ଛାୟା ସରକାରଙ୍କ ପ୍ରତିଶୋଧ ବିରୋଧରେ ପ୍ରତିବାଦ, ଶ୍ରୀମନ୍ଦିର ସମ୍ମୁଖରେ ସମ୍ବାଦ ସମର୍ଥନରେ ବାହାରିଲେ ଖବରକାଗଜ ବିତରକ ସଂଘ

ଛାୟା ସରକାରଙ୍କ ପ୍ରତିଶୋଧ ବିରୋଧରେ ପ୍ରତିବାଦ, ଶ୍ରୀମନ୍ଦିର ସମ୍ମୁଖରେ ସମ୍ବାଦ ସମର୍ଥନରେ ବାହାରିଲେ ଖବରକାଗଜ ବିତରକ ସଂଘ

ପୁରୀ: ‘ସମ୍ବାଦ’ କାର୍ଯ୍ୟାଳୟରେ ଇଓଡବ୍ଲୁର ଚଢ଼ାଉ ପରେ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଗତକାଲି ବିଭିନ୍ନ ସଂଗଠନ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଆଜି ମଧ୍ୟ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ, ସାମାଜିକ ସଂଗଠନ ଓ ଛାତ୍ରସମାଜ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଯେଉଁ ପ୍ରଚେଷ୍ଟା ଚାଲିଛି ତାହାକୁ ଦୃଢ଼ ନିନ୍ଦା କରାଯାଇଛି।

ଏହାସହ ବିଭିନ୍ନ ସ୍ଥାନରେ ଲୋକମାନେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମର୍ଥନରେ ବାହାରିଛନ୍ତି। ଆଜି ପୁରୀ ଶ୍ରୀମନ୍ଦିର ସାମ୍ନାରେ ଖବରକାଗଜ ବିତରକ ସଂଘ ପକ୍ଷରୁ ଛାୟା ସରକାରଙ୍କ ପ୍ରତିଶୋଧ ବିରୋଧରେ ପ୍ରତିବାଦ କରାଯାଇଛି | ଗଣତନ୍ତ୍ରକୁ ଆକ୍ରୋଶମୂଳକ ଆକ୍ରମଣ ବନ୍ଦ ହେଉ ବୋଲି ଖବରକାଗଜ ବିତରକମାନେ ଦାବି କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe