ଖବରକାଗଜ ବିତରକଙ୍କୁ ମିଳିଲା‌ ପରିଚୟ ପତ୍ର 

ଖବରକାଗଜ ବିତରକଙ୍କୁ ମିଳିଲା‌ ପରିଚୟ ପତ୍ର 

ରାଉରକେଲା: ରାଉରକେଲା ରେ କାର୍ଯ୍ୟରତ ଖବର କାଗଜ ବିତରକଙ୍କୁ  ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ  ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ କୃଷି ଅଧିକାରୀ, ପାନପୋଷ  ଦୁ଼ଃଖିନୀ ଵିଶି ଯୋଗ ଦେଇ ପରିଚୟ ପତ୍ର ପ୍ରଦାନ କରିଛନ୍ତି।  ରାଉରକେଲାରେ ମୋଟ ପଞ୍ଜିକୃତ ୧୯୧ ଖବର କାଗଜ ବିତରକମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପୂର୍ବକ ପ୍ରତ୍ୟେକଙ୍କୁ ଆର୍ଥିକ ସହାୟତା ପୂର୍ବରୁ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ହକର ମହାସଂଘର ସଭାପତି ବିଷ୍ଣୁ ମହାନ୍ତି, ସାଧାରଣ ସମ୍ପାଦକ ବିମାନ ମାଇତି, ଉପସଭାପତି ମିହିର ପାତ୍ର, ସମ୍ପାଦକ କିଶୋର ରାଉତ, କୋଷାଧ୍ୟକ୍ଷ  ଆର୍ତ୍ତ ବେହେରା, ସାଙ୍ଗଠନିକ ସମ୍ପାଦକ ମନୋଜ ପଟ୍ଟନାୟକ, ସୁଖେନ୍ଦୁ ପାତ୍ର, ଅଶେଷ ବିଶ୍ବାଳ, ଅଶୋକ ଦାସ, ନିରଜଂନ ଦାସ, ଅଶୋକ ବିଶ୍ବାଳ, ପୂର୍ଣ୍ଣ ଚନ୍ଦ୍ର ବେହେରା, ନବୀନ ମାଝି, ସୁର ବିଶ୍ବାଳ, ପ୍ରଦୀପ କଂସାରୀ, ରବି ସେନାପତି, ସମୀର ରାଜହଂସ ପ୍ରମୁଖ ସଂଘର କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କଅଧିକାରୀ ସୀମା ଫାତିମା ଏକ୍କା ସଂଯୋଜନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଖବର କାଗଜ ବିତରକ ମାନଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ସକାଶେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନଙ୍କୁ ଖବରକାଗଜ ବିତରକ ମାନଙ୍କୁ ପରିଚୟପତ୍ର ବଣ୍ଟନ  ସହାୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe