ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Jan 06, 2026 22:25 IST
ସୁନା ଓ ରୁପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଚୋରି
ନବରଙ୍ଗପୁର: ସ୍ଥାନୀୟ ଇଚ୍ଛାବତୀଗୁଡ଼ା ଡିଏସ-୩ ସିନେମା ହଲ ନିକଟରେ ରହୁଥିବା ଶିକ୍ଷକ ପଞ୍ଚାନନ ବିଷୋୟୀଙ୍କ ଘରୁ ଗତକାଲି ରାତିରେ ବଡ଼ଧରଣର ଚୋରି ହୋଇଛିI ଘରେ କେହି ନଥ୍ବାରର ସୁଯୋଗ ନେଇ ଦୁର୍ବୃତ୍ତ ଘରେ କଳାକନା ବୁଲାଇଛନ୍ତି। ଘର ତାଲା ଭାଙ୍ଗି ୮ ତୋଳା ସୁନା, ରୁପା ଅଳଙ୍କାର ସହ ୨ ଲକ୍ଷ ଟଙ୍କା ଚୋରି ଅଭିଯୋଗ ହୋଇଛି। ଦୁଇ ହଳ ସୁନା ଚୁଡ଼ି, କାନର ଝୁମୁକା, ୨ଟି ସୁନା ଲକେଟ୍, ୨ଟି କାନଫୁଲ, ଦୁଇ ହଳ ରୁପା ପାଉଁଞ୍ଜି, ୨ ହଳ ରୁପାଚେନ୍, ଦୁଇଟି ଲ୍ୟାପ୍ ଟପ୍ ଓ ନଗଦ ଦୁଇ ଲକ୍ଷ ଟଙ୍କା ଚୋରି ହୋଇଛି ଚୋରି ହୋଇଥିବା ଟଙ୍କା ତାଙ୍କ ସାନ ଭାଇ ଗୋପାଳଙ୍କର ବ୍ୟବସାୟ ଟଙ୍କା ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ପଞ୍ଚାନନଙ୍କର ପରିବାର କିଛିଦିନ ହେଲା ନିଜ ଗାଁ ତେନ୍ତୁଳିଖୁଣ୍ଟି ବ୍ଳକର ବାଗନାଗୁଡ଼ାକୁ ଯାଇଥିଲୋ।
ଆଜି ସନ୍ଧ୍ୟାରେ ଆସି ଦେଖିବା ବେଳକୁ ଘରର ତାଲା ଭଙ୍ଗାଯାଇଛି। ଘର ଭିତରେ ଥିବା ଆଲମାରି ଭାଙ୍ଗି ସୁନା, ରୁପା, ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇଥିଲୋ ଏ ନେଇ ସେ ନବ ରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି I ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଦଳ ସହାୟତାରେ ତଦନ୍ତ କରାଯାଇଥିଲା। ପୁଲିସ ଚୋରି ଘଟଣାରେ ତଦନ୍ତ କରୁଛି। ଏସଆଇ ସବିର ଅହମ୍ମଦ ତଦନ୍ତ କରୁଥିବା ସୂଚନା ମିଳିଛି।
- Jan 06, 2026 22:00 IST
ମଦ, ଜୁଆ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା
ନବରଙ୍ଗପୁର: ଗାଁରେ ମଦ ଓ ଜୁଆ ଖେଳ ବନ୍ଦ ପାଇଁ ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦୁଃଖୁଗୁଡ଼ା ଗାଁର ମହିଳାମାନେ ଆଜି ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି। ୱାର୍ଡମେମ୍ବର ଟଭା ମାଝୀ, ଡମାଇ ଭତ୍ରା ଓ ଦଇମତୀ ବିନ୍ଧାଣୀଙ୍କ ସହ ଆଦିବାସୀ ଅଧିକାର ମଞ୍ଚ ସଂପାଦକ ରାଜେଶ ଜାନୀ, ଦେବରାଜ ନାୟକଙ୍କ ନେତୃତ୍ୱରେ ଶତାଧିକ ମହିଳା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମହିଳାଙ୍କୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଗାଁକୁ ଫେରିଛନ୍ତି। ମହିଳାଙ୍କ ଅଭିଯୋଗ ପ୍ରକାରେ, ଗାଁରେ ୧୦୦ ଗରିବ ଚାଷୀ ପରିବାର ରହୁଛନ୍ତି। ଦୀର୍ଘ ଗତ ବର୍ଷକ ଧରି ବ୍ୟାପକ ଭାବେ ବେଆଇନ ମଦ କାରବାର ବୃଦ୍ଧି ହେବା ସହିତ ଗାଁରେ ଜୁଆ ଖେଳ ଚାଲିଛି। ଯୁବକ ଓ ପୁରୁଷମାନେ ମଦ୍ୟପାନ କରି ଜୁଆ ଖେଳୁଛନ୍ତି। ନିଶାରେ ଚୁର ହୋଇ ଗଣ୍ଡଗୋଳ କରି ପରିବେଶ ଅଶାନ୍ତ କରିଦେଇଛନ୍ତି। ତେଣୁ ମଦ କାରବାର କରୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ସହିତ ଜୁଆଖେଳ ବନ୍ଦ କରିବାକୁ ଦାବି କରାଯାଇଥିବା କହିଛନ୍ତି।
- Jan 06, 2026 20:59 IST
ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କୁ ବିଜେଡିର ଶ୍ରଦ୍ଧାଞ୍ଜଳି
- ସାମ୍ଵାଦିକା ଶୀଲା ପଟ୍ଟନାୟକଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି
- ଭୁବନେଶ୍ୱର-ପୁରୀ ରାଜପଥରେ ପଡ଼ିଥିବା ଅବୈଧ ବାଲି ଯୋଗୁଁ ଦୁର୍ଘଟଣାଜନିତ ମୃତ୍ୟୁ: ବିଜେଡି
- ଅବୈଧ ବାଲି ଚୋରି ଯୋଗୁଁ ଚାଲିଗଲା ଦୁଇ ମୂଲ୍ୟବାନ ଜୀବନ: ବିଜେଡି
- ଚୋରା ବାଲି ସହିତ ଦ୍ରୁତ ଗତିରେ ବସ୍ ଚାଳନା ଯୋଗୁଁ ଦୁର୍ଘଟଣା: ବିଜେଡି
/fit-in/580x348/filters:format(webp)/sambad/media/media_files/2026/01/06/1breaking-news-friday-2026-01-06-18-49-40.jpg)
- Jan 06, 2026 20:14 IST
ସରକାର ବିରୋଧରେ ଗର୍ଜିଲା ସିପିଆଇ
ମାଲକାନଗିରି: ଆଜି ସ୍ଥାନୀୟ ଏକ ଘରୋଇ ହୋଟେଲରେ ସିପିଆଇ(ଏମ) ତରଫରୁ ସାମ୍ବାଦିକ ସମ୍ମିଳନୀରେ ରାଖାଲଗୁଡା ଏବଂ ଏମଭି-୨୬ ଗ୍ରାମରେ ଘଟିଥିବା ହିଂସାକାଣ୍ଡକୁ ନେଇ ସରକାରଙ୍କ ଉପରେ ଗର୍ଜିଥିଲା। ଏଥିସହ ବିଭିନ୍ନ ଦାବି ଉପସ୍ଥାପନା କରିଥିଲା। ସିପିଆଇ(ଏମ)ର ରାଜ୍ୟ ସଂପାଦକ ଅଳି କିଶୋର ପଟନାୟକ ଦାବି କରିଥିଲେ ଯେ ମାଲକାନଗିରି ଜିଲ୍ଲାରେ ପୂରା ଜମି ସର୍ଭେ କରାଯାଉ। ପ୍ରଭାବିତ ଅଞ୍ଚଳର ସବୁ ଜମିର ଶୀଘ୍ର,ନିର୍ଦ୍ଦିଷ୍ଟ ସମୟ ଭିତରେ ସ୍ୱଚ୍ଛତାର ସହିତ ସର୍ଭେ କରି ଆଦିବାସୀ ଜମି, ଜଙ୍ଗଲ ଜମି ଓ ଅବୈଧ ଦଖଲ ଚିହ୍ନଟ କରାଯାଉ। ସର୍ଭେ ସର୍ବସାଧାରଣରେ ଆଦିବାସୀ ପ୍ରତିନିଧିଙ୍କ ସହ ମିଶି ହେବା ଦରକାର। ଆଦିବାସୀଙ୍କ ଜମି ଅଧିକାର ଶୀଘ୍ର ସ୍ଥିର କରିବାକୁ ହେବ। ଅବୈଧ ଦଖଲରେ ଥିବା ଆଦିବାସୀ ଓ ଜଙ୍ଗଲ ଜମିକୁ ତୁରନ୍ତ ଆଦିବାସୀଙ୍କୁ ଫେରାଇ ଦେବାକୁ ପଡ଼ିବ। ଏଫ୍.ଆର୍.ଏ ଓ ପେସା ଅନୁସାରେ ଅଧିକାର ଦେବା ଦେବା ପାଇଁ ଦାବି କରାଯାଇଛି।
/fit-in/580x348/filters:format(webp)/sambad/media/media_files/2026/01/06/mkg-cpim-press-meet-1-2026-01-06-20-14-22.jpg)
ଅନୁସୂଚିତ ଅଞ୍ଚଳରେ ଅବୈଧ ଦଖଲକୁ ନିୟମିତ କରାଯାଇପାରିବ ନାହିଁ। ସମ୍ବିଧାନ ଓ ଜମି ଆଇନ କଡ଼ାକଡ଼ି ଲାଗୁ କରିବା, ପଞ୍ଚମ ଅନୁସୂଚୀ ଅଂଚଳ, ପେସା, ଏଫ୍ଆର୍ଏ, ଏଲ୍ଟିଆର୍ ଓ ଓଡ଼ିଶା ଜମି ସଂସ୍କାର ଆଇନକୁ ପୂରା ଲାଗୁ କରିବାକୁ ଦାବି କରାଯାଇଥିଲା। ଆଦିବାସୀ ଜମି କାହାକୁ ବି ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି କୁହାଯାଇଥିଲା। ପୀଡ଼ିତା ପରିବାରଙ୍କୁ ନ୍ୟାୟ ଦେବା ସହ ଲାଖେ ପାଡ଼ିଆଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଏବଂ ପରିବାରର ଯୋଗ୍ୟ ସଦସ୍ୟ ଏକ ମାତ୍ର ପୁଅକୁ ସରକାରୀ ଚାକିରୀ ଦିଆଯାଉ। ପ୍ରଭାବିତ ପରିବାରଙ୍କୁ ପୂରା ନିରାପତ୍ତା ଦିଆଯାଉ। ଜମି, କାମ ଓ ରୋଜଗାରକୁ ପ୍ରାଥମିକତା ଦେଇ ଆଦିବାସୀଙ୍କୁ ଜମି, କାମ ଓ ସ୍ଥାୟୀ ରୋଜଗାର ନିଶ୍ଚିତ କରାଯାଉ। କୃଷି, ଜଙ୍ଗଲ ଜମି ପଟ୍ଟା, କାମ ଓ ସରକାରୀ ଯୋଜନାରେ ଜୀବିକାକୁ ସୁନିଶ୍ଚିତ କରାଯାଉ। ସାମ୍ପ୍ରଦାୟିକୀକରଣ ଓ ରାଜନୀତିକରଣ ରୋକିବା ପାଇଁ ସିପିଆଇ(ଏମ୍) ଦାବି କରୁଛି ବୋଲି କୁହାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସାଇ ମାରାଣ୍ଡି, ବ୍ରଜ ମାଝି, ସରୋଜ ନାୟକ, ବଳରାମ ନାୟକ, ରଘୁନାଥ ହନ୍ତାଳ, କୃଷ୍ଣ ପାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
- Jan 06, 2026 19:45 IST
ପିପିଲିରେ ସିରିଜ ଦୁର୍ଘଟଣା
- ପୁରୀ ଜିଲ୍ଲା ପିପିଲି ନିକଟରେ ସିରିଜ ଦୁର୍ଘଟଣା
- କୋଣାର୍କ ଯାଉଥିବା ବସ୍ରେ ଧକ୍କା ହେଲା କାର
- ପଛକୁ ପିଟିହେଲେ ଏକାଧିକ ଗାଡ଼ି
- ରାଜରାସ୍ତାରେ ଟ୍ରାଫିକ ଭିଡ଼
/fit-in/580x348/filters:format(webp)/sambad/media/media_files/2026/01/06/1breaking-news-saturday-2026-01-06-17-38-30.jpg)
- Jan 06, 2026 18:57 IST
ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି
ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ସନ୍ଧ୍ୟା ସମୟରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ ଏହି ନୀତି ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ। ଫଳରେ ସାଧାରଣ ଦର୍ଶନ ୫ଘଣ୍ଟା ବନ୍ଦ ରହିବ।
/fit-in/580x348/filters:format(webp)/sambad/media/media_files/rOlUzDhED7ip3bzO4JlU.jpg)
- Jan 06, 2026 18:49 IST
କୁଆଖାଇ ନଦୀରେ ବୁଡ଼ିଗଲେ ୨ଯୁବକ
- କୁଆଖାଇ ନଦୀରୁ ଉଦ୍ଧାର ୨ ଯୁବକଙ୍କ ମୃତ୍ୟୁ
- ସାଙ୍ଗମାନଙ୍କ ସହ ବଣଭୋଜି ପାଇଁ ଆସିଥିଲେ ୨ ଯୁବକ
- ୨ଯୁବକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ
- ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
- ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର
/fit-in/580x348/filters:format(webp)/sambad/media/media_files/2026/01/06/1breaking-news-friday-2026-01-06-18-49-40.jpg)
- Jan 06, 2026 18:48 IST
ଭଦ୍ରକରେ ଜବରଦଖଲ ଉଚ୍ଛେଦ
ଭଦ୍ରକ (ହରିହର ନାୟକ): ଭଦ୍ରକର ପୁରୁଣା ମେଡିକାଲ ପାର୍ଶ୍ଵ ମାର୍କେଟ କମ୍ପ୍ଲେକ୍ସକୁ ଆଜି ଉଚ୍ଛେଦ କରାଯଇଛି। ଭଦ୍ରକ ତହସିଲଦାରଙ୍କ ଉପସ୍ଥିତିରେ ଆଜି ସକାଳେ ଏହି ମାର୍କେଟ କମ୍ପ୍ଲେକ୍ସ କୁ ବୁଲ ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। ଗତ କିଛି ଦିନ ପୂର୍ବରୁ ଏହି ଦୋକାନ ଘରକୁ ଉଚ୍ଛେଦ କରାଯିବ ବୋଲି ଏଠାରେ ଦୋକାନ କରି ରହି ଥିବା ମେଡ଼ିସିନ ଷ୍ଟୋର ଓ ଅନ୍ୟାନ୍ୟ ବ୍ୟବସାୟୀଙ୍କୁ କୁହାଯାଇଥିଲା। ସେହି ଅନୁଯାୟୀ ଆଜି ଏହି କମ୍ପ୍ଲେକ୍ସ କୁ ଭଙ୍ଗା ଯାଇଥିଲା। ଭଦ୍ରକ ପୌରପାଳିକା ପକ୍ଷରୁ ଏହି କୋଠା ନିର୍ମାଣ କରାଯାଇ ଦୋକାନୀମାନଙ୍କୁ ଦିଆଯାଇଥିବା ବେଳେ ବହୁ ବର୍ଷ ଧରି ଏଠାରେ ଲୋକମାନେ ଦୋକାନ କରି ଆସୁଥିଲେ। ଏହା ମେଡ଼ିକାଲ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ହୋଇଥିବାରୁ ଏଠାରେ ବିଶେଷ କରି ମେଡ଼ିସିନ ଷ୍ଟୋର ଓ ପତ୍ଯୋଲ୍ୟାବ ସବୁ ଖୋଲି ଥିଲା। ଆଜି ଏହି ଦୋକାନୀମାନଙ୍କର ଜୀବିକା ବୁଡିଯାଇଛି। ସେମାନଙ୍କୁ ପୁଣି କେଉଁଠି ଥଇଥାନ କରାଯିବ ତାହାକୁ ନେଇ କିଛି ଯୋଜନା ହୋଇନାହିଁ।
/fit-in/580x348/filters:format(webp)/sambad/media/media_files/2026/01/06/img_20260106_133925-2026-01-06-18-43-52.jpg)
କେବଳ ମେଡ଼ିକାଲ ପାର୍ଶ୍ଵ ଦୋକାନ ଘର ଭଙ୍ଗା ଯାଉଛି ତା ନୁହେଁ। ଭଦ୍ରକର ନୂଆ ବଜାର ଶୁଭମ ହସ୍ପିଟାଲ ପାର୍ଶ୍ବରେ ଥିବା ଅନ୍ୟ ଏକ ମାର୍କେଟ କମ୍ପ୍ଲେକ୍ସକୁ ମଧ୍ୟ ଆଜି ଡୋଜର ଲଗାଇ ଭଙ୍ଗାଜାଇଛି। ଆଗାମୀ ଦିନରେ ଏହି ରାସ୍ତା ସମ୍ପ୍ରସାରଣ କରାଯିବାକୁ ଥିବା ବେକେ ଭଦ୍ରକର କଚେରି ବଜାର ଠାରୁ ଶନି ମନ୍ଦିର ଛକ ପର୍ଯ୍ୟନ୍ତ ଏହି ମୁଖ୍ୟ ରାଷ୍ଠ ସମ୍ପ୍ରସାରଣ କରାଯିବା। ଏଠି ପାଇଁ ଶୁଭ ଦିଆଯାଇଛି। ସାଢେ଼ ୧୭ କୋଟି ଟଙ୍କା ବ୍ୟୟରେ ଏହି ୪ ଥାକିଆ ରାସ୍ତା ନିର୍ମାଣ ହେବା। ଭଦ୍ରକ ସହରର ସବୁ ଠାରୁ ସୁନ୍ଦର ଓ ମଡେଲ ରୋଡ଼ ନିର୍ମାଣ ପାଇଁ ସହରରୁ ଅନେକ ଜବର ଦଖଲ ହତାଜାଇଚି। ଅନେକ ଲୋକ ସେମାନଙ୍କର ଜୀବିକା ହରାଇଛନ୍ତି। ରାସ୍ତା ସେହି ଅନୁଯାୟୀ ଶୀଘ୍ର ନିର୍ମାଣ କରାଯାଉ ବୋଲି ଲୋକେ ଦାବି କରିବା ଆରମ୍ଭ କଲେଣି। ଭଦ୍ରକର ସହରର ରାସ୍ତା ସମ୍ପ୍ରସାରଣ ପାଇଁ ଏଭଳି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ବୋଲି ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ ପ୍ରକାଶ କରିଛନ୍ତି। ଆଜିର ଉଚ୍ଛେଦ ବେଳେ ବ୍ୟାପକ ପୁଲିସ ମୂତୟନ କରାଯାଇଥିଲା।
- Jan 06, 2026 18:40 IST
ଚୋରା ଚାଲାଣ ରୋକିଲା ବନବିଭାଗ
ମୈଦଲପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଅଞ୍ଚଳରୁ କାଠଗଣ୍ଡି ଛତିଶଗଡ଼ର ରାୟପୁରକୁ ଚୋରା ଚାଲାଣ ହୋଉଥିବା ସମୟରେ ମାଡିବସିଲା ବନବିଭାଗ। କାଠ ନେଇ ଯାଉଥିବା ଟ୍ରକ ଓ କାଠ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଅପରାହ୍ନ ୪ ଘଣ୍ଟା ସମୟରେ ଏକ ଟ୍ରକ (ସିଜି୦୪କ୍ୟୁ ୭୭୬୦)ରେ କାଠ ଗଣ୍ଡି ଅନ୍ୟ ରାଜ୍ୟ ଛତିଶଗଡ଼କୁ ଚୋରା ଚାଲାଣ ହୋଉଥିବା ବିଶେଷ ସୂତ୍ରରୁ ବନବିଭାଗ ଜାଣିବାକୁ ପାଇଥିଲେ।
/fit-in/580x348/filters:format(webp)/sambad/media/media_files/2026/01/06/maidalpur-2026-01-06-18-40-42.jpg)
ଡାବୁଗାଁ ରେଞ୍ଜର ରାମ ଚନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ମୈଦଲପୁର ବନବିଭାଗ ମୈଦଲପୁର ଥାନା ଅନ୍ତର୍ଗତ ବଟକରି ଗ୍ରାମ ନିକଟରେ ଚଢ଼ଉ କରିଥିଲେ। ଚଢ଼ାଉ କରି ଟ୍ରକ୍ ଓ କାଠଗଣ୍ଡି ଜବତ କରିବା ସହ ଅଭିଯୁକ୍ତ ଚୈତନ ନେତାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜବତ ହୋଇଥିବା କାଠ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ମୈଦଲପୁର ବନବିଭାଗ ତତ୍ପରତା ଦେଖାଇ କିଛି ମାସ ହେବ ଚୋରା ଚାଲାଣ ହୋଉଥିବା କାଠ ଓ ବ୍ୟବହୃତ ହୋଉଥିବା ଗାଡି ଜବତ କରି ବେଶ ଚର୍ଚ୍ଚାରେ ରହିଛନ୍ତି। ଏହି ଚଢ଼ଉ ସମୟରେ ମୈଦଲପୁର ଫରେଷ୍ଟର ମଧୁସୂଦନ ପାତ୍ର, ବସନ୍ତ କୁମାର ନାୟକ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ।
- Jan 06, 2026 17:53 IST
ପ୍ରଧାନଶିକ୍ଷକଙ୍କୁ ନୋଟସ୍ ଜାରି
/fit-in/580x348/filters:format(webp)/sambad/media/media_files/2026/01/06/bisamkatak-2026-01-06-17-53-02.jpg)
- ରାୟଗଡ଼ା ଜିଲ୍ଲା ବିଷମକଟକରେ ୪ଛାତ୍ର ପୋଡ଼ିବା ଘଟଣା
- ପାଇକଡ଼ାକୁଲୁଗୁଡ଼ାସ୍ଥ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଅଘଟଣ
- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ
- ଗତକାଲି ପରିସ୍ରା ପାଇଁ ଯିବା ବେଳେ ପୋଡ଼ି ଯାଇଥିଲେ ୪ ଛାତ୍ର
- ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ପିଲାମାନଙ୍କର ଚିକିତ୍ସା ଜାରି
- Jan 06, 2026 17:38 IST
କୁଆଖାଇ ନଦୀରୁ ୨ଯୁବକ ଉଦ୍ଧାର
- କୁଆଖାଇ ନଦୀରୁ ଉଦ୍ଧାର ହେଲେ ୨ ଯୁବକ
- ସାଙ୍ଗମାନଙ୍କ ସହ ବଣଭୋଜି ପାଇଁ ଆସିଥିଲେ ୨ ଯୁବକ
- ୨ଯୁବକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ
- ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
/fit-in/580x348/filters:format(webp)/sambad/media/media_files/2026/01/06/1breaking-news-saturday-2026-01-06-17-38-30.jpg)
- Jan 06, 2026 17:15 IST
ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ରାଇରଙ୍ଗପୁର: ୟୁକୋ ବ୍ୟାଙ୍କ୍ର ୮୪ତମ ପ୍ରତିଷ୍ଠା ଅବସରରେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ୟୁକୋ ବ୍ୟାଙ୍କ୍ ପରିସରରେ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ୟୁକୋ ବ୍ୟାଙ୍କ ଶାଖାର ମ୍ୟାନେଜର୍ ସାଗେନ ମାରାଣ୍ଡିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ ସମାଜସବେୀ ନବୀନ ରାମ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ପ୍ରମୁଖ ଯୋଗଦେଇ ଉଦ୍ଘାଟନ କରିଥିଲେ।
/fit-in/580x348/filters:format(webp)/sambad/media/media_files/2026/01/06/1002647452-2026-01-06-17-14-30.jpg)
Blood donation camp organised at Rairangpur. Photograph: (sambad.in) ଉକ୍ତ ଶିବିରକୁ ବ୍ୟାଙ୍କର ଏବିଏମ୍ ଅବିନାଶ ମହାରଣା, ନିରଂଜନ ନାଏକ, ବିଜୟ କୁମାର ହାଁସଦାଃ ପ୍ରମୁଖ ପରିଚାଳନା କରିଥିଲେ। ରାଇରଙ୍ଗପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ତଥା ଆମ ଓଡ଼ିଶା ସଂଯୋଜକ ତୁଷାର କାନ୍ତ ମହାନ୍ତ, ସାମାଜିକ କର୍ମୀ ଗତିକୃଷ୍ଣ ମହାନ୍ତ ଉକ୍ତ ଶିବିରକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ରକ୍ତଦାତାମାନେ ହେଲେ- ଲକ୍ଷ୍ମିପ୍ରୀୟା ଶତପଥୀ, ତୁଷାର କାନ୍ତ ମହାନ୍ତ, ଶିବବ୍ରତ ମଣ୍ଡଳ, ସଂଜୟ କୁମାର ନନ୍ଦ, ଅବିନାଶ ମହାରଣା, ସଂଜୁ ବାରିକ ପ୍ରମୁଖ। ଏହି ଅବସରରେ କେକ୍ କାଟି ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା।
- Jan 06, 2026 16:56 IST
ଭିଜିଲାନ୍ସ ଜାଲରେ ଫସିଲେ ଫରେଷ୍ଟର
- ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର
- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଗୁଲୁମୀ ବନଖଣ୍ଡ ଫରେଷ୍ଟର ନେଉଥିଲେ ଲାଞ୍ଚ
- ଲାଞ୍ଚ ନେଉଥିଲା ବେଳେ ଅଶୋକ କୁମାର ନାୟକଙ୍କୁ ଧରିଲା ଭିଜିଲାନ୍ସ ଟିମ୍
- କାଠ ଗଣ୍ଡି ନେବାକୁ ଚାଷୀଙ୍କ ଠାରୁ ନେଉଥିଲେ ଲାଞ୍ଚ
- ବନ ବିଭାଗର ମାମଲା ରୁଜୁ, ତଦନ୍ତ ଜାରି
/fit-in/580x348/filters:format(webp)/sambad/media/media_files/2026/01/06/1breaking-news-friday-2026-01-06-16-44-33.jpg)
- Jan 06, 2026 15:42 IST
ଶୀତ ମହୋତ୍ସଵ ‘ତୁଷାର’ ପାଇଁ ଜୋରସୋରରେ ପ୍ରସ୍ତୁତି
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର ସଂସ୍କୃତି ପରମ୍ପରାକୁ ନେଇ ଫେବ୍ରୁଆରି ୩ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶୀତ ମହୋତ୍ସବ ‘ତୁଷାର’ ଆୟୋଜନ ହେବାକୁ ଥିବା ବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶୀତ ମହୋତ୍ସବର ପ୍ରଚାର ପ୍ରସାର ପାଇଁ ବ୍ଲକର ସବୁ ପଞ୍ଚାୟତ ବୁଲିବ ସଚେତନତା ରଥ। ଏଥିରେ ସାମିଲ ହେବେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର, ସ୍ୱେଚ୍ଛାସେବୀ। ଏହା ସହିତ ଶୀତ ମହୋତ୍ସବ ପାଇଁ ମୁଖ୍ୟ ମଞ୍ଚ ସହିତ ଲାଗିବାକୁ ଷ୍ଟଲ ସ୍ଥଳ ପାଇଁ ସ୍ଥାନ ନିରୂପଣ କରାଯାଇଛି।
/fit-in/580x348/filters:format(webp)/sambad/media/media_files/2026/01/06/img-20260102-wa0419-2026-01-06-15-42-17.jpg)
Kandhamal MP Sukanta Panigrahi invited to festival Tusar. Photograph: (sambad.in) ଚଳିତ ଚଳିତ ମାସ ୨୦ ତାରିଖରୁ ଗ୍ରାମାଞ୍ଚଳ କ୍ରୀଡା ଶୀତ ମହୋତ୍ସବ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୩ ତାରିଖରୁ ଶୀତ ମହୋତ୍ସଵ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ପ୍ରସ୍ତୁତି କାର୍ଯ୍ୟକ୍ରମରେ ମହୋତ୍ସଵ କମିଟି କର୍ମକର୍ତ୍ତାମାନଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀ, ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମର ସଫଳତା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କୁ ଏକ ଟିମ ସାକ୍ଷାତ କରି ମହୋତ୍ସବ ବିଷୟରେ ଆଲୋଚନା କରିବା ସହ ସାଂସଦ ମହୋତ୍ସବ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ସମ୍ମତ ଜଣେଇ ଥିବା ବେଳେ ଅନ୍ୟ ଏକ ଟିମ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ତାଙ୍କ ସହଯୋଗ କାମନା କରିବା ସହ ମହୋତ୍ସବରେ ଉପସ୍ଥିତ ପାଇଁ ଅନୁରୋଧ କରିଛନ୍ତି। ଏହା ସହ ଏହି ଅଞ୍ଚଳରେ ବିଭିନ୍ନ ସମୟରେ କାର୍ଯ୍ୟରତ ଥିବା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ସହଯୋଗ କାମନା କରିବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଉଦ୍ୟମ ଚଳେଇଛନ୍ତି କମିଟି ସଭ୍ୟମାନେ।
- Jan 06, 2026 14:28 IST
ସ୍କୁଟିକୁ ଧକ୍କା ଦେଲା ବସ୍ , ମହିଳା ସାମ୍ବାଦିକଙ୍କ ସମେତ ଦୁଇ ମୃତ
ଭୁବନେଶ୍ବର : ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟସ୍ଥ ଜମାଲପୁର ଛକରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଘରୋଇ ବସ୍ ସ୍କୁଟିକୁ ଧକ୍କା ଦେଇଛି। ଫଳରେ ଜଣେ ମହିଳା ସାମ୍ବାଦିକଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।
- Jan 06, 2026 09:49 IST
ଜାପାନରେ ୬.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ
ଟୋକିଓ: ପଶ୍ଚିମ ଜାପାନରେ ମଙ୍ଗଳବାର ଦିନ ୬.୨ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ସଂସ୍ଥା ରିପୋର୍ଟ କରିଛି ଯେ ଏହାର କେନ୍ଦ୍ରସ୍ଥଳ ପୂର୍ବ ଶିମାନେ ପ୍ରଦେଶରେ ଅବସ୍ଥିତ। ମୃତାହତ କିମ୍ବା ସମ୍ପତ୍ତି କ୍ଷତିର କୌଣସି ତୁରନ୍ତ ରିପୋର୍ଟ ମିଳିନାହିଁ। କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି।
/fit-in/580x348/filters:format(webp)/sambad/media/media_files/2025/12/07/01earthquake-2025-12-07-07-27-41.jpg)
Earthquake Photograph: (File) ଜାପାନ ପାଣିପାଗ ସଂସ୍ଥା କହିଛି ଯେ ଭୂମିକମ୍ପ ପରେ ତୁରନ୍ତ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ। କର୍ତ୍ତୃପକ୍ଷ ଲୋକମାନଙ୍କୁ ଗୁଜବକୁ ଅଣଦେଖା କରିବାକୁ ଏବଂ ସରକାରୀ ସୂଚନା ଉପରେ ନଜର ରଖିବାକୁ ଅନୁରୋଧ କରିଛନ୍ତି।
- Jan 06, 2026 09:47 IST
ସନାତନ ମୂଲ୍ୟବୋଧକୁ ଅନୁସରଣ କରିବେ ବିଶ୍ବର ୯୦% ଲୋକ: ରାମଦେବ
ହରିଦ୍ବାର: ପତଞ୍ଜଳି ଯୋଗପୀଠ ଆଜି ଏହାର ୩୨ତମ ପ୍ରତିଷ୍ଠା ଦିବସକୁ ବହୁତ ଉତ୍ସାହର ସହିତ ପାଳନ କରିଛି। ଏହି ଅବସରରେ ଯୋଗଗୁରୁ ସ୍ୱାମୀ ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣ ସଂଗଠନର ଯାତ୍ରା, ସଫଳତା ଏବଂ ଭବିଷ୍ୟତର ସଂକଳ୍ପ ବାଣ୍ଟିଛନ୍ତି। ବିଭିନ୍ନ ପତଞ୍ଜଳି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗ, ମଲ୍ଲଖମ୍ବ ଏବଂ ଯୁଦ୍ଧ କଳାର ଏକ ଚମତ୍କାର ପ୍ରଦର୍ଶନ କରିଛନ୍ତି।
ସମାରୋହରେ ଉଦବୋଧନ ଦେଇ ସ୍ୱାମୀ ରାମଦେବ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଭବିଷ୍ୟତରେ ସନାତନ ଜୀବନଶୈଳୀ ବିଶ୍ୱ ଜୀବନଶୈଳୀରେ ପରିଣତ ହେବ। ସେ କହିଥିଲେ, ଯୋଗ, ଆୟୁର୍ବେଦ ଏବଂ ପ୍ରାକୃତିକ ଚିକିତ୍ସା ବିଶ୍ୱର ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ହେବ। ଆମର ଲକ୍ଷ୍ୟ ହେଉଛି ବିଶ୍ୱର ୮୦-୯୦% ଜନସଂଖ୍ୟା ସନାତନ ମୂଲ୍ୟବୋଧକୁ ଅନୁସରଣ କରିବା।
/fit-in/580x348/filters:format(webp)/sambad/media/media_files/2026/01/06/6aef39d9-c6ab-4814-af1d-eefeb55d01f6-2026-01-06-09-46-58.jpg)
Yoga Guru Baba Ramdev Photograph: (ABP) ଭାରତୀୟ ଶିକ୍ଷା ବୋର୍ଡର ଭୂମିକା ଉପରେ ଗୁରୁତ୍ୱାରୋପ କରି ସ୍ୱାମୀଜୀ କହିଥିଲେ ଯେ ଯେତେବେଳେ ଭାରତୀୟ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିକଶିତ ହେବ, ସେତେବେଳେ ଭାରତୀୟ ଟଙ୍କା ଏବଂ ପାସପୋର୍ଟର ମୂଲ୍ୟ ବିଶ୍ୱବ୍ୟାପୀ ବୃଦ୍ଧି ପାଇବ। ସେ ଏକ ଏପରି ଭାରତ କଳ୍ପନା କରିଥିଲେ ଯେଉଁଠାରେ ୨୦୦ ଦେଶର ଛାତ୍ରଛାତ୍ରୀ ପତଞ୍ଜଳିକୁ ଶିକ୍ଷା ପାଇଁ ଆସିବେ। ସେ ଘୋଷଣା କରିଥିଲେ ଯେ ଆଗାମୀ ପର୍ଯ୍ୟାୟରେ 'ପତଞ୍ଜଳି ବିଶ୍ୱ ବିଶ୍ୱବିଦ୍ୟାଳୟ' ପ୍ରତିଷ୍ଠିତ ହେବ, ଯେଉଁଠାରେ ଶିକ୍ଷାର ସମସ୍ତ ଆଧୁନିକ ଶାଖା ଉପଲବ୍ଧ ହେବ।
- Jan 06, 2026 09:16 IST
ଇରାନରେ ହିଂସାକାଣ୍ଡ: ୩୫ ମୃତ, ୧୨୦୦ରୁ ଊର୍ଦ୍ଧ୍ବ ଅଟକ
ଇରାନରେ ଏକ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ହିଂସା ବନ୍ଦ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଏପର୍ଯ୍ୟନ୍ତ ହିଂସାତ୍ମକ ପ୍ରତିବାଦରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଇରାନ ସରକାର ୧୨୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/06/bc416b7f-4266-4ed7-b748-1c8ca88aebdc-2026-01-06-09-16-23.jpg)
Violence in Iran. Photograph: (Aajtak) ଆମେରିକା ସ୍ଥିତ ମାନବାଧିକାର ସମାଚାର ଏଜେନ୍ସି ଅନୁଯାୟୀ ଇରାନ ହିଂସାରେ ୪ ଶିଶୁ ଏବଂ ୨ ସୁରକ୍ଷା କର୍ମୀଙ୍କ ସମେତ ୨୯ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି। ଇରାନର ୩୧ଟି ରାଜ୍ୟ ମଧ୍ୟରୁ ୨୭ଟି ରାଜ୍ୟ ହିଂସା ଦ୍ୱାରା ପ୍ରଭାବିତ। ସମଗ୍ର ଇରାନରେ ୨୫୦ରୁ ଅଧିକ ସ୍ଥାନରେ ହିଂସାତ୍ମକ ପ୍ରତିବାଦ ପରିଲକ୍ଷିତ ହେଉଛି।
- Jan 06, 2026 09:13 IST
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ବସ୍, ୬ ପର୍ଯ୍ୟଟକ ଆହତ, ଜଣେ ଗୁରୁତର
ପୁରୀ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ପୁଲିସ ଥାନା ଅନ୍ତର୍ଗତ ତେଇଶିପୁର ଛକ ନିକଟରେ ମଧ୍ୟପ୍ରଦେଶରୁ ଆସିଥିବା ଏକ ପର୍ଯ୍ୟଟନ ବସ୍ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡ଼ିବା ପରେ ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇଛି। ଫଳରେ ୬ ଜଣ ମହିଳା ପର୍ଯ୍ୟଟକ ଆହତ ହୋଇଛନ୍ତି।
- Jan 06, 2026 08:18 IST
ପୂର୍ବତନ ସାଂସଦ ସୁରେଶ କଲମାଡ଼ିଙ୍କ ପରଲୋକ
ପୁଣେ: କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୁଣେରୁ ପୂର୍ବତନ ସାଂସଦ ସୁରେଶ କଲମାଡିଙ୍କ ୮୨ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ରାଜନୀତିରେ ଏକ ଲମ୍ବା କ୍ୟାରିଅର ଥିଲା। ସୁରେଶ କଲମାଡି କ୍ରୀଡା କ୍ଷେତ୍ରରେ ମଧ୍ୟ ବହୁତ କିଛି କରିଛନ୍ତି। ସେ କିଛି ସମୟ ଧରି ଅସୁସ୍ଥତା ସହିତ ଲଢ଼ୁଥିଲେ। ସୁରେଶ କଲମାଡିଙ୍କ ପରଲୋକ ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ପୁଣେ ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ସୁରେଶ କଲମାଡି ପୁଣେ ରାଜନୀତିରେ ସକ୍ରିୟ ଥିଲେ। ତାଙ୍କ ଜୀବନର ଅଧା ରାଜନୀତିରେ ବିତାଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ନେତା ଏବଂ କର୍ମୀମାନେ ତାଙ୍କ ବାସଭବନକୁ ଧାଇଁ ଆସିଛନ୍ତି। ଆଜି ଅପରାହ୍ନ ୨ଟାରେ ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ରଖାଯିବ।
/fit-in/580x348/filters:format(webp)/sambad/media/media_files/2026/01/06/23d11bed-3f24-4d89-a31e-ad3bdb6995c4-2026-01-06-08-17-25.jpg)
Former MP Suresh Kalmadi dies. Photograph: (ABP) - Jan 06, 2026 07:48 IST
୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଘଟଣା: ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା
ଢାକା: ବାଂଲାଦେଶରେ ଜଣେ କିରାଣା ଦୋକାନ ମାଲିକ ଭାବରେ କାମ କରୁଥିବା ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଘଟଣା। ସୋମବାର ରାତି ପ୍ରାୟ ୧୦ଟା ସମୟରେ ନରସିଙ୍ଗଡି ଜିଲ୍ଲାରେ ମୋନି ଚକ୍ରବର୍ତ୍ତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ପରେ ତାଙ୍କର ଆଘାତ ଯୋଗୁଁ ମୃତ୍ୟୁ ହୋଇଥିଲା।
/fit-in/580x348/filters:format(webp)/sambad/media/media_files/2026/01/06/c3352be3-4919-42e0-b478-02973e439b3f-2026-01-06-07-48-06.jpg)
Hindu Man Killed In Bangladesh Photograph: (NDTV) ତାଙ୍କୁ ହତ୍ୟା କରାଯିବାର କିଛି ଘଣ୍ଟା ପୂର୍ବରୁ ଯଶୋର ଜିଲ୍ଲାରେ ଜଣେ ୪୫ ବର୍ଷୀୟ କାରଖାନା ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରାଣା ପ୍ରତାପ, ଯିଏ ଏକ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ମଧ୍ୟ ଥିଲେ। ଦୁର୍ବୃତ୍ତମାନେ ମୁଣ୍ଡରେ ଗୁଳି ମାରି ହତ୍ୟା କରିଥିଲେ, ଯେଉଁମାନେ ତାଙ୍କ ଗଳା ମଧ୍ୟ କାଟି ଦେଇଥିଲେ। ସ୍ଥାନୀୟ ସୂତ୍ର ଅନୁସାରେ ଏକ ମାମଲା ରୁଜୁ ହୋଇଛି।
- Jan 06, 2026 07:40 IST
ଏୟାର ଇଣ୍ଡିଆର ବିମାନରୁ ଇନ୍ଧନ ଲିକ୍
ଜୟପୁର: ରାଜସ୍ଥାନର ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ସୋମବାର ସନ୍ଧ୍ୟାରେ ଏକ ବଡ଼ ବିମାନ ଦୁର୍ଘଟଣା ଏଡାଯାଇଛି। କାରଣ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରୁ ଇନ୍ଧନ ଲିକ୍ ହୋଇଯାଇଥିଲା। ସୌଭାଗ୍ୟବଶତଃ, ଉଡ଼ାଣ ଆରମ୍ଭ ହେବା ପୂର୍ବରୁ ସମସ୍ୟାଟି ଚିହ୍ନଟ ହୋଇଥିଲା, ନଚେତ୍ ପରିସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପାରେ। ଏହି ଘଟଣା ବିମାନବନ୍ଦରରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି କରିଥିଲା। କିନ୍ତୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା।
/fit-in/580x348/filters:format(webp)/sambad/media/media_files/2025/04/25/m4PWDvMnJ07xLMFtgmkc.jpg)
Photograph: ( Business Standard) - Jan 06, 2026 07:36 IST
ଦୁଇଦିନିଆ ଗସ୍ତରେ ଭାରତ ଆସିବେ ଜର୍ମାନ ଚାନ୍ସେଲର
ନୂଆଦିଲ୍ଲୀ: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ଦୁଇଦିନିଆ ସରକାରୀ ଗସ୍ତରେ ଭାରତ ଆସିବେ। ଚାନ୍ସେଲର ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଫ୍ରେଡ୍ରିଚ୍ଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ଜାନୁଆରି ୧୨-୧୩ରେ ହେବ। ଭାରତ-ଜର୍ମାନୀ ସମ୍ପର୍କ ଦୃଷ୍ଟିରୁ ଏହି ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଫ୍ରେଡ୍ରିଚ୍ ମର୍ଜ ଗୁଜରାଟର ଅହମଦାବାଦ ଏବଂ କର୍ଣ୍ଣାଟକର ବେଙ୍ଗାଲୁରୁ ଗସ୍ତ କରିବେ। ଫ୍ରେଡ୍ରିଚ୍ ପ୍ରଧାନମନ୍ତ୍ରୀଙ୍କ ଗୃହ ରାଜ୍ୟ ଗୁଜରାଟରୁ ତାଙ୍କର ଗସ୍ତ ଆରମ୍ଭ କରୁଛନ୍ତି ଏବଂ ଜାନୁଆରି ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଜର୍ମାନ ଚାନ୍ସେଲରଙ୍କୁ ସ୍ୱାଗତ କରିବେ।
/fit-in/580x348/filters:format(webp)/sambad/media/media_files/2026/01/06/94c4864a-0fb2-48e2-8397-759884be530f-2026-01-06-07-36-14.jpg)
PM Narendra Modi and German Chancellor Merz. Photograph: (Indian Express) - Jan 06, 2026 07:08 IST
ବଡ଼ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି
ୱାଶିଂଟନ୍: ଭେନେଜୁଏଲାରେ କ୍ଷମତା ପରିବର୍ତ୍ତନ ପରେ ଆମେରିକା ସ୍ପଷ୍ଟ କରିଛି ଯେ ତୁରନ୍ତ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଆମେରିକା କହିଛି ଯେ ପ୍ରଥମେ ଦେଶକୁ ସ୍ଥିର କରିବା ଏବଂ ପରିସ୍ଥିତିକୁ ଉନ୍ନତ କରିବା ଆବଶ୍ୟକ। ତା'ପରେ ହିଁ ଜନସାଧାରଣ ଭୋଟ ଦେଇପାରିବେ। ଆମେରିକୀୟ କାର୍ଯ୍ୟାନୁଷ୍ଠାନରେ ଗିରଫ ହୋଇଥିବା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଆମେରିକାର କୋର୍ଟରେ ହାଜର ହେବାର କିଛି ଘଣ୍ଟା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଗାମୀ ୩୦ ଦିନ ମଧ୍ୟରେ ଭେନେଜୁଏଲାରେ ନୂତନ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ।
/fit-in/580x348/filters:format(webp)/sambad/media/media_files/2024/11/06/AFQMONeyCqrjEv6JUPHU.jpg)
ଏନବିସି ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଭେନେଜୁଏଲାରେ ପରିସ୍ଥିତି ବହୁତ ଖରାପ ଏବଂ ନିର୍ବାଚନ ଆୟୋଜନ ସମ୍ଭବ ନୁହେଁ। ସେ କହିଛନ୍ତି, "ପ୍ରଥମେ ଆମକୁ ଦେଶକୁ ସଜାଡିବାକୁ ପଡିବ। ଲୋକମାନେ ଏବେ ଭୋଟ ମଧ୍ୟ ଦେଇପାରିବେ ନାହିଁ।
- Jan 06, 2026 07:02 IST
ଉତ୍ତର ଭାରତର ଅନେକ ରାଜ୍ୟରେ IMD ସତର୍କତା ଜାରି
ନୂଆଦିଲ୍ଲୀ: ସାରା ଦେଶରେ କୁହୁଡ଼ି ଏବଂ ପ୍ରବଳ ଥଣ୍ଡା ଜାରି ରହିଛି। ହିମାଳୟ ନିକଟ ରାଜ୍ୟଗୁଡ଼ିକରେ ତୁଷାରପାତ ମଧ୍ୟ ସମସ୍ୟା ସୃଷ୍ଟି କରୁଛି। ପାଣିପାଗ ବିଭାଗ ଆଗାମୀ ୪-୫ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ, କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ଘନରୁ ଅତି ଘନ ସକାଳ କୁହୁଡ଼ି ହେବାର ପୂର୍ବାନୁମାନ କରିଛି। IMD ଅନୁଯାୟୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଥଣ୍ଡା ଲହରୀ ଏବଂ ଥଣ୍ଡା ଦିନ ପରିସ୍ଥିତି ସୃଷ୍ଟି ହୋଇପାରେ।
/fit-in/580x348/filters:format(webp)/sambad/media/media_files/2026/01/06/4c2b6ed2-3110-4107-ae2a-eec1311bb645-2026-01-06-07-03-11.jpg)
Representational image Photograph: (Navbharat Times)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/05/1breaking-news-tuesady-2026-01-05-19-22-42.jpg)