ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Jan 07, 2026 23:02 IST
ବୋମା ଫୁଟିଲା: ଦୁଇ ହାତ ଛିଣ୍ଡିଲା
ଭୁବନେଶ୍ବର: ଯେ ପାଞ୍ଚେ ପରମନ୍ଦ, ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ରାଜଧାନୀ ଭୁବନେଶ୍ବରରେ ଆଜି ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ବ୍ୟାଗ୍ରେ ନେଇ ଆସୁଥିବା ବୋମା ବିସ୍ଫୋରଣ ଘଟିଛି। ଏଥିରେ ବ୍ୟକ୍ତିଜଣଙ୍କର ଦୁଇ ହାତ ଛିଣ୍ଡିଛି। ଗୁୁରୁତର ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/fit-in/580x348/filters:format(webp)/sambad/media/media_files/2026/01/07/1breaking-news-friday-2026-01-07-22-37-00.jpg)
କମିସନରେଟ୍ ପୁଲିସ ଅଧୀନ ମାଉସୀ ମା’ ମନ୍ଦିର ଛକ ଅଞ୍ଚଳରେ ୨ଟି ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଥିଲା। ଏହା ଆଜି ସନ୍ଧ୍ୟାରେ ଉଗ୍ର ରୂପ ନେଇଥିଲା। ଗୋଟିଏ ଗୋଷ୍ଠୀର ଯୁବକ ଜଣକ ଖରାପ ଉଦ୍ଦେଶ୍ୟ ନେଇ ବ୍ୟାଗରେ ବୋମା ନେଇ ଯାଉଥିଲେ। ତେବେ ସେ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିବା ପୂର୍ବରୁ ଏହା ଅଚାନକ ବିସ୍ଫୋରଣ ଘଟିଥିଲା। ଘଟଣା ପରେ ପୁଲିସ ସୂଚନା ପାଇଁ ପହଞ୍ଚିଥିଲା। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି।
- Jan 07, 2026 22:37 IST
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ରେ କଥା ହେଲେ ନେତାନ୍ୟାହୁ
ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ୍ କରିଛନ୍ତି। ଉଭୟ ନେତା ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଉଭୟ ଦେଶର ଜନତାଙ୍କ ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ସେମାନେ ଆଗାମୀ ବର୍ଷରେ ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ଼ କରିବା ପାଇଁ ମିଳିତ ପ୍ରାଥମିକତା ଚିହ୍ନଟ କରିଥିଲେ, ଯାହା ସାଧାରଣ ଗଣତାନ୍ତ୍ରିକ ମୂଲ୍ୟବୋଧ, ଗଭୀର ପାରସ୍ପରିକ ବିଶ୍ୱାସ ଏବଂ ଏକ ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ।
/fit-in/580x348/filters:format(webp)/sambad/media/media_files/2026/01/07/1breaking-news-friday-2026-01-07-22-37-00.jpg)
ସେମାନେ ସମସ୍ତ ପ୍ରକାର ଆତଙ୍କବାଦ ପ୍ରତି ନିଜର ଶୂନ୍ୟ-ସହିଷ୍ଣୁତା ଆଭିମୁଖ୍ୟକୁ ପୁନର୍ବାର ଦୋହରାଇବା ସହ ଏହି ବିପଦ ବିରୁଦ୍ଧରେ ଲଢ଼ିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ପ୍ରଧାନମନ୍ତ୍ରୀଙ୍କୁ ଗାଜା ଶାନ୍ତି ଯୋଜନାର କାର୍ଯ୍ୟାନ୍ୱୟନ ବିଷୟରେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ନିରନ୍ତର ସମର୍ଥନକୁ ପୁନଃଦୋହରାଇଥିଲେ। ସେମାନେ ପାରସ୍ପରିକ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ଆଦାନପ୍ରଦାନ କରିଛନ୍ତି।ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଛନ୍ତି।
- Jan 07, 2026 22:05 IST
ସମ୍ବାଦ ଡିଜିଟାଲ୍ ପ୍ରଭାବ: ଆସନ୍ତାକାଲି ଠାରୁ ଚାଲିବ ଓମ୍ବାଡ୍ସି ଆମ୍ବୁଲାନ୍ସ
କାଳିଆପାଣି (ରବି ନାରାୟଣ କର): କେବଳ ‘ସମ୍ବାଦ ଡିଜିଟାଲ୍’ରେ ପ୍ରକାଶିତ ‘ପୁଣି ଦେଢ଼ମାସ ଧରି ଅଚଳ ଓମ୍ବାଡ୍ସି ଆମ୍ବୁଲାନ୍ସ, ୧୧୦ ଦିନରେ ୯୦ ଦିନ ବନ୍ଦ୍ ହେଲାଣି’ ଶୀର୍ଷକ ଖବର ପ୍ରକାଶ ପରେ ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନର ନିଦ ଭାଙ୍ଗିଛି। ଆସନ୍ତାକାଲି ଠାରୁ ଏହି ଆମ୍ବୁଲାନ୍ସ(ଓଡି-୩୪ଏମ୍-୯୨୬୯) ସେବା ସ୍ବାଭାବିକ ହେବ ବିଭାଗୀୟ ସୂଚନା ମିଳିଛି। ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଜଣାଶୁଣା ଭେଷଜ ବିଶେଷଜ୍ଞ ଡାକ୍ତର ଜୟଦେବ ନନ୍ଦଙ୍କ ଉଦ୍ୟମରେ ଅଧିକୃତ ପେଟ୍ରୋଲ୍ ପମ୍ପ୍କୁ ଆଜି ବକେୟା ଦେୟ ବାବଦକୁ ୨୫ ହଜାର ୫୬୭ ଟଙ୍କା ପୈଠ କରାଯାଇଥିଲା। ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ଜେନା ଓ ଫାର୍ମାସିଷ୍ଟ୍ କାର୍ତ୍ତିକ ଚନ୍ଦ୍ର ସାମଲ ସହଯୋଗ କରିଥିଲେ।
/fit-in/580x348/filters:format(webp)/sambad/media/media_files/2026/01/04/ambulance-2026-01-04-21-53-13.jpg)
ଏ ସଂପର୍କରେ ଡ୍ରାଇଭର ସନ୍ତୋଷ କୁମାର ମହାନ୍ତଙ୍କୁ ପଚାରିବାରେ ବିଭାଗୀୟ ସବୁଜ ସଂକେତ ମିଳିଥିବା ଦର୍ଶାଇ ଆସନ୍ତାକାଲି ଠାରୁ ଖଣିଅଞ୍ଚଳରେ ଆମ୍ବୁଲାନ୍ସ ସ୍ବାଭାବିକ ହେବ ବୋଲି କହିଥିଲେ। ଆଦିବାସୀ ବହୁଳ ଉପେକ୍ଷିତ ଓ ଉପାନ୍ତ ଇଲାକାର ସାଧାରଣ ଗରିବ ରୋଗୀସେବା କ୍ଷେତ୍ରରେ ଦେଢ଼ମାସରୁ ଅଧିକ ଦିନ ଧରି ଆମ୍ବୁଲାନ୍ସ ସେବା ସଂପୂର୍ଣ୍ଣ ବ୍ୟାହତ ହେବାକୁ ନେଇ ସମ୍ବାଦ ଡିଜିଟାଲ୍ର ଏତାଦୃଶ ଉଦ୍ୟମ ଫଳରେ ସମସ୍ୟା ସମାଧାନର ବାଟ ଫିଟିଥିବାରୁ ଅଞ୍ଚଳବାସୀ ସମ୍ବାଦ ଡିଜିଟାଲ୍କୁ କୃତଜ୍ଞତା ଜଣାଇଛନ୍ତି।
- Jan 07, 2026 21:56 IST
ବସ୍ ଧକ୍କାରେ ଯୁବକ ମୃତ; ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ବାମନାଳ (ସନ୍ତୋଷ ବରାଳ): ପୁରୀଜିଲ୍ଲା ନିମାପଡ଼ା ଅନ୍ତର୍ଗତ ନୁହାରକିରି ଛକଠାରେ ଘରୋଇ ବସ୍ ଧକ୍କାରେ ସ୍ଥାନୀୟ ଯୁବକର ମୃତ୍ୟୁ ଘଟିଛି। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ରାସ୍ତା ଉପରେ ନିଆଁ ଜାଳି ରାସ୍ତା ଅବରୋଧ କରିଥିବା ବେଳେ ମୃତକ ପରିବାରକୁ ଏକ କୋଟି ଟଙ୍କାର କ୍ଷତପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ।
/fit-in/580x348/filters:format(webp)/sambad/media/media_files/2026/01/07/bus-accident-2026-01-07-21-56-00.jpg)
ନିମାପଡ଼ା ଏନଏସି ୧୦ନମ୍ବର ୱାର୍ଡ ଅନ୍ତର୍ଗତ ନୁହାରକିରି ଛକ ଠାରେ ବୁଧବାର ସନ୍ଧ୍ୟା ସମୟରେ ସ୍ଥାନୀୟ ଯୁବକ ଆଲୋକ ଦାସ (୨୨ବର୍ଷ) ଚାଲିଚାଲି ବଜାର ଆଡକୁ ଆସୁଥିବା ସମୟରେ ନିମାପଡ଼ାରୁ ପୁରୀ ଯାଉଥିବା ମା' ଦକ୍ଷୀଣକାଳୀ ଘରୋଇ ବସ୍ ଯୁବକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଯୁବକ ଜଣକ ତଳେ ପଡ଼ିଯିବା ପରେ ବସ୍ ତାଙ୍କ ପେଟ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ଯୁବକର ମୃତ୍ୟୁ ଘଟିଥିଲା। ଯୁବକଙ୍କୁ ମେଡ଼ିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ଘଟିବାର ୨ଘଣ୍ଟା ବିତିଯାଇଥିଲେ ସୁଦ୍ଧା କେବଳ ପୁଲିସକୁ ଛାଡ଼ି କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସି ନଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଯାଇ ଥିଲା। ଉତ୍ତ୍ୟକ୍ତ ଲୋକମାନେ ବସକୁ ଭଙ୍ଗାରୁଜା କରିବା ସହିତ ରାସ୍ତା ଉପରେ ନିଆଁ ଜାଳି ପ୍ରତିବାଦ କରିଥିଲେ। ମୃତ ଯୁବକର ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ନିମାପଡ଼ା ତହସିଲଦାର ମନୋଜ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡ଼କ୍ରସ ପାଣ୍ଠିରୁ ୧୫ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ ଏବଂ କ୍ଷତିପୂରଣ ବାବଦରେ ସରକାରଙ୍କ ସହ ଆଲୋଚନା କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ।
- Jan 07, 2026 20:47 IST
ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ
ନବରଙ୍ଗପୁର: ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଆଜି ସ୍ଥାନୀୟ ନୂତନ ମଣ୍ଡେଇ ପଡିଆ ଠାରେ ଉଦ୍ଘାଟିତ ହୋଇଯାଇଛଇ। ଆସନ୍ତା ୧୧ତାରିଖ ଯାଏଁ ଏହା ଅନୁଷ୍ଠିତ ହେବ। ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ବିଶିଷ୍ଟ ଅତିଥି ରୂପେ ରାଜ୍ୟସଭା ସାଂସଦ ମୁନା ଖାନ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ୱଜିତ ବର୍ମନ, ଚିଫ ଇଞ୍ଜିନିୟର କୃଷି ବିଭାଗ ବିଷ୍ଣୁ ପ୍ରସାଦ ମିଶ୍ର, ଡି ଜିଏମ୍, କୃଷି ଶିଳ୍ପ ନିଗମ ଲଳିତ ମୋହନ ଜେନା, ସାଂସଦଙ୍କ ପ୍ରତିନିଧି ଜ୍ୟାତି ରଞ୍ଜନ କଂସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଅତିଥିଗଣ ମେଳାରେ ସ୍ଥାପିତ ସମସ୍ତ ଷ୍ଟଲ ପରିଦର୍ଶନ କରିଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁଧୀରଞ୍ଜନ ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ମେଳାରେ ଜିଲ୍ଲା ସ୍ତରୀୟ ଅଧିକାରୀ, କୃଷି ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ ବିଭାଗର ପ୍ରମୁଖର ସମସ୍ତ ଅଧିକାରୀ, ସମସ୍ତ ବ୍ଲକରୁ ଚାଷୀ ଉପସ୍ଥିତ ଥିଲେ।
/fit-in/580x348/filters:format(webp)/sambad/media/media_files/2026/01/07/ngp-zonal-level-krushi-mela-3-2026-01-07-20-47-35.jpg)
ମେଳାରେ ସର୍ବମୋଟ ୧୧୫ଟି ଷ୍ଟଲର ଆୟୋଜନ କରାଯାଇଛି, ଯେଉଁଥିରେ ବିଭିନ୍ନ ଯନ୍ତ୍ରପାତି କମ୍ପାନିର ଉତ୍ପାଦକ ଓ ବିକ୍ରେତା, ଖାଦ୍ୟ ଷ୍ଟଲ ରହିଛି। କୃଷି ଯନ୍ତ୍ରପାତି ମେଳାରେ ବିଭିନ୍ନ ଉଦ୍ପାଦକ ଏଜେନ୍ସୀ ଟ୍ରାକ୍ଟର, ରୋଟାଭେଟର, କମ୍ବାଇନ୍ ହାରଭେସଟର, ପେଡି ଥ୍ରେସର୍, ପମ୍ପ ସେଟ୍, ଡ୍ରୋନ, ସୋଲାର ପମ୍ପ, ପାୱାର ଟିଲର, ଗାର୍ଡେନ ଟୁଲ୍ସ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଇ ଚାଷୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ।୧୦ ଟି କ୍ଷୁଦ୍ରଶସ୍ୟ ଖାଦ୍ୟ ଉତ୍ପାଦକ ଅଂଶ ଗ୍ରହଣ କରିଥିଲେ। ଏହି କୃଷି ଯନ୍ତ୍ରପାତି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା, ସବସିଡି, ରିହାତି ରେ କୃଷି ଯନ୍ତ୍ରପାତି ର କ୍ରୟ ଓ ବ୍ୟାଙ୍କ ଲୋନ୍ ସାହାଯ୍ୟ ରେ କ୍ରୟର ବ୍ୟବସ୍ଥା,ନୂତନ କୃଷି ଯନ୍ତ୍ରପାତି ର ଜ୍ଞାନକୌଶଳ ଓ ତାର ବ୍ୟବହାର,କୃଷକ ପାଠଶାଳା ମାଧ୍ୟମରେ ଚାଷୀ ଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଅବଗତ କରାଇବା।ଅତିଥିଙ୍କ ଦ୍ୱାରା ୧୦ ଜଣ ଚାଷୀଙ୍କୁ ନୂତନ ଟ୍ରାକ୍ଟର (ସବସିଡି ସହିତ)ସହାୟତା ପ୍ରଦାନ କରାଯାଇଥିଲା। ଶେଷରେ ଜିଲ୍ଲା କୃଷି ଅଧିକାରୀ ଅନିଲ ପ୍ରହରାଜ ଧନ୍ୟବାଦ୍ ଦେଇଥିଲେ।
- Jan 07, 2026 20:15 IST
ପୋଖରୀରେ ବୁଡ଼ି ସେବାୟତଙ୍କ ମୃତ୍ୟୁ
ନିରାକାରପୁର (ଉମେଶ ଚନ୍ଦ୍ର ପଟ୍ଟନାୟକ): ପୋଖରୀରେ ବୁଡ଼ି ମାଳି ସେବାୟତଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେ ହେଲେ ଡିଆ ପଞ୍ଚାୟତ କପିଳେଶ୍ଵରପୁର (ବାଲିଗାଁ) ଗ୍ରାମର ଶ୍ରୀକପିଳେଶ୍ଵରଦେବଙ୍କ ମାଳି ସେବାୟତ ଆର୍ତ୍ତତ୍ରାଣ ମହାପାତ୍ର (୮୦)ବୋଲି ଜଣା ଯାଇଛି। ସବୁଦିନ ପରି ସେ ଗ୍ରାମର ତୋଟା ପୋଖରୀକୁ ଗାଧୋଇ ଯାନ୍ତି। ସେଠାରୁ ଆସି ପ୍ରଭୁଙ୍କ ସେବା କରିବାକୁ ଯାଇଥାନ୍ତି। ହେଲେ ବିଧିର ବିଧାନ ଥିଲା ଓଲଟା। ସବୁଦିନ ପରି ଆଜି ସକାଳେ ନିଜ ଗାଁ ପୋଖରୀକୁ ଗାଧୋଇ ବାକୁ ଯାଇଥିବା ବେଳେ ଘରକୁ ଫେରି ନଥିଲେ ଳ ବିଳମ୍ବ ହେବାରୁ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଏଣେତେଣେ ଖୋଜାଖୋଜି କରି ପୋଖରୀ ନିକଟରେ ପହଞ୍ଚିଲେଣି। ପୋଖରୀ ତୁଠରେ ତାଙ୍କର ସାର୍ଟ, ଚପଲ ଓ ବାଙ୍କୁଲି ବାଡ଼ି ଆଦିସବୁକୁ ପାହାଚ ଉପରେ ରହିଥିବା ଦେଖି ପାଣିରେ ବୁଡ଼ି ଯାଇଥିବା ଜାଣିବାକୁ ପାଇଥିଲେ l ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପାଣିରୁ ଉଦ୍ଧାର ଉଦ୍ୟମ ଜାରି ରଖିଥିବା ସମୟରେ ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ଉଧାର କାର୍ଯ୍ୟରେ ସହଯୋଗ କରିଥିଲେ l ସେଠାରୁ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା।ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ନିରାକାର ପୁର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।ପରେ ବ୍ୟବଛେଦ ପାଇଁ ସେଠାରୁ ଖୋର୍ଦ୍ଧା ମେଡିକାଲକୁ ପଠାଯାଇଥିଲାl ଶବ ବ୍ୟବଛେଦ ପରେ ସ୍ଥାନୀୟ ସ୍ମଶାନରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସତ୍କାର କରାଯାଇଛି। ଏକମାତ୍ର ପୁତ୍ର ସୁକାନ୍ତ ମହାପାତ୍ର ମୁଖାଗ୍ନି ଦେଇଛନ୍ତି।
- Jan 07, 2026 20:05 IST
ହୋଟେଲ ଭିତରକୁ ପଶିଲା ଟ୍ରାକ୍ଟର, ଚାଳକ ମୃତ
ସମ୍ବଲପୁର: ସ୍ଥାନୀୟ ଭାଲୁପାଲିରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିl ହୋଟେଲ ଭିତରକୁ ପଶିଗଲା ଇଟା ବୋଝଇ ଟ୍ରାକ୍ଟର। ହୋଟେଲ ଭିତରେ ଥିବା ୨ ଜଣ ନାବାଳକ ଗୁରୁତର ଆହତ ହୋଇଛନ୍ତିl ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛିl ପ୍ରବଳ ବେଗରେ ଟ୍ରାକ୍ଟର ଆସିଥିବା ପ୍ରତକ୍ଷଦର୍ଶୀ କହୁଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/07/1breaking-news-sunday-2026-01-07-20-05-42.jpg)
- Jan 07, 2026 19:40 IST
ହାତ ଗୋଡ଼ ହାଣି ଦେଲେ
ପାଟଣାଗଡ଼: ୨ ପରିବାର ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିବା ବେଳେ ଏଥିରେ ରମାକାନ୍ତ ବାଗ ନାମକ ଜୈନିକ ଯୁବକଙ୍କର ହାତ ଓ ଗୋଡ ହାଣି ହତ୍ୟା କରା ଯାଇଥିବା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପାଟଣାଗଡ଼ ଥାନା ସମଲେସର ଗ୍ରାମରେ ଦୁଇ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। କ୍ରମଶ ଏହା ଉଗ୍ର ରୂପ ନେଇଥିବା ବେଳେ ରମାକାନ୍ତ ବାଗ ନାମକ ଦୈନିକ ଯୁବ କର ହାତ ଓ ଗୋଡ଼ ହାଣି ଦେଇଥିବା ଜଣାପଡିଛି।
/fit-in/580x348/filters:format(webp)/sambad/media/media_files/2026/01/07/1breaking-news-thursday-2026-01-07-19-40-33.jpg)
ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୁମୁର୍ଷୁ ଅବସ୍ଥାରେ ରମାକାନ୍ତକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମ୍ରୁତ୍ୟୁ ଘଟିଥିବା ଜଣାପଡ଼ିଛି। ଝଗଡ଼ା ଓ ହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନ ଥିବା ବେଳେ ପୁଲିସ ଗ୍ରାମରେ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
- Jan 07, 2026 19:17 IST
ଦିଗପହଣ୍ଡିରେ ଦୁର୍ଘଟଣା: ୨ ମୃତ, ୩ ଗୁରୁତର
ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଗପହଣ୍ଡି ଇଲେକ୍ଟ୍ରି ଅଫିସ ସମ୍ମୁଖରେ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ବାଇକ୍ରେ ଥିବା ୩ଜଣଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କ ସମେତ କାରରେ ଥିବା ଚାଳକ ଓ ତାଙ୍କର ସାଥୀ ଗୁରୁତର ହୋଇଛନ୍ତି। ମୃତାହତଙ୍କର ପରିଚୟ ମିଳିପାରି ନାହିଁ। ଦୁର୍ଘଟଣାଗ୍ରସ୍ତ କାର୍ ଓ ବାଇକ୍କୁ ପୁଲିସ ଜବତ କରିଛି।
/fit-in/580x348/filters:format(webp)/sambad/media/media_files/2026/01/06/1breaking-news-wednesday-2026-01-06-22-28-52.jpg)
BREAKING NEWS Photograph: (sambad.in) - Jan 07, 2026 17:39 IST
ଆସନ୍ତାକାଲି ଠାରୁ ସ୍ବାଭାବିକ ହେବ ଧାନମଣ୍ଡି
- ଆସନ୍ତାକାଲି ଠାରୁ ସ୍ବାଭାବିକ ହେବ ଧାନମଣ୍ଡି
- ରାଇସ୍ ମିଲର୍ସଙ୍କ ଗୋଟିଏ ଦାବି ମାନିଲେ ସରକାର
- ଅନ୍ୟ ୩ଟି ଦାବି ୧୫ ଦିନ ମଧ୍ୟରେ ସମାଧାନ ହେବାର ଆଶଙ୍କା
- ପୂର୍ବରୁ ୩୫୦୦ ମିଲର୍ସ ଥିଲେ, ଏବେ ୧୪ ମିଳର୍ସ ଅଛନ୍ତି
- ଯୋଗାଣ ନିଗମ, ଯୋଗାଣ ବିଭାଗ, ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ସଂଘ
- ରାଇସ ମିଲର୍ସ ସଂଘ ପକ୍ଷରୁ ଗଣମାଧ୍ୟମକୁ ସୂଚନା
/fit-in/580x348/filters:format(webp)/sambad/media/media_files/2026/01/07/1breaking-news-monday-2026-01-07-17-39-46.jpg)
- Jan 07, 2026 16:49 IST
କଟକ ବଡ଼ମେଡିକାଲରୁ ସିଲିଂ ଖସି ରୋଗୀ ଆହତ
କଟକ: ବଡ଼ମେଡିକାଲରେ ଆଜି ଅପରାହ୍ଣରେ ଏକ ବଡ଼ ଅଘଟଣ ଘଟିଛି। ମେଡିକାଲ ଛାତରୁ ସିଲିଂ ଖସିବା ଦ୍ବାରା ଜଣେ ରୋଗୀ ଆହତ ହୋଇଛନ୍ତି। ପୁରୁଣା ମେଡିସିନ ୱାର୍ଡର ପ୍ରଥମ ମହଲାରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି ଅପ୍ରୀତିକର ଘଟଣା ପରେ ରୋଗୀଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି। ସଂପୃକ୍ତ ରୋଗୀଙ୍କ ମୁଣ୍ଡ ଉପରେ ସିଂଲିଂ ପଡ଼ିଥିବା ସୂଚନା ମିଳିଛି। ମେଡିକାଲ ଟିମ୍ ଘଟଣାର ତଦନ୍ତ କରୁଛନ୍ତି।
3 children serious thimet Photograph: (sambad.in) - Jan 07, 2026 15:26 IST
ନିଆଁ ଲାଗି ୨ ଏକରରୁ ସଂଗୃହୀତ ଧାନ ନଷ୍ଟ, ଚିନ୍ତାରେ ଚାଷୀ
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ବାରବାକୁଳି ଗ୍ରାମରେ ଧାନ ଖଲାରେ ନିଆଁ ଲାଗିଛି। ବାରବାକୁଳି ଗ୍ରାମର ଚାଷୀ ମିଶ୍ର ସାନ୍ତା ଏକ ମାସ ତଳେ ୮ ଏକର ଜମିରୁ ଧାନ କାଟି ଘରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଖଲାରେ ଗଛିତ ରଖିଥିଲେ। ସେଥି ମଧ୍ୟରୁ ୬ ଏକର ଜମିରୁ ସଂଗୃହୀତ ଧାନ ମଳି ଦେଇଥିଲେ। ବଳକା ୨ ଏକର ଜମିର ଧାନ ଖଳାରେ ଗଛିତ ରହିଥିଲେ। ଆଜି ଦିନ ପ୍ରାୟ ୨ ଘଣ୍ଟା ସମୟରେ ହଠାତ ଖଳାରେ ନିଆଁ ଲାଗିଥିବା କିଛି ଲୋକ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।
/fit-in/580x348/filters:format(webp)/sambad/media/media_files/2026/01/07/fire-2026-01-07-15-26-14.jpg)
Fire catches paddy in Jharigaon village. Photograph: (sambad.in) ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା। ଶେଷରେ ଝରିଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡି ନଥିବା ବେଳେ ଧାର ଉଧାର କରି ଚାଷ କରିଥିବା ଚାଷୀ ମିଶ୍ର ସାନ୍ତା ଚିନ୍ତାରେ ପଡିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତି ପୁରଣ ଦେବା ପାଇଁ ଦାବି ହୋଇଛି।
- Jan 07, 2026 10:04 IST
ଆମେ ଭେନେଜୁଏଲାର ବିକାଶ ଉପରେ ଚିନ୍ତିତ: ଜୟଶଙ୍କର
ଲକ୍ସେମବର୍ଗ: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କର ମଙ୍ଗଳବାର ଦିନ ଭେନେଜୁଏଲାର ସାମ୍ପ୍ରତିକ ଘଟଣାବଳୀକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଦକ୍ଷିଣ ଆମେରିକୀୟ ଦେଶରେ ଆମେରିକାର ସଦ୍ୟତମ କାର୍ଯ୍ୟାନୁଷ୍ଠାନ ପରେ ପ୍ରଥମ ଦୃଢ଼ ସାର୍ବଜନୀନ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ, ଆମେ ଭେନେଜୁଏଲାର ବିକାଶ ଉପରେ ଚିନ୍ତିତ। ଆମେ ସମସ୍ତ ପକ୍ଷଙ୍କୁ ବସି ଭେନେଜୁଏଲାର ଲୋକଙ୍କ ମଙ୍ଗଳ ଏବଂ ସୁରକ୍ଷା ପାଇଁ ଏକ ସ୍ଥିତିରେ ଆସିବାକୁ ଅନୁରୋଧ କରିବୁ। କାରଣ ଶେଷରେ ଏହା ଆମର ଚିନ୍ତାର ବିଷୟ ଏବଂ ଆମେ ଭେନେଜୁଏଲାକୁ ସେହି ଦେଶ ଭାବରେ ଦେଖିବାକୁ ଚାହୁଁ ଯାହା ସହିତ ଆମର ବହୁ ବର୍ଷ ଧରି ଭଲ ସମ୍ପର୍କ ଥିଲା। ତେଣୁ ଆମେ ଚାହୁଁଛୁ ଯେ ଲୋକମାନେ ଭଲ ଭାବରେ ବାହାରକୁ ଆସନ୍ତୁ।
EAM Jaishankar Photograph: (sambad.in) - Jan 07, 2026 09:42 IST
ଉଗ୍ର ହେଲା ହାତୀ, ୭ଜଣଙ୍କର ଜୀବନ ନେଲା
ପଶ୍ଚିମ ସିଂହଭୂମ: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ନୋଆମୁଣ୍ଡି ବ୍ଲକର ଜେଟେୟା ଥାନା ଅଞ୍ଚଳର ବାବରିଆ ଗାଁରେ ଜାନୁଆରୀ ୬ ତାରିଖ ରାତିରେ ଜଙ୍ଗଲୀ ହାତୀ ଆକ୍ରମଣରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ପିଲା ଥିଲେ। ଏହି ଆକ୍ରମଣରେ ଅନ୍ୟ ଏକ ପରିବାରର ଜଣେ ସଦସ୍ୟ ମଧ୍ୟ ପ୍ରାଣ ହରାଇଥିଲେ। ଘଟଣାଟି ରାତି ପ୍ରାୟ ୧୦ଟା ସମୟରେ ଘଟିଥିବା ଜଣାପଡ଼ିଛି।
worker is in critical condition by attack of elephant Photograph: (sambad.in) ଜଣାପଡ଼ିଛି ଯେ ହାତୀଟି ହଠାତ୍ ଘର ଉପରେ ଆକ୍ରମଣ କରିବା ସମୟରେ ସମସ୍ତେ ନିଜ ଘରେ ଶୋଇଥିଲେ। ଏହି ସମୟରେ ପରିବାରର ଏକ ପିଲା କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲା। ବାବରିଆ ଗାଁରେ ମୃତକଙ୍କ ନାମ ସନାତନ ମେରାଲ, ତାଙ୍କ ସ୍ତ୍ରୀ ଜୋଙ୍କନ କୁଇ, ସେମାନଙ୍କର ଦୁଇ ପିଲା ଏବଂ ମୋଗଡା ଲାଗୁରୀ (ଅନ୍ୟ ଏକ ପରିବାରର) ବୋଲି ଚିହ୍ନଟ କରାଯାଇଛି।
- Jan 07, 2026 09:32 IST
ବିଧାନ ପରିଷଦରୁ କେ କବିତାଙ୍କ ଇସ୍ତଫା ଗ୍ରହଣ
ହାଇଦ୍ରାବାଦ: ତେଲେଙ୍ଗାନା ରାଜନୀତିର ଏକ ପ୍ରମୁଖ ଅଧ୍ୟାୟ ଆନୁଷ୍ଠାନିକ ଭାବରେ ଶେଷ ହୋଇଛି। ଭାରତ ରାଷ୍ଟ୍ର ସମିତି (ବିଆରଏସ) ସଦସ୍ୟ କାଲଭାକୁନ୍ତଳା କବିତାଙ୍କ ବିଧାନ ପରିଷଦ (ଏମଏଲ୍ସି)ରୁ ଇସ୍ତଫା ଶେଷରେ ଗ୍ରହଣ କରାଯାଇଛି। ବିଧାନସଭା ପରିଷଦ ଅଧ୍ୟକ୍ଷ ଗୁଟ୍ଟା ସୁଖେନ୍ଦର ରେଡ୍ଡି ଗୃହରେ କବିତାଙ୍କ ଭାବପ୍ରବଣ ଅଭିଭାଷଣ ପରେ ସୋମବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/07/788b32e1-4710-48a3-8eeb-9b0b6a07bb7e-2026-01-07-09-32-01.jpg)
ବିଧାନସଭା ସଚିବ ଏହି ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛନ୍ତି। କବିତା ୨୦୨୧ରେ ନିଜାମାବାଦ ସ୍ଥାନୀୟ ସଂସ୍ଥା ନିର୍ବାଚନମଣ୍ଡଳୀରୁ ବିଧାନ ପରିଷଦକୁ ନିର୍ବିରୋଧୀ ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ଇସ୍ତଫା ଗ୍ରହଣ ସହିତ ଏହି ଆସନକୁ ଏବେ ଆନୁଷ୍ଠାନିକ ଭାବରେ ଖାଲି ଘୋଷଣା କରାଯାଇଛି, ଯାହା ରାଜ୍ୟରେ ଆଉ ଏକ ଉପନିର୍ବାଚନ ପାଇଁ କଳ୍ପନାଜଳ୍ପନା ସୃଷ୍ଟି କରିଛି।
- Jan 07, 2026 09:09 IST
ଟି-୨୦ ବିଶ୍ବକପ୍: ନ୍ୟୁଜିଲାଣ୍ଡ ଟିମ୍ ଘୋଷିତ
ଆକଲାଣ୍ଡ: ୨୦୨୬ ମସିହାର ICC T20 ବିଶ୍ୱକପ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଅଭିଜ୍ଞ ଅଲରାଉଣ୍ଡର ମିଚେଲ ସାଣ୍ଟନର ଏଥର କିୱି ଦଳର ନେତୃତ୍ୱ ନେବେ। ମନୋନୀତ ଦଳ ଅଭିଜ୍ଞତା ଏବଂ ଯୁବ ଉତ୍ସାହର ଏକ ଭଲ ସନ୍ତୁଳନକୁ ପ୍ରତିନିଧିତ୍ୱ କରେ, ଯାହା ନିଶ୍ଚିତ କରେ ଯେ ଦଳ ଟୁର୍ଣ୍ଣାମେଣ୍ଟରେ ଏକ ଦୃଢ଼ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ପ୍ରସ୍ତୁତ ହେବ। ଟିମ୍ରେ ମିଚେଲ ସାଣ୍ଟନର (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ ବ୍ରେସୱେଲ୍, ମାର୍କ ଚାପମ୍ୟାନ୍, ଡେଭନ୍ କନୱେ, ଜାକବ୍ ଡଫି, ଲକି ଫର୍ଗୁସନ୍, ମ୍ୟାଟ୍ ହେନରୀ, ଡାରିଲ୍ ମିଚେଲ, ଆଡାମ ମିଲନେ, ଜେମ୍ସ ନୀଶାମ୍, ଗ୍ଲେନ୍ ଫିଲିପ୍ସ, ରାଚିନ୍ ରବିନ୍ଦ୍ର, ଟିମ୍ ସେଫର୍ଟ, ଏବଂ ଇଶ୍ ସୋଧି ସାମିଲ ଅଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/06/1breaking-news-wednesday-2026-01-06-22-28-52.jpg)
BREAKING NEWS Photograph: (sambad.in) - Jan 07, 2026 09:05 IST
ବାଂଲାଦେଶର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆଇସିସି!
ନୂଆଦିଲ୍ଲୀ: ଭାରତରୁ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡର ଅନୁରୋଧକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ପ୍ରତ୍ୟାଖ୍ୟାନ କରିଛି। ଜାତୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି। ଦୁଇ ସଂସ୍ଥା ମଧ୍ୟରେ ଏକ ଭର୍ଚୁଆଲ୍ ବୈଠକ ସମୟରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇସିସି ସ୍ପଷ୍ଟ କରିଛି ଯେ ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଯାତ୍ରା କରିବାକୁ ପଡ଼ିବ ନଚେତ୍ ପଏଣ୍ଟ ହରାଇବାର ବିପଦ ରହିବ।
/fit-in/580x348/filters:format(webp)/sambad/media/media_files/2026/01/07/63b27132-58b7-42d4-8975-ca9dbafc46bd-2026-01-07-09-04-42.jpg)
Bangladesh cricket team. Photograph: (India Today) ସୂତ୍ର ଅନୁସାରେ, ଆଇସିସି ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ଜଣାଇଛି ଯେ ଉଠିଥିବା ଚିନ୍ତା ସତ୍ତ୍ୱେ ଟୁର୍ଣ୍ଣାମେଣ୍ଟ ସୂଚୀ ଏବଂ ସ୍ଥାନ ଅପରିବର୍ତ୍ତିତ ରହିବ। ବିଶ୍ୱସ୍ତରୀୟ ସଂସ୍ଥା ବିସିବିକୁ କହିଥିବା ଜଣାପଡ଼ୁଛି ଯେ ଭାରତରେ ମ୍ୟାଚ୍ ଖେଳିବାକୁ ମନା କରିବା ଦ୍ୱାରା କ୍ରୀଡା ପରିଣାମ ହେବ, ଯେଉଁଥିରେ ପଏଣ୍ଟ ହରାଇବାର ସମ୍ଭାବନା ମଧ୍ୟ ରହିଛି। ତଥାପି, ବିସିବି ସୂତ୍ରଗୁଡ଼ିକ କହିଛନ୍ତି ଯେ ସେମାନେ ଏପର୍ଯ୍ୟନ୍ତ ପ୍ରତ୍ୟାଖ୍ୟାନକୁ ନିଶ୍ଚିତ କରୁଥିବା କୌଣସି ସରକାରୀ ଯୋଗାଯୋଗ ପାଇନାହାଁନ୍ତି।
- Jan 07, 2026 08:45 IST
ନିଆଁ ଜାଳି ବସିଥିଲେ ୬ ଜଣ, ଦ୍ରୁତଗାମୀ ଗାଡ଼ି ୩ଜଣଙ୍କ ଜୀବନ
ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁରର ରାମପୁର ଗାଁରେ ଶୀତ ପାଇଁ ରାସ୍ତାକଡ଼ରେ ନିଆଁ ଜାଳି ବସିଥିବା ଛଅ ଜଣଙ୍କ ଉପରେ ଦ୍ରୁତଗତିରେ ଯାଉଥିବା ଏକ ସ୍କୋର୍ପିଓ ଚଢ଼ିଯାଇଛି। ଏହି ଦୁର୍ଘଟଣାରେ ଜଣେ ଅଟୋ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବିଆରଡିରେ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିଲା। ଆହତ ଚାରି ଜଣଙ୍କ ମଧ୍ୟରୁ ପରେ ଜଣଙ୍କର ମୃତ୍ୟୁ ଘଟିଥିଲା। ତିନି ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।
/fit-in/580x348/filters:format(webp)/sambad/media/media_files/2026/01/07/f237bc52-d913-4afa-b9ec-50049588a386-2026-01-07-08-44-46.jpg)
ଦୁର୍ଘଟଣା ପରେ ସ୍କୋର୍ପିଓ ନିୟନ୍ତ୍ରଣ ବାହାରକୁ ଯାଇ ରାସ୍ତା କଡ଼ରେ ଥିବା ଏକ କିଓସ୍କରେ ପିଟି ହୋଇଥିଲା, ଯେଉଁଥିରେ ଗାଡି ଚଲାଉଥିବା ଜଣେ ଅବସରପ୍ରାପ୍ତ ରେଳ ଅଧିକାରୀଙ୍କ ପୁଅର ମଧ୍ୟ ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କୁ ଏମ୍ସ ପୁଲିସ ଷ୍ଟେସନ୍ ବୁଝାସୁଝା କରିଥିଲା।
- Jan 07, 2026 08:38 IST
ରେକର୍ଡ କଲେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍
ସିଡ୍ନି: ଅଷ୍ଟ୍ରେଲିଆର ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ପଞ୍ଚମ ଏବଂ ଅନ୍ତିମ ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଏକ ସଫଳତା ହାସଲ କରିଛନ୍ତି ଯାହା କ୍ରିକେଟ୍ ଇତିହାସରେ ତାଙ୍କ ନାମକୁ ଆହୁରି ଉଚ୍ଚ କରିଛି। ଇଂଲଣ୍ଡ ବିପକ୍ଷରେ ତୃତୀୟ ଦିନରେ ସ୍ମିଥ୍ ତାଙ୍କର ୩୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି, ଯାହା ୯୬ ବର୍ଷର ପୁରୁଣା ଆଶେସ୍ ରେକର୍ଡ ଭାଙ୍ଗିଛି।
/fit-in/580x348/filters:format(webp)/sambad/media/media_files/2026/01/07/b3a4417d-4eae-430d-a579-cfec62d9d375-2026-01-07-08-38-24.jpg)
ଷ୍ଟିଭ୍ ସ୍ମିଥ୍ ଆଶେସ୍ ସିରିଜରେ ତାଙ୍କର ୧୩ତମ ଶତକ ହାସଲ କରି ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜ୍ୟାକ୍ ହବ୍ସଙ୍କୁ ପଛରେ ପକାଇ ଦେଇଛନ୍ତି। ହବ୍ସ ଆଶେସ୍ ରେ ୧୨ଟି ଶତକ ହାସଲ କରିଥିଲେ। ସ୍ମିଥ୍ ଏବେ ୧୩ଟି ଶତକ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ତାଙ୍କୁ କେବଳ ମହାନ ଡନ୍ ବ୍ରାଡମ୍ୟାନ୍ ପଛରେ ପକାଇ ଦେଇଛନ୍ତି। ଆସେସ୍ରେ ୧୯ଟି ଶତକ ହାସଲ କରିଥିଲେ। ୯୬ ବର୍ଷ ପରେ ହବ୍ସଙ୍କୁ ପଛରେ ପକାଇବା ନିଜ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା।
- Jan 07, 2026 08:02 IST
ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ବଡ଼ ଘୋଷଣା
ୱାସିଂଟନ: ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଭେନେଜୁଏଲା ଆମେରିକାକୁ ୩୦-୫୦ ନିୟୁତ ବ୍ୟାରେଲ ତେଲ ବିକ୍ରି କରିବାକୁ ରାଜି ହୋଇଛି। ଆମେରିକା ଏହି ତେଲକୁ ବଜାର ମୂଲ୍ୟରେ କିଣିବ।
/fit-in/580x348/filters:format(webp)/sambad/media/media_files/2025/05/08/iExz5a4EnuN0ATeCTfa6.png)
Donald Trump Photograph: (Donald Trump) ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ସେୟାର କରି ଟ୍ରମ୍ପ କହିଛନ୍ତି, ମୁଁ ଶକ୍ତି ସଚିବ କ୍ରିସ୍ ରାଇଟ୍ଙ୍କୁ ଏହି ଯୋଜନାରେ କାମ କରିବାକୁ କହିଛି। ତେଲକୁ ଷ୍ଟୋରେଜ୍ ଜାହାଜ ବ୍ୟବହାର କରି ଆମେରିକାକୁ ଅଣାଯିବ ଏବଂ ସଂରକ୍ଷଣ କରାଯିବ।
- Jan 07, 2026 07:59 IST
ପଥରମାଡ଼ରେ ୫ଜଣ ପୁଲିସ କର୍ମଚାରୀ ଆହତ
ନୂଆଦିଲ୍ଲୀ: ବୁଧବାର ପ୍ରତ୍ୟୁଷରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ମସଜିଦ ନିକଟରେ ଜବରଦଖଲ ବିରୋଧୀ ଅଭିଯାନ ହିଂସାତ୍ମକ ହୋଇଛି, ଯେଉଁଥିରେ ଅତି କମରେ ପାଞ୍ଚ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ନଗର ନିଗମର ଅଧିକାରୀମାନେ ସୟଦ ଫୈଜ ଏଲାହି ମସଜିଦ ଏବଂ ତୁର୍କମାନ ଗେଟ୍ ସ୍ଥିତ କବରସ୍ଥାନ ସଂଲଗ୍ନ ଏକ ଜମିରେ ଭଙ୍ଗା ଅଭିଯାନ ଚଳାଇବା ସମୟରେ ସଂଘର୍ଷ ଘଟିଛି।
/fit-in/580x348/filters:format(webp)/sambad/media/media_files/2026/01/07/568e7260-b3bd-4979-94ff-e57e5aae3852-2026-01-07-07-07-56.jpg)
Bulldozer action in New Delhi. Photograph: (Navbharat Times) - Jan 07, 2026 07:38 IST
ଭେନେଜୁଏଲାର ୨୪ ସୁରକ୍ଷା ଅଧିକାରୀ ନିହତ!
ୱାସିଂଟନ: ଭେନେଜୁଏଲା ସାମରିକ ବାହିନୀ ଘୋଷଣା କରିଛି ଯେ ଶନିବାର ଦିନ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ଅତି କମରେ ୨୪ ଜଣ ଭେନେଜୁଏଲା ସୁରକ୍ଷା ଅଧିକାରୀ ନିହତ ହୋଇଛନ୍ତି। ଏହା ଦ୍ୱାରା ସରକାରୀ ମୃତ୍ୟୁ ସଂଖ୍ୟା ୫୬କୁ ପହଞ୍ଚୁଛି। ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି, କିନ୍ତୁ ସଂଖ୍ୟା ସ୍ପଷ୍ଟ ନୁହେଁ।
/fit-in/580x348/filters:format(webp)/sambad/media/media_files/2026/01/06/1breaking-news-friday-2026-01-06-18-49-40.jpg)
ଭେନେଜୁଏଲାର ଆଟର୍ଣ୍ଣି ଜେନେରାଲ ତାରେକ ୱିଲିୟମ୍ ସାବ ମଙ୍ଗଳବାର ଦିନ କହିଛନ୍ତି ଯେ ଡଜନ ଡଜନ ଅଧିକାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ପବ୍ଲିକ ପ୍ରସିକ୍ୟୁଟରମାନେ ମୃତ୍ୟୁର ତଦନ୍ତ କରିବେ, ଯାହାକୁ ସେ "ଯୁଦ୍ଧ ଅପରାଧ" ବୋଲି ବର୍ଣ୍ଣନା କରିଛନ୍ତି।
- Jan 07, 2026 07:30 IST
୬ବର୍ଷ ଡେଟିଂ ପରେ ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଥିଲେ ମୁସ୍ତାଫିଜୁର ରହମାନ
ଢାକା: ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଆଜିକାଲି ପୂର୍ବ ଅପେକ୍ଷା ପଡ଼ିଆ ବାହାରେ ଅଧିକ ଖବରରେ ଅଛନ୍ତି। ଆଇପିଏଲ-୨୦୨୬ରୁ ବାଦ ପଡ଼ିବା ପରେ ତାଙ୍କ ନାମ ନିରନ୍ତର ଶିରୋନାମାରେ ରହିଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ହିଂସା ପରେ ଆଇପିଏଲ୍ରେ ତାଙ୍କ ଅଂଶଗ୍ରହଣକୁ ନେଇ ଭାରତରେ ବ୍ୟାପକ ସମାଲୋଚନା ହୋଇଥିଲା, ଯାହା ଫଳରେ BCCI ତାଙ୍କୁ ନିଲମ୍ବିତ କରିଥିଲା। ଏହି ସମୟରେ ପ୍ରଶଂସକମାନେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଜାଣିବାକୁ ଆଗ୍ରହୀ। ମୁସ୍ତାଫିଜୁର ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍ରୁ ଦୂରରେ ରଖିଛନ୍ତି, କିନ୍ତୁ ତାଙ୍କ ବିବାହ କାହାଣୀ ବହୁତ ଆକର୍ଷଣୀୟ।
/fit-in/580x348/filters:format(webp)/sambad/media/media_files/2026/01/07/29439783-e576-45aa-884b-d78746d117a8-2026-01-07-07-29-44.jpg)
Mustafizur Rahman Photograph: (ABP) ମୁସ୍ତାଫିଜୁର ରହମାନ ୨୦୧୯ ମସିହାରେ ସାମିୟା ପରୱିନଙ୍କୁ ବିବାହ କରିଥିଲେ। ଉଲ୍ଲେଖଯୋଗ୍ୟ ସାମିୟା ତାଙ୍କ ସମ୍ପର୍କୀୟ ଭାଇ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିବାହ ପୂର୍ବରୁ ଉଭୟ ପ୍ରାୟ ଛଅ ବର୍ଷ ଧରି ଜାଣିଥିଲେ ଏବଂ ଡେଟ୍ କରୁଥିଲେ। ପରେ ଉଭୟ ପରିବାର ଏହି ସମ୍ପର୍କକୁ ଗ୍ରହଣ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ଫେରିବା ପରେ ମୁସ୍ତାଫିଜୁର ଏକ ସରଳ ପାରିବାରିକ ସମାରୋହରେ ବିବାହ କରିଥିଲେ।
- Jan 07, 2026 07:19 IST
କୁହୁଡ଼ି ଯୋଗୁଁ ଦିଲ୍ଲୀରେ ୬ଟି ବିମାନ ଉଡ଼ାଣ ବାତିଲ
ନୂଆଦିଲ୍ଲୀ: ଭୀଷଣ ଶୀତ ଏବଂ ଘନ କୁହୁଡ଼ି ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ବିମାନ ଚଳାଚଳରେ ବାଧା ସୃଷ୍ଟି କରିଛି। ଆଜି ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୃଶ୍ୟମାନତା ଅତ୍ୟନ୍ତ କମ୍ ରେକର୍ଡ କରାଯାଇଥିଲା, ଯାହା ଫଳରେ ବିମାନ ଚଳାଚଳରେ ଗୁରୁତର ବାଧା ସୃଷ୍ଟି ହୋଇଥିଲା। ପାଗ ଯୋଗୁଁ ମଙ୍ଗଳବାର ଦିନ ମୋଟ ଛଅଟି ବିମାନ ବାତିଲ କରାଯାଇଥିଲା ଏବଂ ୧୫୦ରୁ ଅଧିକ ବିମାନ ବିଳମ୍ବ ହୋଇଥିଲା।
/fit-in/580x348/filters:format(webp)/sambad/media/media_files/2025/04/25/m4PWDvMnJ07xLMFtgmkc.jpg)
Photograph: ( Business Standard) - Jan 07, 2026 07:08 IST
ମଧ୍ୟରାତ୍ରିରେ ଦିଲ୍ଲୀରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ରାଷ୍ଟୟୀୟ ରାଜଧାନୀ ନୂଆଦିଲ୍ଲୀର ତୁର୍କମାନ ଗେଟ୍ ଅଞ୍ଚଳର ରାମଲୀଳା ମଇଦାନ ନିକଟରେ ଫୈଜ-ଏ-ଇଲାହି ମସଜିଦ ପାଖରେ ମଧ୍ୟରାତ୍ରିରେ ବେଆଇନ ଜବରଦଖଲ ହଟାଇ ଦିଆଯାଇଛି। ଜାନୁଆରୀ ୭ ତାରିଖ ମଧ୍ୟରାତ୍ରିରେ ୧୦ଟି ବୁଲଡୋଜର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ଯାହା ଫଳରେ ସେଠାରେ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ମସଜିଦ ବାହାରେ ଉପସ୍ଥିତ ବହୁ ସଂଖ୍ୟକ ଲୋକ ପଥର ଫିଙ୍ଗା ଆରମ୍ଭ କରିଥିଲେ, ଯାହା ପରେ ପରିବେଶ ଉଷ୍ମ ହୋଇଯାଇଥିଲା।
/fit-in/580x348/filters:format(webp)/sambad/media/media_files/2026/01/07/568e7260-b3bd-4979-94ff-e57e5aae3852-2026-01-07-07-07-56.jpg)
Bulldozer action in New Delhi. Photograph: (Navbharat Times) ସେଣ୍ଟ୍ରାଲ ରେଞ୍ଜ ଯୁଗ୍ମ ପୋଲିସ କମିସନର ମଧୁର ବର୍ମା କହିଛନ୍ତି ଯେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏମସିଡି ୨୦୨୫ ଜାନୁଆରୀ ୭ ପ୍ରତ୍ୟୁଷରେ ଦିଲ୍ଲୀର ରାମଲୀଳା ମଇଦାନ ନିକଟବର୍ତ୍ତୀ ତୁର୍କମାନ ଗେଟ୍ ସ୍ଥିତ ଫୈଜ-ଏ-ଇଲାହି ମସଜିଦ ନିକଟରେ ଥିବା ଜବରଦଖଲ ଅଞ୍ଚଳରେ ଜବରଦଖଲ ହଟାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/06/1breaking-news-wednesday-2026-01-06-22-28-52.jpg)