🔴 LIVE | News Updates 8th Jan 2026: ଜଣାପଡ଼ିଲା ଜଣ୍ଡିସ୍‌ ବ୍ୟାପିବାର କାରଣ, ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନୀରିକ୍ଷକ, ଦୁର୍ଘଟଣାରେ ୨ବାଇକ୍‌ ଆରୋହୀଙ୍କ ମୃତ୍ୟୁ

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
1BREAKING NEWS Thursday

BREAKING NEWS Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Jan 08, 2026 22:36 IST

    ଦିଲ୍ଲୀ ପରେଡ୍‌କୁ ଗଲେ ନବରଙ୍ଗପୁର ମହାବିଦ୍ୟାଳୟର ୬ ଛାତ୍ର

    ନବରଙ୍ଗପୁର: ଦିଲ୍ଲୀରେ ଆସନ୍ତା ସାଧାରଣତନ୍ତ୍ର ଦିବସ (ଆରଡି) ପରେଡ୍ ପାଇଁ ମନୋନୀତ ହୋଇଛନ୍ତି ନବରଙ୍ଗପୁର କଲେଜର ୬ଜଣ ଛାତ୍ର। ସେମାନେ ହେଲେ ଯୁକ୍ତ ୩ ପଦାର୍ଥ ବିଜ୍ଞାନ ଛାତ୍ର ତଥା କମ୍ପାନି କ୍ୱାର୍ଟରମାଷ୍ଟର ସର୍ଜେଣ୍ଟ ଆଦର୍ଶ ପ୍ରତ୍ୟୁଷ କର୍କରା, ଯୁକ୍ତ ୩ ରାଜନୀତି ବିଜ୍ଞାନ ଛାତ୍ର ଓ ଜୁନିୟର ଅଣ୍ଡର ଅଫିସର ମାରୁତି ହରିଜନ, ଯୁକ୍ତ ୩ ଓଡ଼ିଆ ବିଭାଗର ପାଉଲ୍‌ ସୁନା, ଯୁକ୍ତ ୩ ଇତିହାସ ଛାତ୍ର କୃଷ୍ଣ ଜାନୀ, ଯୁକ୍ତ ୩ ଇଂରାଜୀ ବିଭାଗ ଛାତ୍ର କର୍ପୋରାଲ ଯୋଗେଶ୍ୱର ମାଝୀ ଓ ଯୁକ୍ତ ୩ ରାଜନୀତିବିଜ୍ଞାନର ଲାନ୍ସ କର୍ପୋରାଲ ଲକ୍ଷ୍ମଣ ଗୌଡ।

    Nabarangpur

    ପ୍ରତ୍ୟୁଷ ଗାର୍ଡ-ଅଫ୍-ଅନର ଓ ମାରୁତି ରୁତି କର୍ଭବ୍ୟପଥ ପରେଡ ପାଇଁ ମନୋନୀତ ହୋଇଛନ୍ତି। କ୍ୟାଡେଟ ପାଉଲ କଳା ଓ ସଂସ୍କୃତି କାର୍ଯ୍ୟକ୍ରମ ସହିତ ସଙ୍ଗୀତ ପରିବେଷଣ କରିବେ। କୃଷ୍ଣ, ଯୋଗେଶ୍ଵର, ଲକ୍ଷ୍ମଣ ପ୍ରଧାନମନ୍ତ୍ରୀ ରାଲି ପାଇଁ ମନୋନୀତ ହୋଇଛନ୍ତି। ଏହି ଛାତ୍ରମାନେ ଆରଡିସି ପ୍ୟାରେଡରେ ଭାଗ ନେବା ପାଇଁ ସ୍ଥିର କରି ଦୀର୍ଘ ୬ ମାସ ଧରି କଠିନ ପରିଶ୍ରମ ଓ ଅଭ୍ୟାସ ଜାରି ରଖିଥିଲେ। ତ୍ରିସ୍ତରୀୟ ଚୟନ ପ୍ରକ୍ରିୟା ନବରଙ୍ଗପୁର ପରେ ବ୍ରହ୍ମପୁର ଓ ଭୁବନେଶ୍ବର ଠାରେ ସଫଳତା ହାସଲ କରିଥିଲେ। ଏହାପରେ ଦିଲ୍ଲୀ ପ୍ୟାରେଡ ପାଇଁ ମନୋନୀତ ହୋଇଥିଲେ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ମୋଟ ୧୨୭ ଏନସିସି କ୍ୟାଡେଟ୍ ଦିଲ୍ଲୀପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜିଲ୍ଲାର ୬ଜଣ କ୍ୟାଡେଟ ରହିଥିବାରୁ ଏହା କଲେଜ ଓ ଜିଲ୍ଲାପାଇଁ ଗୌରବର ବିଷୟ ବୋଲି ଏନସିସି ଶିକ୍ଷକ ରହିମ ଖରା କହିଛନ୍ତି। ଦିଲ୍ଲୀଗସ୍ତ ଯାଇଥିବାରରୁ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, କଲେଜ ଅଧ୍ୟକ୍ଷ ଡି.ଗୋବି ଗୋବିନ୍ଦ ରାଓ, ଏନସିସି ଅଧିକାରୀ ଅଧ୍ୟାପିକା ଛାତ୍ରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

  • Jan 08, 2026 22:14 IST

    ଭାରତମାଳା ରାସ୍ତାରେ ଦୁର୍ଘଟଣା: ୨ବାଇକ୍‌ ଆରୋହୀଙ୍କ ମୃତ୍ୟୁ 

    ରାଇଘର: ଭାରତମାଳା ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଆଜି ରାତିରେ ପୁଣି ଥରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛିl ରାଇଘର ବ୍ଲକ ଅନ୍ତର୍ଗତ ଭାରଣ୍ଡପାରା ନିକଟରେ ଏକ ଡୋଜର ସହିତ ବାଇକ୍‌ର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ବାଇକ୍‌ ଚାଳକ ଏବଂ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତ ବ୍ୟକ୍ତି ଦୁହେଁ ଉଦୟପୁର ଗ୍ରାମର ବିଧାନ ରାୟ (୬୫) ଏବଂ ପରିମଲ ରାୟ (୫୦) ବୋଲି ଜଣାପଡ଼ିଛି l 

    01breaking3

    ସୂଚନା ଅନୁଯାଇ ଆଜି ରାତି ପ୍ରାୟ ୮ଟା ସମୟରେ ପରିମଲ ରାୟ ଏବଂ ବିଧାନ ରାୟ ଦୁହେଁ ଉମରକୋଟରୁ ନିଜ ନିଜ କାମ ସାରି ବାଇକ ଯୋଗେ ଭାରତମାଳା ରାସ୍ତା ଦେଇ ଘରକୁ ଫେରୁଥିଲେ l ବିପରୀତପଟୁ ଏକ ଡୋଜର ଆସୁଥିବା ବେଳେ ଭାରଣ୍ଡପାରା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲାl ଫଳରେ ଘଟଣାସ୍ଥଳରେ ହିଁ ବିଧାନ ରାୟ ଏବଂ ପରିମଲ ରାୟ ଦୁହିଁଙ୍କ ମୃତ୍ୟୁ ଘଟିଥିଲା l ଡୋଜର ହେଡ ଲାଇଟରେ ରାସ୍ତା ଭଲଭାବେ ଦେଖାନଯିବା ଫଳରେ ଏଭଳି ଦୁର୍ଘଟଣା ଘଟିଥିବା ସାଧାରଣ ଲୋକେ ଅନୁମାନ କରୁଛନ୍ତି l ଅନ୍ୟପଟେ ଏହି ଖବର ପାଇ ରାଇଘର ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଖବର ଲେଖା ହେବା ଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା l

  • Jan 08, 2026 21:41 IST

    ସ୍ବର୍ଣ୍ଣ କୋଦଣ୍ଡ ଧନୁକୁ ନବରଙ୍ଗପୁରରେ ଭବ୍ୟ ସମ୍ବର୍ଦ୍ଧନା

    ନବରଙ୍ଗପୁର: ରାଉରକେଲା ହନୁମାନ ବାଟିକାରେ ପ୍ରସ୍ତୁତ ସ୍ବର୍ଣ୍ଣ ଖଚିତ ଧନୁସର ଯାହା ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ଠାରେ ଲାଗିବ ତାହା ଏକ ସୁସଜ୍ଜିତ ରଥରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପରିକ୍ରମା କରୁଛି। ଆଜି ସକାଳୁ ଏହା ନବରଙ୍ଗପୁର ସହରରେ ପହଂଚିଥିଲା। ହିନ୍ଦୁ ଏକତା ବାହିନୀ ତରଫରୁ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀରାମ ମନ୍ଦିର ଯାଏଁ ଏହି ସୁସଜ୍ଜିତ ରଥକୁ ନେଇ ଏକ ନଗର କୀର୍ତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲାl

    ngp-swarna dhanus sriram (1)

    ସୁସଜ୍ଜିତ ରଥରେ ଭଗବାନ ଶ୍ରୀରାମଙ୍କ ସ୍ବର୍ଣ୍ଣ କୋଦଣ୍ଡ ଧନୁକୁ ଆଜି ନବରଙ୍ଗପୁର ଠାରେ ଭକ୍ତ ବୃନ୍ଦ ମାନଙ୍କ ସହ ଭବ୍ୟ ସ୍ୱାଗତ କରିଥିଲେ। ବିଧାୟକ ଗୌରୀଶଙ୍କର ମାଝୀ, ପୌରଅଧ୍ୟକ୍ଷ କୁନୁ ନାୟକଙ୍କ ସହ ହିନ୍ଦୁ ଏକତାବାହିନୀର କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିାଚଳନା କରିଥିଲେ। ସହରବାସୀ ସ୍ବତଃସ୍ପୃତ ଭାବେ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଏହି ସୁବର୍ଣ୍ଣ ଧନୁ ଆସନ୍ତା ଜାନୁଆରି ୨୨ ତାରିଖରେ ଅଯୋଧ୍ୟା ଶ୍ରୀ ରାମ ଲାଲାଙ୍କ ଭବ୍ୟ ମନ୍ଦିରରେ ସ୍ଥାପନ କରାଯିବ। ନବରଙ୍ଗପୁର ହିନ୍ଦୁ ଏକତା ବାହନୀ ଦ୍ୱାରା ଏହି ଯାତ୍ରା ପରିଚାଳନା କରାଯାଇଥିଲା

  • Jan 08, 2026 21:38 IST

    ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନଙ୍କ ସହ ବୈଠକ କଲେ କେନ୍ଦ୍ର କୃଷିମନ୍ତ୍ରୀ 

    ନୂଆଦିଲ୍ଲୀ: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀର କୃଷି ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ), ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି), କୃଷି ବିକାଶ ପାଇଁ ଅନ୍ତର୍ଜାତୀୟ ପାଣ୍ଠି (ଆଇଏଫଏଡି), ବିଶ୍ୱ ବ୍ୟାଙ୍କ, ଏସୀୟ ବିକାଶ ବ୍ୟାଙ୍କ (ଏଡିବି), ଡଚ ଗେସେଲଶାଫ୍ଟ ଫର୍ ଇଣ୍ଟରନ୍ୟାସନାଲେ ଜୁସାମେନାର୍ବିଟ୍ (ଜିଆଇଜେଡ୍‌) ଏବଂ ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି (ଜାଇକା) ସମେତ ପ୍ରମୁଖ ଅନ୍ତର୍ଜାତୀୟ ଏବଂ ବହୁପାକ୍ଷିକ ବିକାଶ ସହଭାଗୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

    WhatsApp Image 2026-01-08 at 8.56.50 PM

    ସହଯୋଗକୁ ଆହୁରି ସୁଦୃଢ଼ ​​କରିବା, ଦୀର୍ଘକାଳୀନ ବିକାଶ ପ୍ରାଥମିକତାକୁ ସମନ୍ୱିତ କରିବା ଏବଂ ସ୍ଥାୟୀ ବିକାଶ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା। କୃଷକଙ୍କ କଲ୍ୟାଣ ଏବଂ ଜୀବିକା ନିର୍ବାହରେ ଉନ୍ନତି ଆଣିବା ପାଇଁ ଦୀର୍ଘକାଳୀନ ନୀତି ପ୍ରଣୟନ ଲାଗି ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ପ୍ରତିନିଧିମାନଙ୍କୁ ସ୍ୱାଗତ କରି ଶ୍ରୀ ଚୌହାନ କହିଥିଲେ, ଭାରତର କୃଷି ଯାତ୍ରା ଉଲ୍ଲେଖନୀୟ ହୋଇପାରିଛି। ଭାରତ ଏକ ଖାଦ୍ୟ ଅଭାବ ଦେଶରୁ କୃଷି ଉତ୍ପାଦର ଏକ ପ୍ରମୁଖ ରପ୍ତାନିକାରୀ ପାଲଟିଛି। ଏହି ପରିବର୍ତ୍ତନରେ ସେ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକର ଭୂମିକା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

    ସେ କହିଥିଲେ, ଭାରତ ସଫଳତାର ସହିତ ଖାଦ୍ୟ ସୁରକ୍ଷା ହାସଲ କରିଛି ଏବଂ ବର୍ତ୍ତମାନ ପୋଷଣ ସୁରକ୍ଷା ଦିଗରେ ଆଗକୁ ବଢ଼ୁଛି । ଏହାସହିତ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ପାଇଁ ଦୃଢ଼ ଭାବରେ କାର୍ଯ୍ୟ କରୁଛି। ଶ୍ରୀ ଚୌହାନ ଏହା ମଧ୍ୟ କହିଥିଲେ, ଭାରତ ଅନ୍ୟ ଦେଶମାନଙ୍କ ସହିତ ନିଜର ଅଭିଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ପାଇଁ ଭଲ ସ୍ଥିତିରେ ଅଛି । କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ପାରସ୍ପରିକ ବିକାଶ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟ ଦେଶରେ ଗ୍ରହଣ କରାଯାଇଥିବା ବିଶ୍ୱସ୍ତରୀୟ ନବସୃଜନ ଏବଂ ସଫଳ ମଡେଲଗୁଡ଼ିକରୁ ଶିଖିବା ପାଇଁ ମଧ୍ୟ ଭାରତ ପ୍ରସ୍ତୁତ ରହିଛି ।

  • Jan 08, 2026 21:32 IST

    ୧୦୦ରେଳ ଅଧିକାରୀ ହେବେ ପୁରସ୍କୃତ 

    ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଦ୍ୱାରକାସ୍ଥିତ ଯଶୋଭୂମି ଇଣ୍ଡିଆ ଇଣ୍ଟରନେସନାଲ କନଭେନ୍ସନ ଏକ୍ସପୋ ସେଣ୍ଟର୍‌ ଠାରେ ଆସନ୍ତାକାଲି ୭୦ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୫ ପ୍ରଦାନ କରାଯିବ। କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୦୦ ଜଣ ରେଳ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଉଲ୍ଲେଖନୀୟ ସେବା ଏବଂ ସଂଗଠନ ପ୍ରତି ଅସାଧାରଣ ଯୋଗଦାନ ନିମନ୍ତେ ପୁରସ୍କୃତ କରିବେ। ଏହି କାର୍ଯ୍ୟକ୍ରମରେ ରେଳ ରାଷ୍ଟ୍ର ମନ୍ତ୍ରୀ ଭି. ସୋମନ୍ନା, ରବନୀତ ସିଂ, ରେଳ ବୋର୍ଡ ସିଇଓ ସତୀଶ କୁମାରଙ୍କ ସମେତ ରେଳବାଇର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ।

    Ashwini Vaishnav
    Union Railway Minister Ashwini Vaishnav. Photograph: (sambad.in)

    ନବସୃଜନ, ପରିଚାଳନା ଦକ୍ଷତା, ସୁରକ୍ଷା, ନିରାପତ୍ତା, ରାଜସ୍ୱ ବୃଦ୍ଧି, ଠିକ୍‌ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା, କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ଏବଂ ଅନ୍ୟାନ୍ୟ ଉଲ୍ଲେଖନୀୟ ସେବା ନିମନ୍ତେ ମୋଟ୍‌ ୧୦୦ ଜଣଙ୍କୁ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୫ ପ୍ରଦାନ କରାଯିବ। ନବସୃଜନ କ୍ଷେତ୍ରରେ ୧୭, ସାହସ ଓ ନିଃସ୍ୱାର୍ଥ ସେବା ପାଇଁ ୨୨, ରାଜସ୍ୱ ବୃଦ୍ଧି ଓ ଦୁର୍ନୀତି ନିବାରଣ କ୍ଷେତ୍ରରେ ୧୪, ପରିଚାଳନା ଦକ୍ଷତା ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ୧୯, ପ୍ରକଳ୍ପ ଶେଷ ପାଇଁ ୧୬, ଅନ୍ୟାନ୍ୟ କ୍ଷେତ୍ରରେ ୧୦ ଏବଂ କ୍ରୀଡ଼ା କ୍ଷେତ୍ରରେ ୨ ଜଣ ରେଳ କର୍ମଚାରୀ ପୁରସ୍କାର ପାଇବେ। ବ୍ୟକ୍ତିଗତ ପୁରସ୍କାର ସହିତ ଶ୍ରେଷ୍ଠ ପ୍ରଦର୍ଶନକାରୀ ୨୬ଟି ରେଳ ଜୋନକୁ ସିଲ୍‌ ପ୍ରଦାନ କରାଯିବ। ମହାକୁମ୍ଭ, ଅପରେସନ ସିନ୍ଦୂର ଆଦି ସମୟରେ ଏବଂ ବାଲଷ୍ଟ କ୍ଲିନିଂ ମେସିନ୍‌ ପ୍ରଚଳନ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିଥିବା ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କାର ନିମନ୍ତେ ଚୟନ କରାଯାଇଛି। ଏହି ପୁରସ୍କାର କର୍ତ୍ତବ୍ୟପ୍ରତି ସମର୍ପଣ, ବୃତ୍ତିଗତ ମନୋଭାବ ଓ ଉଲ୍ଲେଖନୀୟ ସେବା ପ୍ରତି ରେଳବାଇର ପ୍ରତିବଦ୍ଧତାକୁ ପ୍ରତିଫଳନ କରିଥାଏ।

  • Jan 08, 2026 19:23 IST

    ୬୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନୀରିକ୍ଷକ

    ଅନୁଗୁଳ: ୬୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନୀରିକ୍ଷକ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ତହସିଲ ରାଜସ୍ବ ନୀରିକ୍ଷକ ସୁରେନ୍ଦ୍ର କୁମାର ଦାଶଙ୍କୁ ଭିଜିଲାନ୍ସ ବିଭାଗ ଲାଞ୍ଚ ନେବା ସମୟରେ ଧରିଛି।

    1BREAKING NEWS Saturday
    BREAKING NEWS Photograph: (sambad.in)

     

  • Jan 08, 2026 18:00 IST

    ଜଣାପଡ଼ିଲା ଜଣ୍ଡିସ୍‌ ବ୍ୟାପିବାର କାରଣ

    • ଖୋର୍ଦ୍ଧା-ନବୋଦୟ ବିଦ୍ୟାଳୟ ଜଣ୍ଡିସ ବ୍ୟାପିବା ଘଟଣା
    • ଜଣା ପଡ଼ିଲା କାରଣ, ଦୁଇଟି ଜଳ ନମୁନା ପଜିଟିଭ
    • ଗୋଟିଏ ରୋଷେଇ ଶାଳରୁ, ଅନ୍ୟଟି ଓଭର ଗେଡ଼ ଟାଙ୍କିରୁ
    • ସ୍ପଷ୍ଟ କଲେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ 
    1BREAKING NEWS Saturday
    BREAKING NEWS Photograph: (sambad.in)

     

  • Jan 08, 2026 17:47 IST

    ବିଜ୍ଞାନ ପ୍ରଦର୍ଶନୀ ଆଧାରିତ ଶିକ୍ଷା ଶିବିର ଉଦ୍‌ଯାପିତ

    ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଠାରେ ଅବସ୍ଥିତ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ପରିସରରେ ଏକ ବିଜ୍ଞାନ ପ୍ରଦର୍ଶନୀ ଆଧାରିତ ଶିକ୍ଷା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟି ୫ରୁ ୭ ଜାନୁଆରି  ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିଲା। ଶିବିରର ସାଧନ କର୍ମୀ ଭାବେ ଘୁ.ଉଦୟଗିରିର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓ ଅବସର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ ଯୋଗଦେଇ ୧୦୦ରୁ ଅଧିକ ବିଜ୍ଞାନ ସମ୍ବନ୍ଧୀୟ ପରୀକ୍ଷା ପ୍ରଦର୍ଶନ କରିଥିଲେ। ସେ ଏହା ମାଧ୍ୟମରେ ବିଜ୍ଞାନକୁ ସହଜ, ରୋଚକ ଓ ପ୍ରୟୋଗାଧାରିତ ଭାବେ କିପରି ଶିକ୍ଷା ଦିଆଯାଇପାରିବ, ସେଥିପାଇଁ ଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।

    IMG-20260108-WA0478

    ବିଦ୍ୟାଳୟର ପ୍ରଥମ ଓ ଦ୍ୱିତୀୟ ବର୍ଷର ପୁରୁଣା ଛାତ୍ରଛାତ୍ରୀମାନେ ଏହି କର୍ମଶାଳାରେ ସକ୍ରିୟ ଭାବେ ଯୋଗଦେଇ, ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷା କିପରି ଆନନ୍ଦମୟ ଓ ଆକର୍ଷଣୀୟ କରାଯାଇପାରିବ, ସେଥିପାଇଁ ବିଭିନ୍ନ କୌଶଳ ଅର୍ଜନ କରିଥିଲେ। ଶିବିରଟିକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ନେହଲତା ସାହୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ଶିବିରର ଅନ୍ତିମ ଦିବସରେ ପ୍ରଶିକ୍ଷଣ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ ବିଜ୍ଞାନ ଶିକ୍ଷକ ବଳରାମ ସାହୁଙ୍କ ଆଗ୍ରହ, ନିଷ୍ଠା ଓ କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରି, ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।

  • Jan 08, 2026 17:14 IST

    ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

    କରଞ୍ଜିଆ: ମୟୂରଭଂଜ ଜିଲ୍ଲା କରଞ୍ଜିଆ ସହରର ଅମ୍ବିକା ମନ୍ଦିର ପଛପଟକୁ ଥିବା ସରିତା କ୍ଲଥଷ୍ଟୋର ଓ ଷ୍ଟାର ମେଚିଂ ସେଣ୍ଟର୍ ନାମକ ଲୁଗା ଦୋକାନ ଓ ଗୋଦାମମରେ ଅଗ୍ନିକାଣ୍ଡ। ନିଆଁ ସକାଳୁ ଲାଗିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ହେଇନି ଆୟତ। ଘଟଣାସ୍ଥଳରେ କରଞ୍ଜିଆ, ଠାକୁରମୁଣ୍ଡା, ଶୁକୃଲି ଓ ସାହାରପଡ଼। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କରୁଛି ଆୟତ୍ତ, ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତିର ଚିତ୍ର ସାମ୍ନାକୁ ଆସୁଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି ବିଭାଗ। ପ୍ରବଳ ମାତ୍ରାରେ ଦୋକାନ ଓ ଗୋଦାମ ମିଶି ୫ଟି ସ୍ଥାନରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଛି। ତେବେ ନିଆଁକୁ ଆୟତ୍ତ କରିବାକୁ ୯ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ହେବ ଅଗ୍ନିଶମ ବାହିନୀର ୭ଟି ଗାଡ଼ି ଲାଗିଥିବା ବେଳେ ପାଖାପାଖି ୫୦ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।  

    1BREAKING NEWS Saturday

  • Jan 08, 2026 17:01 IST

    କେନ୍ଦ୍ରୀୟ ଜିଏସ୍‌ଟି ଟିମ୍‌ର ଚଢ଼ଉ

    • ଖୋର୍ଦ୍ଧା କଦଳୀବାଡ଼ିରେ ସେଣ୍ଟ୍ରାଲ ଜିଏସଟି ଟିମ୍‌ର ଚଢ଼ଉ
    • କାର୍ଗିଲ ଇଟା ଫ୍ୟାକ୍ଟ୍ରି ଉପରେ ଦୁଇଟି ଟିମ୍‌ର ଚଢ଼ଉ ଜାରି
    • ଗୋଟିଏ ଟିମ୍‌ ଘରେ ତନଖୁ ଥିବା ବେଳେ, ଅନ୍ୟ ଏକ ଟିମ୍‌ର ଫ୍ୟାକ୍ଟ୍ରିରେ ତନାଘନା 

    1BREAKING NEWS Friday

  • Jan 08, 2026 16:58 IST

    ହୋମଗାର୍ଡ ପରୀକ୍ଷାରେ ଅନିୟମିତତା ନେଇ ଏସ୍‌ପି ଅଫିସ ଆଗରେ ପ୍ରତିବାଦ

    ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାରେ ହୋମ ଗାର୍ଡ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରି ଆଶାୟୀ ପ୍ରାର୍ଥୀମାନେ ଆଜି ଭଦ୍ରକ ଏସପି ଅଫିସ ଆଗରେ ପ୍ରତିବାଦ କରିଥିଲେ। ଯେଉଁ ପ୍ରାର୍ଥୀମାନେ ହୋମ୍‌ଗାର୍ଡର ଲିଖିତ ପରୀକ୍ଷାରେ ଅଧିକ ନମ୍ବର ରଖିଥିଲେ ସେମାନଙ୍କୁ ମୌଖିକ ପରୀକ୍ଷାରେ ଅଯୋଗ୍ୟ ଘୋଷିତ ହେବାକୁ ପଡୁଛି। ହୋମଗାର୍ଡ ଚାକିରି ଚୟନ ବେଳେ ବ୍ୟାପକ ଅନୀୟ ମିତତା ହୋଇଥିବା ନେଇ ବହୁ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି।

    IMG_20260108_164249
    Home Guard aspirants at Bhadrak. Photograph: (sambad.in)

    ପରୀକ୍ଷା ପୁରାଣରୁ ଭଦ୍ରକ ଏସ୍‌ପି ପରୀକ୍ଷାରେ ଦୁର୍ନୀତି ହେବ ନାହିଁ ବୋଲି କହିଥିଲେ। କିନ୍ତୁ ପରୀକ୍ଷାରେ କେଉଁମାନକୁ ଆଧାର କରି କମ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ହୋମଗାର୍ଡ ଚାକିରି ପାଇଁ ଚୟନ କରାଯାଇଛି ବୋଲି ଆଶାୟୀ ପ୍ରାର୍ଥୀ ମାନେ ପ୍ରଶ୍ନ କରିଛନ୍ତି। ଚୟନର ସ୍ବଚ୍ଛତା ରକ୍ଷା କରିବାକୁ ସାମାଜିକ ଗଣମାଧ୍ୟମରେ ଏସପି କହିଥିବା ବେକେ ବସ୍ତବ କ୍ଷେତ୍ରରେ ତାହା ପାଳନ କରାଗଲା ନାହିଁ। ଚୟନ ବେଳେ ବ୍ୟାପକ ଲାଞ୍ଚ କାରବାର କରାଯିବା ଅନେକ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ବୋଲି ଆଶାୟୀ ପ୍ରାର୍ଥୀମାନେ ଆଜିର ଏହି ପ୍ରତିବାଦ ବେଳେ ସିଧା ସଳଖ ଭାବରେ ଅଭିଯୋଗ ଉଠାଇଛନ୍ତି। ସରକାର ଯଦି ସ୍ବଚ୍ଛତା କଥା କହୁଛନ୍ତି। ତେବେ ଆଉଥରେ ହୋମ ଗାର୍ଡ ପରୀକ୍ଷାରେ ପୁନର୍ବିଚାର କରାଯାଇ  ଯୋଗ୍ୟ ପ୍ରାର୍ଥୀଙ୍କୁ ଚନୟନ କରାଯାଉ ବୋଲି ଦାବି କରିଛନ୍ତି। ଏହି ଘଟଣା ସଂପର୍କରେ ଭଦ୍ରକ ଏସପି ମନୋଜ ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯୋଗ୍ୟତା ଅନୁଯାୟୀ ଚୟନ କରାଯାଇଛି। ଏଥିରେ କିଛି ଅନିୟମିତତା କରାଯାଇନାହିଁ। 

  • Jan 08, 2026 16:41 IST

    ଦେଢ଼ କୋଟି ଟଙ୍କା ଠକି ଗିରଫ

    • ‌ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ
    • ସିମଲାରୁ ଗିରଫ ହେଲା ଅଭିଯୁକ୍ତ
    • ଅଭିଯୁକ୍ତକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ
    • ଅଭିଯୁକ୍ତକୁ ଓଡ଼ିଶା କୋର୍ଟରେ ହାଜର କରାଇଲା ପୁଲିସ 

    1BREAKING NEWS  Sunday

  • Jan 08, 2026 16:33 IST

    ମାଟି ତଳେ ଚାପି ହୋଇଗଲେ ଶ୍ରମିକ

    ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କାମ କରୁଥିବା ବେଳେ ମାଟି ଅତଡ଼ା ଖସିଛି। ଏଥିରେ ଦୁଇ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଅଗ୍ନିଶମ ବାହିନୀ ଏବଂ ପୁଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

    1BREAKING NEWS Friday

  • Jan 08, 2026 16:05 IST

    ଫେବ୍ରୁଆରି ୩ରୁ ୫ଦିନିଆ ଶୀତ ମହୋତ୍ସବ ‘ତୁଷାର’

    ଘୁ.ଉଦୟଗିରି: ଓଡ଼ିଶାର ସବୁଠାରୁ କମ୍‌ ତାପମାତ୍ରା ଏବଂ ଥଣ୍ଡାର ସହରରେ ଚଳିତ ବର୍ଷ ଫେବ୍ରୁଆରି ୩ରୁ୭ତାରିଖ ୫ଦିନ ଧରି ଅନୁଷ୍ଠିତ ହେବ ସଂସ୍କୃତି ପରମ୍ପରାର ମିଳନ ଘୁ.ଉଦୟଗିରି ଶୀତ ମହୋତ୍ସବ ‘ତୁଷାର’। ଏହି ମହୋତ୍ସବ ନିମନ୍ତେ ଆଜି ସ୍ଥାନୀୟ ବ୍ଲକ ପ୍ରେକ୍ଷାଳୟ ଠାରେ ଏକ ସାଧାରଣ ବୈଠକ ମହୋତ୍ସବ କମିଟି ସଭାପତି ଜ୍ଞାନ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

    IMG_20260108_115947

    ଏଥିରେ ସ୍ଥାନୀୟ ଏସଡ଼ିପିଓ ବିଜୟ କୁମାର ବିଶି, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଏନ୍‌ଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ, ଭାରପ୍ରାପ୍ତ ବିଡିଓ ସତ୍ୟ ନାରାୟଣ ମିଶ୍ର, ଏନ୍‌ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ବାଘ, ବ୍ଲକ ଉପାଧ୍ୟକ୍ଷ ଏନ ଲୁକ, ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିବା ବେଳେ କମିଟି ସମ୍ପାଦକ ବିବରଣୀ ପ୍ରଦାନ କରିଥିଲେ। ଓଡ଼ିଶାର ଶୀତଳ ସହରକୁ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ସହ ସ୍ଥାନୀୟ ଅଞ୍ଚଳର କଳା ସଂସ୍କୃତି, ପରମ୍ପରାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଆୟୋଜିତ ହେବାକୁ ଥିବା ମହୋତ୍ସବରେ ସମସ୍ତ ଅଞ୍ଚଳବାସୀଙ୍କ ସହଭାଗିତା ସହଯୋଗରେ ଏକ ସରସ ସୁନ୍ଦର କାର୍ଯ୍ୟକ୍ରମ କେଉଭଳି ଆୟୋଜନ ହୋଇପାରିବ ତା ଉପରେ ଉପସ୍ଥିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, କାଉନସିଲର, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାବିତ, ସ୍ବେଛାସେବୀ, ସମାଜସେବୀମାନେ ନିଜ ନିଜ ମତ ପ୍ରତିପାଦନ କରିବା ସହ ଏହି ଉତ୍ସବକୁ ସମସ୍ତେ ମିଳିମିଶି କରିବାକୁ ଏକ ସ୍ୱରରେ ମତ ପ୍ରଦାନ କରିଥିଲେ।

  • Jan 08, 2026 09:36 IST

    ତୁର୍କମାନ ଗେଟ୍‌ ନିକଟରେ ହିଂସା: ୩୦ ହିଂସାକାରୀ ଚିହ୍ନଟ

    ନୂଆଦିଲ୍ଲୀ: ପୁରୁଣା ଦିଲ୍ଲୀର ତୁର୍କମାନ ଗେଟ୍ ନିକଟରେ ପୁଲିସ ଉପରେ ଆକ୍ରମଣ ଘଟଣାରେ ତିରିଶ ଜଣଙ୍କୁ ଚିହ୍ନଟ କରାଯାଇଛି। ଫୈଜ-ଏ-ଇଲାହି ମସଜିଦ ନିକଟରେ ଜବରଦଖଲ ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମୟରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରାଯାଇଥିଲା ଏବଂ ଶହ ଶହ ଲୋକଙ୍କ ଏକ ଗଣ୍ଡଗୋଳ ପୁଲିସ ଉପରେ ପଥର ମାଡ଼ କରିଥିଲା।

    486f7ad5-d479-4778-8365-a676891fdc11

    ଏହି ଘଟଣା ସହ ଜଡିତ ଗତକାଲି ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା। ୧୦ରୁ ଅଧିକ ସନ୍ଦିଗ୍ଧଙ୍କୁ ହେପାଜତରେ ରଖାଯାଇଛି। ଏବେ ପୁଲିସ ଅଧିକାରୀଙ୍କ ଦ୍ୱାରା ପିନ୍ଧାଯାଇଥିବା ବଡି କ୍ୟାମେରା ସାହାଯ୍ୟରେ ଆହୁରି ୩୦ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ଚଢ଼ଉ କରିବ।

  • Jan 08, 2026 08:26 IST

    ରୁଷୀୟ ତୈଳ ଉପରେ ୫୦୦% ଶୁଳ୍କ ଲଗାଇବ ଟ୍ରମ୍ପଙ୍କ ନୂତନ ବିଲ୍!

    ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦ୍ୱିପାକ୍ଷିକ ପ୍ରତିବନ୍ଧକ ବିଲ୍ ପାଇଁ ସବୁଜ ଆମନ୍ତ୍ରଣ ଦେବା ପରେ ଭାରତ ଏବଂ ଚୀନ୍ ଉପରେ ଆମେରିକାର ଶୁଳ୍କ ଆସନ୍ତା ସପ୍ତାହରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ, ଯାହା ୱାଶିଂଟନକୁ ଜାଣିଶୁଣି ରୁଷରୁ ତେଲ କ୍ରୟ କରୁଥିବା ଦେଶଗୁଡ଼ିକୁ ‘ଦଣ୍ଡ’ ଦେବାକୁ ଅନୁମତି ଦେବ।

    donald trump

    ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟରେ ରିପବ୍ଲିକାନ୍ ସେନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି ଯେ ରାଷ୍ଟ୍ରପତି ବୁଧବାର ଏକ ‘ଉତ୍ପାଦନଶୀଳ’ ବୈଠକ କରିବା ପରେ ଏହି ଆଇନକୁ ମଞ୍ଜୁରୀ ଦେଇଛନ୍ତି, ଯାହା ରୁଷ ୟୁରାନିୟମ କ୍ରୟ କରୁଥିବା ଦେଶଗୁଡ଼ିକୁ ମଧ୍ୟ ପ୍ରତିବନ୍ଧକ ଦେବ। ସେ ଆହୁରି କହିଛନ୍ତି ଯେ ଏହାକୁ ଆସନ୍ତା ସପ୍ତାହରେ ଭୋଟ୍ ପାଇଁ ରଖାଯାଇପାରିବ।

  • Jan 08, 2026 08:19 IST

    କେମିକାଲ୍ କମ୍ପାନିରେ ବିସ୍ଫୋରଣ

    ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାର ବଦଲାପୁରରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ଖବର ଆସିଛି। ଗତକାଲି ରାତିରେ ବଦଲାପୁରର ଖରୱାଇ ଏମ୍‌ଆଇଡିସିରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିଆଁର ଲହରି ୨ରୁ ୩ କିଲୋମିଟର ଦୂରରୁ ଦେଖାଯାଉଥିଲା।

    1BREAKING NEWS Friday

    ପ୍ରାଥମିକ ସୂଚନା ଅନୁଯାୟୀ, ଖରୱାଇ ଏମ୍‌ଆଇଡିସିରେ ଅବସ୍ଥିତ ପାସିଫିକ୍ କେମିକାଲ୍ କମ୍ପାନିରେ ଏହି ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ ବାସିନ୍ଦାଙ୍କଠାରୁ ଅଧ ଘଣ୍ଟାରୁ ପନ୍ଦର ମିନିଟ୍ ମଧ୍ୟରେ ପ୍ରାୟ ୮ରୁ ୧୦ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶବ୍ଦ ୩ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଭୂମିକମ୍ପ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଥିଲା ​​ଏବଂ ସେମାନେ ତୁରନ୍ତ ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

  • Jan 08, 2026 07:21 IST

    ଉତ୍ତର ପ୍ରଦେଶରେ ମାଗଣାରେ ପଢ଼ିବ ଦ୍ବିତୀୟ ଝିଅ!

    ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଝିଅମାନଙ୍କ ପାଇଁ ଶିକ୍ଷା ସହଜ ହେବ। ଯଦି ଦୁଇଟି ଝିଅ ଗୋଟିଏ ସ୍କୁଲରେ ପଢ଼ନ୍ତି, ତେବେ ସରକାର ଦ୍ୱିତୀୟ ଝିଅର ଶିକ୍ଷା ଫି’ ମାଗଣା କରିବାକୁ ଯୋଜନା କରୁଛନ୍ତି। ସମ୍ପୃକ୍ତ ସଂସ୍ଥାରୁ ସହାୟତା ନେବା ଏବଂ ଫିସ୍ ଫେରସ୍ତ ସମେତ ଉଭୟ ବିକଳ୍ପ ଖୋଲା ରହିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ, ମହିଳା କଲ୍ୟାଣ ବିଭାଗକୁ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବାକୁ କୁହାଯାଇଛି।

    school-1563454309
    Photograph: (google)

     

  • Jan 08, 2026 07:17 IST

    ୧.୫ ଟ୍ରିଲିୟନ ଡଲାର ପ୍ରତିରକ୍ଷା ବଜେଟ୍ ପ୍ରସ୍ତାବ ଆଗତ କଲେ ଟ୍ରମ୍ପ

    ୱାସିଂଟନ୍: କଠିନ ଏବଂ ବିପଜ୍ଜନକ ସମୟକୁ ଉଲ୍ଲେଖ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ୨୦୨୭ ପାଇଁ ଆମେରିକାର ସାମରିକ ବଜେଟକୁ ୧.୫ ଟ୍ରିଲିୟନ ଡଲାରରେ ସୀମିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ୨୦୨୬ ମସିହାର ୯୦୧ ବିଲିୟନ ଡଲାରର ସାମରିକ ବଜେଟ୍ ଅପେକ୍ଷା ଯଥେଷ୍ଟ ଅଧିକ ଏବଂ ଏହାକୁ ଆମେରିକାର ଇତିହାସରେ ସର୍ବବୃହତ ପ୍ରତିରକ୍ଷା ଖର୍ଚ୍ଚ ବୋଲି ବିବେଚନା କରାଯାଏ।

    donald trump

    ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ଏବଂ ତାଙ୍କୁ ନିଶା କାରବାର ଅଭିଯୋଗରେ ଆମେରିକାରେ ବିଚାରକୁ ଆଣିବା ପାଇଁ ଏକ ସାମରିକ ଅଭିଯାନ ଆରମ୍ଭ କରିବାର କିଛି ଦିନ ପରେ ଟ୍ରମ୍ପଙ୍କ ଏହି ଘୋଷଣା ଆସିଛି। ଆମେରିକାର ସାମରିକ ବାହିନୀ କାରିବିଆନ ସାଗରରେ କ୍ରମାଗତ ଭାବରେ ନିଜର ଉପସ୍ଥିତି ବୃଦ୍ଧି କରୁଛି, ଯାହା ଫଳରେ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଉଛି।

  • Jan 08, 2026 07:06 IST

    ବାଂଲାଦେଶରେ ଯୁବ ନେତାଙ୍କୁ ଗୁଳି କରି ହତ୍ୟା

    ଢାକା: ଆଗାମୀ ନିର୍ବାଚନ ପୂର୍ବରୁ ବାଂଲାଦେଶରେ ରାଜନୈତିକ ହିଂସା ନିରନ୍ତର ଜାରି ରହିଛି। ମଙ୍ଗଳବାର ରାତିରେ ରାଜଧାନୀ ଢାକାରେ ଅଜ୍ଞାତ ଆକ୍ରମଣକାରୀମାନେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଯୁବ ନେତା ଅଜିଜୁର ରହମାନ ମୁସାବ୍ବିରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ଏବଂ ଫେବୃଆରୀ ୧୨ରେ ଭୋଟ୍ ହେବାକୁ ଯାଉଛି। ଏହି ହତ୍ୟାକାଣ୍ଡ ବାଂଲାଦେଶରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ନିର୍ବାଚନ ପରିବେଶ ଉପରେ ପୁଣି ଥରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

    01 Shooting

  • Jan 08, 2026 06:59 IST

    ପାଣିପାଗ: ଦକ୍ଷିଣ ଭାର‌ତରେ ହୋଇପାରେ ବର୍ଷା

    ନୂଆଦିଲ୍ଲୀ: ଦେଶରେ ଶୀତଳ ଲହରୀ ଏବଂ ଘନ କୁହୁଡ଼ିର ଭୟଙ୍କର ରୂପ ନେଇଥିବା ବେଳେ ପାଣିପାଗ ବିଭାଗ ଜାନୁଆରୀ ୮ ତାରିଖରେ ତିନୋଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରିଛି। ଏହି ସମୟ ମଧ୍ୟରେ ଲୋକମାନଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଉତ୍ତର ଭାରତର ୨୯ଟି ସହରରେ ସବୁଠାରୁ ପ୍ରବଳ ଶୀତଳ ଲହରୀ ହୋଇପାରେ। ଦିଲ୍ଲୀବାସୀଙ୍କୁ ବିଶେଷ ସତର୍କ ରହିବା ଆବଶ୍ୟକ ‌ବୋଲି ପାଣିପାଗ ବିଭାଗ ପରାମର୍ଶ ଜାରି କରିଛି। କାରଣ ଏଠାରେ ସକାଳେ ଘଣ୍ଟା ପ୍ରତି ୧୫ରୁ ୨୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। ପାହାଡିଆ ରାଜ୍ୟର ଲୋକଙ୍କ କଷ୍ଟ ଆହୁରି ବଢ଼ିବାର ଆଶଙ୍କା ରହିଛି।

    bd0467d7-a46f-41a2-ac33-0724d5b18b7c
    IMD alert rain for three states. Photograph: (Navbharat Times)

    ପାଣିପାଗ ବିଭାଗ ଜାନୁଆରୀ ୮ ତାରିଖରେ ତାମିଲନାଡୁ, କେରଳ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପାଇଁ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଏହି ରାଜ୍ୟର ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ଉପକୂଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe