🔴 LIVE | News Updates 9th Dec 2025: ବାରବାଟୀରେ ୧୭୫ ରନ୍‌ ସଂଗ୍ରହ କରିବୁ ବୋଲି ଆଶା କରି ନଥିଲୁ: ସୂର୍ଯ୍ୟକୁମାର

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
Breaking4

Breaking Photograph: (sambad.in)

india vs southafrica barabati match
India Vs South Africa Barabati match today. Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Dec 09, 2025 22:49 IST

    ବାରବାଟୀକୁ ମନେ ରଖିବେ ତିଲକ, ହାର୍ଦ୍ଦିକ, ବୁମରା

    ଭାରତୀୟ ଯୁବ ବ୍ୟାଟର ତିଲକ ବର୍ମା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବାରବାଟୀ ଷ୍ଟାଡିୟମକୁ ମନେ ରଖିବେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଥିବା ଏହି ଖେଳାଳିମାନେ ଏଠାରେ ଇତିହାସ ରଚିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ତିଲକ ବର୍ମା ଏଠାରେ ୧୦୦୦ ରନ୍‌ ପୂରା କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରେ ୧୦୦ଟି ଛକା ପୂରଣ କରିଥିବା ବେଳେ ବୁମରା ୧୦୦ତମ ଟି-୨୦ ୱିକେଟ୍‌ ବାରବାଟୀରେ ପୂରା କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିଳିଛି। 

  • Dec 09, 2025 22:42 IST

    ୧୭୫ ରନ୍‌ ସଂଗ୍ରହ କରିବୁ ବୋଲି ଆଶା କରି ନଥିଲୁ: ସୂର୍ଯ୍ୟକୁମାର

    କଟକ: ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ ପରେ ପୁରସ୍କାର ବିତରଣ ସମାରୋହରେ ଟିମ୍‌ ଇଣ୍ଡିଆର ଅଧିନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେଣୁ ଆମେ ୧୬୦ ରନ୍‌ ସଂଗ୍ରହ କରିପାରିବୁ ବୋଲି ଆଶା କରିଥିଲୁ। ୧୭୫ ରନ୍‌ ସଂଗ୍ରହ କରିବା ଆଶା ନଥିଲା। ଆମର ପ୍ରାରମ୍ଭିକ ବ୍ୟାଟରଙ୍କ ପ୍ରଦର୍ଶନ ଭଲ ନଥିଲା। କିନ୍ତୁ ପରିବର୍ତ୍ତୀ ସମୟରେ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଭଲ ବ୍ୟାଟିଂ କରିଥିଲେ। ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ ଯଶପ୍ରୀତ ବୁମରା ଭଲ ବୋଲିଂ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବୋଲିଂରେ ଗୁରୁତ୍ବପୂର୍ଣ୍ଣ ସହଯୋଗ କରିଥିଲେ। 

    Team India
    Team India victory at Barabati Photograph: (Aajtak)

    ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଭାରତୀୟ କ୍ରିକେଟ୍‌ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ବୋଲିଂ ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍‌ ୧୦୧ ରନ୍‌ରେ ଜିତିଛି। ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୭୪ ରନ୍‌ କରିଛି। ଘରୋଇ ଦଳ ଏଠାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିଥିଲା। ଏହି ବିଜୟ ସହିତ ଭାରତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀଲାଭ କରିଛି।

  • Dec 09, 2025 22:26 IST

    ବାରବାଟୀରେ ହୃଦୟ ଜିତିଲେ ହାର୍ଦ୍ଦିକ ପାଣ୍ଡ୍ୟ, ବୋଲର

    କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଭାରତୀୟ କ୍ରିକେଟ୍‌ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ବୋଲିଂ ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍‌ ୧୦୧ ରନ୍‌ରେ ଜିତିଛି। ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୭୪ ରନ୍‌ କରିଛି। ଘରୋଇ ଦଳ ଏଠାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିଥିଲା। ଏହି ବିଜୟ ସହିତ ଭାରତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀଲାଭ କରିଛି।

    Hardik Pandya
    Hardik Pandya plays at Barabati Stadium of Cuttack. Photograph: (sambad.in)

     

  • Dec 09, 2025 21:35 IST

    ୫୦ ରନ୍‌ରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍‌

    କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଭାରତୀୟ ବୋଲର ବାରବାଟୀରେ ଦମଦାର ପ୍ରଦର୍ଶନ କରିଛନ୍ତି। ଫଳରେ ୫୦ ରନ୍‌ରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍‌ ହୋଇଛନ୍ତି। ଭାରତର ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ବଲ୍‌ ଅଭିଷେକ ଶର୍ମାଙ୍କୁ କ୍ୟାଚ୍‌ ଦେଇ କ୍ବିଣ୍ଟନ୍‌ ଡି’ କକ୍‌ ଆଉଟ୍‌ ହୋଇଥିଲେ। ଦକ୍ଷିଣ ଆଫ୍ରିକା ମାତ୍ର ୧ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା। ଅତିଥି ଦଳ କ୍ବିଣ୍ଟନ୍‌ ଡି’ କକ୍‌ଙ୍କ ପରେ ତ୍ରିଷ୍ଟନ୍ ଷ୍ଟବ୍ସଙ୍କୁ ହରାଇ ଥିଲା। ତ୍ରିଷ୍ଟନ୍ ଷ୍ଟବ୍ସ ୯ଟି ବଲ୍‌ ଖେଳି ୧୪ ରନ୍‌ ସଂଗ୍ରହ କରିଥିଲେ। ସେ ମଧ୍ୟ ଅର୍ଶଦୀପଙ୍କ ବଲ୍‌ ଜିତେଶ ଶର୍ମାଙ୍କୁ କ୍ୟାଚ୍‌ ଦେଇ ପାଭିଲିଅନ୍‌ ଫେରି ଆସିଥିଲେ। ଦକ୍ଷିଣ ଆଫ୍ରିକା ୨.୩ ଓଭରରେ ୧୬ ରନ୍‌ ସଂଗ୍ରହ କରି ଦ୍ବିତୀୟ ୱିକେଟ୍‌ ହରାଇଥିଲା। ଦକ୍ଷିଣ ଆଫ୍ରିକା ତୃତୀୟ ୱିକେଟ୍‌ ଭାବେ ଐଦେନ୍‌ ମାର୍କରାମ (୧୪ ରନ୍‌), ୪ର୍ଥ ୱିକେଟ୍‌ ଭାବେ ଡେଭିଡ ମିଲର (୧ରନ୍‌) ଓ ୫ମ ୱିକେଟ୍‌ ଭାବେ ଦୋନ୍‌ଭାନ ଫେରିରା (୫ ରନ୍‌)ଙ୍କୁ ହରାଇଥିଲା। 

  • Dec 09, 2025 21:23 IST

    ସ୍ତ୍ରୀକୁ ଛୁରୀ ଭୁସି ଦେଲା ୯୩ ବର୍ଷୀୟ ସ୍ୱାମୀ

    ମହୀଧରପୁର: ଏହି ଅଞ୍ଚଳରେ କଥା କଥାକେ ଖଣ୍ଡା, ଭୂଜାଲି ଓ ଛୁରା ମାଡ କରିବାକୁ ପଛାଉନାହାନ୍ତି। ଦଶ ଦିନ ପୂର୍ବରୁ ଫୁଲପଡ଼ା ପୂର୍ବତନ ସରପଞ୍ଚକୁ ଛୁରା ଭୁସି ହତ୍ୟା କରିଥିବା ବେଳେ ପୁଣି ଏକ ପାରିବାରିକ କଳହରୁ ୯୩ ବର୍ଷୀୟ ବୃଦ୍ଧ ନିଜ ଦ୍ୱିତୀୟ ସ୍ତ୍ରୀକୁ ଛୁରୀ ଭୁସି ଆହତ କରିଥିବା ଜଣାପଡିଛି। ସପ୍ତାହକ ମଧ୍ୟରେ  ଅଂଚଳରେ ଛୁରାମାଡ଼  ବନରପାଳ ପୁଲିସର ଏବେ ମୁଣ୍ଡ ବ୍ୟଥାକୁ ବଢ଼ାଇ ଦେଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନରପାଳ ବ୍ଲକ ସାନ୍ତରାପୁର ଖ ପଞ୍ଚାୟତରେ। ନାରଣ ସାହୁ ବୟସ ପାଖାପାଖି ୯୩ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ବିୟୋଗ ପରେ ଦ୍ୱିତୀୟ ସ୍ତ୍ରୀ ବିଜୁଳି ସାହୁ ଙ୍କୁ ବିବାହ କରିଥିଲେ। ଯାହାକି ଉଭୟଙ୍କ ମଧ୍ୟରେ ଜମିବାଡ଼ି ଧନ ସମ୍ପତିକୁ ନେଇ ଦ୍ଵନ୍ଦ ଲାଗି ରହୁଥିବା ବେଳେ। ଆଜି ଧାନ ଭାଗ ବଣ୍ଟାକୁ ନେଇ ସ୍ୱାମୀ ନାରଣ ସାହୁ ସ୍ତ୍ରୀ ବିଜୁଳି ସାହୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ନିଜ ପତ୍ନୀକୁ ମାଡ଼ ମାରିବା ସହ ଛୁରା ମାଡ଼ କରିଥିଲା। ଛୁରା ମାଡ଼ରେ ବିଲୁଳି ସାହୁଙ୍କ ପେଟ ସମେତ ଶରୀରରେ ଏକାଧିକ କ୍ଷତ ସୃଷ୍ଟି ହୋଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବରପାଇ ମହୀଧରପୁର ଫାଣ୍ଡି ପୁଲିସ ପହଞ୍ଚି ସ୍ୱାମୀ ନାରଣ ସାହୁକୁ ଗିରଫ କରି ତଦନ୍ତ ଚଳାଇଥିବା ବେଳେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ମାନସ କୁମାର ମିଶ୍ର  ସୂଚନା ଦେଇଛନ୍ତି।

  • Dec 09, 2025 21:12 IST

    ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: କ୍ବିଣ୍ଟନ୍‌ ଡି’ କକ୍‌ଙ୍କ ପରେ ତ୍ରିଷ୍ଟନ୍ ଷ୍ଟବ୍ସ ଆଉଟ୍‌

    କଟକ: ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟକା ଲାଗିଛି। ଭାରତର ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ବଲ୍‌ ଅଭିଷେକ ଶର୍ମାଙ୍କୁ କ୍ୟାଚ୍‌ ଦେଇ କ୍ବିଣ୍ଟନ୍‌ ଡି’ କକ୍‌ ଆଉଟ୍‌ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ମାତ୍ର ୧ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଛି। ଅତିଥି ଦଳ କ୍ବିଣ୍ଟନ୍‌ ଡି’ କକ୍‌ଙ୍କ ପରେ ତ୍ରିଷ୍ଟନ୍ ଷ୍ଟବ୍ସଙ୍କୁ ହରାଇଛି। ତ୍ରିଷ୍ଟନ୍ ଷ୍ଟବ୍ସ ୯ଟି ବଲ୍‌ ଖେଳି ୧୪ ରନ୍‌ ସଂଗ୍ରହ କରିଥିଲେ। ସେ ମଧ୍ୟ ଅର୍ଶଦୀପଙ୍କ ବଲ୍‌ ଜିତେଶ ଶର୍ମାଙ୍କୁ କ୍ୟାଚ୍‌ ଦେଇ ପାଭିଲିଅନ୍‌ ଫେରି ଆସିଛନ୍ତି। ଦକ୍ଷିଣ ଆଫ୍ରିକା ୨.୩ ଓଭରରେ ୧୬ ରନ୍‌ ସଂଗ୍ରହ କରି ଦ୍ବିତୀୟ ୱିକେଟ୍‌ ହରାଇଛି। 

    Ashardeep

     

  • Dec 09, 2025 20:49 IST

    ବାରବାଟୀରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ

    କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଏହି ଟି୨୦ ଶୃଙ୍ଖଳା ଦୁଇମାସ ପରେ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ବକପ୍‌ର ପୂର୍ବ ପ୍ରସ୍ତୁତି ଦୃଷ୍ଟିରେ ଦେଖାଯାଉଛି। କଟକରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ଘରୋଇ ଦଳ ଏଠାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିଛି। ଫଳରେ ଅତିଥି ଟିମ୍‌କୁ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଅଲରାଉଣ୍ଡର ହାର୍ଦ୍ଦିକପାଣ୍ଡ୍ୟା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ହାର୍ଦ୍ଦିକ ଅପରାଜିତ ୫୯ ରନ୍‌ ସଂଗ୍ରହ କରିଥିଲେ। ସେ ୨୮ଟି ବଲ୍‌ ଖେଳି ୬ଟି ଚୌକା ଓ ୪ଟି ଛକା ମାରିଥିଲେ। 

  • Dec 09, 2025 20:17 IST

    ଭାରତ-ଦକ୍ଷିଣ ଆଫ୍ରିକା ଟି୨୦: ୧୪ ଓଭରରେ ଟିମ୍‌ ଇଣ୍ଡିଆର ଅଧା ଖେଳାଳି ଆଉଟ୍‌

    କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଭାରତ ୧୪ ଓଭର ସମାପ୍ତି ପରେ ୧୦୪ ରନ୍‌ରେ ୫ଟି ୱିକେଟ୍‌ ହରାଇଛି। ଦଳ ୫ମ ୱିକେଟ୍‌ ଭାବେ ଅକ୍ଷର ପଟେଲଙ୍କୁ ହରାଇଛି। ଅକ୍ଷର ପଟେଲ ୨୧ଟି ବଲ୍‌ ଖେଳି ୨୩ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଛକା ସାମିଲ ରହିଛି। ଅକ୍ଷର ପଟେଲଙ୍କ ପୂର୍ବରୁ ତିଲକ ବର୍ମା ଆଉଟ୍‌ ହୋଇଥିଲେ। ସେ ୩୨ଟି ବଲ୍‌ ଖେଳି ୨୬ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ୨ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। 

    ବାରବାଟୀ ଷ୍ଟାଡିୟମରେ ଭାରତ ୫୦ ରନ୍‌ ସଂଗ୍ରହ କରିବା ପୂର୍ବରୁ ଆଗଧାଡ଼ିର ୩ଜଣ ଖେଳାଳିଙ୍କୁ ହରାଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଓ ଶୁଭମନ ଗିଲଙ୍କ ସମେତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଟଉ ହୋଇଥିଲେ। ଭାରତ ପ୍ରଥମେ ଶୁଭମନ ଗିଲ୍‌ଙ୍କୁ ହରାଇଥିଲା। ସେହି ସମୟରେ ଭାରତର ସ୍କୋର ମାତ୍ର ୫ ରନ୍‌ ଥିଲା। ୧୭ ରନ୍‌ରେ ସୂର୍ଯ୍ୟକୁମାର ଓ ୪୮ ରନ୍‌ରେ ଅଭିଷେକ ଶର୍ମା ଆଉଟ୍‌ ହୋଇଛନ୍ତି। ଅଭିଷେକ ଶର୍ମା ୧୭ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଛନ୍ତି। ସେ ୧୨ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। 

    ଭାରତ ଆରମ୍ଭରୁ ବିପର୍ଯ୍ୟୟର ଶିକାର ହୋଇଥିଲା। ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ ଆଉଟ୍‌ ହୋଇଥିଲେ। ସେ ୨ଟି ବଲ୍‌ ସାମ୍ନା କରି ମାତ୍ର ୪ ରନ୍‌ ସଂଗ୍ରହ କରି ପାଭିଲିଅନ ଫେରି ଆସିଛନ୍ତି। ଲୁଙ୍ଗି ଏନ୍‌ଗିଡିଙ୍କ ବଲ୍‌ ମାର୍କୋ ୟାନ୍‌ସେନ୍‌ଙ୍କୁ କ୍ୟାଚ୍‌ ଦେଇ ଗିଲ୍‌ ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ମଧ୍ୟ କ୍ରିଜ୍‌ରେ ଅଧିକ ସମୟ ରହିପାରି ନଥିଲେ। ସେ ୧୧ଟି ବଲ୍‌କୁ ସାମ୍ନା କରି ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୧୨ ରନ୍‌ ସଂଗ୍ରହ କରିଥିଲେ। ଲୁଙ୍ଗି ଏନ୍‌ଗିଡିଙ୍କ ବଲ୍‌ ସୂର୍ଯ୍ୟକୁମାର ଯାଦବ ଖେଳିବାକୁ ଯାଇ ଐଦେନ ମାର୍କରାମ ହାତରେ ‌କ୍ୟାଚ୍‌ ହୋଇଥିଲେ।

  • Dec 09, 2025 19:46 IST

    ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଅର୍ଦ୍ଧଶତକ ପୂର୍ବରୁ ୩ୱିକେଟ୍‌ ହରାଇଲା ଭାରତ

    କଟକ: ବାରବାଟୀ ଷ୍ଟାଡିୟମରେ ଭାରତ ୫୦ ରନ୍‌ ସଂଗ୍ରହ କରିବା ପୂର୍ବରୁ ଆଗଧାଡ଼ିର ୩ଜଣ ଖେଳାଳିଙ୍କୁ ହରାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ପ୍ରାରମ୍ଭିକ ବ୍ୟାଟର ଅଭିଷେକ ଶର୍ମା ଓ ଶୁଭମନ ଗିଲଙ୍କ ସମେତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଟଉ ହୋଇଛନ୍ତି। ଭାରତ ପ୍ରଥମେ ଶୁଭମନ ଗିଲ୍‌ଙ୍କୁ ହରାଇଥିଲା। ସେହି ସମୟରେ ଭାରତର ସ୍କୋର ମାତ୍ର ୫ ରନ୍‌ ଥିଲା। ୧୭ ରନ୍‌ରେ ସୂର୍ଯ୍ୟକୁମାର ଓ ୪୮ ରନ୍‌ରେ ଅଭିଷେକ ଶର୍ମା ଆଉଟ୍‌ ହୋଇଛନ୍ତି। ଅଭିଷେକ ଶର୍ମା ୧୭ ରନ୍‌ ସଂଗ୍ରହ କରି ଆଉଟ୍‌ ହେଉଛନ୍ତି। ସେ ୧୨ଟି ବଲ୍‌ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। 

    Screenshot 2025-12-09 194802
    Abhishek Sharma Photograph: (Aajtak)

    ଭାରତ ଆରମ୍ଭରୁ ବିପର୍ଯ୍ୟୟର ଶିକାର ହୋଇଥିଲା। ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ ଆଉଟ୍‌ ହୋଇଥିଲେ। ସେ ୨ଟି ବଲ୍‌ ସାମ୍ନା କରି ମାତ୍ର ୪ ରନ୍‌ ସଂଗ୍ରହ କରି ପାଭିଲିଅନ ଫେରି ଆସିଛନ୍ତି। ଲୁଙ୍ଗି ଏନ୍‌ଗିଡିଙ୍କ ବଲ୍‌ ମାର୍କୋ ୟାନ୍‌ସେନ୍‌ଙ୍କୁ କ୍ୟାଚ୍‌ ଦେଇ ଗିଲ୍‌ ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ମଧ୍ୟ କ୍ରିଜ୍‌ରେ ଅଧିକ ସମୟ ରହିପାରି ନଥିଲେ। ସେ ୧୧ଟି ବଲ୍‌କୁ ସାମ୍ନା କରି ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୧୨ ରନ୍‌ ସଂଗ୍ରହ କରିଥିଲେ। ଲୁଙ୍ଗି ଏନ୍‌ଗିଡିଙ୍କ ବଲ୍‌ ସୂର୍ଯ୍ୟକୁମାର ଯାଦବ ଖେଳିବାକୁ ଯାଇ ଐଦେନ ମାର୍କରାମ ହାତରେ ‌କ୍ୟାଚ୍‌ ହୋଇଥିଲେ।

  • Dec 09, 2025 19:20 IST

    କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ତିନି ଜଣ ଗୁରୁତର

    ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କଳିଙ୍ଗା ଘାଟିରେ ଦୁର୍ଘଟଣା କମିବାର ନାଁ ନେଉନି। ଦୁର୍ଘଟଣା ପ୍ରବଣ ସ୍ଥଳରେ ଗତ ସପ୍ତାହରେ ଆଇଆଇଟି ଦ୍ୱାରା ଏକ ସେନ୍ସର ସାଇରନ ଲାଗିବା ସତ୍ୱେ ଆଜି ଏକ ଧାନ ଅମଳ ମେସିନ ବୋଝେଇ ଆଇଚର ଟ୍ରକ କଳିଙ୍ଗା ଘାଟିର ସର୍ବାଧିକ ଦୁର୍ଘଟଣାସ୍ଥଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରକରେ ତିନି ଜଣ ଥିଲେ। ଦୁଇ ଜଣ ଗୁରୁତରଙ୍କୁ କଳିଙ୍ଗାର ଯୁବ ସ୍ୱେଚ୍ଛାସେବୀମାନେ ଉଦ୍ଧାର କରି ଟିକାବାଲି ମେଡ଼ିକାଲକୁ ପଠେଇଥିବା ବେଳେ ଆଉ ଜଣେ ଗାଡ଼ିରେ ଚାପି ହୋଇ ରହିଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଚାଲିଛି।

    G Udayagiri
    Truck accident in Kalinga Ghati Photograph: (sambad.in)

    ଅନ୍ୟପଟେ ଏକ ହିଟାଚି ନେଇ ବାହାର କରିବା ବ୍ୟବସ୍ଥା ଚାଲିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଟ୍ରକରେ ଚାପି ହୋଇ ରହିଥିବା ବ୍ୟକ୍ତି ଉଦ୍ଧାର କରାଯାଇ ନଥିବା ସୂଚନା ମିଳିଛି। ଟ୍ରକ (OD15A6932) ଏକ ହିଟାଚି ଲୋଡ଼ କରି କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ କଳିଙ୍ଗା ଘାଟି ଗଡ଼ିବାର ୩କିମି ପରେ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରେଇ ରାସ୍ତାର ଡାହାଣ ପାର୍ଶ୍ଵ ପାହାଡ଼ ଉପରକୁ ଉଠିଯିବା ଫଳରେ ଟ୍ରକରେ ବସିଥିବା ସମସ୍ତ ତିନିଜଣ ଆହତ ହୋଇଥିବା ବେଳେ ଜଣେ ଟ୍ରକରେ ଚାପି ହୋଇ ରହିଯାଇଛି। କଳିଙ୍ଗା ଘାଟିରେ ଦୁର୍ଘଟଣା ରୋକିବା ନିମନ୍ତେ ପରିବହନ ବିଭାଗ ଏବଂ ଜାତୀୟ ରାଜପଥ କତ୍ତୃପକ୍ଷ ସମସ୍ତ ସତର୍କତା ଅବଲମ୍ବନ କରିବା ସତ୍ତ୍ୱେ ଦୁର୍ଘଟଣା ଘଟୁଛି।

  • Dec 09, 2025 19:09 IST

    ଆରମ୍ଭରୁ ଟିମ୍‌ ଇଣ୍ଡିଆର ବିପର୍ଯ୍ୟୟ: ଶୁବମନ ଗିଲ୍‌

    କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯାଇଛି। ୫ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା କଟକର ବାରବାଟୀ ଷ୍ଟାଡିୟମରୁ ଏହି ମ୍ୟାଚ୍‌ ଆରମ୍ଭ ହୋଇଛି। ତେବେ ଭାରତ ଆରମ୍ଭରୁ ବିପର୍ଯ୍ୟୟର ଶିକାର ହୋଇଛି। ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ ଆଉଟ୍‌ ହୋଇଛନ୍ତି। ସେ ୨ଟି ବଲ୍‌ ସାମ୍ନା କରି ମାତ୍ର ୪ ରନ୍‌ ସଂଗ୍ରହ କରି ପାଭିଲିଅନ ଫେରି ଆସିଛନ୍ତି। ଲୁଙ୍ଗି ଏନ୍‌ଗିଡିଙ୍କ ବଲ୍‌ ମାର୍କୋ ୟାନ୍‌ସେନ୍‌ଙ୍କୁ କ୍ୟାଚ୍‌ ଦେଇ ଗିଲ୍‌ ଆଉଟ୍‌ ହୋଇଛନ୍ତି। ଭାରତ ପ୍ରଥମ ଓଭରରେ ୬ ରନ୍‌ ସଂଗ୍ରହ କରିଛି। 

    india vs southafrica barabati match
    Photograph: (sambad)

    ଟିମ୍‌ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ କ୍ରିଜ୍‌ରେ ଅଧିକ ସମୟ ରହିପାରି ନାହାନ୍ତି। ସେ ୧୧ଟି ବଲ୍‌କୁ ସାମ୍ନା କରି ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୧୨ ରନ୍‌ ସଂଗ୍ରହ କରିଛନ୍ତି। ଲୁଙ୍ଗି ଏନ୍‌ଗିଡିଙ୍କ ବଲ୍‌ ସୂର୍ଯ୍ୟକୁମାର ଯାଦବ ଖେଳିବାକୁ ଯାଇ ଐଦେନ ମାର୍କରାମ ହାତରେ ‌କ୍ୟାଚ୍‌ ହୋଇଛନ୍ତି।

  • Dec 09, 2025 19:02 IST

    ୫ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ, ଥାନାରେ ମାମଲା ରୁଜୁ

    ରାଜଗାଙ୍ଗପୁର: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରୁ ଲଜ୍ଜା ଜନକ ଖବର ଆସିଛି। ଜଣେ ୫ବର୍ଷୀୟା ନାବାଳିକା ସ୍କୁଲ ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ ନେଇ ଅଭିଯୋଗ ଆସିଛି। ପୁଲିସ ମାମଲା ରୁଜୁ କରି ୪୫ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି।

  • Dec 09, 2025 18:33 IST

    ଭାରତ କରିବ ବ୍ୟାଟିଂ

    • ବାରବାଟୀରେ ମୁହାଁମୁହିଁ ହେଲେ ଭାରତ-ଦକ୍ଷିଣ ଆଫ୍ରିକା
    • ଐତିହାସିକ ବାରବାଟିରୁ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ଶୃଙ୍ଖଳା ଆରମ୍ଭ
    • ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ପ୍ରଥମେ ବୋଲିଂ ନିଷ୍ପତ୍ତି
    • ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ଭାରତ କରିବ ବ୍ୟାଟିଂ
    • ବାରବାଟୀ ଷ୍ଟାଡିୟମ ଦର୍ଶକରେ ପରିପୂର୍ଣ୍ଣ
    • କ୍ରୀଡ଼ାପ୍ରେମୀ ଉତ୍ସାହିତ, ଭାରତର ବ୍ୟାଟିଂକୁ ଅପେକ୍ଷା 
    Barabati
    Barabati stadium. Photograph: (sambad.in)

     

  • Dec 09, 2025 18:24 IST

    ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର

    ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା  ଭଣ୍ଡାରିପୋଖରୀ ଥାନା ବନ୍ଦାଳୋ-ମଢିଆଳି ପଞ୍ଚାୟତ ଖପୁରିଆପଦା ନିକଟ ବୈତରଣୀ ରେଳଧରଣା ପୋଲ ତଳୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ବୟସ ପାଖାପାଖି ୩୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଆଜି ମଧ୍ୟାହ୍ନ ପ୍ରାୟ ୧ଟା ୩୦ମିନିଟ ସମୟରେ ଯୁବକ ଜଣକ ନଦୀରେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ପରେ କିଛି ପିଲା ପାଣିରେ ବୁଡ଼ିଥିବାର ମଧ୍ୟ ଦେଖିବାକୁ ପାଇଛନ୍ତି। ଅପରାହ୍ନ ୪ଟା ୩୦ମିନିଟ ସମୟରେ ସ୍ଥାନୀୟ ପିଲା ନଦୀ ଗଣ୍ଡରେ ମାଛ ଧରୁଥିବା ବେଳେ ମୃତଦେହଟି ବନିସିରେ ଲାଗିଥିଲା। ଯୁବକ ଜଣକୁ ପାଣିରୁ ଉଦ୍ଧାର କରି ଉପରକୁ ଆଣିଥିଲେ। ଏନେଇ ସ୍ଥାନୀୟ ପୁଲିସକୁ ମଧ୍ୟ ଖବର ଦିଆଯାଇଛି। ଯୁବକଙ୍କ ବାସସ୍ଥାନ ଆଖପାଖରେ ହୋଇନଥିବା ବେଳେ ସେ କୌଣସି କାରଣରୁ ନଦୀ ଗଣ୍ଡକୁ ଡେଇଁ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକ ଜଣାଇଛନ୍ତି। ଘଟଣାକୁ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

  • Dec 09, 2025 18:14 IST

    ବାରବାଟୀରେ ଖେଳାଳି, କିଛି ସମୟ ପରେ ଟସ୍‌

    • ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ଖେଳାଳି 
    • ଭୁବନେଶ୍ବରର ହୋଟେଲରୁ ବାହାରି ପହଞ୍ଚିଲେ ଖେଳାଳି
    • ସ୍ବତନ୍ତ୍ର ବସ୍‌ରେ ଗଲେ କଟକ ଖେଳାଳି
    • ହୋଟେଲରୁ ପ୍ରଥମେ ବାହାରିଲେ ଦକ୍ଷିଣ ଆଫ୍ରିକା ଖେଳାଳି
    • ଆଜି ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଟି-୨୦ ଶୃଙ୍ଖଳା
    • ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା

  • Dec 09, 2025 16:47 IST

    ବାରବାଟୀ ଅଭିମୁଖେ ବାହାରିଲେ ଖେଳାଳି

    • ଭୁବନେଶ୍ବରର ହୋଟେଲରୁ ବାହାରିଲେ ଖେଳାଳି
    • କଟକ ଅଭିମୁଖେ ସ୍ବତନ୍ତ୍ର ବସ୍‌ରେ ଗଲେ ଖେଳାଳି
    • ହୋଟେଲରୁ ପ୍ରଥମେ ବାହାରିଲେ ଦକ୍ଷିଣ ଆଫ୍ରିକା ଖେଳାଳି
    • ଅଳ୍ପ ସମୟ ପରେ ଭାରତୀୟ ଖେଳାଳି ମଧ୍ୟ ବାହାରି ଯାଇଛନ୍ତି
    • ଆଜି ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଟି-୨୦ ଶୃଙ୍ଖଳା
    • ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା
    • ଖେଳାଳିଙ୍କ ଝଲକ ପାଇବାକୁ କ୍ରୀଡ଼ାପ୍ରେମୀଙ୍କ ଭିଡ଼

  • Dec 09, 2025 16:08 IST

    ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଦର୍ଶକଙ୍କ ପାଇଁ ଖୋଲିଲା ବାରବାଟୀ ଗେଟ୍‌

    କଟକ: ବହୁ ପ୍ରତୀକ୍ଷିତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ବାରବାଟୀ କ୍ରିକେଟ୍‌ ଷ୍ଟାଡିୟମର ଗେଟ୍‌ ଖୋଲିଛି। ଦର୍ଶକମାନେ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଛନ୍ତି। ଦର୍ଶକଙ୍କୁ ଶୃଙ୍ଖଳିତ ଭାବେ ଲାଇନ୍‌ରେ ଷ୍ଟାଡିୟମ ଭିତରକୁ ଛଡ଼ାଯାଉଛି। ଦର୍ଶକଙ୍କ ଟିକେଟ୍‌ ଅନୁଯାୟୀ ସେମାନଙ୍କୁ ନିର୍ଦ୍ଧାରିତ ଗ୍ୟାଲେରିରେ ପ୍ରବେଶ ଦିଆଯାଉଛି। ଆଉ କିଛି ସମୟ ପରେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଭୁବନେଶ୍ବରରୁ ବାରବାଟୀ ଅଭିମୁଖେ ବାହାରିବେ। 

    Barabati
    Barabati stadium. Photograph: (sambad.in)

     

  • Dec 09, 2025 15:49 IST

    ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

    ହୀରାକୁଦ: ସମ୍ବଲପୁର ଜିଲ୍ଲା ‌‌ହୀରାକୁଦ ନିକଟ ଲକ୍ଷ୍ମୀଡୁଙ୍ଗୁରି ଅଞ୍ଚଳରେ ଆଜି ଅପରାହ୍‌ଣରେ ଜଣେ ଯୁବକଙ୍କର ମୃତଦେହ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ଅଭୟ କୁମାର ଦାସ। ହୀରାକୁଦ ଆଇଟିଆଇ ଅଞ୍ଚଳର ଅଭୟ କୁମାର ଦାସ ଗତକାଲି ଅପରାହ୍‌ଣରେ ସମ୍ବଲପୁର ଯାଇଥିଲେ। ତାଙ୍କର ବଡ଼ବାପାଙ୍କର ଏକ ଘରୋଇ ହସ୍‌ପିଟାଲରେ ଅପରେସନ୍‌ ହୋଇଥିବାରୁ ସେ ଭେଟିବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ବାରମ୍ବାର ଫୋନ୍‌ କଲ ଆସିଥିଲା। ଫୋନ୍‌ କଲ କରିଥିବା ବ୍ୟକ୍ତିଙ୍କ ପାଖକୁ ଅଭୟ ଯାଇଥିଲେ। ସେବେ ଠାରୁ ସେ ଆଉ ଘରକୁ ଫେରି ନଥିଲେ। ଆଜି ଅପରାହ୍‌ଣରେ ଅଭୟଙ୍କର ମୃତଦେହ ଠାବ ହୋଇଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

  • Dec 09, 2025 15:27 IST

    ୩୦ ଗାଈଙ୍କ ଗଳିତ ମୃତଦେହ ଉଦ୍ଧାର

    ଦଶପଲ୍ଲା: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ତଥା ଦଶପଲ୍ଲା ଥାନା ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ନିବୁଜ ଆଇଚର ଥିବା ବେଳେ ୩୦ରୁ ଅଧିକ ଗାଈଙ୍କ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ଗାଡ଼ିରୁ ଧାରଧାର ରକ୍ତ ପ୍ରବାହିତ ଥିବାର ଦେଖି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଦଶପଲ୍ଲା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିଥିବା ବେଳେ ଦୁର୍ଗନ୍ଧ ବାହାରୁଛି। ଗାଡ଼ି ଭିତରେ ଗୋ ମାଂସ ଥିବା ଥିବା ସନ୍ଦେହ କରାଯାଉଥିଲା। ସେପଟେ ସ୍ଥାନୀୟ ଲୋକ ପୁଲିସ ଉପସ୍ଥିତିରେ ଗାଡ଼ି ଉପରୁ ପାଲ ଖୋଲିଥିବା ବେଳେ ଗାଡ଼ି ଭିତରୁ ୩୦ଗାଈଙ୍କ ମୃତଦେହ ଉଦ୍ଧାର ହେଇଛି। କିଛି ଗୋ ମାଫିଆ ଚାଲାଣ କରୁଥିବା ବେଳେ ଗାଡ଼ିର ଯାନ୍ତ୍ରିକ ତ୍ରୁଟି ପାଇଁ  ଜଙ୍ଗଲ ରାସ୍ତାରେ ଛାଡି ଚାଲି ଯାଇଥିବା ଅନୁମାନ କରାଯାଉଛି। ସେପଟେ ପୁଲିସ ଏବଂ ଭେଟନାରି ଟିମ୍ ପହଞ୍ଚି ଗୋରୁଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। 

  • Dec 09, 2025 15:23 IST

    ଓଡ଼ିଆ କବିତାରେ ‘ନବ ରସ’ 

    ଭୁବନେଶ୍ବର: ଭାଷା ଆନ୍ଦୋଳନ, ଓଡ଼ିଶା  ଏବଂ ଆଭାସୀ ପ୍ରକାଶନୀ ଅନୁକୁଲ୍ୟରେ ଓଡ଼ିଆ କବିତାରେ ‘ନବ ରସ’ ଶୀର୍ଷକ ଆଲୋଚନା ଚକ୍ର ଆଜି ସନ୍ଧ୍ୟା ସାଢ଼େ ୫ଟାରେ ଓଡ଼ିଶା ରାଜ୍ୟ ପୁସ୍ତକମେଳା- ରମାକାନ୍ତ ରଥ ସଭାମଞ୍ଚରେ ଅନୁଷ୍ଠିତ ହେବାକୁ ଯାଉଛି। ଉଦ୍‌ଘାଟକ ଭାବରେ ପ୍ରଫେସର ପୁର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗ ଦେଉଥିବାବେଳେ ଆଲୋଚକ ଭାବରେ ଜାନକୀଶ ବଡ଼ପଣ୍ଡା, ପୁସ୍ତକ ସମୀକ୍ଷକ ଭାବରେ ନାଟ୍ୟକାର ବିଜୟ ଦାସ, ସମ୍ମାନିତ ଅତିଥି ଭାବରେ ସତ୍ୟବ୍ରତ ପଣ୍ଡା  ଓଡ଼ିଆ କବିତାରେ ନବ ରସ ଆଲୋଚନା କବିତା ମାଧ୍ୟମରେ ଅନୁଷ୍ଠିତ ହେବ। ବିନ୍ଦୁ ନିବେଦିତା ଏବଂ ଡ଼ ଅସୀମା ସାହୁଙ୍କ ଯୁଗଳବନ୍ଦୀ କବିତା ପୁସ୍ତକ ‘ବିନ୍ଦୁ ସୀମା’ ଉନ୍ମୋଚିତ ହେବ। ନିମନ୍ତ୍ରିତ ବ୍ୟଙ୍ଗ କବିମାନଙ୍କର କବିତା ଆବୃତ୍ତିର କାର୍ଯ୍ୟକ୍ରମ ସ୍ଥିର ହୋଇଛି। 

  • Dec 09, 2025 14:42 IST

    କେନାଲ ରାସ୍ତାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ

    ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମ ପାଖ କେନାଲ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହର କଙ୍କାଳ ଖପୁରୀ ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ବଅଁରପାଳ ପୁଲିସ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। 

     

    Breaking4
    Breaking Photograph: (sambad.in)

     

  • Dec 09, 2025 14:34 IST

    ବ୍ରାହ୍ମଣୀ ନଦୀର ବେଆଇନ ବାଲି ଖାଦାନରେ ବୁଡ଼ି ନାବାଳକ ମୃତ

    ଯାଜପୁର: ବ୍ରାହ୍ମଣୀ ନଦୀର ବେଆଇନ ବାଲି ଖାଦାନରେ ବୁଡ଼ି ନାବାଳକ ମୃତ। ମୃତକ ହେଲେ ୩ ବର୍ଷୀୟ ମାନସ ଦାସ। ସାଙ୍ଗ ସହ ନଦୀ ବାଲିରେ ଖେଳୁଥିବା ବେଳେ ଖାଲରେ ପଡ଼ି ଯାଇଥିଲେ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର।

     

    Breaking4
    Breaking Photograph: (sambad.in)

     

  • Dec 09, 2025 14:30 IST

    ବିଧାନସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ, ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ

    ଭୁବନେଶ୍ବର: ବିଧାନସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ  ମୁଲତବୀ। ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ। ଆଜିଠାରୁ ଶୀତକାଳୀନ ଅଧିବେଶନ ବନ୍ଦ ହେଲା।

     

    Breaking4
    Breaking Photograph: (sambad.in)

     

  • Dec 09, 2025 13:24 IST

    ଘୋଷଣା ହେଲା ବିଜେପି ମୋର୍ଚ୍ଚା ସଭାପତିଙ୍କ ନାମ, ଡକ୍ଟର ଐଶ୍ବର୍ଯ୍ୟା ବିଶ୍ବାଳ ମହିଳା ମୋର୍ଚ୍ଚା ଓ ଅଭିଳାଷ ପଣ୍ଡା ଯୁବମୋର୍ଚ୍ଚା ସଭାପତି

    ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଘୋଷଣା ହେଲା ବିଜେପି  ବିଭିନ୍ନ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ନାମ।  ଡକ୍ଟର ଐଶ୍ବର୍ଯ୍ୟା ବିଶ୍ବାଳ ମହିଳା ମୋର୍ଚ୍ଚା ଓ ଅଭିଳାଷ ପଣ୍ଡା ଯୁବମୋର୍ଚ୍ଚା ସଭାପତି ପଦ ବଜାୟ ରଖିଲେ।

     

    Breaking4
    Breaking Photograph: (sambad.in)

     

  • Dec 09, 2025 12:51 IST

    ଗୋଡ଼ଭାଗାରେ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

    ସମ୍ବଲପୁର: ରାଜରାସ୍ତାରେ ଧାନ ପକାଇ ପ୍ରତିବାଦ | ଗୋଡ଼ଭାଗାରେ NH ଅବରୋଧ କଲେ ଶହ ଶହ ଚାଷୀ | ମଣ୍ଡି ଅଚଳାବସ୍ଥାକୁ ନେଇ ରାଜରାସ୍ତାରେ ପ୍ରତିବାଦ | ପ୍ରଶାସନ ସହ ଆଲୋଚନା ବିଫଳ ହେବାପରେ ରାସ୍ତା ଅବରୋଧ କଲେ ଚାଷୀ | ଦୁଇ ପାର୍ଶ୍ଵରେ ଅଟକି ରହିଛି ଗାଡ଼ି ମଟର |

    Untitled

  • Dec 09, 2025 09:43 IST

    ମହାପ୍ରଭୁଙ୍କ ଶରଣରେ ଟିମ୍‌ ଇଣ୍ଡିଆ

    ଭୁବନେଶ୍ବର/ପୁରୀ: ମହାପ୍ରଭୁଙ୍କ ଶରଣ ନେଇଛି ଭାରତୀୟ କ୍ରିକେଟ୍‌ ଟିମ୍‌। ଐତିହସିକ ବାରବାଟୀ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାକୁ ମୁକାବିଲା କରିବା ପୂର୍ବରୁ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର, ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ୱାସିଂଟନ ସୁନ୍ଦର ଓ ଜିତେଶ ଶର୍ମା ଭୁବନେଶ୍ବରରୁ ପୁରୀ ଗସ୍ତ କରିଛନ୍ତି। ଭାରତୀୟ ଟିମ୍‌ର କୋଚ୍‌ ଏବଂ ଖେଳାଳିମାନେ ମହାପ୍ରଭୁଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିବେ। 

    jagannath temple
    High alert in Puri after Delhi blast today. Photograph: (sambad.in)

     

  • Dec 09, 2025 08:27 IST

    ବିମାନ ପରିଚାଳନା ନେଇ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ

    ନୂଆଦିଲ୍ଲୀ: ଘରୋଇ ବିମାନ କମ୍ପାନି ‘ଇଣ୍ଡିଗୋ’ର ବ୍ୟାପକ ପରିଚାଳନାଗତ ତ୍ରୁଟି ପରିପ୍ରେକ୍ଷୀରେ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) ସମସ୍ତ ବିମାନ ପରିଚାଳନାକାରୀଙ୍କ ଉଚ୍ଚ ପଦାଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିବ। ସୋମବାର ସନ୍ଧ୍ୟାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ବରିଷ୍ଠ MoCA ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନା ପରେ ଏହି ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସମୀକ୍ଷାରେ ସମ୍ପ୍ରତି ଇଣ୍ଡିଗୋର ପରିଚାଳନାଗତ ବିଭ୍ରାଟ ପରି ସଙ୍କଟ ପୁନରାବୃତ୍ତି ନହେବା ନିଶ୍ଚିତ କରିବା ଉପରେ ଧ୍ୟାନ ଦିଆଯିବ। ଏହାର ସର୍ବଶେଷ ଅପଡେଟରେ ସୋମବାର ରାତିରେ ଏୟାରଲାଇନ୍ କହିଛି ଯେ ଏହା ଡିସେମ୍ବର ୧୫ ପର୍ଯ୍ୟନ୍ତ ବାତିଲକରଣ ପାଇଁ ୮୨୭ କୋଟି ଟଙ୍କା ଫେରସ୍ତ କରିଛି ଏବଂ ଏହାର ନେଟୱାର୍କରେ ୯୦ ପ୍ରତିଶତ ସଠିକ ସମୟରେ କାର୍ଯ୍ୟଦକ୍ଷତା ମଧ୍ୟ ରିପୋର୍ଟ କରିଛି। 

    IndiGo
    IndiGo Photograph: (IndiGo)

     

  • Dec 09, 2025 08:15 IST

    କେଳରରେ ନିର୍ବାଚନ: ଆଜି ମତଦାନ

    ତିରୁଅନନ୍ତପୁରମ: କେରଳରେ ସ୍ଥାନୀୟ ସଂସ୍ଥା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ମତଦାନ ହେଉଛି। ଭୋଟରମାନେ ୧୧,୦୦୦ରୁ ଅଧିକ ୱାର୍ଡରେ ସେମାନଙ୍କର ମତଦାନ ଦେଉଛନ୍ତି। ଡିସେମ୍ବର ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଡିସେମ୍ବର ୧୩ରେ ଫଳାଫଳ ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟରେ ତିରୁବନନ୍ତପୁରମ, କୋଲ୍ଲମ, ପଠାଣମଥିଟ୍ଟା, ଆଲାପୁଝା, କୋଟ୍ଟାୟାମ, ଇଡୁକ୍କି ଏବଂ ଏର୍ନାକୁଲମରେ ମତଦାନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସ୍ଥାନୀୟ ସଂସ୍ଥା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୩୬,୦୦୦ରୁ ଅଧିକ ଭୋଟର ମଇଦାନରେ ଅଛନ୍ତି।

  • Dec 09, 2025 08:04 IST

    ଭୂମିକମ୍ପ ପରେ ୯୦,୦୦୦ ଲୋକ ବାସହୀନ

    ଟୋକିଓ: ଗତକାଲିର ଭୂମିକମ୍ପ ପରେ ସମୁଦ୍ରରେ ପ୍ରାୟ ଅଢ଼େଇ ଫୁଟ ଉଚ୍ଚର ଲହରୀ ଉଠୁଛି। ଏହା ଦ୍ୱାରା ଉପକୂଳରେ ରହୁଥିବା ପ୍ରାୟ ୯୦,୦୦୦ ଲୋକଙ୍କୁ ବାସହୀନ କରାଯାଇଛି। ଭୂମିକମ୍ପରେ ଆର୍ଥିକ କ୍ଷତି ମଧ୍ୟ ହୋଇଛି। ଟ୍ରେନ୍ ସେବା ଏବଂ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର। ଭୂମିକମ୍ପ ଯୋଗୁଁ ଅନେକ ସହରରେ ବିଦ୍ୟୁତ୍ ଖୁଣ୍ଟ ଏବଂ ବିଦ୍ୟୁତ୍ ତାର ଭାଙ୍ଗି ପଡ଼ିଛି, ଯାହା ଫଳରେ ଲୋକମାନେ ଅନ୍ଧାରରେ ସମୟ ବିତାଉଛନ୍ତି। 

    01Earthquake
    Earthquake Photograph: (File)

     

  • Dec 09, 2025 07:52 IST

    ଶସ୍ତା ବିଦେଶୀ ଚାଉଳ ନେଇ ଆମେରିକୀୟ ଚାଷୀ ଚିନ୍ତିତ

    ୱାସିଂଟନ: ଆମେରିକୀୟ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ କିଛି ଦେଶ ଆମେରିକା ବଜାରରେ କମ୍ ମୂଲ୍ୟରେ ଚାଉଳ ବିକ୍ରି କରୁଛନ୍ତି। ଏହା ଦ୍ୱାରା ଘରୋଇ ଚାଷୀମାନେ ବହୁତ କ୍ଷତି ସହୁଛନ୍ତି। ଟ୍ରମ୍ପ୍ ଉତ୍ତର ଦେଇଥିଲେ, ସେମାନେ ଠକୁଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଙ୍ଗିତ ଦେଇଥିଲେ ଯେ ଏହି ଅଭିଯୋଗଗୁଡ଼ିକର ତଦନ୍ତ କରାଯିବ ଏବଂ ଆବଶ୍ୟକ ହେଲେ ଶୁଳ୍କ ଲଗାଯିବ। ଲୁଇସିଆନାର କେନେଡି ରାଇସ୍ ମିଲ୍ସର ସିଇଓ ମେରିଲ୍ କେନେଡି ଦାବି କରିଛନ୍ତି ଯେ ଭାରତ, ଥାଇଲ୍ୟାଣ୍ଡ ଏବଂ ଚୀନ୍ ଏହି କଥିତ ଡମ୍ପିଂ ପାଇଁ ମୁଖ୍ୟ ଦେଶ। ସେ କହିଛନ୍ତି ଯେ ଚୀନ୍ ବହୁ ପରିମାଣର ଚାଉଳ ପଠାଉଛି, ବିଶେଷକରି ପୁଏର୍ଟୋ ରିକୋକୁ, ଯେଉଁଠାରେ ଆମେରିକୀୟ ଚାଉଳର ଯୋଗାଣ ବର୍ତ୍ତମାନ ପ୍ରାୟତଃ ବନ୍ଦ ହୋଇଯାଇଛି। କେନେଡି କହିଛନ୍ତି, ଆମେ ବର୍ଷ ବର୍ଷ ଧରି ସେଠାରେ ଚାଉଳ ପଠାଉନାହୁଁ। ଦକ୍ଷିଣ ରାଜ୍ୟଗୁଡ଼ିକର ଚାଷୀମାନେ ଖରାପ ଭାବରେ ପ୍ରଭାବିତ ହେଉଛନ୍ତି। 

  • Dec 09, 2025 07:19 IST

    ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ 

    ବାମନାଳ: ପୁରୀ ଜିଲ୍ଲା ବଳଙ୍ଗା-ନିମାପଡା ରାସ୍ତାର ସାଇ ସନ୍ତୋଶୀ ହସ୍ପିଟାଲ ସାମ୍ନାରେ ଅଜଣା ଗାଡ଼ି ଧକ୍କାରେ ସୋମବାର ସନ୍ଧ୍ୟାରେ ଜଣେ ବାଇକ୍ ଚାଳକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ବ୍ରହ୍ମଗିରି ଥାନା ଅଂଚଳର ସନ୍ତୋଷ କୁମାର ଦାଶ (୨୮) ବୋଲି ଜଣା ପଡିଛି। ସେ ନିମାପଡା ଥାନା ଧବଳେଶ୍ବର ପଞ୍ଚାୟତ ଅନ୍ତର୍ଗତ ଉହାଙ୍ଗ ଗ୍ରାମରେ ମାମୁଁ ଘରେ ରହୁଥିଲେ। ସେ ତାଙ୍କ ବୋଉକୁ ନିଜ ଗାଁ ବ୍ରହ୍ମଗିରି ଅଞ୍ଚଳରେ ଛାଡ଼ି ସଂନ୍ଧ୍ୟାରେ ଫେରୁଥିବା ସମୟରେ ସାଇ ସନ୍ତୋଶୀ ହସ୍ପିଟାଲ ସାମ୍ନାରେ ନିମାପଡା ରୁ ବଳଙ୍ଗା ଅଭିମୁଖେ ଯାଉଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ କହ୍ନେଇ ୧୦ଫୁଟ ପର୍ଯ୍ୟନ୍ତ ଛିଟିକି ପଡ଼ିଥିଲା ବେଳେ ତାଙ୍କ ହାତ ଓ ଗୋଡ ସମ୍ପୂର୍ଣ ଭାଙ୍ଗି ଯାଇଥିଲା। ଖବର ପାଇ ବଳଙ୍ଗା ପୁଲିସ ଘଟଣାସ୍ଥଳରେ ପହଁଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିମାପଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କହ୍ନେଇଙ୍କୁ ମୃତ ଗୋଷଣା କରିଥଲେ।

    Dead
    Young man dead in stone attack in Dhenkanal. Photograph: (sambad)

     

  • Dec 09, 2025 07:17 IST

    ଆଜି ବାରବାଟୀ ଷ୍ଟାଡିୟମରେ ଉତ୍ସାହ

    କଟକ: ଆଜିକୁ ଠିକ୍‌ ଦୁଇ ମାସ ଅର୍ଥାତ୍ ୬୦ ଦିନ ପରେ ଭାରତ ଆରମ୍ଭ କରିବ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅଭିଯାନ। ଏହା ପୂର୍ବରୁ ନିଜ ପ୍ରସ୍ତୁତିକୁ ଚୂଡ଼ା‌ନ୍ତ ରୂପରେଖ ଦେବ‌ା, ଖେଳାଳିଙ୍କ ଲୟକୁ ଜାରି ରଖିବା, ଦଳୀୟ ସମନ୍ବୟକୁ ସଜାଡ଼ିନେବାକୁ ରହିଛି ସୀମିତ ସୁଯୋଗ। ବିଶ୍ବକପ୍‌ ପୂର୍ବରୁ ୧୦ଟି ମ୍ୟାଚ୍‌ ଖେଳିବ ଦ୍ବିପାକ୍ଷିକ ଶୃଙ୍ଖଳାରେ। ପ୍ରତିଦ୍ବନ୍ଦ୍ବୀ ଅଛନ୍ତି ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ୍‌। ଆଉ ଏହି ଅଭିଯାନର ପୂର୍ବୋଦୟ ହେବାକୁ ଯାଉଛି ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରୁ। ମଙ୍ଗଳବାର ଏହି ଐତିହ୍ୟଭରା ଷ୍ଟାଡିୟମ୍‌ରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା। ୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବାରବାଟୀରୁ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ଭାରତୀୟ ଦଳ ସୋମବାର ଅପରାହ୍ଣରେ ଜୋରଦାର୍‌ ଅଭ୍ୟାସ କରିଥିବା ବେଳେ ସଂଧ୍ୟାରେ ନିଜ ଦକ୍ଷତାକୁ ଶାଣିତ କରିବାକୁ ଚେଷ୍ଟା କରିଛି ଦକ୍ଷିଣ ଆଫ୍ରିକା। ଘରୋଇ ଦଳ ଟେଷ୍ଟ୍‌ ଶୃଙ୍ଖଳାକୁ ୦-୨ରେ ହାତଛଡ଼ା କରିବା ପରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ସମ୍ମାନ ବଜାୟ ରଖିଛି। ଏବେ ନୂଆ ଶୃଙ୍ଖଳା ଓ ନୂଆ ଆହ୍ବାନ ସହିତ ସୂର୍ଯ୍ୟ ସେନା ଏହି ଛୋଟ ଫର୍ମାଟ୍‌ରେ ନିଜ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ବାସ କରାଯାଉଛି। କ୍ରୀଡ଼ାପ୍ରେମୀମାନେ ଆଜି ଉତ୍ସାହିତ ହେବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe