🔴 LIVE | News Updates 6th Dec 2025: ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କଲା ଦିଲ୍ଲୀ ବିମାନବନ୍ଦର, କ୍ବିଣ୍ଟନ୍‌ ଡି’କକ୍‌ଙ୍କ ଶତକ

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Saturday

BREAKING NEWS Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Dec 06, 2025 15:42 IST

    କ୍ବିଣ୍ଟନ୍‌ ଡି’କକ୍‌ଙ୍କ ଶତକ

    ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆରେ କ୍ବିଣ୍ଟନ ଡି’କକ୍‌ ଶତକ ହାସଲ କରିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏସିଏ-ଭିଡିସିଏ କ୍ରିକେଟ୍‌ ଷ୍ଟାଡିୟମରେ ଶୃଙ୍ଖଳାର ଅନ୍ତିମ ମୁକାବିଲା ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟର ଡି’କକ୍‌ ୮୦ଟି ବଲ୍‌ ଖେଳି ଶତକ ହାସଲ କରିଛନ୍ତି। ଏଥିରେ ୮ଟି ଚୌକା ଓ ୬ଟି ଛକା ମାରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଦକ୍ଷିଣ ଆଫ୍ରିକାର ସ୍କୋର ୩୦ ଓଭରରେ ୪ଟି ୱିକେଟ୍‌ ହରାଇ ୧୮୫ ରନ୍‌ ହୋଇଛି। 

    Screenshot 2025-12-06 154312
    Quinton de Kock century. Photograph: (sambad.in)

     

  • Dec 06, 2025 15:08 IST

    ଜାତୀୟ ରାଜପଥ ଉପରେ ଜଳିଗଲା ହାଇଓ୍ୱା

    ବଣାଇଁଗଡ଼: ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ୧୪୩ ନମ୍ବର ରାଜପଥ ଉପରେ ଆଜି ଅପରାହ୍ନ ତିନିଟା ପାଖାପାଖି ସମୟରେ ରାସ୍ତା ଉପରେ ଏକ ହାଇୱା ଗାଡ଼ି ଜଳିଯାଇଛି l ଘଟଣାରୁ ପ୍ରକାଶ ଯେ ଟିକାୟତପାଲି ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ୧୪୩ ନମ୍ବର ରାଜପଥ ରେ ଗାଡ଼ିଟି ଜଳି ଯାଇଥିଲା l ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେବା ପରେ ଗାଡ଼ି ନିଆଁ ଲିଭାଇବା ସହିତ କିପରି ନିଆଁ ଲାଗିଲା କାହାର ଗାଡ଼ି ସେ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି l

    Untitled

  • Dec 06, 2025 14:35 IST

    ଯୁକ୍ତ ତିନି ଛାତ୍ରୀଙ୍କ ଦେହରେ ଲାଗିଲା ନିଆଁ

    ରାଉରକେଲା: ଜଳିଗଲେ ନାବାଳିକା। ଶରୀରର ୮୦ ପ୍ରତିଶତ ଅଂଶରେ ଲାଗିଛି ନିଆଁ। ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ୍ ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି। ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଅଞ୍ଚଳର ଜଣେ ନାବାଳିକା ରାଜଗାଙ୍ଗପୁର ସରବତୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ପଢ଼ୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଦେହରେ ଲାଗିଲା ନିଆଁ । ନିଆଁ କେମିତି ଲାଗିଲା, ଚାଲିଛି ପୁଲିସର ତଦନ୍ତ। 

    Untitled

  • Dec 06, 2025 10:01 IST

    ବାଙ୍କୀରେ ଗୋଟିଏ ରାତିରେ ଦୁଇ ଦୁଇଟି ଗାଁରୁ ସିରିଜ ଲୁଟ

    ବାଙ୍କୀ: ବାଙ୍କୀରେ ମାତିଛନ୍ତି ସିନ୍ଧି ଚୋର ଗ୍ୟାଙ୍ଗ। ଗୋଟିଏ ରାତିରେ ଦୁଇ ଦୁଇଟି ଗାଁରୁ ସିରିଜ ଲୁଟ ହୋଇଥିବା ସୂଚନା ମିଳିଛି। ବୈଦେଶ୍ଵର ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଓ ପର୍ଶୁରାମପୁର ଗାଁରୁ ଏକକାଳୀନ ୫ଟି ଘରୁ ଲୁଟ୍। ଝରକା ଓ କବାଟ ଭାଙ୍ଗି ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଘଟଣା ସ୍ଥଳରେ ବୈଦେଶ୍ଵର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

     

    1BREAKING NEWS Saturday
    BREAKING NEWS Photograph: (sambad.in)

     

  • Dec 06, 2025 09:29 IST

    ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କଲା ଦିଲ୍ଲୀ ଏୟାରପୋର୍ଟ

    ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଯାତ୍ରୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରାଯାଇଛି । ଦିଲ୍ଲୀ ବିମାନବନ୍ଦର ଏକ ପରାମର୍ଶ ଜାରି କରି କହିଛି- ଆମେ ଖୁସିର ସହିତ ସୂଚନା ଦେଉଛୁ ଯେ ଇଣ୍ଡିଗୋ ବିମାନ ଚଳାଚଳ ଏବେ ଧୀରେ ଧୀରେ ଆରମ୍ଭ ହେଉଛି ଏବଂ ଏହା ସ୍ୱାଭାବିକ ଅବସ୍ଥାକୁ ଫେରି ଆସୁଛି। ଘରୁ ବାହାରିବା ପୂର୍ବରୁ ଦୟାକରି ଆପଣଙ୍କର ବୁକିଂ ଏବଂ ବିମାନର ସ୍ଥିତି ଯାଞ୍ଚ କରନ୍ତୁ...

    delhi airport
    delhi airport Photograph: (sambad.in)

     

  • Dec 06, 2025 09:10 IST

    ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ର ଷ୍ଟୋର୍ ରୁମ୍‌ରେ ଅଗ୍ନିକାଣ୍ଡ

    ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଫେଇ କର୍ମଚାରୀ ଷ୍ଟୋର ରୁମରେ ନିଆଁଲାଗି ବିଭିନ୍ନ ସାମଗ୍ରୀ ଜଳିଯାଇଛି। ଆଜି ସକାଳେ ରୁମ୍ ବନ୍ଦ ଥିବାବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏଥିରେ କାହାର କିଛି ହୋଇନଥିବା ବେଳେ ସଫେଇ ସାମଗ୍ରୀ ପୋଡିଯାଇଛି। ନିଆଁ ଲାଗିବାର କାରଣ ଜଣାପଡିନାହିଁ।

    Untitled

  • Dec 06, 2025 08:28 IST

    ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ: ବିଜୟ ପାଇଁ ଆଜି ଲଢ଼େଇ

    ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲା ଆଜି ବିଶାଖାପାଟଣାରେ ଖେଳାଯିବ। ଏହି ମ୍ୟାଚ୍‌ ଜିତିବା ସହ ଶୃଙ୍ଖଳା ହାତେଇବା ପାଇଁ ଉଭୟ ଦଳ ଉଦ୍ୟମ କରିବେ। ଏପର୍ଯ୍ୟନ୍ତ ଏହି ଶୃଙ୍ଖଳା ୧-୧ରେ ରହିଛି। ପ୍ରଥମ ୨ଟି ମ୍ୟାଚରେ ବିରାଟ କୋହଲି ଶତକ ହାସଲ କରିଥିବାରୁ ଆଜି ପୁଣି ସମାନ ଶୈଳୀରେ ଖେଳିବେ ବୋଲି ମଧ୍ୟ ଆଶା କରାଯାଉଛି।

    fhffhsxvb

  • Dec 06, 2025 08:18 IST

    ୩୭ଟି ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ୍ ଯୋଡ଼ିଲା ଭାରତୀୟ ରେଳବାଇ

    ନୂଆଦିଲ୍ଲୀ: ଘରୋଇ ବିମାନ କମ୍ପାନି ‘ଇଣ୍ଡିଗୋ’ର ଉଡ଼ାଣ ବାତିଲ ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ଯୋଗୁଁ ଭାରତୀୟ ରେଳବାଇ ବଡ଼ ପଦକ୍ଷେପ ନେଇଛି। ଭାରତୀୟ ରେଳବାଇ ୩୭ଟି ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ୍ ଯୋଡିଛି। ଏହି ପଦକ୍ଷେପ ଦ୍ବାରା ଅତିରିକ୍ତ ଯାତ୍ରୀଙ୍କୁ ଯାତ୍ରା ସୁବିଧା ମିଳି ପାରିବ। ଦକ୍ଷିଣ, ଉତ୍ତର ଏବଂ ପଶ୍ଚିମ ରେଳବାଇ ଅନେକ ଟ୍ରେନରେ ଅତିରିକ୍ତ କୋଚ୍ ଯୋଡିଛି। ଏହା ସହିତ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ରେଳବାଇ ଚାରୋଟି ସ୍ୱତନ୍ତ୍ର ଟ୍ରେନ ସେବା ଚଲାଉଛି।

    train

  • Dec 06, 2025 08:08 IST

    ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଗୁଳି ଶଦ୍ଦ

    ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରବଳ ଗୁଳିଗୋଳା ମାଡ଼ ହୋଇଛି, ଯାହା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଏହି ଆକ୍ରମଣ ଘଟଣାରେ କୌଣସି ଲୋକଙ୍କର ମୃତାହତ ରିପୋର୍ଟ ମିଳିନାହିଁ। ଏହି ସପ୍ତାହର ଆରମ୍ଭରେ ଶାନ୍ତି ଆଲୋଚନା କୌଣସି ଫଳାଫଳ ଦେଇ ନ ପାରିବାର ଦୁଇ ଦିନ ପରେ ଏହି ଘଟଣା ଘଟିଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

  • Dec 06, 2025 07:44 IST

    ଭାରତ ବିରୋଧୀ କାର୍ଯ୍ୟକଳାପ: ବ୍ରିଟେନ୍‌ର କାର୍ଯ୍ୟାନୁଷ୍ଠାନ

    ଲଣ୍ଡନ: ଜଣେ ଖାଲିସ୍ତାନ ସମର୍ଥକ ଶିଖ ବ୍ୟବସାୟୀ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଏକ ଗୋଷ୍ଠୀକୁ ବ୍ରିଟେନ ନିଷିଦ୍ଧ କରିଛି। ଗୁରୁବାର ଦିନ ପ୍ରଥମ ଥର ପାଇଁ ବ୍ରିଟେନ ଏହାର 'ଘରୋଇ ଆତଙ୍କବାଦ ବିରୋଧୀ ଶାସନ' ବ୍ୟବହାର କରି ବ୍ରିଟେନ ଶିଖ ବ୍ୟବସାୟୀ ଗୁରପ୍ରୀତ ସିଂହ ରେହାଲ ଏବଂ ତାଙ୍କ ସହିତ ଜଡିତ ଏକ ଗୋଷ୍ଠୀ ଉପରେ ପ୍ରତିବନ୍ଧକ ଲଗାଇଛି। ଭାରତରେ ଖାଲିସ୍ତାନ ସମର୍ଥକ ଆତଙ୍କବାଦୀ ସଂଗଠନ ବବର ଖାଲସାକୁ ପାଣ୍ଠି ଯୋଗାଇବା ସନ୍ଦେହରେ ଏହି ପ୍ରତିବନ୍ଧକ ଲଗାଯାଇଥିବା ଜାତୀୟ ଗଣମାଧ୍ୟମ ରିପୋଟ କରିଛି। ପଞ୍ଜାବ ୱାରିୟର୍ସ ସ୍ପୋର୍ଟସ୍ ଇନଭେଷ୍ଟମେଣ୍ଟ ଫାର୍ମ ସହିତ ଜଡିତ ଗୁରପ୍ରୀତ ସିଂହ ରେହାଲଙ୍କ ସମସ୍ତ ସମ୍ପତ୍ତି ବ୍ରିଟେନରେ ଫ୍ରିଜ୍ କରାଯାଇଛି ଏବଂ ତାଙ୍କୁ କମ୍ପାନି ନିର୍ଦ୍ଦେଶକ ହେବା ପାଇଁ ମଧ୍ୟ ଅଯୋଗ୍ୟ ଘୋଷଣା କରାଯାଇଛି।

  • Dec 06, 2025 07:38 IST

    ଇଣ୍ଡିଗୋର ସଂକଟ ଜାରି

    ଘରୋଇ ବିମାନ କମ୍ପାନି ଇଣ୍ଡିଗୋର ସଂକଟ ଜାରି ରହିଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ନିର୍ଦ୍ଦେଶ ପରେ ଇଣ୍ଡିଗୋ ଏୟାରଲାଇନ୍ସ ଦିଲ୍ଲୀରୁ ଚଳାଚଳ କରୁଥିବା ୧୯୦ଟି ଘରୋଇ ଉଡ଼ାଣ ବାତିଲ କରିଛି। ଯାନ୍ତ୍ରିକ କାରଣ ଦର୍ଶାଇବିମାନ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି। ହଠାତ୍ ବାତିଲ ହେବା ଫଳରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ସେମାନଙ୍କୁ ସେମାନଙ୍କର ଯାତ୍ରା ଯୋଜନା ପୁନଃନିର୍ଦ୍ଧାରିତ କରିବାକୁ ବାଧ୍ୟ କରାଯାଇଥିଲା।

    Screenshot 2025-12-05 124247
    Indigo flight cancelled from Delhi today. Photograph: (Aajtak)

     

  • Dec 06, 2025 07:10 IST

    ଟ୍ରକ୍-କାର ଧକ୍କାରେ ପାଞ୍ଚ ଜଣଙ୍କର ମୃତ୍ୟୁ

    ସତନା: ମଧ୍ୟପ୍ରଦେଶର ସତନାର ନାଗୌଡ଼ରୁ ଶାହଗଡ଼ ଯାଉଥିବା ସମୟରେ, ପ୍ରଜାପତି ପରିବାରର ସାତ ଜଣ ସଦସ୍ୟଙ୍କୁ ନେଇ ଏକ କାର ଏକ ଟ୍ରକ୍ ସହିତ ଧକ୍କା ଦେଇଥିଲା। ଘଟଣାସ୍ଥଳେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣ ଆହତ ହୋଇଥିଲେ, ଉଭୟଙ୍କ ଅବସ୍ଥା ଗୁରୁତର ଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି, ଯେଉଁଠାରେ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଛତରପୁର ଜିଲ୍ଲାର ଗୁଲଗଞ୍ଜ ଏବଂ ଚୌପାରିଆ ସରକାର ମନ୍ଦିର ମଧ୍ୟରେ ଏହି ଘଟଣା ଘଟିଛି। ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ସାତ ଜଣ ଲୋକ ସାତନାର ନାଗୌଡ଼ରୁ ସାଗର ଜିଲ୍ଲାର ଶାହଗଡ଼କୁ ପଞ୍ଜିକରଣ ନମ୍ବର ଏମ୍‌ପି 19 CA 0857 ଥିବା ଏକ ସେଣ୍ଟ୍ରୋ କାରରେ ଯାତ୍ରା କରୁଥିଲେ। ଗୁଲଗଞ୍ଜ ଓ ଚୌପାରିଆ ସରକାର ମନ୍ଦିର ମଧ୍ୟରେ କାରଟି ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe