BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Jan 09, 2026 22:09 IST
ସଚିବାଳୟ ଓପନ୍ ବ୍ୟାଡ୍ମିଣ୍ଟନ୍: ଏସ୍ଏସ୍ଇପିଡିର ଭାସ୍କର-କମଳାକାନ୍ତ ବିଜେତା
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଚିବାଳୟ ବ୍ୟାଡ୍ମିଣ୍ଟନ୍ ସଂଘ (ଓଏସ୍ଏସ୍ବିଏ) ଆନୁକୂଲ୍ୟରେ ଲୋକସେବା ଭବନସ୍ଥିତ ସଚିବାଳୟ ମିନି ଷ୍ଟାଡିୟମ୍ଠାରେ ଆୟୋଜିତ ୧୬ତମ ସଚିବାଳୟ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ଭେଟେରାନ୍ ଯୁଗଳରେ ସମାଜ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍ଏସ୍ଇପିଡି) ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରାୟତୋ ଓ ଓଏସ୍ଡି କମଳାକାନ୍ତ ବେହେରା ବିଜେତା ହୋଇଛନ୍ତି। ଏହି ପ୍ରତିଯୋଗିତାରେ ରାଜ୍ୟ ସରକାରର ବିଭିନ୍ନ ବିଭାଗର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।
/fit-in/580x348/filters:format(webp)/sambad/media/media_files/2026/01/09/09bbs_120_09012026_112-2026-01-09-22-09-46.jpg)
-
Jan 09, 2026 22:08 IST
ନିଖିଳ ଓଡ଼ିଶା କବାଡ଼ି ପ୍ରିମିୟର ଲିଗ୍ ଆରମ୍ଭ
ଭୁବନେଶ୍ବର: ପଟିଆଗଡ଼ ସ୍ପୋର୍ଟ୍ସ କ୍ଲବ୍ ଆନୁକୂଲ୍ୟରେ ପଟିଆ ଦୋଳ ମେଲଣ ପଡ଼ିଆରେ ଶୁକ୍ରବାର ଆରମ୍ଭ ହୋଇଛି ଷଷ୍ଠ ନିଖିଳ ଓଡ଼ିଶା ପୁରୁଷ କବାଡ଼ି ପ୍ରିମିୟର ଲିଗ୍। ଉଦଘାଟନୀ ମ୍ୟାଚ୍ରେ ରେନବୋ ବିଷ୍ଟସ୍ ୩୯-୨୯ରେ ଜୟ ମହାକାଳକୁ ହରାଇ ଅଭିଯାନ ଆରମ୍ଭ କରିଛି। ଏହି ପ୍ରତିଯୋଗିତାରେ ୬ଟି ଦଳ ଅଂଶଗ୍ରହଣ କରିଥିଲା ବେଳେ ରବିବାର ଫାଇନାଲ୍ ମ୍ୟାଚ୍ ଖେଳାଯିବ।
/fit-in/580x348/filters:format(webp)/sambad/media/media_files/2026/01/09/09bbs_134_09012026_112-2026-01-09-22-08-10.jpg)
ଉଦଘାଟନୀ ଉତ୍ସବରେ ସାଂସଦ ଅପରାଜିତା ମହାନ୍ତି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ଉପସଭାପତି ଗୋଲକ ମହାପାତ୍ର, କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା, ସୁବାସ ଚନ୍ଦ୍ର ସାହୁ (ଜିଲ୍ଲା ସମ୍ପାଦକ ଯୁବମୋର୍ଚ୍ଚା), ପଟିଆ ଗ୍ରାମ ମଙ୍ଗଳ ସମିତିର ସମ୍ପାଦକ ସନ୍ତୋଷ ପରିଡ଼ା, ସଭାପତି ଚିତ୍ତରଞ୍ଜନ ପାତ୍ର, ଜୟନ୍ତୀ ଜେନା, ସଞ୍ଜୟ ସେଠୀ, ସୁବାସ ପରିଡ଼ା କ୍ଲବ୍ ସଭାପତି, ଅଜୟ ବେହେରା, ସୂର୍ଯ୍ୟକାନ୍ତ ମହାନ୍ତି, ସୁଭାଷ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
-
Jan 09, 2026 22:05 IST
ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ପ୍ରଦାନ କଲେ ରେଳ ମନ୍ତ୍ରୀ
- 100 ରେଳ ଅଧିକାରୀ ହେଲେ ପୁରସ୍କୃତ; ଶ୍ରେଷ୍ଠ ପ୍ରଦର୍ଶନକାରୀ ରେଳ ଜୋନକୁ ମିଳିଲା 26ଟି ଶିଲ୍ଡ, ପୂର୍ବତଟ ରେଳବାଇର ୩ କର୍ମଚାରୀ ପାଇଲେ ପୁରସ୍କାର
- 2047 ସୁଦ୍ଧା ବିକଶିତ ଭାରତ, ବିକଶିତ ରେଳବାଇ ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତୀୟ ରେଳବାଇକୁ ନୂଆ ସ୍ତରକୁ ଯିବାକୁ ପଡ଼ିବ: ଅଶ୍ୱିନୀ ବୈଷ୍ଣବ
- ବ୍ୟବସ୍ଥିତ ସଂସ୍କାର, ପ୍ରଯୁକ୍ତି ଆହରଣ, ସୁରକ୍ଷା ପ୍ରତି ଧ୍ୟାନ, ଆଧୁନିକ ତାଲିମ, ରକ୍ଷଣାବେକ୍ଷଣରେ ଉତ୍କର୍ଷତା ଏବଂ ପରବର୍ତ୍ତୀ ପିଢ଼ିର ରେଳବାଇକୁ ପ୍ରୋତ୍ସାହିତ କରିବା ଲାଗି ମାନସିକତାରେ ପରିବର୍ତ୍ତନ ଭଳି ଛଅ ସୂତ୍ରୀ ସଂକଳ୍ପ ରୂପରେଖ ଉନ୍ମୋଚନ କଲେ କେନ୍ଦ୍ର ରେଳ ମନ୍ତ୍ରୀ
- ସମର୍ପିତ ରେଳ ଶ୍ରମଶକ୍ତି ଭାରତର ପରିବହନ କ୍ଷେତ୍ରରେ ରୂପାନ୍ତରଣର ଆଧାର: ଭି ସୋମନ୍ନା
- ଆଧୁନିକୀକରଣ, ସୁରକ୍ଷା ଏବଂ ଯାତ୍ରୀ ସେବା ପ୍ରତି ଧ୍ୟାନ ଭାରତୀୟ ରେଳବାଇର ନୂଆ ପରିଭାଷା ପାଲଟିଛି: ସତୀଶ କୁମାର
/fit-in/580x348/filters:format(webp)/sambad/media/media_files/2026/01/09/whatsapp-image-2026-01-09-22-05-39.jpeg)
-
Jan 09, 2026 21:06 IST
ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
- ତିନି ସହରରେ ହେବ ବିଶ୍ବ ଦକ୍ଷତା କେନ୍ଦ୍ର
- ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁରରେ ବିଶ୍ବ ଦକ୍ଷତା କେନ୍ଦ୍ର
- ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
- ଗୋପାଳପୁରରେ ଟାଟା ସୋଲାର ସେଟ୍
- ନିବେଶ ହେବ ୧୦,୦୦୦ କୋଟି ଟଙ୍କା
- ୫ହଜାର ଜଣଙ୍କୁ ପ୍ରତକ୍ଷ୍ୟ ଓ ପରୋକ୍ଷ ନିଯୁକ୍ତି
- ଓଡ଼ିଶାର ଖାଦ୍ୟ ପ୍ରତ୍ସୋହନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
- ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା
/fit-in/580x348/filters:format(webp)/sambad/media/media_files/2025/12/25/anu-garg-2025-12-25-03-03-24.jpg)
-
Jan 09, 2026 20:57 IST
ପିଚୁ ବୋଝେଇ ହାଇୱା ଚପାରେ ବୃଦ୍ଧଙ୍କ ମୃତ୍ୟୁ
ରାଇରଙ୍ଗପୁର/ ବିଜାତଳା: ପିଚୁ ବୋଝେଇ ହାଇୱା ଚାପିଦେଲା ହେଭିଡିଉଟି ଉପରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଟିକରପଡ଼ା ଗ୍ରାମରେ ପୋଖୋରିଆ ଗ୍ରାମର ଘନଶ୍ୟାମ ନାଏକ(୫୩) ଧାନକଳକୁ ଯାଉଥିଲେ ନିଜ ଗାଡ଼ିରେ। ତେବେ ପଛପଟୁ ପିଚୁ ବୋଝେଇ ହାଇୱା ନଂ ଓଡି-୦୧ ଭି -୭୭୪୯ଟି ବୃଦ୍ଧଙ୍କ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
/fit-in/580x348/filters:format(webp)/sambad/media/media_files/2026/01/09/1002674238-2026-01-09-20-56-55.jpg)
ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ୨ ଘଣ୍ଟା ପର୍ଯ୍ୟନ୍ତ ଶବ ରଖି ରାସ୍ତା ଅବରୋଧ କରିଥିଲେ। ରାଇରଙ୍ଗପୁର ଏଏସପି ଯଦୁନାଥ ଜେନା ଓ ଗ୍ରାମାଞ୍ଚଳ ଥାନା ଅଧିକାରୀ ବବିତା ରାଣୀ ପୁହାଣ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ରୁ ଓହରିଥିଲେ। ଏନେଇ ଏକ ମାମଲା ରୁଜୁ କରି ଉଭୟ ଦୁର୍ଘଟଣାଗ୍ରସ୍ତ ଜାନକୁ ଜବତ କରିଛି ।
-
Jan 09, 2026 20:51 IST
ଓଡ଼ିଶା ଗ୍ରୀଡ୍ ଇନସାଇଟ୍ର ଶୁଭାରମ୍ଭ
ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଡ଼ିଶା ଗ୍ରୀଡ୍ ଇନସାଇଟ୍: http://ogri.optcl.co.inର ଶୁଭାରମ୍ଭ କରିଛନ୍ତି। ଏଥିରେ ରାଜ୍ୟର ୨୦୧ଟି ଗ୍ରୀଡ୍ ସମ୍ପର୍କିତ ସମସ୍ତ ଭୌଗଳିକ ଏବଂ ବୈଷୟିକ ତଥ୍ୟ ଏହି ୱେବସାଇଟରେ ଉପଲବ୍ଧ ରହିବ। ଏହି ୱେବସାଇଟ ପୁଞ୍ଜି ନିବେଶକ ତଥା ଶିଳ୍ପାନୁଷ୍ଠାନମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଉପଲବ୍ଧତା ସମ୍ପର୍କରେ ପ୍ରମାଣିକ ସୂଚନା ପ୍ରଦାନ କରି ନିବେଶ ନିଷ୍ପତ୍ତି ନେବାରେ ବେଶ ସହାୟକ ହେବ।
/fit-in/580x348/filters:format(webp)/sambad/media/media_files/2026/01/09/kv-singhdeo-2026-01-09-20-51-19.jpg)
-
Jan 09, 2026 20:47 IST
ଜଲେଶପଟ୍ଟା ଆଶ୍ରମ ପରିଦର୍ଶନ କଲେ ନବରଙ୍ଗପୁର ବିଧାୟକ
ନବରଙ୍ଗପୁର: ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ କନ୍ଧମାଳ ଜିଲ୍ଲାରେ ଥିବା ପ୍ରସିଦ୍ଧ ଜଲେଶପଟ୍ଟା ଆଶ୍ରମ ପରିଦର୍ଶନ କରି ବେଦାନ୍ତ କେଶରୀ ସ୍ଵର୍ଗତ ଲକ୍ଷଣାନନ୍ଦ ସରସ୍ଵତୀଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ବିଧାୟକ ତାଙ୍କ ସପରିବାର ସହିତ ଆଶ୍ରମକୁ ଯାଇଥିଲେ। ଏମାନଙ୍କ ସହ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ଧର୍ମପତ୍ନୀ ମଧ୍ୟ ଯାଇଥିଲେ। ଏଠାରେ ଥିବା ଜଳେଶ୍ଵର ଶିବ ମନ୍ଦିର, ଚ଼ଣ୍ଡି ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।
/fit-in/580x348/filters:format(webp)/sambad/media/media_files/2026/01/09/ngp-jolesh-potta-ashram-2026-01-09-20-47-10.jpg)
ସଂସ୍କୃତ କନ୍ୟାଶ୍ରମ ବୁଲି ଦେଖିଥିଲେ। ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀର ୩୧୧ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ସମସ୍ତଙ୍କୁ ଭେଟି ବିଭିନ୍ନ ବିଷୟରେ ପଚାରି ବିଧାୟକ ଆଲୋଚନା କରିଥିଲେ। ସୂଚନାଯୋଗ୍ୟଯେ, ୨୦୦୮ ମସିହା ଅଗଷ୍ଟ ୨୩ ଜନ୍ମାଷ୍ଟମୀ ଦିନ ଦୁବୃର୍ତ୍ତ ମାନେ ଅତି ନିର୍ମମ ଭାବରେ ସ୍ୱାମୀଜୀଙ୍କୁ ହତ୍ୟା କରିଥିଲେ। ଏହାପରଠାରୁ ଜଲେଶପଟ୍ଟା ଆଶ୍ରମ ଦର୍ଶନୀୟ ସ୍ଥାନ ହୋଇଛି।
-
Jan 09, 2026 20:39 IST
ଅସ୍ମିତା ଭାରୋତ୍ତୋଳନ ଲିଗ୍: ବନିତାଙ୍କୁ ୩ ରୌପ୍ୟ
ଭୁବନେଶ୍ବର: ଉତ୍ତରପ୍ରଦେଶର ମୋଦୀନଗରଠାରେ ଆରମ୍ଭ ହୋଇଥିବା ଅସ୍ମିତା ମହିଳା ଭାରୋତ୍ତୋଳନ ଲିଗ୍ରେ ଓଡ଼ିଆ ଝିଅ ବନିତା ନାୟକ ୩ଟି ରୌପ୍ୟ ପଦକ ଜିତିଛନ୍ତି। ୪୮ କିଲୋଗ୍ରାମ ଓଜନ ବର୍ଗରେ ବନିତା ସ୍ନାଚ୍ରେ ୬୦ କିଲୋଗ୍ରାମ, କ୍ଲିନ୍ ଆଣ୍ଡ ଜର୍କରେ ୭୮ କିଲୋଗ୍ରାମ ସହ ମୋଟ ଉପରେ ୧୩୮ କିଲୋଗ୍ରାମ ଉତ୍ତୋଳନ କରିଥିଲେ। ଏଥି ସହିତ ବନିତା ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ରୌପ୍ୟ ପଦକ ସହ ମୋଟ ୩୬,୦୦୦ ଟଙ୍କାର ପୁରସ୍କାର ରାଶି ପାଇଛନ୍ତି। ଭୁବନେଶ୍ବରସ୍ଥିତ ଭାରୋତ୍ତୋଳନ ଏଚ୍ପିସିରେ ପ୍ରଶିକ୍ଷଣ ନେଉଥିବା ବନିତାଙ୍କୁ ଓଡ଼ିଶା ଭାରୋତ୍ତୋଳନ ସଂଘର ସଭାପତି ଇଂ ଚିତ୍ତରଂଜନ ସ୍ବାଇଁ ଅଭିନନ୍ଦନ ଜଣାଇଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/08/1breaking-news-friday-2026-01-08-17-01-53.jpg)
-
Jan 09, 2026 20:37 IST
ଖେଲୋ ଇଣ୍ଡିଆ ବିଚ୍ ଗେମ୍ସ: ପେନ୍ଚାକ୍ ସିଲାଟ୍ରେ ସୋହିଲଙ୍କୁ ରୌପ୍ୟ
ଭୁବନେଶ୍ବର: ଡିୟୁରେ ଚାଲିଥିବା ଦ୍ବିତୀୟ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସର ପେନ୍ଚାକ୍ ସିଲାଟ୍ରେ ଓଡ଼ିଶା ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ବିଚ୍ ପେନ୍ଚାକ୍ ସିଲାଟ୍ ଟାଣ୍ଡିଂ ଇଭେଣ୍ଟ୍ (କ୍ଲାସ୍ ସି) ୫୫ରୁ ୬୦ କେଜି ବର୍ଗରେ ଓଡ଼ିଶାର ସୋହିଲ ଗୁରୁଙ୍ଗ ରୌପ୍ୟ ପଦକ ଜିତିଛନ୍ତି। ସେହିଭଳି ପୁରୁଷ ରେଗୁ ଦଳ କାଂସ୍ୟ ପଦକ ପାଇଛି। ରାହୁଲ ସ’, ସୋନୁ ସେମିଲା ଓ ଅଂଶୁମାନ ଭୌମିକଙ୍କୁ ନେଇ ଗଠିତ ପୁରୁଷ ଦଳ ତୃତୀୟ ସ୍ଥାନରେ ରହି ପଦକ ଜିତିଥିଲା। ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛି।
/fit-in/580x348/filters:format(webp)/sambad/media/media_files/2026/01/09/09bbs_41_09012026_112-2026-01-09-20-53-11.jpg)
-
Jan 09, 2026 20:36 IST
ଭତ୍ତା ପାଇଁ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଲେ ବୃଦ୍ଧ
ରାଇରଙ୍ଗପୁର/ବାଦାମପାହାଡ଼: ଭତ୍ତା ପାଇଁ ପ୍ଲାକାର୍ଡ ଲଗାଇ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଲେ ବୃଦ୍ଧ। ଗୋଟିଏ ପ୍ଲାକାର୍ଡରେ ପ୍ରଶ୍ନ କରିଛନ୍ତି ୨୪ ଅପ୍ରେଲ ୨୦୨୪ରେ ଆବେଦନ କରିଥିବା ନାଲୁ ମହାନ୍ତଙ୍କୁ ଭତ୍ତା ମିଳିବ କେବେ ? ଆଉ ଗୋଟିଏ ପ୍ଲାକାର୍ଡରେ ପ୍ରଶ୍ନ କରିଛନ୍ତି ଭତ୍ତା ମିଳିବ କି ମିଳିବ ନାହିଁ ଏହାର ଉତ୍ତର ଦେବ କିଏ? ଏଭଳି ପ୍ରଶ୍ନ କରି ବୃଦ୍ଧ ନାଲୁ ମହାନ୍ତ ବ୍ଲକ ଫାଟକ ସମ୍ମୁଖରେ ବସିଛନ୍ତି ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ସମ୍ମୁଖରେ।
/fit-in/580x348/filters:format(webp)/sambad/media/media_files/2026/01/09/1002672209-2026-01-09-20-36-09.jpg)
ନାଲୁଙ୍କ ଅଭିଯୋଗ ଅନୁଯାୟୀ କୁସୁମୀ ବ୍ଲକର ଖେରଣା ଗ୍ରାମର ନାଲୁ ମହାନ୍ତ ଦୁଇବର୍ଷ ପୂର୍ବେ ଭତ୍ତା ପାଇଁ ସମସ୍ତ ଦରକାରୀ କାଗଜପତ୍ର ସହିତ ଅନ୍ଲାଇନରେ ଆବେଦନ କରିବା ପରେ ପୁଣି ଥରେ ଉକ୍ତ କାଗଜପତ୍ର ସହିତ ଅଫ୍ ଲାଇନରେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟଳୟର ବିଭାଗୀୟ ଅଧିକାରୀଙ୍କୁ ଭତ୍ତା ପାଇଁ ଆବେଦନ କରିଥିଲେ। କିନ୍ତୁ ଆଜି ସୁଦ୍ଧା ତାଙ୍କୁ ଭତ୍ତା ମିଳିନାହିଁ ଏବଂ ସେ ବାରମ୍ବାର ବ୍ଲକ କାର୍ଯ୍ୟଳୟକୁ ଯାଉଥିବା ବେଳେ ତାଙ୍କୁ କେହି ଉତ୍ତର ଦେଉନାହାନ୍ତି ଯାହା ଫଳରେ କୌଣସି ଉପାୟ ନପାଇ ବ୍ଳକ୍ ସାମାଜିକ ସୁରକ୍ଷା ବିଭାଗର ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବୀ ଉପସ୍ଥାପନ କରିବା ସହିତ ଧାରଣାରେ ବସିଛନ୍ତି। ତେବେ ତାଙ୍କୁ ଭତ୍ତା କେବେ ମିଳିବ ତାହା ଦେଖିବାକୁ ବାକି ରହିଲା।
-
Jan 09, 2026 19:52 IST
ହକି ଇଣ୍ଡିଆ ଲିଗ୍: ସୁର୍ମାର ପ୍ରଥମ ବିଜୟ
ଚେନ୍ନାଇ: ଜେଏସ୍ଡବ୍ଲ୍ୟୁ ସୁର୍ମା ହକି କ୍ଲବ୍ ଚଳିତ ପୁରୁଷ ହକି ଇଣ୍ଡିଆ ଲିଗ୍ରେ ପ୍ରଥମ ବିଜୟ ବିଜୟ ପାଇଛି। ନିଜର ପ୍ରଥମ ଦୁଇ ମ୍ୟାଚ୍ ହାରିଥିବା ଏହି ଦଳ ଶୁକ୍ରବାର ହାଇଦ୍ରାବାଦ ତୁଫାନ୍ସକୁ ୩-୧ (୧-୧) ସୁଟ୍ଆଉଟ୍ରେ ପରାସ୍ତ କରିଛି। ସ୍ଥାନୀୟ ମେୟର ରାଧାକ୍ରିଷ୍ଣନ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ର ନିର୍ଦ୍ଧାରିତ ସମୟ ୧-୧ ଗୋଲ୍ରେ ଶେଷ ହୋଇଥିଲା।
/fit-in/580x348/filters:format(webp)/sambad/media/media_files/2026/01/09/09bbs_75_09012026_112-2026-01-09-20-54-03.jpg)
ପ୍ରଥମ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହେବା ପରେ ଦ୍ବିତୀୟ କ୍ବାର୍ଟରରେ ଅଧିନାୟକ ହର୍ମନପ୍ରୀତ ସିଂହ (୨୦ ମିନିଟ୍)ଙ୍କ ଗୋଲ୍ରେ ସୁର୍ମା ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ତୃତୀୟ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ଚତୁର୍ଥ କ୍ବାର୍ଟର ଆରମ୍ଭରୁ ତୁଫାନ୍ସ ପକ୍ଷରୁ ଖେଳୁଥିବା ଓଡ଼ିଆ ପୁଅ ଅମନଦୀପ ଲାକ୍ରା (୪୬ ମିନିଟ୍) ଗୋଲ୍ଟି ଶୁଝି ସ୍ଥିତି ସମାନ କରିଥିଲେ। ନିର୍ଦ୍ଧାରିତ ସମୟ ୧-୧ରେ ଶେଷ ହେବାରୁ ମ୍ୟାଚ୍ ସୁଟ୍ଆଉଟ୍କୁ ଯାଇଥିଲା। ଏଥିରେ ହର୍ମନପ୍ରୀତଙ୍କ ଯୁଗଳ ସଫଳତା ବଳରେ ସୁର୍ମା ୩-୧ରେ ବିଜୟ ବାନା ଉଡ଼ାଇଥିଲା।
-
Jan 09, 2026 19:41 IST
ସର୍ବଭାରତୀୟ ବେସାମରିକ କ୍ୟାରମ୍: ଓଡ଼ିଶା ଦଳ ଚୟନ ୧୧ରେ
ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରି ମାସ ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀଠାରେ ହେବାକୁ ଥିବା ସର୍ବଭାରତୀୟ ବେସାମରିକ କ୍ୟାରମ ପ୍ରତିଯୋଗିତା ଲାଗି ଓଡ଼ିଶାର ପୁରୁଷ ଓ ମହିଳା ଦଳ ଚୟନ ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ହେବ। ଏହି ଚୟନ ପ୍ରକ୍ରିୟା ସ୍ଥାନୀୟ ୟୁନିଟ୍-୨ସ୍ଥିତ ରିକ୍ରେସନ୍ କ୍ଲବ୍ଠାରେ ସକାଳେ ୧୦ଟାରୁ ଆରମ୍ଭ ହେବ। ଏଥିରେ କେବଳ ନିୟମିତ ସରକାରୀ ଚାକିରୀରେ ଥିବା କର୍ମଚାରୀମାନେ ଭାଗ ନେଇପାରିବେ। ଏଥିରେ ଭାଗ ନେବାକୁ ଇଚ୍ଛୁକ ଖେଳାଳିମାନେ ନିଜର ସେବା ପୁସ୍ତିକାର ପ୍ରଥମ ପୃଷ୍ଠା, ବିଭାଗ ଓ ଅଫିସ ପରିଚୟ ପତ୍ର ସହ ଏକ ପାସପୋର୍ଟ ଫଟୋ ଏବଂ ନିଜ ବିଭାଗ ବା କାର୍ଯ୍ୟାଳୟରୁ “ଆପତ୍ତି ବିହୀନ ପ୍ରମାଣପତ୍ର” ସାଥିରେ ଆଣି ଉକ୍ତସ୍ଥାନରେ ନିର୍ଦ୍ଧାରିତ ସମୟରେ ପଞ୍ଜୀକରଣ କରି ଚୟନ ପ୍ରକ୍ରିୟାରେ ଭାଗ ନେଇ ପାରିବେ। ଅଧିକ ବିବରଣୀ ପାଇଁ ହରପ୍ରସାଦ ବିଶ୍ଵାଳ (୯୪୩୭୨ ୨୮୬୮୭), ମୋତିଲାଲ କାଲୋ (୯୯୩୭୨ ୬୧୩୨୯), ବାମନ ଚରଣ ପ୍ରତିହାରୀ (୯୪୩୭୯ ୮୭୫୬୪) କିମ୍ବା ସୁରେଶ ଚନ୍ଦ୍ର ଦାସ (୯୦୭୮୯ ୩୮୭୮୫)ଙ୍କୁ ଯୋଗାଯୋଗ କରିପାରିବେ ବୋଲି ଓଡ଼ିଶା ସଚିବାଳୟ କର୍ମଚାରୀ କ୍ରୀଡ଼ା ସଂସଦ ସମ୍ପାଦକ ନୃସିଂହ ଚରଣ ପୃଷ୍ଟି ଜଣାଇଛନ୍ତି।
-
Jan 09, 2026 19:38 IST
ହାତୀ ଆକ୍ରମଣରେ ଦୁଇ ମୃତ
ରାଇରଙ୍ଗପୁର/ରରୁଆଁ: ଓଡ଼ିଶା ସୀମାନ୍ତ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକ ରରୁଆଁ ପଞ୍ଚାୟତ ସୀମା ଠାରୁ ମାତ୍ର ୫୦ ମିଟର ଦୂର ଝାଡ଼ଖଣ୍ଡ ରାଜ୍ୟର ମଝିଗାଁ ଥାନା ବେନିସାଗର ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ମୃତ ଏବଂ ଜଣେ ବନ କର୍ମଚାରୀ ସମେତ ଦୁଇ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ବେନିସାଗର ଗ୍ରାମରେ ଆଜି ସକାଳରେ ଜଣେ ନାବାଳକକୁ ଏକ ଗୋଠଛଡ଼ା ଦନ୍ତା ହାତୀ ଶୁଣ୍ଢ ସାହାଯ୍ୟରେ ଟେକି କଚାଡ଼ି ମାରିସାରିବା ପରେ ତାର କିଛି ସମୟ ପରେ ସେହି ଗ୍ରାମର ପ୍ରକାଶ ମାଲୁଆ (୪୦)ଙ୍କୁ ପଛରୁ ଆକ୍ରମଣ କରି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଥିଲା। ମୃତ ନାବାଳକ ପାଖରେ ଦନ୍ତା ହାତୀ ଜଗି ରହିଥିଲା।/fit-in/580x348/filters:format(webp)/sambad/media/media_files/2025/09/07/elephant-2025-09-07-21-15-08.jpg)
-
Jan 09, 2026 18:20 IST
କଂଗ୍ରେସ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି କଂଗ୍ରେସ ପକ୍ଷରୁ ସ୍ଥାନୀୟ ସିର୍କି ଘାଇ ନିକଟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦଳୀୟ ସଂଗଠନକୁ ଅଧିକ ସୁଦୃଢ କରିବା ଓ କର୍ମୀମାନଙ୍କ ମଧ୍ୟରେ ଏକତା ଓ ସହଯୋଗର ମନୋଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡ଼ା,ଉପସ୍ଥିତ ରହିଥିବା ବେଳେ ଅନ୍ୟତମ ଅତିଥି ଭାବରେ ବିଧାୟକ ପ୍ରତିନିଧି ପାଉଲ ପ୍ରଧାନ, ଏନଏସି ବିଧାୟକ ପ୍ରତିନିଧି ମଧୁଲିନା ଦିଗାଲ ସହ ବ୍ଲକ ଯୁବ କଂଗ୍ରେସ ନେତା ସସାନନ୍ଦ ପ୍ରଧାନ ସମେତ ଅନେକ ବରିଷ୍ଠ କନିଷ୍ଠ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ।
/fit-in/580x348/filters:format(webp)/sambad/media/media_files/2026/01/09/img-20260109-wa0523-2026-01-09-18-20-03.jpg)
ଏହି ଅବସରରେ ଉପସ୍ଥିତ ନେତୃତ୍ୱ ଓ କର୍ମୀମାନେ ନିଜ ନିଜ ବକ୍ତବ୍ୟ ରଖି ଦଳୀୟ ଏକତା, ସଂଗଠନ ସୁଦୃଢିକରଣ ଓ ଆଗାମୀ ରାଜନୈତିକ ଯୋଜନା ସମ୍ପର୍କରେ ମତାମତ ପ୍ରକାଶ କରିଥିଲେ। ବିଶେଷକରି ଘୁ ଉଦୟଗିରି ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କିପରି ଆଗାମୀ ଦିନରେ କଂଗ୍ରେସ ଦଳ ଆହୁରି ସଂଗଠିତ ଓ ସକ୍ରିୟ ହେବ, ସେଥିପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ କିପରି ଏକ ଦୃଢ଼ ଓ ବିଜୟାମୁଖୀ ରଣନୀତି ଗଢ଼ିପାରିବ, ସେଥିରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ବ୍ଲକ ଓ ଏନଏସି ଅଞ୍ଚଳର ବହୁ ବ୍ୟକ୍ତି ବିଶେଷ କଂଗ୍ରେସ ଦଳରେ ଯୋଗଦେଇଥିବା ଦେଖିବାକୁ ମିଳିଛି, ଯାହା ଦଳୀୟ ସଂଗଠନ ପାଇଁ ଏକ ନୂଆ ଉତ୍ସାହ ଓ ଶକ୍ତି ସୃଷ୍ଟି କରିଛି। କାର୍ଯ୍ୟକ୍ରମରେ ରଞ୍ଜୁ ନାୟକ, ରୋହିତ ପ୍ରଧାନ, ସଦାନନ୍ଦ ନାୟକ, ଆମଷ ନାୟକ, ପ୍ରେମ କୁମାର୍ ସିଂ, ଧନୁର୍ଜୟ କହଁର, ଅଭିଷେକ ନାୟକ, ରୁବେନ ପ୍ରଧାନ, ଦୀପକ୍ କୁମାର୍ ପ୍ରଧାନ, ବଚନ ମଲ୍ଲିକ, ରାଜେଶ କୁମାର ସାହୁ, ସୁନୀଲ ଦିଗାଲ, ରାଜବାଳା ସିଂ ସମେତ ଅନେକ ମହିଳା ପୁରୁଷ ଉପସ୍ଥିତ ରହିଥିଲେ। ଶେଷରେ ଗୋପାଳ ଚନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।
-
Jan 09, 2026 16:21 IST
ବିଧାୟକଙ୍କୁ କନିଷ୍ଠ ଯନ୍ତ୍ରୀଙ୍କ ହତ୍ୟା ଧମକ ନେଇ ଉତେଜନା
ହାଟଡିହି: କେନ୍ଦୁଝୀ ଜିଲ୍ଲା ଆନନ୍ଦପୁରରୁ ବିଜେଡି ବିଧାୟକ ଅଭିମନ୍ୟୁ ସେଠୀଙ୍କୁ କ୍ଷେତ୍ର ମୋହନ ମାରାଣ୍ଡି ନାମକ ହାଟଡିହି ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ଧନୁ ତୀର ମାରିବାକୁ ଧମକ ଦେବା ଘଟଣାକୁ ନେଇ ବ୍ଲକ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ବିଧାୟକ ଓ ବ୍ଲକ ଅଧ୍ୟକ୍ଷଙ୍କ ସହ ଶତାଧିକ କର୍ମୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କୁ ଘେରିଥିଲେ। ଯନ୍ତ୍ରୀଙ୍କୁ ନପାଇ ବ୍ଲକ ପରିସରରେ ଉତ୍ତେଜନା ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ତୁରନ୍ତ ଏହାର ସମାଧାନ ପାଇଁ ବିଡ଼ିଓ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
/fit-in/580x348/filters:format(webp)/sambad/media/media_files/2026/01/09/hatadihi-2026-01-09-16-23-04.jpg)
-
Jan 09, 2026 16:14 IST
ଆତ୍ମସମର୍ପଣ କଲେ ୬୩ ମାଓବାଦୀ
ଦନ୍ତେୱାଡା: ଛତିଶଗଡ଼ର ଦନ୍ଦେୱାଡାରେ ଆଜି ୬୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଧ୍ୟରେ ବାରସେ ଦେବା ମଧ୍ୟ ସାମିଲ ଅଛନ୍ତି। କୁହାଯାଉଛି ଯେ, ଏମାନଙ୍କ ନାମରେ ୧ କୋଟି ୧୯ ଲକ୍ଷ ଟଙ୍କା ପୁରସ୍କାର ଥିଲା।
14 naxals killed in encounter today Photograph: (sambad.in) -
Jan 09, 2026 14:47 IST
ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡରେ ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ବନ କର୍ମଚାରୀ ଆହତ
ରରୁଆଁ: ଓଡ଼ିଶା ସୀମାନ୍ତ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକ ରରୁଆଁ ପଞ୍ଚାୟତ ସୀମା ଠାରୁ ମାତ୍ର ୫୦ ମିଟର ଦୂର ଝାଡ଼ଖଣ୍ଡ ରାଜ୍ୟର ମଝିଗାଁ ବ୍ଳକ ବେନିସାଗର ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ମୃତ ଏବଂ ଜଣେ ବନ କର୍ମଚାରୀ ଆହତ।
BREAKING NEWS Photograph: (sambad.in) -
Jan 09, 2026 12:19 IST
ସ୍ବର୍ଗଦ୍ବାର ବାହାରେ ମୃତକଙ୍କ ସଂପର୍କୀୟଙ୍କୁ ହତ୍ୟା
ପୁରୀ: ସ୍ବର୍ଗଦ୍ବାର ବାହାରେ ମୃତକଙ୍କ ସଂପର୍କୀୟଙ୍କୁ ହତ୍ୟା। ସାମାନ୍ୟ ବଚସାରୁ ଯୁବକଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ। ମୃତକଙ୍କ ଘର ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ବୋଲି ସୂଚନା।
/fit-in/580x348/filters:format(webp)/sambad/media/media_files/2026/01/08/1breaking-news-saturday-2026-01-08-17-14-12.jpg)
-
Jan 09, 2026 11:57 IST
ଜାନୁଆରିରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର
ଭୁବନେଶ୍ବର: ଜାନୁଆରିରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର। ଏନେଇସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ।
/fit-in/580x348/filters:format(webp)/sambad/media/media_files/2025/04/25/jNOfrtxeDmUxExCb7LeZ.png)
-
Jan 09, 2026 11:23 IST
ଘରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବୌଦ୍ଧ: ଜାତୀୟ ରାଜପଥ କଡ଼ରେ ଥିବା ଘରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ମନମୁଣ୍ଡା ଥାନା ବାସୁଦେବପାଲି ଠାରେ ଦୁର୍ଘଟଣା। ଜୟ ଭୋଲେ ନାମକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ବସ୍ ରେ ଥିବା ସମସ୍ତ ଯାତ୍ରୀ । ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା ବସ୍। ବସ୍ ରେ ପ୍ରାୟ ୩୦ ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ।
/fit-in/580x348/filters:format(webp)/sambad/media/media_files/2026/01/09/un-2026-01-09-11-23-02.png)
-
Jan 09, 2026 11:18 IST
ବୃଦ୍ଧା ମାଆଙ୍କୁ ଭୁଜାଲିରେ ଆକ୍ରମଣ କରି ପୁଲିସ କନେଷ୍ଟବଳଙ୍କ ଘରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
ବୈଶିଙ୍ଗା: ଗୁରୁବାର ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ବଡ଼ସାହି ଥାନା ଅଧୀନ ଭୀମଦା ଫାଣ୍ଡି ଅଞ୍ଚଳର ଜନୈକ କନେଷ୍ଟବଳଙ୍କ ଘରେ ପଶି ତାଙ୍କ ମାଆଙ୍କ ବେକରେ ଭୁଜାଲି ଲଗେଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର l ଅଭିଯୋଗର ୧୨ଘଣ୍ଟା ପରେ ଵି ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନl
/fit-in/580x348/filters:format(webp)/sambad/media/media_files/2026/01/09/untitled-2026-01-09-11-17-52.png)
-
Jan 09, 2026 10:13 IST
ସୁନାଇଲୋରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ଅଟକ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସୁନାଇଲୋ ଅ˚ଚଳରେ ଜଣେ ଯୁବତୀ ଗତକାଲି ଆତ୍ମହତ୍ୟା କରିଥିଲେ। ମୃତ ଯୁବତୀ ଜଣକ ହେଉଛନ୍ତି ରାଜକନିକା ତରାସ ଅ˚ଚଳର ପ୍ରତୀକ୍ଷା ନାୟକ(୨୫)। ତେବେ ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏଣେ ପୁଲିସ ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
BREAKING NEWS Photograph: (sambad.in) -
Jan 09, 2026 09:37 IST
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଉସମାନ ଖୱାଜା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଉସମାନ ଖୱାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଖୱାଜା ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ୩୯ ବର୍ଷୀୟ ଖୱାଜା ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ ଏବଂ ପିଲାବେଳେ ତାଙ୍କ ପରିବାର ସହିତ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୨୦୧୧ ମସିହାରେ ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିଲେ।
Usman Khawaja Photograph: (SBS News) -
Jan 09, 2026 08:42 IST
ଶିମିଳିପାଳରେ ବିଯୁକ୍ତ ୧ ଡିଗ୍ରି ତାପମାତ୍ରା ରେକର୍ଡ
ବାରିପଦା: ଶିମିଳିପାଳରେ ବିଯୁକ୍ତ ୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସାରା ରାଜ୍ୟରେ ହାଡ଼ଭଙ୍ଗା ଥଣ୍ଡା।
/fit-in/580x348/filters:format(webp)/sambad/media/media_files/2026/01/09/untitled-2026-01-09-08-41-55.png)
-
Jan 09, 2026 08:30 IST
୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା: ଦୁଇ ସ୍କୁଟି ଆରୋହୀ ମୃତ
ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖୋର୍ଦ୍ଧା ସଦରଥାନା ଅଧୀନ ଦଧିମାଛଗାଡ଼ିଆ ନିକଟରେ ୨ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କର ପରିଚୟ ମିଳିନଥିବା ବେଳେ ସେମାନେ ବାଣପୁର ଅଞ୍ଚଳର ବୋଲି ଥାନା ଅଧିକାରୀ ବାସୁଦେବ ଜୟସିଂହ କହିଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/08/1breaking-news-friday-2026-01-08-17-01-53.jpg)
-
Jan 09, 2026 08:25 IST
ଅଳିଆ ଗଦା ଭୁଶୁଡ଼ି ଜଣେ ମୃତ, ୨୭ ଆହତ
ମନିଲା: ଫିଲିପାଇନ୍ସର ଅଳିଆ ପୃଥକୀକରଣ ସୁବିଧାରେ ଏକ ବିରାଟ ଅଳିଆ ଗଦା ଭୁଶୁଡ଼ି ପଡ଼ିବା ଫଳରେ ଅତି କମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଏବଂ ୨୭ ଜଣ ନିଖୋଜ ହୋଇଥିବା ପୁଲିସ ଶୁକ୍ରବାର କହିଛି। ପୁଲିସ, ଅଗ୍ନିଶମ କର୍ମଚାରୀ ଏବଂ ବିପର୍ଯ୍ୟୟ ପ୍ରଶମନ କର୍ମଚାରୀମାନେ ଗୁରୁବାର ଅପରାହ୍ନରେ ସେବୁ ସହରର ବିନାଲିୱ ଗ୍ରାମରେ ଅଳିଆ ଏବଂ ଭଗ୍ନାବଶେଷର ହିମସ୍ଖଳନରେ ଫସି ରହିଥିବା ସୁବିଧାରେ କାର୍ଯ୍ୟରତ ଶ୍ରମିକଙ୍କ ସମେତ ଆଠ ଜଣଙ୍କୁ ଉଦ୍ଧାର କରିଛନ୍ତି।
BREAKING NEWS Photograph: (sambad.in) ଉଦ୍ଧାର କରାଯାଇଥିବା ଲୋକଙ୍କ ମଧ୍ୟରୁ ଜଣେ ଲ୍ୟାଣ୍ଡଫିଲରେ କାର୍ଯ୍ୟରତ ଜଣେ ମହିଳା କର୍ମୀଙ୍କ ହସ୍ପିଟାଲକୁ ଅଣାଯାଉଥିବା ସମୟରେ ମୃତ୍ୟୁ ହୋଇଥିଲା। ଆଞ୍ଚଳିକ ପୁଲିସ ନିର୍ଦ୍ଦେଶକ ବ୍ରିଗେଡିୟର ଜେନେରାଲ ରୋଡେରିକ୍ ମାରାନାନ୍ ଦି ଆସୋସିଏଟେଡ୍ ପ୍ରେସକୁ କହିଛନ୍ତି। ଲ୍ୟାଣ୍ଡଫିଲରେ ଥିବା ଅଳିଆ ଗଦାରେ ଫସି ରହିଥିବା ସୂଚନା ଅନୁଯାୟୀ ଅନ୍ୟ ୨୭ ଜଣଙ୍କ ପାଇଁ ସନ୍ଧାନ ଏବଂ ଉଦ୍ଧାର ପ୍ରୟାସ ଜାରି ରହିଛି।
-
Jan 09, 2026 08:18 IST
ମାଲେସିଆ ଓପନ୍: ସେମିଫାଇନାଲ୍ରେ ପହଞ୍ଚିଲେ ପିଭି ସିନ୍ଧୁ
ନୂଆଦିଲ୍ଲୀ: ମାଲେସିଆ ଓପନ୍-୨୦୨୬ରେ ପିଭି ସିନ୍ଧୁଙ୍କୁ ତାଙ୍କର କ୍ୱାର୍ଟରଫାଇନାଲ୍ ମ୍ୟାଚ୍ ଜିତିବା ପାଇଁ କୋର୍ଟରେ ମାତ୍ର ୧୧ ମିନିଟ୍ ଆବଶ୍ୟକ ଥିଲା। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତୃତୀୟ ମାନ୍ୟତା ଆକାନେ ୟାମାଗୁଚି ଆଘାତ ସହିତ ଅବସର ନେବା ପରେ ସେ ପ୍ରଥମ ଖେଳ ୨୧-୧୧ରେ ଜିତିଛନ୍ତି।
PV Sindhu reaches semis in Malaysia Open. Photograph: (India Today) -
Jan 09, 2026 07:45 IST
ଦିଲ୍ଲୀରେ ହାଲୁକା ବର୍ଷା
ନୂଆଦିଲ୍ଲୀ: ସମତଳ ଅଞ୍ଚଳରୁ ପାହାଡ଼ିଆ ଅଞ୍ଚଳ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ଥିବା ବେଳେ ଶୁକ୍ରବାର ସକାଳେ ଦିଲ୍ଲୀ-ଏନସିଆରରେ ପାଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ହାଲୁକା ବର୍ଷା ହେଉଛି। ବର୍ଷା ସହିତ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୀତ ଲହରୀ ଥଣ୍ଡାକୁ ଆହୁରି ବୃଦ୍ଧି କରିଛି। ଦିଲ୍ଲୀ-ଏନସିଆରରେ ମଧ୍ୟ ଥଣ୍ଡା ଜାରି ରହିଛି। ସର୍ବାଧିକ ତାପମାତ୍ରା ୧୭.୫ ଡିଗ୍ରି ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।
Rain in Delhi. Photograph: (File) -
Jan 09, 2026 07:39 IST
ତୁର୍କମାନ ଗେଟରେ ପଥର ଫିଙ୍ଗା ଘଟଣାରେ ୨୦୦ ଦଙ୍ଗାକାରୀ ସାମିଲ!
ନୂଆଦିଲ୍ଲୀ: ଦିଲ୍ଲୀର ତୁର୍କମାନ ଗେଟରେ ଥିବା ଦରଗା ଫୈଜ-ଏ-ଇଲାହି ମସଜିଦ ନିକଟରେ ଭଙ୍ଗା ଅଭିଯାନ ସମୟରେ ଘଟିଥିବା ହିଂସାରେ ସମ୍ପୃକ୍ତ ଦଙ୍ଗାକାରୀଙ୍କ ପାଇଁ ପୁଲିସ ସେମାନଙ୍କର ସନ୍ଧାନକୁ ଜୋରଦାର କରିଛି। ଗୁରୁବାର ଦିନ ପୁଲିସ ଦଳ ଉପରେ ପଥର ଫିଙ୍ଗାଳି ଏବଂ ଭଙ୍ଗା ସମୟରେ ଦଙ୍ଗା ପାଇଁ ପୁଲିସ ଆହୁରି ଛଅ ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ଆଫାନ, ଆଦିଲ, ଶାହନୱାଜ, ହମଜା, ଅଥାର ଏବଂ ଉବୈଦ ଭାବରେ ଚିହ୍ନଟ କରାଯାଇଛି। ଏହି ହିଂସାରେ ଏପର୍ଯ୍ୟନ୍ତ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ, ସ୍ୱତନ୍ତ୍ର ତଦନ୍ତ ଦଳ ୫୦ରୁ ଅଧିକ ଦଙ୍ଗାକାରୀଙ୍କୁ ଚିହ୍ନଟ କରିଛି। ସମସ୍ତ ଅଭିଯୁକ୍ତ ସେମାନଙ୍କ ଘର ବନ୍ଦ କରି ଫେରାର ଅଛନ୍ତି ଏବଂ ସେମାନଙ୍କୁ ଗିରଫ କରିବା ପାଇଁ ଅନେକ ପୂଲିସ ଦଳ ଚଢ଼ଉ କରୁଛନ୍ତି।
Violence In Delhi କେନ୍ଦ୍ରୀୟ ଜିଲ୍ଲା ଡିସିପି ନିଧିନ ଭାଲସନ କହିଛନ୍ତି ଯେ ସ୍ୱତନ୍ତ୍ର ତଦନ୍ତ ଦଳ ନିରନ୍ତର ମାମଲାର ତଦନ୍ତ କରୁଛି। ସିସିଟିଭି ଫୁଟେଜ୍ ବ୍ୟତୀତ, ଭିଡିଓ କ୍ୟାମେରା ଏବଂ ଭାଇରାଲ ହୋଇଥିବା ଭିଡିଓଗ୍ରାଫିରୁ ଫୁଟେଜ୍ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଉଛି। ପୁଲିସର ବାରମ୍ବାର ଅନୁରୋଧ ସତ୍ତ୍ୱେ, ଅନେକ ଦୁର୍ବୃତ ହିଂସାକାଣ୍ଡ ଘଟାଇଥିଲେ। ହିଂସାରେ ପ୍ରାୟ ୨୦୦ ଜଣ ଲୋକ ସାମିଲ ଥିଲେ। ଡ୍ରୋନ୍ ମଧ୍ୟ ଦଙ୍ଗାର ଭିଡିଓ ଉତ୍ତୋଳନ କରିଥିଲା।
-
Jan 09, 2026 07:12 IST
ଶ୍ରୀନଗରରେ ତାପମାତ୍ରା ମାଇନସ୍ ୫.୧ ଡିଗ୍ରି ରେକର୍ଡ
ନୂଆଦିଲ୍ଲୀ: ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକୁ ପ୍ରବଳ ଥଣ୍ଡା ଲାଗି ରହିଛି। ବୁଧବାର ଦିନ ତାପମାତ୍ରା ଆହୁରି ହ୍ରାସ ପାଇଛି। ଜମ୍ମୁ କଶ୍ମୀରରେ ବିଶ୍ୱ ପ୍ରସିଦ୍ଧ ଡାଲ୍ ହ୍ରଦ ଏବଂ ଅନ୍ୟାନ୍ୟ ଜଳ ଉତ୍ସର କୂଳ ଜମାଟ ବାନ୍ଧିଛି। ହିମାଚଳ ପ୍ରଦେଶର ଅଧିକାଂଶ ସ୍ଥାନରେ ମଧ୍ୟ ବରଫାବୃତ୍ତ ଥଣ୍ଡା ଲାଗି ରହିଛି। ଏହାର ୧୨ ଜିଲ୍ଲା ମଧ୍ୟରୁ ସାତଟି ଜିଲ୍ଲାରେ ତାପମାତ୍ରା ଶୂନ୍ୟତାଠାରୁ ତଳକୁ ଖସିଯାଇଛି। ଶ୍ରୀନଗର ସମେତ ଜମ୍ମୁ କଶ୍ମୀରର ଅନେକ ସ୍ଥାନରେ ଋତୁର ସବୁଠାରୁ ଥଣ୍ଡା ରାତି ରେକର୍ଡ କରାଯାଇଛି। ଦିଲ୍ଲୀରେ ମଧ୍ୟ ସର୍ବାଧିକ ଥଣ୍ଡା ୧୭.୫ ଡିଗ୍ରି ସେଲସିୟସ୍ ଏବଂ ସର୍ବନିମ୍ନ ୫.୮ ଡିଗ୍ରି ସେଲସିୟସ୍ ସହିତ ଶୀତକାଳ ଅନୁଭୂତ ହୋଇଛି।
/fit-in/580x348/filters:format(webp)/sambad/media/media_files/2026/01/08/cold-2026-01-08-03-10-40.jpg)
ଅଧିକାରୀମାନେ କହିଛନ୍ତି ଯେ ଶ୍ରୀନଗରରେ ବୁଧବାର ରାତିରେ ତାପମାତ୍ରା ମାଇନସ୍ ୫.୧ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ମଙ୍ଗଳବାର ମାଇନସ୍ ୧.୬ ଡିଗ୍ରି ସେଲସିୟସ୍ ଠାରୁ ୩.୫ ଡିଗ୍ରି ହ୍ରାସ ପାଇଛି। ଏହା ସହରର ଋତୁର ସବୁଠାରୁ ଥଣ୍ଡା ରାତି ଥିଲା ଏବଂ ତାପମାତ୍ରା ସ୍ୱାଭାବିକଠାରୁ ୩.୨ ଡିଗ୍ରି କମ୍ ଥିଲା।
-
Jan 09, 2026 07:04 IST
ଇରାନରେ ଉତ୍ତେଜନା ପରେ ଇଣ୍ଟରନେଟ୍, ଟେଲିଫୋନ୍ ସେବା ବନ୍ଦ
ତେହରାନ: ମୁଦ୍ରାସ୍ଫୀତି ଏବଂ ଟଙ୍କାର ହ୍ରାସକୁ ନେଇ ଇରାନରେ ଦୁଇ ସପ୍ତାହ ଧରି ବିରୋଧ ପ୍ରଦର୍ଶନ ଜାରି ରହିଛି। ଗୁରୁବାର ରାତିରେ ଇରାନର ନିର୍ବାସିତ ଯୁବରାଜ ରେଜା ପହଲାଭି ଲୋକଙ୍କୁ ଘରୁ ବାହାରକୁ ଆସି ଇସଲାମିକ୍ ଶାସନ ବିରୋଧରେ ପ୍ରତିବାଦ କରିବାକୁ ନିବେଦନ କରିବା ପରେ ପ୍ରତିବାଦ ଆହୁରି ତୀବ୍ର ହୋଇଥିଲା।
ରେଜା ପହଲାଭିଙ୍କ ଆବେଦନ ପରେ ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟରେ ଇରାନ ସରକାର ରାସ୍ତା ସଫା କରିବା ପାଇଁ ସୁରକ୍ଷା ବାହିନୀ ନିୟୋଜିତ କରିଥିଲେ। ସୂଚନା ଅନୁଯାୟୀ ଇରାନର ଅତି କମରେ ୫୦ଟି ସହରରେ ବଡ଼ଧରଣର ପ୍ରତିବାଦ ପ୍ରଦର୍ଶନ ହେଉଛି। ଲୋକମାନେ ରାସ୍ତାକୁ ଓହ୍ଲାଇ ଇରାନ ଶାସନ ବିରୋଧରେ ସ୍ଲୋଗାନ ଦେଉଛନ୍ତି।
/fit-in/580x348/filters:format(webp)/sambad/media/media_files/2026/01/08/1breaking-news-sunday-2026-01-08-16-41-44.jpg)
ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଇରାନ ଶାସନ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛି ଏବଂ ଟେଲିଫୋନ୍ ଲାଇନଗୁଡ଼ିକୁ କାଟି ଦେଇଛି। ଇଣ୍ଟରନେଟ୍ ମନିଟରିଂ ଗ୍ରୁପ୍ ନେଟବ୍ଲକ୍ସ କହିଛି ଯେ ଲାଇଭ୍ ଡାଟା ଦର୍ଶାଉଛି ଯେ ବିଭିନ୍ନ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହୋଇଛି, ଯାହା ଫଳରେ ଦେଶର ଅନେକ ଅଞ୍ଚଳ ଅଫଲାଇନ୍ ହୋଇଯାଇଛି।
Follow Us