା ପ୍ରସ୍ତାବ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ପ୍ରଦାନ କରିଛନ୍ତି। ଏହା ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଜିଲ୍ଲା ପ୍ରଶାସନିକ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ,ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ, କେନ୍ଦ୍ରାପଡ଼ା ତହସିଲଦାର କୁଇନି ଜେନା, ଗରଦପୁର ବିଡ଼ିଓ ଆଲୋକ କୁମାର ସେଠୀଙ୍କ ସମେତ ଅନ୍ୟ ବିଡ଼ିଓ, ତହସିଲଦାର ମାନେ ଉପସ୍ଥିତ ଥିଲେ।
-
Jan 05, 2026 10:09 IST
କୁହୁଡ଼ି ଯୋଗୁଁ ଦୁର୍ଘଟଣା: ୨ଜଣଙ୍କର ମୃତ୍ୟୁ
ଆଗ୍ରା: ଗ୍ୱାଲିୟର ହାଇୱେର ଇରାଦତନଗର ଅଞ୍ଚଳରେ ଆଜି ସକାଳୁ ଘନ କୁହୁଡ଼ି ଯୋଗୁଁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅନେକ ଗାଡ଼ି ପରସ୍ପର ସହିତ ଧକ୍କା ହୋଇଥିଲା। ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।
Young man dead in stone attack in Dhenkanal. Photograph: (sambad) ଦୁର୍ଘଟଣାରେ ବାଡ୍ଥା ନା ମାଲପୁରା ନିବାସୀ ବିଷ୍ଣୁ ଏବଂ କିରାୱାଲିର ଇମ୍ରାନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
-
Jan 05, 2026 10:01 IST
ରିକି ପଣ୍ଟିଂଙ୍କ ସମକକ୍ଷ ହେଲେ ଜୋ ରୁଟ୍
ସିଡ୍ନି: ଅଷ୍ଟ୍ରେଲିଆର ସିଡ୍ନିସ୍ଥିତ ଏସସିଜିରେ ଖେଳାଯାଉଥିବା ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟର ଦ୍ୱିତୀୟ ଦିନର ପ୍ରଥମ ସେସନ ପରେ ଇଂଲଣ୍ଡ ମ୍ୟାଚ୍ ଉପରେ ନିଜର କବ୍ଜାକୁ ଆହୁରି ଦୃଢ଼ କରିଛି। ଅଭିଜ୍ଞ ବ୍ୟାଟସମ୍ୟାନ ଜୋ ରୁଟଙ୍କ ଚମତ୍କାର ଶତକ ଯୋଗୁଁ ଇଂଲଣ୍ଡ ମଧ୍ୟାହ୍ନ ଭୋଜନ ସୁଦ୍ଧା ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୩୩୬ ରନ କରିଛି। ଦ୍ୱିତୀୟ ଦିନରେ ବିସ୍ଫୋରକ ବ୍ୟାଟର ଜୋ ରୁଟ ଇଂଲଣ୍ଡ ପାଇଁ ଏକ ଚମତ୍କାର ଶତକ ହାସଲ କରି ଅଷ୍ଟ୍ରେଲିୟ କିମ୍ବଦନ୍ତୀ ରିକି ପଣ୍ଟିଂଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।
England cricketer Joe Root. Photograph: (Indian Express) -
Jan 05, 2026 09:45 IST
ଆସାମରେ ବଡ଼ ଧରଣର ଭୂକମ୍ପ ଝଟକା
ସକାଳେ ସକାଳେ ଥରିଲା ଆସାମ । ଆସାମ ମୋରିଗାଓଁରେ ବଡ଼ ଧରଣର ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ । ଭୋର ୪ଟା ୧୭ରେ ଭୂକମ୍ପ ଅନୁଭୂତ । କେହି କିଛି ବୁଝିବା ଆଗରୁ ଦୋହଲିଗଲା ଆସାମ । ଭୟରେ ଘରୁ ଧାଇଁଲେ ଲୋକେ ।
Breaking News and update Photograph: (sambad.in) -
Jan 04, 2026 22:49 IST
ଆଦିବାସୀ ସାହିତ୍ୟ ଚର୍ଚ୍ଚା ଓ କବିତା ପାଠ
ନବରଙ୍ଗପୁର: ସ୍ଥାନୀୟ ପୁରୁଣା ମଣ୍ଡେଇ ପଡ଼ିଆ ପରିସରରେ ଗତକାଲିରୁ ଚାଳିଥିବା ପୁଷପୁନି-ପରବ-୨୬ ଅବସରରେ ଆଜି ଦ୍ବିତୀୟ ଦିନ ପ୍ରଥମ ଅଧିବେଶନ ସକାଳ ସାଢ଼େ ୧୧ଟା ବେଳେ ଆଦିବାସୀ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅବାହକ ମୁନା ତ୍ରିପାଠୀ ସଭାପତିତ୍ବ କରିଥିଲେ। ମୁଖ୍ୟଅତିଥି ଭାବେ ସର୍ବେଶ୍ବର ପାତ୍ର ଯୋଗ ଦେଇଥିଲେ।
/fit-in/580x348/filters:format(webp)/sambad/media/media_files/2026/01/04/pushpuni-2026-01-04-22-49-38.jpg)
ଏଥିରେ ଡ.ବିଜୟ କୁମାର ମିଶ୍ର, ଜାହ୍ନବୀ ପଣ୍ଡା, ପ୍ରଭାସିନୀ ମହାନ୍ତି, ମନୋଜ ପଟ୍ଟନାୟକ, ଦ୍ବିତୀକୃଷ୍ଣ ପଣ୍ଡା, ସବ୍ୟସାଚୀ ବିଷୋୟୀ, ପ୍ରସନ୍ନ କୁମାର ଖୁରା, ନବୀନ ପାତ୍ର ନାୟକ, ଡ.ସୁଶୋଭିତା ମେରଲିନ୍ ନାୟକ, ଦୁର୍ଗା ପ୍ରସାଦ ପ୍ରଧାନୀ, ସିଦ୍ଧାର୍ଥଶଙ୍କର ବେହେରା, ପି.ରବିକାନ୍ତ ରଘୁରାମ, ଜି.ପ୍ରକାଶ ସାମନ୍ତରାୟ, ଚନ୍ଦ୍ରଶେଖର ଦାସ, ସାଇମନ ବିଡିକା, କେଦାରେଶ୍ବର ପଟ୍ଟନାୟକ, ହେମଲତା ମାଝୀ ପ୍ରମୁଖ ଭାଗ ନେଇ ସ୍ବରଚିତ ଆଦିବାସୀ କବିତା ପାଠ କରିବା ସହ ଆଦିବାସୀ ସଂସ୍କୃତି, ଚାଳିଚଳଣୀ, ପରମ୍ପରା ଆଦି ଉପରେ ଆଲୋଚନା କରିଥିଲେ। ସ୍ବର୍ଣ୍ଣଲତା ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଶେଷରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ। ଅବଦୁଲ ଫିରୋଜ, ନିନିବାବୁ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ
-
Jan 04, 2026 22:45 IST
'ରୁପାଝରନ୍-୨୦୨୫' ଅନୁଷ୍ଠିତ, ଅଞ୍ଚଳ ଉତ୍ସବ ମୁଖରିତ
ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ରଜତ ଜୟନ୍ତୀ ସମାରୋହ 'ରୁପାଝରନ୍-୨୦୨୫ ରବିବାର ସକାଳେ ଉଦ୍ଘାଟିତ ହୋଇଯାଇଛି। ଜାନୁଆରି ୪ ଓ ୫ ତାରିଖ ଦୁଇଦିନ ଧରି ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ରଜତ ଜୟନ୍ତୀ ସମାରୋହ ମହା ସମାରୋହରେ ପାଳନ ହେଉଥିବାରୁ ଅଞ୍ଚଳ ଉତ୍ସବ ମୁଖରିତ ହୋଇଛି। ରବିବାର ସକାଳ ୮ଟାରେ ମଶାଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଏଥିପାଇଁ ଧଅଁରାମାଲ ସ୍ଥିତ ପାଟଖଣ୍ଡା ପୀଠ, ରୁପ୍ରାର ଦୁଆରଶନୀ ପୀଠ ଓ ଜଗନ୍ନାଥ ମନ୍ଦିର ତଥା ରୁପ୍ରା (ଖମ୍ୱପଡା) ଶିବମନ୍ଦିର ଠାରୁ ବିଶାଳ ମଶାଲ୍ ଶୋଭାଯାତ୍ରା ବାହାରି ରୁପ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆରେ ଥିବା ମଞ୍ଚ ସମ୍ମୁଖରେ ସ୍ଥାପନ କରାଯାଇଥିଲା। ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ସକାଳ ୧୦ଟାରେ ମଞ୍ଚ ପୂଜନ ଓ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଥିଲା।
/fit-in/580x348/filters:format(webp)/sambad/media/media_files/2026/01/04/rupra-2026-01-04-22-45-35.jpg)
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟବକ୍ତା ଭାବରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ, ବିଶେଷ ନିମନ୍ତ୍ରିତ ଅତିଥିଭାବେ ନର୍ଲା ବିଡିଓ ବିପିନ୍ ବିହାରୀ ଦୀପ୍, ସମ୍ମାନିତ ଅତିଥିଭାବେ ନର୍ଲା ପଞ୍ଚାୟତ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜୋନ୍ ନଂ ୧ର ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ରୁପ୍ରା ସରପଞ୍ଚ ଡଲି ବେହେରା, ପୁରାତନ ଛାତ୍ର ସଂଘର ସଭାପତି ରବିନ୍ଦ୍ର ସାହୁ ଓ ସମ୍ପାଦକ ତେଜରାଜ ସାହୁ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ସ୍ମୃତିଫଳକ ପ୍ରଦାନ କରିଥିଲେ, ପରେ ଜଗନ୍ନାଥ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ସ୍ୱାଗତ ଭାଷଣ ଓ ବିବରଣୀ ପାଠ କରିବା ପରେ 'ସ୍ମରଣିକା - ରୁପାଝରନ୍' ଉନ୍ମୋଚନ ହୋଇଥିଲା।
ରିପୋର୍ଟ: ଅଜୟ ସେନାପତି -
Jan 04, 2026 22:35 IST
ବାଇକ୍କୁ ଧକ୍କାଦେଲା ଭ୍ୟାନ୍, କାକା-ପୁତୁରା ମୃତ
ଡୁଙ୍ଗୁରିପାଲି/ଡୁଡୁକା: ସୁବର୍ଣ୍ଣପୁର ଜିଲ୍ଲା ଚେରୁପାଲି-ସାଲେଭଟା ଅଙ୍ଗନଦୀ ପୋଲ ନିକଟରେ ରବିବାର ମଧ୍ୟାହ୍ନରେ ଏକ ବାଇକ୍ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଛି। ଫଳରେ ବାଇକ୍ରେ ଥିବା ବିନିକା ବ୍ଲକ୍ ଚରଦା ଗ୍ରାମର ଭଜନ ବାଗ ଓ ତାଙ୍କ ପୁତୁରା ପାର୍ଥ ବାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଭଜନଙ୍କ ଝିଆରିଙ୍କ ବାହାଘର କାର୍ଡ ବାଣ୍ଟି ଫେରୁଥିବା ବେଳେ ଉଭୟେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।
/fit-in/580x348/filters:format(webp)/sambad/media/media_files/2026/01/04/1breaking-news-friday-2026-01-04-22-35-36.jpg)
ସୂଚନା ଅନୁସାରେ, ପାର୍ଥ ଓ ଭଜନ ଏକ ବାଇକ୍ (ଓଡି ୦୩ପି-୪୩୫୫) ଯୋଗେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଡୁଙ୍ଗୁରିପାଲିରୁ ବଲାଙ୍ଗୀର ପଟକୁ ଯାଉଥିବା ଗାଜର ବୋଝେଇ ପିକ୍ଅପ୍ (ଓଡି ୦୩ ଡବ୍ଲୁ-୩୯୪୧) ଭ୍ୟାନ୍ଟି ସେମାନଙ୍କୁ ଉକ୍ତ ପୋଲ ନିକଟରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପାର୍ଥଙ୍କ ମୃତ୍ୟୁ ହୋଇଥିବା ବେଳେ ଭଜନଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ବଡ଼ ଡାକ୍ତରଖାନା ନିଆଯାଉଥିଲା। ବରଗଡ଼ଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଖବରପାଇ ଡୁଙ୍ଗୁରିପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ି ସହ ମୃତଦେହ ଜବତ କରିଥିଲା।
-
Jan 04, 2026 21:27 IST
ବାପାଙ୍କୁ ହାଣିଲା ପୁଅ
- ରାଉରକେଲାରେ ବାପାଙ୍କୁ ହାଣିଲା ପୁଅ
- କୁରାଢ଼ିରେ ହାଣି ବାପାଙ୍କ ଜୀବନ ନେଲା ପୁଅ
- ଅଭିଯୁକ୍ତ ପୁଅକୁ ଗିରଫ କଲା ପୁଲିସ
-
Jan 04, 2026 18:28 IST
ଆନ୍ଧ୍ରପ୍ରଦେଶରେ ଓଡ଼ିଶାର କାର୍ ଦୁର୍ଘଟଣାଗ୍ରସ୍ତ
- ଆନ୍ଧ୍ରପ୍ରଦେଶରେ ଓଡ଼ିଶାର କାର୍ ଦୁର୍ଘଟଣାଗ୍ରସ୍ତ
- ଆନ୍ଧ୍ରର ବାରୁଆ ନିକଟରେ ଘଟିଛି ଦୁର୍ଘଟଣା
- ଜଣେ ମୃତ ୪ ଜଣ ଗୁରୁତର
- ସମସ୍ତେ ଓଡ଼ିଶାର ହୋଇଥିବା ସୂଚନା
- କାରରେ ରହିଛି ବାଲେଶ୍ବର ଆରଟିଓ ନମ୍ବର
/fit-in/580x348/filters:format(webp)/sambad/media/media_files/2026/01/04/gajapati-2026-01-04-18-28-28.jpg)
-
Jan 04, 2026 18:01 IST
ଦୁଇ ଲୁଟେରା ସହ ଚୋର ଗିରଫ, ସୁନା ଗହଣା ଓ ଟଙ୍କା ଜବତ
ରାଉରକେଲା: ସେକ୍ଟର ଅଞ୍ଚଳରେ କ୍ୱାର୍ଟରରୁ ଆଜବେଷ୍ଟସ ଭାଙ୍ଗି ଚୋରି କରୁଥିବା ଜଣେ ପୁରୁଣା ଅଭ୍ୟାସଗତ ଅପରାଧୀକୁ ୭ ନମ୍ୱର୍ ଥାନା ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। ଉକ୍ତ ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ଠାରୁ ପୁଲିସ୍ ଲୁଟ୍ କରିଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ୧ ଲକ୍ଷ ୫ ହଜାର ଟଙ୍କା ଜବତ କରିଛନ୍ତି। ୮ ନମ୍ୱର୍ ସେକ୍ଟର ରେ ରହୁଥିବା ରତ୍ନାକର କିଶାନ ତାଙ୍କ ପତ୍ନୀଙ୍କ ସହ ମାର୍କେଟ ଯାଇଥିବା ବେଳେ ସଂଧ୍ୟା ବେଳେ ପୂର୍ଣ୍ଣ ଘର ଆଜବେଷ୍ଟସ ଭାଙ୍ଗି ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଥିଲା। ପୁଲିସ୍ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ସମସ୍ତ ସୁନା ଗହଣା ଏବଂ ନଗଦ ତାଙ୍କ ଜବତ୍ କରିଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/04/rourkela-2026-01-04-18-01-17.jpg)
ଅନ୍ୟ ଏକ ମାମଲାରେ ୧୯ ନମ୍ୱର୍ ସେକ୍ଟର ଥାନା ପୁଲିଲିସ୍ ଦୁଇ ଜଣ ଛିନତାଇ କରୁଥିବା ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ୍ ବ୍ୟାଗ୍ ଏବଂ ଟଙ୍କା ଉଦ୍ଧାର କରିଛନ୍ତି। ପୂଜା ନାମ୍ନୀ ଜଣେ ଯୁବତୀ ୧୯ ନମ୍ୱର୍ ସେକ୍ଟର ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଟଙ୍କା ଉଠାଇ ସାଇକେଲରେ ଘରକୁ ଫେରୁଥିବା ବେଳେ ଏହି ଦୁଇ ଲୁଟେରା ବାଇକ୍ରେ ଆସି ତାଙ୍କ ବ୍ୟାଗ୍ ଲୁଟି ନେଇଥିଲେ। ପୁଲିସ୍ ତଦନ୍ତ କରି ଦୁଇ ଲୁଟେରାଙ୍କୁ ଗିର କରିଛନ୍ତି।
-
Jan 04, 2026 17:24 IST
ନିଆଁ ଲାଗି ୯ ଏକର ଧାନ ନଷ୍ଟ, ଚିନ୍ତାରେ ଚାଷୀ
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ଅନ୍ତର୍ଗତ ନିରୁଣ୍ଡି ଗ୍ରାମରେ ଧାନ ଖଲାରେ ନିଆଁ ଲାଗି ପ୍ରାୟ ୯ ଏକର ଧାନ ନଷ୍ଟ ହୋଇଛି। ଗ୍ରାମର ଚାଷୀ ଶୁକଦଶ ଭତରା, ଡମ୍ବରୁ ଭତରା ଏବଂ ଥଇଳ ଭତରା ଏକ ମାସ ତଳେ ୮ ଏକର ଜମିରୁ ଧାନ କାଟି ଘରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଖଲାରେ ଗଛିତ ରଖିଥିଲେ। ସେହିପରି ନକୁଳ ଭତ୍ରା ମଧ୍ୟ ୩ ଏକର ଜମିରୁ ଧାନ କାଟି ରଖିଥିଲେ। ତେବେ ଆଜି ଦିନ ଏକ ଘଣ୍ଟା ସମୟରେ ହଠାତ ପରିବାର ଲୋକ ଧାନ ଖଲାରୁ ନିଆଁ ଲାଗିଥିବା ଦେଖିଥିଲେ।
Fire gripes paddy in Jharigaon village. Photograph: (sambad.in) ଖବର ପ୍ରସାର ହେବା ପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଡ଼ାବୁଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଶେଷରେ ଡ଼ାବୁଗାଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଖଲାରେ ଥିବା ପ୍ରାୟ ୯ ଏକର ଧାନ ନିଆଁରେ ପୋଡି ନଷ୍ଟ ହୋଇ ଥିବା ସୂଚନା ମିଳିଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡି ନଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତି ପୁରଣ ଦେବା ପାଇଁ ଦାବି ହୋଇଛି।
-
Jan 04, 2026 16:28 IST
ଟ୍ରକ୍କୁ ଧକ୍କା ଦେଇ ଜଣଙ୍କ ମୃତ୍ୟୁ
- ସମ୍ବଲପୁର ନକ୍ସାପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
- ପାଉଁଶ ବୋଝେଇ ଟ୍ରକ୍କୁ ଧକ୍କା ଦେଲା କାର
- ସମ୍ବଲପୁରରୁ ମାନେଶ୍ଵର ପଟକୁ ଯାଉଥିଲା କାର
- ଜଣେ ମୃତ, ୨ ଜଣ ଗୁରୁତର ଆହତ ସୂଚନା
Car accident at Naxapali of Sambalpur district. Photograph: (sambad.in) -
Jan 04, 2026 12:53 IST
ନିଆଁ ସହିତ ଖେଳୁଛି ଆମେରିକା, ଭେନେଜୁଏଲା ଆକ୍ରମଣକୁ ନେଇ ଜାତିସଂଘ କ୍ରୋଧିତ
ନ୍ୟୁୟର୍କ: ଆମେରିକାର ଭେନେଜୁଏଲା ଆକ୍ରମଣ ଉପରେ ଜାତିସଂଘ (ୟୁଏନ)ର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ, ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ହଟାଇବା ପାଇଁ କାର୍ଯ୍ୟ ଏକ "ବିପଜ୍ଜନକ ଉଦାହରଣ" ସୃଷ୍ଟି କରିଛି। ଏହି ବିବୃତି ସୋମବାର ଦିନ ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଉପରେ ଆଲୋଚନା କରିବା ପାଇଁ ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଜାତିସଂଘ ବୈଠକ ପୂର୍ବରୁ ଆସିଛି।
-
Jan 04, 2026 09:52 IST
ଡେଲସି ରୋଡ୍ରିଗେଜ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ନିଯୁକ୍ତ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଆମେରିକାର ଆକ୍ରମଣରେ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପରେ ଭେନେଜୁଏଲା ଏକ ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହେଉଥିବାରୁ, ଭେନେଜୁଏଲାର ସୁପ୍ରିମକୋର୍ଟର ସାମ୍ବିଧାନିକ ପ୍ରକୋଷ୍ଠ ଶନିବାର ଦିନ ଏକ ରାୟ ଜାରି କରିଛନ୍ତି, ଯାହା ଦ୍ୱାରା ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ପଦ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
-
Jan 04, 2026 07:54 IST
ହିନ୍ଦୁତ୍ବକୁ ନେଇ ମେହବୁବା ମୁଫତିଙ୍କ ଝିଅଙ୍କର ବିବାଦୟୀ ବୟାନ
ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ନେତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ଏକ ବିବାଦୀୟ ବୟାନ ଜାରି କରି କହିଛନ୍ତି। ଆମେ କଶ୍ମୀରରେ ହିନ୍ଦୁତ୍ୱକୁ ପ୍ରଚଳନ କରିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/04/9a74662f-6c6c-4db6-ae03-1d304cb2be25-2026-01-04-07-53-55.jpg)
ତୁମେ ଆମକୁ ଭାରତ ମାତା କି ଜୟ ଏବଂ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରିପାରିବ ନାହିଁ। ବିଜେପି ଏବଂ ବଜରଙ୍ଗ ଦଳ ସମେତ ଅନେକ ସଂଗଠନ ଇଲତିଜାଙ୍କ ବୟାନର କଡ଼ା ବିରୋଧ କରିଛନ୍ତି।
-
Jan 04, 2026 07:31 IST
କେକେଆର ଟିମ୍ରୁ ବାଦ୍ ପଡ଼ିଲେ ବାଂଲାଦେଶୀ ଖେଳାଳି!
ନୂଆଦିଲ୍ଲୀ: ପଡ଼ୋଶୀ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଥିବା ନିର୍ଯାତନା ମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଆଇପିଏଲ ନିଲାମରେ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା, ଯାହାକୁ ଭାରତରେ ନିରନ୍ତର ବିରୋଧ କରାଯାଉଥିଲା।
KKR removes Bangladeshi player from IPL team. Photograph: (Dainik Jagaran) ଭାରତୀୟଙ୍କ ସ୍ୱରରେ ମୁଣ୍ଡ ନୁଆଁଇ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଆଇପିଏଲ ଫ୍ରାଞ୍ଚାଇଜ୍ କେକେଆରକୁ ବାଂଲାଦେଶୀ ଖେଳାଳିଙ୍କୁ ତାଙ୍କ ଦଳରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲା। କିଛି ମିନିଟ୍ ପରେ ରହମାନ ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ରୁ ବାହାର ହୋଇଯାଇଥିଲେ। ଏବେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତ ବାହାରେ ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଏହି ବର୍ଷ ଟି-୨୦ ବିଶ୍ୱକପର ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଦାବି କରିପାରିବ।
-
Jan 04, 2026 07:22 IST
ଭେନେଜୁଏଲା ଯାତ୍ରା ନକରିବାକୁ ଅନୁରୋଧ
ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଶନିବାର ରାତିରେ ଏକ ପରାମର୍ଶ ଜାରି କରି ଏହାର ନାଗରିକମାନଙ୍କୁ ଭେନେଜୁଏଲା ଯାତ୍ରା ନକରିବାକୁ ଅନୁରୋଧ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭେନେଜୁଏଲାରେ ଥିବା ସମସ୍ତ ଭାରତୀୟଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଏବଂ ସେମାନଙ୍କ ଗତିବିଧିକୁ ସୀମିତ କରିବାକୁ ଅନୁରୋଧ କରିଛି।
/fit-in/580x348/filters:format(webp)/sambad/media/media_files/2026/01/04/75eb3db7-74ef-44ad-8f8e-3ab01c692f4d-2026-01-04-07-24-36.jpg)
-
Jan 04, 2026 07:11 IST
ଭେନେଜୁଏଲାରେ ଆମେରିକାର ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ
କାରାକାସ୍: ଭେନେଜୁଏଲାରେ ଶନିବାର ସକାଳେ ହୋଇଥିବା ଏକ ବଡ଼ ଆମେରିକାର ସାମରିକ ଆକ୍ରମଣରେ ସାଧାରଣ ନାଗରିକ ଏବଂ ସୈନିକ ସମେତ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି। ନ୍ୟୁୟର୍କ ଟାଇମ୍ସ ଜଣେ ବରିଷ୍ଠ ଭେନେଜୁଏଲାଙ୍କ ଅଧିକାରୀଙ୍କ ଉଦ୍ଧୃତି ଦେଇ ଏହି ସୂଚନା ଦେଇଛି। ନାମ ଗୋପନ ରଖିବା ସର୍ତ୍ତରେ ଅଧିକାରୀ ଜଣକ କହିଛନ୍ତି ଯେ ଏହି ଆକ୍ରମଣରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି।
At least 40 killed in Venezuela in US military operation. Photograph: (Navbharat Times) ଶୁକ୍ରବାର ଏବଂ ଶନିବାର ରାତି ମଧ୍ୟରେ ଆମେରିକା ଭେନେଜୁଏଲାରେ ଏକ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ କରିଥିଲା, ଯେଉଁଥିରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରାଯାଇଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଶ୍ଚିତ କରିଛନ୍ତି ଯେ ମାଦୁରୋଙ୍କୁ ବନ୍ଦୀ କରି ଆମେରିକା ନିଆଯାଇଛି, ଯେଉଁଠାରେ ତାଙ୍କୁ ବିଚାର କରାଯିବ।
Follow Us