ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦଶମ ସଂସ୍କରଣ ଶନିବାରଠୁ ଭାରତ ଓ ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଯାଉଛି। ଉଦ୍‌ଘାଟନୀ ଦିବସରେ ଭାରତର ଦୁଇଟି ସହର କୋଲ୍‌କାତା ଓ ମୁମ୍ବାଇ ଏବଂ ଶ୍ରୀଲଙ୍କାର କଲମ୍ବୋରେ ମୋଟ ୩ ମ୍ୟାଚ୍‌ ଖେଳାଯିବ। କଲମ୍ବୋରେ ପୂର୍ବାହ୍ନ ୧୧ଟାରେ ଗ୍ରୁପ୍‌-ଏ’ରେ ପାକିସ୍ତାନ ଓ ନେଦରଲାଣ୍ଡ୍‌ସ ମୁହାଁମୁହିଁ ହେବେ। ଏହାପରେ ଅପରାହ୍‌ଣ ୩ଟାରେ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଓ ସ୍କଟ୍‌ଲାଣ୍ଡ କୋଲ୍‌କାତାରେ ଖେଳିବେ। ଶନିବାରର ଶେଷ ମ୍ୟାଚ୍‌ ମୁମ୍ବାଇରେ ରାତି ୭ଟାରେ ଖେଳାଯିବ। ଏଥିରେ ଆୟୋଜକ ଭାରତ ଭେଟିବ ଆମେରିକା (ୟୁଏସ୍‌ଏ)କୁ।

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।