BREAKING NEWS Photograph: (sambad.in)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭ୍ଲାଦିମୀର ପୁଟିନଙ୍କ ମଧ୍ୟରେ ଆଜି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ଦ୍ବିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଦୁଇ ଭାରତ ଏବଂ ରୁଷ ମଧ୍ୟରେ ହେବାକୁ ଥିବା ପ୍ରତିରକ୍ଷା ଚୁକ୍ତି ଉପରେ ବିଶ୍ବର ନଜର ରହିବ। ଦ୍ବିପାକ୍ଷିକ ଆଲୋଚନା ପୂର୍ବରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୁଟିନ୍ ଭେଟିବେ।
ସୂଚନାଯୋଗ୍ୟ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଗୁରୁବାର ସଂଧ୍ୟାରେ ତାଙ୍କ ସ୍ବତନ୍ତ୍ର ବିମାନ ନୂଆଦିଲ୍ଲୀର ପାଲାମୋ ବିମାନବନ୍ଦରରେ ଅବତରଣ କରିଥିଲା। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଖୋଦ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗି ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ରାତି ୮ଟାରେ ପୁଟିନଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ନୈଶ୍ୟଭୋଜି ପ୍ରଦାନ କରାଯାଇଥିଲା।
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Dec 05, 2025 12:47 IST
ଆଜି ଦିଲ୍ଲୀରୁ ଉଡ଼ିବନି କୌଣସି ଇଣ୍ଡିଗୋ ବିମାନ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ବିମାନ କମ୍ପାନି ‘ଇଣ୍ଡିଗୋ’ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ବ୍ୟାଘାତ ସହିତ ସଂଘର୍ଷ କରୁଛି। ଆଜି ଦିଲ୍ଲୀରୁ କୌଣସି ଇଣ୍ଡିଗୋ ବିମାନ ଉଡ଼ାଣ କରିବ ନାହିଁ। ମୁମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ବହୁ ସଂଖ୍ୟକ ବିମାନ ବାତିଲ କରାଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାଯାଇଛି। ଗତ ଚାରି ଦିନ ଧରି ବିମାନର ନିରନ୍ତର ବିଳମ୍ବ ଏବଂ ବାତିଲ୍ ଯାତ୍ରୀଙ୍କ କ୍ରୋଧକୁ ବଢ଼ାଇ ଦେଇଛି। ଗତକାଲି ୫୫୦ରୁ ଅଧିକ ବିମାନ ବାତିଲ୍ କରାଯାଇଥିଲା। ଦିଲ୍ଲୀ, ହାଇଦ୍ରାବାଦ, ଗୋଆ ଏବଂ ମୁମ୍ବାଇ ଭଳି ପ୍ରମୁଖ ବିମାନବନ୍ଦରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅନେକ ଯାତ୍ରୀଙ୍କୁ ତଳେ ଶୋଇଥିବାର ଦେଖାଯାଇଥିଲା। ଆଜି ସକାଳ ଠାରୁ ଦିଲ୍ଲୀ ବିମାନବନ୍ଦରରେ ୨୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯେଉଁଥିରେ ୧୩୫ଟି ପ୍ରସ୍ଥାନ ଏବଂ ୯୦ଟି ଆଗମନ ସାମିଲ ରହିଛି।
Indigo flight cancelled from Delhi today. Photograph: (Aajtak) -
Dec 05, 2025 12:31 IST
ହାଇଦ୍ରାବାଦ ହାଉସରେ ରୁଷ ରାଷ୍ଟ୍ରପତି
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହାଇଦ୍ରାବାଦ ହାଉସରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ତାଙ୍କୁ ସ୍ୱାଗତ କରିଛନ୍ତି। ଭାରତ ଏବଂ ରୁଷ ମଧ୍ୟରେ ହାଇଦ୍ରାବାଦ ହାଉସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଦ୍ୱିପାକ୍ଷିକ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି।
Russia president Vladmir Putin at Rajghat of New Delhi. Photograph: (X) ସୂଚନାଯୋଗ୍ୟ, ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେ ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚି ଥିଲେ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରୀ ବାସଭବନରେ ଆୟୋଜିତ ବାସଭବନରେ ନୈଶ୍ୟଭୋଜିରେ ଯୋଗ ଦେଇଥିଲେ। ଆଜି ସକାଳୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଥିଲେ। ଏହା ପରେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
-
Dec 05, 2025 12:10 IST
ଫେବ୍ରୁଆରି ୧୯ରୁ ମାଟ୍ରିକ ପରୀକ୍ଷା-୨୦୨୬
କଟକ: ମାଟ୍ରିକ୍ ପରୀକ୍ଷା-୨୦୨୬ ଆସନ୍ତା ଫେବ୍ରୁଆରି ୧୯ ତାରିଖ ଠାରୁ ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ହେବାକୁ ଥିବା ଏହି ବାର୍ଷିକ ପରୀକ୍ଷା ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ ବୋଲି କୁହାଯାଇଛି। ଗଣିତ ପରୀକ୍ଷା ପୂର୍ବାହ୍ଣ ୧୧ଟା ୩୦ ପରିବର୍ତ୍ତେ ୧୧ଟା ୪୫ରେ ଶେଷ ହେବ। ବୋର୍ଡ ପକ୍ଷରୁ ଏନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ବିଜ୍ଞପ୍ତିରେ କୁହାଯାଇଛି ଯେ, ଉଭୟ ରେଗୁଲାର ଏକ୍ସ ରେଗୁଲାର ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଫ୍ରେୁଆରି ୧୯ରେ ପ୍ରଥମ ଦିନ ମାତୃଭାଷା ଓଡ଼ିଆ, ୨୧ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ, ୨୩ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ, ୨୫ ତାରିଖରେ ବିଜ୍ଞାନ, ୨୭ ତାରିଖରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ହେବ।
-
Dec 05, 2025 11:21 IST
ରାଷ୍ଟ୍ରପତି ଭବନରେ ରୁଷ ରଷ୍ଟ୍ରପତି
ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଛନ୍ତି। ସେ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ପୁଟିନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ ଓ ସମ୍ବର୍ଦ୍ଧ୍ବନା ଜଣାଇଛନ୍ତି। ପୁଟିନ ଏଠାରୁ ରାଜଘାଟ ଯିବେ ଏବଂ ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ। ଯୁକ୍ରେନ୍ ଯୁଦ୍ଧ ଆରମ୍ଭ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହୋଇଥିବା ବେଳେ ଏହା ଉପରେ ସମଗ୍ର ବିଶ୍ବର ନଜର ରହିଛି। ପାଲାମ୍ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଉପସ୍ଥିତ ରହି ପୁଟିନଙ୍କୁ ଆଲିଙ୍ଗନ କରି ଭବ୍ୟ ସ୍ୱାଗତ କରିଥିଲେ। ଏହି ଉଷ୍ମ ଅଭ୍ୟର୍ଥନା ଭାରତ-ରୁଷ୍ ବନ୍ଧୁତ୍ୱର ଗଭୀରତାକୁ ପୁଣି ଥରେ ସାବ୍ୟସ୍ତ କରିଛି।
Photograph: (Mint) ପୁଟିନଙ୍କ କାର୍ ‘ଅରସ୍ ସେନାଟ୍’ ମୋଦୀଙ୍କ ଟୟୋଟା ଫର୍ଚ୍ୟୁନର୍ କାର୍କୁ ଅନୁସରଣ କରି ଏହା ପଛରେ ଯାଇଥିଲା। ପୁଟିନଙ୍କ ସହ ଉଚ୍ଚସ୍ତରୀୟ ସାମରିକ ଓ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଭାରତ ଆସିଛନ୍ତି। ଏହି ଗସ୍ତ ପାଇଁ ଦିଲ୍ଲୀରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଶସ୍ତ୍ର କମାଣ୍ଡୋ ଟିମ୍, ସ୍ନାଇପର୍ ମୁତୟନ ସାଙ୍ଗକୁ ରାଜଧାନୀରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି।
-
Dec 05, 2025 11:12 IST
ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ମୁକାବିଲା: ଟିକେଟ୍ ବିକ୍ରି ଆରମ୍ଭ
କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖ ଦିନ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ବହୁ ପ୍ରତୀକ୍ଷିତ ଏହି ମ୍ୟାଚ୍ ପାଇଁ ଅନ୍ଲାଇନ୍ ମାଧ୍ୟମରେ ପୂର୍ବରୁ ୨୦୦୦ ଟିକେଟ୍ ବିକ୍ରି ହୋଇଥିଲା ବେଳେ ଆଜି ସକାଳୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ମୋଟ ପାଞ୍ଚଟି କାଉଣ୍ଟରରେ ଦର୍ଶକଙ୍କୁ ଟିକେଟ୍ ବିକ୍ରି କରାଯାଉଛି। ଅଫଲାଇନ୍ ଟିକେଟ୍ ଆଜି ଓ ଆସନ୍ତାକାଲି ବିକ୍ରି ହେବ ବୋଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ଓସିଏର ପୂର୍ବ ଘୋଷଣା ଅନୁଯାୟୀ ପ୍ରାୟ ୧୦ ହଜାର ଟିକେଟ୍ ଅଫ୍ଲାଇନ୍ରେ ବିକ୍ରି କରାଯିବ।
ଅନ୍ୟପଟରେ ୩ ମ୍ୟାଚ ବିଶିଷ୍ଟ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାର ଟିକେଟ୍ କିଣିବାକୁ କାଉଣ୍ଟର ଆଗରେ ହଜାର ହଜାର ସଂଖ୍ୟାରେ କ୍ରିକେଟ୍ପ୍ରେମୀ ଗତକାଲି ରାତିରୁ ଅସମ୍ଭାଳ ଭିଡ଼ ଲଗାଇଛନ୍ତି। ଗତକାଲି ରାତିରୁ ବେରିକେଡରେ ଲୋକମାନଙ୍କୁ ଧାଡ଼ି ଛିଡ଼ା କରାଯାଇଥିଲା। ଆଜି ସକାଳ ୯ଟାରେ ଟିକେଟ୍ ବିକ୍ରି ହେବାକୁ ଥିବା ବେଳେ ଘଣ୍ଟାଏ ବିଳମ୍ବରେ କାଉଣ୍ଟର୍ ଖୋଲିଥିଲା।
-
Dec 05, 2025 10:54 IST
ରେପୋ ହାର ହ୍ରାସ କଲା ରିଜର୍ଭ ବ୍ୟାଙ୍କ
ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ରେପୋ ହାରକୁ 25bps ହ୍ରାସ କରି ୫.୨୫% କରିବାକୁ ନିଷ୍ପତ୍ତି ନେଇଛି। ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଶୁକ୍ରବାର ଏହା ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ରେପୋ ହାର ବର୍ତ୍ତମାନ ୫.୫%ରୁ ୫.୨୫%କୁ ହ୍ରାସ ପାଇଛି। ରେପୋ ହାର ହ୍ରାସ ଦ୍ୱାରା ଋଣ ଶସ୍ତା ହେବ, ଯାହା EMI ଖର୍ଚ୍ଚ ହ୍ରାସ କରିବ ଏବଂ ସଞ୍ଚୟକୁ ଉତ୍ସାହିତ କରିବ। ପୂର୍ବରୁ, MPC ଅକ୍ଟୋବର ୧ରେ ବୈଠକ କରିଥିଲା, ଯେଉଁଠାରେ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୫.୫%ରେ ଅପରିବର୍ତ୍ତିତ ରଖିଥିଲା।
RBI governor Sanjay Malhotra. Photograph: (File) -
Dec 05, 2025 10:29 IST
ଆଇଟିସି ମୌର୍ଯ୍ୟ ବାହାରେ ଫ୍ଲେକ୍ସ ବୋର୍ଡ, ରୁଷ ପତାକା
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରିବା ପାଇଁ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲ ବାହାରେ ଫ୍ଲେକ୍ସ ବୋର୍ଡ ଏବଂ ରୁଷ ପତାକା ଲଗାଯାଇଛି। ରାଷ୍ଟ୍ରପତି ପୁଟିନ ଭାରତ ଗସ୍ତରେ ଅଛନ୍ତି ଏବଂ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ତାଙ୍କ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପୁଟିନଙ୍କୁ ସ୍ୱାଗତ କରିବେ ଏବଂ ଆଜି ତାଙ୍କ ସମ୍ମାନରେ ଏକ ଭୋଜିର ଆୟୋଜନ କରିବେ।
-
Dec 05, 2025 10:26 IST
ସିରିଜ ଦୁର୍ଘଟଣା: ତିନୋଟି ଗାଡ଼ିକୁ ଚାପିଲା ହାଇୱା
କଟକ ନରସିଂହପୁର ମୁଖ୍ୟ ରାସ୍ତାର ବଡମ୍ବା ସ୍ଥିତ ତେଲିସାହି ନିକଟରେ ଏହି ସିରିଜ ଦୁର୍ଘଟଣା ଘଟିଛି। ବାଲି ଓଭରଲୋଡିଂ କରି ନେଇ ଯାଉଥିବା ଏକ ହାଇୱା ତିନି ତିନୋଟି ଗାଡିକୁ ଧକ୍କା ଦେଇ ଜଣେ ବ୍ୟକ୍ତିଙ୍କ ଘରେ ପଶିଯାଇଥିଲା।ସୂଚନା ଅନୁଯାୟୀ ଆଜି ଭୋରରୁ ଓଡି ୦୫ ଡବ୍ଲୁ ୯୫୦୫ ନଂ ବିଶିଷ୍ଟ ହାଇୱା ଟ୍ରକର ଡ୍ରାଇଭର ଓଭର ଲୋଡିଂ କରି ବାଲି ନେଇ ତିଗିରିଆ ଯାଉଥିବା ବେଳେ ବଡମ୍ବା ତେଲିସାହି ନିକଟରେ ଗୋଟିଏ ବାଇକ,ଅଟୋ ଓ ଗୋଟିଏ ଓମିନି ଗାଡିକୁ ଧକ୍କା ଦେଇଥିଲା। ପରେ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ବଡମ୍ବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
Accident in Badamba. Photograph: (sambad.in) -
Dec 05, 2025 09:44 IST
ଲେହରେ ସ୍କୁଲ ଛୁଟି ଘୋଷଣା
କଶ୍ମୀରରେ ପ୍ରବଳ ଥଣ୍ଡା ଜାରି ରହିଛି। ନଦୀ ଏବଂ ଜଳପ୍ରପାତ ଜମାଟ ବାନ୍ଧିଛି। ତାପମାତ୍ରା ହ୍ରାସ ପାଇବା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି, ଲୋକଙ୍କୁ ଘର ଭିତରେ ରହିବାକୁ ବାଧ୍ୟ କରାଯାଉଛି। ଆଗାମୀ ଦିନରେ ଶୀତ ଆହୁରି ତୀବ୍ର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ଲେହରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୮ ତାରିଖ ଠାରୁ ଲେହରେ ଶୀତକାଳୀନ ଛୁଟି ହେବ।
Follow Us