BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Dec 20, 2025 22:57 IST
ପୁଣି ଭୁବନେଶ୍ବରରେ ଗଣଦୁଷ୍କର୍ମ !
ପୁଣଇ ଭୁବନେଶ୍ବରରେ ଗଣଦୁଷ୍କର୍ମ ! ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ସହିଦନଗରର ଏକ ହୋଟେଲରେ ଗଣଦୁଷ୍କର୍ମ ଅଭିଯୋଗ । ୨ ଅଭିଯୁକ୍ତଙ୍କୁ ବାନ୍ଧିଲା କମିସନରେଟ୍ ପୋଲିସ । ଘଟଣାରେ ପୀଡ଼ିତାଙ୍କ ପୁରୁଷବନ୍ଧୁଙ୍କ ସଂପୃକ୍ତି ସନ୍ଦେହ । ପୁରୁଷବନ୍ଧୁ ପୀଡ଼ିତାଙ୍କୁ ଭୁବନେଶ୍ବର ଡକାଇଥିବା ସୂଚନା...#Rape #GangRape #Bhubaneswar #Crime #Odisha #Sambad
rape Photograph: (sambad.in) -
Dec 20, 2025 21:33 IST
୪୧ ମାଓବାଦୀ ୨୪ ହତିଆର ସହ ଆତ୍ମସମର୍ପଣ କଲେ
ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ପୁଲିସ ନିକଟରେ ମାଲକାନଗିରି ଜିଲ୍ଲା ମାଓ ସଂଗଠନର ୪୧ ଜଣ ସକ୍ରିୟ ନକ୍ସଲ ଦଳ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ହତିଆର ସହ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ଦିନ ଧରି ଏମାନେ ମାଓ ସଂଗଠନରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ।
-
Dec 20, 2025 20:45 IST
ଚାରିଦିନ ପରେ ତୀର୍ଥଯାତ୍ରୀଙ୍କ ମୃତ୍ୟଦେହ ଗାଁରେ ପହଚିଂଲା, ପ୍ରଶାସନ ଉପସ୍ଥିତିରେ ଶେଷ କୃତ୍ୟ
ନବରଙ୍ଗପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯାଇଥିବା ଜଣେ ତେନ୍ତୁଳିଖୁଣ୍ଟି ବ୍ଲକ ଗୁଡ୍ରାଗୁଡାର ତ୍ରିନାଥ ବିଷୋୟୀ(୭୦) ତୀର୍ଥଯାତ୍ରୀଙ୍କ ରାମେଶ୍ଵରମ୍ଠାରେ ଗତ ୧୭ତାରିଖରେ ମୃତ୍ୟୁହୋଇଥିଲା। ୪ଦିନ ପରେ ଏକ ଆମ୍ବୁଲାନସରେ ରାମେଶ୍ବରମରୁ ଆଜି ଗାଁରେ ପହଚିଂଛି ମରଶରୀର। ମରଶରୀର ପହଚିଂବା ବେଳେ ପ୍ରଶାସନ ପକ୍ଷରୁ ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀ, ଭାରପ୍ରାପ୍ତ ପର୍ଯ୍ୟଟନ ଅଧିକାରୀ ତଥା ଡିସଓ ଘାସିଆ ହରିଜନ, ବିଧାୟକ ଗୌରୀଶଙ୍କର ମାଝୀ ଉପସ୍ଥିତ ଥିଲେ। ପରିବାରବର୍ଗକୁ ମରଶରୀରକୁ ପରିବାରବର୍ଗକୁ ହସ୍ତାନ୍ତର କରିବା ସହ ଶେଷକୃତ୍ୟରେ ଭାଗ ନେଇଥିଲେ। ଗତ ୧୭ତାରିଖରେ ଏସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଓବିଧାୟକ ଗୌରୀଶଙ୍କର ମାଝୀ ରାଜ୍ୟ ପର୍ଯ୍ୟଟନବିଭାଗ ଓ ରାଜ୍ୟସରକାରଙ୍କୁ ଅବଗତ କରିଥିଲେ। ପର୍ଯ୍ୟଟନ ବିଭାଗ ତାମିଲନାଡୁ ରାଜ୍ୟ ସରକାରଙ୍କୁ ଜଣାଇବା ପରେ ସେଠାକାର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଛନ୍ତି।ଏୟାରଲିଫଟରେ ଅଣାଯିବାକୁ ଥିବା ମରଶରୀର ଶେଷରେ ରାମେଶ୍ବରମରୁ ଆମ୍ବୁଲାନ୍ସରେ ତାଙ୍କ ମୃତଦେହକୁ ଗାଁକୁ ଅଣାଯାଇଛି।
-
Dec 20, 2025 20:16 IST
ମିଲର ଗାଡି ସହ ବାଇକ ଧକ୍କା । ବାଇକ ଆରୋହି ଗୁରୁତର
ରାଜଗାଙ୍ଗପୁର: ଶନିବାର ପୂର୍ବାହ୍ନରେ ରାଜଗାଙ୍ଗପୁର ରାଣୀବନ୍ଦ ଠାରେ ରାଜ୍ୟ ରାଜପଥ ୧୦ ରେ ଏକ ବାଇକ ଏକ ମିଲର ଗାଡି ସହ ଧକ୍କା ହେବାରୁ ବାଇକ ଆରୋହି ଜଣକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣକ ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ କୁମ୍ଭ ବାହାଲ ଗ୍ରାମ ଲଳିତ ଯାତ୍ରମା (୩୨) ।
ସୂଚନା ମୁତାବକ ଆଜି ଲଳିତ ଏକ ବାଇକ ଯୋଗେ ରାଉରକେଲା ପଟେ ଯାଉଥିବା ସମୟରେ ରାଣୀବନ୍ଦ ନିକଟରେ ଭାରସାମ୍ୟ ହରାଇ ରାସ୍ତା ରେ ଯାଉଥିବା ଏକ ମିଲର ଗାଡି ର ପଛ ପଟେ ଧକ୍କା ଦେଇଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡ ରେ ଗଭିର ଆଘାତ ଲାଗିଥିଲା । ଦୁର୍ଘଟଣା ପରେ ସ୍ତାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ରାଜଗାଙ୍ଗପୁର ସିଏଚସି କୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା କୁ ସ୍ଥାନାନ୍ତର କରାଯାଇଥିଲା ।
-
Dec 20, 2025 20:14 IST
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ
ଗଜପତି: ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ। ମୃତକ ହେଉଛନ୍ତି ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ମହାଦେବ ପୁର ଗ୍ରାମର ୭୦ ବର୍ଷୀୟ ପେଡିନ୍ତି ଦାଲାୟା ବୋଲି ଜଣାପଡିଛି। କତଲ କଇଠା ନିକଟ ପୁଡୁଣି ଛକ ନିକଟରେ କୈଣସି ଏକ ଗାଡ଼ି ଧକ୍କା ଦେଇ ଚାଲିଯାଇଥିବା କୁହାଯାଇଛି। ଖବରପାଇ ପାରଳାଖେମୁଣ୍ଡି ପୋଲିସ ଦୁର୍ଘଟଣା ସ୍ଥଳରୁ ଆହତ ବୃଦ୍ଧାଙ୍କୁ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
-
Dec 20, 2025 19:02 IST
ବିପୁଳ ପରିମାଣର ଦେଶୀ ମଦ ସହିତ ଗୋଟିଏ ମାରୁତି ସୁଜୁକି EECO କାର ଜବତ, ଜଣେ ଗିରଫ
ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ନିରୀକ୍ଷକ ଶ୍ରୀମତୀ ମମତା କୁମାରୀ ଦାସ ଏବଂ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ମୁର୍ମୁ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଟାଉନ ଥାନା ଅଧିନସ୍ଥ ଆରଡ଼ି ଛକ ଠାରେ ଚଢ଼ାଉ କରାଯାଇ ୭୦୦ ଲିଟର ଦେଶୀ ମଦ ସହିତ ଗୋଟିଏ ମାରୁତି ସୁଜୁକି EECO କାର ଗାଡି ଜବତ କରାଯାଇଛି।
crime Photograph: (sambad.in) ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ସାତ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ଏ.ଏସ୍.ଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରୁଦ୍ରନାରାୟଣ ଦାସ, ସୁଦର୍ଶନ ପଲେଇ, ଜେମାମଣୀ ଜାମୁଦା ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ଗୋଟିଏ ମାମଲା ରୁଜ୍ଜୁ କରାଯାଇଛି।
-
Dec 20, 2025 18:33 IST
ଘର ଭିତରୁ ବୃଦ୍ଧାଙ୍କ ଦଗ୍ଧ ମୃତ ଶରୀର ଉଦ୍ଧାର, ସୁନା ପାଇଁ ହତ୍ୟା ସନ୍ଦେହ
ଅମ୍ବାଦୋଳା/ରାୟଗଡା: ଜଣେ ବୃଦ୍ଧାଙ୍କ ସଂପୂର୍ଣ ପୋଡିଯାଇଥିବା ମୃତଦେହ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଉଦ୍ଧାର ହୋଇଛି I ମୃତ ବୃଦ୍ଧା ଜଣଙ୍କ ହେଲେ ଅମ୍ବାଦଳା ଥାନା ଅମ୍ଲାଭଟା ପଞ୍ଚାୟତ ଷ୍ଟେସନ କୁମୁଡ଼ାବାଲି ଗ୍ରାମର ଚନ୍ଦନ ତୁଳା ଡଙ୍ଗରି ୭୫ ବର୍ଷ
-
Dec 20, 2025 18:28 IST
ହଜାର ହଜାର ସମର୍ଥକଙ୍କ ଭିଡ଼ ଭିତରେ ଶେଷ ହେଲା ଉସମାନଙ୍କ ଅନ୍ତିମ ସଂସ୍କାର
ଢାକା: ବିଦ୍ରୋହ, ନ୍ୟାୟ ପାଇଁ ନାରାବାଜି ଦାବିରେ ସରିଲା ଛାତ୍ରନେତା ଉସମାନ ହାଦିଙ୍କ ଅନ୍ତିମ ସଂସ୍କାର । ଢାକାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ହଜାର ହଜାର ସମର୍ଥକଙ୍କ ଭିଡ ଭିତରେ ଶେଷ ହୋଇଛି ଉସମାନଙ୍କ ଅନ୍ତିମ ସଂସ୍କାର । ତେବେ ଏହି ସମୟରେ ଛାତ୍ରନେତାଙ୍କ ସମର୍ଥନରେ ପଡିଥିଲା ନାରାବାଜି । ଜାତୀୟ ପତାକା ସହ ଲୋକ ସଂସ୍କାର ସ୍ଥଳରେ ଭିଡ଼ ଜମାଇଥିଲେ ଏବଂ ହଜାର ହଜାର ଲୋକ ନ୍ୟାୟ ଦାବିରେ ନାରାବାଜି କରୁଥିଲେ । ଉସମାନଙ୍କ ବଳିଦାନ ବ୍ୟର୍ଥ ଯିବନି, ଅପରାଧୀଙ୍କୁ ଦଣ୍ଡ ମିଳିବ ବୋଲି କେହି କେହି ନାରା ଦେଉଥିଲେ ।
-
Dec 20, 2025 18:27 IST
ବଡ଼ଦିନ ପାଇଁ ଗାଁ ଗାଁରେ ପୁଲିସର ଫ୍ଲାଗମାର୍ଚ୍ଚ
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ସମସ୍ତ ଚର୍ଚ୍ଚ ଗୁଡ଼ିକରେ ପ୍ରାକ୍ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସି ଚର୍ଚ୍ଚ ଗୃହ ସାଜସଜ୍ଜାରେ ବ୍ୟସ୍ତ ଅଛନ୍ତି। ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ଦିନକୁ ଶାନ୍ତିଶୃଙ୍ଖଳାର ସହ ପାଳନ ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତି ଆରମ୍ଭ ହୋଇଛି।
ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନେଇ ତିଳେ ମାତ୍ର ସମ୍ଭାବନା ନଥିଲେ ମଧ୍ୟ ଶୁକ୍ରବାର ସ୍ଥାନୀୟ ବ୍ଲକ କାର୍ଯ୍ଯାଳୟଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।
-
Dec 20, 2025 18:26 IST
ଆସାମକୁ ବାଂଲାଦେଶର ଅଂଶ ହେବାକୁ ଛାଡ଼ିଦିଆଯାଇଥିଲା : ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଡିସେମ୍ବର ୧୯, ୨୦୨୫) ଦିନ ଆସାମର ଗୌହାଟିରେ ଏକ ସମାବେଶକୁ ସମ୍ବୋଧିତ କରି କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲେ। ସେ କଂଗ୍ରେସ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି । ସେ କହିଥିଲେ ଯେ ଆସାମ ଏବଂ ଉତ୍ତର-ପୂର୍ବର ବିକାଶ କଂଗ୍ରେସ ସରକାରଗୁଡ଼ିକର ଏଜେଣ୍ଡାରେ ନଥିଲା, ବରଂ ଆସାମକୁ ପୂର୍ବ ପାକିସ୍ତାନର ଅଂଶ କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା ।
Follow Us