ଟ୍ବେଣ୍ଟି-୨୦ ବିଶ୍ବକପ୍ର ଦଶମ ସଂସ୍କରଣ ଶନିବାରଠୁ ଭାରତ ଓ ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଯାଉଛି। ଉଦ୍ଘାଟନୀ ଦିବସରେ ଭାରତର ଦୁଇଟି ସହର କୋଲ୍କାତା ଓ ମୁମ୍ବାଇ ଏବଂ ଶ୍ରୀଲଙ୍କାର କଲମ୍ବୋରେ ମୋଟ ୩ ମ୍ୟାଚ୍ ଖେଳାଯିବ। କଲମ୍ବୋରେ ପୂର୍ବାହ୍ନ ୧୧ଟାରେ ଗ୍ରୁପ୍-ଏ’ରେ ପାକିସ୍ତାନ ଓ ନେଦରଲାଣ୍ଡ୍ସ ମୁହାଁମୁହିଁ ହେବେ। ଏହାପରେ ଅପରାହ୍ଣ ୩ଟାରେ ଗ୍ରୁପ୍-ସି’ର ଏକ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଓ ସ୍କଟ୍ଲାଣ୍ଡ କୋଲ୍କାତାରେ ଖେଳିବେ। ଶନିବାରର ଶେଷ ମ୍ୟାଚ୍ ମୁମ୍ବାଇରେ ରାତି ୭ଟାରେ ଖେଳାଯିବ। ଏଥିରେ ଆୟୋଜକ ଭାରତ ଭେଟିବ ଆମେରିକା (ୟୁଏସ୍ଏ)କୁ।
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Feb 07, 2026 22:45 IST
ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ
/filters:format(webp)/sambad/media/media_files/2026/02/07/india-2026-02-07-22-44-40.jpg)
- ଟି-୨୦ ବିଶ୍ବକପ୍ରେ ଆମେରିକା ବିପକ୍ଷରେ ଭାରତ ବିଜୟୀ
- ନିଜର ପ୍ରଥମ ମ୍ୟାଚ୍କୁ ୨୯ ରନ୍ରେ ଜିତିଲା ଭାରତ
- ମୁମ୍ବାଇରେ ଭାରତର ଦମଦାର ବିଜୟ
- ଭାରତର ସ୍କୋର ୧୬୧-୯
- ଆମେରିକାର ସ୍କୋର ୧୩୨-୮
-
Feb 07, 2026 22:26 IST
୨ ଲକ୍ଷ ଲାଞ୍ଚ ନେବାବେଳେ ଧରା ପଡ଼ିଲେ ୨ ଅଧିକାରୀ
ଏମ୍ଇଏସ୍ (ମିଲିଟାରି ଇଞ୍ଜିନିୟରିଂ ସର୍ଭିସେସ୍)ର ୨ ଜଣ ଅଧିକାରୀଙ୍କୁ ମହାରାଷ୍ଟ୍ରର ପୁଣେରେ ସିବିଆଇ ଗିରଫ କରିଛି। ଜଣେ ପ୍ରାଇଭେଟ୍ କଣ୍ଟ୍ରାକ୍ଟରଙ୍କ ବକେୟା ଦେୟ ପ୍ରଦାନ କରିବା ପାଇଁ ଲାଞ୍ଚ ଦାବି କରିଥିବା ଓ ଗ୍ରହଣ କରିଥିବା ଅଭିଯୋଗରେ ୨ ଜଣ ଅଧିକାରୀ ଗିରଫ ହୋଇଛନ୍ତି। ସିବିଆଇ କହିଛି ଯେ ୨ ଅଧିକାରୀ ଅଭିଯୋଗକାରୀଙ୍କଠାରୁ ୨ ଲକ୍ଷ ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି। ଅଭିଯୁକ୍ତମାନେ ହେଉଛନ୍ତି ସୁନୀଲ ନିକମ ଓ ସୁରେଶ ମାସକେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଅନ୍ୟ ଜଣେ ଜୁନିଅର ଇଞ୍ଜିନିୟର। ପୁଣେର ଖଡକିସ୍ଥିତ ଏମ୍ଇଏସ୍ରେ ସେମାନଙ୍କ ପୋଷ୍ଟିଂ ଥିଲା। ଏମଇଏସ୍ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଏକ ଘରୋଇ କମ୍ପାନିର ପାୱାର ଅଫ୍ ଏଟର୍ଣ୍ଣି ରଖିଥିବା ଜଣେ କଣ୍ଟ୍ରାକ୍ଟରଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।
bribe Photograph: (google) -
Feb 07, 2026 22:24 IST
ଫରିଦାବାଦରେ ଦୋଳି ଭୁଶୁଡ଼ି ପୁଲିସ ମୃତ, ୧୩ ଆହତ
ହରିୟାଣାର ଫରିଦାବାଦରେ ଆଜି ସୁରଜକୁଣ୍ଡ ମେଳାରେ ବଡ଼ ଅଘଟଣ ଘଟିଛି। ଏକ ସୁନାମି ଦୋଳି ଭୁଶୁଡ଼ି ପଡ଼ିବା ଫଳରେ ଜଣେ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି ଏବଂ ୧୩ ଜଣ ଆହତ ହୋଇଛନ୍ତି। ତୁରନ୍ତ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିବା ଜଣେ ପୁଲିସ କନେଷ୍ଟବଳ ଅତି ଗୁୁରୁତର ଆହତ ହୋଇଥିଲେ। ତେବେ ଉଦ୍ଧାର ଅପରେସନ୍ ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ୨ ପୁଲିସଙ୍କ ସମେତ ମୋଟ୍ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଫରିଦାବାଦ ଡିସି ଆୟୁଷ ସିହ୍ନା କହିଛନ୍ତି, ଆଜି ସନ୍ଧ୍ୟା ୬.୧୫ ସମୟରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ସୁରଜକୁଣ୍ଡ ମେଳାରେ ଦୋଳି ଭୁଶୁଡ଼ିପଡ଼ିବା ଫଳରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କର ମୃତ୍ୟୁ ହୋଇଛି। ଡିସି କହିଛନ୍ତି, ଦୋଳିଟି ଦୋହଲିବା ଆରମ୍ଭ କରିବା ସମୟରେ ସେ ଲୋକଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୋଳିର ଏକ ଅଂଶ ତାଙ୍କ ମୁଣ୍ଡ ଓ ମୁହଁରେ ମାଡ଼ ହୋଇଥିଲା। ଖବର ପାଇ ଡେପୁଟି କମିସନର ଓ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
/filters:format(webp)/sambad/media/media_files/2026/02/07/07bbs_81_07022026_112-2026-02-07-22-24-04.jpg)
-
Feb 07, 2026 22:13 IST
ରୁଷ୍ ବିଶ୍ବବିଦ୍ୟାଳୟରେ ଛୁରାମାଡ଼: ୮ ଆହତଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ
ରୁଷ୍ର ବାଶକୋର୍ଟୋସ୍ତାନ ଗଣରାଜ୍ୟର ଏକ ଡାକ୍ତରୀ ବିଶ୍ବବିଦ୍ୟାଳୟରେ ଛୁରାମାଡ଼ ଘଟଣାରେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ଅଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ କିଶୋର ଛୁରି ଧରି ବିଦେଶୀ ଛାତ୍ରଙ୍କ ହଷ୍ଟେଲରେ ପ୍ରବେଶ କରିଥିଲେ ଓ ସେଠାରେ ରହୁଥିବା ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଛୁରାମାଡ଼ କରିଥିବା ନାବାଳକଙ୍କୁ ଗିରଫ କରାଯିବା ସମୟରେ ସେ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଛୁରାମାଡ଼ କରିଥିଲା। ଏପରିକି ଅଭିଯୁକ୍ତ ନିଜକୁ ମଧ୍ୟ ଆକ୍ରମଣ କରି ଆହତ କରିଥିଲେ। ଛାତ୍ରମାନଙ୍କ ପରିଚୟ ଓ ଜାତୀୟତା ସମ୍ପର୍କରେ ଜଣାପଡ଼ିନାହିଁ। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଆହତ ଛାତ୍ରଙ୍କ ମଧ୍ୟରେ ଜଣେ ଭାରତୀୟ ଥିଲେ। ଛୁୂରାମାଡ଼ ଘଟଣାରେ ୨ ଜଣ ସାମିଲ ଥିବା କହିଛନ୍ତି। ଆକ୍ରମଣକାରୀ ୧୫ ବର୍ଷର ନାବାଳକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ ଆହତ ଛାତ୍ର ଓ ୨ ପୁଲିସଙ୍କୁ ଏକ କ୍ଲିନିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
/filters:format(webp)/sambad/media/media_files/2026/02/07/new-project-13-2026-02-07-22-13-09.jpg)
-
Feb 07, 2026 22:10 IST
ଆମେରିକା ଆକ୍ରମଣ କଲେ ଆମେ ଆମେରିକା ଘାଟିକୁ ଟାର୍ଗେଟ୍ କରିବୁ : ଇରାନ
ଆମେରିକା-ଇରାନ ମଧ୍ୟରେ ପରୋକ୍ଷ ପରମାଣୁ କଥାବାର୍ତ୍ତା ଜାରି ରଖିବାପାଇଁ ଉଭୟ ପକ୍ଷ ରାଜି ହୋଇଥିବାବେଳେ ଆଜି ଇରାନ ପୁଣିଥରେ କହିଛି ଯେ, ଯଦି ଆମେରିକା ଇରାନ ଉପରେ ଆକ୍ରମଣ କରେ ତେବେ ଏହା ମଧ୍ୟପ୍ରାଚ୍ୟରେ ଆମେରିକା ଘାଟିଗୁଡ଼ିକୁ ଟାର୍ଗେଟ୍ କରିବ। ଶୁକ୍ରବାର ଓମାନରେ ଇରାନ ଓ ଆମେରିକା ମଧ୍ୟରେ ଏକ ସକାରାତ୍ମକ ଆଲୋଚନା ହୋଇଛି ବୋଲି କୁହାଯାଉଥିବାବେଳେ ଆଜି ଇରାନ ବିଦେଶ ମନ୍ତ୍ରୀ ଆବ୍ବାସ ଆରାଘଚି ଏହି ଟିପ୍ପଣୀ ଦେଇଛନ୍ତି। ତେବେ ଇରାନ ଓ ଆମେରିକା ମଧ୍ୟରେ ପରବର୍ତ୍ତୀ ପରୋକ୍ଷ ପରମାଣୁ କଥାବାର୍ତ୍ତା କେବେ ହେବ ସେନେଇ କୌଣସି ତାରିଖ ଧାର୍ଯ୍ୟ ହୋଇ ନ ଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆସନ୍ତା ସପ୍ତାହ ଆରମ୍ଭରେ ଏହା ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ ପଟେ ଦୁଇ ରାଷ୍ଟ୍ର ମଧ୍ୟରେ ପରୋକ୍ଷ ଭାବେ ପରମାଣୁ କଥାବାର୍ତ୍ତା ଆଗକୁ ବଢ଼ିଥିବାବେଳେ ଟ୍ରମ୍ପ ଗତକାଲି ଇରାନକୁ ଆକ୍ରମଣ ଧମକ ଦେଇଥିଲେ ଏବଂ ଆଜି ଇରାନ ଟ୍ରମ୍ପଙ୍କ ଧମକର ଜବାବ ଦେଇଛି।
/filters:format(webp)/sambad/media/media_files/2026/02/07/07bbs_110_07022026_112-2026-02-07-22-10-12.jpg)
-
Feb 07, 2026 22:01 IST
ଗଲୱାନ ସଂଘର୍ଷ ପରେ ଚୀନ୍ ଗୁପ୍ତ ପରମାଣୁ ପରୀକ୍ଷା କରିଥିଲା: ଆମେରିକା
ଏଲ୍ଏସି (ବାସ୍ତବ ନିୟନ୍ତ୍ରଣରେଖା) ନିକଟରେ ଗଲୱାନଠାରେ ଚୀନ୍ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ପରେ ଚୀନ୍ ଏକ ଗୁପ୍ତ ପରମାଣୁ ପରୀକ୍ଷା କରିଥିଲା ବୋଲି ଆମେରିକା ଦାବି କରିଛି। ଜେନେଭାରେ ନିରସ୍ତ୍ରୀକରଣ ଉପରେ ଜାତିସଂଘ ସମ୍ମିଳନୀରେ ଆମେରିକାର ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଉପସଚିବ ଥୋମୋସ ଡିନାନୋ ଏହି ଦାବି କରିଛନ୍ତି। ୨୦୨୬ ଫେବ୍ରୁଆରି ୫ ତାରିଖରେ ଆମେରିକା ଓ ରୁଷ୍ ମଧ୍ୟରେ ନ୍ୟୁ ଷ୍ଟାର୍ଟ ଚୁକ୍ତି ଶେଷ ହୋଇଥିବାବେଳେ ଆମେରିକା ଏହି ଚୁକ୍ତିକୁ ବୃଦ୍ଧି କରିବାପାଇଁ ମନା କରିଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ତୃତ ନୂଆ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତି ଉପରେ ଗୁରୁତ୍ବାରୋପ କରିଛନ୍ତି। ଟମାସ ଡିନାନୋ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ଚୀନ୍ ପରମାଣୁ ପରୀକ୍ଷଣ କରିଛି ଏବଂ ଏକଥା ଆମେରିକା ଭଲଭାବେ ଜାଣିଛି। ସେ ନିର୍ଦ୍ଦିଷ୍ଟ ଭାବେ ୨୦୨୦ ଜୁନ୍ ୨୨ ତାରିଖରେ ଚୀନ୍ ପରମାଣୁ ପରୀକ୍ଷଣ କରିଥିବା କହିଛନ୍ତି।
/filters:format(webp)/sambad/media/media_files/2026/02/07/07bbs_104_07022026_112-2026-02-07-22-01-19.jpg)
-
Feb 07, 2026 21:57 IST
ଜାତୀୟ ସୁରକ୍ଷା ପାଇଁ ଗୋଗୋଇଙ୍କ ପାକିସ୍ତାନ ଲିଙ୍କର ତଦନ୍ତ କରାଯାଉଛି: ହିମନ୍ତ
ଜାତୀୟ ସୁରକ୍ଷା ପାଇଁ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପାକିସ୍ତାନ ଲିଙ୍କର ତଦନ୍ତ କରାଯାଉଛି ବୋଲିି ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି। ରାଜନୀତି ଉପରେ ଏହାର କୌଣସି ସମ୍ଭାବ୍ୟ ପ୍ରଭାବ ସେତେଟା ଗୁରୁତ୍ବପୂର୍ଣ୍ଣ ନୁହେଁ ବୋଲି ବିଶ୍ବଶର୍ମା କହିବା ସହିତ ଏହି ଘଟଣାରେ ଜଣେ ପାକିସ୍ତାନୀ ନାଗରିକ ଓ ଜଣେ ବ୍ରିଟିସ ନାଗରିକଙ୍କର ମୁଖ୍ୟ ଭୂମିକା ରହିଛି ବୋଲି ଦାବି କରିଛନ୍ତି। ଏକ ସରକାରୀ କାର୍ଯ୍ୟକ୍ରମ ଅବସରରେ ବିଶ୍ବଶର୍ମା କହିଛନ୍ତି, ଏ ସମ୍ପର୍କିତ ଏସ୍ଆଇଟି ରିପୋର୍ଟ ସମ୍ପର୍କରେ ରାଜ୍ୟ କ୍ୟାବିନେଟ୍ରେ ଆଜି ଆଲୋଚନା ପରେ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରାଯିବ। ବିଜେପି ଆସାମ ମୁଖ୍ୟମନ୍ତ୍ରୀ ଗୋଗୋଇଙ୍କୁ ତାଙ୍କ ବ୍ରିଟିସ ପତ୍ନୀ ଏଲିଜାବେଥ୍ କୋଲବର୍ନ ଓ ପାକିସ୍ତାନ ନାଗରିକ ଅଲ୍ଲୀ ତୌକିର୍ ଶେଖ୍ଙ୍କ ସମ୍ପର୍କକୁ ନେଇ ସମାଲୋଚନା କରିଆସୁଛି। ଗୋଗୋଇ ବିଶ୍ବଶର୍ମାଙ୍କ ଅଭିଯୋଗକୁ ଖଣ୍ଡନ କରି ଏହା ହାସ୍ୟାସ୍ପଦ, ଭିତ୍ତିହୀନ ଓ ପାଗଳାମି ବୋଲି କହିଛନ୍ତି। ଆସାମ ସରକାର ଆସନ୍ତାକାଲି ଏହି ରିପୋର୍ଟ ସାର୍ବଜନୀନ କରିପାରନ୍ତି।
gaurav gogoi Photograph: (sambad.in) -
Feb 07, 2026 21:21 IST
ଲୋକସେବା ଭବନରେ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର: ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ଲୋକସେବା ଭବନ ସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ 'ମଣିଷ-ବନ୍ୟଜନ୍ତୁ ସଂଘର୍ଷ ନିରାକରଣ' ଉପରେ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରି ମାନ୍ୟବର ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଗୋଷ୍ଠୀ ସ୍ୱେଚ୍ଛାସେବୀ, ବିଶେଷ କରି ଗଜ ସାଥୀ ଏବଂ ବିଦ୍ୟୁତ ପ୍ରହରୀମାନଙ୍କ ପାଇଁ ଏକ ସୁସଂଗଠିତ 'ରୋଷ୍ଟର ଭିତ୍ତିକ ବ୍ୟବସ୍ଥା' କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏହି ସଂଘର୍ଷର ସମାଧାନ ପାଇଁ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ୨୪-ଘଣ୍ଟିଆ ନଜର ରଖିବା ଆବଶ୍ୟକ। ଏହି ରଣନୀତିକୁ ଅଧିକ ବାସ୍ତବବାଦୀ କରିବା ପାଇଁ ସେ କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏଥିସହ ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ବିଧାୟକମାନଙ୍କ ସମସ୍ୟା ଓ ଏନ୍ଜିଓ ପ୍ରତିନିଧିମାନଙ୍କ ବିଶେଷ ମତାମତକୁ ମଧ୍ୟ ବିଚାରକୁ ନେଇଥିଲେ।
/filters:format(webp)/sambad/media/media_files/2026/02/07/workshop-2026-02-07-21-21-11.jpeg)
ଏହି ସମ୍ମିଳନୀରେ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରେମ କୁମାର ଝା ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିଥିଲେ। ଏହାପରେ ଅତିରିକ୍ତ ପିସିସିଏଫ୍ (ବନ୍ୟପ୍ରାଣୀ) ଡକ୍ଟର ମନୋଜ ଭି. ନାୟାର ଓଡ଼ିଶାରେ ମଣିଷ-ବନ୍ୟଜନ୍ତୁ ସଂଘର୍ଷ ଉପରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ। ଡକ୍ଟର ନାୟାର କହିଛନ୍ତି ଯେ, ବର୍ତ୍ତମାନ ଏକ ‘ବ୍ୟାପକ କାର୍ଯ୍ୟ ଯୋଜନା’ କାର୍ଯ୍ୟକାରୀ ହୋଇଛି ଏବଂ ନିୟମିତ ସମୀକ୍ଷା ଯୋଗୁଁ ମଣିଷ-ହାତୀ ସଂଘର୍ଷ ପରିସ୍ଥିତିରେ ଉଲ୍ଲେଖନୀୟ ସୁଧାର ଆସିଛି। ଏହି କର୍ମଶାଳାରେ ସୁରକ୍ଷା ସ୍କ୍ୱାଡ୍ ଏବଂ ତୃଣମୂଳ ସ୍ତରର କର୍ମଚାରୀମାନେ ଏକତ୍ରିତ ହୋଇ ବନ୍ୟଜନ୍ତୁ ସୁରକ୍ଷା ଓ ସ୍ଥାନୀୟ ବାସିନ୍ଦାଙ୍କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।
-
Feb 07, 2026 21:12 IST
ଜୀବନଙ୍କୁ ଏସୀୟ ପାସିଫିକ ସ୍ବର୍ଣ୍ଣ ପଦକ
/filters:format(webp)/sambad/media/media_files/2026/02/07/07bbs_74_07022026_112-2026-02-07-21-12-53.jpg)
ଭୁବନେଶ୍ବର: ଉଦୀୟମାନ କ୍ରୀଡ଼ାବିତ୍ ଜୟଜୀବନ ପାଣି ଆଣିଛନ୍ତି ଆଉ ଏକ ଗୌରବ। ଚେନ୍ନାଇରେ ଗତ ସପ୍ତାହରେ ଅନୁଷ୍ଠିତ ଏସିଆ ପାସିଫିକ୍ ଡାଉନ୍ ସିଣ୍ଡ୍ରୋମ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଏହି ଭୁବନେଶ୍ବର କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାତ୍ର। ଉପକନିଷ୍ଠ ବର୍ଗର ୧୦୦ ମିଟର୍ ସ୍କେଟିଂରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଜୟଜୀବନ ଗତବର୍ଷ ଅକ୍ଟୋବର ମାସରେ କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ୧୨ତମ ଓଡ଼ିଶା ରାଜ୍ୟ ରୋଲର୍ ସ୍ପୋର୍ଟସ ପ୍ରତିଯୋଗିତାରେ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପିତା ଜଗତଜୀବନ ପାଣି ଓ ମା’ ଶୁଭଶ୍ରୀ ଷଡ଼ଙ୍ଗୀଙ୍କ ପୁଅ ଜୟଜୀବନଙ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଧିତ କରିବା ସହ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
-
Feb 07, 2026 21:03 IST
ରୁପା ଦୋକନୀଙ୍କ ଠାରୁ ଲୁଟ୍
ବାରିପଦା: ଘରଠାରୁ ମାତ୍ର ୨୦୦ ମିଟର ଦୂରରୁ ୫୦୦ ଗ୍ରାମରୁ ଅଧିକ ରୁପା ଲୁଟି ନେଲେ ୩ ବାଇକରେ ଆସିଥିବା ୧୬ରୁ ଅଧିକ ଲୁଟେରା। ଏହା ସହ ମାରି ଦରମଲା କରି ଦେଇଥିବା ଜଣାପଡିଛି। ଗୁରୁତର ହୋଇଥିବା ରୁପା ବେପାରୀ ଜଣକ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ ଧନାପନା ଗାଁର କମଳ ଲୋଚନ ରଣା(୪୫)। ଏନେଇ ସେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ଦେଇଥିବାବେଳେ ପୁଲିସ ଏକ ମମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି କହ୍ନେଇବନ୍ଦରେ ଶନିବାର ହାଟ ଥିଲା। ସେଠାକୁ ପ୍ରତି ହାଟ ପରି ଆଜି ମଧ୍ୟ ଯାଇଥିଲେ କମଳ। ସେଠାରୁ ସନ୍ଧ୍ୟା ୬ଟାବେଳେ ଫେରୁଥିବାବେଳେ ହାଟଟାରୁ ତାଙ୍କ ଗାଁ ୫୦୦ ମିଟର ରହିଥିବାବେଳେ ସେ ଘରଠାରୁ ମାତ୍ର ୨୦୦ ମିଟର ରହିଥିଲେ। ଏହି ସମୟରେ ୩ଟି ବାଇକରେ ୬ ଜଣ ଆସି ଆକ୍ରମଣ କରିଥିଲେ। ଆଉ ତାଙ୍କଠାରୁ ରୁପା ଅଳଙ୍କାର ଲୁଟି ନେଇଥିଲେ। ଏନେଇ ସେ ମେଡିକାଲରେ ଚିକିତ୍ସିତ ହେବା ପରେ ଥାନାରେ ଅଭିଯୋଗକରିଛନ୍ତି। ପୁଲିସ ଅଭିଯୋଗ ପାଇ ଏକ ମାମଲା ରୁଜୁ କରିଥିବା ଆଇଆଇସି ପଞ୍ଚାନନ ମହାନ୍ତି କହିଛନ୍ତି।
-
Feb 07, 2026 20:53 IST
ୟୁନାଇଡେଟ୍ ଷ୍ଟେଟ୍ସ ଆଗରେ ୧୬୨ ରନ୍ର ବିଜୟ ଲକ୍ଷ୍ୟ
- ଟି-୨୦ ବିଶ୍ବକପ୍ର ୩ୟ ମ୍ୟାଚ୍ରେ ଭାରତ-ୟୁଏସ୍ଏ ମୁହାଁମୁହିଁ
- ୟୁନାଇଡେଟ୍ ଷ୍ଟେଟ୍ସ ଆଗରେ ୧୬୨ ରନ୍ର ବିଜୟ ଲକ୍ଷ୍ୟ ରଖିଲା ଭାରତ
/sambad/media/post_attachments/a3f4098f-b0b.png)
-
Feb 07, 2026 20:22 IST
ଜାତୀୟ ସ୍ବତନ୍ତ୍ର ଅଲିମ୍ପିକ୍ସ ଦୌଡ଼କୁଦ: ଓଡ଼ିଶାକୁ ୩୪ ପଦକ
/filters:format(webp)/sambad/media/media_files/2026/02/07/07bbs_70_07022026_112-2026-02-07-20-22-49.jpg)
ଭୁବନେଶ୍ବର: ହରିୟାଣାର ରୋହତକଠାରେ ଅନୁଷ୍ଠିତ ସ୍ଵତନ୍ତ୍ର ଅଲିମ୍ପିକ୍ସ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ୩୪ ପଦକ ମିଳିଛି। ମହିଳା ଦଳଗତରେ ୭ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୩ କାଂସ୍ୟ ସହ ମୋଟ ୧୮ ପଦକ ମିଳିଛି। ସଗୁପ୍ତା ସାହିନ୍ ୩ ସ୍ବର୍ଣ୍ଣ, ଜସ୍ମିତା ମାରାଣ୍ଡି ରିଲେ ସ୍ୱର୍ଣ୍ଣ, ସୀମା ପଟେଲ ରିଲେ ସ୍ୱର୍ଣ୍ଣ ଓ ରୌପ୍ୟ, ସୀମା ନାୟକ ରିଲେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ, ଗୀତାଞ୍ଜଳି ସିଂହ ୧ ସ୍ବର୍ଣ୍ଣ, ହର୍ଷିତା ପ୍ରିୟଦର୍ଶିନୀ ତ୍ରିପାଠୀ ୨ କାଂସ୍ୟ, ସୁଶ୍ରୀ ସଂଗୀତା ନାଏକ ୧ ରୌପ୍ୟ ଓ ୧ କାଂସ୍ୟ, ସତ୍ୟଭାମା ସାହୁ ୨ ରୌପ୍ୟ, ଲିଲିମା ଭୁଏ ୧ ରୌପ୍ୟ, ଦୀପିକା କୁମ୍ଭାର ୨ ରୌପ୍ୟ ପଦକ ପାଇଛନ୍ତି। । ପୁରୁଷ ଦଳ ୬ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୭ କାଂସ୍ୟ ସହ ମୋଟ ୧୬ ପଦକ ଜିତିଛି। ସ୍ଵତନ୍ତ୍ର ଅଲିମ୍ପିକ୍ ଓଡ଼ିଶା ଦଳର ନେତୃତ୍ବ ନେଇଥିଲେ କ୍ରୀଡ଼ା ନିର୍ଦେଶକ ସସ୍ମିତା ମହାପାତ୍ର। ଏହି ସଫଳତା ନିମନ୍ତେ କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ ଓ ନିର୍ଦେଶକ ବିଜୟ ୟେଦୁଲା ଖେଳାଳି ଓ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସ୍ଵତନ୍ତ୍ର ଅଲିମ୍ପିକ୍ସ ଓଡ଼ିଶାର ଅଧ୍ୟକ୍ଷା ସୁନୀତା ମୁଣ୍ଡ, କ୍ଷେତ୍ର ନିର୍ଦେଶକ ପ୍ରକାଶ ରଥ, ଉପାଧ୍ୟକ୍ଷ ଉମାକାନ୍ତ ଷଡ଼ଙ୍ଗୀ, ରାଜ୍ୟ ସଂଯୋଜକ ଅର୍ପିତା ମହାପାତ୍ର, କୋଷାଧ୍ୟକ୍ଷ ସୁରେଶ ଖୁଣ୍ଟିଆ, ମନସ୍ତତ୍ଵବିତ୍ ମନତୋସ ବେହେରା ପ୍ରମୁଖ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶା ଦଳ ଶନିବାର ଭୁବନେଶ୍ବର ପହଞ୍ଚିବା ପରେ ବିମାନବନ୍ଦରଠାରେ ସ୍ବାଗତ ସମ୍ବର୍ଧନା ଦିଆଯାଇଥିଲା। କ୍ରୀଡ଼ା ବିଭାଗ ତରଫରୁ ଜିଏମ ବିଜୟ ରାଉତ ଉପସ୍ଥିତ ଥିଲେ।
-
Feb 07, 2026 20:11 IST
ରୋଷେଇ ଗ୍ୟାସରୁ ନିଆଁ ଲାଗି ଗୋଟିଏ ପରିବାର ୫ଜଣ ଗୁରୁତର
/filters:format(webp)/sambad/media/media_files/2026/01/15/breaking-2026-01-15-07-38-12.jpg)
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଟୁକୁଣା ଗ୍ରାମର ଅକ୍ଷୟ ଦାସଙ୍କ ପରିବାର ରାତ୍ରି ଭୋଜନ ପାଇଁ ରୋଷେଇ କରୁଥିବା ବେଳେ ସନ୍ଧ୍ୟା ସାଢେ ୬ଟାରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି l ଆହତମାନେ ହେଲେ ଅକ୍ଷୟ ଦାସ (୩୮), ଜୀବନ ଦାସ (୨୮), ସିପାଲି ଦାସ (୨୦), ନିଧି ଦାସ (୮), ଡଲି ଦାସ (୩୫) ପୋଡ଼ି ଯାଇ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତିl ପ୍ରାଥମିକ ଚିକିତ୍ସା ପରେ ଆହତ ମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l
-
Feb 07, 2026 20:08 IST
ବୋଲେର୍ ସହ ବାଇକ୍ ମୁହାମୁହିଁ ଧକ୍କା, ୨ ମୃତ
/filters:format(webp)/sambad/media/media_files/2026/02/07/baliguda-2026-02-07-20-08-40.jpeg)
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ବୁଡ଼ାବାଲି ଠାରେ ଏକ ପିକଅପ (ଓଡି ୦୭ ଏ ୫୩୧୬) ଏବଂ ବାଇକ୍ (ଓଡି ୦୭ ପି ୦୪୯୯) ମୁହାମୁହିଁ ଧକ୍କା ହୋଇଛି। ଫଳରେ ବାଇକ୍ ଆରୋହୀ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ମଣ୍ଡାସୁରର ପ୍ରଶାନ୍ତ ପାତ୍ର ବୋଲି ପରିଚୟ ମିଳିଥିଲା ବେଳେ ଅନ୍ୟ ଜଣକର ପରିଚୟ ମିଳି ପାରି ନାହିଁ। ବୋଲୋରୋଟି ବାଲିଗୁଡାରୁ ସାରଙ୍ଗଗଡ଼ ଯାଉଥିଲା ବେଳେ ବିପରୀତ ଦିଗରୁ ବାଇକ୍ ଫୁଲବାଣୀରୁ ବାଲିଗୁଡ଼ା ଅଭିମୁଖେ ଯାଉଥିଲାl ଡାମେରିକିଆ ନିକଟ ବୁଡାବାଲି ଠାରେ ଦୁର୍ଘଟଣା ଘଟିଥିଲା ବେଳେ ଘଟଣା ସ୍ଥଳରେ କ.ନୂଆଗାଁ ଥାନା ଅଧିକାରୀ ଆଶୁତୋଷ ଜେନା ଓ ଏସାଆଇ ବାସୁଦେବ ପଣ୍ଡା ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛନ୍ତି।
-
Feb 07, 2026 19:12 IST
ସର୍ଟ ସର୍କିଟ ଯୋଗୁଁ ଜଳିଗଲା କାର
/filters:format(webp)/sambad/media/media_files/2026/02/07/jsg-2026-02-07-19-12-08.jpeg)
ଝାରସୁଗୁଡ଼ା: ଝାରସୁଗୁଡା ସହର ସ୍ଥିତ କିସାନ ଛକ ନିକଟରେ ଥିବା ଆର୍ଯ୍ୟନ ହୋଟେଲ ସମ୍ମୁଖରେ ସର୍ଟ ସର୍କିଟ ଯୋଗୁଁ ଶନିବାର ଅପରାହ୍ନ ୪ ଟାରେ ଏକ ସ୍ବିଫ୍ଟ କାର ଜଳି ଯାଇଛି। ସୂଚନା ଅନୁସାରେ ସ୍ବିଫ୍ଟ କାର ନମ୍ବର ଏମ ଏଚ୧୫ ସିଡ଼ି ୫୦୯୨ ସମ୍ବଲପୁରରୁ ଆସି କିସାନ ଛକରେ ଥିବା ଆର୍ଯ୍ୟନ ହୋଟେଲ ରେ ନିକଟରେ ଅଟକିଥିଲା। ସର୍ଟ ସର୍କିଟ ଯୋଗୁଁ କାର ଭିତରେ ପୋଡା ବାସ୍ନା ହେବାରୁ ଚାଳକ ଓହ୍ଲାଇ ପଡିଥିଲେ। ହଠାତ କାରଟିର ଇଂଜିନ ଥିବା ଆଗପଟ ଟି ଜୋରରେ ହୁତୁହୁତୁ ହୋଇ ଜଳି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିଥିଲେ। କାରର ଆଗପଟ ସମ୍ପୂର୍ଣ ପୋଡି ଯାଇଛି। ଏଥିରେ ଥିବା ଚାଳକ ଅଳ୍ପକରେ ବର୍ତ୍ତି ଯାଇଛନ୍ତି।
-
Feb 07, 2026 18:58 IST
୨୦୦୮ରୁ ୨୦୧୮ ଅନୁଦାନ ପାଇଁ ଆଲୋଚନା ସଫଳ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଗଠିତ ଉଚ୍ଚସ୍ତରୀୟ କମିଟିର ପତ୍ର ସଂଖ୍ୟା ୧୦୪ ତା ୦୫/୦୨/୨୦୨୬ରୀଖ ଅନୁଯାୟୀ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ୫ଜଣିଆ ପ୍ରତିନିଧି ମଣ୍ଡଳୀର ବୈଠକ ସତ୍ୟନଗର ସ୍ଥିତ ତୋଷାଳୀ ଭବନର ଆମ କଲେଜ ଆମ ଗୌରବ ସମ୍ମିଳନୀ କକ୍ଷରେ ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ସହ ସଫଳତାର ସହିତ ବୈଠକ ଅନୁଷ୍ଠିତ ହୋଇଯାଇଛି।
/filters:format(webp)/sambad/media/media_files/2026/02/07/m-2026-02-07-18-58-05.jpeg)
ଆଜିର ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ବାବୁସିଂ, ବିଧାୟକ ଏକାମ୍ର ଭୁବନେଶ୍ୱରଙ୍କ ବ୍ୟକ୍ତିଗତ ସଚିବ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ଥିଲେ। ସଂଘର ଦାବି ରାଜ୍ୟର ବିଭିନ୍ନ ଅନୁଦାନ ପ୍ରାପ୍ତ ଏବଂ ଅଣଅନୁଦାନ ମହାବିଦ୍ୟାଳୟରେ ୦୧ ଜୁନ ୨୦୦୮ରୁ ୦୧ ଜୁନ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀ ମାନଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ପାଇଁ କମିଟି ସମ୍ମୁଖରେ ଦୃଢ଼ ଭାବରେ ଉପସ୍ଥାପନା କରାଯାଇଛି। ସଂଘର ଦାବିକୁ ଯୁକ୍ତିଯୁକ୍ତ ପ୍ରମାଣ କରିବା ପାଇଁ ସଂଘର ସଭାପତି ଶ୍ରୀଯୁକ୍ତ ବିଶ୍ବରଂଜନ ଦାସ କମିଟି ସମ୍ମୁଖରେ ବଳିଷ୍ଠ ତଥ୍ୟ ଭିତ୍ତିକ ପ୍ରମାଣ ପତ୍ର ଉପସ୍ଥାପନ କରିଛନ୍ତି। ମାନନୀୟ ଉଚ୍ଚସ୍ତରୀୟ କମିଟିର ସଂଘ ସହିତ ଦୀର୍ଘ ଦେଢ଼ ଘଣ୍ଟା ଧରି ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ସଂଘର ଯୁକ୍ତିଯୁକ୍ତ ଦାବିକୁ ସହୃଦୟତାର ସହ ଗ୍ରହଣ କରିଛନ୍ତି। ଉଚ୍ଚସ୍ତରୀୟ କମିଟି ଅବିଳମ୍ବେ ୨୦୦୮ ରୁ ୨୦୧୮ ଅନୁଦାନ ନିମନ୍ତେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଜିର ବୈଠକରେ ସଂଘର ପ୍ରତିନିଧି ମଣ୍ଡଳରେ ସଂଘର ସଭାପତିଙ୍କ ସମେତ ସମ୍ପାଦକ ପ୍ରିୟବ୍ରତ ମହାପାତ୍ର ଆବାହକ ନୀଲୁ ନାୟକ କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ବାପୁଜୀ ମହାପାତ୍ର ଏବଂ କଟକ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।
-
Feb 07, 2026 18:56 IST
ଓଡ଼ିଶା ଅବସରପ୍ରାପ୍ତ ଆୟକର କର୍ମଚାରୀ ସଂଘର ସପ୍ତଦଶ ବାର୍ଷିକ ଅଧିବେଶନ
/filters:format(webp)/sambad/media/media_files/2026/02/07/it-2026-02-07-18-56-12.jpeg)
ଭୁବନେଶ୍ବର: ଆଜି ପୂର୍ବାହ୍ନରେ ଓଡ଼ିଶା ଅବସରପ୍ରାପ୍ତ ଆୟକର କର୍ମଚାରୀ ସଂଘର ସପ୍ତଦଶ ବାର୍ଷିକ ଅଧିବେଶନ ଭୁବନେଶ୍ୱରସ୍ଥିତ ଓଡ଼ିଶା ଆୟକର ମଣ୍ଡଳର ମୁଖ୍ୟାଳୟ ଆୟକର ଭବନର ପ୍ରେକ୍ଷାଳୟରେ ବର୍ତ୍ତମାନର ସଭାପତି ଶ୍ରୀ ସ୍ବରାଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ସଭ୍ୟ ସଭ୍ୟା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସି ଏହି ଅଧିବେଶନରେ ଯୋଗ ଦେଇଥିଲେ। ଓଡ଼ିଶା ଆୟକର କର୍ମଚାରୀ ଫେଡରେସନର ସଭାପତି ଶ୍ରୀ ରାଧାଶ୍ୟାମ ଗିରି, ସମ୍ପାଦକ ଶ୍ରୀ ଚିତ୍ତ ରଂଜନ ପଟ୍ଟନାୟକ, ଓଡ଼ିଶା ଆୟକର ଗେଜେଟଡ ଅଧିକାରୀ ସଂଘର ସଭାପତି ଶ୍ରୀ ଚନ୍ଦନ ଘଡାଇ ଓ ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏହି ଅଧିବେଶନରେ ଅତିଥି ଭାବେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ବରିଷ୍ଠ ସଭ୍ୟ ଶ୍ରୀ ପ୍ରସନ୍ନ କୁମାର ମିଶ୍ର, ଶ୍ରୀ ଶିବପ୍ରସାଦ ସ୍ୱାଇଁ ଓ ଅନ୍ୟ ବହୁ ସଦସ୍ୟ ଆଲୋଚନା କରିଥିଲେ। ଆଗାମୀ ଦୁଇବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ବରିଷ୍ଠ ସଦସ୍ୟ ଶ୍ରୀ ଜୟନ୍ତ କୁମାର ହୋତାଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା। ନିମ୍ନ ଲିଖିତ ସଭ୍ୟମାନେ ବିଭିନ୍ନ ପଦ ପାଇଁ ବିନା ପ୍ରତିନ୍ଦ୍ୱଦିତାରେ ନିର୍ବାଚିତ ହୋଇଥିଲେ:
- ସଭାପତି: ଶ୍ରୀ ବିଧୁଭୂଷଣ ମହାନ୍ତି
- ଉପସଭାପତି : ଶ୍ରୀ ଶରତ କୁମାର ଦାଶ ଓ ମନୋରଞ୍ଜନ ପାଣିଗ୍ରାହୀ, ସମ୍ପାଦକ: ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି
- କଟକ ସମ୍ପାଦକ : ଶ୍ରୀ ବସନ୍ତ କୁମାର ବେହେରା
- ବ୍ରହ୍ମପୁର ସମ୍ପାଦକ : ଶ୍ରୀ ମନମୋହନ ରାଓ
- ସମ୍ବଲପୁର ସମ୍ପାଦକ : ଶ୍ରୀ ରାମ ନାରାୟଣ ନାୟକ
- କୋଷାଧ୍ୟକ୍ଷ : ଶ୍ରୀ ମଙ୍ଗରାଜ ସେଠୀ
କାର୍ଯ୍ୟକାରିଣୀ ସଦସ୍ୟ: ସର୍ବଶ୍ରୀ ବ୍ରଜେନ୍ଦ୍ରନାଥ ମହାନ୍ତି, କେ ସି ସାହାଣୀ, ଲାଲମୋହନ ମାଝୀ, ନିର୍ମଳେନ୍ଦୁ ଗୁପ୍ତା, ଗୌରାଙ୍ଗ ସାହୁ, ଚିତ୍ତରଞ୍ଜନ ଦାଶ, କମ୍ବୁପାଣି ପଟ୍ଟନାୟକ, ଚିନ୍ତାମଣି ଦାସ, ମନୋରଞ୍ଜନ ପଟ୍ଟନାୟକ ଓ ଚିନ୍ତାମଣି ଦାସ।ସ୍ବରାଜ ମହାନ୍ତି ପୂର୍ବତନ ସଭାପତି ଭାବେ କାର୍ଯ୍ୟକାରିଣୀର ସଦସ୍ୟ ରହିବେ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା। ମଧ୍ୟାହ୍ନଭୋଜନ ପରେ ଅଧିବେଶନ ସମାପ୍ତ ହୋଇଥିଲା। -
Feb 07, 2026 18:19 IST
ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍
/filters:format(webp)/sambad/media/media_files/2026/02/07/01breaking6-2026-02-07-18-19-21.jpeg)
ପୁରୀ: ପିପିଲି ଥାନା ଅଧୀନରେ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ସ୍ବତନ୍ତ୍ର ପୋକ୍ସୋ ଜଜ୍ ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତ ହେଉଛି ମଙ୍ଗଳପୁର ଉତ୍ତରବାଡ଼ ଗ୍ରାମର ଅନନ୍ତ ବେହେରା(୨୭)। ୨୦ବର୍ଷ ଜେଲ୍ ସହିତ ୮ହଜାର ୯ଶହ ଟଙ୍କା ଜରିମାନାଦେଶ ହୋଇଛି। ଜରିମାନା ଜମା ନହେଲେ ଆହୁରି ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ହେବ। ଅନ୍ୟପଟେ ନାବାଳିକାଙ୍କୁ ୭ ଲକ୍ଷଟଙ୍କା ଓଡ଼ିଶା ଭିକ୍ଟିମ୍ କମ୍ପେନ୍ଜେସନ୍ ସ୍କିମ୍ରେ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ସୁପାରିସ କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଦିଗଦର୍ଶନ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ। ଗତ ୨୦୨୩ ମସିହା ମେ ୭ ତାରିଖରେ ଅନନ୍ତ ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିଥିଲା। ବାରମ୍ବାର ଦୁଷ୍କର୍ମ କରିବା ସହ ନିର୍ଯାତନା ଦେଉଥିଲା। ୧ଲକ୍ଷ ଟଙ୍କା ଆଣିଲେ ବିବାହ କରିବ ବୋଲି କହିବାରୁ ନାବାଳିକା ନଭେମ୍ବର ୧୬ ତାରିଖରେ ଘରକୁ ଫେରିଆସିଥିଲେ। ନାବାଳିକା ପରିବାରବର୍ଗ ଜାଣିବା ପରେ ପିପିଲି ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଅନନ୍ତକୁ ଗିରଫ କରିଥିଲା।
-
Feb 07, 2026 18:15 IST
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ନେଇ ଜାତୀୟ ରାଜପଥ ଅବରୋଧ
/filters:format(webp)/sambad/media/media_files/2026/02/07/1breaking-news-sunday-2026-02-07-16-22-45.jpg)
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟସ୍ଥ ଡିଡି ଘାଟିରେ ଜଣେ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ନେଇ ପରିବାର ଓ ଗ୍ରାମବାସୀ ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି। ରାୟଗଡ଼ା ଠାରୁ କୋରାପୁଟକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିବା କାରଣରୁ ଯାତ୍ରୀବାଦୀ ବସ୍ ଠାରୁ ଆରମ୍ଭ କରି ପରିବହନ ଗାଡ଼ିଗୁଡିକ ଅଟକି ରହିଛି। ଦୁର୍ଘଟଣା ଘଟାଇ ଥିବା ଗାଡ଼ିକୁ ଚିହ୍ନଟ କରିବା ସହ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତା ଉପରେ ଶବ ରଖି ଆନ୍ଦୋଳନ କରିଛନ୍ତି। ଲକ୍ଷ୍ମୀପୁରରୁ ଏକ ବାଇକ ଯୋଗେ ନବୀନ ଚାଲାଣ ଓ ତାଙ୍କ ସମ୍ପର୍କୀୟ ନିଜ ଗାଁ ତୋଟାଗୁଡ଼ା ଯାଉଥିବା ବେଳେ ଏକ କାର ଧକ୍କା ଦେବା ପରେ ପଛ ପଟୁ ଆସୁଥିବା ହାଇବା ଯୁବକଙ୍କ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ନବୀନ ଙ୍କମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଡାକ୍ତରଖାନା ଚିକିତ୍ସିତ ହେଉଛନ୍ତି।
-
Feb 07, 2026 17:28 IST
ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ
/filters:format(webp)/sambad/media/media_files/2026/02/07/parjang-2026-02-07-17-28-19.jpg)
- ଟ୍ରେନିଂ ସେଣ୍ଟରରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ
- ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କୁମୁସୀ ହାଇସ୍କୁଲରେ ଉତ୍ପାତ
- ୫୦ଜଣ ଶିକ୍ଷକ-ଶିକ୍ଷତ୍ରୀଙ୍କ ଚାଲିଥିଲା ୫ଦିନିଆ ଟ୍ରେନିଂ
- ମଦପିଇ ଖରାପ ଭାଷାରେ ଗାଳି କଲେ ଶିକ୍ଷକ
- ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ
- ମଦ୍ୟପ ଶିକ୍ଷକ ହେଲେ କୁମୁସୀ ସେବାଶ୍ରମ ସ୍କୁଲର ଶଙ୍କର୍ଷଣ ପ୍ରଧାନ
-
Feb 07, 2026 17:01 IST
ସ୍କଟଲାଣ୍ଡ ଆଗରେ ୧୮୩ ରନ୍ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ
/sambad/media/post_attachments/onecms/images/uploaded-images/2026/02/07/bc58d75201ec4bec5df9a70330a8e1e91770461887538975_original-746760.jpg?impolicy=abp_cdn&imwidth=1200&height=675)
- ଟି୨୦ ବିଶ୍ବକପ୍: ଦ୍ବିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ-ସ୍କଟଲାଣ୍ଡ ମୁକାବିଲା
- କୋଲକାତାର ଇଡେନ କାର୍ଡେନରେ ମୁହାଁମୁହିଁ ହେଲେ ୨ଟିମ୍
- ଟସ୍ଜିଣି ସ୍କଟଲାଣ୍ଡର ବୋଲିଂ ନିଷ୍ପତ୍ତି, ୱେଷ୍ଟଇଣ୍ଡିଜିର ସ୍କୋର ୧୮୨/୫
- ସ୍କଟଲାଣ୍ଡ ଆଗରେ ୧୮୩ ରନ୍ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ
-
Feb 07, 2026 16:35 IST
ବିଶ୍ବବିଜୟୀ କନିଷ୍ଠ ଦଳକୁ ୭.୫ କୋଟି ଦେବ ବିସିସିଆଇ
ମୁମ୍ବାଇ: ଇଂଲଣ୍ଡକୁ ଏକତରଫା ଭାବେ ୧୦୦ ରନ୍ରେ ହରାଇ ଷଷ୍ଠ ଥର ପାଇଁ ୧୯ବର୍ଷରୁ କମ୍ ବିଶ୍ବକପ୍ ଜିତିଥିବା ଭାରତୀୟ କନିଷ୍ଠ କ୍ରିକେଟ୍ ଦଳ ଲାଗି ବିସିସିଆଇ ୭.୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ବିସିସିଆଇ ସଂପାଦକ ଦେବଜିତ ସାଇକିଆ ଶନିବାର ଏହି ଘୋଷଣା କରି କହିଛନ୍ତି, ୧୯ବର୍ଷରୁ କମ୍ ବିଶ୍ବକପ୍-୨୦୨୬ ଜିତିଥିବା ୧୯ବର୍ଷରୁ କମ୍ ଦଳକୁ ନେଇ ସାରା ଦେଶ ଗର୍ବିତ। ପୂରା ପ୍ରତିଯୋଗିତାରେ ଅପରାଜିତ ରହି ଫାଇନାଲ୍ରେ ଆମ ଖେଳାଳିମାନେ ଯେଭଳି ଭାବ ଇଂଲଣ୍ଡକୁ ହରାଇଥିଲେ, ତାହା ନିଶ୍ଚିତ ଭାବେ ଗୌରବର ବିଷୟ। ଆମେ ସମସ୍ତେ ସେମାନଙ୍କ ପାଇଁ ବହୁତ ଖୁସି। ବିସିସି ଭାରତୀୟ ଦଳକୁ ଏହି ଅନନ୍ୟ ସଫଳତା ଲାଗି ୭.୫୦ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିବ।
-
Feb 07, 2026 16:34 IST
ଆମର ଅର୍ଥନୀତି ସ୍ଥିର ଅଛି
/filters:format(webp)/sambad/media/media_files/2024/11/07/NyGCEAbaTo16z8PYC9KU.jpeg)
- ୨୫କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି
- ଆମର ଅର୍ଥନୀତି ସ୍ଥିର ଅଛି
- ୯୦ ପ୍ରତିଶତ ପିଲା ପ୍ରାଥମିକ ଶିକ୍ଷା ପାଇପାରୁଛନ୍ତି
- ୭୦% ପିଲା ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇପାରୁଛନ୍ତି
- ୬୦ ପ୍ରତିଶତ ପିଲା ଦ୍ବାଦଶ ଶିକ୍ଷା ପୂରା କରିପାରୁଛନ୍ତି
- ୨୯.୫ ପ୍ରତିଶତ ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି
- ବଜେଟ-୨୦୨୬ ନେଇ ଧମେନ୍ଦ୍ର ପ୍ରଧାନଙ୍କ ସାମ୍ବାଦିକ ସମ୍ମିଳନୀ
-
Feb 07, 2026 15:43 IST
ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ ଅପରାଜିତା
Photograph: (Hindustan Times) ରାମେଶ୍ୱର ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ରିଙ୍ଗ୍ ରୋଡ୍ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ମାଇଲ୍ସ୍ଟୋନ୍ ଅତିକ୍ରମ କରିଛି। ୧୧୧ କି.ମି. ଲମ୍ବ ଓ ପ୍ରାୟ ୮,୩୦୦ କୋଟି ଖର୍ଚ୍ଚରେ ନିର୍ମିତ ହେବାକୁ ଥିବା କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ ସମସ୍ତ ଆବଶ୍ୟକ ଅନୁମୋଦନ ଓ ସ୍ୱୀକୃତି ପାଇଛି। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଜଙ୍ଗଲ ଓ ବନ୍ୟପ୍ରାଣୀ ସମ୍ବନ୍ଧୀୟ ଅନୁମତି ସହ ସମସ୍ତ କ୍ଲିୟାରେନ୍ସ ମିଳିସାରିଛି। ସମସ୍ତ ଅନୁମୋଦନ ପ୍ରାପ୍ତ ହେବା ପରେ ଏନ୍ଏଚ୍ଏଆଇ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୦୫.୦୨.୨୦୨୬ ତାରିଖରେ ଟେଣ୍ଡର ଗ୍ରହଣ କରାଯାଇଛି। ଶୀଘ୍ର ଭିତ୍ତିପ୍ରସ୍ତର ରଖାଯିବା ସହ କାର୍ଯ୍ୟ ଆରମ୍ଭ ହେବl ଏହି ପ୍ରକଳ୍ପ ମୁଁ ପାଇଁ ନିୟମିତ ଭାବେ ପ୍ରୟାସ କରି ଅସୁଥିଲି l ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଭାଗୀୟ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି ବୋଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତିl
-
Feb 07, 2026 15:39 IST
ଗାତ କରି ଛାଡିଦେଲେ, ବିପଦକୁ ଆମନ୍ତ୍ରଣ
/filters:format(webp)/sambad/media/media_files/2026/02/07/jharigaon-2026-02-07-15-39-04.jpeg)
ଝରିଗାଁ: ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତା କଡ଼ର ବିଭିନ୍ନ ସ୍ଥାନରେ ଏକ ଟେଲିକମ କମ୍ପାନି ପକ୍ଷରୁ ତାର ବିଛାଇବା ପାଇଁ ଗାତ ଖୋଳି ଛାଡ଼ି ଦିଆଯାଇଛି। ଫଳରେ ଯାତାୟାତରେ ସମସ୍ୟା ହେବା ସହ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ଗତ ମଙ୍ଗଳବାର ଦିନ କମ୍ପାନି ପକ୍ଷରୁ ତାର ବିଛାଇବା ପାଇଁ ମୁଖ୍ୟ ରାସ୍ତାକଡ଼ର ବିଭିନ୍ନ ସ୍ଥାନରେ ଗାତ ଖୋଲା ଯାଇଥିଲା। ତେବେ ୫ ଦିନ ପରେ ମଧ୍ୟ କାର୍ଯ୍ୟ ଅସମ୍ପୂର୍ଣ୍ଣ ଯୋଗୁଁ ଗାତ ପୋତା ଯାଉନାହିଁ। ସେହିପରି ଗାତ ଚାରିପଟେ କୌଣସି ସୁରକ୍ଷା ବ୍ୟବସ୍ଥା ହୋଇ ନାହିଁ। ମୁଖ୍ୟରାସ୍ତା ପ୍ରାୟ ଗହଳି ରହୁଥିବା ବେଳେ ଦୁର୍ଘଟଣାର ଆଶଙ୍କା ଦେଖା ଦେଇଛି। ବିଶେଷ କରି ଏହି ରାସ୍ତା ଦେଇ ଛୋଟ ଓ ବଡ଼ ଶ୍ରେଣୀର ଛାତ୍ରଛାତ୍ରୀ ଯାତାୟତ କରୁଛନ୍ତି। ଗାଈଗୋରୁ ମଧ୍ୟ ଯାତାୟତ କରୁଛନ୍ତି। କେଉଁ ସମୟରେ ଦୁର୍ଘଟଣା ଘଟିବ, କହି ହେବ ନାହିଁ। ତେଣୁ କୌଣସି ଅଘଟଣ ହେବା ପୂର୍ବରୁ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
-
Feb 07, 2026 11:57 IST
ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ: ଘରେ ପଶି ପ୍ରାଣାନ୍ତକ ଆକ୍ରମଣ, ୪ ଗୁରୁତର
ପୁରୁଷୋତ୍ତମପୁର: ବିବାହ ଶୋଭାଯାତ୍ରାକୁ ନେଇ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତର କୁଶପୁର ଗ୍ରାମରେ ତୁମୁଳକାଣ୍ଡ ଘଟିଛି। ଗତକାଲି ରାତିରେ ଗ୍ରାମରେ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ କିଛି ମଦ୍ୟପ ଯୁବକ ଗ୍ରାମର କିଛି ଘର ଉପରକୁ ଟେକା ପଥର ଫୋପାଡ଼ିଥିଲେ। ଏହାକୁ ପ୍ରତିବାଦ କରିବାରୁ ଉତ୍ତ୍ୟକ୍ତ ଯୁବକମାନେ ଘରେ ପଶି ଖଣ୍ଡା ଓ ଲୁହାରଡ୍ରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ବାଘଳା ପଞ୍ଚାୟତର ସମିତିସଭ୍ୟ ପ୍ରକାଶ ନାହାକଙ୍କ ସମେତ ପ୍ରମୋଦ ନାହାକ, କୃଷ୍ଣ ନାହାକ, ରୋହିତ ନାହାକ ଓ ଶେଷଦେବ ନାହାକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକୃତରେ କେଉଁ କାରଣରୁ ଏଭଳି ଗଣ୍ଡଗୋଳ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ।
-
Feb 07, 2026 10:12 IST
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
/sambad/media/post_attachments/news/2026/feb/02trump-963478.jpg?w=670&h=900)
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାରତ ଏବଂ ଆମେରିକା ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ପାଇଁ ନୂତନ ଭାବରେ ଘୋଷିତ ଢାଞ୍ଚାକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଦୁଇ ଦେଶ ମଧ୍ୟରେ ସହଭାଗୀର ବୃଦ୍ଧି ପାଉଥିବା ଗଭୀରତା, ବିଶ୍ୱାସ ଏବଂ ଗତିଶୀଳତାକୁ ପ୍ରତିଫଳିତ କରୁଛି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଆମେରିକା ପାଇଁ ଉତ୍କୃଷ୍ଟ ଖବର! ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ଲେଖିଛନ୍ତି, ଆମେ ଆମର ଦୁଇ ମହାନ ଦେଶ ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ପାଇଁ ଏକ ଢାଞ୍ଚା ଉପରେ ସହମତ ହୋଇଛୁ। ଆମ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ପ୍ରତି ତାଙ୍କର ବ୍ୟକ୍ତିଗତ ପ୍ରତିବଦ୍ଧତା ପାଇଁ ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଉଛି।
-
Feb 07, 2026 09:30 IST
ଭାରତ ଉପରେ ଲାଗୁ ୨୫% ଶୁଳ୍କ ଉଠାଇଲେ ଟ୍ରମ୍ପ
Photograph: (sambad.in) ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଲାଗୁ ହୋଇଥିବା ୨୫ ପ୍ରତିଶତ ଶୁଳ୍କକୁ ଉଠାଇ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଏବଂ ନୂଆଦିଲ୍ଲୀ ମସ୍କୋରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି। ଟ୍ରମ୍ପ୍ ଶୁକ୍ରବାର ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ କହିଛନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ୧୪୦୬୬ରେ ବର୍ଣ୍ଣିତ ଜାତୀୟ ଜରୁରୀକାଳୀନ ପରିସ୍ଥିତିର ସମାଧାନ ପାଇଁ ଭାରତର ପ୍ରୟାସ ସମ୍ପର୍କରେ ମୁଁ ବରିଷ୍ଠ ଅଧିକାରୀଙ୍କଠାରୁ ସୂଚନା ଏବଂ ପରାମର୍ଶ ପାଇଛି। ବିଶେଷକରି ଭାରତ ରୁଷ ଫେଡେରେସନରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି, ଆମେରିକାରୁ ଶକ୍ତି ଉତ୍ପାଦ କ୍ରୟ କରିବ ବୋଲି ସୂଚିତ କରିଛି, ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ ଆମେରିକା ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ପାଇଁ ଏକ ଢାଞ୍ଚା ଉପରେ ସମ୍ପ୍ରତି ସହମତ ହୋଇଛି।
-
Feb 07, 2026 09:15 IST
ଟି୨୦ ବିଶ୍ବକପ୍-୨୦୨୬ର ପ୍ରଥମ ମ୍ୟାଚ୍କୁ ବର୍ଷା ଚେତାବନୀ
/filters:format(webp)/sambad/media/media_files/2026/02/05/1breaking-news-sunday-2026-02-05-22-43-42.jpg)
କଲମ୍ବୋ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପ୍ର ଦଶମ ସଂସ୍କରଣ ଆଜି ଠାରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମୁହାଁମୁହିଁ ହେବେ। ଏହି ମାସବ୍ୟାପୀ ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଆଜି ତିନୋଟି ମ୍ୟାଚ୍ ଖେଳାଯିବ, ଯେଉଁଥିରେ ପ୍ରଥମ ମ୍ୟାଚ୍ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ହେବ। ଏହି ମ୍ୟାଚ୍ କଲମ୍ବୋରେ ଅନୁଷ୍ଠିତ ହେବ। କିନ୍ତୁ ପ୍ରଥମ ମ୍ୟାଚ୍ରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁଁ ଉଭୟ ଦଳ ଗୁରୁବାର ଅଭ୍ୟାସ କରିପାରିନଥିଲେ।
ଯଦି ପାକିସ୍ତାନ ବନାମ ନେଦରଲ୍ୟାଣ୍ଡ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୁଏ, ତେବେ ଉଭୟ ଦଳ ୧-୧ରେ ଡ୍ର ରହିବ। ଏହା ନେଦରଲ୍ୟାଣ୍ଡ ପାଇଁ ଭଲ ହୋଇପାରେ। କିନ୍ତୁ ପାକିସ୍ତାନ ପାଇଁ ଆଦୌ ନୁହେଁ। କାରଣ ପାକିସ୍ତାନ ଭାରତ ବିପକ୍ଷରେ ନ ଖେଳିବା ବିଷୟରେ କହୁଛି, ଯାହା ଦ୍ୱାରା ସେମାନଙ୍କ ପାଇଁ ବାଦ୍ ପଡ଼ିବାର ଆଶଙ୍କା ବୃଦ୍ଧି ପାଇଛି। ଆଜିର ମ୍ୟାଚ୍ରେ ବର୍ଷା ଆଶା କରାଯାଉଛି ଏବଂ ଡକୱର୍ଥ-ଲୁଇସ୍ ପଦ୍ଧତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ।
-
Feb 07, 2026 08:28 IST
ଆତ୍ମଘାତୀ ଆକ୍ରମଣର କଡ଼ା ଜବାବ ଦିଆଯିବ: ପାକିସ୍ତାନ
/sambad/media/post_attachments/52e1d55f-410.png)
ଇସଲାମାବାଦ: ପାକିସ୍ତାନର ଶାହବାଜ ସରିଫ ସରକାର କହିଛନ୍ତି ଯେ ଶୁକ୍ରବାର ଦିନ ଇସଲାମାବାଦର ଏକ ସିଆ ମସଜିଦରେ ହୋଇଥିବା ଆତ୍ମଘାତୀ ଆକ୍ରମଣର କଡ଼ା ଜବାବ ଦିଆଯିବ। ପାକିସ୍ତାନ ଏହି ଆକ୍ରମଣ ପାଇଁ ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଦାୟୀ କରିଛି। ଶୁକ୍ରବାର ଦିନ ଇସଲାମାବାଦର ଏକ ସିଆ ମସଜିଦରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା। ଏହି ଆକ୍ରମଣରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୧୭୦ ଜଣ ଆହତ ହୋଇଥିଲେ। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ କହିଛନ୍ତି ଯେ ଶାହବାଜ ସରିଫ ସରକାର ଏହି ଆକ୍ରମଣର କଡ଼ା ଜବାବ ଦେବ।
-
Feb 07, 2026 08:12 IST
ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
elephant attacks Photograph: (sambad.in) ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ସିକୋ ଖଡିପଦରରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଖଡିପଦର ଗ୍ରାମର ଶଙ୍କର ରାଉତରାୟ (୪୦) କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କନୂଆ ଜଗନ୍ନାଥ ସଡକ ଉପରେ ଟାୟାର ଜାଳି କରିଛନ୍ତି ଅବରୋଧ କରିଛନ୍ତି।
-
Feb 07, 2026 08:04 IST
ସହିଦଙ୍କ ପରିବାରକୁ ଏକ ଏକର ଜମି ଦେବେ ନୀତିଶ ସରକାର
/filters:format(webp)/sambad/media/media_files/2025/11/21/nitish-kumar-2025-11-21-02-19-09.jpg)
ପାଟନା: ବିହାରର ନୀତିଶ କୁମାର ସରକାର ଦେଶ ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକଙ୍କ ପରିବାର ପାଇଁ ଏକ ସମ୍ବେଦନଶୀଳ ନିଷ୍ପତ୍ତି ନେଇଛନ୍ତି। ରାଜସ୍ୱ ଏବଂ ଭୂମି ସଂସ୍କାର ବିଭାଗ ସହିଦ ସୈନିକଙ୍କ ଆଶ୍ରିତମାନଙ୍କୁ ସରକାରୀ ଜମି ବଣ୍ଟନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିଛି। ଉପମୁଖ୍ୟମନ୍ତ୍ରୀ ଏବଂ ଭୂମି ରାଜସ୍ୱ ମନ୍ତ୍ରୀ ବିଜୟ କୁମାର ସିହ୍ନା କହିଛନ୍ତି ଯେ ରାଜ୍ୟ ସରକାର ସହିଦଙ୍କ ପରିବାର ପ୍ରତି କୃତଜ୍ଞ ଏବଂ ସେମାନଙ୍କ ସମ୍ମାନ ଆମର ପ୍ରାଥମିକତା। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସହିଦଙ୍କ ପରିବାରକୁ ସେମାନଙ୍କ ଗୃହ ଜିଲ୍ଲାରେ ସମ୍ମାନଜନକ ଜୀବନଯାପନ ପାଇଁ ସମ୍ବଳ ଉପଲବ୍ଧ କରାଇବା। ଏଥିପାଇଁ, ବିଭାଗ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ରାଜ୍ୟ ସରକାର ସହିଦଙ୍କ ପରିବାରକୁ ଏକ ଏକର ଜମି ଦେବେ।
-
Feb 07, 2026 07:52 IST
ଉତ୍ତରାଖଣ୍ଡ, କଶ୍ମୀରରେ ତୁଷାରପାତ ସମ୍ଭାବନା
ନୂଆଦିଲ୍ଲୀ: ଦେଶବ୍ୟାପୀ ପୁଣି ଥରେ ପାଗ ପରିବର୍ତ୍ତନ ହେଉଛି। ଦିଲ୍ଲୀ-ଏନସିଆରରେ ପାରଦ ଧୀରେଧୀରେ ବଢ଼ୁଛି। ଥଣ୍ଡା ପବନର ପ୍ରଭାବ ରହିଛି। ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀ-ଏନସିଆରରେ ଶନିବାର ଥଣ୍ଡା ପବନ ସହିତ ହାଲୁକା ସୂର୍ଯ୍ୟ କିରଣ ଅନୁଭୂତ ହେବ। ଅନେକ ରାଜ୍ୟରେ ବର୍ଷା ଏବଂ ତୁଷାରପାତ ପାଇଁ ଆଇଏମଡି ସତର୍କତା ଜାରି କରିଛି। ଆଇଏମଡି ଫେବ୍ରୁଆରି ୯ରୁ ୧୧ ମଧ୍ୟରେ ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା ଏବଂ ତୁଷାରପାତ ହେବାର ପୂର୍ବାନୁମାନ କରିଛି। ଫେବ୍ରୁଆରି ୧୦ରେ କିଛି ଅଞ୍ଚଳରେ ପ୍ରବଳ ପବନ ସହିତ ଘଡ଼ଘଡ଼ି ଏବଂ ବିଜୁଳି ବର୍ଷା ମଧ୍ୟ ସମ୍ଭବ। ଆଗାମୀ ଦିନରେ ଉତ୍ତର ଭାରତରେ ତାପମାତ୍ରା ବୃଦ୍ଧି ପାଇ ଥଣ୍ଡା ହ୍ରାସ କରିବ। ଉତ୍ତରାଖଣ୍ଡରେ ଫେବ୍ରୁଆରି ୯ରୁ ୧୧ ମଧ୍ୟରେ ବର୍ଷା ଏବଂ ତୁଷାରପାତ ହେବାର ମଧ୍ୟ ସମ୍ଭାବନା ଅଛି। ଫେବ୍ରୁଆରି ୭ ପର୍ଯ୍ୟନ୍ତ ଘନ କୁହୁଡ଼ି ସତର୍କତା ଜାରି କରାଯାଇଛି। ଫେବ୍ରୁଆରି ୭ ତାରିଖରେ ଜମ୍ମୁ କଶ୍ମୀରର ଅନେକ ଅଞ୍ଚଳରେ ବର୍ଷା ଏବଂ ତୁଷାରପାତ ହୋଇଥିଲା। ଫେବ୍ରୁଆରି ୯ ରୁ ୧୧ ମଧ୍ୟରେ ପୁଣି ଥରେ ବ୍ୟାପକ ବର୍ଷା ଏବଂ ତୁଷାରପାତ ହେବାର ସମ୍ଭାବନା ଅଛି। ଫେବ୍ରୁଆରି ୧୦ ତାରିଖରେ ଝଡ଼ବର୍ଷା ଏବଂ ପ୍ରବଳ ପବନ ମଧ୍ୟ ହୋଇପାରେ।
-
Feb 07, 2026 07:44 IST
ମଥୁରାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୬ମୃତ
/sambad/media/post_attachments/images/2026/02/07/article/image/mathura-news-(2)-1770425248628_v-877516.webp)
ମଥୁରା: ଉତ୍ତର ପ୍ରଦେଶର ମଥୁରା ନିକଟ ଯମୁନା ଏକ୍ସପ୍ରେସୱେରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀମାନଙ୍କୁ ଶୌଚ ପାଇଁ ବସ୍ରୁ ଓହ୍ଲାଇବା ସମୟରେ ଏକ ଦ୍ରୁତଗାମୀ କଣ୍ଟେନର ସେମାନଙ୍କୁ ଚାପି ଦେଇଛି, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର ୨ଟା ୪୫ରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ଦିଲ୍ଲୀର ନାଙ୍ଗଲୋଇରୁ କାନପୁରର ରସୁଲାବାଦ ଅଭିମୁଖେ ଯାତ୍ରା କରୁଥିଲା। ସୁରିର ଥାନା ଅଞ୍ଚଳର ମାଇଲଷ୍ଟୋନ୍ ୮୮ ନିକଟରେ ଯାତ୍ରୀମାନେ ଡ୍ରାଇଭରଙ୍କୁ ଶୌଚ ପାଇଁ ଅଟକିବାକୁ କହିଥିଲେ। ଡ୍ରାଇଭର ଗ୍ରୀନ୍ ଜୋନ୍ରେ ଅଟକିବା ପରିବର୍ତ୍ତେ ବସ୍କୁ ଅଟକାଇ ଦେଇଥିଲେ। ଯାତ୍ରୀମାନେ ଶୌଚ ପାଇଁ ବସ୍ରୁ ଓହ୍ଲାଇବା ସମୟରେ ପଛରୁ ଆସୁଥିବା ଏକ ଦ୍ରୁତଗାମୀ କଣ୍ଟେନର ବସ୍କୁ ଧକ୍କା ଦେଇଥିଲା। ଫଳରେ ତଳେ ଠିଆ ହୋଇଥିବା ଯାତ୍ରୀମାନେ ଚାପି ହୋଇଯାଇଥିଲେ। ଦୁର୍ଘଟଣାରେ ସର୍ବ କଟରା ନିବାସୀ ସୋନୁ, ବସ୍ତି ନିବାସୀ ଦେବେଶ, ଗଣେଶ ପୂର୍ବା ନିବାସୀ କନୌଜ ନିବାସୀ ଅସଲମ୍, ଦିଲ୍ଲୀର ପ୍ରେମନଗର ନିବାସୀ ସନ୍ତୋଷ ଏବଂ ଅନ୍ୟ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
-
Feb 07, 2026 07:31 IST
ମାଲେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନରେ ନୃତ୍ୟ କରିବେ ୮୦୦ କଳାକାର
Narendra Modi Photograph: (Hindustan Times) ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅପରାହ୍ଣରେ ମାଲେସିଆ ଗସ୍ତ କରିବେ। ସେ ଦୁଇଦିନିଆ ଗସ୍ତରେ ସେଠାରେ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଥିରେ ପ୍ରତିରକ୍ଷା ଏବଂ ବାଣିଜ୍ୟ ସହଯୋଗ ପ୍ରମୁଖ ପ୍ରସଙ୍ଗ ହେବ। ମାଲେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭବ୍ୟ ସ୍ୱାଗତ ସମାରୋହ ସମୟରେ ଭାରତୀୟ ପ୍ରବାସୀ ଏକ ବିଶାଳ ନୃତ୍ୟ ପ୍ରଦର୍ଶନ ସହିତ ମାଲେସିଆନ ବୁକ୍ ଅଫ୍ ରେକର୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୮୦୦ରୁ ଅଧିକ କଳାକାର ଏକ ଏକକ ନୃତ୍ୟ ପ୍ରଦର୍ଶନରେ ଅଂଶଗ୍ରହଣ କରିବେ, ଯାହାକୁ ଆୟୋଜକମାନେ ‘ଭାରତୀୟ ଶାସ୍ତ୍ରୀୟ ଏବଂ ଲୋକନୃତ୍ୟ ଶୈଳୀର ସର୍ବବୃହତ ଗୋଷ୍ଠୀ’ ଭାବରେ ବର୍ଣ୍ଣନା କରନ୍ତି। ପ୍ରାୟ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନୃତ୍ୟରେ ଭାରତନାଟ୍ୟମ୍, ଓଡ଼ିଶୀ, କଥକ, କଥାକଲି, ମୋହିନୀଅଟ୍ଟମ୍ ଏବଂ କୁଚିପୁଡ଼ି ଭଳି ଭାରତୀୟ ନୃତ୍ୟ ପରମ୍ପରାର ଏକ ପ୍ରାଣବନ୍ତ ମିଶ୍ରଣ ସହିତ ଯକ୍ଷଗାନ, ଲାଭାନି, ପଞ୍ଜାବୀ, ରାଜସ୍ଥାନୀ, ଓଡ଼ିଆ, ବିହୁ, ତାମିଲ ଲୋକ ଏବଂ ଅନ୍ୟାନ୍ୟ ଅନେକ ଆଞ୍ଚଳିକ ଭିନ୍ନତା ଅନ୍ତର୍ଭୁକ୍ତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଅପରାହ୍ନରେ କୁଆଲାଲମ୍ପୁରରେ ପହଞ୍ଚିବେ ଏବଂ ସନ୍ଧ୍ୟାରେ ପ୍ରବାସୀଙ୍କୁ ସମ୍ବୋଧିତ କରିବେ। ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଏହି ବିଶାଳ ନୃତ୍ୟ ପ୍ରଦର୍ଶନ ସ୍ୱାଗତର ଅଂଶ ହେବ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ପ୍ରାୟ ୧୫,୦୦୦ ଲୋକଙ୍କ ଜନସମାବେଶକୁ ସମ୍ବୋଧିତ କରିବେ।
Follow Us